ବ୍ରହ୍ମପୁର

ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ ନିଯୁକ୍ତି ପ୍ରସଙ୍ଗ: ତ୍ରିପାକ୍ଷିକ ଆଲୋଚନା ବିଫଳ

ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ ନିଯୁକ୍ତି ପ୍ରସଙ୍ଗ: ତ୍ରିପାକ୍ଷିକ ଆଲୋଚନା ବିଫଳ

ଗଞ୍ଜାମ,୧୮।୧୨(ଡି.ଏନ.ଏ.)-ଗଞ୍ଜାମ ସହର ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ ସ୍ଥାନୀୟ ଶିକ୍ଷିତ ଯୁବକଙ୍କ ନିଯୁକ୍ତି ପ୍ରସଙ୍ଗକୁ ନେଇ କମ୍ପାନୀ କର୍ତ୍ତୃପକ୍ଷ ଓ ଗ୍ରାମବାସୀ ମଧ୍ୟରେ ଏବେବି ଛକାପଞ୍ଝା ଲାଗି ରହିଛି। ସୋମବାର କମ୍ପାନୀ ପ୍ରଶାସନିକ ଭବନରେ କଲ୍ୟାଣପୁର ଓ ଜରାପଦର ଗ୍ରାମବାସୀ ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ପ୍ରଥମେ ଦୁଇ ଗ୍ରାମବାସୀଙ୍କ ତରଫରୁ ବିଭିନ୍ନ ଦାବି ଯଥା ସ୍ଥାନୀୟ ଅଞ୍ଚଳର ଯୁବକଙ୍କୁ (୬୦ ପ୍ରତିଶତ) କମ୍ପାନୀରେ ନିଯୁକ୍ତି, କଲ୍ୟାଣପୁର ପ୍ରାଥମିକ ବିଦ୍ୟାଳୟରେ ୫ଜଣଙ୍କୁ ନିଯୁକ୍ତି ଦିଆଯିବା ସହ ସ୍କୁଲ ପାଚେରି ନିର୍ମାଣ, ଷ୍ଟାଣ୍ଡ ପାଣି ଟ୍ୟାପ୍‌, ଜରାପଦର ଗ୍ରାମରେ ସୋଲାର ଲାଇଟ, ବୃକ୍ଷରୋପଣ, ଗରିବ ଓ ଅସହାୟକଙ୍କ ଲାଗି ଚକ୍ଷୁ ଚିକିତ୍ସା ଶିବିର ଇତ୍ୟାଦି ବିଷୟରେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଗ୍ରାମବାସୀ ଦାବିପତ୍ର ପ୍ରଦାନ କରିଥିଲେ। ଆଲୋଚନା ବୈଠକରେ ପ୍ରଶାସନ ପକ୍ଷରୁ ତହସିଲଦାର ଶକ୍ତିକାନ୍ତ ରାଏ, ଥାନାଧିକାରୀ ରମାକାନ୍ତ ମାହାଲିକ ଏବଂ କମ୍ପାନୀ ପକ୍ଷରୁ ଲୋକ ସମ୍ପର୍କ ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ଡି.କେ. ରାଓ ଏବଂ ସିକ୍ୟୁରିଟି ମୁଖ୍ୟ ପି.କେ. ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାମବାସୀ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବସିଥିଲେ ମଧ୍ୟ କମ୍ପାନୀ ଓ ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କୌଣସି ସମାଧାନର ବାଟ ବାହାରି ପାରି ନ ଥିଲା । ଫଳରେ ଅସନ୍ତୋଷର ନିଆଁ କୁହୁଳୁଥିବା ଜଣାପଡ଼ିଛି । କମ୍ପାନୀ କଲ୍ୟାଣପୁରଠାରେ ଏକ ପାଣି ପମ୍ପ ହାଉସ ନିର୍ମାଣ କରି ବିପଦଜନକ ମେସିନ ଦ୍ୱାରା ପାଣି ନେଇ କମ୍ପାନୀ ତାର କ୍ଲୋରିନ ଗ୍ୟାସ, କଷ୍ଟିକ ସୋଡ଼ା ଉତ୍ପାଦନ କରି ବିଶେଷ ଲାଭବାନ ହେଉଥିବା ବେଳେ ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଚାଷ କାର୍ଯ୍ୟରେ ବାଧା ଉପୁଜୁଥିବା ସହ ଜଳସ୍ତର ଦିନକୁ ଦିନ କମୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିସହିତ ଗ୍ରାମଗୁଡ଼ିକରେ ଥିବା ଷ୍ଟାଣ୍ଡପୋଷ୍ଟଗୁଡ଼ିକରୁ ଲୁଣଯୁକ୍ତ ପାଣି ବାହାରୁଛି । ଏହି ପାଣିକୁ ଗ୍ରାମବାସୀ ବ୍ୟବହାର କରି ବିଭିନ୍ନ ମାରାତ୍ମକ ରୋଗରେ ପଡ଼ି ଅକାଳରେ ମୃତ୍ୟୁବରଣ କରୁଛନ୍ତି। ଏଣୁ ସ୍ଥାନୀୟ ଅଞ୍ଚଳରେ ଏହାର ପ୍ରତିକାର ନିମନ୍ତେ ୱାଟର ରିଚାର୍ଜର ଆବଶ୍ୟକତା ରହିଛି ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି । ଗ୍ରାମବାସୀ ଆହୁରି ଅଭିଯୋଗ କରିଛନ୍ତି ୧୯୯୦ବନ୍ୟା ସମୟରେ ସ୍ଥାନୀୟ ଅଞ୍ଚଳର ମୌଳିକ ସମସ୍ୟା ନିମନ୍ତେ ଗ୍ରାମବାସୀଙ୍କ ସହ ଚୁକ୍ତି ହୋଇଥିଲା । ଏଥିସହିତ ପୂର୍ବରୁ ଜୟଶ୍ରୀ କମ୍ପାନୀ କେତେକ ସରକାରୀ ଜାଗା ଓ ପଟ୍ଟା ଜାଗାରେ ଏହି ପମ୍ପ ହାଉସ ନିର୍ମାଣ କରିଥିଲା । ବିରଲା ଗ୍ରୁପସ ଗ୍ରାସୀମ ଇଣ୍ଡଷ୍ଟ୍ରିଜ ତାହା କିଣିବା ପରେ ପଟ୍ଟା ଜାଗା ଦେଇଥିବା ଲୋକଙ୍କ ସହ କମ୍ପାନୀ କର୍ତ୍ତୃପକ୍ଷ ଆଲୋଚନା କରିନଥିବା ଅଭିଯୋଗ ହୋଇଛି । ୬୦ପ୍ରତିଶତ ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ଏବଂ ଅନ୍ୟାନ୍ୟ ମୌଳିକ ସମସ୍ୟା କମ୍ପାନୀ କର୍ତ୍ତୃପକ୍ଷ ପୂରଣ ନ କରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଦୁଇ ଗ୍ରାମବାସୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

All Right Reserved By

ବ୍ରହ୍ମପୁର

ବସ୍‌ ମାଡିଯାଇ ଜଣେ ଗୁରୁତର

ହିଞ୍ଜିଳିକାଟୁ, ୧୯।୭(ଡ଼ି.ଏନ୍‌.ଏ)- ହିଞ୍ଜିଳିକାଟୁ ଅସ୍ଥାୟୀ ବସ୍‌ଷ୍ଟପ ନିକଟରେ ଗୁରୁବାର ଅପରାହ୍ନରେ ଏକ ଘରୋଇ ବସ୍‌ ମାଡିଯିବାରୁ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ଧରାକୋଟ ଗ୍ରାମର ସନ୍ତୋଷ ଗୌଡ। ସନ୍ତୋଷ ତାଙ୍କ ଝିଅଙ୍କୁ ହିଞ୍ଜିଳିକାଟୁ କଲେଜରେ ସ୍ପଟ ଆଡ଼ମିଶନ କରିବା ପାଇଁ ଆସିଥିଲେ। କଲେଜ କାମ ସାରି ହିଞ୍ଜିଳିକାଟୁ ଅସ୍ଥାୟୀ ବସ୍‌ଷ୍ଟପରେ ଅପେକ୍ଷା କରିଥିଲେ। ଧରାକୋଟ ଯିବାକୁ ଏକ ଘରୋଇ ବସରେ ଚଢୁଥିବାବେଳେ ଖସିପଡିବାରୁ ବସ୍‌ ଚକା ୨ ଗୋଡ ଉପରେ ମାଡି ଯାଇଥିଲା। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ବାସ୍ଥ୍ୟରେ ଭର୍ତ୍ତି କରିଥିଲେ। ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ହିଞ୍ଜିଳି ପୋଲିସ ବସକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବାବେଳେ ବସ୍‌ ଡ୍ରାଇଭର ଫେରାର ହୋଇଯାଇଛି।

ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ହିଞ୍ଜିଳିକାଟୁ, ୧୯।୭(ଡ଼ି.ଏନ୍‌.ଏ)- ଜଣେ ଅନୁସୂଚିତ ଜାତିର ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଗୁରୁବାର ହିଞ୍ଜିଳି ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ବ୍ରହ୍ମପୁର ସଦର ଥାନା କାଉଖତ ଗ୍ରାମର ନିପୁ ବରଡ଼(୨୦)।

ଉଜ୍ଜଳ, ଉତ୍‌ଥାନ ସମୀକ୍ଷା କାର୍ଯ୍ୟକ୍ରମ ଅଧା ହେଲାଣି, ସମସ୍ତଙ୍କୁ ମିଳିନି ବହି

ଉଜ୍ଜଳ, ଉତ୍‌ଥାନ ସମୀକ୍ଷା କାର୍ଯ୍ୟକ୍ରମ ଅଧା ହେଲାଣି, ସମସ୍ତଙ୍କୁ ମିଳିନି ବହି

ଭଞ୍ଜନଗର,୧୯।୭(ଡି.ଏନ.ଏ.)-ଭଞ୍ଜନଗର ଓ ବେଲଗୁଣ୍ଠା ବ୍ଲକରେ ଚାଲିଥିବା ଉଜ୍ଜଳ ଓ ଉତ୍‌ଥାନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ଗୁରୁବାର ସ୍ଥାନୀୟ ବିଇଓ ଅଫିସରେ ଭଞ୍ଜନଗର ବ୍ଲକ ସିଆରସିସିମାନଙ୍କୁ ନେଇ ଜିଲା ସଂଯୋଜକ ଏସ୍‌.କେ.ପଣ୍ଡା ସମୀକ୍ଷା କରିଥିଲେ। ଭାରପ୍ରାସ୍ତ ବିଇଓ ଭାସ୍କର ଲେଙ୍କା, ଏବିଇଓ ସୂର୍ଯ୍ୟ ନାୟକ ଉପସ୍ଥିତ ଥିଲେ।

ଚିନିଶିଳ୍ପ ପରିଚାଳନା ପରିଷଦର ବୈଠକ

ଚିନିଶିଳ୍ପ ପରିଚାଳନା ପରିଷଦର ବୈଠକ

ଆସିକା,୧୯।୭(ଡି.ଏନ୍‌.ଏ.): ଆସିକା ସମବାୟ ଚିନିଶିଳ୍ପ ପରିଚାଳନା ପରିଷଦର ବୈଠକ ସଭାଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚିନିଶିଳ୍ପର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା।

ସାପ କାମୁଡ଼ାରେ ୨ ଯୁବକଙ୍କ  ମୃତ୍ୟୁ

ସାପ କାମୁଡ଼ାରେ ୨ ଯୁବକଙ୍କ ମୃତ୍ୟୁ

ପାତ୍ରପୁର(ଡି.ଏନ୍‌.ଏ.)/କବିସୂର୍ଯ୍ୟନଗର,୧୯।୭- ଗଞ୍ଜାମ ଜିଲାର ପାତ୍ରପୁର ଓ କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ସାପ କାମୁଡ଼ାରେ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ବୁଧବାର ରାତିରେ ଏହି ଅଘଟଣ ଘଟିଛି। ମୃତକମାନେ ହେଲେ ପାତ୍ରପୁର ଥାନା ମହାଦେଇପୁର ଗ୍ରାମର ଇନ୍ଦ୍ରମଣି ସେଠୀ ଓ କବିସୂର୍ଯ୍ୟନଗର ଥାନା ଓସିଙ୍ଗି ଗ୍ରାମର ସୁରଜ ରାଉତ। ଇନ୍ଦ୍ରମଣି ଘରେ ଶୋଇଥିବା ବେଳେ ସାପ କାମୁଡ଼ି ଦେଇଥିଲା।

୨୯୫ ଲିଟର ମଦ ଜବତ, ୭ ମହିଳା ଗିରଫ

୨୯୫ ଲିଟର ମଦ ଜବତ, ୭ ମହିଳା ଗିରଫ

ଦାରିଙ୍ଗବାଡ଼ି,୧୯।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଗୁରୁବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨୯୫ ଲିଟର ଦେଶୀ ମଦ ଜବତ କରାଛି। ବିପୁଳ ପରିମାଣର ମହୁଲ ପୋଚ୍‌କୁ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି।

ରାଜ୍ୟରେ ଖୋଲିବ ୬୪ ଇ-ମଣ୍ଡି: ସୂର୍ଯ୍ୟ ନାରାୟଣ ପାତ୍ର

ରାଜ୍ୟରେ ଖୋଲିବ ୬୪ ଇ-ମଣ୍ଡି: ସୂର୍ଯ୍ୟ ନାରାୟଣ ପାତ୍ର

ବ୍ରହ୍ମପୁର ଅଫିସ,୧୯।୭: ବ୍ରହ୍ମପୁର ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲରେ କୃଷି ଉତ୍ପାଦନ ବୃଦ୍ଧି ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ସର୍ବ ଭାରତୀୟ ଆଲୋଚନା ଚକ୍ର ଗୁରୁବାର ଆୟୋଜିତ ହୋଇଯାଇଛି।

ଅଙ୍ଗନଓ୍ବାଡି କେନ୍ଦ୍ରକୁ ରାସ୍ତା ନାହିଁ: ଜଙ୍ଗଲ ବୁଦାରେ ଯାତାୟାତ କରୁଛନ୍ତି ଶିଶୁ

ଅଙ୍ଗନଓ୍ବାଡି କେନ୍ଦ୍ରକୁ ରାସ୍ତା ନାହିଁ: ଜଙ୍ଗଲ ବୁଦାରେ ଯାତାୟାତ କରୁଛନ୍ତି ଶିଶୁ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୯।୭(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦୁର୍ଗମ ଅଞ୍ଚଳ ବ୍ରାହ୍ମଣୀଗାଁର ୪ ନଂ. ଅଙ୍ଗନଓ୍ବାଡି କେନ୍ଦ୍ର ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। କେନ୍ଦ୍ରରେ ୬ ଶିଶୁକନ୍ୟା ରହିଥିବା ବେଳେ ୫ ପୁଅ ରହିଛନ୍ତି। ମାତ୍ର କେନ୍ଦ୍ରକୁ ଯିବାଆସିବା ପାଇଁ ରାସ୍ତା ନାହିଁ।

ବ୍ରହ୍ମପୁର ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ବ୍ରହ୍ମପୁର ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ବ୍ରହ୍ମପୁର ଅଫିସ,୧୯।୭: ବିଭିନ୍ନ ଦାବିନେଇ ବ୍ରହ୍ମପୁର ଫାର୍ମାସୁଟିକାଲ ଓ୍ବାର୍କର୍ସ ୟୁନିୟନ ପକ୍ଷରୁ ଗୁରୁବାର ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଏଥିରେ ବହୁ କର୍ମଚାରୀ ଭାଗ ନେଇଥିଲେ।

କଳିଙ୍ଗା ଘାଟିରେ ଟ୍ରକ୍‌ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର

କଳିଙ୍ଗା ଘାଟିରେ ଟ୍ରକ୍‌ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର

ଜି.ଉଦୟଗିରି,୧୯।୭(ଡି.ଏନ୍‌.ଏ.): ଜି.ଉଦୟଗିରି ଥାନା ଅଞ୍ଚଳା ‘କଳିଙ୍ଗା’ ଘାଟିରେ ଗୁରୁବାର ସକାଳେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍‌ଟି ଗାର୍ଡଓ୍ବାଲ୍‌ରେ ପିଟି ହୋଇଯିବା ଯୋଗୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି। ମୃତକ ବିହାର ଗୁରୁଓ୍ବା ଜିଲାର ରଘୁ ମଞ୍ଜ ବୋଲି ଜଣାପଡ଼ିଛି। ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଅଲାରିଗଡ଼ ରଥଯାତ୍ରା: ଭକ୍ତିରସରେ ଭିଜିଲେ ଶ୍ରଦ୍ଧାଳୁ

ଅଲାରିଗଡ଼ ରଥଯାତ୍ରା: ଭକ୍ତିରସରେ ଭିଜିଲେ ଶ୍ରଦ୍ଧାଳୁ

ଶେରଗଡ଼,୧୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ସ୍ଥିତ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅଲାରିଗଡ଼ ରଥଯାତ୍ରା ଅବସରରେ ବୁଧବାର ରାତିରେ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ କୁମାର ବାପି ଏବଂ ଅନ୍ୟମାନେ ଯୋଗଦେଇ ଶ୍ରଦ୍ଧାଳୁମାନଙ୍କୁ ଭକ୍ତିରସରେ ଭିଜାଇଥିଲେ।

ବିଜୟ ହାଇସ୍କୁଲ ପ୍ରତିଷ୍ଠା ଦିବସ ପାଳିତ

ବିଜୟ ହାଇସ୍କୁଲ ପ୍ରତିଷ୍ଠା ଦିବସ ପାଳିତ

ରାଇକିଆ,୧୯।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବିଜୟ ହାଇସ୍କୁଲର ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି। ଏଥିରେ ଅତିଥି ଭାବେ ରାଇକିଆ ସରପଞ୍ଚ ପଞ୍ଚୁ ପ୍ରଧାନ, ବିଇଓ ଅନ୍ତର୍ଯ୍ୟାମୀ ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଜେଶ ପ୍ରଧାନ, ସମ୍ପାଦକ ଫାଦର ପ୍ରଦୋଷ ନାୟକ, ଅବସରପ୍ରାପ୍ତ ଶିକ୍ଷକ ବିଶ୍ବାମିତ୍ର ନାୟକ ପ୍ରମୁଖ ଯୋଗଦେଇ ଥିଲେ।

Model This Week

ରୂପେଶ