ଅନଗୁଳ-ଢେଙ୍କାନାଳ

୨ ମାଓବାଦୀଙ୍କ ଆତ୍ମସମର୍ପଣ

୨ ମାଓବାଦୀଙ୍କ ଆତ୍ମସମର୍ପଣ

ଅନୁଗୋଳ ଅଫିସ,୧୭।୧୨-ଅନୁଗୋଳ ଏସ୍‌ପି ବ୍ରିଜେଶ କୁମାର ରାୟଙ୍କ ନିକଟରେ ରବିବାର ୨ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଖୁସବୁ ଜରାଇ ଓରଫ ସୁରଜମୁନି (୧୭) ଏବଂ ସୁକୁରାମ ପୁର୍ତ୍ତି ଓରଫ୍‌ ଗୁଲସନ (୧୮)। ସୁରଜମୁନିଙ୍କ ଘର ଝାଡ଼ଖଣ୍ଡ ସିଂହଭୂମି ଜିଲାର ଚେରୁଆରୁଲ ହୋଇଥିବା ବେଳେ ଗୁଲସନଙ୍କ ଘର ଗଇଲକିରା ଥାନା ପଟାହଟୁ ଗ୍ରାମରେ। ଉଭୟଙ୍କ ନାମରେ ଅନୁଗୋଳ ଜିଲାର ଛେଣ୍ଡିପଦା, ପୁରୁଣାକୋଟ, ହଣ୍ଡପା ଆଦି ବିଭିନ୍ନ ଥାନାରେ ୧୩ଟି ମାମଲା ରହିଥିବା ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ରାୟ ସୂଚନା ଦେଇଛନ୍ତି।
ଏସ୍‌ପି କହିଛନ୍ତି, ସୁରଜମୁନି ଓ ଗୁଲସନ ୨୦୧୨ରୁ ମାଓନେତା ଲାଲଚାନ୍ଦ ହେମ୍ବ୍ରମ୍‌, ଅନମୋଲ ଓ ସୁଶାନ୍ତଙ୍କ ପ୍ରେରଣାରେ ସମ୍ବଲପୁର, ସୁନ୍ଦରଗଡ଼ ଓ ଦେବଗଡ଼ ଡିଭିଜନର ୩୦୩ ରାଇଫଲ କ୍ୟାଡରରେ ସଦସ୍ୟ ଥିଲେ। ସେମାନେ ଝାଡ଼ଖଣ୍ଡ ହୁଇପ୍‌ ଜଙ୍ଗଲରେ ତାଲିମ ନେଇଥିଲେ। ଏବେ ମାଓନେତା କୁନୁ ଦେହୁରୀ, ବିଜୟ, ଅଜୟ ଓ ଅନମୋଲ ଅଧୀନରେ କାମ କରୁଥିଲେ। ସଙ୍ଗଠନରେ ସାମିଲ ବେଳେ ମାଓବାଦୀମାନେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଗଁା ଲୋକଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଦେଉ ନ ଥିଲେ। ସାହାଯ୍ୟ ପରିବର୍ତ୍ତେ ସେମାନଙ୍କ ଉପରେ ଅତ୍ୟାଚାର କରାଯାଉଥିଲା। ବିଭିନ୍ନ ସମୟରେ ପୋଲିସ ସହ ସେମାନଙ୍କ ୭ଥର ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କେତେଜଣ ମାଓବାଦୀ ଏନ୍‌କାଉଣ୍ଟରର ଶିକାର ହୋଇଥିଲେ ବି ସେମାନେ କିନ୍ତୁ ବର୍ତ୍ତି ଯାଇଥିଲେ। ତେଣୁ ସଙ୍ଗଠନରେ ରହି ଶୋଷଣର ଶିକାର ହେବା ପରିବର୍ତ୍ତେ ଆତ୍ମସମର୍ପଣ କରି ସାଧାରଣ ଜୀବନଯାପନ କରିବାକୁ ସୁରଜମୁନି ଓ ଗୁଲସନ ମନସ୍ଥ କରିଥିବା ଏସ୍‌ପି କହିଛନ୍ତି।

All Right Reserved By

Model This Week

Model This Week

ଅନଗୁଳ-ଢେଙ୍କାନାଳ

 ତୈଳବୀଜ ଚାଷ କର୍ମଶାଳା :  ‘ପଡ଼ିଆ ଜମିରୁ ଲାଭାନ୍ବିତ ହେବେ ଚାଷୀ’

ତୈଳବୀଜ ଚାଷ କର୍ମଶାଳା : ‘ପଡ଼ିଆ ଜମିରୁ ଲାଭାନ୍ବିତ ହେବେ ଚାଷୀ’

ପରଜଙ୍ଗ, ୨୬ା୪(ଡି.ଏନ.ଏ.)-ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଛି ଜଳବାୟୁ ପରିବର୍ତ୍ତନ। ବିଶେଷ କରି ଭାରତ ଭଳି ଉପମହାଦେଶରେ ଏହାର ପ୍ରଭାବ ସିଧାସଳଖ ଅନୁଭୂତ ହେଉଛି। ମୌସୁମୀ ବର୍ଷାର ମାତ୍ରା ମଧ୍ୟ ଧୀରେ ଧୀରେ କମିଗଲାଣି। ଧାନଚାଷ ପରେ ଜଳସେଚନ ସୁବିଧା ନ ଥିବା ଅଧିକାଂଶ ଜମି ପଡ଼ିଆ ପଡ଼ୁଛି। ଫଳରେ ବର୍ଷର ୬ମାସ ଚାଷୀ ହାତବାନ୍ଧି ବସୁଛନ୍ତି। ଏହା ଜାତୀୟ କୃଷିକୁ ପ୍ରଭାବିତ କରୁଛି।

ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ପରଜଙ୍ଗ, ୨୬।୪(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଧୀନ ୧୪୯ନଂ. ଜାତୀୟ ରାଜପଥରୁ ଜଣେ ଅଜଣା ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ଉପରେ ଅନେକ ଗାଡ଼ି ମାଡ଼ିଯାଇଥିବାରୁ ତାଙ୍କର ପରିଚୟ ଖୋଜିବା ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି।

ହେଁସମୂଳରେ ବିଶ୍ୱଶାନ୍ତି ମହାଯଜ୍ଞ

ହେଁସମୂଳରେ ବିଶ୍ୱଶାନ୍ତି ମହାଯଜ୍ଞ

ତାଳଚେର, ୨୬।୪(ନି.ପ୍ର.)-ଅନୁଗୋଳ ଜିଲା ତାଳଚେର ବ୍ଲକ ହେଁସମୂଳ ଗ୍ରାମରେ ଗୁରୁବାର ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି। ଏଥିସହ ବର୍ଷବ୍ୟାପୀ ଚାଲିଥିବା ପୋଥିପଠନ କାର୍ଯ୍ୟକ୍ରମ ଶେଷହୋଇଛି।

 ଗୋଦାମରୁ ୩ ବାଇକ୍‌ ଚୋରି

ଗୋଦାମରୁ ୩ ବାଇକ୍‌ ଚୋରି

ଅନୁଗୋଳ ଅଫିସ, ୨୬।୪-ଅନୁଗୋଳ ଥାନା ନୂଆ ମୌଜା ପଞ୍ଚମହଲା ନିକଟରେ ଥିବା ୟାମାହା ଗୋଦାମରୁ ବୁଧବାର ରାତିରେ ବଡ଼ ଧରଣର ଡକାୟତି ହୋଇଛି। ଗ୍ରୀଲ ତାଡ଼ି ଦୁର୍ବୃତ୍ତମାନେ ୩ଟି ଗାଡ଼ି ଚୋରି କରି ନେଇଯାଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।

ମହିଳାଙ୍କୁ ସମ୍ମାନ ଦେଲେ ସାମାଜିକ ପରିବର୍ତ୍ତନ ଆସିବ

ମହିଳାଙ୍କୁ ସମ୍ମାନ ଦେଲେ ସାମାଜିକ ପରିବର୍ତ୍ତନ ଆସିବ

ଢେଙ୍କାନାଳ ଅଫିସ, ୨୬।୪-ଢେଙ୍କାନାଳର ସର୍ବପୁରାତନ ଶିକ୍ଷାନୁଷ୍ଠାନ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବୁଧବାର ଅପରାହ୍ନ ସାଢେ ୫ଟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଯୋଗଦେଇ ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ କହିଥିଲେ, ମାତାପିତାଙ୍କଠାରୁ ବଳି ଦାନୀ ଦୁନିଆରେ ଆଉ କେହିନାହିଁ। ସେମାନଙ୍କୁ ଭଲପାଇବା ଆଉ ସମ୍ମାନ ଦେଲେ ଶ୍ରଦ୍ଧା ଓ ପ୍ରେମ ମିଳିବ। ପୁଅମାନେ ଝିଅମାନଙ୍କୁ ସମ୍ମାନ ଓ ସୁରକ୍ଷା ଦେଲେ ଭଲ ମଣିଷ ହୋଇପାରିବେ। ପୁରାଣରେ ମା’ ସୀତା ଅଗ୍ନିପରୀକ୍ଷା ଦେବା ଏବଂ ମହାଭାରତରେ ଦ୍ରୌପଦୀଙ୍କ ବସ୍ତ୍ରହରଣ ଭଳି ଘଟଣା ଆଜିର ପିଲାଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ମହିଳାଙ୍କ ଗର୍ଭସ୍ଥ ସନ୍ତାନ ଝିଅ ବୋଲି ଆଗୁଆ ଜଣାପଡ଼ିଗଲେ ଭ୍ରୂଣ ହତ୍ୟା କରାଯାଉଛି। ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଏହା ଅଧିକ ହେଉଛି। ଏଥିପ୍ରତି ଆମକୁ ସଚେତନ ରହିବାକୁ ପଡ଼ିବ। ମହିଳାଙ୍କୁ ସମ୍ମାନ ଦେଲେ ସାମାଜିକ ସ୍ଥିତିରେ ପରିବର୍ତ୍ତନ ଆସିବ ବୋଲି ଏମ୍‌ପି କହିଥିଲେ।

 ବର୍ଷକ ପରେ ମାଡ୍ରାସ୍‌ରୁ ନିଖୋଜ ଯୁବତୀ ଠାବ

ବର୍ଷକ ପରେ ମାଡ୍ରାସ୍‌ରୁ ନିଖୋଜ ଯୁବତୀ ଠାବ

ଢେଙ୍କାନାଳ ଅଫିସ, ୨୬।୪- ଢେଙ୍କାନାଳ ସଦର ଥାନା ସୋଗରପଶି ସୁବର୍ଣ୍ଣପୁର ପଡ଼ାଗ୍ରାମରୁ ବର୍ଷକ ତଳେ ନିଖୋଜ ହୋଇଯାଇଥିବା ଜଣେ ଯୁବତୀ (୨୬)ଙ୍କୁ ମାଡ୍ରାସ୍‌ରୁ ଠାବ କରାଯାଇଛି।

ହାତୀ ମୃତ ଘଟଣା:ପରୀକ୍ଷା ପାଇଁ ଗଲା ରକ୍ତ ନମୁନା

ହାତୀ ମୃତ ଘଟଣା:ପରୀକ୍ଷା ପାଇଁ ଗଲା ରକ୍ତ ନମୁନା

ଢେଙ୍କାନାଳ ଅଫିସ,୨୬।୪- ଢେଙ୍କାନାଳ ସଦର ଥାନା ଝାରଗାଡ଼ିଆ ଫାଣ୍ଡି କାଉଁରିଆପାଳ ନିକଟ ରେଳଧାରଣାରେ ମାଲବାହୀ ଟ୍ରେନ ଧକ୍କାରେ ଆହତ ହାତୀର ମୃତ୍ୟୁ ବନ ବିଭାଗର ନିଦ ହଜାଇ ଦେଇଛି। ଚିକିତ୍ସା ଅବହେଳାରୁ ହାତୀମୃତ୍ୟୁ ହୋଇଥିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ନିନ୍ଦିତ ହୋଇଛନ୍ତି ବନ କର୍ମଚାରୀ। ଅନ୍ୟପଟେ ବୁଧବାର ହାତୀର ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛେଦ ପରେ କ୍ଷତାକ୍ତ ବାମଗୋଡ଼ରେ ଜମାଟ ବାନ୍ଧିଥିବା ରକ୍ତନମୁନା ବାହାର କରି ପରୀକ୍ଷା ପାଇଁ ନିଆଯାଇଛି।

 ୩୦ ସୁଦ୍ଧା ଓଡ଼ିଆରେ ନାମଫଳକ, ନଚେତ କାର୍ଯ୍ୟାନୁଷ୍ଠାନ

୩୦ ସୁଦ୍ଧା ଓଡ଼ିଆରେ ନାମଫଳକ, ନଚେତ କାର୍ଯ୍ୟାନୁଷ୍ଠାନ

ଢେଙ୍କାନାଳ ଅଫିସ,୨୬।୪- ଆସନ୍ତା ୩୦ ତାରିଖ ସୁଦ୍ଧା ଢେଙ୍କାନାଳ ଜିଲାର ସମସ୍ତ ଅନୁଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖାଯିବା ବାଧ୍ୟତାମୂଳକ। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ତାଗିଦ୍‌ କରାଯାଇଛି।

ମ୍ୟାଲେରିଆ ମୂଳୋତ୍ପାଟନ ଲକ୍ଷ୍ୟ

ମ୍ୟାଲେରିଆ ମୂଳୋତ୍ପାଟନ ଲକ୍ଷ୍ୟ

ଢେଙ୍କାନାଳ ଅଫିସ,୨୬।୪-ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଏଥିରେ ଅଧ୍ୟକ୍ଷତା କରିବା ସହ ଜିଲାର ସମସ୍ତ ସ୍ବାସ୍ଥ୍ୟ ଅନୁଷ୍ଠାନରେ ମ୍ୟାଲେରିଆ ଔଷଧ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆକ୍ରାନ୍ତଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ସୁବିଧା, ଆଦିବାସୀ ଆବାସିକ ସ୍କୁଲରେ ତୁରନ୍ତ ମଶାରି ବଣ୍ଟନ କରିବା, ଅନ୍ତେବାସୀଙ୍କୁ ସଚେତନ କରାଇବା ପାଇଁ ସେ ଜିଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଲତାଦେଇପୁର ଗ୍ରାମରେ ଦନ୍ତା ଆତଙ୍କ, ଆକ୍ରମଣରେ ୩ ଆହତ

ଲତାଦେଇପୁର ଗ୍ରାମରେ ଦନ୍ତା ଆତଙ୍କ, ଆକ୍ରମଣରେ ୩ ଆହତ

ଢେଙ୍କାନାଳ ଅଫିସ,୨୬।୪: ଢେଙ୍କାନାଳ ଷଢ଼ଙ୍ଗୀ ରେଞ୍ଜର ଲତାଦେଇପୁର ଗ୍ରାମରେ ଗୁରୁବାର ସକାଳ ୬ଟାରେ ଏକ ଦନ୍ତାହାତୀ ଆକ୍ରମଣେରେ ୩ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଗ୍ରାମର ସଞ୍ଜୀବ କର(୪୨), ଭୂତ ମଲିକ(୬୫), ସବିତା ଶତପଥୀ(୫୨)। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସଞ୍ଜୀବଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ବିଦ୍ୟୁତ୍‌ କାଟ ପ୍ରତିବାଦରେ ଧାରଣା

ବିଦ୍ୟୁତ୍‌ କାଟ ପ୍ରତିବାଦରେ ଧାରଣା

ବନ୍ତଳା, ୨୫ା୪(ଡି.ଏନ.ଏ.)- ବାରମ୍ବାର ବିଦ୍ୟୁତ୍‌ କାଟ ପତିବାଦରେ ଅନୁଗୋଳ ଜିଲା ବନ୍ତଳା ଥାନା ବଡକେରା ଗ୍ରାମବାସୀ ବୁଧବାର ରାତି ପ୍ରାୟ ସାଢେ ୯ଟାରୁ ଷ୍ଟ୍ରକଚର ସମ୍ମୁଖରେ ଧାରଣାରେ ବସିଛନ୍ତି। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଷ୍ଟ୍ରକଚରଠାରୁ ମାତ୍ର ୨ଶହ ମିଟର ଦୂରରେ ଗ୍ରାମ ରହିଛି। ହେଲେ ବଡକେରା ଛକରେ ବିଦ୍ୟୁତ୍‌ ରହୁଥିବାବେଳେ ଛକକୁ ଲାଗି ଥିବା ନୂଆ ବଡକେରା ଗ୍ରାମରେ ବାରମ୍ବାର ବିଦ୍ୟୁତ୍‌ କାଟ ହେଉଛି।

ବଜରଙ୍ଗ କ୍ଲବର ପାଠାଗାର କକ୍ଷ ଉଦ୍‌ଘାଟିତ

ବଜରଙ୍ଗ କ୍ଲବର ପାଠାଗାର କକ୍ଷ ଉଦ୍‌ଘାଟିତ

ଢେଙ୍କାନାଳ ଅଫିସ, ୨୫।୪-ଢେଙ୍କାନାଳ ଶ୍ରୀବଳରାମ ମନ୍ଦିର ନିକଟରେ ଏମ୍‌ପିଙ୍କ ହାତପାଣ୍ଠିରୁ ନବନିର୍ମିିତ ବଜରଙ୍ଗ କ୍ଲବର ପାଠାଗାର କକ୍ଷ ବୁଧବାର ଅପରାହ୍ନରେ ଲୋକାର୍ପିତ ହୋଇଛି। ଏମ୍‌ପି ତଥାଗତ ସତପଥୀ ମୁଖ୍ୟଅତିଥି ଭାବେ ଉପସ୍ଥିତ ରହି ଏହାକୁ ଉଦ୍‌ଘାଟନ କରିଥିଲେ।