ଉପକୂଳ ଓଡିଶା

କେଦାରଙ୍କ ସ୍ତ୍ରୀଙ୍କୁ ପ୍ରାର୍ଥୀ କରିବ ବିଜେଡି

କେଦାରଙ୍କ ସ୍ତ୍ରୀଙ୍କୁ ପ୍ରାର୍ଥୀ କରିବ ବିଜେଡି
ଦଶରଥପୁର,୧୮।୧୨(ଡିଏନ୍‌ଏ) ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଜାମପୁର ପଞ୍ଚାୟତରେ ୨୦୧୮ ଜାନୁୟାରୀ ୧୯ ରେ ସମିତିସଭ୍ୟ ଆସନ ଲାଗି ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ବିଧାୟିକା ପ୍ରମିଳା ମଲ୍ଲିକ ସୋମବାର ନିଜାମପୁର ପଞ୍ଚାୟତରେ ବୈଠକ କରି ପୂର୍ବତନ ସମତିସଭ୍ୟ ସ୍ବର୍ଗତ କେଦାର ଦାସଙ୍କ ସ୍ତ୍ରୀ ରୁକ୍ମିଣୀ ଦାସଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହାକୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ରୁକ୍ମିଣୀଙ୍କୁ ପ୍ରାର୍ଥୀ କରିବା ପଛର ଉଦ୍ଦେଶ୍ୟ ସ୍ବର୍ଗତଃ କେଦାରଙ୍କ ପରିବାର ପ୍ରତି ଅନୁକମ୍ପା ନା ତାଙ୍କ ବିରୋଧରେ ପ୍ରାର୍ଥୀ ଦେଇ ହାରିଯିବାର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଭୟ ସେ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି। ସୂଚନା ଯେ, ଫେବୃୟାରୀ ୨୦୧୭ ତ୍ରିସ୍ତରୀୟ ନିର୍ବାଚନରେ ନିଜାମପୁର ପଞ୍ଚାୟତରୁ ସରପଞ୍ଚ ଭାବେ ସେବତୀବାଳା ପରିଡା ଓ ସମିତିସଭ୍ୟ ଆସନରୁ କେଦାର ଦାସ ବିଜୟୀ ହୋଇ ପଞ୍ଚାୟତର କାର୍ଯ୍ୟଭାର ଗ୍ରହଣ କରିଥିଲେ। ମାତ୍ର ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଶାନ୍ତ ନାୟକ ଅଗଷ୍ଟ ୧ ତାରିଖରେ ସମିତିସଭ୍ୟ କେଦାର ଦାସଙ୍କୁ ହତ୍ୟା କରିବା ପରେ ଦୀର୍ଘ ମାସ ଧରି ଉକ୍ତ ଆସନଟି ଖାଲି ପଡ଼ିଥିଲା। ଏହି ଆସନ ଲାଗି ଏବେ ଅନୁଷ୍ଠିତ ହେବାକୁ ଯାଉଛି ଉପନିର୍ବାଚନ। ତେବେ ତ୍ରିସ୍ତରୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟ ଲାଭ କରିଥିବା କେଦାରଙ୍କର କେବଳ ପଞ୍ଚାୟତରେ ନୁହେଁ, ବରଂ ପୁରା ବ୍ଲକରେ ଦଳିତ ନେତା ଭାବେ ସ୍ବତନ୍ତ୍ର ପରିଚୟ ଥିଲା। କେଦାର ବିଜେଡି ନେତା ଥିଲେ ମଧ୍ୟ ଦଳ ପକ୍ଷରୁ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଥିଲା। ଏହାର ପ୍ରମୁଖ କାରଣ ଭାଜପା ନେତା ଗୌତମ ରାୟଙ୍କ ସହ କେଦାରଙ୍କ ବ୍ୟକ୍ତିଗତ ସମ୍ପର୍କ। କେଦାର ହୁଏତ କେତେବେଳେ ଭାଜପା ଆଡ଼କୁ ଢ଼ଳି ପାରନ୍ତି ସନ୍ଦେହରେ ଦଳର ନେତୃବୃନ୍ଦ ତାଙ୍କୁ ବିଶ୍ୱାସ କରିପାରୁ ନ ଥିଲେ। କେଦାରଙ୍କ ପଞ୍ଚାୟତରେ ସ୍ବତନ୍ତ୍ର ପରିଚୟ ପାଇଁ ସେ ଥରେ ସରପଞ୍ଚ, ସମିତିସଭ୍ୟ, ତାଙ୍କ ସ୍ତ୍ରୀଙ୍କୁ ସମିତିସଭ୍ୟା ଏବଂ ତାଙ୍କ ଶାଶୁଙ୍କୁ ମଧ୍ୟ ଥରେ ସମିତିସଭ୍ୟା କରାଇ ପାରିଥିଲେ। ପଞ୍ଚାୟତରେ ତାଙ୍କର ସ୍ବତନ୍ତ୍ର ଦବ୍‌ଦବା ଯୋଗୁ ବିଜେଡି ତାଙ୍କୁ ଛାଡ଼ି ପାରୁ ନ ଥିଲା କିମ୍ବା ତାଙ୍କ ବିରୋଧରେ ପ୍ରାର୍ଥୀ ଦେବାକୁ ସାହସ କରି ପାରୁ ନ ଥିଲା। ତେବେ କେଦାରଙ୍କ ମୃତ୍ୟୁ ପରେ ଗୌତମ ରାୟ ତାଙ୍କ ଶେଷକୃତ୍ୟ ପର୍ଯ୍ୟନ୍ତ ସେଠାରେ ଉପସ୍ଥିତ ଥିବା ବେଳେ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ଗ୍ରାମବାସୀ କେଦାରଙ୍କ ଶେଷ ଦର୍ଶନ ପାଇଁ ମଧ୍ୟ ସୁଯୋଗ ଦେଇ ନ ଥିଲେ। ଏହି ଘଟଣା ପରେ ବି ପ୍ରମିଳା ମଲ୍ଲିକ କେଦାରଙ୍କ ପରିବାର ପ୍ରତି ସମବେଦନା ଜଣାଇ ଆସୁଥିଲେ। ମାତ୍ର ଏହି ସମବେଦନା ପଛରେ ରାଜନୈତିକ ଚାଲ୍‌ ଥିବା ସାଧାରଣରେ କୁହାଯାଉଥିଲା। ତେବେ କେଦାରଙ୍କ ମୃତ୍ୟୁ ପରେ ଉପନିର୍ବାଚନରେ ତାଙ୍କ ସ୍ତ୍ରୀଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୀତି ସରଗରମ ହୋଇଛି। କିଛିଦିନ ତଳେ ଏହି ପଞ୍ଚାୟତରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଓ ସଭା ହୋଇଥିବା ବେଳେ ସେଠାରେ କେଦାରଙ୍କ ସମ୍ପର୍କରେ ବିଧାୟିକାଙ୍କଠାରୁ ଆରମ୍ଭ କରି କୌଣସି ବିଜେଡି ନେତା ତାଙ୍କ ନାମ ମଧ୍ୟ ଉଠାଇ ନ ଥିଲେ କିମ୍ବା ମଞ୍ଚରେ ତାଙ୍କ ଫଟୋଚିତ୍ରଟିଏ ମଧ୍ୟ ରଖି ନ ଥିଲେ। ଯଦ୍ଦ୍ବାରା ଉକ୍ତ ଅଞ୍ଚଳରେ ବିଜେଡିକୁ ସମାଲୋଚିତ ହେବାକୁ ପଡ଼ିଥିଲା। କେଦାରଙ୍କ ସ୍ତ୍ରୀଙ୍କୁ ଭାଜପା ପ୍ରାର୍ଥୀ କରି କାଳେ ଅନୁକମ୍ପାମୂଳକ ଭୋଟ ହାତେଇ ନେବ, ସେହି ଭୟରେ ବିଜେଡି ଆଗୁଆ ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା କୁହାଯାଉଛି। ଏ ସମ୍ପର୍କରେ ଭାଜପା ନେତା ଗୌତମଙ୍କୁ ପଚାରିବାରେ, ଆମ ପ୍ରାର୍ଥୀଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଛି। ସମୟ ଆସିଲେ କ’ଣ କରାଯିବ ଚିନ୍ତା କରିବୁ ବୋଲି କହିଛନ୍ତି। ଏ ନେଇ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ମତ ନିଆଯିବା ପାଇଁ ତାଙ୍କୁ ଫୋନ କରାଯାଇଥିଲେ ହେଁ ସେ ଫୋନ ନ ଉଠାଇବାରୁ ତାଙ୍କ ମତାମତ ମିଳିବା ସମ୍ଭବ ହୋଇପାରି ନ ଥିଲା।
All Right Reserved By

ଉପକୂଳ ଓଡିଶା

ବେକାରୀ ସମସ୍ୟା ପ୍ରତିବାଦରେ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ତହସିଲ ସମ୍ମୁଖରେ ବିକ୍ଷୋଭ

ବେକାରୀ ସମସ୍ୟା ପ୍ରତିବାଦରେ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ତହସିଲ ସମ୍ମୁଖରେ ବିକ୍ଷୋଭ

ନିଶ୍ଚିନ୍ତକୋଇଲି, ୨୨।୧୦(ସ୍ବ.ପ୍ର.): ରାଜ୍ୟରେ ବେକାରୀ ସମସ୍ୟା ଉଗ୍ର ରୂପ ଧାରଣ କରିଥିବାବେଳେ ନବୀନ ସରକାର ଯୁବକମାନଙ୍କ ଚାକିରି ନ ଯୋଗାଇ ଯୁବ ବାହିନୀ କରି ଯୁବକମାନଙ୍କୁ ବିଭ୍ରାନ୍ତ କରୁଥିବା ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଛି।

ଘରୋଇ କଳିରୁ ଗଲା ୪ଜଣଙ୍କ ଜୀବନ: ସ୍ତ୍ରୀ, ଶାଶୁ ଓ ଶ୍ୱଶୁରଙ୍କୁ ପୋଡ଼ିି ମାରିବାବେଳେ ନିଜେ ପୋଡ଼ିଗଲେ ଜ୍ୱାଇଁ

ଘରୋଇ କଳିରୁ ଗଲା ୪ଜଣଙ୍କ ଜୀବନ: ସ୍ତ୍ରୀ, ଶାଶୁ ଓ ଶ୍ୱଶୁରଙ୍କୁ ପୋଡ଼ିି ମାରିବାବେଳେ ନିଜେ ପୋଡ଼ିଗଲେ ଜ୍ୱାଇଁ

କୁଜଙ୍ଗ, ୨୨।୧୦(ସ୍ବ.ପ୍ର.): ଘରୋଇ କଳିରୁ ଚାଲିଯାଇଛି ୪ଜଣଙ୍କ ଜୀବନ। ଜଳିଯାଇଛି ସମ୍ପୂର୍ଣ୍ଣ ଘର। କ୍ରୋଧିତ ଜ୍ୱାଇଁ ନିଜ ସ୍ତ୍ରୀ, ଶାଶୁ ଓ ଶ୍ୱଶୁରଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗେଇ ପୋଡି ମାରିବା ସମୟରେ ନିଜେ ପୋଡି ହୋଇ ମୃତ୍ୟୁବରଣ କରିଛନ୍ତି। 

୪ ଶହୀଦ ପରିବାର ସମ୍ବର୍ଦ୍ଧିତ

୪ ଶହୀଦ ପରିବାର ସମ୍ବର୍ଦ୍ଧିତ

କୋରେଇ,୨୨ା୧୦(ସ୍ବ.ପ୍ର.)- ପାଣିକୋଇଲିସ୍ଥିତ ଯାଜପୁର ଜିଲା ପୋଲିସ ରିଜର୍ଭ ପଡିଆରେ ରବିବାର ୫୯ତମ ଶହୀଦ ଦିବସ ପାଳିତ ହୋଇଯାଇଛି ା ଯାଜପୁର ଏସ୍‌ପି ଚରଣ ସିଂହ ମୀନା କାର୍ଯ୍ୟକ୍ରମକୁ ଆରମ୍ଭ କରି ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ  ଦେଶର ମୋଟ ୪୧୪ଜଣ ଶହୀଦଙ୍କ ନାମ ପଠନ ସହ ସେମାନଙ୍କ ପରିବାର ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । 

୫୯ତମ ଶହୀଦ ଦିବସ ପାଳିତ

୫୯ତମ ଶହୀଦ ଦିବସ ପାଳିତ

ବିରଜାକ୍ଷେତ୍ର,୨୨ା୧୦(ଡି.ଏନ୍‌.ଏ.)- ଦଶରଥପୁର ବ୍ଲକ ଅକରପଡ଼ା  ପଞ୍ଚାୟତ ଅନ୍ତର୍ଗତ ଭେଲଙ୍ଗସ୍ଥିତ ରାଧାକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଯାଜପୁର ଥାନା ପୋଲିସ ପକ୍ଷରୁ ୫୯ତମ ଶହୀଦ ଦିବସ ପାଳିତ ହୋଇଯାଇଛି। ଯାଜପୁର ଟାଉନ୍‌ ପୋଲିସ ଓ ଶହୀଦ ସତ୍ୟାନନ୍ଦ ସ୍ମୃତି କମିଟି ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଜପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶହୀଦ ସତ୍ୟାନନ୍ଦ ସ୍ମୃତି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। 

ହରିଦାସପୁର ରେଳ ଷ୍ଟେଶନରେ ଏକ୍ସପ୍ରେସ୍‌ ରହଣି ଦାବି

ହରିଦାସପୁର ରେଳ ଷ୍ଟେଶନରେ ଏକ୍ସପ୍ରେସ୍‌ ରହଣି ଦାବି

ଚଣ୍ଡିଖୋଲ,୨୨ା୧୦(ଡି.ଏନ.ଏ.)- ପୂର୍ବତଟ ରେଲବାଇର ଖୋର୍ଦ୍ଧାରୋଡ଼ ଡିଭିଜନ ଅନ୍ତର୍ଗତ ଯାଜପୁର ଜିଲାର ହରିଦାସପୁର ରେଳ ଷ୍ଟେଶନ ଏକ ପ୍ରମୁଖ ଷ୍ଟେଶନ । ଏଠାରୁ ବନ୍ଦର ନଗରୀ ପାରାଦୀପକୁ ରେଳପଥ ସଂଯୋଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିସହ ପ୍ରସିଦ୍ଧ ବୌଦ୍ଧ ପୀଠ ଉଦୟଗିରି, ଲଲିତଗିରି ଓ ରତ୍ନଗିରିକୁ ଏହି ରେଳପଥ ସଂଯୋଗ କରିବା ସହ ବିଶ୍ୱ ଐତିହ୍ୟରେ ସ୍ଥାନ ପାଇବାକୁ ଥିବା ଭିତର କନିକାକୁ ମଧ୍ୟ ସଂଯୋଗ କରିବ। 

ମା’ ଦୁର୍ଗାଙ୍କ ଭସାଣି ଉତ୍ସବ

ମା’ ଦୁର୍ଗାଙ୍କ ଭସାଣି ଉତ୍ସବ

ଚଣ୍ଡିଖୋଲ,୨୧ା୧୦(ଡି.ଏନ.ଏ)- ଚଣ୍ଡିଖୋଲସ୍ଥିତ ସାର୍ବଜନୀନ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ଶନିବାର ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା। ବାଜା, ବାଣ ରୋଶଣୀରେ ମା’ଙ୍କ ମୃଣ୍ମୟୀ ପ୍ରତିମାକୁ ଚଣ୍ଡିଖୋଲ ବଜାର ପରିକ୍ରମା କରିବା ପରେ ଖୋସାଲିପୁରସ୍ଥିତ ହାଇଲେବୁଲ କେନାଲରେ ବିସର୍ଜନ କରାଯାଇଥିଲା। 

‘ଓଡ଼ିଆ ପାଲା ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି କୃଷ୍ଣପ୍ରସାଦ’

‘ଓଡ଼ିଆ ପାଲା ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି କୃଷ୍ଣପ୍ରସାଦ’

ବିରଜାକ୍ଷେତ୍ର,୨୨ା୧୦(ଡି.ଏନ୍‌.ଏ.)- ଗୌତମବୁଦ୍ଧ ସଂସ୍କୃତି ଭବନଠାରେ ଯାଜପୁରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଅନନ୍ୟା ସାହିତ୍ୟ ସଂସଦ ତରଫରୁ ରବିବାର କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ସଭାପତି ସନ୍ତୋଷ କୁମାର ନନ୍ଦ ଅଧ୍ୟକ୍ଷତା କରିଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିକ୍ଷକ ସୂର୍ଯ୍ୟମଣି ଖୁଣ୍ଟିଆ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ।

ରାବଣପୋଡ଼ି,ଆତସବାଜି ପ୍ରତିଯୋଗିତା

ରାବଣପୋଡ଼ି,ଆତସବାଜି ପ୍ରତିଯୋଗିତା

କୋରେଇ,୨୨ା୧୦(ସ୍ବ.ପ୍ର.)- ଶାରଦୀୟ ଦୁର୍ଗାପୂଜା ଅବସରରେ କୋରେଇ ବ୍ଲକର ଶଙ୍ଖଚିଲାଠାରେ ୫୨ତମ ଦୁର୍ଗାପୂଜା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ କମିଟି ପକ୍ଷରୁ ଶନିବାର ୨୭ତମ ରାବଣ ପୋଡ଼ି ଓ ଆତସବାଜି ପ୍ରତିଯୋଗିତା ହୋଇଥିଲା । ଦୁର୍ଗା ମଣ୍ଡପରେ ନିର୍ମିତ ୟ ହନୁମାନ, ରାମ ଓ ଲକ୍ଷ୍ମଣଙ୍କ  ପ୍ରତିମୂର୍ତ୍ତିକୁ ଶୋଭାଯାତ୍ରାରେ ନିଆଯାଇ ସଭାସ୍ଥଳରେ ରଖାଯାଇଥିଲା ।

ଦୁଇ ସନ୍ତାନଙ୍କୁ ବିଷ ପିଆଇ ନିଜେ ପିଇଲେ ଝିଅପୁଅ ମୃତ, ମା’ ଗୁରୁତର

ଦୁଇ ସନ୍ତାନଙ୍କୁ ବିଷ ପିଆଇ ନିଜେ ପିଇଲେ ଝିଅପୁଅ ମୃତ, ମା’ ଗୁରୁତର

ନୟାଗଡ଼ ଅଫିସ,୨୨ା୧୦-  ନୟାଗଡ ଜିଲା ଖଣ୍ଡପଡା ଥାନା ଶିଖରପୁର ପଞ୍ଚାୟତ ଲକ୍ଷ୍ମୀପ୍ରସାଦ ଗ୍ରାମରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ସନ୍ତାନଙ୍କୁ ବିଷ ପିଆଇ ମା’ ନିଜେ ପିଇଥିଲେ। ଏଥିରେ ଝିଅପୁଅଙ୍କ ମୃତ୍ୟୁ ଘଟିଥିବାବେଳେ ମା’ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। 

ଗଛରେ ପିଟିହେଲା ଆମ୍ବୁଲାନ୍ସ, ଜଣେ ଗୁରୁତର

ଗଛରେ ପିଟିହେଲା ଆମ୍ବୁଲାନ୍ସ, ଜଣେ ଗୁରୁତର

ନୂଆଗାଁ,୨୨ା୧୦ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଈଛେଳି ପଞ୍ଚାୟତ ସଂପଡା ରାଇଖମଣ ବାଙ୍କ ନିକଟରେ ରବିବାର ମୃତଦେହ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ରାସ୍ତାପାର୍ଶ୍ୱ ଗଛରେ ପିଟିହୋଇଯିବାରୁ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

୫୯ତମ ପୋଲିସ ଶହୀଦ ସ୍ମୃତି ଦିବସ

୫୯ତମ ପୋଲିସ ଶହୀଦ ସ୍ମୃତି ଦିବସ

ନୟାଗଡ଼ ଅଫିସ,୨୨ା୧୦- ନୟାଗଡ଼ ଜିଲା ପୋଲିସ ପକ୍ଷରୁ ରବିବାର ସ୍ଥାନୀୟ  ପିଟିଏସ୍‌ (ପୋଲିସ ଟ୍ରେନିଂ ସ୍କୁଲ) ପଡ଼ିଆଠାରେ  ୫୯ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ପରେଡ଼ରେ ଏସ୍‌ପି ଶଶିଭୂଷଣ ଶତପଥୀ ଓ ଅନ୍ୟ ପୋଲିସ ପଦାଧିକାରୀ ଯୋଗଦେଇ ଶହୀଦଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ।

ଆରପାରିରେ ପୂର୍ବତନ ବିଧାୟକ ବଂଶୀଧର ସାହୁ

ଆରପାରିରେ ପୂର୍ବତନ ବିଧାୟକ ବଂଶୀଧର ସାହୁ

ନୟାଗଡ଼ ଅଫିସ,୨୨ା୧୦- ନୟାଗଡ଼ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ସୁସାହିତ୍ୟକ ବଂଶୀଧର ସାହୁଙ୍କ ରବିବାର ପରଲୋକ ଘଟିଛି। ୧୦ଦିନ ହେଲା ସେ ରୋଗରେ ପୀଡ଼ିତ ହୋଇ କଟକର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ସକାଳ ୬ଟା ୪୫ ମିନିଟ ସମୟରେ ଆରପାରିକୁ ଚାଲିଯାଇଛନ୍ତି। ମୃତ୍ୟୁବେଳଙ୍କୁ ତାଙ୍କୁ ୭୬ବର୍ଷ ବୟସ ହୋଇଥିଲା।