Dharitri News
ବାଲେଶ୍ୱର

ମୟୁରଭଞ୍ଜ ଭଲିବଲ ଦଳର କାମାକ୍ଷାନଗର ଗସ୍ତ

ମୟୁରଭଞ୍ଜ ଭଲିବଲ ଦଳର କାମାକ୍ଷାନଗର ଗସ୍ତ ବାରିପଦା ଅଫିସ,୧୮।୧୨- ମୟୂରଭଞ୍ଜ ଆଥ୍‌ଲେଟିକ ଆସୋସିଏଶନ ଆନୁକୂଲ୍ୟରେ ଗତ ମାସ ୧୦ତାରିଖରୁ ଚାଲିଥିବା ଭଲିବଲ ଚୟନ ଶିବିରରୁ ୧୨ ପୁରୁଷ ଓ ୧୨ଜଣିଆ ମହିଳା ଦଳ ବଛାଯାଇଥିଲା। ଏହି ଦଳ କୋଚ ଏବଂ ମ୍ୟାନେଜର ବ୍ରଜକିଶୋର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ କାମାମକ୍ଷାନଗର ଗ୍ରସ୍ତ କରିଛି। ଚୟନ ହୋଇଥିବା ପୁରୁଷ ଦଳରେ ଅନାଦି ଚରଣ ଜେନା,ବିନୋଦ ବେହେରା,ଚନ୍ଦନ କୁମାର ଜେନା, ଦେବାଶିଷ ଘୋଷ, ଦେବ କୁମାର ନାୟକ, ଧରଣୀଧର ବେହେରା, ହରିଶଙ୍କର ନାୟକ, ଲିଟୁ ମହାନ୍ତ, ମନୋଜ କୁମାର ଲେଙ୍କା, ନିହାର ରନ ମହଲା, ସତ୍ୟଜିତ ଦତ୍ତ ଏବଂ ସୌମ୍ୟରଞ୍ଜନ ମହାଲା ରହିଛନ୍ତି। ସେହିପରି ମହିଳା ଦଳରେ ବିପ୍ଳବୀ ସିଂ, ଦେବସ୍ମିତା ସାହୁ, ଦୀପା ମହାନ୍ତ, ଲିପିକା ରାଣୀ ବେହେରା, ମଧୁସ୍ମିତା ଦଳେଇ, ମିତାଲୀ ରାଣୀ ଦାସ, ନିର୍ମଳା ଜେନା, ପାର୍ବତୀ ସିଂ, ଶୁଭଲକ୍ଷ୍ମୀ ଗୋଛାୟତ ଏବଂ ତପସ୍ବନୀ ନାୟକ ପ୍ରମୁଖ ସ୍ଥାନ ପାଇଛନ୍ତି। ଏଥିପାଇଁ ଉଭୟ ଦଳକୁ ମୟୂରଭଞ୍ଜ ଆଥଲେଟିକ ଆସୋସିଏଶନର ସାଧାରଣ ସମ୍ପାଦକ କିଶୋର କୁମାର ବିଶ୍ୱାଳ ଏବଂ କାଉନସିଲ ସଦସ୍ୟ ପ୍ରବୀର କୁମାର ବିଶ୍ୱାସ, ଜଲା ଚୟନ ଶିବିର ସହଯୋଗକାରୀ ଆଶୁତୋଷ ପଣ୍ଡା, ଅଭୟ ମହାପାତ୍ର, ସୁକାନ୍ତ କୁମାର ଦେ ପ୍ରମୁଖ ଶୁଭେଛା ଜଣାଇଛନ୍ତି।

ବାଲେଶ୍ୱର

ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବାରିପଦା ଅଫିସ, ୧୯।୧: ବାରିପଦା ଟାଉନ ଥାନା ଅଧୀନ ପାଳବଣି ଗୋଲେଇ ତଥା ୧୮ ନମ୍ବର ଜାତୀୟ ରାଜପଥ କଡ଼ରୁ ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।

ବସ୍‌ ଯାତ୍ରୀଙ୍କଠାରୁ ୩୯ ହଜାର ଲୁଟ

ରାଇସୁଆଁ,୧୮।୧(ଡି.ଏନ.ଏ.)-କେନ୍ଦୁଝର ଜିଲାକୁ ପଶ୍ଚିମବଙ୍ଗ ଅଞ୍ଚଳରୁ ବହୁ ଲୋକ କାମ ଧନ୍ଧା କରିବା ପାଇଁ ଆସୁଥିବା ବେଳେ ସେମାନଙ୍କୁ କେତେକ ଲୁଟେରା ଟାର୍ଗେଟ କରୁଛନ୍ତି।

ଶୀତରେ ଥରୁଛି କେନ୍ଦୁଝର

କେନ୍ଦୁଝର,୧୮।୧(ସ୍ବ.ପ୍ର.)-ଗତ କେତେଦିନ ହେଲା କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳରେ ପୁଣି ତାପମାତ୍ରା ହ୍ରାସ ପାଇଛି। ଫଳରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି। ଦୁର୍ଗମ ପାହାଡ଼ ଓ ଜଙ୍ଗଲାଞ୍ଚଳରେ ତାପମାତ୍ର ବହୁ ତଳକୁ ଖସିଆସୁଥିବାରୁ ପଡ଼ିଆ, ଗଛଡାଳ, ପତ୍ର ଆଦିରେ ତୁଷାରର ଆସ୍ତରଣ ଦେଖିବାକୁ ମିଳୁଛି।

‘ଏ ଯୁଗର ଯଶୋଦା’ ରୁକ୍ମିଣୀଙ୍କ ପରଲୋକ

‘ଏ ଯୁଗର ଯଶୋଦା’ ରୁକ୍ମିଣୀଙ୍କ ପରଲୋକ

ଭଦ୍ରକ ଅଫିସ,୧୮।୧ - ଏ ଯୁଗର ଯଶୋଦା ଭାବେ ପରିଚିତ ଥିଲେ ଭଦ୍ରକ ଚରମ୍ପା ଅଞ୍ଚଳର ରୁକି୍ମଣୀ ନାୟକ(୬୦)। ବୁଧବାର ସନ୍ଧ୍ୟାରେ ଘରେ କାମ କରୁଥିବା ସମୟରେ ପଡି ଯାଇ ସେ ଅସୁସ୍ଥ ହୋଇପଡିଥିଲେ । ସାହି ପଡୋଶୀମାନେ ତାଙ୍କୁ ଜିଲା ଚିକିତ୍ସାଳୟକୁ ଆଣିଥିଲେ।

 ଛାତ୍ରୀଛାତ୍ର ଦେଶର ଉଜ୍ଜ୍ୱଳ ଭବିଷ୍ୟତ

ଛାତ୍ରୀଛାତ୍ର ଦେଶର ଉଜ୍ଜ୍ୱଳ ଭବିଷ୍ୟତ

ବାସୁଦେବପୁର,୧୮।୧(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ଅଟଳବିହାରୀ ମହାବିଦ୍ୟାଳୟର ୫୪ତମ ବାର୍ଷିକ ଉତ୍ସବ ଛାତ୍ର ସଂସଦ ଓ ନାଟ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଗୁରୁବାର ଅନୁଷ୍ଠିତ ହୋଇଛି। ଏହି ସମାରୋହରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ।

ରଟନ୍ତି କାଳୀପୂଜା ପାଇଁ ଝଲସୁଛି ଅସୁରାଳୀ

ରଟନ୍ତି କାଳୀପୂଜା ପାଇଁ ଝଲସୁଛି ଅସୁରାଳୀ

ଧାମନଗର,୧୮। ୧(ଡି.ଏନ.ଏ.)-ପ୍ରସିଦ୍ଧ ରଟନ୍ତି କାଳୀପୂଜା ଲାଗି ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳୀ ବଜାର ଚଳଚଞ୍ଚଳ ହୋଇଉଠିଛି। ରଙ୍ଗିନ ଆଲୋକମାଳରେ ଝଟକୁଛି ପୂଜାମଣ୍ଡପ। ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଯୋଗୁ ପରିବେଶ ଉତ୍ସବମୁଖର ହୋଇଉଠିଛି।

ଆରଡ଼ିରେ ଆକର୍ଷଣ ମକର ପୋଡ଼ପିଠା

ଆରଡି, ୧୮।୧ (ଡି.ଏନ.ଏ.)-ଭଦ୍ରକ ଜିଲାସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ିରେ ଦୈନନ୍ଦିନ ପୂଜା ନୀତିରେ ବାଲ୍ୟଭୋଗ, ବଡଭୋଗ ସମେତ ବିଭିନ୍ନ ଭୋଗ ଲାଗି ହୋଇଥାଏ। ପୀଠରେ ପ୍ରସ୍ତୁତ ଘର୍ଷଣ ଭୋଗର ବହୁ ପ୍ରସିଦ୍ଧି ରହିଛି।

ରେଲଓ୍ବେ ଜାଗାରେ ଅବହେଳିତ ଶ୍ମଶାନ

ରେଲଓ୍ବେ ଜାଗାରେ ଅବହେଳିତ ଶ୍ମଶାନ

ଭଦ୍ରକ ଅଫିସ, ୧୮।୧- ସହରାଞ୍ଚଳର ସାମଗ୍ରିକ ଉନ୍ନତି ଲାଗି ଗୁରୁତ୍ୱ ଦିଆଯାଉଥିବା ବେଳେ ଭଦ୍ରକ ପୌରାଞ୍ଚଳରେ ଭିତ୍ତିଭୂମିର ଆବଶ୍ୟକ ବିକାଶ କରାଯାଉ ନାହିଁ। ଦିନକୁ ଦିନ କଳେବର ବୃଦ୍ଧି ସାଙ୍ଗକୁ ସହର ଜନାକୀର୍ଣ୍ଣ ହେଉଥିବା ଶବ ସତ୍କାର ଲାଗି ଏଠାକାର ସହରବାସୀଙ୍କୁ ଆବଶ୍ୟକ ସୁବିଧା ମିଳୁ ନାହିଁ ।

ଚୋରା ମଦ କାରବାର ବନ୍ଦ କର, ନଚେତ ଆନ୍ଦୋଳନ

ଚୋରା ମଦ କାରବାର ବନ୍ଦ କର, ନଚେତ ଆନ୍ଦୋଳନ

ଔପଦା,୧୮।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ବଡ଼ପୋଖରୀ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚୋରା ଓ ନକଲି ମଦ କାରବାର ଅବାଧରେ ଚାଲିଛି। ଏହାକୁ ବନ୍ଦ କରିବା ପାଇଁ ୧୦ରୁ ଊର୍ଦ୍ଧ୍ୱ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକାଠି ହୋଇଛନ୍ତି।

ବାସି ଖାଦ୍ୟ ଖାଇ ୧୨ ଶିଶୁ ଗୁରୁତର

ବାସି ଖାଦ୍ୟ ଖାଇ ୧୨ ଶିଶୁ ଗୁରୁତର

ବାଲେଶ୍ୱର ଅଫିସ,୧୮।୧-ବାଲେଶ୍ୱର ସହଦେବଖୁଣ୍ଟା ଥାନା ବାଲିଆ ଅଞ୍ଚଳ ଗୁଡ଼ିପଦା ବସ୍ତିର ଲୋକମାନେ ଭୋଜିରେ ବଳିଥିବା ବାସି ଖାଦ୍ୟ ଖାଇ ୧୨ ଶିଶୁ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଟ୍ରେନ୍‌ରେ କଟି ଯୁବକ ମୃତ

ରୂପ୍‌ସା,୧୮।୧(ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡ଼ିଭିଜନ୍‌ ଅନ୍ତର୍ଗତ ବାଲେଶ୍ୱର ଓ ହଳଦୀପଦା ରେଳଷ୍ଟେଶନ ମଝିରେ ଗୁରୁବାର ଜିଆର୍‌ପି ଥାନା ପୋଲିସ ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।

 ମାଣତ୍ରୀ ଶିବରାତ୍ରି ମେଳା ପ୍ରସ୍ତୁତି ବୈଠକ

ମାଣତ୍ରୀ ଶିବରାତ୍ରି ମେଳା ପ୍ରସ୍ତୁତି ବୈଠକ

ବଡ଼ସାହି,୧୭। ୧(ସ୍ବ.ପ୍ର.)- ଉତ୍ତର ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ମାଣତ୍ରୀସ୍ଥିତ ବାବା କଖାରୁଆ ବୈଦ୍ୟନାଥ ମନ୍ଦିରରେ ଫେବୃୟାରୀ ୧୪ତାରିଖରେ ଶିବରାତ୍ରି ଅନୁଷ୍ଠିତ ହେବ । ଏ ନେଇ ନାଟ୍ୟ ମନ୍ଦିରରେ ମୟୂରଭଞ୍ଜର ଅତିରିକ୍ତ ଜିଲାପାଳ ଗଙ୍ଗାଧର ନାୟକଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମେଳା ପଡିଆର ନିଲାମ ଦୁଇଟି ଧାର୍ଯ୍ୟ ଦିବସରେ ହୋଇପାରି ନ ଥିବାରୁ ଆସନ୍ତା ୨୦ତାରିଖରେ ପୁନର୍ବାର ନିଲାମ ତାରିଖ ଧାର୍ଯ୍ୟ କରାଯାଇଛି ।