ବ୍ରହ୍ମପୁର

ବ୍ରହ୍ମପୁର ବିଧାୟକ ପ୍ରତିନିଧିଙ୍କ ନାମରେ ଟଙ୍କା ଠକେଇ ଅଭିଯୋଗ

ବ୍ରହ୍ମପୁର ବିଧାୟକ ପ୍ରତିନିଧିଙ୍କ ନାମରେ ଟଙ୍କା ଠକେଇ ଅଭିଯୋଗ
ବ୍ରହ୍ମପୁର ଅଫିସ,୧୮।୧୨- ବ୍ରହ୍ମପୁର ବିଧାୟକ ପ୍ରତିନିଧି ତଥା ମହାନଗର ନିଗମ ମେୟର ଭାଇ କେ. ଅନିଲ କୁମାରଙ୍କ ବିବାଦ ପିଛା ଛାଡୁନି। କିଛି ଦିନ ତଳେ ପୁରୀ ମେରାଇନ ଡ୍ରାଇଭରେ ଥିବା ଏକ ବିଳାସପୂର୍ଣ୍ଣ ହୋଟେଲରେ ରେଭ ପାର୍ଟି କରୁଥିବା ଓ ପରେ ଏହି ଭିଡିଓ ଭାଇରାଲ ହେବା ଘଟଣା ଜନମାନସରୁ ଲିଭି ନ ଥିବା ବେଳେ ଆଉ ଏବେ ଆଉ ଏକ ଅଭିଯୋଗ ହୋଇଛି। ମାମଲା ଦେଇଛନ୍ତି ଖୋଦ ବିଜେଡିର ଜଣେ ଛାମୁଆ ନେତା। ଅଭିଯୋଗ ପ୍ରକାରେ ଗାନ୍ଧୀନଗର କେନାଲ ରୋଡସ୍ଥିତ ନାରାୟଣ ମହାପାତ୍ର ଏକ ଅଭିଯୋଗ ପତ୍ର ବ୍ରହ୍ମପୁର ଜିଲା ଏସ୍‌ପି ଆଶିଷ ସିଂଙ୍କୁ ପ୍ରଦାନ କରିଛନ୍ତି। ଅଭିଯୋଗରେ ସେ ଉଲ୍ଲେଖ କରିଛନ୍ତି, ୨୦୧୩ ମହାନଗର ନିର୍ବାଚନ ସମୟରେ ଅନିଲ ତାଙ୍କଠାରୁ ପ୍ରାୟ ୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଉଦ୍ଧାର ନେଇଛନ୍ତି। ଇତିମଧ୍ୟରେ ୪ ବର୍ଷରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ସେ ତାଙ୍କୁ ଟଙ୍କା ଫେରାଇ ନାହାନ୍ତି। ଟଙ୍କା ଫେରସ୍ତ ମାଗିଲେ ଧମକ ଚମକ ଦେଉଛନ୍ତି। ସୂଚନା ଅନୁଯାୟୀ ନିର୍ବଚାନ ସମୟରେ ଅନିଲ ନିର୍ବାଚନରେ ଖର୍ଚ୍ଚ କରିବେ ବୋଲି ନାରାୟଣଙ୍କୁ କହିଥିଲେ। ନାରାୟଣ ତାଙ୍କର ଉତ୍ତମ ବନ୍ଧୁ ହୋଇଥିବାରୁ ୨୫।୭।୧୩ରେ ପ୍ରଥମେ ୧ ଲକ୍ଷ ଟଙ୍କା, ୨୭।୮।୧୩ରେ ୩ ଲକ୍ଷ ୬୮ ହଜାର ଟଙ୍କା ଓ ସେହି ତାରିଖରେ ପୁଣି ଥରେ ୧ ଲକ୍ଷ ଟଙ୍କା ବ୍ୟାଙ୍କ ଜରିଆରେ ନେଇଥିଲେ। ଏଥିସହିତ ନଗଦ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ନେଇଛନ୍ତି । ଯାହାର ପ୍ରମାଣ ତାଙ୍କ ପାଖରେ ରହିଛି ା ଏହି ସବୁ ଟଙ୍କା ତାଙ୍କୁ ନିର୍ବାଚନ ପରେ ଫେରାଇ ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ମାଗିବାରୁ ଧମକ ଚମକ ଦେଉଛନ୍ତି। ତେବେ ଏସମ୍ବନ୍ଧରେ ସେ ରବିବାର ଏସ୍‌ପି ସିଂଙ୍କୁ ଭେଟି ଜଣାଇଥିଲେ। ପରେ ଏସ୍‌ପି ଟାଉନ ଥାନାଧିକାରୀଙ୍କୁ ଏହି ମାମଲାର ଆପୋସ ବୁଝାମଣା ପାଇଁ ଅନିଲ୍‌ଙ୍କୁ ସୋମବାର ଡାକିଥିଲେ। ହେଲେ ଅନିଲ ତାଙ୍କ ବ୍ୟକ୍ତିଗତ କାମ ଅଛି କହି ଥାନାକୁ ନ ଆସିବାରୁ ନାରାୟଣ ଓ ତାଙ୍କ ସ୍ତ୍ରୀ ସସ୍ମିତା ଥାନାରୁ ବିନା ଆଲୋଚନାରେ ଫେରିବାକୁ ବାଧ୍ୟ ହୋଇଥିଲେ ବୋଲି ସେ କହିଛନ୍ତି।
All Right Reserved By

ବ୍ରହ୍ମପୁର

ବିଦ୍ୟୁତ ସଂସ୍ପର୍ଶରେ ଆସି କଲେଜ ଛାତ୍ର ମୃତ

ବିଦ୍ୟୁତ ସଂସ୍ପର୍ଶରେ ଆସି କଲେଜ ଛାତ୍ର ମୃତ

କବିସୂର୍ଯ୍ୟନଗର,୧୫ା୧୦-କବିସୂର୍ଯ୍ୟନଗର ଥାନା ବୋଲସର ଗ୍ରାମର ଜଣେ ଛାତ୍ରଙ୍କ ଅସାବଧାନତାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ସେ ହେଲେ ସଦାଶିବ ସେଠୀ (୧୮)।

ଧୋଇଗଲା ପୋଲ, ୧୫ ଗ୍ରାମବାସୀ ହଇରାଣ

ଧୋଇଗଲା ପୋଲ, ୧୫ ଗ୍ରାମବାସୀ ହଇରାଣ

ଖଜୁରିପଡ଼ା,୧୫।୧୦(ଡି.ଏନ୍‌.ଏ): ଖଜୁରିପଡ଼ା ବ୍ଲକ ବଲସକୁମ୍ପା ପଞ୍ଚାୟତର ବଲସକୁମ୍ପାଠାରୁ ଆର୍‌ ନୂଆଗାଁ ପଞ୍ଚାୟତକୁ ସଂଯୋଗ ହୋଇଥିବା ପ୍ରଧାନମନ୍ତ୍ରୀ ସଡ଼କର ଗାରଡ଼ାପାଜୁ ଓ ଛନ୍ଦୁପଦର ମଝିରେ ଥିବା ପିଲାସାଲୁଙ୍କି ଡ୍ୟାମ ନାଳର ପୋଲ ତିତଲି ପ୍ରଭାବ ହୋଇଥିବା ବର୍ଷାରେ ଧୋଇଯାଇଛି।

୨ ବାଇକରେ ଗୋଟିଏ ନମ୍ବର: ଥାନାରେ ମାମଲା

୨ ବାଇକରେ ଗୋଟିଏ ନମ୍ବର: ଥାନାରେ ମାମଲା

ବେଗୁନିଆପଡ଼ା,୧୫ା୧୦(ଡି.ଏନ.ଏ.)-ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତ ତିରିଡ଼ା ଗ୍ରାମରେ ପୋଲିସ ଚଢ଼ାଉ କରି ସମାନ ନମ୍ବର ଥିବା ୨ଟି ବାଇକକୁ ଜବତ କରିଛି । 

ବସ୍ତି ଉଚ୍ଛେଦ ନ କରିବାକୁ ସ୍ମାରକପତ୍ର

ବସ୍ତି ଉଚ୍ଛେଦ ନ କରିବାକୁ ସ୍ମାରକପତ୍ର

ଗଞ୍ଜାମ,୧୫।୧୦(ଡି.ଏନ.ଏ.)-ଗଞ୍ଜାମ ଏନଏସି ବଡ଼ବଜାର ଦଳିତ ସାହି ବସ୍ତି ଉଚ୍ଛେଦ ନ କରିବା ପାଇଁ ବସ୍ତି ବାସିନ୍ଧା ସୋମବାର ତହସିଲଦାର ଅବନି କୁମାର ସାହୁ ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ. ନୀଳକଣ୍ଠ ନାଇଡ଼ୁଙ୍କୁ ପୃଥକ ଭାବେ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଅଭିଯୁକ୍ତ ୨ ଭାଇ ଫେରାର


ଦିଗପହଣ୍ଡି,୧୫।୧୦(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ଅଞ୍ଚଳର ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ଏତଲାକୁ ଭିତ୍ତିକରି କେ.ନୂଆଗାଁ ଥାନା ପୋଲିସ ଅଭିଯୁକ୍ତ ୨ ଭାଇଙ୍କ ନାଁରେ ନଂ. ୧୨୭/୧୮ ରେ ମାମଲା ରୁଜୁ କରିଛି ।

ଲୁଟ୍‌ ମାମଲା , ବାପା ଗିରଫ, ପୁଅଙ୍କୁ ଖୋଜୁଛି ପୋଲିସ

ଛତ୍ରପୁର,୧୫।୧୦(ଡି.ଏନ.ଏ)- ଛତ୍ରପୁର ସହରରେ ବାରମ୍ବାର ବ୍ୟାଙ୍କ ନିକଟରୁ ଲୋକଙ୍କଠାରୁ ଟଙ୍କା ଲୁଟ୍‌ ହୋଇ ଆସୁଥିଲା । ଏହି ଘଟଣାରେ ଜଣଙ୍କୁ ପୋଲିସ ରବିବାର ଗିରଫ କରିଛି। ସେ ହେଲେ ଆସିକା ଥାନା କାଳଷଣ୍ଢପୁର ଗାଁର ଏ. ଗୋପୀ (୫୫)। ଅନ୍ୟପକ୍ଷରେ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥାଇ ଫେରାର୍‌ ଥିବା ଗୋପୀଙ୍କ ବଡ଼ ପୁଅଙ୍କୁ ଧରିବା ଉଦ୍ୟମ ଚାଲିଛି। ଏମାନଙ୍କର ୫ ଜଣିଆ ଗ୍ୟାଙ୍ଗ ରହିଥିବା ଛତ୍ରପୁର ଥାନା ଆଇଆଇସି ପ୍ରିୟଶ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି। ଗୋପୀଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ତାଙ୍କଠାରୁ ୨୩ ହଜାର ଟଙ୍କା, ଗାଡ଼ି ଡିକି ଭାଙ୍ଗିବା ପାଇଁ ବିଭିନ୍ନ ସରଞ୍ଜାମ ଜବତ ହୋଇଛି।  

 ଫେସ୍‌ବୁକ୍‌ରେ ଅଶ୍ଲୀଳ ଫଟୋ, ଭିଡିଓ ଭାଇରାଲ ଘଟଣା, ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ

ଫେସ୍‌ବୁକ୍‌ରେ ଅଶ୍ଲୀଳ ଫଟୋ, ଭିଡିଓ ଭାଇରାଲ ଘଟଣା, ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୧୫।୧୦: ମହିଳାଙ୍କ ନାମରେ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଅଶ୍ଲୀଳ ଫଟୋ, ଭିଡିିଓ ଏବଂ ମନ୍ତବ୍ୟ ପୋଷ୍ଟ କରିବା ଅଭିଯୋଗରେ ବ୍ରହ୍ମପୁର ସାଇବର ଥାନା ପୋଲିସ ଜଣଙ୍କୁ ଗିରଫକରି ସୋମବାର କୋର୍ଟ ଚାଲାଣ କରିଛି ।

ତିତ୍‌ଲିର ପ୍ରଭାବରେ କ୍ଷୟକ୍ଷତିକୁ ନେଇ ଜରୁରୀ ବୈଠକ

ଶେରଗଡ଼,୧୫।୧୦(ଡି.ଏନ୍‌.ଏ.): ତିତ୍‌ଲିର ପ୍ରଭାବରେ ଗଞ୍ଜାମ ଜିଲା ଶେରଗଡ଼ ବ୍ଲକର ୨୨ଟି ପଞ୍ଚାୟତର ୯୫ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି । 

ବନ୍ୟା ପରେ ପ୍ରଶାସନକୁ ଘାରିଲା ରିଲିଫ୍‌ ଚିନ୍ତା: ତିନିଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ

ବନ୍ୟା ପରେ ପ୍ରଶାସନକୁ ଘାରିଲା ରିଲିଫ୍‌ ଚିନ୍ତା: ତିନିଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ

ଗଞ୍ଜାମ, ୧୫।୧୦(ଡି.ଏନ.ଏ.): ଥମିଲା ବନ୍ୟା ଓ ବାତ୍ୟା। କିନ୍ତୁ ଏହାର ପରବର୍ତ୍ତୀ ସମୟରେ ଲୋକଙ୍କ କ୍ଷୟକ୍ଷତି ଆକଳନ କରିବା ପ୍ରଶାସନକୁ ଚିନ୍ତା ଘାରିଛି। 

ହତ୍ୟା ଉଦ୍ୟମ ମାମଲା, ଫେରାର ଅଭିଯୁକ୍ତ ଗିରଫ

ହତ୍ୟା ଉଦ୍ୟମ ମାମଲା, ଫେରାର ଅଭିଯୁକ୍ତ ଗିରଫ

ଦିଗପହଣ୍ଡି/ପାଟପୁର,୧୫।୧୦(ଡି.ଏନ୍‌.ଏ.): ହତ୍ୟା ଉଦ୍ୟମ ମାମଲାରେ ପାଟପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫକରି ସୋମବାର କୋର୍ଟ ଚାଲାଣ କରିଛି । ସେ ହେଲେ ପୋଡ଼ାମାରି ଗ୍ରାମର ରାମକୃଷ୍ଣ ପ୍ରଧାନ ଓରଫ ଜିତୁ ।

ରାଜସ୍ବ କୃଷି ଉଦ୍ୟାନ, କୃଷି ବିଭାଗର ମିଳିତ ବୈଠକ: କ୍ଷୟକ୍ଷତି ଆକଳନ ଟିମ ଗଠନ

ରାଜସ୍ବ କୃଷି ଉଦ୍ୟାନ, କୃଷି ବିଭାଗର ମିଳିତ ବୈଠକ: କ୍ଷୟକ୍ଷତି ଆକଳନ ଟିମ ଗଠନ

ଶେରଗଡ଼,୧୫।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ  ତିତ୍‌ଲିର ତାଣ୍ଡବରେ ବ୍ୟାପକ କ୍ଷୟକ୍ଷତି  ଘଟି ଫସଲ ନଷ୍ଟ ହୋଇଯାଇଛି।  ଏ ନେଇ ରାଜସ୍ବ କୃଷି ଉଦ୍ୟାନ ଓ କୃଷିବିଭାଗର ମିଳିତ ବୈଠକ ଶେରଗଡ଼ ତହସିଲ କାର୍ଯ୍ୟାଳୟରେ ରବିବାର ଅନୁଷ୍ଠିତ ହୋଇଯାଇଛି। 

ନିମ୍ନମାନର ପଲିଥିନ ଯୋଗାଣକୁ ନେଇ ଉତ୍ତେଜନା

ଦାରିଙ୍ଗବାଡ଼ି,୧୬।୧୦(ଡି.ଏନ.ଏ)-ତିତ୍‌ଲ ବାତ୍ୟାରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ୨୫ ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଛି। ଦାରିଙ୍ଗବାଡ଼ି ସମେତ ବ୍ରାହ୍ମଣୀଗାଁ, ତାଜୁଙ୍ଗିଆ, ହାତିମୁଣ୍ଡା, କାଟିଙ୍ଗିଆ, ଦାରିଙ୍ଗବାଡ଼ି, ବାଡାବାଙ୍ଗା, ସିଆଙ୍ଗବାଲି, ଗ୍ରିନବାଡ଼ି, ଦାସିଂବାଡ଼ି, ସୋନପୁର, ସିର୍କାବର୍ଗ, ଦନେକବାଡ଼ି, କିରିକୁଟି, ବୁଡାଗୁଡ଼ା, ତିଲୋରୀ ଆଦି ପଞ୍ଚାୟତରେ ବହୁ ଘର କ୍ଷତିଗ୍ରସ୍ତ ହୋଇଛି।