ରାଜ୍ୟ |

ଟଙ୍କା ଫେରାଇବାକୁ ଡାକି ଠକିଲା ଏମ୍‌ଏମ୍‌ ଫଣ୍ଡ୍‌ ମାନେଜର୍ସ ଲିମିଟେଡ

ଟଙ୍କା ଫେରାଇବାକୁ ଡାକି ଠକିଲା ଏମ୍‌ଏମ୍‌ ଫଣ୍ଡ୍‌ ମାନେଜର୍ସ ଲିମିଟେଡ
କଟକ ଅଫିସ, ୧୯।୧୨- ଜମାକାରୀଙ୍କ ଟଙ୍କା ଠକି ନେଇଥିଲା ଚିଟ୍‌ଫଣ୍ଡ ସଂସ୍ଥା ଏମ୍‌ଏମ୍‌ ଫଣ୍ଡ୍‌ ମ୍ୟାନେଜର୍ସ ଲିମିଟେଡ। ଏବେ ଟଙ୍କା ଫେରାଇବା ପାଇଁ ଜମାକାରୀଙ୍କୁ ଡାକି ପୁଣି ଠକିଛି ସଂସ୍ଥା। ମଙ୍ଗଳବାର ୨୫ଜଣ ଜମାକାରୀ ତଦନ୍ତ କମିଶନଙ୍କ କାର୍ଯ୍ୟାଳୟରେ ୬ଘଣ୍ଟା ଭୋକ ଉପାସରେ ଅପେକ୍ଷା କରି ନିରାଶରେ ଫେରିଛନ୍ତି। ତେବେ ଫେରିବା ପୂର୍ବରୁ ସେମାନେ ତଦନ୍ତ କମିଶନ ଜଷ୍ଟିସ ଏମ୍‌.ଏମ୍‌. ଦାସଙ୍କୁ ଭେଟି ଅଭିଯୋଗ କରିଥିଲେ। କମିଶନ ଉକ୍ତ ସଂସ୍ଥାର ନିର୍ଦ୍ଦେଶକ ଦୀପକ ବେହେରାଙ୍କୁ ଆସନ୍ତା ଜାନୁୟାରୀ ୨୫ରେ ବ୍ୟକ୍ତିଗତ ହାଜର ହୋଇ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତଦିନ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କମିଶନ ଧାର୍ଯ୍ୟ କରିଛନ୍ତି। ଏଥିସହ ଜମାକାରୀମାନଙ୍କୁ ସେମାନଙ୍କ ଟଙ୍କା ତୁରନ୍ତ ଫେରସ୍ତ ପାଇଁ ସଂସ୍ଥାର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଅନୁସାରେ, ଏମ୍‌ଏମ୍‌ ଫଣ୍ଡ୍‌ ମ୍ୟାନେଜର୍ସ ଲିମିଟେଡ୍‌ କ୍ଷୁଦ୍ର ଜମାକାରୀ (୧୦ହଜାର ଟଙ୍କା)ଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ ପାଇଁ ନୋଟିସ ଜାରି କରିଥିଲା। ମଙ୍ଗଳବାର ଆଧାର କାର୍ଡ ଓ ଜମା ରଖିଥିବା ପ୍ରମାଣପତ୍ର ଧରି ତଦନ୍ତ କମିଶନଙ୍କ କାର୍ଯ୍ୟାଳୟ ଆସିବାକୁ ଉକ୍ତ ନୋଟିସରେ ଦର୍ଶାଯାଇଥିଲା। ଅନୁପସ୍ଥିତ ରହିଲେ ଆଉ ସେମାନଙ୍କ ଟଙ୍କା ଫେରସ୍ତ କରାଯିବ ନାହିଁ ବୋଲି ସେଥିରେ ଉଲ୍ଲେଖ ରହିଥିଲା। ଠକାମିର ଶିକାର ହୋଇ ମାନସିକ ଯନ୍ତ୍ରଣାରେ ଛଟପଟ ହେଉଥିବା ଜମାକାରୀମାନେ ଏହି ଚିଠି ପାଇବା ପରେ ଖୁସି ହୋଇଯାଇଥିଲେ। ମୟୂରଭଞ୍ଜ, ବାଲେଶ୍ୱରରୁ ୨୫ଜଣ ପୁରୁଷ ଓ ମହିଳା ଜମାକାରୀ କମିଶନଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ପୂର୍ବାହ୍ନ ୧୧ଟାରେ ଜମା ଟଙ୍କା ଫେରସ୍ତ ପାଇଁ ନୋଟିସରେ ଦର୍ଶାଯାଇଥିଲା। ଏପରିକି କମିଶନଙ୍କ କାର୍ଯ୍ୟାଳୟ ନିକଟରେ ସଂସ୍ଥା ପକ୍ଷରୁ ଉକ୍ତ ଜମାକାରୀଙ୍କ ଆଧାର କାର୍ଡ ଓ ପ୍ରମାଣପତ୍ରର ଜେରକ୍ସ କପି ନିଆଯାଇ ତୁରନ୍ତ ଟଙ୍କା ମିଳିବ ବୋଲି ଅପେକ୍ଷା କରିବାକୁ କୁହାଯାଇଥିଲା। ହେଲେ ଜମାକାରୀମାନେ କମିଶନଙ୍କ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋକ ଉପାସରେ ପଡ଼ି ରହିଥିଲେ ମଧ୍ୟ ସଂସ୍ଥା ପକ୍ଷରୁ କାହାର ଦେଖା ମିଳି ନ ଥିଲା। ଶେଷରେ ସେମାନେ ତଦନ୍ତ କମିଶନ ଜଷ୍ଟିସ ଦାସଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଜଣାଇଥିଲେ। କମିଶନ ଉଦ୍‌ବେଗ ପ୍ରକାଶ କରିବା ସହିତ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଠକେଇ ଅଭିଯୋଗରେ ଏମ୍‌ଏମ୍‌ ଫଣ୍ଡ ମ୍ୟାନେଜର୍ସ ଲିମିଟେଡ ନାମରେ କମିଶନ ଏକ ମାମଲା (ନଂ. ୫ସି) ରୁଜୁ କରିଛନ୍ତି। ଟଙ୍କା ଫେରସ୍ତ ପାଇଁ କମିଶନ ୩୫ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି।
All Right Reserved By

ରାଜ୍ୟ |

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ

ଝାରସୁଗୁଡା ଅଫିସ,୧୮।୧୨: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ ଉଷାରାଣୀ ଦାଶ ମଙ୍ଗଳବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ବିଲ୍‌ ପାସ୍‌ କରାଇଦେବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।

ହାଇକୋର୍ଟ ସ୍ଥାୟୀ ପ୍ରତିଷ୍ଠା ଦାବିରେ ନବରଙ୍ଗପୁର ଜିଲା ବନ୍ଦ ଡାକରା

ହାଇକୋର୍ଟ ସ୍ଥାୟୀ ପ୍ରତିଷ୍ଠା ଦାବିରେ ନବରଙ୍ଗପୁର ଜିଲା ବନ୍ଦ ଡାକରା

ଝରିଗାଁ, ୧୮।୧୨(ସ୍ବ.ପ୍ର)- ଅଭିଭକ୍ତ କୋରାପୁଟ ଜିଲାରେ ହାଇକୋର୍ଟ ସ୍ଥାୟୀ ପ୍ରତିଷ୍ଠା ଦାବି ନେଇ ନବରଙ୍ଗପୁର ଜିଲା ବନ୍ଦ ଡାକରା ଦିଆଯାଇଛି। ଝରିଗାଁ ବ୍ଲକ ସଦର ମହକୁମାଠାରେ ସ୍ଥାନୀୟ ଆଇନଜୀବୀମାନଙ୍କ ଦ୍ୱାରା ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି।

ପାଚିଲା ଧାନ ଉପରେ ପେଥାଇ ମାଡ: ଚିନ୍ତାରେ ଚାଷୀ

ପାଚିଲା ଧାନ ଉପରେ ପେଥାଇ ମାଡ: ଚିନ୍ତାରେ ଚାଷୀ

ଛେଣ୍ଡିପଦା,୧୮।୧୨(ଡି.ଏନ.ଏ)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଦୁଇ ଦିନ ଧରି ପେଥାଇ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଲାଗି ରହିଛି। ଦିନରାତି ଝିପିଝିପି ଲାଗି ରହିଛି। ଏହାଦ୍ୱାରା ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି। ବିଶେଷ କରି ଏହି ବର୍ଷା ପ୍ରଭାବରେ ଚାଷୀକୁଳ କ୍ଷତିଗ୍ରସ୍ତ ହୋଇଛନ୍ତି। 

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ କୋରାପୁଟ ଜିଲା ବନ୍ଦ

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ କୋରାପୁଟ ଜିଲା ବନ୍ଦ

କୋରାପୁଟ, ୧୮।୧୨(ସ୍ବ.ପ୍ର): ଦୀର୍ଘ ୧୫ ଦିନ ହେବ କାର୍ଯ୍ୟ ବନ୍ଦ କରିଥିବା ଆଇନଜୀବୀମାନେ ମଙ୍ଗଳବାର ଅଭିଭକ୍ତ କୋରାପୁଟ ଜିଲା ବନ୍ଦ ଡାକରା ଦେଇଛନ୍ତି।

ପୁରୁଷ ହକି ବିଶ୍ୱକପ୍‌ର ସଫଳ ଆୟୋଜନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୁରୁଷ ହକି ବିଶ୍ୱକପ୍‌ର ସଫଳ ଆୟୋଜନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ଓଡ଼ିଶା ସରକାର ସଫଳତାର ସହ ପୁରୁଷ ହକି ବିଶ୍ୱକପ୍‌କୁ ଆୟୋଜନ କରିଛନ୍ତି। ଏହି କାରଣରୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

ହୃଦ୍‌ରୋଗ ପୀଡ଼ିତ ଶିଶୁଙ୍କୁ ଭେଟିଲେ ନବୀନ

ହୃଦ୍‌ରୋଗ ପୀଡ଼ିତ ଶିଶୁଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହମ୍ମଦାବାଦସ୍ଥିତ ସତ୍ୟସାଇ ହାର୍ଟ ହସ୍ପିଟାଲରେ ସୋମବାର ହୃଦ୍‌ରୋଗ ପୀଡ଼ିତ ଶିଶୁଙ୍କୁ ଭେଟିଛନ୍ତି।

ରାଜ୍ୟରେ ୫ବର୍ଷରେ ମଲେଣି ୩୫୩ ହାତୀ

ରାଜ୍ୟରେ ୫ବର୍ଷରେ ମଲେଣି ୩୫୩ ହାତୀ

ଭଞ୍ଜନଗର,୧୮।୧୨(ଡି.ଏନ.ଏ.): ଗଞ୍ଜାମ ଜିଲାରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ରବିବାର ସକାଳେ ଦିଗପହଣ୍ଡି ରେଞ୍ଜରୁ ଏକ ଦନ୍ତାହାତୀର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା। 

ସ୍ଥଳଭାଗ ଛୁଇଁଲା ପେଥାଇ: ଦକ୍ଷିଣ,ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା

ସ୍ଥଳଭାଗ ଛୁଇଁଲା ପେଥାଇ: ଦକ୍ଷିଣ,ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ପେଥାଇ’ ସୋମବାର ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଦେଇ ସ୍ଥଳଭାଗ ଛୁଇଁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟା ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

‘ତିତ୍‌ଲି’ ସହାୟତା ଦେଲା କେନ୍ଦ୍ର:ମିଳିଲା ୧୦୨୩  କୋଟି

‘ତିତ୍‌ଲି’ ସହାୟତା ଦେଲା କେନ୍ଦ୍ର:ମିଳିଲା ୧୦୨୩ କୋଟି

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ତିତ୍‌ଲି କ୍ଷୟକ୍ଷତି ଭରଣା ପାଇଁ କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏନ୍‌ଡିଆର୍‌ଏଫ୍‌)ରୁ ଓଡ଼ିଶାକୁ ୧୦୨୩.୫୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ତିତ୍‌ଲିରେ ହୋଇଥିବା କ୍ଷୟକ୍ଷତି ଆକଳନ କରି ଭରଣା ପାଇଁ ୨୦୨୩.୨୩ କୋଟି ଟଙ୍କାର ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ମାତ୍ର କେନ୍ଦ୍ର ସରକାର ଏହାର ଅଧା ସହାୟତା ଅନୁମୋଦନ କରିଛନ୍ତି। 

ନିଖୋଜ ଇଞ୍ଜିନିୟରିଂ ଛାତ୍ରଙ୍କ ପତ୍ତା ମିଳୁନି

ନିଖୋଜ ଇଞ୍ଜିନିୟରିଂ ଛାତ୍ରଙ୍କ ପତ୍ତା ମିଳୁନି

ଘସିପୁରା/ଆନନ୍ଦପୁର, ୧୮।୧୨(ସ୍ବ.ପ୍ର.): ଆନନ୍ଦପୁର ବୈତରଣୀ ବ୍ୟାରେଜ ଘାଟରେ ରବିବାର ସେଲଫି ନେବା ବେଳେ ଗୋଡ଼ ଖସି ନିଖୋଜ ଥିବା ଇଞ୍ଜିନିୟରିଂ ଛାତ୍ରଙ୍କ କୌଣସି ପତ୍ତା ମିଳୁନି। ନିଖୋଜ ଘଟଣାକୁ ଦୁଇ ଦିନ ବିତି ଯାଇଥିଲେ ହେଁ ଆନନ୍ଦପୁର ଓ ଘସିପୁରା ଅଗ୍ନିଶମ କର୍ମଚାରୀଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ଛାତ୍ରଙ୍କ ସନ୍ଧାନ ମିଳିପାରି ନାହିଁ। 

ଡାକ୍ତରଙ୍କ ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା: ରେଲ୍‌ଓ୍ବେ କ୍ବାର୍ଟର୍ସରୁ ମୃତଦେହ ଉଦ୍ଧାର

ଡାକ୍ତରଙ୍କ ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା: ରେଲ୍‌ଓ୍ବେ କ୍ବାର୍ଟର୍ସରୁ ମୃତଦେହ ଉଦ୍ଧାର

ପୁରୀ ଅଫିସ,୧୮ା୧୨:  ରେଲ୍‌ଓ୍ବେ କ୍ବାର୍ଟର୍ସରେ ଜଣେ ଡାକ୍ତରଙ୍କ ସ୍ତ୍ରୀଙ୍କୁ ସୋମବାର ମଧ୍ୟାହ୍ନରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତା ହେଲେ ଡାକ୍ତର ସଞ୍ଜୀବ କୁମାର ସାହୁଙ୍କ ସ୍ତ୍ରୀ ସୁଜାତା ସାହୁ (୪୬)। 

ବର୍ଷା ସାଙ୍ଗକୁ କୋହଲା ପାଗ

ବର୍ଷା ସାଙ୍ଗକୁ କୋହଲା ପାଗ

କେନ୍ଦୁଝର, ୧୮ା୧୨(ସ୍ବ.ପ୍ର.): ସାମଦ୍ରିକ ଝଡ଼ ପେଥାଇର ପ୍ରଭାବରେ କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ କୋହଲା ପାଗ ରହିଛି। ଜନଜୀବନ ବ୍ୟତିବ୍ୟସ୍ତ ହୋଇ ପଡ଼ିଛି। ରବିବାର ରାତିରୁ ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ଆରମ୍ଭ ହୋଇଥିଲା। ସୋମବାର ତାହା ଜାରି ରହିଛି। ହଠାତ ବର୍ଷା ଓ କୋହଲା ପାଗ ଯୋଗୁଁ ରାସ୍ତା ଘାଟରେ ଲୋକଙ୍କ ଯାତାୟାତ କମିଛି। ଶୀତ ଅନୁଭୂତ ହେଉଛି।