Dharitri News
ରାଜ୍ୟ |

ଯୋଗାଣ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ : ଖିଲାପୀ ମିଲରଙ୍କ ତଦନ୍ତ କରିବ ଇଡ଼ି

ଯୋଗାଣ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ : ଖିଲାପୀ ମିଲରଙ୍କ ତଦନ୍ତ କରିବ ଇଡ଼ି କଟକ ଅଫିସ, ୧୯।୧୨-ସରକାରଙ୍କ ଠାରୁ ଧାନ ନେଇ ଚାଉଳ ଫେରସ୍ତ ଦେଇନାହାନ୍ତି ଅନେକ ମିଲର। ଚାଉଳ ବାବଦରେ ସରକାରଙ୍କ ବିପୁଳ ଟଙ୍କା ଦୀର୍ଘଦିନ ହେବ ସେମାନଙ୍କ ଉପରେ ବକେୟା ପଡିଛି। ୨୦୧୬-୧୭ ଖରିଫ ମାର୍କେଟିଂ ଋତୁରେ ରାଜ୍ୟର ବିଭିନ୍ନ ମିଲରଙ୍କ ଉପରେ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଚାଉଳ ଅନାଦେୟ ରହିଥିବା ଜଣାପଡିଛି। ଡିସେମ୍ବର ସୁଦ୍ଧା ସେମାନେ ଯଦି ଉକ୍ତ ଚାଉଳ ଫେରସ୍ତ ନ ଦିଅନ୍ତି ତେବେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଜରିଆରେ ତଦନ୍ତ କରାଯିବ। ଏହାବାଦ୍‌ ପୂର୍ବ ବର୍ଷଗୁଡ଼ିକର ଖିଲାପୀ ମିଲରଙ୍କ ଉପରେ ମଧ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ମିଲରଙ୍କ ସମ୍ପତ୍ତି ବାଜ୍ୟାପ୍ତି କରି ଉକ୍ତ ଅର୍ଥରେ ସରକାରଙ୍କ କ୍ଷତି ଭରଣା କରାଯିବ। ରାଜ୍ୟ ଯୋଗାଣ ବିଭାଗକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏନେଇ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ ଖିଲାପୀ ମିଲରଙ୍କ ଉପରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି। ଆଗକୁ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପାତ୍ର କହିଛନ୍ତି। କଟକ ଜିଲାର ସ୍ଥିତିକୁ ଦେଖିଲେ ମିଲରମାନେ ସରକାର ଓ ପ୍ରଶାସନ ଆଖିରେ ଆଙ୍ଗୁଠି ଗୁଞ୍ଜି ଲୁଟି ଚାଲିନ୍ତି। ୨୦୦୯-୧୦ରୁ ଲଗାତରଭାବେ ୫ବର୍ଷ ମଧ୍ୟରେ ୫ଜଣ ମିଲର ଲୁଟି ନେଇଛନ୍ତି ୧୫କୋଟି ଟଙ୍କାର ଚାଉଳ। ବିଧିରକ୍ଷା କରିବା ଭଳି ଥାନାରେ ଏତଲା ଓ ସାର୍ଟିଫିକେଟ କେସ୍‌ ରୁଜୁ କରି ପ୍ରଶାସନ ହାତ ବାନ୍ଧି ବସିଛି। ମାତ୍ର ସରକାର ହରାଇଥିବା ଏହି ରାଜସ୍ବ କେବେ ଏହି ମିଲରମାନଙ୍କ ଠାରୁ ଆଦାୟ କରାଯିବ ସେ ନେଇ କୌଣସି ସ୍ପଷ୍ଟ ଉତ୍ତର ପ୍ରଶାସନିକ ଅଧିକାରୀଙ୍କଠାରୁ ମିଳୁନାହିଁ। ମନ୍ତ୍ରୀ ପାତ୍ର କହିଛନ୍ତି ଯେ, କଟକରେ ଯୋଗାଣ ବିଭାଗ ପକ୍ଷରୁ ଖିଲାପୀ ମିଲରଙ୍କ ବିରୋଧରେ ସାର୍ଟିଫିକେଟ କେସ୍‌ ରୁଜୁ କରି ସମ୍ପତ୍ତିକୁ ମାମଲାରେ ଯୋଡିବାକୁ ଉଦ୍ୟମ କରାଯାଇଥିଲା। ହେଲେ ଜଣେ ଖିଲାପୀ ମିଲ୍‌ର ପ୍ରପର୍ଟି ଆଟାଚ୍‌ମେଣ୍ଟ କରିବାକୁ ଯୋଗାଣ ବିଭାଗ ଉଦ୍ୟମ ଆରମ୍ଭ କରିବାବେଳକୁ ତାହା ବିକ୍ରି ହୋଇଯାଇଥିବା ଜଣାପଡିଥିଲା। ଏପରିସ୍ଥିତିରେ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଚାଉଳ ଲୁଟିଥିବା ମିଲର ଓ ସେମାନଙ୍କୁ ସହଯୋଗ କରିଥିବା ଯୋଗାଣ ବିଭାଗର ଅଧିକାରୀଙ୍କ ଉପରେ କ’ଣ ପ୍ରଭାବ ପକାଉଛି ତାହାକୁ ନେଇ ଚର୍ଚ୍ଚାର ଆରମ୍ଭ ହୋଇଛି। ଖିଲାପୀ ମିଲ୍‌ଗୁଡିକୁ ଦେଖିଲେ ଉପରୋକ୍ତ ସମୟ ମଧ୍ୟରେ ସରକାରଙ୍କ ୭୯୭୩.୩୬୧୮ ମେଟ୍ରିକ ଟନ୍‌ ଚାଉଳ ସେମାନଙ୍କ ଉପରେ ଅନାଦାୟ ହୋଇ ରହିଛି। ୨୦୦୯-୧୦ ଖରିଫ ଋତୁରେ ମହାବୀର ଫୁଡ ପ୍ରୋସେସିଂ ନାମକ ମିଲ୍‌ ୩୮୬୭.୨୫୦ ମେଟ୍ରିକ ଟନ୍‌ ଚାଉଳ ଫେରସ୍ତ ଦେଇ ନ ଥିଲା। ସେହିପରି ମା’ ତାରିଣୀ ଫୁଡସ୍‌ ନାମକ ଅନ୍ୟ ଏକ ମିଲ୍‌ ଉପରେ ୨୯୭.୧୮୮ ମେଟ୍ରିକ ଟନ୍‌ ବକେୟା ଚାଉଳ ରହିଛି। ଉଭୟ ମିଲ୍‌ ବିରୋଧରେ ଥାନାରେ ଏତଲା ଦିଆଯାଇଛି। ପ୍ରଥମ ମିଲ୍‌ ବିରୋଧରେ ସାର୍ଟିଫିକେଟ ଅଫିସରଙ୍କ କୋର୍ଟରେ ୧/୨୦୧୨ ରେ ଏକ ମାମଲା ଓ ଦ୍ୱିତୀୟ ଖିଲାପୀ ମିଲ୍‌ ବିରୋଧରେ ୨/୨୦୧୨ରେ ମାମଲା ରୁଜୁ କରାଯାଇଥିଲା। ୨୦୧୧-୧୨ ଖରିଫ ଋତୁରେ ପାର୍ବତୀ ପ୍ୟାଡି ଓ ଫୁଡ୍‌ ପ୍ରୋସେସିଂ ୟୁନିଟ ନାମକ ମିଲ୍‌ ୭୮୫.୩୪୪ ମେଟ୍ରିକ ଟନ୍‌ ଚାଉଳ ନେଇ ଚମ୍ପଟ ମାରିଥିଲା। ଥାନାରେ ମିଲ୍‌ ମାଲିକଙ୍କ ବିରୋଧରେ ଏତଲା ଦିଆଯାଇ ଜିଲା ପ୍ରମାଣପତ୍ର ଅଧିକାରୀଙ୍କ ନିକଟରେ ୧/୨୦୧୪ରେ ଏକ ସାର୍ଟିଫିକେଟ ମାମଲା ରୁଜୁ କରାଯାଇଛି। ୨୦୧୨-୧୩ରେ ଶ୍ରଦ୍ଧାଞ୍ଜଳି ରାଇସ ମିଲ୍‌ ନାମକ ମିଲ୍‌ ଉପରେ ଅନାଦାୟ ହୋଇ ରହିଥିଲା ୧୭୫୯.୨୪୭ ମେଟ୍ରିକଟନ୍‌ ଚାଉଳ। କିଶନନଗର ଥାନାରେ ଯୋଗାଣ ବିଭାଗ ପକ୍ଷରୁ ମିଲ ମାଲିକଙ୍କ ବିରୋଧରେ ଏତଲା ଦିଆଯିବା ପରେ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ଏହାପରେ ଯୋଗାଣ ବିଭାଗ ପକ୍ଷରୁ ମିଲ ମାଲିକଙ୍କ ବିରୋଧରେ ୨/୨୦୧୪ରେ ଏକ ସାର୍ଟିଫିକେଟ କେସ୍‌ ରୁଜୁ କରାଯାଇଛି। ୨୦୧୩-୧୪ ଖରିଫ ଋତୁରେ ମା’ ଚର୍ଚ୍ଚିକା ଫୁଡସ୍‌ ପ୍ରାଇଭେଟ ଲିମିଟେଡ ନାମକ ମିଲ୍‌ ଉପରେ ୧୨୨୪.୩୩୨୮ ମେଟ୍ରିକଟନ୍‌ ଚାଉଳ ଅନାଦାୟ ହୋଇ ରହିଥିଲା। ମିଲ୍‌ ବିରୋଧରେ ଥାନାରେ ଏତଲା ଦିଆଯାଇଥିବା ଜିଲା ଯୋଗାଣ ଅଧିକାରୀ କହିଛନ୍ତି। ଜିଲା ଯୋଗାଣ ଅଧିକାରୀ ଅମର ମହାପାତ୍ର କୁହନ୍ତି, ଧାନ ଚାଉଳ ହେଉଛି କି ନାହିଁ, ଷ୍ଟକ୍‌ ଠିକ୍‌ ଠାକ୍‌ ଅଛି କି ନାହିଁ ତାହାର ତଦାରଖ କରିବାକୁ ପ୍ରତି ମିଲ୍‌ ପାଇଁ ଯୋଗାଣ ବିଭାଗର ଜଣେ ନିରୀକ୍ଷକଙ୍କୁ ଅଥରାଇଜଡ୍‌ ଅଫିସର ଓ ଜଣେ ଜିଲା ସହକାରୀ ଯୋଗାଣ ଅଧିକାରୀଙ୍କୁ ସୁପରଭାଇଜିଂ ଅଫିସରଭାବେ ନିଯୁକ୍ତି ଦିଆଯାଇଥାଏ। ଏହାବାଦ୍‌ ଜିଲା ସ୍ତରରେ ଥିବା ଯୋଗାଣ ବିଭାଗର ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ମଧ୍ୟ ଗଠନ କରାଯାଇଥାଏ। ହେଲେ ସମସ୍ତ ବଳୟକୁ ଭେଦ କରି ମିଲରମାନେ ଚାଉଳ ନ ଦେଇ ପାର୍‌ ହୋଇଯିବା ଯୋଗାଣ ବିଭାଗ ଅଧିକାରୀଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠୁଛି।

ରାଜ୍ୟ |

ରେଭେନ୍‌ଶାରେ ପଦୋନ୍ନତି ଜାଲିଆତି ଅଭିଯୋଗ

ରେଭେନ୍‌ଶାରେ ପଦୋନ୍ନତି ଜାଲିଆତି ଅଭିଯୋଗ

କଟକ ଅଫିସ,୧୭ା୧- ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ସହଯୋଗୀ ପ୍ରଫେସରଙ୍କ ପଦୋନ୍ନତିରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ବିଶ୍ୱବିଦ୍ୟାଳୟ ନିୟମକୁ ଉଲ୍ଲଂଘନ କରାଯାଇ କେତେଜଣ ସହଯୋଗୀ ପ୍ରଫେସରଙ୍କୁ ପଦୋନ୍ନତି ଦିଆଯାଇଛି। ୨ଦିନ ତଳେ କୁଳପତିଙ୍କ ନିକଟରେ ଏହି ଅଭିଯୋଗ ହୋଇଥିବା ଜଣାପଡ଼ିଛି।

ଅବଦୁରଙ୍କ ବିରୋଧରେ ଶୁଣାଣି ଆରମ୍ଭ: ଅଦାଲତରେ କଥା ବଦଳାଇଲେ ସାକ୍ଷୀ

ଅବଦୁରଙ୍କ ବିରୋଧରେ ଶୁଣାଣି ଆରମ୍ଭ: ଅଦାଲତରେ କଥା ବଦଳାଇଲେ ସାକ୍ଷୀ

କଟକ ଅଫିସ, ୧୭।୧- ଅଲ୍‌କାଏଦା ଲିଙ୍କ୍‌ ସନ୍ଦେହରେ ଗିରଫ ହୋଇଥିବା ଅବଦୁର ରହମନଙ୍କ ବିରୋଧରେ ବୁଧବାର ଶୁଣାଣି ଆରମ୍ଭ ହୋଇଛି। ଜିଲା ଦୌରାଜଜ୍‌ ସତ୍ୟନାରାୟଣ ମିଶ୍ରଙ୍କ ଅଦାଲତରେ ପୂର୍ବ ନିର୍ଦ୍ଦେଶ ମୁତାବକ ସାକ୍ଷୀ ସଲିମ୍‌ ଖଁା ସାକ୍ଷ୍ୟ ପ୍ରଦାନ କରିଥିଲେ। ସାକ୍ଷ୍ୟ ପ୍ରଦାନ କରି ସଲିମ୍‌ କହିଥିଲେ ଯେ, ସେ ଅବଦୁର୍‌ଙ୍କୁ ଚିହ୍ନିଛନ୍ତି।

ଜଟଣୀ ଫ୍ଲାଇ ଓଭର ବ୍ରିିଜ୍‌ କାର୍ଯ୍ୟ ନିମ୍ନମାନର ମାମଲା: ସିସି ଟିଭି ଫୁଟେଜ ଯାଞ୍ଚ୍‌ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ

ଜଟଣୀ ଫ୍ଲାଇ ଓଭର ବ୍ରିିଜ୍‌ କାର୍ଯ୍ୟ ନିମ୍ନମାନର ମାମଲା: ସିସି ଟିଭି ଫୁଟେଜ ଯାଞ୍ଚ୍‌ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ

କଟକ ଅଫିସ, ୧୭।୧- ଜଟଣୀରେ ୫୫ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଫ୍ଲାଇ ଓଭର ବ୍ରିଜ କାର୍ଯ୍ୟ ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ଏ ସମ୍ପର୍କିତ ଆଗତ ମାମଲାରେ ବୁଧବାର ଭିଜିଲାନ୍ସ ପକ୍ଷରୁ ପୂର୍ବ ନିର୍ଦ୍ଦେଶ ମୁତାବକ ଏକ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଛି। ଉକ୍ତ ରିପୋର୍ଟରେ ରାଉରକେଲା ଏନ୍‌ଆଇଟିର ବିଶେଷଜ୍ଞ ଦଳ ଏହାର ତଦନ୍ତ କରୁଛନ୍ତି। ଏହି ବିଶେଷଜ୍ଞ ଦଳର ତଦନ୍ତ ଶେଷ ପରେ ଚୂଡ଼ାନ୍ତ ରିପୋର୍ଟ ଅଦାଲତରେ ପ୍ରଦାନ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ଦର୍ଶାଯାଇଛି। ଅନ୍ୟପକ୍ଷରେ ପୋଲ ନିକଟରେ ଥିବା ସିସି ଟିଭି ଫୁଟେଜକୁ ଯାଞ୍ଚ କରିବାକୁ ଭିଜିଲାନ୍ସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏସ୍‌ସିବିରେ କଳାହାଣ୍ଡି ଏସିଡ୍‌ ପୀଡିତା: ଜିଲା ଜଜ୍‌ଙ୍କ ଉପସ୍ଥିତିରେ ଆସିଲା ଧମକପୂର୍ଣ୍ଣ ମେସେଜ

ଏସ୍‌ସିବିରେ କଳାହାଣ୍ଡି ଏସିଡ୍‌ ପୀଡିତା: ଜିଲା ଜଜ୍‌ଙ୍କ ଉପସ୍ଥିତିରେ ଆସିଲା ଧମକପୂର୍ଣ୍ଣ ମେସେଜ

କଟକ ଅଫିସ, ୧୭।୧- ଏସ୍‌ସିବି ମେଡିକାଲର ପ୍ଲାଷ୍ଟିକସର୍ଜରୀ ବିଭାଗରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି କଳାହାଣ୍ଡି ଏସିଡ ପୀଡିତା। ବୁର୍ଲା ମେଡିକାଲରୁ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କୁ ଏସ୍‌ସିବି ସ୍ଥାନାନ୍ତର କରାଯାଇଥିଲା। ବୁଧବାର ଭୋରରେ ପୀଡିତା କାଜୁଆଲିଟିରେ ପହଞ୍ଚତ୍ବା ପରେ ତାଙ୍କୁ ପ୍ଲାଷ୍ଟିକସର୍ଜରୀ ବିଭାଗକୁ ପଠାଯାଇଥିଲା। ବିଭାଗୀୟ ପ୍ରଫେସର ଡା. ଅରୁଣ କୁମାର ଚୌଧୁରୀଙ୍କ ୟୁନିଟରେ ପୀଡିତା ଭର୍ତ୍ତି ହୋଇଛନ୍ତି।

ହାଇକୋର୍ଟରେ ନାଟ ମଣ୍ଡପ ମରାମତି ମାମଲା:ନିରୂପିତ ସ୍ଥାନ ଏଏସ୍‌ଆଇକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ

ହାଇକୋର୍ଟରେ ନାଟ ମଣ୍ଡପ ମରାମତି ମାମଲା:ନିରୂପିତ ସ୍ଥାନ ଏଏସ୍‌ଆଇକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ

କଟକ ଅଫିସ, ୧୭।୧- ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଗରୁଡ଼ସ୍ତମ୍ଭ ନିକଟ ନାଟ ମଣ୍ଡପ ପଥର ବିମ୍‌ରେ ଫାଟ ଦେଖାଦେଇଛି। ଏହି ଫାଟ ଓ ଅନ୍ୟାନ୍ୟ ମରାମତି କାର୍ଯ୍ୟ ନିମନ୍ତେ ନିରୂପଣ କରାଯାଇଥିବା ସ୍ଥାନ ଚଳିତ ମାସ ୨୨ ତାରିଖ ସୁଦ୍ଧା ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ପ୍ରଦାନ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗରୁଡ଼ ସ୍ତମ୍ଭ ନିକଟରେ କ’ଣ ମରାମତି କରାଯିବ। କାର୍ଯ୍ୟ ପାଇଁ କେତେ ସମୟ ଲାଗିବ ଓ ବ୍ୟୟ ଅଟକଳ ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିବାକୁ ଏଏସ୍‌ଆଇକୁ ମଧ୍ୟ କୁହାଯାଇଛି। ମୁଖ୍ୟ ବିଚାରପତି ବିନୀତ ସରନ ଓ ବିଚାରପତି ବିଦ୍ୟୁତ୍‌ ରଞ୍ଜନ ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।

ରେଳ ପ୍ରକଳ୍ପ ପାଇଁ ଓଡ଼ିଶା ଲୋଡ଼ିଲା ୬୫୦୦ କୋଟି

ରେଳ ପ୍ରକଳ୍ପ ପାଇଁ ଓଡ଼ିଶା ଲୋଡ଼ିଲା ୬୫୦୦ କୋଟି

ଭୁବନେଶ୍ୱର,୧୭।୧(ବ୍ୟୁରୋ): ଆଗାମୀ ୨୦୧୮-୧୯ ସାଧାରଣ ବଜେଟରେ ଓଡିଶାର ରେଳ ପ୍ରକଳ୍ପ ସକାଶେ ରାଜ୍ୟ ସରକାର ୬୫୦୦ କୋଟି ଟଙ୍କା ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ପତ୍ର ଲେଖି ଏହି ଦାବି ଜଣାଇଛନ୍ତି। ରାଜ୍ୟର ସବୁ ଜିଲାକୁ ରେଳ ସଂଯୋଗ ସକାଶେ ବିଭିନ୍ନ ପ୍ରକଳ୍ପ ପାଇଁ ସରକାର ମାଗଣା ଜମି ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

ପୁରୀ ରେଳ ଷ୍ଟେଶନରେ ଅଘଟଣ: ସେନା ଟ୍ରେନରେ ବିସ୍ଫୋରଣ, ରୋଷେଇ ଗ୍ୟାସ ଟାଙ୍କି ଫାଟି ପ୍ୟାଣ୍ଟ୍ରିକାର ଧ୍ୱସ୍ତ

ପୁରୀ ରେଳ ଷ୍ଟେଶନରେ ଅଘଟଣ: ସେନା ଟ୍ରେନରେ ବିସ୍ଫୋରଣ, ରୋଷେଇ ଗ୍ୟାସ ଟାଙ୍କି ଫାଟି ପ୍ୟାଣ୍ଟ୍ରିକାର ଧ୍ୱସ୍ତ

ପୁରୀ ଅଫିସ, ୧୭।୧: ପୁରୀ ରେଳ ଷ୍ଟେଶନରେ ଲଗାତର ୩ଟି ଟ୍ରେନରେ ଅଗ୍ନିକାଣ୍ଡ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ବୁଧବାର ପୁଣି ଘଟିଛି ଏକ ଅଘଟଣ। ଷ୍ଟେଶନର ୨ନମ୍ବର ପ୍ଲାଟଫର୍ମରେ ଲାଗିଥିବା ମିଲିଟାରୀ(ସେନା)ର ସ୍ବତନ୍ତ୍ର ଟ୍ରେନର ପ୍ୟାଣ୍ଟ୍ରିକାର (ରୋଷ ବଗି)ରେ ଏକ ଗ୍ୟାସ ସିଲିଣ୍ଡର ଫାଟି ଘଟିଛି ବିସ୍ଫୋରଣ। ଏଥିରେ ଉକ୍ତ ବଗିର କିଛି ଅଂଶ ଜଳିଯିବା ସହ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି। ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦରେ ଷ୍ଟେଶନ ଆଖାପାଖ ଅଞ୍ଚଳ ଥରି ଉଠିଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ବିଭିନ୍ନ ପ୍ଲାଟଫର୍ମରେ ଥିବା ଯାତ୍ରୀ ଭୟରେ ଦୌଡାଦୌଡି କରିଥିଲେ। ଏହି ସମୟରେ ପ୍ଲାଟଫର୍ମରେ ରହିଥିବା ଧଉଳି ଏକ୍ସପ୍ରେସର ପ୍ୟାଣ୍ଟ୍ରିକାର ମ୍ୟାନେଜର ବିନୋଦ କୁମାର ଆର୍ଯ୍ୟ ଏବଂ କର୍ମଚାରୀ ଚନ୍ଦନ କୁମାର ଦାସ ଆହତ ହୋଇଛନ୍ତି। ତେବେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି। ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇ ନାହିଁ। ପ୍ୟାଣ୍ଟ୍ରିକାରରେ ରୋଷେଇ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଜିଆରପି କିମ୍ବା ଆରପିଏଫ ନିକଟରେ କୌଣସି ମାମଲା ରୁଜୁ ହୋଇନାହିଁ।

ଯାତ୍ରାପାର୍ଟି ମାଲିକ ସଂଘର ଘୋଷଣା: ‘ବନ୍ଦ ହେବ ଯାତ୍ରା’

ଯାତ୍ରାପାର୍ଟି ମାଲିକ ସଂଘର ଘୋଷଣା: ‘ବନ୍ଦ ହେବ ଯାତ୍ରା’

ଭୁବନେଶ୍ୱର, ୧୭।୧(ବ୍ୟୁରୋ)- ଯାତ୍ରାପ୍ରେମୀଙ୍କ ପାଇଁ ଦୁଃଖଦ ଖବର। ସେମାନେ ଆଉ ଦେଖିବାକୁ ପାଇବେନି ଯାତ୍ରା। କାରଣ ଆସନ୍ତା ଜୁଲାଇରୁ ଏହା ବନ୍ଦ ହେବ। ଯାତ୍ରା ପାଇଁ ଯେତିକି ଟଙ୍କା ଖର୍ଚ୍ଚ ହେଉଛି ସେହି ତୁଳନାରେ ଆୟ ହୋଇପାରୁ ନାହିଁ। ତେଣୁ ଯାତ୍ରା ଚାଲୁରଖିବା ସମ୍ଭବ ହେଉନାହିଁ। ଏହି କାରଣରୁ ଆସନ୍ତା ଜୁଲାଇରୁ ଯାତ୍ରା ପରିବେଷଣ ବନ୍ଦ କରାଯିବ ବୋଲି ବୁଧବାର ଯାତ୍ରା ମାଲିକ ସଂଘ ପକ୍ଷରୁ କୁହାଯାଇଛି। ସଂଘ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଘ ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।

ସର୍ବନିମ୍ନ ମଜୁରୀ, ସାମାଜିକ ସୁରକ୍ଷା ଦାବିରେ ବିକ୍ଷୋଭ

ସର୍ବନିମ୍ନ ମଜୁରୀ, ସାମାଜିକ ସୁରକ୍ଷା ଦାବିରେ ବିକ୍ଷୋଭ

ପୁରୀ ଅଫିସ, ୧୭।୧: ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କା, ସାମାଜିକ ସୁରକ୍ଷା ତଥା ଅନ୍ୟାନ୍ୟ ଦାବି ନେଇ ଏଆଇଟିୟୁସି ଓ ସିଆଇଟିୟୁ କର୍ମଚାରୀଙ୍କ ପକ୍ଷରୁ ବୁଧବାର ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ମହାନଦୀ ପ୍ରସଙ୍ଗରେ ବସିବ ଗୃହ କମିଟି ବୈଠକ

ମହାନଦୀ ପ୍ରସଙ୍ଗରେ ବସିବ ଗୃହ କମିଟି ବୈଠକ

ଭୁବନେଶ୍ୱର, ୧୭।୧(ବ୍ୟୁରୋ)- ମହାନଦୀ ପ୍ରସଙ୍ଗରେ ଆଗାମୀ କାର୍ଯ୍ୟପନ୍ଥା କ’ଣ ହେବ ସେ ନେଇ ଗୃହ କମିଟି ବୈଠକରେ ସ୍ଥିର କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ଅମର ଶତପଥୀ।

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ୬,୫୦୦ କୋଟି ଅନୁଦାନ ଦେବାକୁ ଦାବି

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ୬,୫୦୦ କୋଟି ଅନୁଦାନ ଦେବାକୁ ଦାବି

ଭୁବନେଶ୍ୱର,୧୭।୧(ବ୍ୟୁରୋ): ଆଗାମୀ ସାଧାରଣ ବଜେଟରେ ଓଡିଶାକୁ ରେଳବାଇ ଅନୁଦାନ ଦାବି କରି ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟକୁ ୬ ହଜାର ୫ଶହ କୋଟିର ରେଳବାଇ ଅନୁଦାନ ଦେବାକୁ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୂଳପତି

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୂଳପତି

ଭୁବନେଶ୍ୱର ୧୭।୧(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୂଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ଦୀପକ କୁମାର ବେହେରା। ବୁଧବାର ଗଭର୍ଣ୍ଣର ଡ. ଏସ୍‌. ସି ଜମିର ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି।