Dharitri News
ବ୍ରହ୍ମପୁର

ବାଲି ଚାଲାଣ: ୨ ଟ୍ରାକ୍ଟର, ଜେସିବି ଜବତ

 ବାଲି ଚାଲାଣ: ୨ ଟ୍ରାକ୍ଟର, ଜେସିବି ଜବତ ଶଙ୍କରାଖୋଲ,୧୮।୧୨(ଡି.ଏନ.ଏ.)-ଟିକାବାଲି ତହସିଲ ଅଧୀନରେ ଥିବା କଇଁଝର ନିକଟ ଗୁଇଟଣା ନଦୀରୁ ସୋମବାର ଚୋରାରେ ବାଲି ଚାଲାଣ ହେଉଥିବା ବେଳେ ତହସିଲଦାର ଅଜୟ କୁମାର ପ୍ରଧାନ ଚଢାଉ କରି ୨ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛନ୍ତି। ମାଲିକମାନଙ୍କଠାରୁ ୭୫ ହଜାର ଟଙ୍କା ଜରିମାନା ଆଦାୟ ପରେ ଗାଡିଗୁଡିକୁ ପୋଲିସକୁ ହସ୍ତାନ୍ତର କରିଛନ୍ତି। ଚଢାଉରେ ଅତିରିକ୍ତ ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ, ରାଜସ୍ବ ନିରୀକ୍ଷକ ବିମଳ କୁମାର ବେବର୍ତ୍ତା, ସହକାରୀ ରାଜସ୍ବ ନିରୀକ୍ଷକ ଶରତ ଚନ୍ଦ୍ର ନାୟକ ସାମିଲ ହୋଇଥିଲେ।

ବ୍ରହ୍ମପୁର

ବାର୍‌ହା ଶିକାର: ୨ ଶିକାରୀ ଗିରଫ

ବାର୍‌ହା ଶିକାର: ୨ ଶିକାରୀ ଗିରଫ

ଆସିକା,୨୧।୧ (ଡି.ଏନ୍‌.ଏ.)-ଆସିକା ବନାଞ୍ଚଳର ଧରାକୋଟ ବ୍ଲକ ଅନ୍ତର୍ଗତ ଝରପାରୀ ଗ୍ରାମ ନିକଟରୁ ରବିବାର ସକାଳ ପ୍ରାୟ ୮ଟାରେ ବନ ବିଭାଗ କର୍ମଚାରୀମାନେ ଗୋଟିଏ ମୃତ ବାର୍‌ହା ସହ ଦୁଇଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ କଳାସୁତା ଗ୍ରାମର ସତ୍ୟବାନ ପ୍ରଧାନ ଓ ବୁଗୁଡା ବନାଞ୍ଚଳର ବାଲିପଦର ନିକଟସ୍ଥ ମହୁଲପଲ୍ଲୀ ଗ୍ରାମର ରମେଶ ସ୍ବାଇଁ। ସେମାନେ ଝରପାରୀ ଗ୍ରାମ ମାଛଖାଇ ଚିହ୍ନଟ ଜଙ୍ଗଲରେ ଖାଦ୍ୟରେ ବିସ୍ଫୋରକ ଦେଇ ବାର୍‌ହା ଶିକାର କରିଥିଲେ।

 ବସ ଚାପାରେ ଜଣେ ମୃତ

ବସ ଚାପାରେ ଜଣେ ମୃତ

ବୁଗୁଡ଼ା,୨୧।୧(ଡି.ଏନ.ଏ.)-ବୁଗୁଡ଼ା ଥାନା ଏକଡ଼ାଳ ଶିବ ମନ୍ଦିର ନିକଟ ମୁଖ୍ୟ ସଡ଼କରେ ରବିବାର ସନ୍ଧ୍ୟାରେ ବସ ଚକା ମାଡ଼ି ଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ କଞ୍ଚୁଡ଼ୁ ଗ୍ରାମର ପଞ୍ଚାନନ ପାତ୍ର (୪୫) । ଘଟଣାସ୍ଥଳରେ ବୁଗୁଡ଼ା ଓ ବାଲିପଦର ପୋଲିସ ପହଞ୍ଚତ୍ ଘଟଣାର ଅନୁସନ୍ଧାନ ଚଳାଇଛି ।

ତାରସିଂ ବନାଞ୍ଚଳରେ ବାଘ ଆତଙ୍କ

ଭଞ୍ଜନଗର,୨୧।୧(ଡି.ଏନ.ଏ.)-ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳରେ କିଛିଦିନ ହେବ ଚିତା ବାଘ ଆତଙ୍କ ଦେଖାଦେଇଛି । ଶନିବାର ସନ୍ଧ୍ୟାରେ ବାଘ ଢ଼େପସାହି ଅଞ୍ଚଳରେ ଏକ ମାଙ୍କଡ଼କୁ ମାରି ଖାଇଦେଇଥିବା ରବିବାର ସକାଳେ ବନ ବିଭାଗ ନିକଟରେ ଖବର ପହଞ୍ଚିଥିଲା। ରେଞ୍ଜର ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ମଧ୍ୟ ବାଘର ପାଦ ଚିହ୍ନ ଠାବ କରି ପାରିନାହାନ୍ତି ।

ଦାରିଙ୍ଗବାଡିରେ ସର୍ବନିମ୍ନ ୭, ସର୍ବାଧିକ ୮.୦୫ ତାପମାତ୍ରା ରେକର୍ଡ

ଦାରିଙ୍ଗବାଡିରେ ସର୍ବନିମ୍ନ ୭, ସର୍ବାଧିକ ୮.୦୫ ତାପମାତ୍ରା ରେକର୍ଡ

ଦାରିଙ୍ଗବାଡି,୨୧।୧ (ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶୀତ ଅବ୍ୟାହତ ରହିଛି । ସକାଳ ୮ଟାରେ ତାପମାତ୍ରା ରେକର୍ଡ଼ ସଂଗ୍ରହ କରାଯିବା ବେଳେ ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀ ରହିଥିବା ବେଳେ ସନ୍ଧ୍ୟା ୫ଟାରେ ସର୍ବାଧିକ ତାପମାତ୍ରା ୮.୦୫ ଡିଗ୍ରୀ ରେକର୍ଡ଼ କରାଯାଇଛି ।

ଚୁଲି ନିଆଁରେ ମହିଳା ଗୁରୁତର

ଚୁଲି ନିଆଁରେ ମହିଳା ଗୁରୁତର

ଦାରିଙ୍ଗବାଡି, ୨୧।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡିରେ ରବିବାର ରୋଷେଇ କରୁଥିବା ବେଳେ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି।

ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକୋତ୍ସବ

ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକୋତ୍ସବ

ଭଞ୍ଜନଗର,୨୧।୧(ଡି.ଏନ୍‌.ଏ.): ଘୁମୁସର ଗବେଷଣା ପ୍ରତିଷ୍ଠାନର ପ୍ରଥମ ବାର୍ଷିକ ଉତ୍ସବ ରବିବାର ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ନୂଆ ଜେଟି ନିର୍ମାଣ, ପଥରବନ୍ଧେଇ ଉପରେ ଗୁରୁତ୍ୱ

ନୂଆ ଜେଟି ନିର୍ମାଣ, ପଥରବନ୍ଧେଇ ଉପରେ ଗୁରୁତ୍ୱ

ଛତ୍ରପୁର,୨୦।୧(ଡି.ଏନ.ଏ.)- ଗୋପାଳପୁର ପୋର୍ଟରେ ଥିବା ମତ୍ସ୍ୟ ବିଭାଗ ଜେଟିର ଚ୍ୟାନେଲ ଖନନ ୧୫ ଦିନ ହେଲା ଚାଲିଛି। ଏହି କାମ କିଭଳି ଚାଲିଛି ସେସମ୍ପର୍କରେ ଜାଣିବାକୁ ଶନିବାର ଛତ୍ରପୁର ବିଧାୟକ ଡା. ପ୍ରିୟାଂଶୁ ପ୍ରଧାନ ସେଠାକୁ ଯାଇ ପରିଦର୍ଶନ କରିଛନ୍ତି। ଚ୍ୟାନେଲ ପୋତି ହୋଇ ଯାଇଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବା ଆସିବାରେ ଅସୁବିଧାର ହେଉଛି। ଫଳରେ ମାଛ ମାରିବାକୁ ଡଙ୍ଗାରେ ଯିବାକୁ ଅସୁବିଧା ହେଉଛି।

ଶ୍ୱଶୁର ଖଣ୍ଡା ଚୋଟରେ ଜ୍ୱାଇଁଙ୍କ ମୃତ୍ୟୁ

ଶ୍ୱଶୁର ଖଣ୍ଡା ଚୋଟରେ ଜ୍ୱାଇଁଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ,୨୦।୧(ଡ଼ି.ଏନ.ଏ.)- ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ତଥା ପୁରୁଷୋତ୍ତମପୁର ବ୍ଲକ ଝାଡ଼ବାଇ ଗ୍ରାମରେ ଶନିବାର ମଧ୍ୟାହ୍ନରେ ପାରିବାରିକ କଳହରୁ କରୁଣ ପରିଣତି ଘଟିଛି। ଶ୍ୱଶୁରଙ୍କ ଖଣ୍ଡା ଚୋଟରେ ଜ୍ୱାଇଁଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ରାଉଳବନ୍ଧ ଗ୍ରାମର ପି ମନୁ ରେଡ୍ଡୀ। ପାରିବାରିକ କଳହରୁ ମନୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ପୋଲିସ ତାଙ୍କ ଶ୍ୱଶୁର ଝାଡ଼ବାଇର ଜଗନ୍ନାଥ ରେଡ୍ଡୀଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି।

ସରକାରୀ ବସ୍‌ରୁ ଗଞ୍ଜେଇ ଜବତ

ସରକାରୀ ବସ୍‌ରୁ ଗଞ୍ଜେଇ ଜବତ

ଫିରିଙ୍ଗିଆ, ୨୦।୧- କନ୍ଧମାଳ ଜିଲା ଗୋଚ୍ଛାପଡା ପୋଲିସ ଶୁକ୍ରବାର ଏକ ସରକାରୀ ବସ୍‌ରୁ ୨୩କେଜି ୪ଶହଗ୍ରାମ ଗଞ୍ଜେଇ ଜବତ କରିଛି। ହେଲେ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ପୂର୍ବାହ୍ନ ପ୍ରାୟ ୯ଟାରେ ଗୋଚ୍ଛାପଡାରୁ ଫୁଲବାଣୀ ଆସୁଥିବା ସରକାରୀ ବସ୍‌ ନଂ.ଓଡି ୧୨ ୩୬୮୧କୁ ହାଟପଦା ଛକରେ ଅଟକାଇ ତଲାସି କରିଥିଲା। ଗାଡିରୁ ଗୋଟିଏ ବସ୍ତାରେ ଥିବା ଗଞ୍ଜେଇ ମିଳିଥିଲା।

ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡ

ପୁରୁଷୋତ୍ତମପୁର,୨୦।୧(ଡି.ଏନ.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ସେଥିରେ ବସିଥିବା ପ୍ରାୟ ୫୦ ଜଣ ଯାତ୍ରୀ ବର୍ତ୍ତିଯାଇଛନ୍ତି। ପୁରୀରୁ ତାରାତାରିଣୀ ଦର୍ଶନ ଲାଗି ଯାତ୍ରୀଙ୍କୁ ନେଇ ଆସିଥିବା ବସ୍‌ ନଂ. ଓଆର୧୦ଜି-୨୮୦୪ ଯାଉଥିବା ବେଳେ ପୁରୁଷୋତ୍ତମପୁର ସହର ମଧ୍ୟସ୍ଥ ଗଡସାହିଛକରେ ହଠାତ୍‌ ନିଅଁା ଲାଗିଯାଇଥିଲା।

ଉପଜିଲାପାଳଙ୍କୁ ଦିଆଗଲା ତଦନ୍ତ ରିପୋର୍ଟ

ବ୍ରହ୍ମପୁର ଅଫିସ,୨୦।୧- ବ୍ରହ୍ମପୁର ସହର କର୍ପୋରେଶନ ରୋଡସ୍ଥିତ ଗଜପତି ପ୍ଲାଜା ନିକଟ ମୁସଲମାନ ବସ୍ତିରେ ଗୁରୁବାର ମଧ୍ୟାହ୍ନ ସାଢେ ୧୨ଟାରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ୫୬ରୁ ଊର୍ଦ୍ଧ୍ୱ ବଖରା ସମେତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା। କ୍ଷତିଗ୍ରସ୍ତ ହୋଇଥିବା ଅଧିକାଂଶ ପରିବାର ଗରିବ ଶ୍ରେଣୀର। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନ ଥିଲେ ମଧ୍ୟ ଶର୍ଟଶର୍କିଟ କିମ୍ବା ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହୋଇ ବିସ୍ଫୋରଣ ଘଟିବା ଯୋଗୁ ଏପରି ଘଟିଥିବା ସନ୍ଦେହ କରାଯାଉଥିଲା। ତେବେ ବ୍ରହ୍ମପୁର ଅଗ୍ନିଶମ ବିଭାଗ ତଦନ୍ତ କରି ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ କ୍ଷୟକ୍ଷତିର ପରିମାଣ ରିପୋର୍ଟ ଦାଖଲ କରି କରିବାକୁ ଉପଜିଲାପାଳ ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ ନିର୍ଦ୍ଦେଶ ଦେଇଥିଲେ।

ଡକାୟତି ଯୋଜନା ପଣ୍ଡ: ୬ ଗିରଫ

ଡକାୟତି ଯୋଜନା ପଣ୍ଡ: ୬ ଗିରଫ

ବ୍ରହ୍ମପୁର ଅଫିସ,୨୦।୧-ସ୍ଥାନୀୟ ଗୋଷାଣୀନୂଆଗଁା ଥାନା ଅନ୍ତର୍ଗତ ମୀନାକ୍ଷୀନଗରରେ ଶୁକ୍ରବାର ବିଳମ୍ବିତ ରାତିରେ କେତେକ ଯୁବକ ବସି ଡକାୟତି ଯୋଜନା କରୁଥିବା ଖବର ପାଇ ପୋଲିସ ସେଠାରେ ଚଢାଉ କରିଥିଲା। ଚଢାଉ ବେଳେ ସେଠାରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଯୁବକମାନେ ହେଲେ ମନୋଜ ସାମନ୍ତରାୟ, ପିଣ୍ଟୁ ବେହେରା, ସୁନୀଲ ମିଶ୍ର, ସୁମନ ପାଢୀ, ଦିପୁନା ନାୟକ ଓ ତାରିଣୀ ଜେନା। ସେମାନଙ୍କ ପାଖରୁ ପୋଲିସ ଗୋଟିଏ ଖଣ୍ଡା, ୩ଟି ବୋମା, ଓ ଲାଠି ଜବତ କରିଛି। ଏ ନେଇ ଥାନାରେ ନଂ. ୮/୧୮ରେ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ କୁଳମଣି ସେଠୀ କହିଛନ୍ତି।