ଅନଗୁଳ-ଢେଙ୍କାନାଳ

ବିସ୍ଫୋରକ ସାମଗ୍ରୀ ଚୋରା ଚାଲାଣ ଚେର ହିନ୍ଦୋଳରୁ ରାଜସ୍ଥାନ

ବିସ୍ଫୋରକ ସାମଗ୍ରୀ ଚୋରା ଚାଲାଣ ଚେର ହିନ୍ଦୋଳରୁ ରାଜସ୍ଥାନ
ଢେଙ୍କାନାଳ ଅଫିସ, ୧୭ା୧୨- ଢେଙ୍କାନାଳର ଘଞ୍ଚ ଜଙ୍ଗଲରେ ପ୍ରସ୍ତୁତ ହେଉଛି ବିସ୍ଫୋରକ ସାମଗ୍ରୀ। ଏଥିପାଇଁ ଖୋଳାଯାଇଛି ୟୁନିଟ୍‌। ଚୋରାଚାଲାଣର ଚେର ଲମ୍ବିଛି ସୁଦୂର ରାଜସ୍ଥାନକୁ। ବିସ୍ଫୋରକ ସାମଗ୍ରୀର ବେଆଇନ ବ୍ୟବହାର ଯୋଗୁ ଦୋହଲିଉଠୁଛି ଜନବସତି। ଘରଦ୍ୱାର କାନ୍ଥ ଫାଟି ଆଁ କଲାଣି। ଏପରି ସମ୍ବେଦନଶୀଳ ପ୍ରସଙ୍ଗକୁ ହାଲ୍‌କା ଭାବେ ନେଉଛି ପୋଲିସ। ଷ୍ଟକ୍‌ ଯାଞ୍ଚ କରାଯାଉଥିବା କହି ପ୍ରସଙ୍ଗ ଏଡ଼ାଇ ଯାଉଛନ୍ତି ଅଧିକାରୀ। ବିସ୍ଫୋରକ ଚାଲାଣକାରୀଙ୍କ ହାତବାରିସି ସାଜିଥିବା ଖାକି ପିନ୍ଧା ବାବୁମାନେ ସବୁଜାଣି ଅଜଣା ଭଳି ବ୍ୟବହାର କରୁଥିବାବେଳେ ଜିଲାବାସୀଙ୍କ ସୁରକ୍ଷା ବିପନ୍ନ ହେବାରେ ଲାଗିଛି। ହିନ୍ଦୋଳ ଉପଖଣ୍ଡର ଓସ୍ତପାଳ ଜଙ୍ଗଲ ନିକଟରୁ ଶନିବାର ଏକ ବିସ୍ଫୋରକ ସାମଗ୍ରୀ ପ୍ରସ୍ତୁତ ଜଗଦମ୍ବା ଟ୍ରେଡର୍ସ ୟୁନିଟ୍‌କୁ ସିଲ୍‌ କରାଯିବାପରେ ଏଥିରେ ବିଧିବଦ୍ଧ ଭାବେ ଏକ ର଼୍ୟାକେଟ୍‌ କାମ କରୁଥିବା ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ, ଗତ ବୁଧବାର ହିନ୍ଦୋଳରୁ ୨ଟି ପିକ୍‌ଅପ୍‌ ଭ୍ୟାନରେ ରାଜସ୍ଥାନକୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଚାଲାଣ କରାଯାଉଥିଲା। ବଲାଙ୍ଗୀର ୨୬ନମ୍ବର ରାଜପଥର ରତନପୁର ଢ଼ାବା ନିକଟରେ ଏକ ଟ୍ରକ୍‌ ପଛରେ ଦୁଇଟି ଗାଡ଼ି ଧକ୍କା ଦେଇଥିଲା। ଏହାକୁ ନେଇ ଗାଡ଼ି ଡ୍ରାଇଭରଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଥିଲା। ପରେ ପୋଲିସ ତଦନ୍ତବେଳେ ବିସ୍ଫୋରକ ସାମଗ୍ରୀ ଚାଲାଣର ଖୁଲାସା ହୋଇଥିଲା। ଗାଡ଼ିରୁ ୩୦ ହଜାର ଡେଟୋନେଟର ଏବଂ ୧୨୫୦ ପାଓ୍ବାର ଜେଲ ଜବତ କରାଯାଇଥିଲା। ଏଥିରେ ସମ୍ପୃକ୍ତ ଅଭିଯୋଗରେ ସେଠାକାର ପୋଲିସ ୪ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ୨ଜଣ ରାଜସ୍ଥାନ ଅଞ୍ଚଳର ବ୍ୟବସାୟୀ ବୋଲି ଜଣାପଡ଼ିଛି। ଶନିବାର ବଲାଙ୍ଗୀର ପୋଲିସ ବାଲିମୀ ଥାନା ପୋଲିସ ସହାୟତାରେ ଓସ୍ତପାଳ ଜଙ୍ଗଲରେ ଥିବା ଉକ୍ତ ବିସ୍ଫୋରକ ସାମଗ୍ରୀ ପ୍ରସ୍ତୁତ ୟୁନିଟ୍‌କୁ ଯାଞ୍ଚ କରିବାକୁ ଯାଇଥିଲା। ତେବେ ପୂର୍ବରୁ ସୂଚନାପାଇ ୟୁନିଟ୍‌ ମୁଖ୍ୟଙ୍କ ସମେତ ଅନ୍ୟ କର୍ମଚାରୀ ୟୁନିଟ୍‌ରେ ତାଲାପକାଇ ଫେରାର ହୋଇଯାଇଥିଲେ। ଏହାର ମାଷ୍ଟରମାଇଣ୍ଡ ରାଜସ୍ଥାନ ପଳାଇଥିବା ସନ୍ଦେହ କରାଯାଉଥିବାବେଳେ ପୋଲିସ ଉକ୍ତ ୟୁନିଟ୍‌କୁ ସିଲ୍‌ କରିଦେଇଛି। ଢେଙ୍କାନାଳ ଜିଲାର ନିହଲପ୍ରସାଦ ଥାନା, ସଦର ଥାନା, ଭାପୁର ଫାଣ୍ଡି, ମୋଟଙ୍ଗା ଥାନା ଅଞ୍ଚଳରେ ଥିବା ବେଆଇନ ପଥର ଖଣିରେ ଦୈନିକ ପ୍ରାୟ ୨୦ ହଜାର ଡିନାମାଇଟ ବିସ୍ଫୋରଣ କରାଯାଉଥିବା ବେସରକାରୀ ସୂତ୍ରରୁ ଜଣାପଡ଼ିଛି। ଏହାଦ୍ୱାରା ନିକଟବର୍ତ୍ତୀ ଜନବସତିରେ ଘରଦ୍ୱାର କ୍ଷତିଗ୍ରସ୍ତ ହେଉଛି। ଖଣି ମାଫିଆଙ୍କ ଭୟରେ ଅଞ୍ଚଳବାସୀ ମୁହଁ ଖୋଲୁନାହାନ୍ତି। ପୂର୍ବରୁ ଏହାର ପ୍ରତିକାର କରିବାକୁ ନିହଲପ୍ରସାଦ ଏବଂ ଭାପୁର ଅଞ୍ଚଳବାସୀ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ପ୍ରଶାସନ ପକ୍ଷରୁ ଏହାକୁ ରୋକିବା ଦିଗରେ ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଜିଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାରମାନେ ଘଟଣାସ୍ଥଳକୁ ଯାଇ ଲୋକଦେଖାଣିଆ ଭାବେ ଚଢ଼ାଉ କରି ରିପୋର୍ଟ ଦେଉଛନ୍ତି। ଦୁଇମାସ ତଳେ ନିହଲପ୍ରସାଦ ଥାନା ଅଞ୍ଚଳରୁ ପୋଲିସ ୩ ବାଇକ୍‌ ସହ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା। ସେହିପରି ନଭେମ୍ବର ୨୪ରେ ରାସୋଳ ଥାନା ବାବନ୍ଧ ଅଞ୍ଚଳରୁ ଏକ ଭ୍ୟାନରୁ ଚୋରାଚାଲାଣବେଳେ ପୋଲିସ ୨୦ପେଟି ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା। ଉଭୟ ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତଙ୍କ ବିରୋଧରେ କୋହଳ ମନୋଭାବ ପ୍ରଦର୍ଶନ ଯୋଗୁ ବିସ୍ଫୋରକ ସାମଗ୍ରୀର ଚାଲାଣ ବଢ଼ୁଥିବା ଅଭିଯୋଗ ହେଉଛି। ଜିଲାରେ ୪-୫ଟି ସ୍ଥାନରେ ବିସ୍ଫୋରକ ସାମଗ୍ରୀ ପ୍ରସ୍ତୁତ ୟୁନିଟ ରହିଛି। ଏହାର ପଞ୍ଜୀକରଣ, ଷ୍ଟକ୍‌ ଯାଞ୍ଚ୍‌ ନେଇ ନିୟମିତ ସମୀକ୍ଷା ନ ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ହିନ୍ଦୋଳ ଥାନାଧିକାରୀ ଯୁଗଳ କିଶୋର ଦାସ କୁହନ୍ତି, ମଝିରେ ମଝିରେ ୟୁନିଟ୍‌କୁ ଯାଇ ଷ୍ଟକ୍‌ ଯାଞ୍ଚ କରାଯାଉଛି। ୧୨ ତାରିଖ ଘଟଣା ପରେ ବଲାଙ୍ଗୀର ପୋଲିସ ଆସି ୟୁନିଟରୁ କାହାକୁ ନ ପାଇ ଫେରି ଯାଇଛନ୍ତି। ଏସ୍‌ପି ବସନ୍ତ କୁମାର ପାଣିଗ୍ରାହୀ କୁହନ୍ତି, ବଲାଙ୍ଗୀର ପୋଲିସ ଓସ୍ତପାଳ ନିକଟ ବିସ୍ଫୋରକ ସାମଗ୍ରୀ ୟୁନିଟକୁ ଆସି ଯାଞ୍ଚ କରିଥିଲା। କିନ୍ତୁ ୟୁନିଟର ମୁଖିଆ ଓ କର୍ମଚାରୀମାନେ ଫେରାର ହୋଇଯାଇଛନ୍ତି। ପୋଲିସ ପକ୍ଷରୁ ୟୁନିଟ ସିଲ୍‌ କରାଯିବା ସହ ଏହାର ମୁଖ୍ୟଙ୍କୁ ହାଜର ହେବା ପାଇଁ କୁହାଯାଇଛି। ସେ ନ ଆସିଲେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ତାଲାଭାଙ୍ଗି ଯାଞ୍ଚ କରାଯିବ।
All Right Reserved By

ଅନଗୁଳ-ଢେଙ୍କାନାଳ

ନିଆରା ମଣିଷ ପ୍ରଦୀପ ବାରିକ: ଆଗେ ନିଶା, ପରେ ପେସା

ନିଆରା ମଣିଷ ପ୍ରଦୀପ ବାରିକ: ଆଗେ ନିଶା, ପରେ ପେସା

(ଉପେନ୍ଦ୍ର ରାଉତ) ବଅଁରପାଳ, ୨୪।୧: ସକାଳୁ ସେଲୁନ୍‌କୁ ନ ଗଲେ ପରିବାର ନ ଚଳେ। ହେଲେ ଦଣ୍ଡଯାତ୍ରା କିମ୍ବା ଡ୍ରାମା ଥିଲେ ସେଲୁନରେ ପଡ଼ିଯାଏ ତାଲା। ସେ ଦର୍ଶକ କି ପ୍ରଶଂସକ ନୁହନ୍ତି, ସେ ହେଉଛନ୍ତି କଳାକାର। 

ନୂତନ ତାଲିକା ପ୍ରକାଶିତ: ଢେଙ୍କାନାଳରେ ୯,୧୮,୮୬୧ ଭୋଟର

ନୂତନ ତାଲିକା ପ୍ରକାଶିତ: ଢେଙ୍କାନାଳରେ ୯,୧୮,୮୬୧ ଭୋଟର

ଢେଙ୍କାନାଳ ଅଫିସ, ୨୪।୧: ସାଧାରଣ ନିର୍ବାଚନ ଲାଗି ଢେଙ୍କାନାଳ ଜିଲାରେ ପ୍ରକାଶ ପାଇଛି ଭୋଟର ତାଲିକା। ନୂତନ ତାଲିକାରେ ମୋଟ ୯ଲକ୍ଷ ୧୮ହଜାର ୮୬୧ ଭୋଟର ଅଛନ୍ତି। ତନ୍ମଧ୍ୟରେ ୪ଲକ୍ଷ ୩୯ହଜାର ୧୮୬ ମହିଳା ଏବଂ ୪ଲକ୍ଷ ୭୯ ହଜାର ୫୭୨ ପୁରୁଷ। 

ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ପରିବାରକୁ ଭେଟିଲା ମହିଳା ମୋର୍ଚ୍ଚା ଟିମ୍‌

ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ପରିବାରକୁ ଭେଟିଲା ମହିଳା ମୋର୍ଚ୍ଚା ଟିମ୍‌

ଅନୁଗୋଳ ଅଫିସ, ୨୪।୧: ଅନୁଗୋଳ ଉପକଣ୍ଠରେ ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା କରାଯିବା ଘଟଣାକୁ ନେଇ ଜନ ଅସନ୍ତୋଷ ଥମୁ ନ ଥିବା ବେଳେ ବୁଧବାର ଭାଜପାର ରାଜ୍ୟ ମହିଳା ମୋର୍ଚ୍ଚା ଟିମ୍‌ ସମ୍ପୃକ୍ତ ପରିବାରକୁ ଭେଟି ସମବେଦନା ଜଣାଇଛି। ଏହି ଅବସରରେ ମୋର୍ଚ୍ଚା ଉପସଭାନେତ୍ରୀ ସ୍ମୃତି ପଟ୍ଟନାୟକ ରାଜ୍ୟ ସରକାର, ଅନୁଗୋଳ ପ୍ରଶାସନ ଓ ପୋଲିସ ଉପରେ ବର୍ଷିଛନ୍ତି।

ଆକ୍ରମଣ କରି ହାଇୱା ଲୁଟ୍‌: ଚାଳକଙ୍କୁ ଜଙ୍ଗଲରେ ଫିଙ୍ଗିଦେଲେ

ଆକ୍ରମଣ କରି ହାଇୱା ଲୁଟ୍‌: ଚାଳକଙ୍କୁ ଜଙ୍ଗଲରେ ଫିଙ୍ଗିଦେଲେ

ଢେଙ୍କାନାଳ ଅଫିସ, ୨୪।୧: ଢେଙ୍କାନାଳ ସଦର ଥାନା ପଞ୍ଚୁପଟି ନିକଟରେ ଥିବା ଏକ ଢାବା ସମ୍ମୁଖରୁ ମଙ୍ଗଳବାର ବିଳମ୍ବିତ ରାତିରେ ୩ଜଣ ଦୁର୍ବୃତ୍ତ ଚାଳକଙ୍କୁ ଆକ୍ରମଣ କରି ଏକ ଫ୍ଲାଏଆଶ୍‌ ବୋଝେଇ ହାଇୱା ଲୁଟି ନେଇଛନ୍ତି। 

‘କାଳିଆ’ରେ ବିଜେଡି ନେତା ହିତାଧିକାରୀ: ଭାଜପାର ଅଭିଯୋଗ

‘କାଳିଆ’ରେ ବିଜେଡି ନେତା ହିତାଧିକାରୀ: ଭାଜପାର ଅଭିଯୋଗ

ଢେଙ୍କାନାଳ ଅଫିସ, ୨୪।୧: ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା କୃଷିଭିତ୍ତିକ ଯୋଜନା ‘କାଳିଆ’ରେ ବିଜେଡି ନେତା ହିତାଧିକାରୀ ବୋଲି ଅଭିଯୋଗ ଆଣିଛି ଢେଙ୍କାନାଳ ଜିଲା ଭାଜପା କୃଷକ ମୋର୍ଚ୍ଚା। 

ହିଂସ୍ର ଦନ୍ତାର ଉନ୍ମତ୍ତକାଣ୍ଡ: ମହିଳାଙ୍କୁ ବିଖଣ୍ଡିତ କରିଦେଲା

ହିଂସ୍ର ଦନ୍ତାର ଉନ୍ମତ୍ତକାଣ୍ଡ: ମହିଳାଙ୍କୁ ବିଖଣ୍ଡିତ କରିଦେଲା

ରାସୋଳ, ୨୪ା୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ହିନ୍ଦୋଳ ବନାଞ୍ଚଳରେ ବୁଧବାର ସନ୍ଧ୍ୟାରେ ଏକ ହିଂସ୍ର ଦନ୍ତାହାତୀ ଉନ୍ମତ୍ତ କାଣ୍ଡ ଘଟାଇଛି। ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ରାସୋଳ ଥାନା ବେଡ଼ାପଡ଼ା ଗ୍ରାମର  ସନାତନ ସାମଲଙ୍କ ସ୍ତ୍ରୀ ଭାସିନୀ (୪୩)। ହାତୀଟି ମହିଳାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରିଦେଇଛି। 

୮ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: କଲିକତାରୁ ଧରାପଡ଼ିଲେ ଅଭିଯୁକ୍ତ ଅନାମ

୮ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: କଲିକତାରୁ ଧରାପଡ଼ିଲେ ଅଭିଯୁକ୍ତ ଅନାମ

ଅନୁଗୋଳ ଅଫିସ, ୨୪।୧- ବହୁଚର୍ଚ୍ଚିତ ଅନୁଗୋଳ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣାର ଅଭିଯୁକ୍ତ ଗୋଡ଼ିସାହିର ଅନାମ ଓରଫ ଶ୍ରୀନିବାସ ଦେହୁରି (୨୩)ଙ୍କୁ ପୋଲିସ ଗିରଫ କରିଛି। ଟ୍ରକ୍‌ରେ ଭୁବନେଶ୍ୱରରୁ କଲିକତା ଖସିଯାଇଥିବା ବେଳେ ଅନୁଗୋଳ ସ୍ପେଶାଲ୍‌ ସ୍କ୍ବାଡ୍‌ ତାଙ୍କୁ ସେଠାରୁ ଧରିବାରେ ସଫଳ ହୋଇଛି। 

ମଜଦୁର ସଂଘର ଧର୍ମଘଟ

ମଜଦୁର ସଂଘର ଧର୍ମଘଟ

କଣିହାଁ, ୨୩ା୧(ଡି.ଏନ.ଏ.)- କଣିହାଁ ବ୍ଲକ ଡେରେଙ୍ଗ ସ୍ଥିତ ଜେଆଇଟିପିଏଲ୍‌ ପ୍ରକଳ୍ପର ୩ ଫାଟକଠାରେ ଭାରତୀୟ ମଜଦୁର ସଂଘ ସହବନ୍ଧିତ ଜେଆଇଟିପିଏଲ ମଜଦୁର ସଂଘର କର୍ମଚାରୀ ଶ୍ରମିକ ସଙ୍ଗଠନ ବୁଧବାର ଧର୍ମଘଟରେ ବସିଛନ୍ତି। 

ଭାରିଯାନ ଚଳାଚଳ ବନ୍ଦ ଦାବିରେ ଆନ୍ଦୋଳନ

ଭାରିଯାନ ଚଳାଚଳ ବନ୍ଦ ଦାବିରେ ଆନ୍ଦୋଳନ

ତାଳଚେର,୨୩ା୧(ନି.ପ୍ର.)- ରେଙ୍ଗାଳି ଦକ୍ଷିଣ ପାର୍ଶ୍ୱ କେନାଲ ରାସ୍ତାରେ ଭାରିଯାନ ଚଳାଚଳ ବନ୍ଦ ଦାବିରେ ବୁଧବାର ତାଳଚେର ବ୍ଲକର ୩ ଗୋଟି ପଞ୍ଚାୟତବାସୀଙ୍କ ପକ୍ଷରୁ କେନାଲ ରାସ୍ତା ଅବରୋଧ କରାଯାଇଛି। ଏହି ରାସ୍ତା ଦେଇ ଧରମପୁର, କଙ୍କିଳି, ଗୁରୁଜାଙ୍ଗ ପଞ୍ଚାୟତବାସୀଙ୍କ ସମେତ ଅନ୍ୟ ଗ୍ରାମର ଜନସାଧାରଣ ଯାତାୟାତ କରିଥାନ୍ତି।

ଅନୁଗୋଳରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ଭାଜପା ମହିଳା ମୋର୍ଚ୍ଚା ଟିମ୍‌

ଅନୁଗୋଳରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ଭାଜପା ମହିଳା ମୋର୍ଚ୍ଚା ଟିମ୍‌

ଅନୁଗୋଳ ଅଫିସ,୨୩।୧: ଅନୁଗୋଳ ଉପକଣ୍ଠରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ପଥରରେ ଛେଚି ହତ୍ୟା କରାଯିବା ଘଟଣାରେ ରାଜ୍ୟ ଭାଜପା ମହିଳା ମୋର୍ଚ୍ଚାର ଏକ ଟିମ୍‌ ବୁଧବାର ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।

୧୭ ଦଫା ଦାବିରେ ନାଲ୍‌କୋ ଠିକା ମଜଦୂର ସଂଘର ପ୍ରତିବାଦ ସଭା

୧୭ ଦଫା ଦାବିରେ ନାଲ୍‌କୋ ଠିକା ମଜଦୂର ସଂଘର ପ୍ରତିବାଦ ସଭା

ବଅଁରପାଳ,୨୩।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଠିକା ମଜଦୂର ସଂଘ ପକ୍ଷରୁ ପ୍ଲାଣ୍ଟରେ କାର୍ଯ୍ୟରତ ଶ୍ରମିକମାନେ ବୁଧବାର ସିପିପି ପ୍ଲାଣ୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ସମୀକ୍ଷା: ଉଜୁଡ଼ା ଜଙ୍ଗଲ ପୁନରୁଦ୍ଧାର ମୁଖ୍ୟଲକ୍ଷ୍ୟ

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ସମୀକ୍ଷା: ଉଜୁଡ଼ା ଜଙ୍ଗଲ ପୁନରୁଦ୍ଧାର ମୁଖ୍ୟଲକ୍ଷ୍ୟ

ଢେଙ୍କାନାଳ ଅଫିସ, ୨୩।୧-ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ବାର୍ଷିକ ସମୀକ୍ଷା ବୈଠକ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି।