ରାୟଗଡା

ଦାଦନ ଖଟିବାକୁ ଯାଇ ବିନା ଟଙ୍କାରେ ଫେରିଲେ ୬ଶ୍ରମିକ

ଦାଦନ ଖଟିବାକୁ ଯାଇ ବିନା ଟଙ୍କାରେ ଫେରିଲେ ୬ଶ୍ରମିକ
ନବରଙ୍ଗପୁର/ଝରିଗାଁ,୧୭।୧୨(ସ୍ବ.ପ୍ର./ବି.ପ୍ର.) କାମ ରହିଛି ହେଲେ ଠିକ ସମୟରେ ଟଙ୍କା ମିଳୁନାହିଁ। ଫଳରେ ବାଧ୍ୟହୋଇ ଦଲାଲଙ୍କ ଚାଲୁ କଥାରେ ପଡି ବାହାର ରାଜ୍ୟକୁ କାମ ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି ଯୁବକମାନେ। ଶେଷରେ ଦାଦନ ଖଟିବାକୁ ଯାଇ ବିନା ଟଙ୍କାରେ ମାଡ ଖାଇ ଘରକୁ ଫେରିଥିବା ଘଟଣା ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବାଣୁଆଗୁଡା ପଞ୍ଚାୟତ ଦେଉଳକୋଣା ଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, କୁଟ୍ରିଛାପର ପଞ୍ଚାୟତ ମାଣ୍ଡିଆଢୁସି ଗ୍ରାମର କୁମର ସାନ୍ତା ଏବଂ ଚିତାବେଡା ପଞ୍ଚାୟତ ଡେବରାଗୁଡା ଗ୍ରାମର ଲକ୍ଷ୍ମଣ ସାନ୍ତା ନାମକ ଦୁଇ ଦଲାଲ ପାଖଆଖ ଗ୍ରାମର ବେକାର ଯୁବକମାନଙ୍କୁ ଲୋଭ ଦେଖାଇ ବାହାର ରାଜ୍ୟକୁ ନେଇ ସେଠାରେ କାମରେ ଲଗାଇଥିଲେ । ଦେଉଳକୋଣା ଗ୍ରାମର ୭ ଜଣ ଜୟରାମ କମାର, ତିଲ ଗଣ୍ଡ,ବିଜୁ ମାଳି,ଯାଦବ ମାଳି,ଅନ୍ତରାମ ଗଣ୍ଡ,ଗୋବଲୁ ଗଣ୍ଡ, ଦଶରୁ ହରିଜନ ସେହିପରି କୁସୁମି ଗ୍ରାମର ମହାଙ୍ଗୁ ଜାଲ, ବାଣୁଆଗୁଡା ଗ୍ରାମର ବାସୁ ଗଣ୍ଡ ଏବଂ ସିନ୍ଧିଗୁଡା ଗ୍ରାମର ନକୁଳ ଗଣ୍ଡଙ୍କୁ ଦୈନିକ ୮ ଘଣ୍ଟା କାମକରି ମାସିକ ୯ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କହି ନେଇଥିଲେ। ସେମାନଙ୍କୁ ଚଳିତ ବର୍ଷ ଜୁଲାଇ ୨୨ ତାରିଖରେ ବାଣପୁର ଗ୍ରାମକୁ ନେଇ ଦୁଇ ଅପରିଚିତ ଦଲାଲଙ୍କ ନିକଟରେ ଛାଡ଼ି ଆସିଥିଲେ। ସେଠାରେ ଜଣେ ଦଲାଲ ୫ ଦାଦନଙ୍କୁ ନେଇ ରାଜସ୍ଥାନର ସମ୍ବପୁର ଅଞ୍ଚଳରେ ଚାଲିଥିବା ରେଳ ଧାରଣା କାର୍ଯ୍ୟରେ ନିୟୋଜିତ କରାଇଥିବା ବେଳେ ଅନ୍ୟ ଏକ ଦଲାଲ ଆଉ ୫ ଜଣ ଦାଦନଙ୍କୁ ନେଇ ବାଙ୍ଗାଲୋର ନିକଟସ୍ଥ ଲଜମ୍ବପୁର ଅଞ୍ଚଳରେ ନେଇ କେନାଲ କାମରେ ନିୟୋଜିତ କରାଇଥିଲେ। ସେଠାରେ ସେମାନଙ୍କୁ ଦୈନିକ ୧୨ ଘଣ୍ଟା କାମ କରିବାକୁ ପଡୁଥିଲା। ଦୈନିକ କାମ ପାଇଁ ମାତ୍ର ୫୦ ଟଙ୍କା ଦିଆଯାଉଥିଲା। ଏହିପରି ଅବସ୍ଥାରେ ସେଠାରେ ୫ ମାସ କାମ କରିବା ପରେ ଆଉ କାମ କରିବୁ ନାହିଁ, କାମ କରିଥିବା ବାବଦକୁ ଆମ ଟଙ୍କା ଦିଅ ବୋଲି ରାଜସ୍ଥାନ ଯାଇଥିବା ୫ ଶ୍ରମିକ ତିଲ ଗଣ୍ଡ, ବିଜୁ ମାଳି, ଯାଦବ ମାଳି, ଅନ୍ତରାମ ଗଣ୍ଡ, ଗୋବଲୁ ଗଣ୍ଡ ମାଗିଥିଲେ। କିନ୍ତୁ ସେମାନଙ୍କୁ ପ୍ରାପ୍ୟ ଟଙ୍କା ନ ଦେଇ ନିଜ ନିଜ ଘରକୁ ଯିବା ସକାଶେ ବାଟ ଖର୍ଚ୍ଚ ପ୍ରଦାନ କରାଯାଇ ଘରକୁ ପଠାଇ ଦେଇଥିଲେ। ସେହିଭଳି ବାଙ୍ଗୋଲର ଯାଇଥିବା ୫ ଦାଦନ ଶ୍ରମିକଙ୍କୁ ଟଙ୍କା ନ ମିଳିବାରୁ ସେଥିମଧ୍ୟରୁ ଜୟରାମ କମାର ଲୁଚିକରି ସେଠାରୁ ପଳାୟନ କରିଥିଲେ। ଫଳରେ ସେଠାରେ ଆଉ ଫସିଥିବା ୪ ଦାଦନ ଶ୍ରମିକଙ୍କ ପରିବାର ଲୋକେ କେମିତି ଘରକୁ ଫେରିଆସି ପାରିବେ ସେହି ଆଶା ନେଇ ପ୍ରଶାସନର ସହାୟତାର ନିବେଦନ କରୁଥିବା ନେଇ ପରିବାର ଲୋକେ କହିଛନ୍ତି।
All Right Reserved By

ରାୟଗଡା

ବିଭିନ୍ନ ଦାବିରେ ଧାରଣାକୁ ଓହ୍ଲାଇଲା ବ୍ୟାଙ୍କ କର୍ମଚାରୀ ସଂଘ

ବିଭିନ୍ନ ଦାବିରେ ଧାରଣାକୁ ଓହ୍ଲାଇଲା ବ୍ୟାଙ୍କ କର୍ମଚାରୀ ସଂଘ

ଜୟପୁର,୧୧ା୧୨(ଡି.ଏନ୍‌.ଏ.): ଜୟପୁରସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ (ୟୁଜିବି)ର ଆଞ୍ଚଳିକ ପ୍ରଶାସନିକ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାଙ୍କ କର୍ମଚାରୀ ସଂଘ ବିଭିନ୍ନ ଦାବି ନେଇ ମଙ୍ଗଳବାର ଧାରଣାକୁ ଓହ୍ଲାଇଛନ୍ତି।

ଆଦିବାସୀ ମାନ୍ୟତା ଦାବି ଉଠାଲା ଗିରିଜନ ବିକାଶ ପରିଷଦ

ଆଦିବାସୀ ମାନ୍ୟତା ଦାବି ଉଠାଲା ଗିରିଜନ ବିକାଶ ପରିଷଦ

ନନ୍ଦପୁର,୧୧ା୧୨(ଡି.ଏନ୍‌.ଏ.): ନନ୍ଦପୁର ସଦର ସ୍ଥିତ ସର୍ବେଶ୍ୱର ମନ୍ଦିରରେ ମଙ୍ଗଳବାର ଦକ୍ଷିଣ ଓଡ଼ିଶା ଗିରିଜନ ବିକାଶ ପରିଷଦ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ପରିଷଦର ଅବିଭକ୍ତ କୋରାପୁଟ ଜିଲାର କର୍ମକର୍ତ୍ତା ଯୋଗ ଦେଇଥିଲେ। ଆନ୍ଧ୍ରପ୍ରଦେଶରେ ଅନୁସୂଚିତ ଜାତି ଓ ପଛୁଆ ବର୍ଗର ଲୋକ ମଧ୍ୟ ଅନୁସୂଚିତ ଜନଜାତି ତାଲିକାଭୁକ୍ତ ରହିଛନ୍ତି। 

ବସ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌

ବସ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌

କୋରାପୁଟ,୧୧ା୧୨(ସ୍ବ.ପ୍ର.): ଜୟପୁରରୁ ଭୁବନେଶ୍ୱର ଯାଉଥିବା ଜ୍ୟୋତି ନାମକ ଏକ ଘରୋଇ ବସ୍‌ରୁ ସୋମବାର ରାତିରେ କୋରାପୁଟ ଟାଉନ ଥାନା ପୋଲିସ ଦୁଇଟି ବ୍ୟାଗ ଗଞ୍ଜେଇ ଜବତ କରିଛି।

ତିନି ପଞ୍ଚାୟତକୁ ମରୁଡି ଘୋଷଣା ଦାବି: ଉପଜିଲାପାଳ କାର୍ଯ୍ୟାଳୟ ଘେରିଲେ ଶତାଧିକ ଚାଷୀ

ତିନି ପଞ୍ଚାୟତକୁ ମରୁଡି ଘୋଷଣା ଦାବି: ଉପଜିଲାପାଳ କାର୍ଯ୍ୟାଳୟ ଘେରିଲେ ଶତାଧିକ ଚାଷୀ

ଜୟପୁର,୧୧।୧୨(ଡି.ଏନ.ଏ)- ବୋରିଗୁମ୍ମା ବ୍ଲକର ତିନି ପଞ୍ଚାୟତର ଚାଷ ଜମି ଗୁଡ଼ିକରେ ପାଣି ଅଭାବ ଯୋଗଁୁ ଖରିଫ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି । ଡେଙ୍ଗପଦର, ଆଉଁଳି ଏବଂ ସାନପରିଆ ପଞ୍ଚାୟତକୁ ସରକାର ମରୁଡ଼ି ଘୋଷଣା କରିବା ଦାବି ନେଇ ସମ୍ପୃକ୍ତ ଅଞ୍ଚଳର ଚାଷୀମାନେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସୋମବାର ଘେରାଉ କରିବା ସହିତ ଜିଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। 

ପୂର୍ବତନ ସରପଞ୍ଚଙ୍କ ଅଶ୍ଳିଳ ଭିଡିଓ ଭାଇରାଲ: ସ୍ତ୍ରୀ-ସ୍ବାମୀଙ୍କ ଥାନାରେ ପୃଥକ ଅଭିଯୋଗ

ପୂର୍ବତନ ସରପଞ୍ଚଙ୍କ ଅଶ୍ଳିଳ ଭିଡିଓ ଭାଇରାଲ: ସ୍ତ୍ରୀ-ସ୍ବାମୀଙ୍କ ଥାନାରେ ପୃଥକ ଅଭିଯୋଗ

ନବରଙ୍ଗପୁର,୧୧।୧୨(ବି.ପ୍ର.): ନବରଙ୍ଗପୁର ଜିଲା ଡାବୁଗାଁ ଥାନାଅଧିନ ଜଣେ ପୂର୍ବତନ ମହିଳା ସରପଞ୍ଚଙ୍କ ଅଶ୍ଳିଳ ଭିଡିଓ ଭାଇରାଲ ହୋଇଥିବା ନେଇ ତାଙ୍କ ସ୍ବାମୀ ସୋମବାର ନନ୍ଦପୁରା ଗାଁର ଜଣେ ଠିକାଦାର ମହେଶ ଦାଶ ପନକା ନାମରେ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତିା ଭିଡିଓ ଭାଇରାଲ କାହଁିକି କଲୁ ବୋଲି ପରାଚରିବା ପରେ ଠିକାଦାର ଜଣକ ବିଭିନ୍ନ ଧମକ ଚମକ ଦେଉଥିବା ସେ ଅଭିଯୋଗ କରିଛନ୍ତିା

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଝରିଗାଁ ଲ୍ୟାମ୍ପ୍ସ ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢାଉ

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଝରିଗାଁ ଲ୍ୟାମ୍ପ୍ସ ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢାଉ

ନବରଙ୍ଗପୁର/ଝରିଗାଁ,୧୧।୧୨(ବି.ପ୍ର./ସ୍ବ.ପ୍ର.)- ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲା ଝରିଗାଁ ଲ୍ୟାମ୍ପ୍ସ ସମ୍ପାଦକ ଗୟା ନାରାୟଣ ମାଟିଆଙ୍କ ଘର ସମେତ ୮ଟି ସ୍ଥାନରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ଚଢାଉ ଜାରି ରହିଛି ା

ଚିକିତ୍ସାରେ ଅର୍ଥ ବାଧକ: କଥା କହିପାରୁନି ୧୮ ବର୍ଷର ପୁଅ

ଖଇରପୁଟ,୧୧।୧୨(ଡି.ଏନ.ଏ) - ମାଲକାନଗିରି ଜିଲା ଖଇରପୁଟ ବ୍ଲକ ସର୍ଗିଗୁଡା ଗ୍ରାମରେ  ଜଣେ  ୧୮ ବର୍ଷର ଯୁବକ ଜନ୍ମରୁ ନିଜ ପରିବାର ଉପରେ ବୋଝ ସାଜିଛନ୍ତି। ଅତି ଦୟନୀୟ ଅବସ୍ଥାରେ ପରିବାର ଏବଂ ଯୁବକ ଜଣକ ଦିନ ବିତାଉଛନ୍ତି ା ସରକାର ଚାହଁିଲେ   ମୋ ପୁଅକୁ  ଭଲ  କରିଦେବେ ବୋଲି ମାଆବାପା ଆକୁଳ ନିବେଦନ କରିଛନ୍ତି ା  

ବିଧାୟକଙ୍କ ହସ୍ତକ୍ଷେପ ଯୋଗୁ ୨୪ ଘଣ୍ଟା ମଧ୍ୟରେ ଖୋଳାଗଲା ନଳକୂପ

ଗୋବିନ୍ଦପାଲ୍ଲୀ,୧୧।୧୨(ଡି.ଏନ୍‌.ଏ.)-ଖଇରପୁଟ ବ୍ଲକ ଗୋବିନ୍ଦପାଲିସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଏକ ନଳକୂପ ସୋମବାର ଖୋଳାଯାଇଛି। ବହୁ ଦିନ ଧରି ଏଠାରେ ପାନୀୟ ଜଳ ହଇରାଣ ହେବାକୁ ପଡୁଥିଲା।

ଟୋକନ ନ ମିଳିବାରୁ ଚାଷୀଙ୍କ ଲ୍ୟାମ୍ପସ ଘେରାଉ

ଟୋକନ ନ ମିଳିବାରୁ ଚାଷୀଙ୍କ ଲ୍ୟାମ୍ପସ ଘେରାଉ

ପାପଡାହାଣ୍ଡି/ମଇଦଲପୁର,୧୦।୧୨(ଡି.ଏନ.ଏ)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଲ୍ୟାମ୍ପସର ଶତାଧିକ ଚାଷୀ ଟୋକନ ନ ପାଇ ସୋମବାର ଲ୍ୟାମ୍ପସ କାର୍ଯ୍ୟାଳୟ ଘେରାଉ କରିଥିଲେ। 

ସରକାରୀ ସହାୟତା  ସ୍ବପ୍ନ

ସରକାରୀ ସହାୟତା ସ୍ବପ୍ନ

ଗୋବିନ୍ଦପାଲି,୧୦।୧୨- ମାଲକାନଗିରି ଜିଲା ଖଇରପୁଟ ବ୍ଲକ ବଡଡୁରାଲ ପଞ୍ଚାୟତର ପୂଜାରିଗୁଡା ଗ୍ରାମରେ ଅସହାୟ ଅବସ୍ଥାରେ ଦିନ ବିତାଉଛନ୍ତି ସମାରୀ ହନ୍ତାଳ। ସ୍ବର୍ଗତ ଅଦିଆ ହନ୍ତାଳଙ୍କ ସ୍ତ୍ରୀ ସମାରୀଙ୍କୁ ବୟସ ୭୦ ଟପିଲାଣି। ଏଯାଏ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିନି। ତାଙ୍କର ଆଧାର କାର୍ଡ କିମ୍ବା ଭୋଟ ପରିଚୟପତ୍ର ନାହିଁ। ତାଙ୍କ କାନକୁ ଭଲ ଶୁଭୁନାହିଁ କି ଆଖିକୁ ଭଲ ଦେଖାଯାଉନାହିଁ। 

୧୦୮ କେଜି ଗଞ୍ଜେଇ ଜବତ: ୭  ଗିରଫ

୧୦୮ କେଜି ଗଞ୍ଜେଇ ଜବତ: ୭ ଗିରଫ

ବାଲିମେଳା, ୧୦।୧୨ (ଡି.ଏନ୍‌.ଏ.)-ଓର୍କେଲ ଥାନା ପୋଲିସ ୧୦୮ କେଜି ଗଞ୍ଜେଇ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।  ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।

ମଣ୍ଡେଇ ମହୋତ୍ସବର ଉଦଯାପନୀ ସନ୍ଧ୍ୟା

ମଣ୍ଡେଇ ମହୋତ୍ସବର ଉଦଯାପନୀ ସନ୍ଧ୍ୟା

 ନବରଙ୍ଗପୁର,୯।୧୨(ବି.ପ୍ର): ଲୋକ ମହୋତ୍ସବ ମଣ୍ଡେଇର ଉଦଯାପନୀ ସନ୍ଧ୍ୟାରେ  ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି,  ସଂଖ୍ୟାଲଘୁ ଓ ପଛୁଆବର୍ଗ ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିଲେ ।