ଉପକୂଳ ଓଡିଶା

ନ୍ୟାୟ ବଦଳରେ ମାଡ଼ ଘଟଣା : ତଦନ୍ତ ଆରମ୍ଭ

ନ୍ୟାୟ ବଦଳରେ ମାଡ଼ ଘଟଣା : ତଦନ୍ତ ଆରମ୍ଭ

ମହାକାଳପଡା, ୧୮।୧୨(ଡି.ଏନ୍‌.ଏ.)
ମହାକାଳପଡା ବ୍ଲକ ଖରିନାସୀ ପଞ୍ଚାୟତ ଅନ୍ତର୍ଗତ ହରିଆବାଙ୍କ ଗ୍ରାମର ପ୍ରଦୀପ ଗିରି ଏକ ଅଭିଯୋଗ ନେଇ ମେରାଇନ୍‌ ଥାନାକୁ ଯାଇ ଅତିରିକ୍ତ ଥାନା ଅଧିକାରୀଙ୍କଠାରୁ ରବିବାର ନିସ୍ତୁକ ମାଡ ଖାଇଥିଲେ। ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସୋମବାର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ପୋଲିସ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚତ୍ ଏନେଇ ତଦନ୍ତ ଆରମ୍ଭ କରିଛନ୍ତି। ଅତିରିକ୍ତ ଏସପି ବିକାଶ ଚନ୍ଦ୍ର ଦାଶ, ଡିଏସପି ରାଜୀବ ଲୋଚନ ପଣ୍ଡା ଓ ଜମ୍ମୁ ମେରାଇନ୍‌ ଥାନାର ଆଇଆଇସି ପ୍ରିୟବ୍ରତ ଦାସ ଜମ୍ବ୍‌ୁ ଫାଣ୍ଡିରେ ପହଞ୍ଚତ୍ ଘଟଣା ସମ୍ପର୍କରେ ପ୍ରଦୀପଙ୍କ ସମେତ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିଥିଲେ। ଏନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ପୋଲିସ କର୍ତ୍ତୃପକ୍ଷଙ୍କୁ ଦିଆଯିବ ବୋଲି ସେମାନେ ସୂଚନା ଦେଇଥିଲେ। ରିପୋର୍ଟ ପାଇବା ପରେ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। ପ୍ରକାଶ ଯେ, ଜମିବାଡି ସମ୍ପର୍କିତ ଏକ ଅଭିଯୋଗ ନେଇ ପ୍ରଦୀପ ଜମ୍ବୁ ମେରାଇନ ଥାନାକୁ ଯାଇଥିବା ବେଳେ ଦାୟିତ୍ୱରେ ଥିବା ଅତିରିକ୍ତ ଥାନା ଅଧିକାରୀ ଗୋବିନ୍ଦ ବେହେରା ତାଙ୍କୁ ମାଡ ମାରିଥିଲେ। ଏହି ଘଟଣା ପରେ ପ୍ରଦୀପଙ୍କ ସ୍ତ୍ରୀ କରୁଣାକର ଜମ୍ବୁ ଫାଣ୍ଡି ଜରିଆରେ ଏସ୍‌ଡିପିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଏନେଇ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

All Right Reserved By

Model This Week

ନିକିତା

ଉପକୂଳ ଓଡିଶା

ଭାଜପା ଛାଡିଲେ ଜିଲା ପରିଷଦ ସଦସ୍ୟ

ଭାଜପା ଛାଡିଲେ ଜିଲା ପରିଷଦ ସଦସ୍ୟ

ଯାଜପୁର ଅଫିସ/ବରୀ,୨୨।୪: ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ବରି ବ୍ଲକ ଅଧ୍ୟକ୍ଷ ନିଳମଣି ସାମଲ ରବିବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ଏହାପରେ ସେ ବିଜେଡିର ଏକ ଶିବିରରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।

ରାସ୍ତା ଉଦ୍‌ଘାଟନ

ରାସ୍ତା ଉଦ୍‌ଘାଟନ

ଯାଜପୁର ଅଫିସ,୨୨।୪: ଯାଜପୁର ଜିଲା କୋରେଇ ବ୍ଲକ ତୁଲତି ଗ୍ରାମ ପଞ୍ଚାୟତର କଅଗାଁରୁ ଗୋପୀନାଥପୁର ରାସ୍ତା ରବିବାର ଶୁଭାରମ୍ଭ ହୋଇଛି।

ସଚେତନତା କାର୍ଯ୍ୟକ୍ରମ

ସଚେତନତା କାର୍ଯ୍ୟକ୍ରମ

ଯାଜପୁର,୨୨।୪(ଡି.ଏନ୍‌.ଏ.): ସୁନ୍ଦରଗଡ ଜିଲା ବଡଗାଁ ଆଇଟିଆଇର ୬୦ ଜଣ ଛାତ୍ରୀଛାତ୍ର ସ୍ବେଚ୍ଛାକୃତ ରକ୍ତଦାନ, ସଡକ ସୁରକ୍ଷା, ଜାତୀୟ ସଂହତି, ପରିବେଶ ସୁରକ୍ଷା, ମଧୁମେହ ମୁକ୍ତ ସମାଜ ଗଠନର ପ୍ରମୁଖ ବିଷୟ ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ମାର୍ଚ୍ଚ ମାସ ୨୬ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ରବିବାର ଯାଜପୁରରେ ପହଞ୍ଚିଥିଲା।

ନଦୀପଠାକୁ ନେଇ ନାବାଳିକାଙ୍କୁ ବଳାତ୍କାର, ନାବାଳକଙ୍କ ନାମରେ ମାମଲା

ନଦୀପଠାକୁ ନେଇ ନାବାଳିକାଙ୍କୁ ବଳାତ୍କାର, ନାବାଳକଙ୍କ ନାମରେ ମାମଲା

ମାର୍ଶାଘାଇ,୨୨।୪(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ତିଖିରୀ ଗ୍ରାମରେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ସେହି ଗ୍ରାମର ଜଣେ ନାବାଳକ ବଳାତ୍କାର କରିଥିବା ନେଇ ରବିବାର ଅଭିଯୋଗ ହୋଇଛି। ଶିଶୁକନ୍ୟାଙ୍କ ଖୁଡୀ ଏନେଇ ଅଭିଯୋଗ କରିବା ପରେ ମାର୍ଶାଘାଇ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏଟିଏମ୍‌ ବନ୍ଦ, ଟଙ୍କା ପାଇଁ ଲୋକେ ହନ୍ତସନ୍ତ

ଏଟିଏମ୍‌ ବନ୍ଦ, ଟଙ୍କା ପାଇଁ ଲୋକେ ହନ୍ତସନ୍ତ

ନୟାଗଡ଼ ଅଫିସ,୨୨। ୪- ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନ ସମେତ ସହରରେ ଥିବା ସମସ୍ତ ଏଟିଏମ୍‌ରେ ଟଙ୍କା ନ ଥିବା ଯୋଗୁ ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଟଙ୍କା ନ ଥିବାରୁ ସମସ୍ତ ଏଟିଏମ୍‌ ବନ୍ଦ କରି ଦିଆଯାଇଛି। ଏହାର ପ୍ରତିବାଦରେ ଶନିବାର ରାଜ୍ୟର ଥିବା ସମସ୍ତ ବ୍ୟାଙ୍କ୍‌ ଆଗରେ ବିଜେଡ଼ି ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦିଆଯିବ ବୋଲି କୁହାଯାଇଥିଲା। ରାଜ୍ୟର ବିଭିନ୍ନ ବ୍ୟାଙ୍କ ଆଗରେ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲେ ମଧ୍ୟ ନୟାଗଡ଼ ସହରର କୌଣସି ବ୍ୟାଙ୍କ୍‌ ଆଗରେ ଧାରଣା ଦିଆଯାଇ ନ ଥିବା ଦେଖିବାକୁ ମିଳିଥିଲା।

ଆଖି ବୁଜିଲେ ଅଭିଯୁକ୍ତ କାଳିଆ

ନୟାଗଡ଼ ଅଫିସ/ଦଶପଲ୍ଲା (ଡି.ଏନ୍‌.ଏ.),୨୨। ୪- ନୟାଗଡ଼ ଜିଲା ଦଶପଲ୍ଲା ଥାନା ମଧ୍ୟଖଣ୍ଡ ଫାଣ୍ଡିରେ କିରୋସିନ ଢାଳି ନିଆଁରେ ପୋଡିହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଅଭିଯୁକ୍ତ କାଳିଆ କାଠୁଆଙ୍କ ଶୁକ୍ରବାର ରାତିରେ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଶନିବାର ଭାଜପା ବିଧାୟକ ରବି ନାୟକ ବିଧାନସଭାରେ ପ୍ରଶ୍ନକରି ମୁଖ୍ୟମନ୍ତ୍ରୀଙ୍କଠାରୁ ଉତ୍ତର ଚାହିଁଥିବା ବେଳେ ଭାଜପା ପକ୍ଷରୁ ହଟ୍ଟଗୋଳ କରାଯାଇଥିଲା। ଘଟଣାରେ ୨ କନଷ୍ଟେବଳଙ୍କୁ ନିଲମ୍ବନ କରିଛନ୍ତି ନୟାଗଡ଼ ଏସ୍‌ପି।

ଦୋଷୀ ପ୍ରାର୍ଥୀଙ୍କୁ ଚ୍ୟାଲେଞ୍ଜ କଲେ ସଦସ୍ୟା

ପାରାଦୀପ,୨୨। ୪(ସ୍ବ.ପ୍ର.)ପାରାଦୀପ ବନ୍ଦରରେ କାର୍ଯ୍ୟରତ ପୁରୁଣା ଆଇପିଟି (ଇଣ୍ଟା ପୋର୍ଟ ଟ୍ରାନ୍ସପୋର୍ଟ) ସଂଘର କର୍ମକର୍ତ୍ତା ନିର୍ବାଚନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଆସନ୍ତା ୨୯ରେ ଏହି ନିର୍ବାଚନ ହେବାକୁ ଥିବାବେଳେ ସିସିଆଇ (କମ୍ପିଟିଶନ କମିଶନ ଇଣ୍ଡିଆ) ସିସିଆଇ ଦ୍ୱାରା ଅଭିଯୁକ୍ତ ଓ ଦୋଷୀ ସାବ୍ୟସ୍ତ ହୋଇଥିବା ସଭାପତି, ସମ୍ପାଦକଙ୍କ ପ୍ରାର୍ଥୀତ୍ୱକୁ ନେଇ ଜଣେ ମହିଳା ସଦସ୍ୟା ଆପତ୍ତି ଉଠାଇଛନ୍ତି। ଏପରିକି ସେ କୁଜଙ୍ଗ କୋର୍ଟରେ ଏ ସମ୍ପର୍କରେ ମାମଲା (ନଂ.୧୧୩/୧୮) ରୁଜୁ କରିବା ସତ୍ତ୍ୱେ ନିର୍ବାଚନ ଅଧିକାରୀ ପ୍ରାର୍ଥିତ୍ୱକୁ ସ୍ବୀକାର କରିବା ସମ୍ପର୍କରେ ସଦସ୍ୟା ଜଣଙ୍କ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି।

୧୧ ପରିବାରକୁ ତଡ଼ିଦେଲେ ଗ୍ରାମବାସୀ

୧୧ ପରିବାରକୁ ତଡ଼ିଦେଲେ ଗ୍ରାମବାସୀ

ଏରସମା,୨୨। ୪(ସ୍ବ.ପ୍ର.)ଏରସମା ଥାନା ଅନ୍ତର୍ଗତ ଆମ୍ବିକି ପଞ୍ଚାୟତ ଗଙ୍ଗା ବେଲାରୀ ଗ୍ରାମର ବିକାଶ ସେନାପତିଙ୍କୁ ଅପହରଣ ପରେ ହତ୍ୟା କରାଯିବା ଘଟଣା ଭିନ୍ନ ମୋଡ଼ ନେଉଛି। ଏହି ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କ ପରିବାର ସମେତ ମୋଟ ୧୧ ପରିବାରଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀ ଗାଁରୁ ତଡ଼ି ଦେଇଛନ୍ତି। ଫଳରେ ଗ୍ରାମରୁ ବିତାଡିତ ପରିବାରଗୁଡିକର ମାତା ସେନାପତି, ଲିଲିମା ସେନାପତି, ଭାରତୀ ସାହୁ, ଶାନ୍ତି ସେନାପତି, ସତୀ ସେନାପତି, ବୁଦ୍ଧି ସେନାପତି, କାନ୍ଦୁରୀ ସେନାପତି ପ୍ରମୁଖ ପିଲାଛୁଆଙ୍କୁ ଧରି ଶନିବାର ଏରସମା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ଆଇଆଇସି ବିଚିତ୍ରାନନ୍ଦ ସେଠୀଙ୍କ ନେତୃତ୍ୱରେ ଗ୍ରାମରେ ପୋଲିସ ପାଟ୍ରୋଲିଂ କଡାକଡି କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାରେ ଅଭୟଚାନ୍ଦପୁର ଥାନାରେ ଏକ ହତ୍ୟା ମାମଲା (ନଂ.୩୮/୧୮) ରୁଜୁ ହୋଇଛି।

ପାଇକା ସେତୁ ଦାବି ଜୋର ଧରିଲା

ମାର୍ଶାଘାଇ ,୨୨। ୪(ଡିଏନଏ)-ମାର୍ଶାଘାଇ ଥାନା ଅନ୍ତର୍ଗତ ତିଖିରି-ଜିଲାନାସୀ ନିକଟରେ ପାଇକା ନଦୀ ଉପରେ ପ୍ରସ୍ତାବିତ ସେତୁ ନିର୍ମାଣ ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପାଇଁ ଗଁ। ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବାଇକ ଶୋଭାଯାତ୍ରା କରିବା ପାଇଁ ନିଷ୍ପତ୍ତି ହୋଇଛି। ନିକଟରେ ତିଖିରିର ପାଇକା ନଦୀଘାଟ କୂଳରେ ଏ ନେଇ ଆଞ୍ଚଳିକ ଯୁବ ସମୁହ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲାକୁ ସଂଯୋଗୀକରଣ ନିମନ୍ତେ ତିଖିରୀ ଏବଂ ଜିଲାନାସୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଇକା ନଦୀ ଉପରେ ଏକ ସେତୁ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ବହୁବାର ଦାବି ହୋଇଆସିଛି। ଏହି ଦାବି ନେଇ ୨୦୧୫ ଡିସେମ୍ବର ୨୦ରେ ଏକ ସମାବେଶ କରାଯାଇଥିଲା।

ଶିଳ୍ପ ବିବାଦ ଅଭିଯୋଗ ଅଧିକ, ପଞ୍ଜୀକରଣ ନୂ୍ୟନ

ଯାଜପୁର ଅଫିସ,୨୨।୪ଶିଳ୍ପ ସମୃଦ୍ଧ ଯାଜପୁର ଜିଲା ଶ୍ରମ ବିଭାଗରେ ଶିଳ୍ପ ବିବାଦ ସମ୍ବନ୍ଧୀୟ ଅଭିଯୋଗ ଅଧିକ। ହେଲେ ମାମଲା ପଞ୍ଜୀକରଣ ନ୍ୟୁନ। ୨୦୧୨-୧୩ରୁ ୨୦୧୭-୧୮ ବର୍ଷ ଶେଷ ସୁଦ୍ଧା ୮୯ଟି ଶିଳ୍ପ ବିବାଦ ଅଭିଯୋଗ ହୋଇଥିବାବେଳେ ସେଥିରୁ ମାତ୍ର ୪୪ଟି ମାମଲାକୁ ଗ୍ରହଣ କରାଯାଇଛି। ଏପରି କି ମାତ୍ର ୨୭ଟି ମାମଲାର ସମାଧାନ ହୋଇଛି। ଅନ୍ୟପକ୍ଷେ ବିଭିନ୍ନ କାରଣ ଦର୍ଶାଇ ୨୮ଟି ଅଭିଯୋଗ ଉପରେ ବୁଝାମଣା ବିଫଳ ହୋଇଥିବା ତଥ୍ୟ ସରକାରଙ୍କ ନିକଟରେ ଦାଖଲ ହୋଇଛି। ଅବଶିଷ୍ଟ ୨ଟି ମାମଲା ବିଚରାଧିନ ଅଛି।

ଅନାଥ ପିଲାଙ୍କ ଥଇଥାନ ପାଇଁ ହାତ ବଢ଼ାଇଲା ଶିଶୁ ସୁରକ୍ଷା ୟୁନିଟ

ଯାଜପୁର ଅଫିସ/କୋରେଇ(ସ୍ବ.ପ୍ର.),୨୨। ୪ଯାଜପୁର ଜିଲା କୋରାଇ ବ୍ଲକର ଗୋଳେଇପୁର ପଞ୍ଚାୟତର ମା’ବାପା ଛେଉଣ୍ଡ ତିନିଜଣ ପିଲାଙ୍କୁ ଶନିବାର ଯାଜପୁର ଶିଶୁ ସୁରକ୍ଷା ୟୁନିଟ ଥଇଥାନ କରିଛି। ସାନବିରୁହଁ। ଗ୍ରାମର ଧ୍ରୁବ ମାଝୀଙ୍କ ଝିଅ ପାକୁ ମାଝୀ ୨୦୧୬ ମସିହାରେ ମୃତ୍ୟୁବରଣ କରିଥିଲେ ।

ଚୋରା କାଠ ଡିପୋରେ ଚଢ଼ାଉ: ଲକ୍ଷାଧିକ ଟଙ୍କାର କାଠ ଜବତ

ଚୋରା କାଠ ଡିପୋରେ ଚଢ଼ାଉ: ଲକ୍ଷାଧିକ ଟଙ୍କାର କାଠ ଜବତ

ଦଶରଥପୁର/ଯାଜପୁରରୋଡ,୨୨। ୪(ଡିଏନ୍‌ଏ/ନି.ପ୍ର.)ବନ ବିଭାଗ କଟକ ଓ ବନ ବିଭାଗ(ଭିଜିଲାନ୍ସ) କଟକ ପକ୍ଷରୁ ଯାଜପୁର ପୋଲିସ ସହାୟତାରେ ଦଶରଥପୁର ବ୍ଲକର କାଟିଆ ଛକଠାରୁ ମାତ୍ର କିଛି ଦୂରରେ ଥିବା ଏକ କାଠ ଡିପୋ ଉପରେ ମିଳିତ ଚଢ଼ାଉ କରାଯାଇଥିଲା। ଚଢାଉ ସମୟରେ ଏହି ଡିପୋରୁ ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ ହୋଇଥିବା ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଦଶରଥପୁର ବ୍ଲକ ଗୋପାଳପୁର ପଞ୍ଚାୟତ ବିଭୂତିପୁର ବଡବସ୍ତିର ସେକ୍‌ ଇବ୍ରାହିମ ଏକ ଡିପୋ କରି ଦୀର୍ଘଦିନ ହେଲା ଚୋରା କାଠ ବ୍ୟବସାୟ କରିଆସୁଥିଲେ।