ରାଜ୍ୟ |

ଯୁବକଙ୍କ ଗଳାକାଟି ହତ୍ୟା: ମାଓବାଦୀଙ୍କ ସମ୍ପୃକ୍ତି ସନ୍ଦେହ

ଯୁବକଙ୍କ ଗଳାକାଟି ହତ୍ୟା: ମାଓବାଦୀଙ୍କ ସମ୍ପୃକ୍ତି ସନ୍ଦେହ

ମାଥିଲି/ ମାଲକାନଗିରି, ୧୯।୧୨(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ମହୁପଦର ପଞ୍ଚାୟତର ଗୋଳିଆଗୁଡା ଗ୍ରାମ ନିକଟରେ ଏକ ଯୁବକଙ୍କ ମୃତଦେହ ମିଳିଛି । ଯୁବକ ଜଣଙ୍କ ଗଳାକାଟି ହତ୍ୟା କରାଯାଇଛି । ମୃତକ ହେଲେ ତେମ୍ବୁ୍ରପାଲି ପଞ୍ଚାୟତର ଜନ୍ଦ୍ରାଗୁଡା ଗ୍ରାମର ମୋୟା କବୀସୀ (୩୦) । ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ତାଙ୍କୁ ହତ୍ୟା କରିଥିବା ଗ୍ରାମବାସୀ କହିଛନ୍ତି । ମୃତଦେହ ନିକଟରୁ ଏକ ମାଓବାଦୀ ପୋଷ୍ଟର ମିଳିଛି। ପ୍ରକାଶ ଯେ, ମୋୟା ଗତ ଶୁକ୍ରବାରରୁ ନିଖୋଜ ଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

All Right Reserved By

ରାଜ୍ୟ |

ବର୍ଷା ଆଣିଲା ହରଷ

ଢେଙ୍କାନାଳ ଅଫିସ, ୧୮।୭: ଲଘୁଚାପଜନିତ ଲଗାଣବର୍ଷା ଢେଙ୍କାନାଳ ଜିଲାର ଚାଷୀଙ୍କ ପାଇଁ ଆଣିଛି ଖୁସି। ଅନିୟମିତ ବର୍ଷାକୁ ନେଇ ଚିନ୍ତିତ ଚାଷୀକୁଳ ପାଇଁ ଜୁଲାଇ ମାସ ଶୁଭ ସାବ୍ୟସ୍ତ ହୋଇଛି। ମଙ୍ଗଳବାର (୧୭ ତାରିଖ) ସୁଦ୍ଧା ଜିଲାରେ ୩୫୪.୪ ମିଲିମିଟର ବର୍ଷା ହୋଇଛି। ଜିଲାରେ ଏହି ସମୟ ମଧ୍ୟରେ ୨୦୦ ମିମି ବର୍ଷାର ଆବଶ୍ୟକ ରହିଥିବାବେଳେ ଏହା ତା’ଠାରୁ ଯଥେଷ୍ଟ ଅଧିକ। ବର୍ଷାର ପରିମାଣ ୪୪.୩% ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି।

ଓଡ଼ିଶାକୁ ମାଡ଼ି ଆସୁଛି ପଶ୍ଚିମବଙ୍ଗ

ଓଡ଼ିଶାକୁ ମାଡ଼ି ଆସୁଛି ପଶ୍ଚିମବଙ୍ଗ

ଭୋଗରାଇ,୧୮।୭(ଡି.ଏନ.ଏ.)-ଓଡିଶା-ପଶ୍ଚିମବଙ୍ଗ ସୀମା ବିବାଦ ପୁଣି ମୁଣ୍ଡ ଟେକିଛି। ବିବାଦୀୟ ଇଲାକାକୁ ମାଡି ବସି ପଶ୍ଚିମବଙ୍ଗ ପ୍ରଶାସନ ବେଆଇନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବାରୁ ଉତ୍ତେଜନାପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ସୀମାନ୍ତବତ୍ତୀ ସାହାବାଜିପୁର-ଉଦୟପୁର ରାସ୍ତାରେ ପଶ୍ଚିମବଙ୍ଗ ସରକାରଙ୍କ ସେଚ ବିଭାଗ ଏକ ଫାଟକ ନିର୍ମାଣ କାମ ଆରମ୍ଭ କରିଥିବା ବେଳେ ଉଦୟପୁର ବେଳାଭୂମିରେ ଏକ ସାଇନବୋର୍ଡ଼ ଝୁଲାଇବା ବିବାଦର କାରଣ ହୋଇଛି। ସାଇନବୋର୍ଡରେ ‘ଦୀଘା ସି ବିଚ୍‌, ପ୍ରୋଟେକ୍ସନ ଆଣ୍ଡ ବ୍ୟୁଟିଫିକେଶନ ୱାର୍କ’ ବୋଲି ଲେଖାରହିଛି।

 ପଶୁ ଡାକ୍ତର ନିଯୁକ୍ତି ହେଉ ନହାନ୍ତି: ବ୍ୟାପୁଛି  ଫାଟୁଆ

ପଶୁ ଡାକ୍ତର ନିଯୁକ୍ତି ହେଉ ନହାନ୍ତି: ବ୍ୟାପୁଛି ଫାଟୁଆ

ବଇଣ୍ଡା,୧୭।୭(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ପଶୁ ଚିକିତ୍ସା ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପଶୁ ଡାକ୍ତର ଓ ଅନ୍ୟାନ କର୍ମଚାରୀ ନିଯୁକ୍ତି କରାଯାଉ ନ ଥିବା ଯୋଗୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ଠାକୁରଗଡ଼, ପାଇକସାହି, ସାନହୁଲା ଆଦି ପଶୁ ଡାକ୍ତରଖାନାରେ ପଶୁ ଡାକ୍ତର ପଦବୀ ଖାଲି ପଡ଼ିଛି। ଦୀର୍ଘଦିନ ଧରି ଏହି ପଦବୀ ପୂରଣ କରାଯାଉ ନ ଥିବା ଯୋଗୁ ଉକ୍ତ ଅଞ୍ଚଳରେ ପଶୁ ଗୁଡ଼ିକ ଚିକିତ୍ସା ପାଇପାରୁ ନାହାନ୍ତି। ଫଳରେ ଅନେକ ଗ୍ରାମରେ ଫାଟୁଆ ରୋଗ ବ୍ୟାପିବାରେ ଲାଗିଛି।

କର୍ଣ୍ଣପାଳ ଗ୍ରାମ ରାସ୍ତା ଶୋଚନୀୟ

କର୍ଣ୍ଣପାଳ ଗ୍ରାମ ରାସ୍ତା ଶୋଚନୀୟ

ଛେଣ୍ଡିପଦା,୧୭।୭(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ କଣଲୋଇ ପଞ୍ଚାୟତ କର୍ଣ୍ଣପାଳ ଗ୍ରାମ ରାସ୍ତା ଶୋଚନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ଉକ୍ତ ରାସ୍ତାରେ କାଦୁଅ ପୂର୍ଣ୍ଣ ହୋଇଯାଉଛି। କଣଲୋଇ-ଭଟପାଳ ମୁଖ୍ୟ ରାସ୍ତାଠାରୁ ଏହି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଟି ଆବଶ୍ୟକୀୟ ରକ୍ଷଣାବେକ୍ଷଣ ଅଭାବରୁ ଏପରି ସମସ୍ୟା ସୃଷ୍ଟି ହୋଇଛି।

ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ:୫ ଗିରଫ

ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ:୫ ଗିରଫ

ଦିଗପହଣ୍ଡି,୧୭ା୭(ଡି.ଏନ.ଏ.): ଦିଗପହଣ୍ଡି-ଚିିକିଟି ମୁଖ୍ୟ ରାସ୍ତାର ଜକର ଗାଁ ନିକଟବର୍ତ୍ତି ରତନେଇ ପାହାଡ଼ ନିକଟରେ ଚାଲିଥିବା ବ୍ୟାଙ୍କ ଡକାୟତି ଯୋଜନାକୁ କେ.ନୂଆଗାଁ ପୋଲିସ ପଣ୍ଡ କରିଛି। ଡକାୟତି ଯୋଜନା କରୁଥିବା ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା କଦଳୀବାଡ଼ ସାହିର ଅନୀଲ ସାହୁ, ଆଡ଼ୁଆ ସାହିର କାଶୀନାଥ ପାଢ଼ୀ, ଲାଞ୍ଜିପଲ୍ଲୀ ଗୁଡ଼ସେଡ୍‌ ରୋଡ ତେଲୁଗୁ ସାହିର ସନ୍ତୋଷ ଶବର, ବଡ଼ବଜାର ଥାନା ପ୍ରହଲ୍ଲାଦ ନଗର ୪ର୍ଥ ଲେନର ସୁରେନ୍ଦ୍ର ସ୍ବାଇଁ ଏବଂ ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଳୀ ରାମନଗର ତେଲିଗୁଡ଼ି ସାହିର ଅରୁଣ ପଣ୍ଡା।

ବଦଳିବ ହୀରାଖଣ୍ଡ ଏକ୍ସପ୍ରେସର ଦିଗ

ବଦଳିବ ହୀରାଖଣ୍ଡ ଏକ୍ସପ୍ରେସର ଦିଗ

ଝାରସୁଗୁଡା ଅଫିସ,୧୭ା୭: ରେଳ ବିଭାଗ ପକ୍ଷରୁ ବିଶାଖାପଟନମ୍‌-ଅମ୍ରିତସର ହୀରାଖଣ୍ଡ ଏକ୍ସପ୍ରେସ୍‌ ଗତିପଥ ପରିବର୍ତ୍ତନ ଘୋଷଣା କରାଯାଇଛି। ଏହି ଘୋଷଣାକୁ ବିରୋଧ କରି ବିଭିନ୍ନ ସାମାଜିକ ସଙ୍ଗଠନ ୧୯ ତାରିଖରେ ଝାରସୁଗୁଡା ବନ୍ଦ ଏବଂ ରେଳ ରୋକ ଜରିଆରେ ପ୍ରତିବାଦ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଜିଲା ପ୍ରଶାସନ ତରଫରୁ ମଙ୍ଗଳବାର ରେଳ କର୍ତ୍ତୃପକ୍ଷ ଏବଂ ସାମାଜିକ ସଙ୍ଗଠନର ଆଲୋଚନା ପାଇଁ ବୈଠକ ଡକାଯାଇଥିଲା। ଏଥିରୁ ରେଳ ବିଭାଗର ଏକପାଖିଆ ମନୋଭାବ କଥା ସ୍ପଷ୍ଟ ହୋଇଛି। କାରଣ ଝାରସୁଗୁଡା ରୋଡ ଷ୍ଟେଶନର ଭିତ୍ତିଭୂମିରେ ଜିଲାପାଳ ଅସନ୍ତୁଷ୍ଟ ଥିବା ବେଳେ ସେଠାକାର ସୁରକ୍ଷା ଏବଂ ନିରାପତ୍ତାକୁ ନେଇ ଝାରସୁଗୁଡା ଏସ୍‌ପି ସନ୍ଦିହାନ।

ବର୍ଷାରେ ଭୁଶୁଡିଲା କାନ୍ଥ : ଅଳ୍ପକେ ବର୍ତ୍ତିଲେ ପରିବାର

ବର୍ଷାରେ ଭୁଶୁଡିଲା କାନ୍ଥ : ଅଳ୍ପକେ ବର୍ତ୍ତିଲେ ପରିବାର

ମାଥିଲି , ୧୭।୭ (ଡି.ଏନ.ଏ)- ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ହାଟପଦାସାହିରେ ସୋମବାର ରାତିରେ ଲଗାଣ ବର୍ଷାରେ ଗୁନାକର ସଗରିଆଙ୍କ କାନ୍ଥ ଭୁଶୁଡିପଡିଛି । ତେବେ ଏଥିରେ ତାଙ୍କ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି । କେହି ଏଥିରେ ଆହତ ହୋଇନାହାନ୍ତି। କିଛି ଦିନ ହେବ ମାଥିଲି ବ୍ଲକରେ ଲଗାଣ ବର୍ଷା ଜାରି ରହିଛି । ବର୍ଷାର ପ୍ରଭାବରେ ଅଞ୍ଚଳର ଅଧିକାଂଶ ଲୋକଙ୍କ ମାଟି ଘର କାନ୍ଥ ଧଶିଯାଉଛି । ସୋମବାର ରାତିରେ ଗୁନାକରଙ୍କ ସମେତ ତାଙ୍କ ସ୍ତ୍ରୀ, ୨ ଶିଶୁ ଓ ତାଙ୍କ ସମ୍ପର୍କୀୟ ମାଆ ଘରେ ଶୋଇଥିଲେ

 ଉତ୍ତରକୁ ଢଳିଲେ ସିଦ୍ଧେଶ୍ୱର ମହାଦେବ: ଅପୂର୍ବ ଦୃଶ୍ୟ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ

ଉତ୍ତରକୁ ଢଳିଲେ ସିଦ୍ଧେଶ୍ୱର ମହାଦେବ: ଅପୂର୍ବ ଦୃଶ୍ୟ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ

ଖଣ୍ଡପଡା,୧୭।୭(ସ୍ବ.ପ୍ର.)-କଣ୍ଟିଲୋ ଶ୍ରୀ ନୀଳମାଧବ ଜୀଉଙ୍କ ପାର୍ଶ୍ୱଠାକୁର ଭାବେ ବିରାଜିତ ସିଦ୍ଧେଶ୍ୱର ମହାଦେବ ମଙ୍ଗଳବାର କର୍କଟ ସଂକ୍ରାନ୍ତିରେ ଉତ୍ତରକୁ ଢ଼ଳିଛନ୍ତି। ଶତାଧିକ ଶ୍ରଦ୍ଧାଳୁ ନୀଳମାଧବ ଜୀଉଙ୍କ ପୀଠରେ ମହାଦେବଙ୍କ ଏହି ଅପୂର୍ବ ଦୃଶ୍ୟ ଦର୍ଶନ କରିଥିଲେ ।

ନିମାପଡ଼ା ବିଧାୟକଙ୍କ ଅଶାଳୀନ ମନ୍ତବ୍ୟ ଘଟଣା: କୁଶ ପୁତ୍ତଳିକା ଦାହ କଲା ଭାଜପା ଯୁବମୋର୍ଚ୍ଚା

ନିମାପଡ଼ା ବିଧାୟକଙ୍କ ଅଶାଳୀନ ମନ୍ତବ୍ୟ ଘଟଣା: କୁଶ ପୁତ୍ତଳିକା ଦାହ କଲା ଭାଜପା ଯୁବମୋର୍ଚ୍ଚା

ନିମାପଡ଼ା,୧୭।୭(ଡି.ଏନ୍‌.ଏ.): ଧନୁଆ ନଦୀ ବନ୍ଧ ପାର୍ଶ୍ୱରେ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ସୋମବାର ସାଧାରଣ ଲୋକମାନଙ୍କୁ ଅଶାଳୀନ ମନ୍ତବ୍ୟ ପ୍ରଦାନ ଘଟଣାକୁ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି। ମଙ୍ଗଳବାର ନିମାପଡ଼ା ବସ୍‌ଷ୍ଟାଣ୍ଡ ନିକଟରେ ଭାଜପା କର୍ମୀମାନେ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି।

ଅଗଷ୍ଟ ୯ରେ ସିପିଏମ୍‌ର ଜେଲ୍‌ଭରୋ ଆନ୍ଦୋଳନ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରାଯାଉ। ରାଜ୍ୟର ସମସ୍ତ କୃଷି ଋଣ ଛାଡ଼ କରାଯାଉ। ଏହି ମର୍ମରେ ରାଜ୍ୟ ସିପିଏମ୍‌ ପକ୍ଷରୁ ଚଳିତ ଅଗଷ୍ଟ ୯ରେ ଜେଲ୍‌ଭରୋ ଆନ୍ଦୋଳନ କରାଯିବ।

ଧର୍ମେନ୍ଦ୍ରଙ୍କୁ ଦାମଙ୍କ ସମାଲୋଚନା: ଛେରାପହଁରାକୁ ଝାଡ଼ୁ ମାରିବା ସହ ତୁଳନା ନିଚ୍ଛକ ଅହଙ୍କାରର ପ୍ରତିଫଳନ

ଧର୍ମେନ୍ଦ୍ରଙ୍କୁ ଦାମଙ୍କ ସମାଲୋଚନା: ଛେରାପହଁରାକୁ ଝାଡ଼ୁ ମାରିବା ସହ ତୁଳନା ନିଚ୍ଛକ ଅହଙ୍କାରର ପ୍ରତିଫଳନ

ଭୁବନେଶ୍ୱର,୧୭୭।୭(ବ୍ୟୁରୋ): ଓଡ଼ିଆ ଜାତିର ସ୍ପନ୍ଦନ ହେଉଛନ୍ତି ଜଗନ୍ନାଥ। କେବଳ ତାଙ୍କର ନବକଳେବର ହୁଏ। ସେଠି ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନବକଳେବର ହେବ, ତେବେ ଏହା ତାଙ୍କର ଅହଙ୍କାର ବୋଲି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ କହିଛନ୍ତି। ଉକ୍ତ ଅହଂକାରକୁ ପୁରୀବାସୀ ତଥା ଓଡ଼ିଆ ସହ୍ୟ କରିପାରିବେ ନାହିଁ।

ଗାଁକୁ ନାହିଁ ରାସ୍ତା: ୩ କିମି ବୁହାହେଲେ ରୋଗୀ

ଗାଁକୁ ନାହିଁ ରାସ୍ତା: ୩ କିମି ବୁହାହେଲେ ରୋଗୀ

ସଜନାଗଡ଼,୧୭।୭(ଡି.ଏନ୍‌.ଏ): ନୀଳଗିରି ଉପଖଣ୍ଡ ଶିଆଡ଼ିମାଳ ପଞ୍ଚାୟତ କୁଲଡ଼ିହା ପାଦଦେଶରେ ସିନ୍ଦୁରିଆ ଗ୍ରାମରେ ଜଣେ ରୋଗୀଙ୍କୁ ମଙ୍ଗଳବାର ଦୀର୍ଘ ତିନି କି.ମି. ବୋହି ଆଣିବା ପରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେ ହେଲେ ରୂହ୍ୟା ସିଂ।

Model This Week

ରୂପେଶ