ରାୟଗଡା

ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ

ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ
ଶିକରପାଇ, ୧୭।୧୨(ଡି.ଏନ୍‌.ଏ.)- ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଶିକରପାଇ ଗ୍ରାମ ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଆହତ ହୋଇଛନ୍ତି । ମୃତକ ହେଲେ ଶିକରପାଇର ବାଡିଗ୍ରାମ ଆନନ୍ଦ(୨୬) । ଆନନ୍ଦ ଏବଂ ଉକ୍ତ ଗ୍ରାମର ସାଗର ପାଢ଼ୀ(୨୦) ୨ଜଣ ଏକ ବାଇକ୍‌ ଯୋଗେ ରାୟଗଡା ଅଭିମୁଖେ ଯାଉଥିଲେ । ସ୍ଥାନୀୟ ରାସ୍ତାର ସମ୍ପ୍ରସାରଣ ଚାଲିଥିବା ଯୋଗୁ ଏକ ଠିକା କମ୍ପାନୀ ଦ୍ୱାରା ଧାମୁଲିମା ନିକଟରେ ରାସ୍ତା ଖୋଳାଯାଇ କଲ୍‌ଭର୍ଟ୍ଟ କାମ ଚାଲୁଥିଲା। ବାଇକ୍‌ରେ ଥିବା ୨ଜଣ ଭାରସାମ୍ୟ ହରାଇ ଉକ୍ତ ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲୋ ଖବରପାଇ କଲ୍ୟାଣସିଂହପୁର ଥାନା ସବ୍‌ଇନ୍ସିପେକ୍ଟର ଦୀପ୍ତିରଞ୍ଜନ ସାହୁ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।
All Right Reserved By

ରାୟଗଡା

ସଚଳ କରାଗଲା ୪୫୦୦ରୁ ଊର୍ଦ୍ଧ୍ୱ ନଳକୂପ

ପାରଳାଖେମୁଣ୍ଡି, ୨୧ା୧୦(ସ୍ବ.ପ୍ର.)-ତିତ୍‌ଲି ବାତ୍ୟା ପରେ ଗଜପତି ଜିଲାରେ ଲୋକେ କିପରି ବିଶୁଦ୍ଧ ପାନୀୟଜଳ ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ପାନୀୟଜଳ ଯୋଗାଣ ଲାଗି ୨୭ଟି ଭ୍ରାମ୍ୟମାଣ ଜେନେରେଟର ଯୋଗାଇ ଦିଆଯାଇଛି। 

ବଂଶଧାରାରେ ବୁଡି ଯୁବକ ମୃତ

ବଂଶଧାରାରେ ବୁଡି ଯୁବକ ମୃତ

ଗୁଣପୁର,୨୧।୧୦(ଡି.ଏନ.ଏ)- ରାୟଗଡା ଜିଲା ଗୁଣପୁର ବ୍ଲକ ଦେଇ ପ୍ରବାହିତ ହେଉଥିବା ବଂଶଧାରା ନଦୀରେ ରବିବାର ବୁଡିଯାଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗୁଣପୁର କରଣ ସାହିର ଚନ୍ଦନ ପଟ୍ଟନାୟକ (୨୨)। ବଂଶଧାରା ନଦୀକୁ ଯୁବକ ଜଣକ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡିଯାଇଥିଲେ।

ବିଦ୍ୟୁତ ସଂଯୋଗ  ଦାବିରେ ରାସ୍ତାରୋକୋ

ବିଦ୍ୟୁତ ସଂଯୋଗ ଦାବିରେ ରାସ୍ତାରୋକୋ

କାଶୀନଗର,୨୧।୧୦(ଡି.ଏନ.ଏ)-ତିତ୍‌ଲି ପ୍ରଭାବରେ  ଗଜପତି ଜିଲା କାଶୀନଗର ବ୍ଲକରେ ବିଦ୍ୟୁତ ଖୁଣ୍ଟ ଉପୁଡିଯାଇ ବିଦ୍ୟୁତ ସେବା ବ୍ୟାହତ ହୋଇଛି। ଗତ୧୨ ଦିନ ହେଲା ଲୋକମାନେ ବିଦ୍ୟୁତ ସେବାରୁ ବଞ୍ଚିତ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପରିସ୍ଥିତି ସ୍ବାଭାବିକ ହୋଇ ନାହିଁ। ତୁରନ୍ତ ବିଦ୍ୟୁତ ସେବା ଯୋଗାଇବା ଦାବିରେ କଆଳି ଗ୍ରାମବାସୀ ରବିବାର ରାସ୍ତାରୋକୋ କରିଥିଲେ

କୂଅରୁ ଭାଲୁ ଉଦ୍ଧାର

କୂଅରୁ ଭାଲୁ ଉଦ୍ଧାର


ନବରଙ୍ଗପୁର/କୋଷାଗୁମୁଡା,୨୧।୧୦(ବି.ପ୍ର)- ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ ମୋତିଗାଁ ପଞ୍ଚାୟତ ପାମ୍ପୁଣି ଗାଁ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରୁ ବନବିଭାଗ ପକ୍ଷରୁ ଏକ ଭାଲୁ ଉଦ୍ଧାର କରାଯାଇଛି। ପାମ୍ପୁଣି ଗ୍ରାମ ନିକଟରେ ଥିବା ରିଜର୍ଭ ଫରେଷ୍ଟ ଜଙ୍ଗଲ ମଧ୍ୟରେ ଥିତ୍ବା ମନ୍ଦିର ପାଖ କୂଅ ନିକଟକୁ ୩ଟି ଭାଲୁ ଆସିଥିବା ବେଳେ ହଠାତ ଗୋଟିଏ ଭାଲୁ କୂଅ ଭିତରକୁ ଖସି ପଡିଥିଲା।

 ବାଇକ ଧକ୍କା:୨ମୃତ, ୩ ଗୁରୁତର

ବାଇକ ଧକ୍କା:୨ମୃତ, ୩ ଗୁରୁତର

ଝରିଗାଁ,୨୧।୧୦(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ଚିକିଲି ମେହେର ସାହି ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ୨ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର  ଆହତ ହୋଇଛନ୍ତି।

ପରିବାରର ୩ଶିଶୁଙ୍କୁ ‘ତିତ୍‌ଲି’ କଲା ଅନାଥ: ପୋଷ୍ୟ ଭାବେ ନେଲା ପ୍ରଶାସନ

ପରିବାରର ୩ଶିଶୁଙ୍କୁ ‘ତିତ୍‌ଲି’ କଲା ଅନାଥ: ପୋଷ୍ୟ ଭାବେ ନେଲା ପ୍ରଶାସନ

ପାରଳାଖେମୁଣ୍ଡି, ୨୧ା୧୦(ସ୍ବ.ପ୍ର.): ସାମୁଦ୍ରିକ ଝଡ ତିତ୍‌ଲି ପ୍ରଭାବରେ ଗଜପତି ଜିଲା ରାୟଗଡ ବ୍ଲକ୍‌ ଗଙ୍ଗାବାଡ ପଞ୍ଚାୟତ ଅନ୍ତର୍ଗତ ବାରଘର ଗ୍ରାମର ଗୋଟିଏ ପରିବାରର ୩ଜଣ ଶିଶୁ ଅନାଥ ହୋଇପଡିଛନ୍ତି। ସେମାନଙ୍କୁ ଜିଲା ପ୍ରଶାସନ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛି । 

ନିଆରା ପରମ୍ପରା: ପାଳିତ ହୁଏ ବାସି ଦଶହରା

ନିଆରା ପରମ୍ପରା: ପାଳିତ ହୁଏ ବାସି ଦଶହରା

କୋଷାଗୁମୁଡା,୨୧।୧୦(ଡି.ଏନ.ଏ)- ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ରାଜୋଡା ପଞ୍ଚାୟତ ଚୁରୁଚୁଣ୍ଡା ଗ୍ରାମରେ ଦଶହରା ପର୍ବର ନିଆରା ପରମ୍ପରା ଦେଖିବାକୁ ମିଳିଥାଏ। ଏଠାରେ ବାସି ଦଶହରା  ପାଳନ କରାଯାଏ। 

ଗୁଣପୁର-ନୌପଡା ମଧ୍ୟରେ ଟ୍ରେନ୍‌ ଚଳାଚଳ ବନ୍ଦ: ତେଜୁଛି ଅସନ୍ତୋଷ

ଗୁଣପୁର-ନୌପଡା ମଧ୍ୟରେ ଟ୍ରେନ୍‌ ଚଳାଚଳ ବନ୍ଦ: ତେଜୁଛି ଅସନ୍ତୋଷ

ଗୁଣପୁର,୨୦ା୧୦(ଡି.ଏନ.ଏ)-ତିତ୍‌ଲି ସାମୁଦ୍ରିକ ଝଡରେ ନୌପଡା-ଗୁଣପୁର ରେଳପଥର ପେଦାସାନା ନିକଟରେ ରେଳଧାରଣା କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ୧୨ତାରିଖଠାରୁ ଏହି ରେଳପଥରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଛି। ଏଥିଯୋଗୁ ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଗୁଣପୁର-ପୁରୀ, ପୁରୀ-ଗୁଣପୁର, ପଲାସା-ଗୁଣପୁର, ଗୁଣପୁର-ପଲାସା, ରାଜ୍ୟରାଣୀ ଏକ୍ସପ୍ରେସ କେବଳ ପାଲାସା ପର୍ଯ୍ୟନ୍ତ ଚଳାଚଳ କରୁଛି। 

କେବିସିରେ ୨୫ ଲକ୍ଷ ଜିତିଲେ ରବିକୁମାର

କେବିସିରେ ୨୫ ଲକ୍ଷ ଜିତିଲେ ରବିକୁମାର

ଦାମନଯୋଡ଼ି,୨୦।୧୦(ଡି.ଏନ୍‌.ଏ)-  ନାଲ୍‌କୋ କର୍ମଚାରୀ ନମ୍ବଲା ରବି କୁମାର ସୋନି ଟିଭି ଚ୍ୟାନେଲ୍‌ରେ ପ୍ରସାରିତ କୌନ୍‌ ବନେଗା କରୋଡ଼ ପତି (କେବିସି)ରେ ଭାଗନେଇ ୨୫ ଲକ୍ଷ ଟଙ୍କା ଜିତିଛନ୍ତି। ଏହି ଏପିସୋଡ଼ ଗୁରୁବାର ପ୍ରସାରିତ ହୋଇଥିଲା। ଅବସରପ୍ରାପ୍ତ ପୋଲିସ୍‌ କର୍ମଚାରୀ ଏନ୍‌ ଜଗନ୍ନାଥମଙ୍କ ବଡ଼ପୁଅ ହେଉଛନ୍ତି ରବି। ରବି ୨୦୦୦ ମସିହାରୁ କେବିସି ପାଇଁ ପ୍ରସ୍ତୁତ ହେଉଥିଲେ।

ଲାଠିପୂଜାରେ ଦୁଲୁକିଲା ଆଦିବାସୀ ଗାଁ

ଲାଠିପୂଜାରେ ଦୁଲୁକିଲା ଆଦିବାସୀ ଗାଁ

ମାଥିଲି,୨୦। ୧୦(ଡି.ଏନ.ଏ)-ଦଶହରା ପର୍ବ ଶନିବାର ଶେଷ ହୋଇଛି। ପୀଠରୁ ଆବାହନ କରି ଅଣାଯାଇଥିବା ଲାଠିଦେବୀ ପୁନର୍ବାର ନିଜ ଆସ୍ଥାନ ସ୍ଥଳକୁ ଲେଉଟି ଯାଇଛନ୍ତି। ଏଥିପାଇଁ ଶୁକ୍ରବାର ରାତିରେ ମାଲକାନଗିରି ଜିଲା ମାଥିଲି ବ୍ଲକ ଭେଜାଗୁଡା ପଞ୍ଚାୟତ ଅଧିନ କତାମେଟା ଗ୍ରାମ ଉତ୍ସବମୁଖର ହୋଇ ଉଠିଥିଲା ଶେଷ ଦିନ ପୂଜାରେ ଅଞ୍ଚଳର ୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ପୃଥକ ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ପୃଥକ ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କୋରାପୁଟ, ୨୦।୧୦(ସ୍ବ.ପ୍ର)-କୋରାପୁଟ ଜିଲାରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ବୃନ୍ଦାବନ କୁଲଦୀପ ଓ ଧନ ହରିଜନ ।
ସୂଚନା ଅନୁଯାୟୀ, ଶନିବାର ପୂର୍ବାହ୍ନରେ ଗୋଟିଏ ଅଟୋ ଯୋଗେ ଡୁମୁରିପୁଟ ହାଟକୁ ଦଶମନ୍ତପୁର ବ୍ଲକ ଆଡମଣ୍ଡା ମାଲକାନଗିରି ଗ୍ରାମର ବୃନ୍ଦାବନ କୁଲଦୀପ(୩୫) ଛେଳି ବିକିବାକୁ ଯାଉଥିଲେ। ଡୁମୁରିପୁଟଠାରେ ସେ ଅଟୋରୁ ଓହ୍ଲାଇବା ବେଳେ ତାଙ୍କୁ ଏକ ବାଇକ ଧକ୍କା ଦେଇଥିଲା ।ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯିବାକୁ ଥିବାବେଳେ ଆମ୍ବୁଲାନ୍ସ ନ ମିଳିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।