ରାୟଗଡା

ନିଆଁ ଲାଗି ଧାନ ଗଦା, ଟ୍ରାକ୍ଟର ଜଳିଗଲା

ନିଆଁ ଲାଗି ଧାନ ଗଦା, ଟ୍ରାକ୍ଟର ଜଳିଗଲା
କୋଷାଗୁମୁଡ଼ା,୧୭।୧୨(ଡି.ଏନ.ଏ.) କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ସାନ ଆମ୍ବଡ଼ା ପଞ୍ଚାୟତ ମାଙ୍କଡ଼ି ଗ୍ରାମରେ ନିଅଁା ଲାଗି ଧାନ ଗଦା ଓ ଟ୍ରାକ୍ଟର ଜଳିଯାଇଛି। ଶନିବାର ରାତିରେ ଧାନ ଖଳାରେ ମେସିନରେ ଧାନ ମଳା ଚାଲିଥିଲା। ସେହି ସମୟରେ ହଠାତ ମେସିନରେ ନିଅଁା ଲାଗିଯାଇଥିଲା। ଫଳରେ ଧାନ ଗଦା ଉପରେ ନିଅଁା ମାଡ଼ି ଯାଇ କ୍ରମଶ ନିକଟରେ ଥିବା ଟ୍ରାକ୍ଟରରେ ଜଳିବାକୁ ଲାଗିଥିଲା। ପରେ କୋଷାଗୁମୁଡ଼ା ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। କ୍ଷତିଗ୍ରସ୍ତ ଚାଷୀମାନେ ତୁରନ୍ତ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି।
All Right Reserved By

ରାୟଗଡା

ଦଶମୀ ଦିନକ ପରେ ଚୁରୁଚୁଣ୍ଡାରେ କନ୍ଦାଖାଇ ଦଶହରା

ଦଶମୀ ଦିନକ ପରେ ଚୁରୁଚୁଣ୍ଡାରେ କନ୍ଦାଖାଇ ଦଶହରା

ନବରଙ୍ଗପୁର,୧୯।୧୦(ବି.ପ୍ର)-ଦଶମୀ ଦିନକ ପରେ  ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ ଚୁରୁଚୁଣ୍ଡା ଗଁାଠାରେ ନୂଆଖାଇ ପାଳିତ ହୁଏ। ଏପରି ରାଜରାଜୁଡ଼ା ଅମଳରୁ ପାଳିତ ହୋଇଆସୁଛି ବୋଲି ବାସିନ୍ଦା କହିଛନ୍ତି।  ଗଙ୍ଗାଦେବୀ ଶକ୍ତିପୀଠକୁ ଆଖପାଖ ଅଞ୍ଚଳରୁ ଦେବୀଙ୍କ ଲାଠି, ଚୌକି ଆସିବା ପରେ ପୂଜାର୍ଚ୍ଚନା ହୁଏ। ଗ୍ରାମର ସମସ୍ତ ଲୋକ ଏକାଠି ହୋଇ ଦେବୀପୀଠରେ ପୂଜା କରିବା ସହ ନବାନ୍ନ ଚତାଇ ଘରେ ଘରେ ଖାଇଥାନ୍ତି। ଏଥିରେ ନୂଆ ଧାନରୁ ପ୍ରସ୍ତୁତ ଖାଦ୍ୟ ଖିଆଯାଏ। ପୂର୍ବରୁ ଏପରି ପରମ୍ପରା ରହିଆସିଛି।

ଗ୍ରାମଦେବୀ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ

ଗ୍ରାମଦେବୀ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ

କୋରାପୁଟ୍‌,୧୯।୧୦(ସ୍ବ.ପ୍ର)-ଶୁକ୍ରବାର ଦଶହରା ଉପଲକ୍ଷେ  କୋରାପୁଟ ସହରର ଗ୍ରାମଦେବୀ ମା’ ମୁତ୍ୟୁଲୁମା’ ଓ ମା’ ବାଟ ମଙ୍ଗଳା ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ଶୁକ୍ରବାର ବଢି ଭୋରରୁ ମା’ଙ୍କୁ ଯଥାରୀତିରେ ପୂଜାର୍ଚ୍ଚନା କରାଯିବା ସହ ଦର୍ଶନ ପାଇଁ ଖୋଲାଯାଇଥିଲା । ଏହି ଅବସରରେ ସକାଳୁ ଶହ ଶହ ଭକ୍ତ ମନ୍ଦିରରେ ଲମ୍ବା ଲାଇନରେ ମା’ଙ୍କୁ ଦର୍ଶନ କରିବା ସହ କୃପା ଲଭିଥିଲେ 

ଆଦିବାସୀଙ୍କ ନିଆରା ପରମ୍ପରା : ୨୦ରୁ ଊର୍ଦ୍ଧ୍ୱ ଲାଠି ପୂଜା ପାଇଲେ

ଆଦିବାସୀଙ୍କ ନିଆରା ପରମ୍ପରା : ୨୦ରୁ ଊର୍ଦ୍ଧ୍ୱ ଲାଠି ପୂଜା ପାଇଲେ

କୋରାପୁଟ,୧୯।୧୦(ସ୍ବ.ପ୍ର)-କେଉଁ ଆବାହାନକାଳୁ ଜୟପୁର ମହାରାଜାଙ୍କ ଉଧ୍ୟମରେ ଆଦିବାସୀମାନେ ଲାଠିଯାତ୍ରା ପାଳନ କରିଆସୁଥିବା ନଜିର ରହିଛି । ଦଶହରା ଅବସରରେ କୋରାପୁଟଠାରେ ଆଦିବାସୀମାନଙ୍କ ନିଆରା ପରମ୍ପରା ସ୍ବରୂପ ଲାଠି ଶୋଭାଯାତ୍ର ପାଳନ ହୋଇଥାଏ । ଏଠାରେ ଲାଠିକୁ ଦେବୀଦେବାଭାବେ ସେମାନେ ପୂଜା କରିଥାନ୍ତି ।

କୁନ୍ଦୁଲିରେ ମା’ଙ୍କ ଦଶମୀ ପୂଜା

କୁନ୍ଦୁଲିରେ ମା’ଙ୍କ ଦଶମୀ ପୂଜା

କୋରାପୁଟ, ୧୯।୧୦(ସ୍ବ.ପ୍ର.): କୋରାପୁଟ ଜିଲା କୁନ୍ଦୁଲିଠାରେ ମା’ଙ୍କ ଦଶମୀ ପୂଜା ଖୁବ୍‌ ଧୁମ୍‌ଧାମ୍‌ରେ ପାଳିତ ହୋଇଛି। ଶହଶହ ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ ନିମନ୍ତେ ଗହଳି ଚହଳି ଲଗାଇଥିଲେ। 

‘ବିପନ୍ନଙ୍କୁ  ଗୃହ ଯୋଗାଇ ଦିଆଯିବ’

‘ବିପନ୍ନଙ୍କୁ ଗୃହ ଯୋଗାଇ ଦିଆଯିବ’

ରାମନାଗୁଡା, ୧୮।୧୦ (ଡି.ଏନ୍‌.ଏ.)- ବିପନ୍ନ ପରିବାରଙ୍କୁ  ସରକାରୀ ଆବାସ ଯୋଜନାରେ ଗୃହ ମିଳିବ ବୋଲି ଜିଲାପାଳ ଗୁହାପୁନମ ତାପସ କୁମାର କହିଛନ୍ତି। ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କୁଜେନ୍ଦ୍ରୀ ଗ୍ରାମ ପଞ୍ଚାୟତର ଗାଜିଲିଗୁଡ଼ା ଗ୍ରାମର ଗତ ବାତ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ବିଧାୟକ ସଞ୍ଜୟ ଦାସବର୍ମା, ରାଜ୍ୟସଭା ଏମ୍‌ପି ଏନ୍‌. ଭାସ୍କର ରାଓ, ଯୋଜନା ବୋର୍ଡ ସଦସ୍ୟ ସୁଧୀର ଦାସଙ୍କ ସମେତ ଜିଲାପାଳ ଗୁହାପୁନମ ତାପସ କୁମାର, ଗୁଣପୁର ଉପଜିଲାପାଳ ଅମ୍ରିତ ରୁତୁରାଜ ଭେଟିଛନ୍ତି। ଗ୍ରାମବାସୀ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାକାମ କରିବାକୁ ଦାବି କରିଥିଲେ।

କୋଲାବନଗର ଦୁର୍ଗାପୂଜା

କୋଲାବନଗର ଦୁର୍ଗାପୂଜା


କୋଲାବନଗର,୧୮।୧୦(ଡି.ଏନ.ଏ)- କୋଲାବନଗର ନିକଟସ୍ଥ ବିମାନଘାଟି ଓ କଫି ବୋର୍ଡସ୍ଥିତ ପ୍ରଥମ ଭାରତୀୟ ରିଜର୍ଭ ବାଟାଲିଅନ୍‌ ପକ୍ଷରୁ ଦୁର୍ଗାପୂଜା ଅନୁଷ୍ଠିତ ହୋଇଛି।  ବାଟାଲିଅନ୍‌ର ଦୁର୍ଗପତି ପିକେ ସୁବୁଦ୍ଧିଙ୍କ ତତ୍ତ୍ୱାବଧାନରେ ଏହି ପୂଜା ପାଳନ କରାଯାଉଛି। ଆଖପାଖ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ପୂଜା ଦେଖିବା ପାଇଁ ଭିଡ଼ ଜମାଉଛନ୍ତି।

ତିତ୍‌ଲି କ୍ଷୟକ୍ଷତି ସମୀକ୍ଷା : ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ତିତ୍‌ଲି କ୍ଷୟକ୍ଷତି ସମୀକ୍ଷା : ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଗୁଣପୁର,୧୮।୧୦(ଡି.ଏନ.ଏ)-ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ତିତ୍‌ଲି କ୍ଷୟକ୍ଷତି ଅନୁଧ୍ୟାନ କରିଛି ଏଷ୍ଟିମେଟ କମିଟି। କମିଟି ଅଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ଦଳ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛି। ପ୍ରଥମେ ରାମନାଗୁଡ଼ା ବ୍ଲକ ଗାଜିଲିଗୁଡ଼ାଠାରେ ଦିଆଯାଉଥିବା ମାଗଣା ରନ୍ଧା ଖାଦ୍ୟ ନେଇ କରିଥିଲେ। ଏହାପରେ ଗୁଣପୁର ଆସି ଗୁଣପୁର ବ୍ଲକର ରେଗେଡ଼ାରେ କ୍ଷତିଗ୍ରସ୍ତ ହୋଇଥିବା କଦଳୀ ଚାଷ ଏବଂ ନାଉଡାଠାରେ ବିଦ୍ୟୁତ୍‌ ସେବା ବ୍ୟାହାତ ହୋଇଥିବା ନେଇ ସ୍ଥିତି ପରିଖି ଥିଲେ।  ବିଭିନ୍ନ ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ପରେ ଗୁଣପୁର ବ୍ଲକ ସମ୍ମିଳନୀ କକ୍ଷଠାରେ ସମୀକ୍ଷା ବୈଠକ ବସିଥିଲା।

୩୫ ବର୍ଷରେ ପଦାର୍ପଣ କଲା କାଶୀପୁର ଦୁର୍ଗାପୂଜା

୩୫ ବର୍ଷରେ ପଦାର୍ପଣ କଲା କାଶୀପୁର ଦୁର୍ଗାପୂଜା

କାଶୀପୁର,୧୮।୧୦(ଡି.ଏନ୍‌.ଏ.)- ୩୫ ବର୍ଷରେ ପଦାର୍ପଣ କରିଛି କାଶୀପୁର ଦୁର୍ଗାପୂଜା। ମା’ ଦୁର୍ଗାଙ୍କ ଆବାହନରେ ସଜେଇ ହୋଇଛି ଗଁ।ଠୁ  ସହର। ସବୁଠି ଉତ୍ସବ ମୁଖର। ମା’ ମାଣିକେଶ୍ବରୀ ପୀଠରେ ଧୁମ୍‌ଧାମ୍‌ରେ ଚାଲିଛି ନବରାତ୍ରୀ ପୂଜା। ଦୁର୍ଗାପୂଜା କମିଟିର କାର୍ଯ୍ୟକାଳ ୩୫ ବର୍ଷରେ ପହଞ୍ଚିଛି। ତୋରଣ,ମେଢ ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକ ସଜ୍ଜାରେ ଝଲକୁଛି କାଶୀପୁର।

ଆସନ୍ତା ୨୧ ସୁଦ୍ଧା ସରିବ ନୂଆପଡ଼ା-ଗୁଣପୁର ସେକ୍ସନ ଟ୍ରାକ୍‌ ମରାମତି କାମ

ଆସନ୍ତା ୨୧ ସୁଦ୍ଧା ସରିବ ନୂଆପଡ଼ା-ଗୁଣପୁର ସେକ୍ସନ ଟ୍ରାକ୍‌ ମରାମତି କାମ

ରାୟଗଡ଼ା,୧୮।୧୦ (ଡ଼ି.ଏନ.ଏ)- ଓ୍ବାଲ୍‌ଟିଅର ଡିଭିଜନର ନୂଆପଡ଼ା-ଗୁଣପୁର ସେକ୍ସନ ରେଲଓ୍ବେ ଟ୍ରାକ୍‌ ମରାମତି କାମ ଆସନ୍ତା ୨୧ ତାରିଖ ସୁଦ୍ଧା ଶେଷ ହେବ ବୋଲି ଡିଭିଜିନାଲ ରେଲଓ୍ବେ ମ୍ୟାନେଜର ମୁକୁଲ ସରଣ ମାଥୁର କହିଛନ୍ତି।

ବାପାଙ୍କ କାନ୍ଧରେ ଝିଅଙ୍କ ମୃତଦେହ: ପୋଲିସ ନ ଆସିବାରୁ ୮ କିମି ବୋହି ମେଡ଼ିିକାଲ ନେଲେ

ବାପାଙ୍କ କାନ୍ଧରେ ଝିଅଙ୍କ ମୃତଦେହ: ପୋଲିସ ନ ଆସିବାରୁ ୮ କିମି ବୋହି ମେଡ଼ିିକାଲ ନେଲେ

ଗଜପତି, ୧୮।୧୦ (ଡ଼ି.ଏନ.ଏ)- ଗଜପତି ଜିଲା ରାୟଗଡ଼ ବ୍ଲକ୍‌ ଆତଙ୍କପୁରରେ ଏକ ଅଭାବନୀୟ ଘଟଣା ଘଟଛି। ପୋଲିସ୍‌ ବ୍ୟବଚ୍ଛେଦ ପାଇଁ ମୃତଦେହ ନ ହେବାରୁ ବାପା ମୁକୁନ୍ଦ ଦୋରା ନାବାଳିକା ଝିଅର ଗଳିତ ମୃତଦେହ କାନ୍ଧରେ ୮ କି.ମି ବୋହିଛନ୍ତି।