ଉପକୂଳ ଓଡିଶା

ଆତ୍ମରକ୍ଷା ପାଇଁ ପୋଲିସର ଗୁଳିକାଣ୍ଡ ଯଥାର୍ଥ:କମିଶନ

ଆତ୍ମରକ୍ଷା ପାଇଁ ପୋଲିସର ଗୁଳିକାଣ୍ଡ ଯଥାର୍ଥ:କମିଶନ

ଯାଜପୁର ଅଫିସ,୧୮।୧୨
ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଶିଳ୍ପାୟନ ଓ ଘରୋଇ କମ୍ପାନୀର ଜମି ଅଧିଗ୍ରହଣ ପାଇଁ କଳିଙ୍ଗନଗର ଗୁଳିକାଣ୍ଡ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଘଟଣା ଥିଲା। ଆଉ ଏବେ ପିକେ ମହାନ୍ତି କମିଶନଙ୍କ ରିପୋର୍ଟ ତା’ଠାରୁ ଅଧିକ ଯନ୍ତ୍ରଣାଦାୟକ। ପୋଲିସର ବର୍ବର ଗୁଳିକାଣ୍ଡକୁ ମହାନ୍ତି କମିଶନ ଯଥାର୍ଥ ଦର୍ଶାଇବା ବିରୋଧରେ ୧୩ ଟି ଅନୁଷ୍ଠାନକୁ ନେଇ ଗଠିତ ନାଗରିକ କମିଟି ପକ୍ଷରୁ ଆସନ୍ତା ଜାନୁୟାରୀ ୨ ତାରିଖରେ ଭୁବନେଶ୍ୱର ଲୋୟର ପିଏମ୍‌ଜି ଛକଠାରେ ଏକ ପ୍ରତିବାଦ ସଭା କରାଯିବାକୁ ନିଷ୍ପତ୍ତି ହୋଇଛି। କମିଶନଙ୍କ ରିପୋର୍ଟ ସର୍ବସାଧାରଣରେ ପ୍ରକାଶ ହେବା ପରେ କମିଟି ଉକ୍ତ ନିଷ୍ପତ୍ତି ନେଇଛି।
ଏହି ମର୍ମରେ ନାଗରିକ କମିଟି ପକ୍ଷରୁ କୁହାଯାଇଛି ଯେ, କମିଶନଙ୍କ ସମ୍ମୁଖରେ ପର୍ଯ୍ୟାପ୍ତ ସୁଯୋଗ ଥାଇ ମଧ୍ୟ କମିଶନ ସେହି ସବୁ ବିଷୟରେ ନୀରବ ରହିବା ନିଶ୍ଚିତ ସନ୍ଦେହଜନକ। ତତ୍କାଳୀନ ଜିଲାପାଳଙ୍କ ତଥ୍ୟ ଆଧାରରେ କମିଶନ ଦର୍ଶାଇଛନ୍ତି ଯେ ପ୍ରାୟ ୧ ହଜାର ଗ୍ରାମବାସୀ ୨୦୦୬ ଜାନୁୟାରୀ ୨ତାରିଖ ଦିନ ଏକାଠି ହେଲାବେଳେ ସେମାନଙ୍କ ହାତରେ ଲାଠି, ଟାଙ୍ଗିଆ ଭଳି ମାରଣାସ୍ତ୍ର ଥିଲା । ଟାଟା କମ୍ପାନୀର ପାଚେରୀ ନିର୍ମାଣରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ବ୍ୟାଘାତ ଘଟିବାର ସମ୍ଭାବନା ହେତୁ ଯେଉଁ ୧୨ପ୍ଲାଟୁନ ପୋଲିସ(୫୦୦ରୁ ଅଧିକ ସଶସ୍ତ୍ର ପୋଲିସ) ନିଯୁକ୍ତ ହୋଇଥିଲେ। ସେମାନେ ଅତ୍ୟାଧୁନିକ ଅସ୍ତ୍ରରେ ସଜ୍ଜିତ ଥିଲେ । ମାତ୍ର ଗ୍ରାମବାସୀ ନିଜ ଜୀବନ ଓ ଜୀବିକାର ସୁରକ୍ଷା ଲାଗି ନିଜ ପାରମ୍ପରିକ ଅସ୍ତ୍ର ସହିତ ଏକାଠି ହେବାକୁ କମିଶନ ବେଆଇନ ଓ ଅସାମ୍ବିଧାନିକ ଦର୍ଶାଇଛନ୍ତି। ଅଥଚ ଟାଟା ଭଳି ଏକ କର୍ପୋରେଟ ପାଇଁ ଏତେ ସଂଖ୍ୟକ ସଶସ୍ତ୍ର ବାହିନୀ ନିଜର ଆମତ୍ରକ୍ଷା ନାମରେ ଅତ୍ୟନ୍ତ ବର୍ବରତାର ସହିତ ଗଣହତ୍ୟା କରିବାକୁ କମିଶନ ଯଥାର୍ଥ ଦର୍ଶାଇଛନ୍ତି। ଏଠାରେ ଉଭୟ ରାଷ୍ଟ୍ର ଓ ଏହାର ପରିଚାଳନା ଦାୟିତ୍ୱ ନେଇଥିବା ଏକ ନିର୍ବାଚିତ ସରକାରଙ୍କ ଯେ ହିଂସା କରିବାର ଏକଚାଟିଆ ଓ ନିର୍ବିବାଦୀୟ ଅଧିକାର ରହିଛି ସେହି ପୁରୁଣା ତତ୍ତ୍ବକୁ ପୁଣିଥରେ ପ୍ରତିଷ୍ଠିତ କରୁଛି। ଏହାମଧ୍ୟ କମିଶନ ଦର୍ଶାଇଛନ୍ତି ଯେ, ନାଗରିକର ନିଜସ୍ବ ଜୀବନ ଓ ଜୀବିକାର ସୁରକ୍ଷା କରିବାର କୌଣସି ଅଧିକାର ନାହିଁ। ଏଠାରେ କେବଳ ଟାଟା ଭଳି କମ୍ପାନୀଙ୍କ ସ୍ବାର୍ଥର ସୁରକ୍ଷା ଯେ କରାଯିବ ସେହିକଥାକୁ କମିଶନ ନିଜ ରିପୋର୍ଟରେ ସାବ୍ୟସ୍ତ କରିଛନ୍ତି। କମିଶନ ଉଲ୍ଲେଖ କରିଛନ୍ତି ଯେ, ୧୯୯୦ ରୁ ୧୯୯୫ ମଧ୍ୟରେ ଜମି ଅଧିଗ୍ରହଣ ହୋଇଛି। ୧୯୯୫ ରୁ ୨୦୦୫ ମସିହା ମଧ୍ୟରେ ଲୋକଙ୍କ ନିଜସ୍ବ ଆଶା ଓ ଆକାଂକ୍ଷା ପୁରଣ ନ ହୋଇ ପାରିବା ହେତୁ ସେମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ସମ୍ମାନ ଜଣାଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଲୋକଙ୍କ ଏହି ଅସନ୍ତୋଷକୁ ଯଥାର୍ଥ ବୋଲି ମଧ୍ୟ କମିଶନ ସ୍ବୀକାର କରିଛନ୍ତି। ମାତ୍ର ଏହି ଜନ ଅସନ୍ତୋଷ ବଢିବା ପଛରେ ଯେ ସେହି ସମୟର ପ୍ରଶାସନିକ ଅଧିକାରୀ ତଥା କ୍ଷମତାରେ ଥିବା ନିର୍ବାଚିତ ରାଜନେତାମାନେ ଯେ ସମାନ ଭାବରେ ଦାୟୀ ତାହାକୁ କମିଶନ ଉଲ୍ଲେଖ କରି ନାହାନ୍ତି। କିନ୍ତୁ ୨୦୦୫ ପରବର୍ତ୍ତି ଘଟଣା ପାଇଁ ଓଡିଶାର କେତେକ ସମ୍ମାନଜନକ ବ୍ୟକ୍ତିବିଶେଷଙ୍କ ଭୂମିକାକୁ ପ୍ରଶ୍ନ କରିବାକୁ ପଛାଇ ନାହାନ୍ତି। ରାଜନୈତିକ କର୍ମୀ ଓ ସ୍ବେଚ୍ଛାସେବୀ ସଂଗଠନ ଆଦିବାସୀଙ୍କ ଉସୁକାଇଲେ ବୋଲି ଦୋଷାରୋପ କରିଛନ୍ତି। ଏଥିସହ ପାପୁଲି କଟା ଭଳି ବର୍ବରତା ଘଟଣାରେ କମିଶନ ଡାକ୍ତରଙ୍କୁ ଦାୟୀ କରିଛନ୍ତି। ପୋଲିସ ଗୁଳିକାଣ୍ଡରେ ଶହିଦ ପରିବାର ସଦସ୍ୟଙ୍କୁ ଘରୋଇ କମ୍ପାନୀରେ ନିଯୁକ୍ତି ଭଳି ଏକ ଅସ୍ଥାୟୀ ସମାଧାନର ପ୍ରସ୍ତାବ କମିଶନ ଦେବା ଦୁର୍ଭାଗ୍ୟଜନକ। ଏହିସବୁ କାରଣ ପାଇଁ ମହାନ୍ତି କମିଶନ ରିପୋର୍ଟକୁ ନାଗରିକ କମିଟି ଦୃଢ ଭାବରେ ବିରୋଧ କରୁଛି ବୋଲି ନାଗରିକ କମିଟି ଏକ ପ୍ରେସ ବିବୃତିରେ ଜଣାଇଛି। ଏହି ନାଗରିକ କମିଟିରେ ମାନବିକ ଅଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ, ଗାସର ଦେବ ରଞ୍ଜନ, ଲେନିନ କୁମାର, ନିୟମଗିରି ସୁରକ୍ଷା ସମିତିର ଲିଙ୍ଗରାଜ ଆଜାଦ, ଏଆଇଟିଏଫର ମହେନ୍ଦ୍ର ପରିଡାଙ୍କ ସମେତ ବିଭିନ୍ନ ସଂଗଠନର ସଦସ୍ୟ ରହିଛନ୍ତି।

All Right Reserved By

ଉପକୂଳ ଓଡିଶା

ପାଇଖାନା ଟାଙ୍କିରେ ବୁଡ଼ି ଶିଶୁପୁତ୍ର ମୃତ

ପାଇଖାନା ଟାଙ୍କିରେ ବୁଡ଼ି ଶିଶୁପୁତ୍ର ମୃତ

ନୟାଗଡ଼ ଅଫିସ,୨୨।୭: ନୟାଗଡ଼ ଏନ୍‌ଏସି ୧୧ନଂ ଓ୍ବାର୍ଡ ଯଯାଙ୍ଗି ସାହିରେ ପାଇଖାନା ଟାଙ୍କିରେ ବୁଡ଼ି ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ସେ ହେଲେ ପ୍ରମୋଦ ପାତ୍ରଙ୍କ ପୁଅ ସାଇକ୍ରିଷ୍ଣା ପାତ୍ର(୪)।

ଜାତୀୟ ରାଜପଥ କଡ଼ରେ ୧୦୮ ବୃକ୍ଷରୋପଣ

ଜାତୀୟ ରାଜପଥ କଡ଼ରେ ୧୦୮ ବୃକ୍ଷରୋପଣ

ମାର୍ଶାଘାଇ,୨୨।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳ ଦେଇ ଯାଇଥିବା ୫ନଂ(କ) ଜାତୀୟ ରାଜପଥ ବଉଦ ଅଫିସଠାରୁ ଟିକରପଙ୍ଗା ଛକ ପର୍ଯ୍ୟନ୍ତ ପ୍ରାୟ ୪ କିମି ରାସ୍ତାର ଉଭୟ ପାର୍ଶ୍ୱରେ ରବିବାର ବୃକ୍ଷରୋପଣ କରାଯାଇଛି।

ପରିତ୍ୟକ୍ତ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ପରିତ୍ୟକ୍ତ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଯାଜପୁର ଅଫିସ,୨୨।୭: ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ଗ୍ରାମର ଏକ ପରିତ୍ୟକ୍ତ ଘରୁ ପୋଲିସ ରବିବାର ପୂର୍ବାହ୍ନ ୧୧ ଟାରେ ଜଣେ ଆଦିବାସୀ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ମହିଳା ହେଲେ ଗୁରୁବାରିପାଟ ପିଙ୍ଗୁଆ(୪୫) ।

ବନ୍ୟା ଆଶଙ୍କା: ଫେରିଘାଟ ବନ୍ଦ

ବନ୍ୟା ଆଶଙ୍କା: ଫେରିଘାଟ ବନ୍ଦ

ମହାକାଳପଡ଼ା,୨୨।୭(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ ସକ୍ରିୟ ଥିବା ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ପ୍ରଭାବରୁ ପ୍ରବଳ ବର୍ଷା ହୋଇଥିବାବେଳେ ସମୁଦ୍ର ଅଶାନ୍ତ ରହିଛି। ଉପରମୁଣ୍ଡରେ ବର୍ଷା ହେବା ଯୋଗୁ ମହାନଦୀର ତଳମୁଣ୍ଡରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି।

ବରିଷ୍ଠ ନାଗରିକଙ୍କ ଦ୍ୱାରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ସଫେଇ

ବରିଷ୍ଠ ନାଗରିକଙ୍କ ଦ୍ୱାରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ସଫେଇ

ନିଶ୍ଚିନ୍ତକୋଇଲି,୨୨।୭(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ଗତ ୩ ଦିନ ଧରି ହେଉଥିବା ଲଗାଣ ବର୍ଷା ଫଳରେ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଯାଇଥିଲା।

ମାଉସୀ ମା’ ମନ୍ଦିରରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ ଶେଷ

କେନ୍ଦ୍ରାପଡା ଅଫିସ, ୨୨।୭- କେନ୍ଦ୍ରାପଡା ସହରର ଇଚ୍ଛାପୁରସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ଆଡପମଣ୍ଡପରେ ଶନିବାର ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ସନ୍ଧ୍ୟା ଦର୍ଶନ ଶେଷ ହୋଇଛି।

ପ୍ରବଳ ବର୍ଷାରେ କେନ୍ଦ୍ରାପଡା ସହର ଜଳାର୍ଣ୍ଣବ

କେନ୍ଦ୍ରାପଡା ଅଫିସ, ୨୨।୭- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଶୁକ୍ରବାର ରାତିରୁ ବର୍ଷା ଲାଗିରହିଛି। ଫଳରେ କେନ୍ଦ୍ରାପଡା ସହରର ନିମ୍ନଭାଗରେ ପାଣି ଜମି ରହିଛି।

ରଥ ତଳେ ନାବାଳିକାଙ୍କୁ ବଳାତ୍କାର ଘଟଣା: ପୋଲିସ,ପ୍ରଶାସନର ଅବହେଳାରୁ ବଢୁଛି ଅପରାଧ

କେନ୍ଦ୍ରାପଡା ଅଫିସ, ୨୨।୭: କେନ୍ଦ୍ରାପଡା ସହରର ଇଚ୍ଛାପୁରସ୍ଥିତ ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥର ଚାରମାଳ ତଳେ ଗୁରୁବାର ସନ୍ଧ୍ୟାରେ ଜଣେ ୯ ବର୍ଷୀୟ ନାବାଳିକା ବଳାତ୍କାରର ଶିକାର ହୋଇଥିଲେ।

ଲଗାଣ ବର୍ଷାରେ ରାଜନଗର ବେହାଲ

ରାଜନଗର,୨୨।୭(ଡି.ଏନ୍‌.ଏ.)- ୩ଦିନ ହେବ ଲଘୁଚାପଜନିତ ବର୍ଷା ଲାଗିରହିବା ଯୋଗୁ ରାଜନଗର ବ୍ଲକର ବଗପାଟିଆ ଥଇଥାନସ୍ଥଳୀ ଜଳାର୍ଣ୍ଣବ ହୋଇଛି। ଶୁକ୍ରବାର ଏଠକାର ପ୍ରାୟ ୮ ପରିବାରରେ ପାଣି ପଶିଥିବା ବେଳେ ଶନିବାର ୧୨ରୁ ଊର୍ଦ୍ଧ୍ୱ ପରିବାରରେ ପାଣି ପଶିଯାଇଛି।

ଟିଟୋ ଗିରଫ ପରେ ବନ୍ଦ ହୋଇଛି ପିଲାଙ୍କ ଘୋଡାଚଢା

କେନ୍ଦ୍ରାପଡା ଅଫିସ, ୨୨।୭- ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀଙ୍କୁ ଗତ ଜୁନ ୩୦ରେ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଏବେ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କ ଆପରାଧିକ ଭିତ୍ତିଭୂମି, ସହଯୋଗୀ ଓ ସମ୍ପତ୍ତି ଉପରେ ଖୋଳତାଡ ଚାଲିଛି।

ଘୂର୍ଣ୍ଣିଝଡ କ୍ଷତିଗ୍ରସ୍ତ ଗ୍ରାମକୁ ପରିଦର୍ଶନ କଲେ ପ୍ରଶାସନ ଅଧିକାରୀ

ମହାକାଳପଡା, ୨୨।୭ (ଡି.ଏନ୍‌.ଏ.)-ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଉପକୂଳ ଅଞ୍ଚଳରେ ଘୂର୍ଣ୍ଣିଝଡ ହେବା ଯୋଗୁ ଅମେଇପାଳ ପଞ୍ଚାୟତ ଅନ୍ତର୍ଗତ ମହାନଙ୍ଗଳା ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ପରିବାର ଶୁକ୍ରବାର କ୍ଷତିଗ୍ରସ୍ତ ହେବା ସହ ଗ୍ରାମର ୫ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ।

ବ୍ରାହ୍ମଣୀ, ଖରସ୍ରୋତା ନଦୀରେ ବନ୍ୟା ଆଶଙ୍କା: ଦୁର୍ବଳ ନଦୀବନ୍ଧ ମରାମତି ପାଇଁ ତତ୍ପରତା

ରସୁଲପୁର,୨୨।୭(ଡିଏନଏ)- ରସୁଲପୁର ବ୍ଲକର ଅଧିକାଂଶ ଅଞ୍ଚଳ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ମଝିରେ ଅବସ୍ଥିତ। ଦକ୍ଷୀଣ ଦିଗରେ ବ୍ରାହ୍ମଣୀ ନଦୀର ବାମପାର୍ଶ୍ୱ ଓ ଉତ୍ତରରେ ଖରସ୍ରୋତା ନଦୀର ଡାହାଣ ପାର୍ଶ୍ୱ ବନ୍ଧର ମଝି ଅଞ୍ଚଳରେ ଏହି ବ୍ଲକର ୨୬ଟି ପଞ୍ଚାୟତ ରହିଛି।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ