ବ୍ରହ୍ମପୁର

କୃଷିବହୁଳ ଜିଲାରେ ବିପର୍ଯ୍ୟସ୍ତ ସେଚ ବ୍ୟବସ୍ଥା

କୃଷିବହୁଳ ଜିଲାରେ ବିପର୍ଯ୍ୟସ୍ତ ସେଚ ବ୍ୟବସ୍ଥା
ବ୍ରହ୍ମପୁର ଅଫିସ,୧୭।୧୨- ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା କାର୍ଯ୍ୟକାରିଣୀ ବୈଠକ ରବିବାର ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଯାଇଛି। କୃଷି ବହୁଳ ଏହି ବୃହତ୍ତମ ଜିଲାରେ ଜଳସେଚନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଯାଇଥିବା ଏବଂ ରାଜ୍ୟ ସରକାରଙ୍କ ୧୭ ବର୍ଷର ଲଗାତର ଶାସନରେ ଗୋଟିଏ ବି ନୂଆ ସେଚ ପ୍ରକଳ୍ପ ନିର୍ମାଣ କରାଯାଇ ନ ଥିବାରୁ ରାଜନୈତିକ ଚିଠା ପ୍ରସ୍ତାବରେ ଅଭିଯୋଗ ହୋଇଛି। ଘନ ଘନ ପ୍ରାକୃତିକ ଦୁର୍ବିପାକରେ ବ୍ୟାପକ କ୍ଷତିଗ୍ରସ୍ତ ଲକ୍ଷ ଲକ୍ଷ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି ା ବିଭିନ୍ନ ସମୟରେ କୃଷକଙ୍କ ଆତ୍ମହତ୍ୟା ବଢ଼ି ଚାଲିଛି । ଏହାକୁ ରୋକିବାରେ ସରକାର ବିଫଳ ହୋଇଥିବା ସମାଲୋଚନା କରାଯାଇଛି। ଚାଷୀଙ୍କ କୃଷିଋଣ ସମ୍ପୂର୍ଣ୍ଣ ଛାଡ଼ କରିବା, ନଭେମ୍ବରରେ ଚକଡ଼ା ଓ ମାଟିଆ ଗୁଣ୍ଡି ପୋକ ଉପଦ୍ରବ ଏବଂ ଲଘୁଚାପ ଜନିତ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଏଯାବତ ଆର୍ଥିକ ସହାୟତା ମିଳି ନ ଥିବାରୁ ଆଉ ଏକ ପ୍ରସ୍ତାବରେ ଉଦବେଗ ପ୍ରକାଶ କରାଯାଇ ଏହା ସରକାରଙ୍କ ଚାଷୀ ବିରୋଧୀ ନୀତିକୁ ପଦାରେ ପକାଇ ଦେଇଥିବା କଟାକ୍ଷ କରାଯାଇଛି । ଏଥିରେ ଜିଲା ସଭାପତି କାହ୍ନୁ ଚରଣ ପତି ଅଧ୍ୟକ୍ଷତା କରିଥିଲେ ା ଏହି ଜିଲାରେ ଡ଼ାଲି ପରେ ଚାଉଳ ଦୁର୍ନୀତି ଆଉ ଏକ କଳଙ୍କ ସୃଷ୍ଟି କରିଥିବା ଅଭିଯୋଗ କରିଥିଲେ । ଧାନକ୍ରୟ କରୁଥିବା ଚାଷୀଙ୍କୁ ବସ୍ତା ପିଛା ରାଜ୍ୟ ସରକାର ୫ ଶହ ଟଙ୍କା ଲେଖାଏ ବୋନସ ଦେବାକୁ ଭାଜପାର ଦାବିକୁ ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଥିଲେ । ଭାଜପା ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ସାରଦା ପ୍ରସାଦ ଶତପଥୀ, ସମ୍ପାଦକ ବିଭୂତି ଭୂଷଣ ଜେନାଙ୍କ ସମେତ ନନ୍ଦ କିଶୋର ସାହୁ, କୁଞ୍ଜ ବିହାରୀ ପାଣିଗ୍ରାହୀ, ଶିଶିର ପାଢ଼ୀ, ଉଦୟ ନାଥ ପ୍ରଧାନ, ନମିତାରାଣୀ ପଣ୍ଡା, ମନୋରଞ୍ଜନ ଦ୍ୟାନ ସାମନ୍ତରା, ପ୍ରଭାତ ଷଡ଼ଙ୍ଗୀ, ସୁନୀଲ ସାହୁ, ସୁବାସିନୀ ପଟ୍ଟନାୟକ, ସିଦ୍ଧାନ୍ତ ଗଙ୍ଗଦେବ, ଧରଣୀ ବେହେରା, ମଦନ ମୋହନ ପାତ୍ର, ଗୋପୀନାଥ ପଣ୍ଡା, ଏନ. ରାଜେନ୍ଦ୍ର କୁମାର, ବବିତା ପାତ୍ର, ବନଜା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଗଞ୍ଜାମ ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କ ସମେତ ବିଭିନ୍ନ ମଣ୍ଡଳ ସଭାପତି ଓ ବିଭିନ୍ନ ଛାମୁଆ ସଂଗଠନର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ବୈଠକରେ ଉପସ୍ଥାପିତ ଚିଠା ପ୍ରସ୍ତାବରେ ସରକାରଙ୍କ ବିଭିନ୍ନ ବିଭାଗରେ ଖୋଲାଖୋଲି ଚାଲିଥିବା ପିସି (ଲାଞ୍ଚ) ବନ୍ଦ, ଅଙ୍ଗନୱାଡ଼ି କେନ୍ଦ୍ର ଓ ଶିକ୍ଷାନୁଷ୍ଠାନ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନରେ ପୁଷ୍ଟିକର ଖାଦ୍ୟ ଯୋଗାଇବା, ସମସ୍ତ ଦୁର୍ନୀତିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ବ୍ରହ୍ମପୁର ମହାନଗରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାର ସୁଧାର ଆଣିବା, ମଶା ଉପଦ୍ରବ ରୋକିବା ପାଇଁ ଦାବି କରାଯାଇଛି । ଦୀର୍ଘବର୍ଷରୁ ପ୍ରସ୍ତାବିତ ସହରରେ ସ୍ବେରେଜ ସିଷ୍ଟମ ତୁରନ୍ତ କାର୍ଯ୍ୟକାରୀ, ଶୋଚନୀୟ ହୋଇଯାଇଥିବା ଡ୍ରେନେଜଗୁଡ଼ିକର ପୁନଃ ନିର୍ମାଣ, ଏମକେସିଜି ମେଡିକାଲ କଲେଜରେ ଖାଲି ପଡ଼ିଥିବା ଡ଼ାକ୍ତର ଓ ବିଶେଷଜ୍ଞ ଚିକିତ୍ସକ ପଦବୀଗୁଡ଼ିକ ଅବିଳମ୍ବେ ପୂରଣ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଅନ୍ୟପକ୍ଷରେ ରେଶମ ନଗରୀ ସମେତ ଜିଲାରେ ବିକାଶ ନାମରେ ଚାଲିଥିବା ଶିଳାନ୍ୟାସ ଫଳକ ରାଜନୀତି ବନ୍ଦ ପାଇଁ ଦାବି କରାଯାଇଛି । ବିଭିନ୍ନ ଦୁର୍ନୀତିର ସିବିଆଇ ତଦନ୍ତ କରାଯିବାକୁ ଚିଠା ପ୍ରସ୍ତାବରେ ଦାବି କରାଯାଇଛି ।
All Right Reserved By

ବ୍ରହ୍ମପୁର

ଆସିକା ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଆସିକା ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଆସିକା, ୧୮ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଆସିକାରେ ତିତ୍‌ଲି ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଅଞ୍ଚଳକୁ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତ କରି ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝିଥିଲେ। 

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ଗଞ୍ଜାମ, ୧୮ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ବଡବଜାରରେ ଗଜଲକ୍ଷ୍ମୀ ପୂଜା ନିମନ୍ତେ ବୁଧବାର ରାତିରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି ା ବ୍ୟବସାୟୀ ସଂଘ ପକ୍ଷରୁ ଏହା ଆୟୋଜନ କରାଯାଉଛି । ଏହି ପୂଜା ୯ ଦିନ ଧରି ଚାଲିବ ।

ପାଣିରେ ବୁଡି ଦିବ୍ୟାଙ୍ଗଙ୍କ ମୃତ୍ୟୁ

ପାଣିରେ ବୁଡି ଦିବ୍ୟାଙ୍ଗଙ୍କ ମୃତ୍ୟୁ

ଭଞ୍ଜନଗର, ୧୮ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ନଡା ଗ୍ରାମର ଜଣେ ଦିବ୍ୟାଙ୍ଗଙ୍କର ଗୁରୁବାର ପାଣିରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିିଛି।

ତିତ୍‌ଲି ସହାୟତା ରାଶି ପାଇଁ ଲୋକଙ୍କ ଧାଡି

ତିତ୍‌ଲି ସହାୟତା ରାଶି ପାଇଁ ଲୋକଙ୍କ ଧାଡି

ଚନ୍ଦ୍ରଗିରି, ୧୮ା୧୦(ଡି.ଏନ.ଏ.)-ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରେ ତିତ୍‌ଲି ବାତ୍ୟାରେ ବହୁ ଧନଜୀବନ କ୍ଷୟକ୍ଷତି ହୋଇଥିଲା। ଲୋକେ ଏବେବି ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଛନ୍ତି। 

ବୁଗୁଡାରେ ଦୁର୍ଗାପୂଜା

ବୁଗୁଡାରେ ଦୁର୍ଗାପୂଜା

ବୁଗୁଡା, ୧୮ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ବୁଗୁଡା ଅଞ୍ଚଳରେ  ଦୁର୍ଗାପୂଜା ଜାକଜମକରେ ପାଳନ କରାଯାଉଛି। ବୁଗୁଡା ସହର ନୂତନ ବସ୍‌ଷ୍ଟାଣ୍ଡ, ମଦନମୋହନ ଛକ, ବିଦ୍ୟୁତ୍‌ କାର୍ଯ୍ୟାୟରେ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି । ଗୁରୁବାର ନବମୀ ପୂଜା ହେଉଥିବା ବେଳେ ଶୁକ୍ରବାର ଦଶମୀ ପୂଜା ଅନୁଷ୍ଠିତ ହେବ  । ଏହାକୁ ଦେଖିବାକୁ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି ।

ବ୍ରାହ୍ମଣଛାଇରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ବ୍ରାହ୍ମଣଛାଇରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ଶେରଗଡ, ୧୮ା୧୦(ଡି.ଏନ.ଏ.)- ଗଞ୍ଜାମ ଜିଲା ଶେରଗଡ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣଛାଇରେ ବୁଧବାର ସନ୍ଧ୍ୟାରୁ ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା ା

ଗୁଡିସର ଗ୍ରାମରେ ରିଲିଫ୍‌ ବଣ୍ଟନ

ଗୁଡିସର ଗ୍ରାମରେ ରିଲିଫ୍‌ ବଣ୍ଟନ

ଶେରଗଡ, ୧୮ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଶେରଗଡ ବ୍ଲକ ଅନ୍ତର୍ଗତ ଗୁଡିସର ଗ୍ରାମ ତିତ୍‌ଲି ବାତ୍ୟା ଓ ପରବର୍ତ୍ତୀ ସମୟରେ ହୋଇଥିବା ବନ୍ୟାରେ ବହୁ କ୍ଷତି ହୋଇଥିଲା ା

ଦୁର୍ଗାପୂଜା ପାଇଁ ରାଇକିଆ ଚଳଚଞ୍ଚଳ

ଦୁର୍ଗାପୂଜା ପାଇଁ ରାଇକିଆ ଚଳଚଞ୍ଚଳ

ରାଇକିଆ, ୧୮ା୧୦(ଡି.ଏନ.ଏ.)- କନ୍ଧମାଳ ଜିଲା ରାଇକିଆ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ା ପୂଜା କମିଟି ତରଫରୁ ମୁଖ୍ୟ ବଜାର ଛକରେ ଜାକଜକମର ଆୟୋଜନ କରାଯାଇଛି ା 

ମାଡ଼ ମାରି ମା’, ବାପାଙ୍କୁ ଘରୁ ବାହାର କଲେ ପୁଅ

ମାଡ଼ ମାରି ମା’, ବାପାଙ୍କୁ ଘରୁ ବାହାର କଲେ ପୁଅ

ଦାରିଙ୍ଗବାଡ଼ି,୧୮।୧୦,(ଡି.ଏନ.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି  ବ୍ଲକ ସୋନପୁର ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି ା ଜଣେ ପୁଅ ନିଶାସକ୍ତ ଅବସ୍ଥାରେ ତାଙ୍କ ମା’ ବାପାଙ୍କୁ ଭିଷଣ ମାଡ଼ ମାରିବା ସହ ଘରୁ ବାହାର କରି ଦେଇଛନ୍ତି ା

ଗରମପାଣି ଢାଳି ହୋଇ ମହିଳା ଗୁରୁତର

ଗରମପାଣି ଢାଳି ହୋଇ ମହିଳା ଗୁରୁତର

ଦିଗପହଣ୍ଡି, ୧୮ା୧୦(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ଆଙ୍କୋରୋଡା ପଞ୍ଚାୟତ ରାଜପୁର ଗ୍ରାମରେ ଗୁରୁବାର ଗରମପାଣି ଢାଳି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। 

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଆସିକା ଗସ୍ତ

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଆସିକା ଗସ୍ତ

ଆସିକା, ୧୮ା୧୦(ଡି.ଏନ.ଏ.)-ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଗୁରୁବାର ପୂର୍ବାହ୍ନରେ ଆସିକା ବନ୍ୟାଞ୍ଚଳ ପରିଦର୍ଶନରେ ଆସିଥିଲେ।

ଭଞ୍ଜ ସଙ୍ଗୀତ ଆସର

ଭଞ୍ଜ ସଙ୍ଗୀତ ଆସର

ଭଞ୍ଜନଗର,୧୮।୧୦(ଡି.ଏନ୍‌.ଏ.-ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ପୋଲସରା ନିକଟସ୍ଥ ଗୁଡ଼ିଆପଲ୍ଲୀଠାରେ ବୁଧବାର ସନ୍ଧ୍ୟାରେ ଭଞ୍ଜ ସଙ୍ଗୀତ ଆସର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଗୁରୁ ରଙ୍କନିଧି ବେହେରା ଉଦ୍ଘାଟନ କରିଥିଲେ ।