Dharitri News
ଉପକୂଳ ଓଡିଶା

ଜିଲାପାଳ ୨୮୬ ଅଭିଯୋଗ ଶୁଣିଲେ

ଜିଲାପାଳ ୨୮୬ ଅଭିଯୋଗ ଶୁଣିଲେ ରାଜନଗର,୧୮।୧୨(ଡି.ଏନ.ଏ.)- କେନ୍ଦ୍ରାପଡା ଜିଲାପାଳ ରେଘୁଜୀ ସୋମବାର ରାଜନଗର ବ୍ଲକର ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ଜନଶୁଣାଣି ଶିବିରରେ ଯୋଗଦେଇ ୨୮୬ ଅଭିଯୋଗର ଶୁଣାଣି କରିଥିଲେ। ଶିବିରରେ ୨୯ ପଞ୍ଚାୟତରୁ ଜନସାଧାରଣ ଉପସ୍ଥିତ ରହି ସେମାନଙ୍କ ଅଭିଯୋଗ କରିଥିଲେ। ଏଥିରେ ରାଶନ କାର୍ଡ, ଇନ୍ଦିରା ଆବାସ, ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଅବାସ ଯୋଜନା, ବାର୍‌ହା ଉପଦ୍ରବ କ୍ଷୟକ୍ଷତି ଉପରେ ଅଭିଯୋଗ ହୋଇଥିଲା।

ଉପକୂଳ ଓଡିଶା

ନିମ୍ନମାନର ଚାଉଳ ଯୋଗାଣ ଘଟଣାର ତଦନ୍ତ ଜାରି

ବିରଜାକ୍ଷେତ୍ର,୧୯।୧(ଡି.ଏନ୍‌.ଏ) ହିତାଧିକାରୀଙ୍କୁ ନିମ୍ନମାନର ଚାଉଳ ଯୋଗାଣ ହେଉଥିବା ଅଭିଯୋଗ ଉପରେ ବୁଧବାରଠାରୁ ତଦନ୍ତ ଆରମ୍ଭ ହୋଇଛି। ଫଳରେ ଏହି ଦୁର୍ନୀତିରେ ସାମିଲ ଥିବା ଅସାଧୁ କର୍ମଚାରୀମାନେ ଭୟଭୀତ ହୋଇପଡ଼ିଥିବା ଜଣାପଡ଼ିଛି। ପ୍ରକାଶ ଯେ, ଚଳିତମାସ ୫ ଓ ୬ ତାରିଖ ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ ଯାଜପୁର ଜିଲାକୁ ଦୁଇଦିନିଆ ଗସ୍ତରେ ଆସି ଜିଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ସମୟରେ ହିତାଧିକାରୀଙ୍କୁ ନିମ୍ନମାନର ଚାଉଳ ବଣ୍ଟନ କରାଯାଇଥିବା ଅଭିଯୋଗ ପାଇଥିଲେ।

ପାଣି ପାଇଁ ହନ୍ତସନ୍ତ ହେବେ ୨୦ ଓ୍ବାର୍ଡବାସୀ

ପାଣି ପାଇଁ ହନ୍ତସନ୍ତ ହେବେ ୨୦ ଓ୍ବାର୍ଡବାସୀ

ଯାଜପୁର ଅଫିସ,୧୯।୧ ଯାଜପୁର ଜିଲାର ବ୍ୟାସନଗର ଓ ଯାଜପୁର ଟାଉନର ୨୦ଟି ୱାର୍ଡର ବାସିନ୍ଦା ଆସନ୍ତା ଗ୍ରୀଷ୍ମ ଋତୁରେ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେ। ଖରା ମାସ ପୂର୍ବରୁ ପାଇପ୍‌ଲାଇନ ସଂଯୋଗ କରାଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ ସଂଯୋଗ ହୋଇ ନ ଥିବା ଅଞ୍ଚଳକୁ ପାଇପ୍‌ ବିଛା କାର୍ଯ୍ୟ ୪ମାସ ପରେ ସମ୍ପୂର୍ଣ୍ଣ ହେବ ବୋଲି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହିକ୍ରମରେ ବ୍ୟାସନଗର ପୌରାଞ୍ଚଳର ୧୪ଟି ୱାର୍ଡ ପାଇଁ ପ୍ରଥମଶ୍ରେଣୀ ଠିକାଦାର ଶରତଚନ୍ଦ୍ର ପ୍ରଧାନଙ୍କ ନାମରେ ୨କୋଟି ୯୮ଲକ୍ଷ ୪୪ହଜାର ୪୦ଟଙ୍କାର ଟେଣ୍ଡର ଗ୍ରହଣ କରାଯାଇଛି ।

ସରପଞ୍ଚଙ୍କ ନାଁରେ ଥାନାରେ ଅଭିଯୋଗ

ଚଣ୍ଡିଖୋଲ,୧୯।୧(ଡି.ଏନ୍‌.ଏ.)- ବ୍ଲକ ଏବଂ ପଞ୍ଚାୟତ କାର୍ଯ୍ୟାଳୟରୁ କାର୍ଯ୍ୟାଦେଶ ପାଇ କାମ କରୁଥିବା ହିତାଧିକାରୀଙ୍କୁ ଧମକ ଦେବା ଏବଂ କାମ ବନ୍ଦ କରିବାକୁ ନେଇ ମଙ୍ଗଳବାର ସିହା ପଞ୍ଚାୟତର ସରପଞ୍ଚଙ୍କ ନାମରେ ବଡ଼ଚଣା ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଯେ, ଚତୁର୍ଦ୍ଦଶ ଅର୍ଥ କମିଶନ ଏବଂ ଗ୍ରାମୀଣ ଗୋପବନ୍ଧୁ ଯୋଜନାରେ ସିହା ପଞ୍ଚାୟତର ଦୁଇଟି କାମ ପାଇଁ ବ୍ଲକ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ପିତାମ୍ବର ବଳ ଏବଂ ଅମୃତ କୁମାର ଦାସଙ୍କୁ ୨୦୧୫-୧୬ ଆର୍ଥିକ ବର୍ଷରେ ୨ଟି କାଯର୍‌ୟାଦେଶ ଦିଆଯାଇଥିଲା । କାର୍ଯ୍ୟାଦେଶ ପାଇବା ପରେ ଉଭୟ ହିତାଧିକାରୀ ଆବଶ୍ୟକ ସାମଗ୍ରୀ ଓ ସିମେଣ୍ଟ ପକାଇ ମଙ୍ଗଳବାର କାମ ଆରମ୍ଭ କରିବା ସମୟରେ ସିହା ପଞ୍ଚାୟତ ସରପଞ୍ଚ ଏବଂ ଅନ୍ୟ ଜଣେ ବ୍ୟକ୍ତି କାର୍ଯ୍ୟକରୁଥିବା ୨ ବ୍ୟକ୍ତିଙ୍କୁ ଧମକଚମକ ଦେବା ସହ କାମ ବନ୍ଦ କରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିବା ସମ୍ପୃକ୍ତ ୨ ବ୍ୟକ୍ତି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ, କାମ କରିବା ପୂର୍ବରୁ ସମ୍ପୃକ୍ତ ସରପଞ୍ଚ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ସେମାନେ ଏହା ଦେଇ ନ ପାରିବାରୁ କାମ ବନ୍ଦ କରିବା ସହ ଗାଳିଗୁଲଜ କରି ଧମକ ଦେଇଥିଲେ ।

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ୨୪ଘଣ୍ଟା ବିତିଯାଇଥିଲେ ବି ରୁଜୁ ହୋଇନି ମାମଲା

ଚଣ୍ଡିଖୋଲ,୧୯।୧(ଡି.ଏନ୍‌.ଏ.)- ଚଣ୍ଡିଖୋଲ ଆରଟିଓ ଅଫିସ ସମ୍ମୁଖରେ ବୁଧବାର ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ସନ୍ଦେହ ସୃଷ୍ଟି ହେଉଛି। ପ୍ରକାଶ ଯେ, ଆରଟିଓ ଅଫିସରେ ଦଲାଲି କାମ କରୁଥିବା ଜଣେ ଯୁବକ ବୁଧବାର ୩ଟା ବେଳେ ଅଫିସ ଭିତରୁ ଗେଟ ବାହାରକୁ ଆସିବା ପରେ ଗେଟ୍‌ ବାହାରେ ଅପେକ୍ଷା କରିଥିବା ୩ଜଣ ଯୁବକ ଶହ ଶହ ଲୋକଙ୍କ ସମ୍ମୁଖରେ ମାଡ଼ ମାରିଥିଲେ। ମାଡ଼ ମାରିବା ପରେ ଥାନାରେ ଅଭିଯୋଗ କଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ଏହି ଘଟଣା ସମସ୍ତଙ୍କ ଆଖି ସାମ୍ନାରେ ଘଟି ଯାଉଥିଲେ ମଧ୍ୟ ଲୋକେ ଚୁପ୍‌ ହୋଇ ସବୁ ଦେଖୁଥିଲେ। ଚଣ୍ଡିଖୋଲଫାଣ୍ଡି ଠାରୁ ମାତ୍ର ୧୦୦ମିଟର ଦୂରରେ ଏଭଳି ଘଟଣା ଘଟିଥିଲେ ମଧ୍ୟ ପୋଲିସ ଘଟଣାସ୍ଥଳକୁ ଆସି ନ ଥିଲା। ୩ ଜଣ ଯୁବକଙ୍କ ମାଡ଼ରେ ରକ୍ତାକ୍ତ ହୋଇ ଯୁବକ ଜଣକ ଛଟପଟ ହେଉଥିଲାବେଳେ ଜଣେ ରଙ୍ଗ ବ୍ୟବସାୟୀ ଏକ କାର ଯୋଗେ ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ। ମାଡ଼ ଖାଇଥିବା ଯୁବକ ଜଣକ ବଡ଼ଚଣା ଥାନା ରାଧାଦେଈପୁର ଗ୍ରାମର ଜଗଦୀଶ ବଳ ବୋଲି ଜଣାପଡିଛି।

ମଧ୍ୟାହ୍ନ ଭୋଜନରେ ଅନିୟମିତତା

ମହାକାଳପଡ଼ା,୧୯।୧ (ଡି.ଏନ୍‌.ଏ.)-ସର୍ବଶିକ୍ଷା ଅଭିଯାନ ଯୋଜନା ମାଧ୍ୟମରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବା ପାଇଁ ନିୟମ ରହିଛି। କିନ୍ତୁ ଅଧିକାଂଶ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ରହୁଥିବା ଶିକ୍ଷୟିତ୍ରୀ, ଶିକ୍ଷକମାନେ ଏଥିରେ ଚଞ୍ଚକତା କରୁଥିବା ଅଭିଯୋଗ ହେଉଛି। ଗତ ନଭେମ୍ବରରେ ମହାକାଳପଡ଼ା ବ୍ଲକ କରଞ୍ଜ ପଞ୍ଚାୟତସ୍ଥିତ କରଞ୍ଜ ୟୁପି ସ୍କୁଲରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ବଢ଼ାଯାଇ ମଧ୍ୟାହ୍ନ ଭୋଜନ ପୋର୍ଟାଲରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଏ ନେଇ ଜଣାପଡିବା ପରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରଞ୍ଜିତା ବେହେରାଙ୍କୁ କାର୍ଯ୍ୟରୁ ନିଳମ୍ବିତ କରାଯାଇଥିଲା। ଘଟଣାକୁ ୨ ମାସ ନପୂରୁଣୁ ଏହି ବ୍ଲକ ଅଞ୍ଚଳରେ ପୁଣି ଏଭଳି ଏକ ଘଟଣା ପଦାକୁ ଆସିଛି।

ସାଇବର ଅପରାଧରେ ୩ ଯୁବକ ଗିରଫ

ମହାକାଳପଡ଼ା, ୧୯।୧ (ଡି.ଏନ୍‌.ଏ.)- ସାଇବର ଅପରାଧରେ ମହାକାଳପଡ଼ା ଥାନା ଦେଉଳିପଡ଼ା ପଞ୍ଚାୟତର ସ୍ଥାନୀୟ ଓଳିଆ ଗ୍ରାମର ୩ ଯୁବକ ଗୁରୁବାର ଗିରଫ ହୋଇଛନ୍ତି।

ବିଦ୍ୟୁତ୍‌ ଖୁଣ୍ଟରେ ଧକ୍କା ହେଲା ଗାଡି: ଜଣେ ମୃତ, ଜଣେ ଗୁରୁତର

ବିଦ୍ୟୁତ୍‌ ଖୁଣ୍ଟରେ ଧକ୍କା ହେଲା ଗାଡି: ଜଣେ ମୃତ, ଜଣେ ଗୁରୁତର

ଦଶପଲ୍ଲା,୧୮।୧(ଡି.ଏନ୍‌.ଏ.)- ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଦଶପଲ୍ଲା ବ୍ଲକର ପିକିଂ ଛକଠାରେ ଶୁକ୍ରବାର ଭୋର ସମୟରେ ଏକ ସ୍କର୍ପିଓ ଗାଡି ଦୁର୍ଘଟଣାଗ୍ରସ୍ତ ହେବାରୁ ଅଜିତ ସ୍ବାଇଁ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ଶୁକ୍ରବାର ଭିତରକନିକାରେ ଡଲଫିନ ଗଣନା

ଶୁକ୍ରବାର ଭିତରକନିକାରେ ଡଲଫିନ ଗଣନା

ରାଜନଗର,୧୮।୧(ଡି.ଏନ.ଏ.)-ଶୁକ୍ରବାର ଠାରୁ କେନ୍ଦ୍ରାପଡା ଜିଲାର ଭିତରକନିକା ଜାତୀୟ ଉଦ୍ୟାନରେ ଡଲଫିନ ଗଣନା କରାଯିବ । ଏଥିପାଇଁ ଗୁରୁବାର ରାଜନଗର ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଥିବା ଗୁପ୍ତିର ବନୀଭବନଠାରେ ଏକ ପ୍ରଶିକ୍ଷଣ ଶିବର ଆୟୋଜନ କରାଯାଇଥିଲା ।

୧୯ରେ ପେଣ୍ଠପାଳ ପଞ୍ଚାୟତ ସମିତି ସଭ୍ୟ ପଦ ପାଇଁ ଉପନିର୍ବାଚନ

ପଟ୍ଟାମୁଣ୍ଡାଇ,୧୮।୧(ସ୍ବ.ପ୍ର.)-ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ ସମିତି ସଭ୍ୟ ପଦ ପାଇଁ ଶୁକ୍ରବାର ଉପ ନିର୍ବାଚନ ହେବାକୁ ଯାଉଛି । ସକାଳ ୮ଟାରୁ ୧୨ ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ । ବୁଧବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି ।

ମାର୍ଶାଘାଇ ବ୍ଲକ ପରିସରରେ ଭୀମଭୋଇ ସାମର୍ଥ୍ୟ ଶିବିର

ମାର୍ଶାଘାଇ,୧୮।୧(ଡି.ଏନ.ଏ.)-ମାର୍ଶାଘାଇ ବ୍ଲକ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ଭୀମଭୋଇ ସାମର୍ଥ୍ୟ ଶିବିର ଆୟୋଜନ ହୋଇଛି । ଜିଲାପାଳ ରେଘୁ ଜୀ. ଏହାକୁ ଉଦ୍‌ଘାଟନ କରିଥିଲେ । ଏହି ଶିବିରରେ ନାମ ପଞ୍ଜୀକରଣ ପାଇଁ ବ୍ଲକ ପରିସରରେ ୧ ହଜାରରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମଙ୍କ ଭିଡ ହୋଇଥିଲା ।

ଟ୍ରକ ଦୁର୍ଘଟଣାରେ ଯୁବତୀ ଗୁରୁତର

ଟ୍ରକ ଦୁର୍ଘଟଣାରେ ଯୁବତୀ ଗୁରୁତର

ମାର୍ଶାଘାଇ, ୧୮।୧(ଡି.ଏ.ନ.ଏ.)-୫ ନମ୍ବର (କ) ଜାତୀୟ ରାଜପଥର ମାର୍ଶାଘାଇ କ୍ରସିଂ ଛକ ନିକଟରେ ବୁଧବାର ଏକ ସ୍କୁଟିକୁ ଟ୍ରକ ଧକ୍କା ଦେବା ଫଳରେ ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବତୀ ଜଣଙ୍କ ମହାକାଳପଡା ବ୍ଲକ ଅନ୍ତର୍ଗତ ନିଆମତପୁରର ଗଣେଶ ଦାସଙ୍କ ଝିଅ ସରୋଜିନୀ (୨୧) ବୋଲି ଜଣାପଡିଛି।

ଧାର୍ଯ୍ୟ ଲକ୍ଷ୍ୟ ସ୍ଥିର ନେଇ ପ୍ରଶ୍ନବାଚୀ

ଧାର୍ଯ୍ୟ ଲକ୍ଷ୍ୟ ସ୍ଥିର ନେଇ ପ୍ରଶ୍ନବାଚୀ

ଯାଜପୁର ଅଫିସ,୧୮।୧ ସମଗ୍ର ରାଜ୍ୟରେ ଯାଜପୁର ଜିଲା ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରାଜସ୍ବ ଆଦାୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛି। ଏହି କାର୍ଯ୍ୟାଳୟରୁ ୨୦୧୭-୧୮ ଆର୍ଥିକ ବର୍ଷରେ ୫୬ କୋଟି ୩୩ ଲକ୍ଷ ଟଙ୍କା ଆଦାୟ ଧାର୍ଯ୍ୟଲକ୍ଷ୍ୟ କରାଯାଇଛି । ତେବେ ଜିଲାରେ ଡାଲା ସଂପ୍ରସାରଣ କରି ଓଭରଲୋଡିଂ ଗାଡି ଚଳାଚଳ ସଂଖ୍ୟା ଅନୁପାତରେ ଧାର୍ଯ୍ୟଲକ୍ଷ୍ୟ ଅତି କମ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଧାର୍ଯ୍ୟଲକ୍ଷ୍ୟକୁ ଆଖିଆଗରେ ରଖି ରାଜସ୍ବ ଆଦାୟ ପରେ ବିଭାଗୀୟ ଅଧିକାରୀମାନେ ମାଲାମାଲ ହେଉଛନ୍ତି। କେଉଁ ଆଧାରରେ ଧାର୍ଯ୍ୟଲକ୍ଷ୍ୟ ସ୍ଥିର କରାଯାଉଛି ସେ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।