ରାଜ୍ୟ |

ସି-ଶୋର ଚିଟ୍‌ଫଣ୍ଡ ଠକେଇ : ୩ ମାମଲାରେ ପ୍ରଶାନ୍ତଙ୍କୁ ସର୍ତ୍ତମୂଳକ ଜାମିନ

ସି-ଶୋର ଚିଟ୍‌ଫଣ୍ଡ ଠକେଇ : ୩ ମାମଲାରେ ପ୍ରଶାନ୍ତଙ୍କୁ ସର୍ତ୍ତମୂଳକ ଜାମିନ
କଟକ ଅଫିସ, ୧୯।୧୨- ସି-ଶୋର ଚିଟ୍‌ଫଣ୍ଡ ଠକେଇ ଘଟଣାର ୩ ମାମଲାରେ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ମଙ୍ଗଳବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୨୦୧୩ରେ ଟିଟିଲାଗଡ଼, ନବରଙ୍ଗପୁର ଓ ଯାଜପୁର ଟାଉନ ଥାନାରେ ଏସବୁ ଠକେଇ ମାମଲା ରୁଜୁ ହୋଇଥିଲା। ଏବେ ଜାମିନ ମଞ୍ଜୁର ହୋଇଥିବାରୁ ପ୍ରଶାନ୍ତଙ୍କ ପାଇଁ ଜେଲ୍‌ରୁ ମୁକୁଳିବା ବାଟ ଫିଟିଯାଇଛି। ଜାମିନ ଆବେଦନର ଶୁଣାଣିବେଳେ ବରିଷ୍ଠ ଆଇନଜୀବୀ ସୁରେଶ ତ୍ରିପାଠୀ ଯୁକ୍ତି ଉପସ୍ଥାପନା କରିଥିଲେ ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ସି-ଶୋର ଘଟଣାରେ ତଦନ୍ତ ଆରମ୍ଭ କରିଥିଲା। ସି-ଶୋର ବିରୋଧରେ ବିଭିନ୍ନ ସ୍ଥାନରେ ଥିବା ମାମଲାକୁ ଏକାଠି କରି ସିବିଆଇ ଗୋଟିଏ ମାମଲା ରୁଜୁ କରିବା କଥା। ମାତ୍ର ସି-ଶୋର ବିରୋଧରେ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ସମସ୍ତ ଅଭିଯୋଗର ତଦନ୍ତ କରି ସିବିଆଇ ଚାର୍ଜଶିଟ ଦାଖଲ କରିଛି। ମାତ୍ର ଏହି ୩ଟି ମାମଲାର ପୃଥକ୍‌ ବିଚାର ହେବା ସାମ୍ବିଧାନିକ ବ୍ୟବସ୍ଥାର ପରିପନ୍ଥୀ ବୋଲି ତ୍ରିପାଠୀ ତାଙ୍କ ଯୁକ୍ତିରେ ଦର୍ଶାଇଥିଲେ। ଏଥିସହ ସଂସ୍ଥା ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ଏକାଧିକ ମାମଲା ରୁଜୁ କରାଯାଇଛି, ଯାହା ବେଆଇନ। ଏଣୁ ଆବେଦନକାରୀ ଦାସଙ୍କୁ ଜାମିନ ମଞ୍ଜୁର କରାଯାଉ ବୋଲି ତ୍ରିପାଠୀ କୋର୍ଟଙ୍କୁ ନିବେଦନ କରିଥିଲେ। ଅପରପକ୍ଷରେ ସିବିଆଇ ପକ୍ଷରୁ ଦର୍ଶାଯାଇଥିଲା, ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ୩ଟି ମାମଲାର କେସ୍‌ ଡାଏରୀ ଦାଖଲ କରାଯାଇଥିଲା। ସିବିଆଇ ମଧ୍ୟ ଏହା ଉପରେ ତଦନ୍ତ କରିଥିଲା। ସୂଚନାଯୋଗ୍ୟ, ୫୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗ ସି-ଶୋର ବିରୋଧରେ ରହିଥିଲା। ୨୦୧୩ ଜୁନ ୧୯ରେ କ୍ରାଇମବ୍ରାଞ୍ଚ ବମ୍ବେରୁ ପ୍ରଶାନ୍ତଙ୍କୁ ଗିରଫ କରିଥିଲା। ସେହିବର୍ଷ କୋରାପୁଟ ଜିଲାର କୋରାପୁଟ ଟାଉନ୍‌, ସେମିଳିଗୁଡ଼ା ଓ ଜୟପୁର ଥାନାରେ ସି-ଶୋର ବିରୋଧରେ ଥିବା ୩ଟି ମାମଲାରେ ଦାସଙ୍କୁ ଜାମିନ ମିଳିଥିଲା। ୨୦୧୭ ଅଗଷ୍ଟ ୧୮ରେ ସିବିଆଇ ପକ୍ଷରୁ ରୁଜୁ କରାଯାଇଥିବା ମାମଲାରେ ହାଇକୋର୍ଟ ଦାସଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସି-ଶୋର ଠକେଇ ମାମଲାର ତଦନ୍ତ ସିବିଆଇ ଗ୍ରହଣ କରି ପ୍ରଶାନ୍ତ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ୨୦୧୫ ମାର୍ଚ୍ଚ ୮ରେ ୨୭୬ ପୃଷ୍ଠାର ଚାର୍ଜଶିଟ ଦାଖଲ କରିଥିଲା।
All Right Reserved By

ରାଜ୍ୟ |

ରାସ୍ତା ମରାମତି ଦାବିରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର

ରାସ୍ତା ମରାମତି ଦାବିରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର

ଯାଜପୁର ରୋଡ,୨୪ା୯(ନି.ପ୍ର.)- ଯାଜପୁର ରୋଡ-ଡୁବୁରୀ ମୁଖ୍ୟ ରାସ୍ତାର ଚୋରଦା ଓ ଧବଳଗିରି ରାସ୍ତା ମରାମତି ଦାବିରେ ବ୍ୟାସନଗର ଯାଜପୁର ରୋଡ ସିଭିଲ ସୋସାଇଟି ପକ୍ଷରୁ ସୋମବାର କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। 

ନକ୍ସଲ ପ୍ରବଣ ଅଞ୍ଚଳକୁ ଯିବା ପୂର୍ବରୁ ସତର୍କ ରହନ୍ତୁ: ପୋଲିସ ଡିଜି

ନକ୍ସଲ ପ୍ରବଣ ଅଞ୍ଚଳକୁ ଯିବା ପୂର୍ବରୁ ସତର୍କ ରହନ୍ତୁ: ପୋଲିସ ଡିଜି

କଟକ ଅଫିସ, ୨୪।୯: ଓଡ଼ିଶାର ମାଓବାଦୀ ଏବଂ ନକ୍ସଲ ପ୍ରବଣ ଅଞ୍ଚଳକୁ ରାଜନେତାମାନେ ଯିବା ପୂର୍ବରୁ ସତର୍କ ରହନ୍ତୁ। ସୋମବାର ଏହା କହିଛନ୍ତିି ରାଜ୍ୟ ପୋଲିସ ଡିଜି ଆର୍‌ପି ଶର୍ମା। 

ପୋଲିସ-ଆଇନଜୀବୀ ବିବାଦ ଘଟଣା: ଗୁରୁବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ପ୍ରତିନିଧି ଦଳ

ପୋଲିସ-ଆଇନଜୀବୀ ବିବାଦ ଘଟଣା: ଗୁରୁବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ପ୍ରତିନିଧି ଦଳ

କଟକ ଅଫିସ, ୨୪।୯: ପୋଲିସ-ଆଇନଜୀବୀ ବିବାଦ ଘଟଣା ଥମିବାର ନାଁ ଧରୁନାହିଁ। ଆସନ୍ତା ବୁଧବାର ପର୍ଯ୍ୟନ୍ତ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ। 

ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ପୁରୀ ଅଫିସ,୨୪।୯ : ୬ ଦଫା ଦାବି ନେଇ ପୁରୀ ଜିଲା ଅଗ୍ନିଶମ କର୍ମଚାରୀ ସଂଘ ପକ୍ଷରୁ ସୋମବାର ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଉଛି। 

ଶିଶୁ ମୃତ୍ୟୁ ଘଟଣା: ଡାକ୍ତରଖାନାରେ ଉତ୍ତେଜନା

ଶିଶୁ ମୃତ୍ୟୁ ଘଟଣା: ଡାକ୍ତରଖାନାରେ ଉତ୍ତେଜନା

କେନ୍ଦୁଝର,୨୪।୯(ସ୍ବ.ପ୍ର.): କେନ୍ଦୁଝର ମାତୃ ଓ ଶିଶୁ ଚିକିତ୍ସାଳୟରେ ସୋମବାର ଶିଶୁ ପୁତ୍ର ମୃତ୍ୟୁକୁ ନେଇ ଟାଉନ ଥାନା ଓ ସିଡିଏମ୍‌ଙ୍କୁ ଲିଖିତ ଅଭିଯୋଗ ହୋଇଛି। 

ମୋଦିଙ୍କ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ଅମିତ ଶାହ

ମୋଦିଙ୍କ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ଅମିତ ଶାହ

ପୁରୀ ଅଫିସ, ୨୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିବାର ଗୋଟିଏ ଦିନ ପରେ ପୁରୀଠାରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଗୋଟିଏ ରାତିରେ ୨ଜଣଙ୍କୁ ହତ୍ୟା, ବଣାଇଁରେ ଚାଞ୍ଚଲ୍ୟ

ଗୋଟିଏ ରାତିରେ ୨ଜଣଙ୍କୁ ହତ୍ୟା, ବଣାଇଁରେ ଚାଞ୍ଚଲ୍ୟ

ବଣାଇଁ,୨୪।୯(ଡି.ଏନ.ଏ.) : ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡରେ ରବିବାର ରାତିରେ ଘଟିଛି ୨ ଜଘନ୍ୟ ହତ୍ୟାକାଣ୍ଡ। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ଓ ପୁଅର ଠେଙ୍ଗା ମାଡ଼ରେ  ବାପାଙ୍କ ଜୀବନ ଯାଇଛି। ଏହି ଡବଲ ମର୍ଡର ଘଟଣା ବଣାଇଁ ଅଞ୍ଚଳରେ ଚାଞ୍ଚଲ୍ୟ  ଖେଳାଇ ଦେଇଛି। ପୋଲିସ ସୂଚନାନୁଯାୟୀ, ଟିକାୟତପଲ୍ଲୀ ଥାନା ଟିକଟମାଟି ଗ୍ରାମର ଗଁ।ଦରୁ ଓରାମ ସ୍ତ୍ରୀ ବନ୍ଦିତା (୨୦)ଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରିଛି।

ଆଇଏଏସ୍‌ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ

ଆଇଏଏସ୍‌ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ

କଟକ ଅଫିସ, ୨୪।୯: ଆଇଏଏସ୍‌ ଅଫିସର ବିନୋଦ କୁମାରଙ୍କୁ ପୁଣି ଜେଲ ଦଣ୍ଡାଦେଶ ହୋଇଛି। ବହୁ ଚର୍ଚ୍ଚିିତ ଓଆର୍‌ଏଚ୍‌ଡିସି ଦୁର୍ନିତି ମାମଲରେ ବିନୋଦଙ୍କ ସମେତ ଅନ୍ୟ ୬ ଜଣଙ୍କୁ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଦଣ୍ଡିତ କରିଛନ୍ତି। 

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଉତ୍ତେଜନା : ୱେସ୍କୋ ଅଫିସରେ ଶବ ପୂରାଇଲେ ଗ୍ରାମବାସୀ

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଉତ୍ତେଜନା : ୱେସ୍କୋ ଅଫିସରେ ଶବ ପୂରାଇଲେ ଗ୍ରାମବାସୀ

ବରଗଡ଼ ଅଫିସ୍‌,୨୪।୯-
ବରଗଡ଼ ସଦର ଥାନା ଅନ୍ତର୍ଗତ ବନବାସପାଲି ଗ୍ରାମରେ ରବିବାର ବିଦ୍ୟୁତ ମରାମତିବେଳେ   ଦୁଃଖଦ ଘଟଣା ଘଟିଛି। ସୋହେଲା ବ୍ଲକ ଭାତବିଡ଼ା ଗ୍ରାମର ଜଣେ ବିବାହିତ ଯୁବକ କୁମର ରଣା(୩୩)ଙ୍କ ଏଥିରେ ଜୀବନ ଯାଇଛି। ଏ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସୋମବାର କ୍ଷୁବ୍ଧ ଗ୍ରାମବାସୀ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ବ୍ୟବଚ୍ଛେଦ ହୋଇଥିବା ମୃତଦେହକୁ ସ୍ଥାନୀୟ ୱେସ୍କୋ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି ମୃତକଙ୍କ ସ୍ତ୍ରୀଙ୍କୁ ୱେସ୍କୋ ବିଭାଗରେ ଚାକିରି ସହ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦାବିରେ ବିକ୍ଷୋଭ କରିଛନ୍ତି।

ଅକ୍ଟୋବର ପହିଲାରୁ ଧାନ ସଂଗ୍ରହ ଆରମ୍ଭ: ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ମିଳିବ ପ୍ରାପ୍ୟ

ଅକ୍ଟୋବର ପହିଲାରୁ ଧାନ ସଂଗ୍ରହ ଆରମ୍ଭ: ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ମିଳିବ ପ୍ରାପ୍ୟ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୧ରୁ ଖରିଫ ଧାନ ସଂଗ୍ରହ ବର୍ଷ ଆରମ୍ଭ ହେବ। ଏହା ୨୦୧୯ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ଖରିଫ୍‌ ଋତୁ ପାଇଁ ରାଜ୍ୟ ସରକାର ୫୫ ଲକ୍ଷ ମେଟ୍ରିକ ଟନ୍‌ ଧାନ ଓ ଚାଉଳ ହିସାବରେ ୩୭ ଲକ୍ଷ ମେଟ୍ରିକ୍‌ ଟନ୍‌ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। 

ଧାନ ବିକ୍ରି ପାଇଁ କଟକଣା ହଟିଲା

ଧାନ ବିକ୍ରି ପାଇଁ କଟକଣା ହଟିଲା

ଭୁବନେଶ୍ୱର, ୨୪।୯(ବ୍ୟୁରୋ): କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଣିକି ସେମାନଙ୍କ ଧାନ ବିକ୍ରି କରିପାରିବେ। ରାଜ୍ୟ ସରକାର ଖାଦ୍ୟ ଓ ଧାନ ସଂଗ୍ରହ ନୀତି-୨୦୧୮ କାର୍ଯ୍ୟକାରୀ କରିଛନ୍ତି।

ବନ ବିଭାଗ ଚେକ୍‌ଗେଟ୍‌ ଭାଙ୍ଗି କର୍ମଚାରୀଙ୍କୁ ଆକ୍ରମଣ ଘଟଣା , ଦୁଇଜଣଙ୍କୁ  ୭ବର୍ଷ ସଶ୍ରମ କାରାଦଣ୍ଡ

ବନ ବିଭାଗ ଚେକ୍‌ଗେଟ୍‌ ଭାଙ୍ଗି କର୍ମଚାରୀଙ୍କୁ ଆକ୍ରମଣ ଘଟଣା , ଦୁଇଜଣଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ

ନୟାଗଡ଼ ଅଫିସ,୨୪ା୯-ବନ ବିଭାଗର ଚେକ୍‌ଗେଟ୍‌ ଭାଙ୍ଗିବା ଓ ସେଠାରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଆକ୍ରମଣ କରିବା ମାମଲାର ଶୁଣାଣି କରି ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଲୋକନାଥ ସାହୁ ୨ଜଣଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଣି କରିଛନ୍ତି।