ଅନଗୁଳ-ଢେଙ୍କାନାଳ

ଇଞ୍ଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା

ଇଞ୍ଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା

ଅନୁଗୋଳ ଅଫିସ,୧୭।୧୨- ଅନୁଗୋଳ ଥାନା ଅଞ୍ଚଳର ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ରହୁଥିବା ଜଣେ ୩ୟ ବର୍ଷ ମାଇନିଂ ବିଭାଗର ଛାତ୍ର ରବିବାର ଅପରାହ୍ନରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବରପାଇ ଏସ୍‌ଆଇ ମାନସ ମିଶ୍ର ଓ ପୋଲିସ କର୍ମଚାରୀମାନେ ପହଞ୍ଚି ମୃତଦେହ ଜବତ କରିଥିଲେ। ଏ ନେଇ ନଂ. ୧୪୭/୧୭ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି। ମୃତ ଛାତ୍ରଙ୍କ ନାମ ପ୍ରିନ୍ସ କୁମାର। ତାଙ୍କ ଘର ବିହାରର ଔରଙ୍ଗାବାଦ ବୋଲି ପୋଲିସ ପ୍ରକାଶ କରିଛି। ଛାତ୍ରଙ୍କ ପରିବାରବର୍ଗ ପହଁଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି। ପ୍ରିନ୍ସ ଡିସିଡି ବାଳକ ହଷ୍ଟେଲ ୩ୟ ମହଲାର ରୁମ୍‌ ନଂ. ୧୯ରେ ରହୁଥିଲେ। ତାଙ୍କ ସହ ରହୁଥିବା ଅନ୍ୟ ଦୁଇ ଛାତ୍ର ଖାଇବାକୁ ଚାଲିଯିବା ପରେ ପ୍ରିନ୍ସ ରୁମ୍‌ରେ ଏକା ଥିଲେ। ପରେ ଦୁଇ ସାଙ୍ଗ ଡାକିଥିଲେ ବି ଭିତରୁ ପ୍ରିନ୍ସ କବାଟ ଖୋଲି ନ ଥିଲେ। କବାଟ ଭଙ୍ଗାଯିବା ପରେ ପ୍ରିନ୍ସ ଆତ୍ମହତ୍ୟା କରିଥିବା ଛାତ୍ରମାନେ ଦେଖିଥିଲେ ବୋଲି ପୋଲିସ କହିଛି।

All Right Reserved By

Model This Week

ନିକିତା

ଅନଗୁଳ-ଢେଙ୍କାନାଳ

ପୂଜକଙ୍କ ବିରୋଧରେ ନାବାଳିକାଙ୍କ ଗୁରୁତର ଅଭିଯୋଗ; ମନ୍ଦିରରେ ଅସଦାଚରଣ, ଘରେ କରିଥିଲେ ବଳାତ୍କାର

ପୂଜକଙ୍କ ବିରୋଧରେ ନାବାଳିକାଙ୍କ ଗୁରୁତର ଅଭିଯୋଗ; ମନ୍ଦିରରେ ଅସଦାଚରଣ, ଘରେ କରିଥିଲେ ବଳାତ୍କାର

ଅନୁଗୋଳ ଅଫିସ,୨୧।୪- ଅନୁଗୋଳ ଥାନା ଅଞ୍ଚଳରେ ଥିବା ଏକ ଜଗନ୍ନାଥ ମନ୍ଦିରର ପୂଜକ ଅଶୋକ କୁମାର ମିଶ୍ର(୫୩) ଜଣେ ୧୩ ବର୍ଷର ବାଳିକାଙ୍କୁ ବଳାତ୍କାର କରିଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କ ମା’ଙ୍କ ଏତଲାକୁ ଭିତ୍ତିକରି ପୋଲିସ ନଂ. ୨୫୮/୧୮, ଦଫା ୩୭୬, ୨ଆଇଏନ୍‌ ଆଇପିସି, ୬ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରିଛି। ନାବାଳିକାଙ୍କୁ ଡାକ୍ତରୀମାଇନା କରାଯାଇଥିବା ବେଳେ ପୂଜକ ଅଶୋକଙ୍କୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି।

ବଜ୍ରପାତରେ ଯୁବତୀ ମୃତ

ବଜ୍ରପାତରେ ଯୁବତୀ ମୃତ

ପରଜଙ୍ଗ, ୨୧।୪(ଡି.ଏନ.ଏ)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ଦଶିପୁର ଗ୍ରାମରେ ଶୁକ୍ରବାର ଅପରାହ୍ନରେ ବ୍ରଜପାତରେ ହାଡ଼ିବନ୍ଧୁ ଦେହୁରୀଙ୍କ ଝିଅ ଜାହ୍ନବୀ ଦେହୁରୀଙ୍କ ମୃତ୍ୟୁ ଘଟିଛି।

ଶହେ ହିତାଧିକାରୀଙ୍କୁ ଗ୍ୟାସ୍‌ ବଣ୍ଟନ

ଶହେ ହିତାଧିକାରୀଙ୍କୁ ଗ୍ୟାସ୍‌ ବଣ୍ଟନ

ଢେଙ୍କାନାଳ ଅଫିସ,୨୦।୪- ଢେଙ୍କାନାଳ ସଦର ବ୍ଲକ କାଙ୍କଡପାଳ ଗ୍ରାମରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ପଞ୍ଚାୟତ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି।

ସାମାଜିକ, ଆଧ୍ୟାତ୍ମିକ ସଚେତନତା ଶିବିର

ଢେଙ୍କାନାଳ ଅଫିସ,୨୦।୪- ଢେଙ୍କାନାଳ ସହରସ୍ଥିତ ଟାଉନ ପ୍ଲାନିଂଠାରେ ଥିବା ତିରୁପତି ତିରୁମାଲା ଭବନରେ ଶୁକ୍ରବାରଠାରୁ ୨୪ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ବାଳିକାମାନଙ୍କ ପାଇଁ ଏକ ସାମାଜିକ, ଆଧ୍ୟାତ୍ମିକ ସଚେତନତା ଶିବିର ଉଦ୍‌ଘାଟିତ ହୋଇଯାଇଛି।

ମହିଳାଙ୍କୁ ଠେଙ୍ଗାରେ ଆକ୍ରମଣ

ବଇଣ୍ଡା, ୨୦।୪(ଡି.ଏନ.ଏ)- ଠାକୁରଗଡ଼ ଥାନା ଟାପଢୋଲ ଗ୍ରାମର ମିନତୀ ବେହେରାଙ୍କୁ ସେହି ଗ୍ରାମର ତରୁଣ ବେହେରା ଠେଙ୍ଗାରେ ଆକ୍ରମଣ କରିଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି।

୨୪ରେ ବୟୋଜ୍ୟୋଷ୍ଠଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ଭୁବନ,୨୦।୪(ଡି.ଏନ.ଏ.)- ଆସନ୍ତା ୨୪ ତାରିଖରେ ଭୁବନ ବ୍ଲକ ସଭାଗୃହରେ ରାଷ୍ଟ୍ରୀୟ ବୟୋବୃଦ୍ଧି ଯୋଜନାରେ ସ୍ବାସ୍ଥ୍ୟ ପରୀକ୍ଷା କ୍ୟାମ୍ପ ଆୟୋଜିତ ହେବ।

କାଳବୈଶାଖୀରେ ଭାଙ୍ଗିଲା  ୨୦ ଷ୍ଟଲ୍‌

କାଳବୈଶାଖୀରେ ଭାଙ୍ଗିଲା ୨୦ ଷ୍ଟଲ୍‌

ବଅଁରପାଳ,୨୦।୪ (ଡି.ଏନ.ଏ)- ଅନୁଗୋଳ ଜିଲା ବଅଁରପାଳ ବ୍ଲକ ନାଲକୋ କଲୋନୀ ପରିସରରେ ଶୁକ୍ରବାର କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। କଲୋନୀ ପରିସରରେ ଥିବା ବହୁ ଗଛ ଭାଙ୍ଗି ଯାଇଛି। ଏ

ଉଜ୍ୱଳା ଯୋଜନାରେ ୧୦୦ ମହିଳାଙ୍କୁ ଗ୍ୟାସ ବଣ୍ଟନ

ଉଜ୍ୱଳା ଯୋଜନାରେ ୧୦୦ ମହିଳାଙ୍କୁ ଗ୍ୟାସ ବଣ୍ଟନ

ବଇଣ୍ଡା,୨୦।୪ (ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା କଲ୍ୟାଣ ମଣ୍ଡପ ପରିସରରେ ଶୁକ୍ରବାର ୧୦୦ ଜଣ ମହିଳାଙ୍କୁ ଉଜ୍ୱଳା ଯୋଜନାରେ ଗ୍ୟାସ ଯୋଗାଇ ଦିଆଯାଇଛି।

ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବଇଣ୍ଡା,୨୦।୪ (ଡି.ଏନ.ଏ.)- କୃଷି ବହୁଳ ଆଠମଲ୍ଲିକ ଉପଖଣ୍ଡରେ ବ୍ୟାପକ ସମସ୍ୟା ଲାଗି ରହିଛି। ସେଗୁଡ଼ିକ ସମାଧାନ କରାଯାଉ ନାହିଁ। ଫଳରେ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ

କଳା ସଂସ୍କୃତିକୁ ବଞ୍ଚାଇ ରଖିଛି ପାଲା

ବଇଣ୍ଡା,୨୦।୪ (ଡି.ଏନ.ଏ.)- ବର୍ତ୍ତମାନ ଯୁଗରେ ଆଉ ପୁରାତନ କଳା ସଂସ୍କୃତି ଦେଖିବାକୁ ମିଳୁନାହିଁ। ନୂତନ ଯୁବପିଢି ଆଧ୍ୟୁନିକତାକୁ ଆପଣାଉଛନ୍ତି।

ମହିଳା ସଶକ୍ତିକରଣ ଦିବସ ପାଳିତ

ମହିଳା ସଶକ୍ତିକରଣ ଦିବସ ପାଳିତ

ଅନୁଗୋଳ ଅଫିସ,୨୦।୪- ରାଜ୍ୟ ମହିଳା ମଞ୍ଚ ଆନୁକୁଲ୍ୟରେ ଶୁକ୍ରବାର ଅନୁଗୋଳ କଳାକେନ୍ଦ୍ରଠାରେ ମହିଳା ସଶକ୍ତିକରଣ ଦିବସ ପାଳିତ ହୋଇଯାଇଛି।

ପଥରମୁଣ୍ଡା ଗ୍ରାମବାସୀ ଖଣିବନ୍ଦ ଆନ୍ଦୋଳନ

ପଥରମୁଣ୍ଡା ଗ୍ରାମବାସୀ ଖଣିବନ୍ଦ ଆନ୍ଦୋଳନ

କଣିହାଁ,୨୦।୪(ଡି.ଏନ.ଏ.)- ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ଦ୍ୱାରା ଜମିହରା କ୍ଷତିଗ୍ରସ୍ତ ପ୍ରଜାମାନଙ୍କର ନାର୍ଯ୍ୟ ଦାବିରେ ଶୁକ୍ରବାର କଣିହାଁ ଓପନ କାଷ୍ଟ ପ୍ରୋଜେକ୍ଟ(ଓସିପି) ଫାଟକ ସମ୍ମୁଖରେ ପଥରମୁଣ୍ଡା ଗ୍ରାମବାସୀ ଖଣିବନ୍ଦ ଆନ୍ଦୋଳନ କରିଛନ୍ତି।