ଉପକୂଳ ଓଡିଶା

ଶ୍ରୀଅରବିନ୍ଦ ପାଠଚକ୍ର ବାର୍ଷିକୋତ୍ସବ

ଶ୍ରୀଅରବିନ୍ଦ ପାଠଚକ୍ର ବାର୍ଷିକୋତ୍ସବ

ରାଜନଗର,୧୮।୧୨(ଡି.ଏନ.ଏ.)- କେନ୍ଦ୍ରପଡା ଜିଲା ପଟ୍ଟମୁଣ୍ଡାଇ ବ୍ଲକର ସଂସାରଫଳ ଗ୍ରାମସ୍ଥିତ ଶ୍ରୀଅରବିନ୍ଦ ପାଠଚକ୍ରର ୨୪ତମ ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ପାଠଚକ୍ର ପ୍ରତିଷ୍ଠାତା ପଞ୍ଚାନନ ସ୍ବାଇଁ ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଉଦ୍‌ଘାଟନ କରିଥିଲେ। ଅଧ୍ୟାପକ ବନଜ କୁମାର ପରିଡା, ପଟ୍ଟାମୁଣ୍ଡାଇ ଶ୍ରୀଅରବିନ୍ଦ ପାଠଚକ୍ର ମୁଖ୍ୟ ସନ୍ତୋଷ କୁମାର ସାହୁ, ଲକ୍ଷ୍ମୀଧର ପାତ୍ର ପ୍ରମୁଖ ଯୋଗଦେଇ ମହାକାବ୍ୟ ସାବିତ୍ରୀ ଗ୍ରନ୍ଥର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏଥିରେ ପଟ୍ଟାମୁଣ୍ଡାଇ, ଆଳି, ରାଜନଗର, ରାଜକନିଆ ଆଦି ଅଞ୍ଚଳର ମା’ଙ୍କ ଅନୁଗାମୀ ଶ୍ରଦ୍ଧାଳୁ ଯୋଗଦେଇଥିଲେ।

All Right Reserved By

ଉପକୂଳ ଓଡିଶା

ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କୁ ତାଗିଦ

କାଳିଆପାଣି, ୧୯।୭(ଡି.ଏନ୍‌.ଏ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ସୁକିନ୍ଦା ବ୍ଲକ ରଁାସୋଳ ପଞ୍ଚାୟତରେ ବହୁ ହିତାଧିକାରୀ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରି ନ ଥିବା ଜଣାପଡିଛି ।

କ୍ୟାମ୍ପସରେ ମେଡିକାଲ ଷ୍ଟୋର ଖୋଲି ଚାଲିଛି ବେପାର

ଯାଜପୁର ଅଫିସ,୧୯।୭: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚ୍‌ସି) ଏକ ପ୍ରକାର ନର୍ସିଂହୋମରେ ପରିଣତ ହୋଇଛି। ସମସ୍ତଙ୍କୁ ମାଗଣାରେ ଔଷଧ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ କଲ୍ୟାଣ ବିଭାଗର ଯୁଗ୍ମସଚିବ ୨୭।୨।୨୦୧୫ ତାରିଖରେ ପତ୍ରସଂଖ୍ୟା ୪,୫୩୮ରେ କ୍ୟାମ୍ପସ ମେଡିକାଲ ଷ୍ଟୋରକୁ ବାରଣ କରିଥିଲେ।

ଅଙ୍ଗନଓ୍ବାଡି କର୍ମୀ ଚୟନରେ ଅନିୟମିତତା ଅଭିଯୋଗ

କୋରେଇ,୧୯।୭(ସ୍ବ:ପ୍ର): କୋରେଇ ବ୍ଲକ ପଚ୍ଛିକୋଟ ପଞ୍ଚାୟତ ହୁମୁଡେଇ ଗ୍ରାମର ୨ନଂ ୱାର୍ଡ ଅନ୍ତର୍ଗତ ଅଙ୍ଗନବାଡି କର୍ମୀ ଚୟନରେ ଅନିୟମିତତା ହୋଇଥିବା ଦେଖିବାକୁ ମିଳିଛି। ହୁମୁଡେଇ ଗ୍ରାମର ୨ନଂ ୱାର୍ଡ ଅଙ୍ଗନବାଡି କେନ୍ଦ୍ର ପାଇଁ କର୍ମୀ ନିଯୁକ୍ତି ନିମନ୍ତେ କୋରେଇ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଦରଖାସ୍ତ ଆହ୍ବାନ କରାଯାଇଥିଲା।

ପରିବାରର ଯୌତୁକ ଦାବିରେ ସ୍ବାମୀଙ୍କ ଆମତ୍ହତ୍ୟା

ବିରଜାକ୍ଷେତ୍ର,୧୯।୭(ଡି.ଏନ୍‌.ଏ): ପାରିବାରିକ ନିର୍ଯାତନା ସହ୍ୟ କରି ନ ପାରି ସ୍ବାମୀ ଆମତ୍ହତ୍ୟା କରିଥିବା ନେଇ ସ୍ତ୍ରୀ ସୁମିତ୍ରା ବୁଧବାର ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଦୁର୍ବୃତ୍ତଙ୍କ ଢେଲାମାଡରେ ବସ୍‌ କାଚ ଭାଙ୍ଗିଲା

ରସୁଲପୁର,୧୯।୭(ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ବ୍ରାହ୍ମଣୀ ନଦୀ ପୋଲ ନିକଟସ୍ଥ ଓଡଙ୍ଗ ଗାଁ ନିକଟରେ ବୁଧବାର ସକାଳେ ଜନୈକ ଦୁର୍ବୃତ୍ତଙ୍କ ଢ଼େଲା ମାଡ଼ରେ କଳଟକରୁ କରଞ୍ଜିଆ ଅଭିମୂଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ର ଆଗକାଚ ଭାଙ୍ଗି ଯାଇଛି।

ଶିବ ମନ୍ଦିରରୁ ପୂଜା ଉପକରଣ ଚୋରି

ରସୁଲପୁର,୧୯।୭(ଡିଏନଏ): ରସୁଲପୁର ବ୍ଲକ ଅନ୍ତର୍ଗତ ବଡ଼କଇଁଚି ପଞ୍ଚାୟତର ମଠସାହି-ନାଉପାଳ ଗ୍ରାମର ଶିବ ମନ୍ଦିରରୁ ମଙ୍ଗଳବାର ରାତିରେ ପୂଜା ଉପକରଣ ଚୋରି ହୋଇଯାଇଛି। ଏନେଇ ବୁଧବାର ମନ୍ଦିର ପରିଚାଳନା କମିଟିର ସଭାପତି ସଦାନନ୍ଦ ପାତ୍ର କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ବ୍ୟାଙ୍କରେ ପୋଲିସର ମକ୍‌ଡ୍ରିଲକୁ ନେଇ ଭ୍ରମ

କୋରେଇ,୧୯।୭(ସ୍ବ:ପ୍ର): ସମୟ ଅପରାହ୍ନ ପ୍ରାୟ ୨ଟା। ପାଣିକୋଇଲିସ୍ଥିତ ଷ୍ଟେଟ ବ୍ୟାଙ୍କ ଭିତରେ ବୁଧବାର ବ୍ୟାଙ୍କର ସମସ୍ତ କର୍ମଚାରୀ ଓ ଗ୍ରାହକ ଉପସ୍ଥିତ ଥିଲେ। ହଠାତ୍‌ ଜଣେ ବ୍ୟକ୍ତି ମୁହଁରେ କପଡ଼ା ବାନ୍ଧି ହାତରେ ବନ୍ଧୁକ ଧରି ବ୍ୟାଙ୍କ ଭିତରକୁ ପ୍ରବେଶ କଲେ। ଲୋକେ କିଛି ବୁଝିବା ପୂର୍ବରୁ ବ୍ୟାଙ୍କର ସିକ୍ୟୁରିଟୀ ଓ ଗନମ୍ୟାନଙ୍କ ମୁଣ୍ଡରେ ସେ ବନ୍ଧୁକ ଲଗାଇ ସମସ୍ତ କର୍ମଚାରୀ ଓ ଗ୍ରାହକଙ୍କୁ ଶାଖା ପରିଚାଳକଙ୍କ କକ୍ଷ ଭିତରେ ପୁରାଇ ବାହାର ପଟୁ କବାଟ ଦେଇଦେଲେ।

ମଧ୍ୟାହ୍ନଭୋଜନ ଅଣ୍ଡା ଖାଇ ୧୪ ଛାତ୍ରୀଛାତ୍ର ଅସୁସ୍ଥ

ବିରଜାକ୍ଷେତ୍ର,୧୯।୭(ଡି.ଏନ୍‌.ଏ): ପୁଣି ଥରେ ମଧ୍ୟାହ୍ନଭୋଜନକୁ ନେଇ ଚର୍ଚ୍ଚା। ଯାଜପୁର ଥାନା ଅନ୍ତର୍ଗତ ଦଶରଥପୁର ବ୍ଲକ ବିହାରୀ ପଞ୍ଚାୟତ ପାଇକସାହି ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରମାନେ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ମଧ୍ୟାହ୍ନ ଭୋଜନରେ ନିମ୍ନମାନର ଅଣ୍ଡା ଖାଇବା ପରେ ୧୪ ଜଣ ଛାତ୍ରୀଛାତ୍ର ବିଦ୍ୟାଳୟ ପରିସରରେ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିଥିଲେ।

ମାନପୁର-ଗୋବିନ୍ଦପୁର ରାସ୍ତା ମରାମତି କାମ ଆରମ୍ଭ

ମାନପୁର-ଗୋବିନ୍ଦପୁର ରାସ୍ତା ମରାମତି କାମ ଆରମ୍ଭ

ଆଳି, ୧୯।୭ (ଡି.ଏନ.ଏ): ଆଳି ବ୍ଲକ ଧୋୟାଞ୍ଚଳରେ ବସବାସ କରୁଥିବା ୧୦ ପଞ୍ଚାୟତବାସୀଙ୍କ ଯାତାୟାତ ପାଇଁ ଥିବା ଏକମାତ୍ର ମାନପୁର-ଗୋବିନ୍ଦପୁର ରାସ୍ତା ମରାମତି କାର୍ଯ୍ୟ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ମଧୁବନଠାରୁ ଗୋବିନ୍ଦପୁର ପର୍ଯ୍ୟନ୍ତ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲଖମାଗୁଡ଼ିକୁ ବନ୍ଦ କରି ଦିଆଯାଇଥିବା ବେଳେ ଏ ନେଇ ଅଞ୍ଚଳବାସୀ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ସାପ କୁକୁର ଲଢେଇ: କୁକୁର ମୃତ, ସାପ ଗୁରୁତର

ମାର୍ଶାଘାଇ, ୧୯।୭ (ଡି.ଏନ୍‌.ଏ.): ସାପ ଏବଂ କୁକୁର ମଧ୍ୟରେ ଲଢେଇ ଘଟି କୁକୁରର ମୃତ୍ୟୁ ଘଟିଥିବା ବେଳେ ସାପଟି ଗୁରୁତର ହୋଇଛି। ଏହି ଘଟଣା ଘଟିଛି ମାର୍ଶାଘାଇ ବଜାର ନିକଟସ୍ଥ ବାରିକସାହିଠାରେ। ବୁଧବାର ଭୋରରୁ ବାରିକ ସାହିର ଅକ୍ଷୟ ମହାପାତ୍ରଙ୍କ ଘର ନିକଟରେ ଏକ ବିରାଟ ସାପ ଓ ଦୁଇଟି କୁକୁର ମଧ୍ୟରେ ଲଢ଼େଇ ଲାଗିଥିଲା।

ଏଆରଏସଏସ କ୍ୟାମ୍ପ ସାଇଟ୍‌ରେ: ତାଲା ପକାଇଲେ ଠିକାଦାର

ମାର୍ଶାଘାଇ, ୧୯।୭ (ଡି.ଏନ୍‌.ଏ.): ପାରାଦୀପ-ହରିଦାସପୁର ରେଳ ପଥ ପ୍ରକଳ୍ପ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଏଆରଏସ୍‌ଏସ୍‌ର ମାର୍ଶାଘାଇ ଥାନା ଜୟଚନ୍ଦ୍ରପୁରସ୍ଥିତ କ୍ୟାମ୍ପ ସାଇଟ୍‌ରେ ବୁଧବାର ଠିକାଦାରମାନେ ତାଲା ପକାଇ ଦେଇଛନ୍ତି।

ପ୍ରୟାସର ବୃକ୍ଷରୋପଣ କାର୍ଯ୍ୟକ୍ରମ

ମାର୍ଶାଘାଇ,୧୯।୭ (ଡିଏନଏ): ଚଳିତବର୍ଷର ପ୍ରଥମ ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ବେଚ୍ଛାସେବୀ ସଂଗଠନ ପ୍ରୟାସ ତରଫରୁ ନିକଟରେ ଆରମ୍ଭ ହୋଇଛି। ମାର୍ଶାଘାଇ ଥାନା ପାଟଳିପଙ୍କ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର ନାଥ ନାୟକ ପ୍ରଥମେ ଏକ ଓସ୍ତ ଗଛ ମହାନଦୀ ପୋଲ ନିକଟସ୍ଥ ନୀଳାଚଳ ବଜାର ନିକଟରେ ରୋପଣ କରିଥିଲେ।

Model This Week

ରୂପେଶ