ଉପକୂଳ ଓଡିଶା

୫୯.୦୨ ଲକ୍ଷ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ୩ ପ୍ରକଳ୍ପର ଚୁକ୍ତି ବାତିଲ

୫୯.୦୨ ଲକ୍ଷ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ୩ ପ୍ରକଳ୍ପର ଚୁକ୍ତି ବାତିଲ

ଯାଜପୁର ଅଫିସ,୧୮।୧୨ ଯାଜପୁର ଜିଲାରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନା (ଏମଏମଏସ୍‌ୱାଇ)କୁ ଅଣଦେଖା କରାଯାଉଛି। ଗ୍ରାମ୍ୟ ନିର୍ମାଣ ବିଭାଜନ-୨ ଜାରକା ବିଭାଗ ଦ୍ୱାରା ୨୦୧୫-୧୬ର ଆର୍ଥିକ ବର୍ଷରେ ୫୯.୦୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ବି ୩ଟି ପ୍ରକଳ୍ପର ଚୁକ୍ତି ବାତିଲ ହୋଇଛି। ଏହି ୫୯.୦୨ ଲକ୍ଷ ଟଙ୍କା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ହେରାଫେରି ହୋଇଥିବା ଅଭିଯୋଗ ହୋଇଛି। ଏହାବାଦ ଏହି ଆର୍ଥିକ ବର୍ଷରେ ୧୩୪୯.୬୪ ଲକ୍ଷ ଟଙ୍କା ଆବଣ୍ଟିତ ହୋଇଥିଲେ ହେଁ ସେଥିରୁ ମାତ୍ର ୮୨୭.୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିରେ ଚୁକ୍ତି ବାତିଲ ହୋଇଥିବା ୩ଟି ପ୍ରକଳ୍ପରେ ଆବଣ୍ଟିତ ୩୨୯.୭୨ଲକ୍ଷ ଟଙ୍କା ବ୍ୟାପକ ଅନିୟମିତା ହୋଇ ଫେରିଯାଇଥିବା କିମ୍ବା ଅନ୍ୟ ପ୍ରକଳ୍ପରେ ବିନିଯୋଗ ହୋଇଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଜନହିତକର ଯୋଜନା ଉପରେ ଅନାଗ୍ରହ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସହରାଞ୍ଚଳର ବିକାଶ ସହିତ ଗ୍ରାମାଞ୍ଚଳକୁ ସାମିଲ କରିବା ଉଦ୍ଦେଶ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଅଗ୍ରାଧିକାର ଦେଇ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା(ପିଏମ୍‌ଜିଏସୱାଇ) ପ୍ରଣୟନ କରିଛନ୍ତି। ଏହି ଯୋଜନାରେ ଗ୍ରାମ୍ୟ ନିର୍ମାଣ ବିଭାଜନ ଜାରକା ପକ୍ଷରୁ ଏଯାବତ୍‌ ୨୪,୨୬୪.୧୯ଲକ୍ଷ ଅର୍ଥ ବ୍ୟୟରେ ୪୦୮.୧୫୬କିମି ଦୈର୍ଘ୍ୟର ସଡ଼କ ଓ ୫ଟି ସେତୁ ନିର୍ମିତ ହୋଇଛି। ସେଥିମଧ୍ୟରୁ ୨୨ଟି ପ୍ରକଳ୍ପର ୬୦.୨୧୦କି.ମି. ରାସ୍ତା ୫ ବର୍ଷରୁ ଅଧିକ ପୁରୁଣା ଅଟେ। ଏହାର ମରାମତି ପାଇଁ ବାର୍ଷିକ ୭୪୬.୮୭୫ଲକ୍ଷ ଟଙ୍କା ଆବଶ୍ୟକ ରହିଛି ବୋଲି ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ପ୍ରତିବର୍ଷ ପିଏମଜିଏସ୍‌ୱାଇରେ ମରାମତି ନାମରେ ବାର୍ଷିକ ଆବଣ୍ଟିତ ଅର୍ଥରୁ ସିଂହଭାଗ ଅର୍ଥ ହଡପ କରାଯାଉଛି। ଯଦ୍ୱାରା ମରାମତି କାର୍ଯ୍ୟ ନିମ୍ନମାନର ହୋଇ ବର୍ଷକୁ ବର୍ଷ ଅନୁଦାନ ବଢିବାରେ ଲାଗିଛି। ଏଥିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୋଟି କୋଟି ଟଙ୍କା ଅଯଥାରେ ଖର୍ଚ୍ଚ ହେଉଛି। ତେବେ ପିଏମ୍‌ଜିଏସ୍‌ୱାଇରେ ସାମିଲ ହୋଇ ନ ଥିବା ବସତିଙ୍କ ଉଦ୍ଦେଶ୍ୟରେ ଗତ ୨୦୧୪-୧୫ ବର୍ଷରୁ ଏମ୍‌ଏମ୍‌ଏସ୍‌ୱାଇ କାର୍ଯ୍ୟକାରୀ ହେଉଛି। ଗ୍ରାମ୍ୟ ରାସ୍ତାକୁ ସୁଦୃଢ ପକ୍କା ଏବଂ ଦୀର୍ଘସ୍ଥାୟୀ ରାସ୍ତା ନିର୍ମାଣ କରିବା ଏହି ଯୋଜନାର ଲକ୍ଷ୍ୟ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା କେତେକ ବିଭାଗୀୟ କନିଷ୍ଠଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ଠିକାଦାରଙ୍କ ଅସାଧୁମେଣ୍ଟ ଯୋଗୁ ସଫଳ ହୋଇ ପାରୁ ନାହିଁ । ଯାହାକି ଚୁକ୍ତି ବାତିଲ ଓ ପ୍ରକଳ୍ପଗୁଡିକର ଅଗ୍ରଗତି ରିପୋର୍ଟରୁ ଜଳ ଜଳ ହୋଇ ଦିଶୁଛି। ୨୦୧୫-୧୬ ଆର୍ଥିକ ବର୍ଷରେ ଉତ୍ତରପ୍ରତାପ ଠାରୁ ରଖିଆପାଟଣା ରାସ୍ତା ପାଇଁ ଏହି ଯୋଜନାରେ ୭୯.୬୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଯେଉଁଥିରେ କି ୧୮.୨୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ମିଥ୍ୟା ବିଲ୍‌ ଭାଉଚର କରି ଏହି ଅର୍ଥ ହଡପ ହୋଇଥିବା ଅଭିଯୋଗ ହୋଇଛି। ଶେଷରେ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ନ କରି ବନ୍ଦ କରିଦେବାକୁ ପ୍ରସ୍ତାବ ଦିଆଯାଇଛି । ତେବେ କେଉଁ କାରଣରୁ ବନ୍ଦ ପ୍ରସ୍ତାବ ହୋଇଛି ତାହା ବିଭାଗୀୟ ଅଧିକାରୀ ଠିକ ଭାବେ କହି ପାରୁନାହାନ୍ତି। ସେହିପରି ଆରଡି ରାସ୍ତାରୁ ସତମାଣ ଏମ୍‌ଏମ୍‌ଏସୱାଇ ପାଇଁ ୭୬.୪୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ୨୦୧୫-୧୬ରେ ୬.୯୫ ଲକ୍ଷ, ୨୦୧୬-୧୭ରେ ୩୨.୭୮ ଲକ୍ଷ ଓ ୨୦୧୭-୧୮ ବର୍ଷରେ ୩୦.୭୧ ଲକ୍ଷ ଟଙ୍କା ଅନୁଦାନ ଆସିଛି । ସେଥିମଧ୍ୟରୁ ୪୦.୮୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଶେଷରେ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ ନ କରି ଚୁକ୍ତିକୁ ବାତିଲ କରି ଦିଆଯାଇଛି । ଯଦ୍ୱାରା ୪୦ଲକ୍ଷ ଟଙ୍କା ବରବାଦ ହୋଇଛି । ଏହି ଖର୍ଚ୍ଚ ଅର୍ଥକୁ ମଧ୍ୟ ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି। ତୃତୀୟ ପ୍ରକଳ୍ପ ଭାବେ ଆରଡି ରାସ୍ତାଠାରୁ ଟୋଳକଣା ପାଇଁ ଏହି ଯୋଜନାରେ ୧୭୩.୬୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଚଳିତ ୨୦୧୭-୧୮ବର୍ଷରେ ୧୫୯.୬୯ଲକ୍ଷ ଟଙ୍କା ଅନୁଦାନ ମଧ୍ୟ ଆସିଛି। ତେବେ କୌଣସି କାରଣ ନ ଦର୍ଶାଇ ଚୁକ୍ତିକୁ ବାତିଲ କରାଯାଇଛି। ଅନ୍ୟପକ୍ଷେ ଆରଡି ରାସ୍ତା ଠାରୁ ଝାଟିଆପଡା ରକ୍ଷଣାବେକ୍ଷଣ ପାଇଁ ୨୦୧୫ ନଭେମ୍ବର ମାସରେ ୧୨୧.୨୮ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସେଥିରୁ ୯୨.୯୧ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏଯାଏ ରାସ୍ତା ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି। ଏନଏଚ-୫(କ) ଠାରୁ ରୁକୁଟିପଡା ଭାୟା ପତରାଜପୁର-ନାନପୁର ରାସ୍ତା ପାଇଁ ୨୬୨.୭୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସେଥିରୁ ୧୨୪.୪୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏଯାବତ ରାସ୍ତା ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି। ଢେଙ୍କନାଳ ଜିଲା ସୀମାନ୍ତ ରାସ୍ତାଠାରୁ ପୂର୍ଣ୍ଣଚନ୍ଦ୍ରପୁର ରାସ୍ତା ପାଇଁ ୨୦୧୫ ଜୁନ ମାସରେ ୬୩୪.୯୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଯାହାକି ୫୫୦.୭୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସମ୍ପୂର୍ଣ୍ଣ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଗତ ୨୦୧୬-୧୭ରେ ୪ ଟି ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ହୋଇଛି। ସେଥିରୁ ପୁରୁଷୋତ୍ତମପୁରଠାରୁ ମଙ୍ଗରାଜପୁର ଭାୟା ରାଧାଦେଇପୁର ଓ ବିଦ୍ୟାଧରପୁର ରାସ୍ତା ପାଇଁ ୩୪୧.୫୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏଥିରେ ୨୩.୮୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ରାସ୍ତା ସମ୍ପୂର୍ଣ୍ଣ ହୋଇପାରିନାହିଁ। ଆରଡିରୁ ନକୁଆ ରାସ୍ତା, ଆରଡିରୁ ରାହାଦେଈପୁର ଓ ବନ୍ଧଡିହ ମଠାସାହି ରାସ୍ତା ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି । ଏଭଳି ଭାବେ ଏମଏମଏସୱାଇ ରାସ୍ତା କାମ ଆରଡି ବିଭାଗ ପାଇଁ ପୁଷ ମାସ ସାବ୍ୟସ୍ତ ହୋଇଛି। ଏହାର ଏକ ନିରପେକ୍ଷ ତଦନ୍ତ କରାଗଲେ ବାସ୍ତବ ଚିତ୍ରର ପର୍ଦ୍ଦାଫାଶ ହୋଇ ପାରିବ ବୋଲି ମତପ୍ରକାଶ ପାଇଛି। ଖାମଖିଆଲି ଭାବେ ଚୁକ୍ତି କରାଯାଇ ପୁଣି ବିଭିନ୍ନ କାରଣ ଦର୍ଶାଇ ଚୁକ୍ତି ବାତିଲ କରି ଖର୍ଚ୍ଚ ହୋଇଥିବା ମୋଟା ଅଙ୍କର ଅର୍ଥକୁ ହରିଲୁଟ କରାଯାଇଛି। ଏସଂକ୍ରାନ୍ତରେ ଜାରକା ଡିଭିଜନର ନିର୍ବାହୀଯନ୍ତ୍ରୀ ଲୋକନାଥ ମିଶ୍ରଙ୍କୁ ଯୋଗଯୋଗ କରିବା ସମ୍ଭବ ନ ହେବାରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀକାନ୍ତ ମହୁନ୍ତଙ୍କୁ ପଚାରିବାରେ ସେ କହିଛନ୍ତି ଏମଏମଏସୱାଇ ପ୍ରକଳ୍ପଗୁଡିକ ତାଙ୍କ କାର୍ଯ୍ୟକାଳ ସମୟରେ ହୋଇ ନାହିଁ । ତେବେ ଖର୍ଚ୍ଚ ହୋଇଥିବା ଅର୍ଥ ବାଟମାରଣ ହୋଇ ନାହିଁ। କୌଣସି କାରଣରୁ ଚୁକ୍ତି ବାତିଲ ହୋଇଥିବ। ରିପୋର୍ଟ ଦେଖିଲା ପରେ ହିଁ ବିସ୍ତୃତ ତଥ୍ର ଦେଇପାରିବେ ବୋଲି ମହୁନ୍ତ ପ୍ରକାଶ କରିଛନ୍ତି।

All Right Reserved By

Model This Week

Model This Week

ଉପକୂଳ ଓଡିଶା

ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ

ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ

ରାଜନଗର, ୨୭।୪(ଡି.ଏନ୍‌.ଏ.): ରାଜନଗର ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଶୁକ୍ରବାର ପାଳିତ ହୋଇଯାଇଛି।

ବିବାହ ପରେ ନାବାଳିକାଙ୍କୁ ଉଦ୍ଧାର କଲା ଜିଲା ଶିଶୁ କଲ୍ୟାଣ ବିଭାଗ

କୁଜଙ୍ଗ, ୨୭।୪(ସ୍ବ.ପ୍ର.):କୁଜଙ୍ଗ ବ୍ଲକରେ ଗୁରୁବାର ଜଣେ ନାବାଳିକାଙ୍କ ବିବାହ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଖବରପାଇ ପୋଲିସ ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଯୋଗ୍ୟ ଯେ, ମଙ୍ଗରାଜପୁର ପଞ୍ଚାୟତ ଅନ୍ତର୍ଗତ ହଂସୀଣା ଗ୍ରାମର ଚିନ୍ମୟ ତରାଇ ନାମକ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ସହ ଉକ୍ତ ପଞ୍ଚାୟତର ଜଣେ ନାବାଳିକାଙ୍କ ବିବାହ ଗୁରୁବାର ବନ୍ଧୁବାନ୍ଧବଙ୍କ ଉପସ୍ଥିତରେ ହୋଇଥିଲା। ଖବରପାଇ କୁଜଙ୍ଗ ଥାନା ଅଧିକାରୀ ଦିଲୀପ କୁମାର ସାହୁ ଓ ଜିଲା ଶିଶୁ କଲ୍ୟାଣ ଅଧିକାରୀ ପୋଲିସ ଟିମ୍‌ ସହ ରାତି ୧୧ଟା ବେଳେ ତରାଇଙ୍କ ଘର ଉପରେ ଚଢ଼ାଉ କରିଥିଲେ। ମାତ୍ର ନାବାଳିକା ଜଣକ ସେଠାରୁ ଚାଲିଆସିଥିଲେ। ପରେ ଉକ୍ତ ଟିମ୍‌ ନାବାଳିକାଙ୍କ ଘରକୁ ଯାଇ ତାଙ୍କୁ ସେଠାରୁ ଉଦ୍ଧାର କରି ଥାନାକୁ ନେଇ ଆସିଛନ୍ତି। ଏନେଇ ଉଭୟ ପରିବାର ସଦସ୍ୟକୁ ଥାନାକୁ ଡକାଯାଇ ପଚାରଉଚୁରା କରାଯାଉଛି। ଶୁକ୍ରବାର ଉଚ୍ଚ କର୍ତ୍ତୃପକ୍ଷଙ୍କ ପରାମର୍ଶ ଅନୁସାରେ ନାବାଳିକାଙ୍କୁ କୋର୍ଟକୁ ପଠାଯିବ ବୋଲି ଆଇଆଇସି ସାହୁ କହିଛନ୍ତି। ପ୍ରକାଶ ଯେ, ନାବାଳିକା ଜଣକ ଏକ ଗରିବ ପରିବାରର ହୋଇଥିବା ବେଳେ ପୂର୍ବରୁ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଛି।

ଭାଇବୋହୂଙ୍କୁ ବାନ୍ଧିଲେ ଦେଡ଼ଶୁର

ନାଉଗଁ।,୨୭।୪(ସ୍ବ.ପ୍ର.): ନାଉଗଁ। ଥାନା ଅନ୍ତର୍ଗତ ଡାବର ଗ୍ରାମରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳାଙ୍କୁ ତାଙ୍କ ଦେଢଶୁର ଓ ପୁତୁରା ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସେମାନେ ମହିଳାଙ୍କ ହାତ ପଛକୁ କରି ବାନ୍ଧିଦେବା ସହ ବେକରେ କପଡ଼ା ବାନ୍ଧି ଟାଙ୍ଗି ଦେବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଗ୍ରାମବାସୀ ଓ ଗାରୋଇ ଫାଣ୍ଡିର କର୍ମଚାରୀମାନେ ପହଞ୍ଚତ୍ ମହିଳାଙ୍କୁ ଉଦ୍ଧାର କରିଥିଲେ। ସୂଚନା ଅନୁଯାୟୀ, ଡାବର ଗ୍ରାମର କୃଷ୍ଣଚନ୍ଦ୍ର ପରିଡ଼ା ଓ ତାଙ୍କ ସାନଭାଇ ବିଷ୍ଣୁ ଚରଣ ପରିଡ଼ାଙ୍କ ମଧ୍ୟରେ ଦୀର୍ଘଦିନ ହେବ ଜମିବାଡିକୁ ନେଇ ବିବାଦ ଥିଲା। ଏ ସମ୍ପର୍କରେ ଉଭୟଙ୍କ ପକ୍ଷରୁ ନାଉଗଁ। ଥାନା ଓ ଗାରାଇ ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏନେଇ କୋର୍ଟରେ ମାମଲା ରୁଜୁ ହୋଇଥିଲା।

୫ ବର୍ଷର ଶିଶୁକନ୍ୟାକୁ ଗଣବଳାତ୍କାର

୫ ବର୍ଷର ଶିଶୁକନ୍ୟାକୁ ଗଣବଳାତ୍କାର

ଜଗତ୍‌ସିଂହପୁର ଅଫିସ,୨୭।୪: ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ କଣ୍ଟାବଲ୍ଲଭପୁରରେ ବୁଧବାର ଜଣେ ୫ ବର୍ଷୀୟା ଶିଶୁକନ୍ୟାକୁ ୨ ଜଣ ନାବାଳକ(୧୦ ଓ ୧୪ ବର୍ଷ) ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ମା’ ଏନେଇ ଅଭିଯୋଗ କରିବା ପରେ ଜଗତ୍‌ସିଂହପୁର ଥାନାରେ ଦଫା ୩୭୬ (୨)(ଆଇ)/୩୭୬ (ଡି) ଆଇପିସି/୬ ପୋକ୍ସୋ ଆକ୍ଟରେ ମାମଲା (ନଂ.୮୯/୧୮) ରୁଜୁ ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ପୀଡିତାଙ୍କ ଡାକ୍ତରୀମାଇନା କରାଯାଇଛି। ଜଗତ୍‌ସିଂହପୁର ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡ ପ୍ରିନ୍ସପାଲ ମାଜିଷ୍ଟ୍ରେଟ୍‌ ପ୍ରଦୀପ କୁମାର ପ୍ରଧାନଙ୍କ କୋର୍ଟରେ ଆଇପିସି ଧାରା ୧୬୪ରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି। କୋର୍ଟ ନିର୍ଦ୍ଦେଶରେ ନାବାଳିକାଙ୍କୁ ତାଙ୍କ ମା’ଙ୍କ ସହ ଛାଡିଦିଆଯାଇଛି। ଅଭିଯୁକ୍ତ ନାବାଳକ ଦ୍ୱୟଙ୍କୁ ଶୁକ୍ରବାର ଏହି କୋର୍ଟରେ ହାଜର କରାଯିବ। ଆବଶ୍ୟକ ପଡିଲେ ସେମାନଙ୍କୁ ଅନୁଗୋଳ କିମ୍ବା ବ୍ରହ୍ମପୁରସ୍ଥିତ ବାଳସୁଧାର ଗୃହକୁ ପଠାଯାଇପାରେ ବୋଲି ପୋଲିସ କହିଛି।

ବାହୁବଳିଙ୍କ କବ୍‌ଜାରେ ଗୋଚର, ସର୍ବସାଧାରଣ ଜମି

କୁଜଙ୍ଗ,୨୭।୪(ସ୍ବ.ପ୍ର.): କୁଜଙ୍ଗ ଥାନା ଜିଲାନାସୀ ପଞ୍ଚାୟତର ତେନ୍ତୁଲିଆ ଖମାର ଗ୍ରାମରେ ବହୁ ଗୋଚର ଓ ସର୍ବସାଧାରଣ ଜମି କେତେକ ଲୋକ ଜବରଦଖଲ କରି ରଖିଛନ୍ତି। ଏଥିଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲେ ଧ୍ୟ କୌଣସି ସୁଫଳ ମିଳୁନାହିଁ। ତୁରନ୍ତ ଏହି ସର୍ବସାଧାରଣ ଜମିରୁ ପ୍ରଭାବଶାଳି ତଥା ବାହୁବଳି ଲୋକଙ୍କୁ ହଟାଇବାକୁ ଦାବି ହୋଇଛି। ତେନ୍ତୁଲିଆ ଖମାର ଗ୍ରାମର ଖାତା ନଂ. ୩୬୨, ପ୍ଲଟ୍‌. ନଂ ୪୩୭ରେ ସିଦ୍ଧେଶ୍ୱର ମହାପୁରୁଷଙ୍କ ମୂଲ୍ୟବାନ ଜମି, ପ୍ଲଟ୍‌ ନଂ. ୪୩୭ରେ ୦.୪୧ ଡେସିମିଲି ଖେଳପଡିଆ, ଖାତା ନଂ. ୩୬୫ ଓ ପ୍ଲଟ୍‌ ନଂ ୩୩୬ରେ ୨.୬୮ ଏକର ଗୋଚର ଜମି, ଖାତା ନଂ. ୩୧ ଓ ପ୍ଲଟ୍‌ ନଂ.୫୦୨ରେ ତେନ୍ତୁଲିଆ ମଧ୍ୟ ଇଂଗ୍ରାଜୀ ବିଦ୍ୟାଳୟର ବହୁ ଅଞ୍ଚଳ ଗ୍ରାମର ପ୍ରଭାବଶାଳି ଲୋକଙ୍କ କବ୍‌ଜାରେ ରହିଛି।

ଆଇସ୍‌କ୍ରିମ ଗାଡ଼ି ଓଲଟି ଜଣେ ନାବାଳକ ଗୁରୁତର:୩ ନାବାଳକ ଉଦ୍ଧାର

ଆଇସ୍‌କ୍ରିମ ଗାଡ଼ି ଓଲଟି ଜଣେ ନାବାଳକ ଗୁରୁତର:୩ ନାବାଳକ ଉଦ୍ଧାର

ନୟାଗଡ଼ ଅଫିସ,୨୭।୪- ନୟାଗଡ଼ ସହର କଲେଜ ରୋଡ଼ ଗଡ଼ାଣିଠାରେ ଏକ ଆଇସକ୍ରିମ୍‌ ଗାଡ଼ି ଓଲଟି ଜଣେ ନାବାଳକ ଗୁରୁତର ହୋଇଛନ୍ତି। ଗୁରୁତର ନାବାଳକ ହେଲେ ବାରମାସୀ ଦଣ୍ଡାର ରାକେଶ ନାୟକ(୮)। ପ୍ରକାଶ ଯେ ଲେଙ୍କୁଡ଼ିପଡ଼ାର ଜଣେ ବେପାରୀ ୪ ଜଣ ନାବାଳକଙ୍କୁ ୨ଟି ଠେଲାଗାଡ଼ି ଦେଇ ଆଇସକ୍ରିମ୍‌ ବେପାର କରିବାକୁ ପଠାଇଥାନ୍ତି ଓ ସେଥିପାଇଁ କିଛି ଅର୍ଥ ମଧ୍ୟ ଦିଅନ୍ତି। ବୁଧବାର ରାକେଶ ଓ ତାଙ୍କ ବଡ଼ ଭାଇ ପ୍ରକାଶ ଠେଲାଗାଡ଼ିରେ ଆଇସ୍‌କ୍ରିମ୍‌ ବିକ୍ରି କରି ସାରି ଘରକୁ ଫେରୁଥିବା ବେଳେ କୌଣସି କାରଣରୁ ଗାଡ଼ିଟି ଓଲଟି ପଡ଼ିଥିଲା। ଫଳରେ ରାକେଶଙ୍କ ଛାତିରେ ମାଡ଼ ହେବା ସହ ଦେହ କ୍ଷତାକ୍ତ ହୋଇ ପଡ଼ିଥିଲା।

ଜଙ୍ଗଲରେ ନାବାଳିକା ପ୍ରେମିକାକୁ ବଳାତ୍କାର, ପ୍ରେମିକ ଫେରାର

ଜଙ୍ଗଲରେ ନାବାଳିକା ପ୍ରେମିକାକୁ ବଳାତ୍କାର, ପ୍ରେମିକ ଫେରାର

ବାଲୁଗଁ।,୨୭।୪(ଡି.ଏନ.ଏ.)- ପ୍ରେମିକଠାରୁ ବିବାହର ପ୍ରତିଶ୍ରୁତି ପାଇ ବିଶ୍ୱାସର ସହ ପ୍ରେମିକା ଜଣକ ଘରୁ ଗୋଡ କାଢିଥିଲେ । ହେଲେ ପ୍ରେମିକ ମନରେ ପ୍ରତାରଣା ମନୋଭାବ ଓ କାମନା ଲାଳସା ଥିବା ପ୍ରେମିକା ଜାଣି ନ ଥିଲେ । ଘନ ଜଙ୍ଗଲ ମଧ୍ୟରେ ଲଗାତର ଦୁଇଦିନ ଧରି ପ୍ରେମିକା ଜଣକ ବଳାକତ୍ାରର ଶିକାର ହେବା ସହ ପ୍ରେମିକ ଠାରୁ ପ୍ରତାରିତ ହୋଇ ଶେଷରେ ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଣପୁର ଥାନା ନାଚୁଣୀ ଫାଣ୍ଡି ଅଞ୍ଚଳରେ । ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲୁଗଁ।,୨୭।୪(ଡି.ଏନ୍‌.ଏ.)-ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ବାଲୁଗଁ। ରେଳ ଷ୍ଟେଶନର ଅନତି ଦୂରରେ ଗୁରୁବାର ଭୋର ସମୟରେ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ସେ ଏକ ନୀଳରଙ୍ଗର ଜିନ୍‌ ପ୍ୟାଣ୍ଟ ଏବଂ ନାଲି ରଙ୍ଗର ଚେକ୍‌ ସାର୍ଟ ପିନ୍ଧିଛନ୍ତି । ବୟସ ଆନୁମାନିକ ୨୦ ରୁ ୨୨ ବର୍ଷ ହେବ । ସେ ରାତ୍ର ସମୟରେ କୌଣସି ଟେନ୍‌ରୁ ଖସି ପ୍ରାଣ ହରାଇଥିବା ରେଳବାଇ ପୋଲିସ ଅନୁମାନ କରୁଛି । ଏ ସମ୍ପର୍କରେ ରେଳବାଇ ପୋଲିସ ଏକ ଅପମୃତ୍ୟୁ ମାମଲା ୨୮/୧୮ରେ ରୁଜୁ କରିଛି । କୌଣସି କାରଣ ବଶତଃ ଶବ ବ୍ୟବଚ୍ଛେଦ ନ ହେବା ଫଳରେ ନିରାକାରପୁର ରେଲବାଇ ଫାଣ୍ଡିରେ ମୃତଦେହ ରଖାଯାଇଛି । ଶୁକ୍ରବାର ଶବ ବ୍ୟବଚ୍ଛେଦ ହେବ ବୋଲି ଫାଣ୍ଡି ଅଧିକାରୀ ଜଣାଇଛନ୍ତି ।

ଅଗ୍ନିକାଣ୍ଡରେ ୪ ବଖରା ଧ୍ୱଂସ

ଅଗ୍ନିକାଣ୍ଡରେ ୪ ବଖରା ଧ୍ୱଂସ

ନୟାଗଡ଼ ଅଫିସ,୨୭।୪- ନୟାଗଡ଼ ସହର ଓଲ୍‌ଡ ଟାଉନଠାରେ ଗୁରୁବାର ସକାଳ ୮ଟା ୩୦ରେ ଅଗ୍ନିକାଣ୍ଡ ଘଟି ୪ ବଖରା ଧ୍ୱଂସ ହୋଇଯାଇଛି। ବିପନ୍ନମାନେ ହେଲେ କିଷାନ କୁମାର ଦାଶ, ଅଶୋକ କୁମାର ଦାଶ। ଉଭୟଙ୍କ ଦୁଇ ବଖରା ଲେଖାଁଏ ଘର ପୋଡ଼ିଯାଇଥିବା ବେଳେ ଘରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ସେହିଭଳି ପଡ଼ୋଶୀ ଲକ୍ଷ୍ମୀନାରାୟଣ ଦାଶ ଓ ଚୈତନ୍ୟ ରାଉତଙ୍କ ଘର ମଧ୍ୟ ଆଂଶିକ ଭାବେ ପୋଡ଼ି ଯାଇଛି। ପ୍ରକାଶ ଯେ, ସକାଳ ୮ଟା ୩୦ ସମୟରେ କିଷାନଙ୍କ ଚାଳରେ ନିଆଁ ଲାଗି ପରେ ଏହା ଅନ୍ୟ ଆଡ଼କୁ ବ୍ୟାପିଯାଇଥିଲା। ସଙ୍ଗେ ସଙ୍ଗେ ଦମକଳ ବାହିନୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବାବେଳେ ଶର୍ଟସର୍କିଟ ଯୋଗୁ ଏହିଭଳି ଘଟିଛି ବୋଲି ଅନୁମାନ କରାଯାଉଛି । ସେହିଭଳି ନିଆଁ ଲାଗିଥିବା ସମୟରେ କିଷାନଙ୍କ ଘରେ ଥିବା ରୋଗିଣା ବୃଦ୍ଧାଙ୍କୁ ଲୋକମାନେ ଉଦ୍ଧାର କରିଥିଲେ।

ଦିନକର କାହାଣୀ:ସ୍ବେଚ୍ଛାସେବୀ ଦାମୋଦର ସାହୁ

ଦିନକର କାହାଣୀ:ସ୍ବେଚ୍ଛାସେବୀ ଦାମୋଦର ସାହୁ

ସକାଳୁ ରାତି ପର୍ଯ୍ୟନ୍ତ ବିଭିନ୍ନ ସମୟରେ ତାଙ୍କୁ ଦେଖିବାକୁ ମିଳିଥାଏ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ। ଚିକିତ୍ସାଳୟକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ସାହାଯ୍ୟ କରିବା ସହ କେଉଁ ବିଭାଗକୁ ଯାଇ କାହା ସହିତ ଦେଖାକରିବେ ସେ କଥା ମଧ୍ୟ ବୁଝାଇ ଦିଅନ୍ତି। ଅନ୍ୟକୁ ସହଯୋଗ କରୁଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ନୟାଗଡ଼ ଯଦୁମଣି ନଗରର ବାସିନ୍ଦା ଦାମୋଦର ସାହୁ(୬୪)। ଶିକ୍ଷକତା ବୃତ୍ତିରୁ ଅବସର ନେବା ପରେ ସମାଜସେବାକୁ ଗ୍ରହଣ କରି ନେଇଛନ୍ତି। ପ୍ରତିଦିନ ଭୋର ୪ଟାରୁ ଉଠି ନିତ୍ୟକର୍ମ ସାରି ପୂଜାପାଠ କରିବା ପରେ ବଜାରକୁ ଯାଆନ୍ତି। ପରେ ସକାଳ ୭ଟାରୁ ଅପରାହ୍ନ ପର୍ଯ୍ୟନ୍ତ ମେଡ଼ିକାଲ୍‌ରେ ରହି ଲୋକମାନଙ୍କୁ ସାହାଯ୍ୟ କରନ୍ତି। ମଧ୍ୟାହ୍ନଭୋଜନ ପରେ ଘରେ ଟିକିଏ ବିଶ୍ରାମ ନେଇ ପୁଣି ଚାଲିଯାଆନ୍ତି ଡାକ୍ତରଖାନା। ରାତି ୧୦ଟାରେ ଫେରନ୍ତି ଘରକୁ ।

୫ଟି ପ୍ରଶ୍ନ : ମା’ହାତରନ୍ଧାର ବିକଳ୍ପ ନାହିଁ

୫ଟି ପ୍ରଶ୍ନ : ମା’ହାତରନ୍ଧାର ବିକଳ୍ପ ନାହିଁ

ପାରାଦୀପ ପୌର ପରିଷଦ ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତି। ଦୀର୍ଘ ୨୯ ବର୍ଷର ଚାକିରି ଜୀବନ କାଳରେ ଉଭୟ ସହରୀ ଓ ଗ୍ରାମ୍ୟ ସାମାଜିକ ଚଳଣୀ ସମ୍ପର୍କରେ ତାଙ୍କର ରହିଛି ଲମ୍ବା ଅନୁଭୂତି। କଟକ ଜିଲା ସାଲେପୁର ବ୍ଲକ ମାହାଳ ଲଖନପୁରରେ ତାଙ୍କ ପୈତୃକ ଘର। ମା’ ସାବିତ୍ରୀ ଓ ବାପା ବିପ୍ରଚରଣ ମହାନ୍ତିଙ୍କ ୫ ସନ୍ତାନଙ୍କ ମଧ୍ୟରୁ ଦିଲୀପ ବଡ଼ପୁଅ। ଗଁ।ରେ ଶୈଶବ, ଢେଙ୍କାନାଳ ଓ କେନ୍ଦୁଝରରେ ପ୍ରାଥମିକ ଶିକ୍ଷା ଏବଂ ଭୁବନେଶ୍ୱରରେ ଉଚ୍ଚଶିକ୍ଷା। ୧୯୮୯ରେ ତାଙ୍କ ସରକାରୀ ଚାକିରି ଜୀବନ ଆରମ୍ଭ। ରାଜ୍ୟର ବିଭିନ୍ନ ଜିଲାରେ କାମ କରିବା ସମୟରେ ଅନେକ ଘଟଣାକ୍ରମ ସହିତ ରହିଛି ତାଙ୍କର ପ୍ରତ୍ୟେକ୍ଷ ଅନୁଭୂତି। ଯେ କୌଣସି ସରକାରୀ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାବେଳେ ତାଙ୍କ ଭିତରେ ଗଭୀର ଆତ୍ମବିଶ୍ୱାସ ଥାଏ। ତେଣୁ ଉପରିସ୍ଥ ଅଧିକାରୀଙ୍କ ଚାପ ସତ୍ତ୍ୱେ ସେ ପଛକୁ ହଟନ୍ତି ନାହିଁ ବୋଲି କହିଛନ୍ତି।

ଚଳିତ ବର୍ଷଠୁ କାର୍ଯ୍ୟକାରୀ ହେବ ‘ସମଗ୍ର ଶିକ୍ଷା ଅଭିଯାନ’

ଜଗତ୍‌ସିଂହପୁର ଅଫିସ,୨୭।୪(ପ୍ରମୋଦ ନାୟକ): ଦେଶରେ ଏକାଧିକ ଶିକ୍ଷା ବ୍ୟବସ୍ଥା ଯୋଗୁ ସମସ୍ୟା ସୃଷ୍ଟି ହେଉଛି। ଏଥିପାଇଁ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ। ତେଣୁ କେନ୍ଦ୍ର ସରକାର ସାରା ଦେଶରେ ଏକକ ଶିକ୍ଷା ବ୍ୟବସ୍ଥା ‘ସମଗ୍ର ଶିକ୍ଷା ଅଭିଯାନ’ ଆରମ୍ଭ କରିବାକୁ ଯାଉଛନ୍ତି। ଚଳିତବର୍ଷଠାରୁ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟକାରୀ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାରେ ଖରା ଛୁଟି ପରେ ଏହି ବ୍ୟବସ୍ଥା ଲାଗୁ ହେବ। ଏହାହେଲେ ଓଡ଼ିଶାରେ ସର୍ବଶିକ୍ଷା ଅଭିଯାନ (ଏସ୍‌ଏସ୍‌ଏ), ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ (ଆର୍‌ଏଏମ୍‌ଏସ୍‌ଏ) ଓ ଶିକ୍ଷକ ଶିକ୍ଷା ଅନୁଷ୍ଠାନଗୁଡିକ ଗୋଟିଏ ଫୋଲ୍ଡରରେ ରହିବେ। ଅର୍ଥାତ୍‌ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ପ୍ରାଥମିକରୁ ଉଚ୍ଚମାଧ୍ୟମିକ (ପ୍ରି ନର୍ସରୀରୁ ଦ୍ୱାଦଶ) ପର୍ଯ୍ୟନ୍ତ ସବୁର ମୁଖ୍ୟ ରହିବେ। ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ ପଦବୀ ରହିବ ନାହଁ। ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ହେବ।