ଉପକୂଳ ଓଡିଶା

ଦୋକାନ ଭିତରୁ ୨ ଲକ୍ଷ ଟଙ୍କା ଲୁଟ୍‌

ଦୋକାନ ଭିତରୁ ୨ ଲକ୍ଷ ଟଙ୍କା ଲୁଟ୍‌

ରାଜନଗର,୧୮ା୧୨(ଡି.ଏନ୍‌.ଏ.): ରାଜନଗର ବ୍ଲକ ଅନ୍ତର୍ଗତ ସାନବଡ ଗୋପାଳପୁର ବଜାରରେ ଥିବା ଏକ ଦୋକାନରୁ କେତେଜଣ ଦୁର୍ବୃତ୍ତ ସୋମବାର ୨ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ କାଗଜ ପତ୍ର ଲୁଟି ନେଇଛନ୍ତି। ଏନେଇ ରାଜନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସାନବଡ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ କିଆଯୋରୀ ଗ୍ରାମର ପ୍ରମୋଦ କୁମାର ସ୍ବାଇଁ ଦିନ ୧୧ଟା ବେଳେ ସ୍ଥାନୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ରୁ ୨ଲକ୍ଷ ଟଙ୍କା ଉଠାଇଥିଲେ। ଉକ୍ତ ଟଙ୍କାକୁ ପ୍ରମୋଦ ଏକ ବ୍ୟାଗରେ ଆଣି ସାନବଡ ଗୋପାଳପୁର ବଜାରରେ ଥିବା ଭାଇଙ୍କ ଷ୍ଟେସନାରୀ ଦୋକାନରେ ରଖିଥିଲେ। ପରେ ଅନ୍ୟ ଏକ କାମରେ ସେଠାରୁ ଚାଲିଯାଇଥିଲେ। ପ୍ରମୋଦଙ୍କ ଭାଇ ପାଣି ଆଣିବାକୁ ନିକଟ ଦୋକାନକୁ ଯାଇଥିବା ବେଳେ କେତେଜଣ ଦୁର୍ବତ୍ତ ଏକ ବାଇକରେ ଆସି ଦୋକାନ ଭିତରୁ ଉକ୍ତ ଟଙ୍କା ବ୍ୟାଗକୁ ନେଇ ଦ୍ରୁତ ଗତିରେ ଚାଲିଯାଇଥିଲେ। ସ୍ଥାନୀୟ ଲୋକେ ବାଇକ୍‌ର ପିଛା କରିଥିଲେ ମଧ୍ୟ ଧରିବାକୁ ସକ୍ଷମ ହୋଇ ନ ଥିଲେ। ଚୋରି ହୋଇଥିବା ବ୍ୟାଗରେ ଦୁଇଲକ୍ଷ ଟଙ୍କା ସମେତ ୨ ବ୍ୟାଙ୍କର ଚେକ୍‌ ବହି ଓ ଅନ୍ୟାନ୍ୟ କାଗଜପତ୍ର ରହିଥିଲା। ଏନେଇ ଥାନାରେ କେସ ନଂ ୨୧୬/୧୭ ରେ ଏକ ମାମଲା ରୁଜୁ ହୋଇଛି।

All Right Reserved By

ଉପକୂଳ ଓଡିଶା

ଶୀତଳଷଷ୍ଠୀ ଯାତ୍ରା ଉଦ୍‌ଯାପିତ

ଭାପୁର,୨୧।୬(ଡି.ଏନ୍‌.ଏ.)- ଭାପୁର ବ୍ଲକ ବିଜିପୁର ପଞ୍ଚାୟତ ମାଳିବେରେଣୀ ଗ୍ରାମରେ ଶୀତଳଷଷ୍ଠୀ ଯାତ୍ରା ମଙ୍ଗଳବାର ରାତିରେ ସମାପ୍ତ ହୋଇଛି। ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଆକେଶ୍ୱରଦେବଙ୍କ ପୀଠରେ ତିନିଦିନ ଧରି ଏହି ଯାତ୍ରା ଚାଲିଥିଲା।

ସିଲେଇ ଶିକ୍ଷା ନାଁରେ ମହିଳାଙ୍କ ଠାରୁ ୪୦ ହଜାର ଠକେଇ

ଖଣ୍ଡପଡା/ଭାପୁର,୨୧।୬(ସ୍ବ.ପ୍ର./ଡି.ଏନ.ଏ.)-ଖଣ୍ଡପଡା ବ୍ଳକ ଅନ୍ତର୍ଗତ ବନମାଳୀପୁର ଗ୍ରାମରେ ଏକ ସିଲେଇ ଶିକ୍ଷା କେନ୍ଦ୍ର ଖୋଲି ମହିଳାମାନଙ୍କୁ ସିଲେଇ ଶିକ୍ଷା ଦେବା ନାଁରେ ୧୧ଜଣ ମହିଳାଙ୍କଠାରୁ ଜଣେ ଯୁବକ ୪୦ ହଜାର ଟଙ୍କା ଠକି ନେଇଥିବା ଥାନାରେ ଅଭିଯୋଗ ହୋଇଛି ।

ବିଦ୍ୟୁତ୍‌ ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ

ଖଣ୍ଡପଡା/ଭାପୁର,୨୧।୬(ସ୍ବ.ପ୍ର./ଡି.ଏନ.ଏ.)-ଭାପୁର ବ୍ଳକ ଅନ୍ତର୍ଗତ ଚକ୍ରଧର ପ୍ରସାଦ ଗ୍ରାମରେ ବିଦ୍ୟୁତ ଶର୍ଟସର୍କିଟରୁ ଗୋଟିଏ ପରିବାରର ୩ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଏଥିସହ ଘରର ସମସ୍ତ ଆସବାବପତ୍ର ସହ ଧାନଚାଉଳ ପୋଡି ନଷ୍ଟ ହୋଇ ଯାଇଛି ।

ବିଦ୍ୟୁତ୍‌ ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ

ବିଦ୍ୟୁତ୍‌ ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ

ଖଣ୍ଡପଡା/ଭାପୁର,୨୧।୬(ସ୍ବ.ପ୍ର./ଡି.ଏନ.ଏ.)-ଭାପୁର ବ୍ଳକ ଅନ୍ତର୍ଗତ ଚକ୍ରଧର ପ୍ରସାଦ ଗ୍ରାମରେ ବିଦ୍ୟୁତ ଶର୍ଟସର୍କିଟରୁ ଗୋଟିଏ ପରିବାରର ୩ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଏଥିସହ ଘରର ସମସ୍ତ ଆସବାବପତ୍ର ସହ ଧାନଚାଉଳ ପୋଡି ନଷ୍ଟ ହୋଇ ଯାଇଛି ।

ପଞ୍ଚାୟତ ସମିତିର ୪ର୍ଥ ବୈଠକରେ ଅଭିଯୋଗ

ପଞ୍ଚାୟତ ସମିତିର ୪ର୍ଥ ବୈଠକରେ ଅଭିଯୋଗ

ଗଣିଆ,୨୧।୬(ଡି.ଏନ.ଏ.)-ଗଣିଆ ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ବୁଧବାର ପଞ୍ଚାୟତ ସମିତିର ୪ର୍ଥ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶେଷଦେବ ସ୍ବାଇଁ ଅଧ୍ୟକ୍ଷତା କରିଥିବା ବେଳେ ଜିଲାପରିଷଦ ସଭ୍ୟ ମହେଶ୍ୱର ମହାରଣା, ବ୍ଲକ ଉପାଧ୍ୟକ୍ଷା ଶାନ୍ତିଲତା ଦାସ, ବିଡିଓ ସରୋଜ କୁମାର ନାୟକ ଓ ଜିପିଇଓ ରାଜେନ୍ଦ୍ର

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି: ବିପନ୍ନଙ୍କୁ ସୁରକ୍ଷା ପାଇଁ ଗୁରୁତ୍ୱ

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି: ବିପନ୍ନଙ୍କୁ ସୁରକ୍ଷା ପାଇଁ ଗୁରୁତ୍ୱ

ଖଣ୍ଡପଡା,୨୧ା୬(ସ୍ବ.ପ୍ର.)-ନୟାଗଡ ଜିଲା ଭାପୁର ବ୍ଲକ ଅନ୍ତର୍ଗତ ପଥରଚକଡା ପଞ୍ଚାୟତ ମାଧପୁର ବହୁମୁଖୀ ଆଶ୍ରୟସ୍ଥଳୀଠାରେ ଏକ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଅଭ୍ୟାସ ଓ ସଚେତନତା କାର୍ଯ୍ୟକ୍ରମ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କମିଟି(ଓଡ୍ରାଫ) ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।

ନବବିବାହିତାଙ୍କ ମୃତ୍ୟୁ ଘଟଣା:

ନବବିବାହିତାଙ୍କ ମୃତ୍ୟୁ ଘଟଣା:

ନୟାଗଡ଼ ଅଫିସ,୨୧।୬- ଜଣେ ନବବିବାହିତାଙ୍କ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ୧୦ମାସ ବିତିଲାଣି। ବୋହୂଙ୍କୁ ହତ୍ୟା କରାଯାଇଥିବା ନେଇ ସେତେବେଳେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏପରି କି ଏସ୍‌ପିଙ୍କୁ ଭେଟି ଏ ବିଷୟରେ ଅବଗତ କରାଇଥିଲେ।

ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ୨ ଗିରଫ

ଓଡ଼ଗାଁ,୨୧।୬(ସ୍ବ.ପ୍ର.)- ଓଡ଼ଗାଁ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ଅଭିଯୋଗରେ ବୁଧବାର ପୋଲିସ ସମ୍ପୃକ୍ତ ଯୁବକଙ୍କ ବାପା ଓ ଭାଇଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ବିଲମାନପୁର ଗ୍ରାମର ବାବୁଲି ରାଉତ(୨୫) ନାମକ ଯୁବକ ଜନୈକା ୨୨ ବର୍ଷୀୟା ଯୁବତୀଙ୍କୁ ଦୁଇବର୍ଷ ହେଲା ପ୍ରେମ ଜାଲରେ ଫସାଇ ବିବାହ ପ୍ରତିଶ୍ରୁତି ଦେଇଆସୁଥିଲେ ।

ନାବାଳିକା ଅସଦାଚରଣ ଘଟଣା: ମାସେ ପରେ ବି ପୋଲିସ ହାତ ଖାଲି

ନୟାଗଡ଼ ଅଫିସ,୨୧।୬- ନୟାଗଡ଼ ଜିଲା ସଦର ବ୍ଲକ ବୋଦାପଡ଼ା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅସଦାଚରଣ ଘଟଣାର ୩୫ଦିନ ପରେ ବି ପୋଲିସ ହାତ ଖାଲି ରହିଛି। ଏହାର ପ୍ରତିବାଦରେ ପରିବାର ଲୋକେ ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବାକୁ ଧମକ ଦେଇଛନ୍ତି।

୯ଦଫା ଦାବିରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ନୟାଗଡ଼ ଅଫିସ,୨୦ା୬- ଅଲ୍‌ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍‌ ୱାର୍କର୍ସ ଆସୋସିଏଶନ ତରଫରୁ ନୟାଗଡ଼ ଜିଲା ଅଙ୍ଗନୱାଡ଼ି ସଂଘ ସଭାନେତ୍ରୀ ଗାୟତ୍ରୀ ଦାସଙ୍କ ନେତୃତ୍ୱରେ ବୁଧବାର ୯ଦଫା ଦାବିରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ଭାରିଯାନ ଚଳାଚଳକୁ ବିରୋଧ କରି ଆଳିପିଙ୍ଗଳଠାରେ ରାସ୍ତାରୋକୋ

ଜଗତ୍‌ସିଂହପୁର ଅଫିସ୍‌, ୨୦।୬- ଜଗତ୍‌ସିଂହପୁର-ଆଳିପିଙ୍ଗଳ ରାସ୍ତାରେ ଖାଲଖମା ଭର୍ତ୍ତି ହୋଇଥିବା ବେଳେ ଆଳିପିଙ୍ଗଳ ଛକଠାରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ତେବେ ରାସ୍ତାର ଏପରି ଦୁରବସ୍ଥା ଯୋଗୁ ଏହି ରାସ୍ତାରେ ଭାରିଯାନ ଚଳାଚଳ ଉପରେ ଜିଲାପାଳ ନିଷେଧାଦେଶ ଜାରି କରିଛନ୍ତି। କିନ୍ତୁ ଦୈନିକ ଏହି ରାସ୍ତାରେ ବାଲି ବୋଝେଇ ଶତାଧିକ ବଡ଼ ଟ୍ରକ ଓ ହାଇଓ୍ବା ଯାତାୟାତ କରୁଛି। ଏହାଦ୍ୱାରା ଏହି ରାସ୍ତାରେ ଦୈନିକ ଛୋଟବଡ଼ ଦୁର୍ଘଟଣାମାନ ଘଟୁଛି। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ବୁଧବାର ଆଳିପିଙ୍ଗଳ ବଜାର ରାସ୍ତାରୋକୋ କରିଥିଲେ।

ମୁଗ ମଣ୍ଡି ଖୋଲିବା ଦାବିରେ ରାସ୍ତାରୋକୋ

ମୁଗ ମଣ୍ଡି ଖୋଲିବା ଦାବିରେ ରାସ୍ତାରୋକୋ

ଜଗତ୍‌ସିଂହପୁର ଅଫିସ୍‌, ୨୦।୬- ଜଗତ୍‌ସିଂହପୁର ଜିଲାରେ ମୁଗର ଅଭାବୀ ବିକ୍ରୀ ଦେଖା ଦେଇଥିବା ବେଳେ ମଣ୍ଡିରେ ପରିଚାଳନା ଗତ ତ୍ରୁଟି ପରିଲକ୍ଷିତ ହେଉଛି।

Model This Week

ପ୍ରଭାତ