ଉପକୂଳ ଓଡିଶା

ପେଟ୍ରୋଲ ଅପମିଶ୍ରଣକୁ ଲଗାମ ନାହିଁ

ପେଟ୍ରୋଲ ଅପମିଶ୍ରଣକୁ ଲଗାମ ନାହିଁ
ଜଗତ୍‌ସିଂହପୁର ଅଫିସ, ୧୭।୧୨: ଜଗତ୍‌ସିଂହପୁର ଜିଲାରେ ଥିବା ପେଟ୍ରୋଲ ପମ୍ପଗୁଡିକରେ ଅପମିଶ୍ରଣ ବଢିଚାଲିଛି। ଏଥିଯୋଗୁ ଯାନବାହନଗୁଡିକ ଖରାପ ହେବା ସହ ପରିବେଶ ପ୍ରଦୂଷିତ ହେଉଛି। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରାଯିବା ସତ୍ତ୍ୱେ ପ୍ରତିକାର ହେଉନାହିଁ। ବରଂ ଅପମିଶ୍ରଣର ମାଧ୍ୟମ ନାଫ୍‌ଥା ଓ କିରୋସିନ କଳାବଜାର ବଢିବାରେ ଲାଗିଛି । ଜିଲାରେ ଏଗୁଡିକର ଚୋରାଚାଲାଣ ର଼୍ୟାକେଟ୍‌ ସକ୍ରିୟ ହେବାରେ ଲାଗିଛନ୍ତି। ଏହି ର଼୍ୟାକେଟ୍‌, ପେଟ୍ରୋଲ ପମ୍ପ ମାଲିକ ଓ ଅସାଧୁ ତୈଳ କମ୍ପାନୀ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ଅପମିଶ୍ରଣ ଚାଲିଛି। କେବଳ ଏତିକି ନୁହେଁ, ପେଟ୍ରୋଲ ପମ୍ପଗୁଡିକର ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଆଯାଉନି। ଅଗ୍ନି ନିର୍ବାପନ ବ୍ୟବସ୍ଥା କରିବାକୁ ସରକାର ଗୁରୁତ୍ୱ ଦେଉଥିଲେ ସୁଦ୍ଧା ଜିଲାର ଏକାଧିକ ପେଟ୍ରୋଲ ପମ୍ପ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଗାସୋଲିନ୍‌ ଏବଂ ଡିଜେଲର ନିକଟବର୍ତ୍ତୀ କେତେକ ପଦାର୍ଥ ରହିଛି ଯାହାର ମୂଲ୍ୟ ଯଥେଷ୍ଟ କମ। ଏହାର ଏକ ଦୃଷ୍ଟାନ୍ତ ହେଉଛି ପିଡିଏସ୍‌ କିରୋସିନ। ଶନିବାର ସୁଦ୍ଧା କିରୋସିନ ଲିଟର ପିଛା ମୂଲ୍ୟ ୨୪ ଟଙ୍କା ଥିବାବେଳେ ପେଟ୍ରୋଲ ୬୮ ଓ ଡିଜେଲ ୬୨ ଟଙ୍କା ଥିଲା। ୧ ଲିଟର ପେଟ୍ରୋଲ ପରିବର୍ତ୍ତେ କିରୋସିନ ଅପମିଶ୍ରଣ କରାଗଲେ ୪୪ ଟଙ୍କା ବ୍ୟବଧାନ ରହୁଛି। ୧ ଲିଟର ଡିଜେଲ ପରିବର୍ତ୍ତେ ଏହି କିରୋସିନ ଅପମିଶ୍ରଣ କରାଗଲେ ୩୮ ଟଙ୍କା ବ୍ୟବଧାନ ରହିବ। କିରୋସିନ ସଂଗ୍ରହ କରିବା ପାଇଁ ର଼୍ୟାକେଟ୍‌ ସକ୍ରିୟ ରହିଛି। କଟକରୁ ଆସୁଥିବା ପେଟ୍ରୋଲ ଓ ଡିଜେଲ ଟ୍ୟାଙ୍କଲରରେ ଅପମିଶ୍ରଣ ହେଉଛି। ପେଟ୍ରୋଲ ପମ୍ପଗୁଡିକରେ ମଧ୍ୟ କିରୋସିନ ଅପମିଶ୍ରଣ କରାଯାଉଛି। ତେଣୁ ଅପମିଶ୍ରଣର ମାତ୍ରା ବଢିଚାଲିଛି। କେବଳ ପିଡିଏସ୍‌ କିରୋସିନ ନୁହେଁ, ନାଫ୍‌ଥା ମଧ୍ୟ ଅପମିଶ୍ରଣ କରାଯାଉଛି। ନାଫ୍‌ଥାର ମୂଲ୍ୟ ମଧ୍ୟ ବହୁତ କମ୍‌। ଏହା ପାରାଦୀପସ୍ଥିତ ଭାରତୀୟ ତୈଳ ବିଶୋଧନାଗାର ସମେତ ଅନ୍ୟତ୍ର ଉପଲବ୍ଧ। ରାସାୟନିକ ସାର ପ୍ରସ୍ତୁତିରେ ନାଫ୍‌ଥା ଆବଶ୍ୟକ। ତେଣୁ ସାର କମ୍ପାନୀଗୁଡିକ ଏହା କିଣିଥାନ୍ତି। ନାଫ୍‌ଥା କିପରି ପେଟ୍ରୋଲ ପମ୍ପଗୁଡିକରେ ପହଞ୍ଚୁଛି ସେ ସମ୍ପର୍କରେ ଖୋଳତାଡ଼ କଲେ ଅନେକ ଗୁଢ ରହସ୍ୟ ପଦାକୁ ଆସିବ। ଏକ ସର୍ଭେରୁ ଜଣାଯାଏ ପ୍ରାୟ ୩୦% ପିଡିଏସ୍‌ କିରୋସିନ୍‌ ଅପମିଶ୍ରଣରେ ବ୍ୟବହାର ହେଉଛି। ଆଣ୍ଟି ଆଡଲ୍‌ଟରେସନ୍‌ ସେଲ୍‌ ଅଫ ଇଣ୍ଡିଆ ଅନୁଯାୟୀ ଗାସୋଲିନ୍‌ ପାଇଁ ନାଫଥା ହେଉଛି ଏକ ସାଧାରଣ ଅପମିଶ୍ରିଣର ମାଧ୍ୟମ। କିରୋସିନ ଏବଂ ନାଫ୍‌ଥା ଅପମିଶ୍ରଣ ଯୋଗୁ ଟ୍ୟାକ୍ସ କମିଯାଉଛି। ଏଥିପାଇଁ ଦେଶର ବାର୍ଷିକ ୧୦ ହଜାର କୋଟି ଟଙ୍କା କ୍ଷତି ହେଉଛି। ଏହାବାଦ୍‌ କୌଣସି ସମ୍ବେଦନଶୀଳ ସ୍ଥାନରେ ପେଟ୍ରୋଲ ପମ୍ପ କରାଯିବା ଉପରେ ଅଙ୍କୁଶ ରହିଛି। ପେଟ୍ରୋଲ ପମ୍ପ ପ୍ରତିଷ୍ଠା ନିମନ୍ତେ ସ୍ବତନ୍ତ୍ର ନିୟମାବଳୀ ରହିଛି। ବିଶେଷକରି ଅଗ୍ନି ନିର୍ବାପକ ଯନ୍ତ୍ର (ଫାୟାର ଏଷ୍ଟିନ୍‌ଗୁଇସର୍‌) ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଏ। ଏଥିସହ ପେଟ୍ରୋଲ ବିତରଣ ଯନ୍ତ୍ର (ଡିସ୍ପେନ୍‌ସିଭ୍‌ ୟୁନିଟ୍‌) ପରିସୀମାରେ ପାଚେରି, ଟ୍ରାନ୍ସଫର୍ମର ଚାରିପଟେ ତାର ବାଡ କିମ୍ବା ପାଚେରି, ଟ୍ରକ୍‌ ଲୋଡ୍‌ ଏବଂ ଅନ୍‌ଲୋଡ୍‌ ସ୍ଥଳ (ଡିକାଣ୍ଟେଶନ୍‌ ପଏଣ୍ଟ)ରେ ସ୍ବତନ୍ତ୍ର ଭାବେ ଚିହ୍ନ ଦିଆଯିବା ଏବଂ ବାଲି ପୂର୍ଣ୍ଣ ଅଗ୍ନି ନିର୍ବାପକ ବାଲ୍‌ଟି (ଫାୟାର ବକେଟ୍‌ସ) ଆଦି ବ୍ୟବସ୍ଥିତ କରାଯିବା ପାଇଁ ନିର୍ଦ୍ଦେଶ ରହିଛି। ପେଟ୍ରୋଲ ପମ୍ପ ପରିସର ସଫା ରଖିବା ସହ ଭେଣ୍ଟ ପାଇପ୍‌ (ପେଟ୍ରୋଲ ଗଚ୍ଛିତ ସ୍ଥଳରୁ ଉପରକୁ ଯାଇଥିବା ପାଇପ୍‌) ଯେପରି ଖରାପ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ବାସ୍ତବରେ କିନ୍ତୁ ଜଗତସିଂହପୁର ଜିଲାରେ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେଉନି। ଜଗତସିଂହପୁର ଏବଂ ପାରାଦୀପ ଭଳି ଜନଗହଳିପୂର୍ଣ୍ଣ ସହରରେ ନିୟମ ଉଲ୍ଲଙ୍ଘନ କରାଯିବା ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ସାରା ଜିଲାରେ ଆଇଓସିଏଲ୍‌ର ୨୨ଟି ପେଟ୍ରୋଲ ପମ୍ପ ରହିଛି। ଏଥିସହ ଅନ୍ୟ କମ୍ପାନୀର ପେଟ୍ରୋଲ ପମ୍ପ ମଧ୍ୟ ଅଛି। ଜଗତ୍‌ସିଂହପୁରରେ ୮ଟି ପେଟ୍ରୋଲ ପମ୍ପ ଅଛି। ସେଥିମଧ୍ୟରୁ ଅଧିକାଂଶ ପେଟ୍ରୋଲ ପମ୍ପରେ ଅଗ୍ନି ନିର୍ବାପକ ଓ ଅନ୍ୟ ବ୍ୟବସ୍ଥା ନାହିଁ। ନିୟମ ଅନୁଯାୟୀ ଡିସ୍‌ପେନ୍‌ସିଭ୍‌ ୟୁନିଟ୍‌ରେ ଯେତୋଟି ନୋଜଲ୍‌ (ପେଟ୍ରୋଲ ଦିଆଯାଉଥିବା ପାଇପ୍‌ରେ ଥିବା ଯନ୍ତ୍ର) ଲାଗିଥାଏ, ସେତିକିଟି ଅଗ୍ନି ନିର୍ବାପକ ଯନ୍ତ୍ର ଲାଗିବା କଥା। କିନ୍ତୁ ତାହା କରାଯାଉନାହିଁ। ଏକାଧିକ ପେଟ୍ରୋଲ ପମ୍ପ ପରିସୀମାରେ ପାଚେରି କରାଯାଇନାହିଁ। ଲୋକଙ୍କୁ ସଚେତନ କରିବାକୁ ଏହା ପରିସରରେ ଭଲ ଭାବେ ସାଇନେସେସ୍‌ (ସଚେତନତା ବାର୍ତ୍ତା) ଲଗାଯାଇନାହିଁ। ଟ୍ରାନ୍ସଫର୍ମର ଚାରିପଟେ ତାରବାଡ଼ କିମ୍ବା ପାଚେରି ନାହିଁ। ପେଟ୍ରୋଲ ନେଇ ଆସୁଥିବା ଟ୍ରକ ଛିଡ଼ାହେବା ପାଇଁ ଡିକାଣ୍ଟେଶନ୍‌ ପଏଣ୍ଟ କରାଯିବା ଜରୁରୀ। କାରଣ ଅନେକ ସମୟରେ ପେଟ୍ରୋଲ ଟ୍ରକ୍‌ରୁ ପାଇପ୍‌ ସାହାଯ୍ୟରେ ଟାଙ୍କିରେ ଭରାଯାଉଥିବା ବେଳେ ବୈଦ୍ୟୁତିକ କ୍ରିୟା ସୃଷ୍ଟି ହୁଏ। ଏହି ସମୟରେ ଯେପରି କିଛି ଅଘଟଣ ନ ଘଟେ, ସେଥିପାଇଁ ଡିସେଣ୍ଟେସନ୍‌ ପଏଣ୍ଟକୁ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଥାଏ। ଏହି ପଏଣ୍ଟରେ ଆର୍ଥିଂ ବ୍ୟବସ୍ଥା ଥାଏ। କେହି ଅସାବଧାନତା ବଶତଃ ଜଳୁଥିବା ସିଗାରେଟ୍‌ ଆଦି ଫିଙ୍ଗିଦେଲେ ସେଠାରେ ଅଗ୍ନିକାଣ୍ଡ ଘଟି ବଡ ଧରଣର ବିସ୍ଫୋରଣ ହେବାର ଆଶଙ୍କା ଥାଏ। କିନ୍ତୁ ଅନେକ ପେଟ୍ରୋଲ ପମ୍ପ ଏହି ସ୍ଥାନକୁ ଗୌଣ ମନେ କରୁଛନ୍ତି। ଅନେକ ସ୍ଥାନରେ ଭେଣ୍ଟ ପାଇପ୍‌ରେ ରଙ୍ଗ ବୋଳାଯାଉ ନ ଥିବାରୁ ଏହା କଳଙ୍କି ଲାଗି ବଙ୍କା ହୋଇଗଲାଣି। ସୂଚନାଯୋଗ୍ୟ, ପେଟ୍ରୋଲିୟମ ଏବଂ ଏକ୍ସପ୍ଲୋସିଭ୍‌ ସେଫ୍‌ଟି ଅର୍ଗାନାଇଜେଶନ୍‌ ଦ୍ୱାରା ପେଟ୍ରୋଲ ପମ୍ପଗୁଡିକ ପରିଚାଳିତ। ଏହାର ରାଜ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ଥିବାବେଳେ ମୁଖ୍ୟ ଜଣେ ଡେପୁଟି ଚିଫ୍‌ କଣ୍ଟ୍ରୋଲର ଅଛନ୍ତି। ଏହା ଅଧୀନରେ କାର୍ଯ୍ୟରତ ସେଲ୍‌ସ ଅଫିସରମାନେ ବିଭିନ୍ନ ସମୟରେ ପେଟ୍ରୋଲ ପମ୍ପଗୁଡିକ ପରିଦର୍ଶନ କରି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି କି ନାହିଁ ଦେଖିବା କଥା। ସେମାନଙ୍କ ରିପୋର୍ଟ ଅନୁଯାୟୀ, ପମ୍ପର ଲାଇସେନ୍ସ ରିନ୍ୟୁ ହେବ କି ନାହିଁ ନିଷ୍ପତ୍ତି ନିଆଯାଏ। କିନ୍ତୁ ସେଲ୍‌ସ ଅଫିସରମାନେ କ୍ଷେତ୍ର ପରିଦର୍ଶନ ନ କରି ଅନୁକୂଳ ରିପୋର୍ଟ ଦେଉଥିବାରୁ ସମସ୍ୟା ହେଉଛି। ଏ ସମ୍ପର୍କରେ ଆଇଓସିଏ୍‌ଲ୍‌ ସେଲ୍‌ସ ଅଫିସର ଚନ୍ଦ୍ର ଭୂଷଣଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ, ଆଇଓସିଏଲ୍‌ର ସମସ୍ତ ପେଟ୍ରୋଲ ପମ୍ପରେ ପ୍ରତି ମାସରେ ଚେକିଂ କରାଯାଉଛି। କିନ୍ତୁ କୌଣସି ସ୍ଥାନରେ ଅପମିଶ୍ରଣ ହେଉଥିବା ଜଣାଯାଉନାହିଁ। ସ୍ବତନ୍ତ୍ର ସ୍କ୍ବାର୍ଡ ମଧ୍ୟ ବୁଲୁଛି। ତଥାପି ସେ ଆଗକୁ ଅପମିଶ୍ରଣ ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ପରାମର୍ଶ ଦେବେ ବୋଲି କହିଛନ୍ତି।
All Right Reserved By

ଉପକୂଳ ଓଡିଶା

 ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି

ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି

ପଟ୍ଟାମୁଣ୍ଡାଇ,୨୦।୯(ସ୍ବ.ପ୍ର.)-ଲଘୁଚାପଜନିତ ଗତ ଲଗାଣ ବର୍ଷାରେ ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବହୁ ଚାଳଘର ଭାଗିଂ ଯାଇଛି । ଡାମରପୁର ଘେରିବନ୍ଧ ଭିତରେ ଥିବା ୮ ଶହ ଏକର ଭେଡାରେ ଧାନ ଫସଲ ବୁଡି ନଷ୍ଟ ହୋଇଯାଇଛି।

ଲଘୁଚାପ ବର୍ଷା ଯୋଗୁ ଜୀବନଯାତ୍ରା ବ୍ୟାହତ

ଲଘୁଚାପ ବର୍ଷା ଯୋଗୁ ଜୀବନଯାତ୍ରା ବ୍ୟାହତ

ମହାକାଳପଡା,୨୦।୯(ଡି.ଏନ.ଏ.)-ଲଘୁଚାପ ପ୍ରଭାବରେ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା, ପବନ ବୁଧବାର ରାତି ଠାରୁ ଲାଗି ରହିଛି । ସମୁଦ୍ରର ଉଚ୍ଚ ଜୁଆର ଓ  ତୁହାକୁ ତୁହା ବର୍ଷା  ଯୋଗୁ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି ।

ମାର୍ଶାଘାଇରେ ମୁଁ  ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ

ମାର୍ଶାଘାଇରେ ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ

ମାର୍ଶାଘାଇ,୨୦।୯(ଡିଏନଏ)-ଯୁବ ପ୍ରତିଭା ଅନ୍ବେଷଣ ନିମନ୍ତେ ମାର୍ଶାଘାଇ ବ୍ଲକ ବିଜୁ ଯୁବ ବାହିନୀ ସହଯୋଗରେ ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାର୍ଶାଘାଇ ମହାବିଦ୍ୟାଳୟ ପରିସରରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା କ୍ରୀଷ୍ଣା ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ ।

ଗୁଲନଗରରେ ଗଣେଶ ମେଲଣ

ଗୁଲନଗରରେ ଗଣେଶ ମେଲଣ

କେନ୍ଦ୍ରାପଡା ଅଫିସ, ୨୦।୯- କେନ୍ଦ୍ରାପଡା ବ୍ଲକ ଗୁଲନଗର ପଞ୍ଚାୟତରେ ଗଣେଶ ମେଲଣ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛ। ଏଥିରେ ପଞ୍ଚାୟତର ୭ଟି ଗଣେଶଙ୍କ ମୁଣ୍ମୟ ପ୍ରତିମା ସାମିଲ ହେବା ସହିତ ଏକତ୍ର ଭୋଗ ଲାଗି ହୋଇଥିଲା ।

କୃଷିଋଣ ଛାଡ ପାଇଁ ଦାବିପତ୍ର

କୃଷିଋଣ ଛାଡ ପାଇଁ ଦାବିପତ୍ର

କେନ୍ଦ୍ରାପଡା ଅଫିସ, ୨୦।୯- ଡେରାବିଶ ବ୍ଲକ ଗଣିଆମୁହଁ ଗ୍ରାମର ପାର୍ବତୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ କୃଷିଋଣ ଛାଡ ପାଇଁ ଜିଲାପାଳଙ୍କୁ ଏକ ଦାବିପତ୍ର ବୁଧବାର ପ୍ରଦାନ କରିଛନ୍ତି। 

 ଶ୍ରମିକଙ୍କୁ ପରିଚୟପତ୍ର ବଣ୍ଟନ

ଶ୍ରମିକଙ୍କୁ ପରିଚୟପତ୍ର ବଣ୍ଟନ

କେନ୍ଦ୍ରାପଡା ଅଫିସ, ୨୦।୯-ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ୫୦ ଜଣ କୁଶଳୀ ଶ୍ରମିକଙ୍କୁ ବୁଧବାର ପରିଚୟ ପତ୍ର ପ୍ରଦାନ କରାଯାଇଛି। ।ଜିଲା ଶ୍ରମ ଅଧିକାରୀ କଳ୍ପନା ମିଶ୍ରଙ୍କ ଅଧ୍ୟକ୍ଷତାରେ ଏଥିପାଇଁ କେନ୍ଦ୍ରାପଡା ବ୍ଲକ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। 

ଶୌଚ ହେବାକୁ ଯାଇ ମହିଳା ନିଖୋଜ

ଶୌଚ ହେବାକୁ ଯାଇ ମହିଳା ନିଖୋଜ

ଆଳି,୨୦।୯(ଡି.ଏନ୍‌.ଏ.): ଆଳି ଥାନା ଅନ୍ତର୍ଗତ ଲୋକାପଡା ଗ୍ରାମର ସୁକାନ୍ତି  ଘଡେଇ (୮୦)ବର୍ଷ ବୁଧବାର ବିଳମ୍ବିତ ରାତିରେ ଶୌଚ ହେବାକୁ ଯାଇ ନିଖୋଜ ହୋଇଯାଇଛନ୍ତି।

ବାହାଡାଝୋଲା ହରିପୁରରେ ରାସ୍ତାରୋକୋ

ବାହାଡାଝୋଲା ହରିପୁରରେ ରାସ୍ତାରୋକୋ

ଓଡଗାଁ,୨୦।୯(ସ୍ବ.ପ୍ର.)-ନୂଆଗାଁ ବ୍ଲକ ହରିପୁର ପ୍ରାଥମିକ ବିଦ୍ୟାଳୟରୁ  ଚୋରି ହୋଇଥିବା ନଥିପତ୍ର ଉଦ୍ଧାର କରିବା ଦାବି ନେଇ ଗ୍ରାମବାସୀ ଗୁରୁବାର ଓଡଗାଁ-ବାହାଡାଝୋଲା ମୁଖ୍ୟ ରାସ୍ତାରେ କାଠ ପକାଇ ରାସ୍ତାରୋକୋ କରିଛନ୍ତି ।

ମହାକାଳପଡାରେ ଯୁବକଙ୍କୁ ହତ୍ୟା

ମହାକାଳପଡାରେ ଯୁବକଙ୍କୁ ହତ୍ୟା

ମହାକାଳପଡା,୨୦।୯(ଡି.ଏନ.ଏ.)-ମହାକାଳପଡା ବ୍ଳକ ଅଧୀନ ବଡିହ ଗ୍ରାମର ବସନ୍ତ ନାୟକ (୨୨) ନାମକ ଜଣେ ଯୁବକଙ୍କୁ ବୁଧବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି । ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ଗୁହାଳ ପୋଡ଼ି ଗାଇ ବାଛୁରୀ ଜୀବନ୍ତ ଦଗ୍ଧ

ଡେରାବିଶ,୨୦।୯(ସ୍ବ.ପ୍ର.)-ଡେରାବିଶ ବ୍ଲକ ଅଧୀନ ଗୋଲରାହାଟ ପଞ୍ଚାୟତର ପଣ୍ଡିତପାଟଣା ଗ୍ରାମର ବେଣୁଧର ମଲ୍ଲିକଙ୍କ ଗୁହାଳ ଘରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଗାଇ ଓ ଗୋଟିଏ ବାଛୁରୀ  ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଖବରପାଇ ସ୍ଥାନୀୟ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଅଁାକୁ ଆୟତ୍ତ କରିଥିଲେ । 

 ବିଦ୍ୟୁତ ଖୁଣ୍ଟକୁ ପିଟିଲା ଲୁଟେରାଙ୍କ ବୋଲେରୋ, ୩ଜଣଙ୍କୁ ଅଟକ ରଖି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଗ୍ରାମବାସୀ

ବିଦ୍ୟୁତ ଖୁଣ୍ଟକୁ ପିଟିଲା ଲୁଟେରାଙ୍କ ବୋଲେରୋ, ୩ଜଣଙ୍କୁ ଅଟକ ରଖି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଗ୍ରାମବାସୀ

ରଣପୁର,୨୦।୯(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ବାଉଁଶଗଡ଼ଠାରେ ଗୁରୁବାର ମଧ୍ୟାହ୍ନ ୧୨ଟାରେ ଜଣେ ମାଛ ବେପାରୀଙ୍କଠାରୁ ଲୁଟ ହୋଇଛି। ୪ଜଣ ଦୁର୍ବୃତ୍ତ ଏକ ବୋଲେରୋରେ ଆସି ବେପାରୀ ନବ କିଶୋର ରାଉତଙ୍କୁ ବନ୍ଧୁକ ଦେଖାଇ ୧୫ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇ ଦ୍ରୁତ ଗତିରେ ପଳାଉଥିଲେ। ଏହି ସମୟରେ ସେମାନେ କୁଳାସର ଗ୍ରାମରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହୋଇଥିଲେ। ଗାଡ଼ିଟି ଅଟକି ଯିବାପରେ ଗ୍ରାମବାସୀ ସେମାନଙ୍କୁ ଘେରିଯାଇଥିଲେ।

ଜୀବିକା ମିଶନ ପକ୍ଷରୁ ସମନ୍ବୟ କର୍ମଶାଳା

ଜୀବିକା ମିଶନ ପକ୍ଷରୁ ସମନ୍ବୟ କର୍ମଶାଳା

ରାଜନଗର,୨୦।୯(ଡିଏନଏ)-ଓଡିଶା ଜୀବିକା ମିଶନ ରାଜନଗର ଶାଖା ପକ୍ଷରୁ ଜୀବିକା ସମନ୍ବୟ କର୍ମଶାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।