Dharitri News
ବାଲେଶ୍ୱର

ପୋଡ଼ିହୋଇ ବୃଦ୍ଧା ମୃତ

ପୋଡ଼ିହୋଇ ବୃଦ୍ଧା ମୃତ ରାଇରଙ୍ଗପୁର, ୧୮। ୧୨ (ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋରୁମଇଷାଣି ଥାନା ଲୁହାଶିଳା ଗ୍ରାମର ଗୋହାନୀ ପାତ୍ର (୭୦) ନାମ୍ନୀ ଜଣେ ବୃଦ୍ଧା ଚୁଲି ନିଆଁରେ ପୋଡ଼ିହୋଇ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଗୋହାନୀ ରବିବାର ରାତିରେ ଚୁଲି ପାଖରେ ବସିଥିବା ବେଳେ ତାଙ୍କ ଲୁଗାରେ ନିଆଁ ଲାଗିଯାଇଥିଲା। ତାଙ୍କ ଦେହର ପ୍ରାୟ ୭୦ ଭାଗ ପୋଡ଼ିଯାଇଥିଲା। ପୋଲିସ ହସ୍ପିଟାଲରେ ପହଞ୍ଚତ୍ ମୃତଦେହ ବ୍ୟବଚ୍ଛେଦ କରାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ବାଲେଶ୍ୱର

ଚୋରା ମଦ କାରବାର ବନ୍ଦ କର, ନଚେତ ଆନ୍ଦୋଳନ

ଚୋରା ମଦ କାରବାର ବନ୍ଦ କର, ନଚେତ ଆନ୍ଦୋଳନ

ଔପଦା,୧୮।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ବଡ଼ପୋଖରୀ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚୋରା ଓ ନକଲି ମଦ କାରବାର ଅବାଧରେ ଚାଲିଛି। ଏହାକୁ ବନ୍ଦ କରିବା ପାଇଁ ୧୦ରୁ ଊର୍ଦ୍ଧ୍ୱ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକାଠି ହୋଇଛନ୍ତି।

ବାସି ଖାଦ୍ୟ ଖାଇ ୧୨ ଶିଶୁ ଗୁରୁତର

ବାସି ଖାଦ୍ୟ ଖାଇ ୧୨ ଶିଶୁ ଗୁରୁତର

ବାଲେଶ୍ୱର ଅଫିସ,୧୮।୧-ବାଲେଶ୍ୱର ସହଦେବଖୁଣ୍ଟା ଥାନା ବାଲିଆ ଅଞ୍ଚଳ ଗୁଡ଼ିପଦା ବସ୍ତିର ଲୋକମାନେ ଭୋଜିରେ ବଳିଥିବା ବାସି ଖାଦ୍ୟ ଖାଇ ୧୨ ଶିଶୁ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଟ୍ରେନ୍‌ରେ କଟି ଯୁବକ ମୃତ

ରୂପ୍‌ସା,୧୮।୧(ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡ଼ିଭିଜନ୍‌ ଅନ୍ତର୍ଗତ ବାଲେଶ୍ୱର ଓ ହଳଦୀପଦା ରେଳଷ୍ଟେଶନ ମଝିରେ ଗୁରୁବାର ଜିଆର୍‌ପି ଥାନା ପୋଲିସ ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।

 ମାଣତ୍ରୀ ଶିବରାତ୍ରି ମେଳା ପ୍ରସ୍ତୁତି ବୈଠକ

ମାଣତ୍ରୀ ଶିବରାତ୍ରି ମେଳା ପ୍ରସ୍ତୁତି ବୈଠକ

ବଡ଼ସାହି,୧୭। ୧(ସ୍ବ.ପ୍ର.)- ଉତ୍ତର ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ମାଣତ୍ରୀସ୍ଥିତ ବାବା କଖାରୁଆ ବୈଦ୍ୟନାଥ ମନ୍ଦିରରେ ଫେବୃୟାରୀ ୧୪ତାରିଖରେ ଶିବରାତ୍ରି ଅନୁଷ୍ଠିତ ହେବ । ଏ ନେଇ ନାଟ୍ୟ ମନ୍ଦିରରେ ମୟୂରଭଞ୍ଜର ଅତିରିକ୍ତ ଜିଲାପାଳ ଗଙ୍ଗାଧର ନାୟକଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମେଳା ପଡିଆର ନିଲାମ ଦୁଇଟି ଧାର୍ଯ୍ୟ ଦିବସରେ ହୋଇପାରି ନ ଥିବାରୁ ଆସନ୍ତା ୨୦ତାରିଖରେ ପୁନର୍ବାର ନିଲାମ ତାରିଖ ଧାର୍ଯ୍ୟ କରାଯାଇଛି ।

 ୫ ମାସ ଶିଶୁପୁତ୍ରର ପତ୍ତା ମିଳୁନି

୫ ମାସ ଶିଶୁପୁତ୍ରର ପତ୍ତା ମିଳୁନି

ବାରିପଦା ଅଫିସ,୧୮।୧-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସହର ଧରମଗଳିରେ ଜଣେ ମହିଳାଙ୍କୁ ବଳାତ୍କାର ପରେ ନିଅଁ।ରେ ପୋଡ଼ି ହତ୍ୟା କରାଯିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ରାଇରଙ୍ଗପୁର ଥାନା ପୋଲିସ ଏହି ଘଟଣାରେ ମହିଳାଙ୍କ ଶ୍ୱଶୁର ରାମଗୋପାଳ ଖେମକାଙ୍କୁ ଗତ ଶନିବାର ଗିରଫ କରିଥିବା ବେଳେ ତାଙ୍କ ସ୍ବାମୀ ଅବିନାଶ ଖେମକା ବୁଧବାର ଥାନାରେ ଆତ୍ମସମର୍ପଣ କରିଛନ୍ତି। ମୃତା ମହିଳାଙ୍କ ୫ ମାସର ଶିଶୁପୁତ୍ର ଏବେ କେଉଁଠି ତାହାର ପତ୍ତା ମିଳୁନାହିଁ, ଯାହାକି ଘଟଣାକୁ ଅଧିକ ଗମ୍ଭୀର କରିଛି।

ଟ୍ରକ- ଟ୍ୟାଙ୍କର ଧକ୍କା : ୨ ଡ୍ରାଇଭର ଗୁରୁତର

ବାଙ୍ଗିରିପୋଷି,୧୮।୧(ଡି.ଏନ.ଏ.)- ବାଙ୍ଗିରିପୋଷି ମା’ ଦୁଆରଶୁଣୀ ଘାଟିରେ ଗୁରୁବାର ରାତିରେ ଏକ ଟ୍ରକ ଓ ଟ୍ୟାଙ୍କର ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି। ଏଥିରେ ଉଭୟ ଗାଡି ଡ୍ରାଇଭର ଗୁରୁତର ହୋଇଛନ୍ତି ।

ଡୁଙ୍ଗୁରା ଦର୍ଶନ ପ୍ରସାଦ ହାଇସ୍କୁଲର ସାମ୍ବତ୍ସରିକ ଉତ୍ସବ

ଡୁଙ୍ଗୁରା ଦର୍ଶନ ପ୍ରସାଦ ହାଇସ୍କୁଲର ସାମ୍ବତ୍ସରିକ ଉତ୍ସବ

ଖଇରା, ୧୮।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଡୁଙ୍ଗୁରା ଦର୍ଶନ ପ୍ରସାଦ ହାଇସ୍କୁଲର ସାମ୍ବତ୍ସରିକ ଉତ୍ସବ ଅବସରରେ ବୁଧବାର ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସଡକ ସୁରକ୍ଷା ସପ୍ତାହ ପାଳିଲେ ଛାତ୍ରୀଛାତ୍ର

ନୀଳଗିରି, ୧୮।୧(ଡି.ଏନ.ଏ.)-ଜାତୀୟ ସଡକ ସୁରକ୍ଷା ଉଦ୍‌ଯାପନୀ ଦିବସ ଅବସରରେ ବାଲେଶ୍ୱର ଜିଲା ନୀଳଗିରି କଲେଜର ଯୁବ ରେଡକ୍ରସ ଓ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଛାତ୍ରୀଛାତ୍ରଙ୍କ ନେଇ ସଚେତନତା ଶୋଭାଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।

ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ନୀଳଗିରି, ୧୮।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ କେନ୍ଦୁଖୁଣ୍ଟା ଗାଁର ଜନୈକ କଲେଜ ଛାତ୍ରଙ୍କ ଗୁରୁବାର ମୃତ୍ୟୁ ଘଟିଛି। ସେ ହେଲେ ତାପସ ଦେହୁରୀ(୨୧)। ତାପସ ମିତ୍ରପୁରସ୍ଥିତ ସୂର୍ଣ୍ଣଚୂଡ଼ କଲେଜର ଯୁକ୍ତ ୩ କଳାର ଦ୍ୱିତୀୟ ବର୍ଷର ଛାତ୍ର।

ମଝି ରାସ୍ତାରେ ଜଳିଲା କାର

ମଝି ରାସ୍ତାରେ ଜଳିଲା କାର

ବାଲେଶ୍ୱର ଅଫିସ,୧୮।୧: ଭୁବନେଶ୍ୱରରୁ ବାଲେଶ୍ୱର ଆସୁଥିବା ଏକ କାର ରାସ୍ତା ମଝିରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଇଣ୍ଡଷ୍ଟ୍ରିଆଲ ଛକଠାରେ ଗୁରୁବାର ମଧ୍ୟାହ୍ନରେ ଜଳିଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ଯୋଗଦେଲେ ନୂଆ ଜିଲାପାଳ

ଯୋଗଦେଲେ ନୂଆ ଜିଲାପାଳ

ବାଲେଶ୍ୱର ଅଫିସ,୧୮।୧: ବାଲେଶ୍ୱର ନୂତନ ଜିଲାପାଳ ଭାବେ ରମେଶ କୁମାର ରାଉତ ଗୁରୁବାର ପୂର୍ବାହ୍ନ ୧୧ଟାରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପ୍ରଥମେ ସେ ରେମୁଣାସ୍ଥିତ ଗୋପୀନାଥ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

କେନ୍ଦୁଝର ବନଖଣ୍ଡରେ ୩୩୮୩ ପକ୍ଷୀ  ଚିହ୍ନଟ

କେନ୍ଦୁଝର ବନଖଣ୍ଡରେ ୩୩୮୩ ପକ୍ଷୀ ଚିହ୍ନଟ

କେନ୍ଦୁଝର,୧୭।୧(ସ୍ବ.ପ୍ର.)-କେନ୍ଦୁଝର ବନଖଣ୍ଡର ୫ ବନାଞ୍ଚଳରେ ସମୁଦାୟ ୨୭ ଜାତିର ୩୩୮୩ଟି ଦେଶୀ ଓ ବିଦେଶୀ ପକ୍ଷୀ ରହିଛନ୍ତି। ଏ ନେଇ ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା କରି ଚିହ୍ନଟ କରାଯାଇଛି।