ବାଲେଶ୍ୱର

ପୋଲିସ ଚଢ଼ାଉ ବେଳେ ଧାଁଧପଡ଼ କରି ୩ରୁ ଅଧିକ ଲୋକ ଆହତ

ପୋଲିସ ଚଢ଼ାଉ ବେଳେ ଧାଁଧପଡ଼ କରି ୩ରୁ ଅଧିକ  ଲୋକ ଆହତ
ବାରିପଦା ଅଫିସ,୧୮।୧୨- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁରରେ ଗତ ୧୫ ଦିନ ହେବ ଖୋଲିଥିବା ଏକ ବିଦେଶୀ ଠିପି ବନ୍ଦ ମଦ ଦୋକାନ ନିକଟରେ ରବିବାର ରାତି ପ୍ରାୟ ୯ଟା ବେଳେ ପୋଲିସ ଗାଡିରେ କେତେକ କର୍ମଚାରୀ ପହଞ୍ଚି ହଠାତ୍‌ ସେଠାରେ ଥିବା କେତେକ ଲୋକଙ୍କୁ ମାରିବା ଲାଗି ଗୋଡାଇଥିଲେ। ରାସ୍ତାରେ ଯାଉଥିବା ଲୋକେ ପୋଲିସ ଆକ୍ରୋଶରୁ ବାଦ ପଡି ନ ଥିଲେ। ଏହି ଘଟଣାରେ ଭୟଭୀତ ହୋଇ ଲୋକେ ଧାଁଧପଡ଼ କରିଥିଲେ। ଫଳରେ ରାସ୍ତାରେ ପଡିଯାଇ ୩ଜଣରୁ ଅଧିକ ବ୍ୟକ୍ତି ଖଣ୍ଡିଆ ଖାବରା ହୋଇଛନ୍ତି। ଜଣେ ଆହତ ବ୍ୟକ୍ତି ଡାକ୍ତରଖାନା ଯାଇ ଚିକତ୍ସିତ ହୋଇଛନ୍ତି। ପୋଲିସର ଉଗ୍ର ରୂପ ଦେଖି ଲୋକେ ଡରି ଯାଇଥିବାରୁ ଏ ନେଇ କିଛି ଅଭିଯୋଗ କରି ନ ଥିବା କହିଛନ୍ତି। ପୋଲିସ ଚଢାଉ ପରେ ମଦ ଦୋକାନ ବନ୍ଦ ମଧ୍ୟ ହୋଇଯାଇଥିଲା। ଅବକାରୀ ବିଭାଗର ଅଧିକାରୀଙ୍କ ହସ୍ତକ୍ଷେପ ପରେ ସୋମବାର ଅପରାହ୍ନରେ ଏହି ଦୋକାନ ଖୋଲିଛି। ରାସଗୋବିନ୍ଦପୁରରେ କିଛିବର୍ଷ ହେବ ଚାଲିଥିବା ଚୋରା ମଦ ବେପାର ଏବେ ଏକପ୍ରକାର ବନ୍ଦ ହୋଇ ଯାଇଥିବାରୁ ସମ୍ପୃକ୍ତ ମାଫିଆଙ୍କ ପ୍ରରୋଚନାରେ ପୋଲିସ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ରାସଗୋବିନ୍ଦପୁର ଭାରପ୍ରାପ୍ତ ଥାନା ଅଧିକାରୀ ଜିତେନ୍ଦ୍ର ସେଠୀଙ୍କୁ ପଚାରିବାରୁ କହିଛନ୍ତି ଯେ, ଗତ କିଛିଦିନ ହେବ ଏ ଅଞ୍ଚଳରେ ଚୋର ଓ ଅସାମାଜିକ ଲୋକେ ସକ୍ରିୟ ହୋଇଉଠିଛନ୍ତି। ଏଣୁ ସେ ନିଜେ ରବିବାର ରାତିରେ ପାଟ୍ରୋଲିଂ କରିବାକୁ ଯାଇଥିଲେ। ଉକ୍ତ ମଦ ଦୋକାନ ଠିପି ବନ୍ଦ ମଦ ଦୋକାନ ହୋଇଥିଲେ ବି ସେଠାରେ କେତେକ ଲୋକ ବସି ମଦ ପିଉଥିଲେ। ପୋଲିସ ପହଞ୍ଚିବା ଦେଖି ସେମାନେ ଦୌଡି ପଲାଇଥିଲେ। ପୋଲିସ କାହାକୁ ମାଡ ମାରିନି। ସେମାନେ ଦୌଡାଦୌଡି କରୁଥିବା ବେଳେ ପଡି ଆହତ ହୋଇଛନ୍ତି।
All Right Reserved By

ବାଲେଶ୍ୱର

ଚାଷ ଜମିକୁ ହେଉନି ଜଳସେଚନ

ଚାଷ ଜମିକୁ ହେଉନି ଜଳସେଚନ

କେନ୍ଦୁଝର, ୨୦ା୧ (ସ୍ବ.ପ୍ର.)-ପାଟଣା ବ୍ଲକ ଏରେଣ୍ଡେଇ ଗ୍ରାମର ଆଦିବାସୀ ଚାଷୀ ମାନଙ୍କ ଆଗ୍ରହ ଥିଲେ ହେଁ ଜଳସେଚନ ବ୍ୟବସ୍ଥା ନ ଥିବାରୁ ସେମାନେ ଚାଷକାର୍ଯ୍ୟ କରିପାରୁନାହାନ୍ତି। 

କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ: ଆଦିମାତା ଚାମ୍ପିୟନ୍‌

କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ: ଆଦିମାତା ଚାମ୍ପିୟନ୍‌

ଆନନ୍ଦପୁର,୨୦। ୧(ସ୍ବ.ପ୍ର.)-  ଆନନ୍ଦପୁର ୩ ନମ୍ବର ଓାର୍ଡ ଡାହାଣିବଣିଆ ଖେଳପଡିଆଠାରେ ଆଦିମାତା କ୍ରିକେଟ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। 

କଟା ଚାଲୁଛି, ଲାଗୁନି ନୂଆ ଗଛ

କଟା ଚାଲୁଛି, ଲାଗୁନି ନୂଆ ଗଛ

କେନ୍ଦୁଝର, ୨୦ା୧ (ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ଖଣିଖାଦାନ, ଶିଳ୍ପ ପରେ ରାସ୍ତା ପାଇଁ ବହୁ ପୁରୁଣା ଓ ନାମୀଦାମୀ ଗଛ ଧରାଶାୟୀ ହୋଇସାରିଛି| 

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲା: ବଳାତ୍କାରୀଙ୍କୁ ୭, ସହଯୋଗୀଙ୍କୁ ୫ ବର୍ଷ ଜେଲ୍‌

ଭଦ୍ରକ ଅଫିସ, ୨୦।୧ - ଭଦ୍ରକ ସ୍ପେଶାଲ ଟ୍ରାକ୍‌ ଜଜ୍‌ ଜନକ ରାଉତ ଏକ ନାବାଳିକାଙ୍କୁ  ଅପହରଣ ପରେ ବଳାତ୍କାର ମାମଲାର ବିଚାର କରି ଶନିବାର ବଳାତ୍କାରୀଙ୍କୁ ୭ ଓ ସହଯୋଗୀଙ୍କୁ ୫ବର୍ଷ ଜେଲ୍‌ ଦଣ୍ଡ ଶୁଣାଣି କରିଛନ୍ତି। 

ଫି’ ବୃଦ୍ଧି ପ୍ରତିବାଦରେ ଛାତ୍ର ଅସନ୍ତୋଷ

ଚାନ୍ଦବାଲି, ୨୦।୧ (ଡି.ଏନ.ଏ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ଯୁକ୍ତ ୩ କଲେଜର ଡେଭ୍‌ଲପମେଣ୍ଟ ଫି’ ବୃଦ୍ଧିକୁ ଛାତ୍ରୀଛାତ୍ର ପ୍ରତିବାଦ କରିଛନ୍ତି। 

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ବାରିପଦା ଅଫିସ,୨୦।୧- ବାରିପଦା ସଦର ଥାନା ଅଧୀନ ବାଉରା ଗ୍ରାମର ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ନେଇ ଅଭିଯୋଗ ହୋଇଛି।  

୮ ମାସ ପରେ ଅପହୃତା ନାବାଳିକା ଉଦ୍ଧାର

ଉଦଳା,୨୦।୧ (ଡି.ଏନ.ଏ.) - ୮ ମାସ ପୂର୍ବରୁ ଅପହୃତା ଜଣେ ନାବାଳିକାଙ୍କୁ ଉଦଳା ପୋଲିସ ଗୁଜୁରାଟରୁ ଊଦ୍ଧାର କରିଛି। ତାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ରାଇଦାଣ୍ଡିଆ ଗ୍ରାମର ନିର୍ମଳ ମଲ୍ଲିକଙ୍କୁ  ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। 

‘ପିଠା’ରେ ଗଣ୍ଡଗୋଳ: ଉତ୍ତ୍ୟକ୍ତ ମହିଳାଙ୍କ ରାସ୍ତା ଅବରୋଧ

‘ପିଠା’ରେ ଗଣ୍ଡଗୋଳ: ଉତ୍ତ୍ୟକ୍ତ ମହିଳାଙ୍କ ରାସ୍ତା ଅବରୋଧ

ବଡ଼ସାହି,୨୦ା୧(ସ୍ବ.ପ୍ର.)-‘ପିଠା’ କାର୍ଯ୍ୟକ୍ରମକୁ ହାତ ତିଆରି ପିଠା ଆଣିଲେ ମିଳିବ ପ୍ରୋତ୍ସାହନ ରାଶି । ଏପରି କଥାରେ ବିଶ୍ୱାସ କରି ବଡ଼ସାହି ବ୍ଳକ ଅଧୀନ ପଟିସାରୀ ପଞ୍ଚାୟତରେ ଶନିବାର ହେଉଥିବା ‘ପିଠା’ କାର୍ଯ୍ୟକ୍ରମରେ ପଞ୍ଚାୟତର ୧୨/୧୩ ଏସଏଚଜି ଗ୍ରୁପର ଶତାଧିକ ମହିଳା ହାତ ତିଆରି ପିଠା ସହ ସାମିଲ ହୋଇଥିଲେ| 

ଉନ୍ନତମାନର ଚିକିତ୍ସା ଯୋଗାଇବା ନେଇ ଆଲୋଚନା

ଉନ୍ନତମାନର ଚିକିତ୍ସା ଯୋଗାଇବା ନେଇ ଆଲୋଚନା

ବାଲେଶ୍ୱର ଅଫିସ,୨୦।୧-ବାଲେଶ୍ୱର ରୋଟାରୀ କ୍ଲବର ଚକ୍ଷୁ ଚିକିତ୍ସାଳୟକୁ ନୂଆଦିଲ୍ଲୀ ଏମ୍‌ସର ବରିଷ୍ଠ ଡାକ୍ତର ଅଶୋକ କୁମାର ମହାପାତ୍ର ପରିଦର୍ଶନ କରିଥିଲେ। ବାଲେଶ୍ୱର ରୋଟାରୀ କ୍ଲବର ଚକ୍ଷୁ ଚିକିତ୍ସାଳୟ ଉନ୍ନତମାନର ସେବା ଯୋଗାଇ ଚାଲିଛି। 

୭ ପ୍ରତିଭାଙ୍କୁ ମିଳିବ ‘ଜ୍ଞାନଶ୍ରୀ ପ୍ରତିଭା ସମ୍ମାନ’

୭ ପ୍ରତିଭାଙ୍କୁ ମିଳିବ ‘ଜ୍ଞାନଶ୍ରୀ ପ୍ରତିଭା ସମ୍ମାନ’

ବାଲେଶ୍ୱର ଅଫିସ,୨୦।୧-ବାଲେଶ୍ୱର ଜିଲାର ଏକ ଅଗ୍ରଣୀ ସମାଜସେବୀ ସଙ୍ଗଠନ ‘ଜ୍ଞାନଶ୍ରୀ’ ପକ୍ଷରୁ ଚଳିତବର୍ଷ ‘ଜ୍ଞାନଶ୍ରୀ ପ୍ରତିଭା ସମ୍ମାନ-୨୦୧୯’ରେ ୭ଜଣ ବିଶିଷ୍ଟ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ। ଏ ସମ୍ପର୍କରେ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟସ୍ଥ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପ୍ରତିଭା ସମ୍ମାନ ଅଭ୍ୟର୍ଥନା କମିଟି ସଭାପତି ସୁବାସିନୀ ଜେନା ପ୍ରକାଶ କରିଛନ୍ତି। 

ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରତିଭା ମହୋତ୍ସବ ଆରମ୍ଭ

ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରତିଭା ମହୋତ୍ସବ ଆରମ୍ଭ

ଖଇରା, ୨୦।୧(ଡି.ଏନ.ଏ.)-ଖଇରା ବ୍ଲକର ଅଗ୍ରଣୀ ପୂଜ୍ୟପୂଜା ସଙ୍ଗଠନ ପ୍ରତିଭା ମହୋତ୍ସବ ପ୍ରତିଯୋଗିତା, ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଉଦ୍‌ଘାଟିତ ହୋଇଯାଇଛି।

କୁଲିଙ୍କୁ ଗ୍ରୁପ୍‌ ଡି’ ମାନ୍ୟତା ଦାବିରେ ବିକ୍ଷୋଭ

କୁଲିଙ୍କୁ ଗ୍ରୁପ୍‌ ଡି’ ମାନ୍ୟତା ଦାବିରେ ବିକ୍ଷୋଭ

ବାଲେଶ୍ୱର ଅଫିସ, ୧୯।୧-କୁଲିଙ୍କୁ ଗ୍ରୁପ୍‌ ଡି’ ମାନ୍ୟତା ଦାବିରେ ବାଲେଶ୍ୱର ରେଳଷ୍ଟେଶନରେ କାର୍ଯ୍ୟ କରୁଥିବା ଅଲ୍‌ ଇଣ୍ଡିଆ ଲାଲ୍‌ ବରଦୀ କୁଲି ୟୁନିଅନ୍‌ ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏନେଇ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର  ପ୍ରଦାନ କରାଯାଇଛି।