ଉପକୂଳ ଓଡିଶା

ରକ୍ତ ନ ଦେବାରୁ ମା’,ପୁଅକୁ ମାଡ

ରକ୍ତ ନ ଦେବାରୁ ମା’,ପୁଅକୁ ମାଡ
ବିଞ୍ଝାରପୁର,୧୮।୧୨(ଡି.ଏନ.ଏ)- ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁର ପଞ୍ଚାୟତରେ ହୋଇଥିବା ରକ୍ତଦାନକୁ କେନ୍ଦ୍ରକରି ଜନୈକ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ସିଂହପୁର ଗ୍ରାମରେ ରବିବାର ନିଦ୍ଦିଷ୍ଟ ଅନୁଷ୍ଠାନ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ଆୟୋଜକମାନେ ଗ୍ରାମର କେତେକ ଯୁବକଙ୍କୁ ରକ୍ତଦାନ କରିବାକୁ କୁହାଯାଇଥିଲା। ତେବେ ସେହି ଗ୍ରାମର ରାଜେନ୍ଦ୍ର ବେହେରା ନାମକ ଜନୈକ ଯୁବକ ରକ୍ତଦାନ ଶିବିରରେ ରକ୍ତ ନ ଦେବାକୁ ତାଙ୍କୁ ଉକ୍ତ ଗ୍ରାମର ଜଣେ ଯୁବକ ରବିବାର ଅପରାହ୍ନରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ନିଜ ପୁଅକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ମା’ମୀନାରାଣୀଙ୍କୁ ମଧ୍ୟ ଆକ୍ରମଣକାରୀମାନେ ନିସ୍ତୁକ ମାଡ ମାରିବା ସହ ଅଶ୍ଳୀଳ ଗାଳି ଗୁଲଜ କରିଥିଲେ। ମାଡ଼ ଖାଇବାପରେ ଆହତ ହୋଇ ରାଜେନ୍ଦ୍ର ଓ ତାଙ୍କ ମା’ ମୀନାରାଣୀ ବେହେରା ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଏହି ଘଟଣାକୁ ନେଇ ମୀନାରାଣୀ ବିଞ୍ଝାରପୁର ଥାନାରେ ଆକ୍ରମଣକାରୀ ୨ଯୁବକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଆକ୍ରମଣକାରୀ ଯୁବକଙ୍କ ମଧ୍ୟରୁ ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପୁଅ ହୋଇଥିବାରୁ ପୋଲିସ ତାଙ୍କୁ ଜାଣିଶୁଣି ଗିରଫ କରୁ ନ ଥିବା ଅଭିଯୋଗ ମଧ୍ୟ ହୋଇଛି।
All Right Reserved By

ଉପକୂଳ ଓଡିଶା

ବାଣ ଫୁଟାଉଥିବା ବେଳେ ବିସ୍ଫୋରଣ: ଜେଜେ ମୃତ, ନାତି ଗୁରୁତର

ବାଣ ଫୁଟାଉଥିବା ବେଳେ ବିସ୍ଫୋରଣ: ଜେଜେ ମୃତ, ନାତି ଗୁରୁତର

ସାଲେପୁର,୧୫ା୧୦(ଡି.ଏନ.ଏ.): କଟକ ଜିଲା ସାଲେପୁର ବ୍ଲକ ଅଧୀନ ରଟିଲୋ ପଞ୍ଚାୟତ ବୋଇଲୋ ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି। ବାଣ ଫୁଟାଉଥିବା ସମୟରେ ବିସ୍ଫୋରଣ ଘଟି ଜେଜେ ବାପାଙ୍କ ମୃତ୍ୟୁ ଘଟିଥିବାବେଳେ ନାତି ଗୁରୁତର ହୋଇଛନ୍ତି। 

ଜନଶୁଣାଣି ଶିବିରରେ ୩୩୮ ଅଭିଯୋଗ

ଜନଶୁଣାଣି ଶିବିରରେ ୩୩୮ ଅଭିଯୋଗ

ଡେରାବିଶ, ୧୫ା୧୦(ସ୍ବ.ପ୍ର.)- ଜିଲାର ଜନସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁ ଡେରାବିଶ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା ଏଥିରେ ମୋଟ ୩୩୮ଟି ଅଭିଯୋଗ ଆସିଥିଲା 

ସଫଳ ବ୍ୟକ୍ତିତ୍ୱ ଡ. କାଲାମଙ୍କୁ ଜୟନ୍ତୀ ଉତ୍ସବରେ ଶ୍ରଦ୍ଧାଞ୍ଜଳି

ସଫଳ ବ୍ୟକ୍ତିତ୍ୱ ଡ. କାଲାମଙ୍କୁ ଜୟନ୍ତୀ ଉତ୍ସବରେ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା ଅଫିସ, ୧୫ା୧୦- ଆତ୍ମ ବିଶ୍ୱାସ, ପ୍ରେରଣା, ସାହସ ଓ ଶକ୍ତିକୁ ବିନିଯୋଗ କରି ଭାରତର ଏକାଦଶତମ ରାଷ୍ଟ୍ରପତି ଡ. ଏପିଜେ କାଲାମ ନିଜର ସ୍ବପ୍ନକୁ ସାକାର କରିଥିଲେ ଅଧ୍ୟବସାୟକୁ ମୂଳମନ୍ତ୍ର କରିଥିବା ଡ. କାଲାମ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଛନ୍ତି 

ନବପତ୍ରିକା ପୂଜାରେ ମାଆଙ୍କୁ ଆବାହନ

ନବପତ୍ରିକା ପୂଜାରେ ମାଆଙ୍କୁ ଆବାହନ

ଡେରାବିଶ, ୧୪ା୧୦(ସ୍ବ.ପ୍ର.)- ମାଆ ଦୁର୍ଗାଦେବୀଙ୍କ ନବରାତ୍ର ପର୍ବ ଅବସରରେ ସୋମବାର ବିଭିନ୍ନ ମଣ୍ଡପରେ ଷଷ୍ଠୀ ପୂଜା ଆରମ୍ଭ ହୋଇଛି ା ଡେରାବିଶ ବ୍ଲକ ଅଞ୍ଚଳ ଏହି ପୂଜାତ୍ସୋବ ପାଇଁ ଚଳଚଞ୍ଚଳ ହୋଇପଡିଛି ା

ତୁଳସୀ କ୍ଷେତ୍ରରେ ଶାରଦୀୟ ଦୁର୍ଗାତ୍ସୋବ

ତୁଳସୀ କ୍ଷେତ୍ରରେ ଶାରଦୀୟ ଦୁର୍ଗାତ୍ସୋବ

କେନ୍ଦ୍ରାପଡା ଅଫିସ, ୧୫ା୧୦- ତୁଳସୀ କ୍ଷେତ୍ରର ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ସୋମବାରଠାରୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ କନକଦୁର୍ଗାଙ୍କ ମହାଷଷ୍ଠୀ ଉତ୍ସବ ଆରମ୍ଭ ହୋଇଛି। 

ସାମାଜିକ କର୍ମୀଙ୍କ ଶ୍ରାଦ୍ଧବାର୍ଷିକୀ

ସାମାଜିକ କର୍ମୀଙ୍କ ଶ୍ରାଦ୍ଧବାର୍ଷିକୀ

ନୟାଗଡ଼ ଅଫିସ,୧୫ା୧୦- ନୟାଗଡ଼ ବ୍ଲକ ଇଟାମାଟି ଗ୍ରାମର ସାମାଜିକ କର୍ମୀ ସ୍ବର୍ଗତ ରାଜକିଶୋର ଅଗ୍ରୱାଲଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ସକାଳେ ଇଟାମାଟି ବାମନ ଅବକାଶ ଉଚ୍ଚ ବିଦ୍ୟାଳୟଠାରୁ ନାରାୟଣ ମନ୍ଦିର ପର୍ଯ୍ୟନ୍ତ ଏକ ଗଣଦୌଡ଼ ହୋଇଥିଲା। 

ଆଶାକର୍ମୀଙ୍କ ବିକ୍ଷୋଭ ସମାବେଶ

ଆଶାକର୍ମୀଙ୍କ ବିକ୍ଷୋଭ ସମାବେଶ

ରାଜନଗର,୧୫ା୧୦(ଡି.ଏନ.ଏ.)- ୫ଦଫା ଦାବିରେ କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକର ଆଶାକର୍ମୀଙ୍କ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୂର୍ବାହ୍ନ ୧୧ଟାରେ ସଭାପତି କବିତା ରାଉତଙ୍କ ନେତୃତ୍ୱରେ ଶତାଧିକ ଆଶାକର୍ମୀ ତାରିଣୀ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ପରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ପହଞ୍ଚତ୍ଥିଲେ। 

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତା ଅଧାପନ୍ତରିଆ, ଆନ୍ଦୋଳନ ଧମକ

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତା ଅଧାପନ୍ତରିଆ, ଆନ୍ଦୋଳନ ଧମକ

ଡୁବୁରୀ,୧୫।୧୦(ଡି.ଏନ.ଏ.)- ଗ୍ରାମ୍ୟ ଉନ୍ନୟନ ବିଭାଗର ଅବହେଳା ଯୋଗୁ ସୁକିନ୍ଦା ବ୍ଲକର ଦ୍ୱିପାଞ୍ଚଳ କୁହାଯାଉଥିବା ମଙ୍ଗରାଜପୁର ପଞ୍ଚାୟତକୁ ଗମନାଗମନ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ନିର୍ମିତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତା ଅଧାପନ୍ତରିଆ ହୋଇ ପଡିରହିଛି। 

ରାଶନକାର୍ଡ଼ରୁ ବଞ୍ଚତ୍ତ ଲୋକେ ଜିଲାପାଳଙ୍କ ଦ୍ୱାରସ୍ଥ

ରାଶନକାର୍ଡ଼ରୁ ବଞ୍ଚତ୍ତ ଲୋକେ ଜିଲାପାଳଙ୍କ ଦ୍ୱାରସ୍ଥ

ନୟାଗଡ଼ ଅଫିସ,୧୫। ୧୦- ନୟାଗଡ଼ ଜିଲା ସଦର ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର କେତେକ ବ୍ୟକ୍ତି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ କରି ସୋମବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ସରପଞ୍ଚ ଓ ଲୋକମାନଙ୍କ ଅଭିଯୋଗ ଅନୁସାରେ  ପଞ୍ଚାୟତର ଅନେକ ଲୋକ ଏହି ଯୋଜନାରେ ସାମିଲ ହେବା ପାଇଁ ବ୍ଲକ କାର୍ଯ୍ୟାଳୟରେ ଆବେଦନ କରିଥିଲେ। 

 ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ମହାକାଳପଡା, ୧୫।୧୦(ଡି.ଏନ.ଏ.): କଂଗ୍ରେସ ପକ୍ଷରୁ ସ୍ଥାନୀୟ ମହାକାଳପଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଲଘୁଚାପଜନିତ ଓ ତିତ୍‌ଲି ବାତ୍ୟା ପ୍ରଭାବରେ ସ୍ଥାନୀୟ ଚାଷୀଙ୍କୁ ପଲିଥିନ୍‌, କୃଷି ଋଣ ଛାଡ, ମତ୍ସ୍ୟଜୀବିଙ୍କୁ ସହାୟତା ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଅଟଳ ସମ୍ମାନ ସମାରୋହ

ଅଟଳ ସମ୍ମାନ ସମାରୋହ

ଆଳି,୧୫।୯(ଡି.ଏନ.ଏ.): ପ୍ରିନ୍ସ ଫାଉଣ୍ଡେସନ ପକ୍ଷରୁ ସୋମବାର ପୂର୍ବାହ୍ନରେ ନିଆଳ ହାଟଠାରେ ଥିବା ହେଲିପ୍ୟାଡ ପଡିଆରେ ଅଟଳ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ଡଙ୍କାରୀ ପାହାଡ଼ର ୬ କଳାପଥର ଖାଦାନ ସିଲ୍‌

ଡଙ୍କାରୀ ପାହାଡ଼ର ୬ କଳାପଥର ଖାଦାନ ସିଲ୍‌

ଯାଜପୁର ଅଫିସ,୧୫।୧୦: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବହୁ ଚର୍ଚ୍ଚିତ ଡଙ୍କାରୀ ପାହାଡର ୬ଟି କଳାପଥର ଖାଦାନକୁ ସୋମବାର ସକାଳେ ସିଲ୍‌ କରି ଦିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ୪ ଜେସିବି ମେଶିନ ସହାୟତାରେ ଖାଦାନକୁ ଯାଇଥିବା ରାସ୍ତାରେ ପ୍ରାୟ ୧୦ ଫୁଟ ଗଭୀର ଏକ ଗାତ ଖୋଳାଯାଇଛି