ବ୍ରହ୍ମପୁର

ଭଞ୍ଜନଗର କଲେଜରେ ଅଧ୍ୟକ୍ଷ ସମ୍ମିଳନୀ

ଭଞ୍ଜନଗର କଲେଜରେ ଅଧ୍ୟକ୍ଷ ସମ୍ମିଳନୀ

ଭଞ୍ଜନଗର, ୧୮।୧୨(ଡି.ଏନ୍‌.ଏ.): ବିଭିନ୍ନ କଲେଜର ଅଧ୍ୟକ୍ଷମାନଙ୍କୁ ନେଇ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସୋମବାର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ଗଞ୍ଜାମ ଓ କନ୍ଧମାଳ ଜିଲାର ବିଭିନ୍ନ କଲେଜ ଅଧ୍ୟକ୍ଷ ଏବଂ ପରୀକ୍ଷା ଦାୟିତ୍ୱରେ ଥିବା ଅଧ୍ୟପକମାନେ ଯୋଗ ଦେଇଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଡ. ଏନ୍‌.କେ ତ୍ରିପାଠୀ, ପିଜି କାଉନ୍‌ସିଲ ଚେୟାରମ୍ୟାନ୍‌(ବ୍ରହ୍ମପୁର) ଡି.ପି ପଟ୍ଟନାୟକ, ସିଏଚ୍‌ଏସ୍‌ଇ ଡେପୁଟି ସେକ୍ରେଟାରୀ ଡ. କୁଳମଣି ଓଝା, ଅଧ୍ୟକ୍ଷ ଡ. ନୀଳାଞ୍ଚଳ ମୁନି ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟାପିକା ରାଜଲକ୍ଷ୍ମୀ ରଥ ସଭାକୁ ସଂଯୋଜନା କରିଥିଲେ।

All Right Reserved By

ବ୍ରହ୍ମପୁର

କର୍ପୋରେଟରଙ୍କ ଇସ୍ତଫା ଦାବି

କର୍ପୋରେଟରଙ୍କ ଇସ୍ତଫା ଦାବି

ବ୍ରହ୍ମପୁର ଅଫିସ,୧୯ା୭-ବ୍ର୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ୩ ନଂ. ୱାର୍ଡ ଧୋବାବନ୍ଧ ହୁଡା ରାଜୀବ ଆବାସ ଯୋଜନ (ଆର୍‌ଏୱାଇ) ତାଲିକାରୁ ହିତାଧିକାରୀଙ୍କ ନାମ ବାଦ୍‌ ଦିଆଯିବା ଘଟଣାରେ ସ୍ଥାନୀୟ କର୍ପୋରେଟରଙ୍କ ସମ୍ପୃକ୍ତି ରହିଥିବା କିଛି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

୨ ମାଛ ମାର୍କେଟରେ ଏଫ୍‌ଏସ୍‌ଓଙ୍କ ଯାଞ୍ଚ

୨ ମାଛ ମାର୍କେଟରେ ଏଫ୍‌ଏସ୍‌ଓଙ୍କ ଯାଞ୍ଚ

ବ୍ରହ୍ମପୁର ଅଫିସ,୧୯ା୭-ମାଛକୁ ସତେଜ ରଖିବା ପାଇଁ ଫର୍ମାଲିନ ନାମକ ବିଷାକ୍ତ ପଦାର୍ଥ ମିଶାଯାଉଛି। ଯାହା ଫଳରେ ମାଛ ବିଷାକ୍ତ ହେଉଥିବା ନେଇ ଅଭିଯୋଗ ପରେ ଜିଲା ଖାଦ୍ୟ ବିଭାଗ ପକ୍ଷରୁ ବ୍ରହ୍ମପୁରରେ ବିଭିନ୍ନ ମାଛ ମାର୍କେଟରେ ଯାଞ୍ଚ ହୋଇଛି।

ଏଣିକି ରବିବାର ସ୍କୁଲରେ ପାଠପଢ଼ା

ଏଣିକି ରବିବାର ସ୍କୁଲରେ ପାଠପଢ଼ା

ବ୍ରହ୍ମପୁର ଅଫିସ୍‌,୧୯ା୭- ଏଣିକି ରବିବାରଗୁଡ଼ିକରେ ମଧ୍ୟ ଖୋଲା ରହିବ ସ୍କୁଲ। ଶିକ୍ଷୟିତ୍ରୀ ଶିକ୍ଷକମାନେ ପାଠ ପଢ଼ାଇବେ। କ୍ରମାଗତ ଭାବେ ସରକାରୀ ସ୍କୁଲଗୁଡ଼ିକରେ ମାଟ୍ରିକ ପରୀକ୍ଷାଫଳ ଖରାପ ହେଉଥିବା ଯୋଗୁ ଏହାର ମୁକାବିଲା ପାଇଁ ଏଭଳି ପଦକ୍ଷେପ ନେଇଛି ଗଞ୍ଜାମ ଜିଲା ଶିକ୍ଷା ବିଭାଗ।

ନକଲି ପେଟ୍ରୋଲ,ଡିଜେଲ କାରଖାନାରେ ଚଢାଉ

ନକଲି ପେଟ୍ରୋଲ,ଡିଜେଲ କାରଖାନାରେ ଚଢାଉ

ପାଟପୁର,୧୯ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ପାଟପୁର ଥାନା ସାନଖେମୁଣ୍ଡି ତହସିଲ ଭାଲିଆଝୋଳି ଛକରେ ଚାଲିଥିବା ଏକ କିରୋସିନ ଓ ରାସାୟନିକ ପାଉଡର ମିଶ୍ରିତ ନକଲି ଡିଜେଲ ଓ ପେଟ୍ରୋଲ କାରଖାନା ଉପରେ ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଚଢାଉ କରାଯାଇଛି।

ଗୁଟ୍‌ଖା ବ୍ୟବସାୟୀଙ୍କୁ ମାଡ଼ ମାରି ଲୁଟ୍‌ ମାମଲାର ପର୍ଦ୍ଦାଫାଶ

ଗୁଟ୍‌ଖା ବ୍ୟବସାୟୀଙ୍କୁ ମାଡ଼ ମାରି ଲୁଟ୍‌ ମାମଲାର ପର୍ଦ୍ଦାଫାଶ

ଦିଗପହଣ୍ଡି,୧୯ା୭(ଡି.ଏନ.ଏ.)- ଦିଗପହଣ୍ଡି ଥାନା ମହୁଡ଼ା ଫାର୍ମାସି କଲେଜ ନିକଟରୁ ଗୁଟଖା ବ୍ୟବସାୟୀଙ୍କୁ ମାଡ଼ମାରି ୩ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ୟର ଖଇନି ପ୍ୟାକେଟ ଲୁଟ୍‌ ମାମଲାରେ ସମ୍ପୃକ୍ତ ୪ ଲୁଟେରାଙ୍କୁ ବୁଧବାର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।

କୁକୁଡାଖଣ୍ଡି ବିଡିଓଙ୍କ ବଦଳି ବାତିଲ ଦାବି, ଜିଲାପାଳଙ୍କୁ ଭେଟିଲେ ପଞ୍ଚାୟତ ପ୍ରତିନିଧି

କୁକୁଡାଖଣ୍ଡି ବିଡିଓଙ୍କ ବଦଳି ବାତିଲ ଦାବି, ଜିଲାପାଳଙ୍କୁ ଭେଟିଲେ ପଞ୍ଚାୟତ ପ୍ରତିନିଧି

ଛତ୍ରପୁର,୧୯।୭(ଡି.ଏନ.ଏ.)- ଗଞ୍ଜାମ ଜିଲା କୁକୁଡାଖଣ୍ଡି ବିଡିଓ ଶମ୍ଭୁନାଥ ନନ୍ଦିଙ୍କର ପୋଲସରା ବିଡିଓ ଭାବେ ବଦଳି ହୋଇଛି। ମଙ୍ଗଳବାର ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀଙ୍କ ଚିଠି (ନଂ.୧୩୩୨୦)ରୁ ଏହା ଜଣାପଡିଛି।

ବଢ଼ୁଛି ଋଷିକୁଲ୍ୟା ଜଳସ୍ତର, ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ

ବଢ଼ୁଛି ଋଷିକୁଲ୍ୟା ଜଳସ୍ତର, ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ

ଗଞ୍ଜାମ,୧୮।୭(ଡି.ଏନ.ଏ.)- ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ସହରକୁ ଲାଗିଥିବା ଋଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଉଛି। ଅନ୍ୟପଟେ ଆସନ୍ତା ୨୦ରେ ଆଉ ଏକ ଲଘୁଚାପ ଆସୁଥିବା ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସୂଚନା ପରେ ଋଷିକୁଲ୍ୟା ନଦୀତଟବର୍ତ୍ତୀ ଅଞ୍ଚଳ ପୁରୁଣାବନ୍ଧ, ପୋଡ଼ମପେଟା, ନିଉପୋଡ଼ମପେଟା ଏବଂ ଋଷିକୁଲ୍ୟା ବ୍ରିଜ ନିକଟବର୍ତ୍ତୀ ଦାମୋଦରପୁର ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି।

ସମବାୟ ଆପଣଙ୍କ ଦ୍ୱାରରେ

ସମବାୟ ଆପଣଙ୍କ ଦ୍ୱାରରେ

ପାଟପୁର,୧୮।୭(ଡି.ଏନ.ଏ.)- ଆସିକା ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ଲିମିଟେଡ ପାଟପୁର ଶାଖା ଅନ୍ତର୍ଗତ ମୌଳାଭଣଞ୍ଜା ପ୍ରାଥମିକ ସେବା ସମବାୟ ସମିତି ପରିସରରେ ଚାଷୀ ସଚେତନତା କାର୍ଯ୍ୟକ୍ରମ ସମବାୟ ଆପଣଙ୍କ ଦ୍ୱାରରେ ଅନୁଷ୍ଠିତ ହୋଇଯାଇଛି।

ଗୋଲାମୁଣ୍ଡୁଳା ବନ୍ଧ ନିଲାମ ବାତିଲ ପାଇଁ ଜିଲାପାଳଙ୍କୁ ଅଭିଯୋଗ

ବୁଗୁଡ଼ା,୧୮।୭(ଡି.ଏନ.ଏ.)- ବୁଗୁଡ଼ା ଏନ୍‌ଏସି ଗୋଲାମୁଣ୍ଡୁଳା ବନ୍ଧକୁ ମାଛ ଚାଷ ପାଇଁ କରାଯିବାକୁ ଥିବା ନିଲାମ ବାତିଲ ପାଇଁ ଗ୍ରାମବାସୀମାନେ ଲିଖିତ ଭାବେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏଥିସହିତ ଭଞ୍ଜନଗର ଉପଜିଲାପାଳ, ପୋଲସରା ବିଧାୟକ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି।

ହେରା ପଞ୍ଚମୀରେ ବାମନ, ନୃସିଂହ ଅବତାର

ହେରା ପଞ୍ଚମୀରେ ବାମନ, ନୃସିଂହ ଅବତାର

ଶେରଗଡ,୧୮।୭,(ଡି.ଏନ୍‌.ଏ.)- ଘୋଷଯାତ୍ରାରେ ଯାଇ ଚତୁର୍ଦ୍ଦାମୂର୍ତ୍ତି ଏବେ ଆଡପ ମଣ୍ଡପରେ ବିଜେ କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ହେରାପଞ୍ଚମୀ ନୀତି ପାଳିତ ହେବ। ଏହି ଅବସରରେ ବୁଧବାର ଠାକୁରଙ୍କୁ ବାମନ ଓ ନୃସିଂହ ବେଶରେ ସଜାଯାଇଛି। ଜନ୍ମ ବେଦୀରେ ଠାକୁରଙ୍କ ଏହି ବେଶ ଦେଖିବାକୁ ବେଶ୍‌ ଭିଡ ପରିଲକ୍ଷିତ ହୋଇଥିଲା। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ରଥଯାତ୍ରା କମିଟି ଓ ପୋଲିସ ପକ୍ଷରୁ ସ୍ବେଛାସେବୀ, ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି।

ମଦ ଜବତ ୨ ଗିରଫ

ମଦ ଜବତ ୨ ଗିରଫ

ଶେରଗଡ,୧୮।୭(ଡି.ଏନ୍‌.ଏ.)- ଶେରଗଡ ପୋଲିସ ମଙ୍ଗଳବାର ଦେଶୀମଦ ବିକ୍ରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାମହରି ସାହୁ ଓ ଜନାର୍ଦ୍ଦନ ପାଢୀ। ଶେରାଙ୍କୁଡା ଗ୍ରାମରେ ରାମହରିଙ୍କ ଦୋକାନରେ ପୋଲିସ ମଙ୍ଗଳବାର ରାତିରେ ଚଢାଉ କରିଥିଲା।

ଶେରଗଡରେ ବିଭିନ୍ନ ବ୍ୟାଙ୍କରେ ସୁରକ୍ଷା ଯାଞ୍ଚ

ଶେରଗଡ,୧୮।୭(ଡି.ଏନ୍‌.ଏ.)- ଶେରଗଡ ପୋଲିସ ପକ୍ଷରୁ ବୁଧବାର ଶେରଗଡ ବ୍ଲକରେ ଥିବା ବିଭିନ୍ନ ବ୍ୟାଙ୍କଗୁଡିକର ସୁରକ୍ଷା ଯାଞ୍ଚ କରାଯାଇଛି ା ଏହି ଯାଞ୍ଚ ସମୟରେ ବ୍ୟାଙ୍କ ଲକର ସୁବିଧା, ଏଟିଏମ୍‌ରେ ଗାର୍ଡ ମୁତୟନ, ଗ୍ରାହକଙ୍କ ସୁରକ୍ଷା ଦିଗରେ ବ୍ୟାଙ୍କ ଗୁଡିକ ପଦକ୍ଷେପ ନେଉଛନ୍ତିି ନା ନାହିଁ, ଟଙ୍କା ଉଠାଣ ଜମା ସମୟରେ ବ୍ୟାଙ୍କ କର୍ତ୍ତୁପକ୍ଷ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରୁଛନ୍ତି ନା ନାହିଁ ସେ ବିଷୟରେ ଆଲୋଚନା କରାଯାଇଥିଲା।

Model This Week

ରୂପେଶ