ବାଲେଶ୍ୱର

ବେଆଇନ ଭାବେ ଚାଲିଛି ଶତାଧିକ ପଥର ଖାଦାନ

ବେଆଇନ ଭାବେ ଚାଲିଛି ଶତାଧିକ ପଥର ଖାଦାନ
କପ୍ତିପଦା,୧୮।୧୨(ଡ଼ି.ଏନ.ଏ) - ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଞ୍ଚଳରେ ଶତାଧିକ ବେଆଇନ୍‌ ପଥର ଖାଦାନ ଚାଲିଛି। ରାଜସ୍ବ ଓ ଜଙ୍ଗଲ ବିଭାଗ ଏହାକୁ ରୋକି ପାରୁ ନାହିଁ । ପଥର ଖାଦାନଗୁଡିକରୁ ଦୈନିକ ବିପୁଳ ପରିମାଣରେ ପଥର ଖନନ କରାଯାଇ ଜିଲା ଓ ପଡ଼ୋଶୀ ଜିଲା ସମେତ ରାଜ୍ୟ ବାହାରକୁ ଚୋରା ଚାଲାଣ କରାଯାଉଛି। ବେପାରୀମାନେ ଗୋଟିଏ ଲେଖାଏ ପରମିଟ ହାତେଇ ଏକାଧିକ ଟ୍ରକରେ ବିନା ୱେବିଲରେ ଚୋରା ଚାଲାଣ କରୁଥିବା ସୂଚନା ମିଳିଛି । ‘ନ୍ୟାସ୍‌ନାଲ ବୋର୍ଡ଼ ଅଫ୍‌ ୱାଇଲ୍ଡ ଲାଇଫ’ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କୌଣସି ସଂରକ୍ଷିତ ଜଙ୍ଗଲର ୧୦ କି.ମି. ପରିଧି ମଧ୍ୟରେ ପଥରଖାଦାନ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ନିୟମ ରହିଛି। କିନ୍ତୁ ଶିମିଳିପାଳ ଅଭୟାରଣ୍ୟର ପରିସୀମାଠାରୁ ଅନତି ଦୂରରେ ଥିବା ରାଜସ୍ବ ଜମି ତଥା ଜଙ୍ଗଲ ଜମିରୁ ବିନା ବାଧାରେ ବେଆଇନ୍‌ ପଥର ଖନନ କରାଯାଉଥିବାରୁ ଅଞ୍ଚଳବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିଲାଗି ପରିବେଶ ମଧ୍ୟ ଉଜୁଡିବାରେ ଲାଗିଛି। କେତେକ ସ୍ଥାନରେ ବେଆଇନ୍‌ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରି ପଥର ଫଟା ଯାଉଥିବାରୁ ବିସ୍ଫୋରଣ ଶବ୍ଦରେ ଜଙ୍ଗଲରୁ ହାତୀ ଓ ଅନ୍ୟ ବନ୍ୟପ୍ରାଣୀ ଜନବସତି ଆଡକୁ ଚାଲି ଆସୁଥିବା ଲୋକେ ଅଭିଯୋଗ କରିଛନ୍ତି। ବେଆଇନ ପଥର କାରବାର ଯୋଗୁ ସରକାର ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଥିବା ବେଳେ ବିଭାଗୀୟ ଅଧିକାରୀମାନେ ଏହାକୁ ରୋକିବା ଲାଗି ଦୃଢ ପଦକ୍ଷେପ ନ ନେବା ଘଟଣାକୁ ଅଞ୍ଚଳବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ପଥର ମାଫିଆମାନେ କେତେକ ବିଭାଗୀୟ କର୍ମଚାରୀଙ୍କ ସହ ହାତ ମିଳାଇଥିବା ଲୋକେ ମଧ୍ୟ ସନ୍ଦେହ ପ୍ରକାଶ କରୁଛନ୍ତି ା କପ୍ତିପଦା ତହସିଲ ଓ ଉପଜିଲାପାଳଙ୍କ ଦାୟିତ୍ୱ ଅଧୀନରେ ସୁଖୁଆପଟ୍ଟା, ହିଲ୍‌, ଶାଗୁଣିବସା, କାଲାଡ଼ାହି, ହିଲ୍‌ ବ୍ଲକ୍‌ ୧୭୧, ଦିଲ୍ଲୀଶ୍ୱର, ନେଦାମ୍‌, ରାଇଡ଼ିହା, ଶାଳଚୁଆ, କାଠଚୁଆ, ଗୋକୁଳଚନ୍ଦ୍ରପୁର, ନର୍ସିଂଗବେଢା, ଦେୱାନବାହାଳି, ମାଙ୍କଡ଼ପଡ଼ା ହିଲ୍‌ ଆଦି ସ୍ଥାନରେ ସ୍ବୀକୃତିପ୍ରାପ୍ତ ପଥର ଖାଦାନ ରହିଛି। ଅଥଚ ଏସବୁ ଅଞ୍ଚଳର ଜଙ୍ଗଲ ଓ ରାଜସ୍ବ ଜମିରେ ଶତାଧିକ ବେଆଇନ୍‌ ପଥରଖାଦାନ ଚାଲିଛି। କପ୍ତିପଦା ବ୍ଲକ ଅଧୀନ ଜେଏସ୍‌ଜାମୁଡିହା, ଚକ୍ରଧରପୁର, ଦେବଳା, କୁଳିଅଳମ୍‌, ମାଙ୍କଡପଡା, କଳମଗଡିଆ, ରାମଚନ୍ଦ୍ରପୁର, ପଦ୍ମପୋଖରୀ, ସରଡିହା, ଦେବାନବାହାଳୀ, ନଟୋ ଓ ଶରତ ଆଦି ପଞ୍ଚାୟତ ଅଞ୍ଚଳରେ ଅଧିକ ବେଆଇନ ପଥର ଖାଦାନ ରହିଥିବା କୁହାଯାଉଛି। ନୁଦୁଡିହା ନିକଟରେ ଥିବା ଏକ ସ୍ବୀକୃତିପ୍ରାପ୍ତ ପଥର ଖାଦନରେ ବିଳମ୍ବିତ ରାତିରେ ବ୍ଲାଷ୍ଟିଂ କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ନିଲାମଧାରୀମାନେ ଧାର୍ଯ୍ୟ ଇଲାକା ପରିବର୍ତ୍ତେ ବହୁ ଅଧିକ ଅଞ୍ଚଳରୁ ମଧ୍ୟ ପଥର ଖୋଳି ନେଉଛନ୍ତି। ପଥର ଖନନ ବେଳେ ମୂଲ୍ୟବାନ ଗଛକୁ ମଧ୍ୟ ଜେସିବିରେ ତାଡି ଦିଆଯାଉଛି । କେହି ଅଭିଯୋଗ କଲେ ଖାଦାନ ମାଲିକଙ୍କରୋଷର ସ୍ବୀକାର ହେବାକୁ ପଡୁଛି। ଏହି ଅଞ୍ଚଳର କେତେକ ନିଲାମ ଖାଦାନର ପରିବେଶ ପ୍ରମାଣପତ୍ର ନ ଥିବା କୁହାଯାଉଛି। ପଥର ଖାଦାନ ଯୋଗୁ ପରିବେଶ ପ୍ରଦୂଷିତ ହେଉଥିବାରୁ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ କପ୍ତିପଦା ରେଞ୍ଜର ମହେଶ୍ୱର ସିଂଙ୍କୁ ପଚାରିବାରୁ ସେ କହିଛନ୍ତି, ବେଆଇନ ଖାଦାନ ଚାଲିଥିବା ଅଞ୍ଚଳଗୁଡିକ ବନବିଭାଗର ହୋଇଥିଲେ, ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କପ୍ତିପଦା ତହସିଲଦାର ଶରତ ଚନ୍ଦ୍ର ମଲ୍ଲିକ କହିଛନ୍ତି, ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଚଢାଉ କରାଯାଇ ବେଆଇନ ପଥର ଚାଲାଣ କରୁଥିବା ଗାଡିଗୁଡିକରୁ ଜରିମାନା ଆଦାୟ କରାଯାଉଛି। ଖୁବ୍‌ଶୀଘ୍ର ଏଭଳି ଅନିୟମିତତା ନେଇ କାଯର୍‌ୟାନୁଷ୍ଠାନ ଗ୍ରହଣ କରାଯିବ ।
All Right Reserved By

ବାଲେଶ୍ୱର

ଛାତ୍ର ନିଖୋଜ ଘଟଣା: ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ଛାତ୍ର ନିଖୋଜ ଘଟଣା: ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ପାଟଣା, ୨୫।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ପ୍ରାଥମିକ ବିଦ୍ୟାଳୟର ୪୦ ଶଯ୍ୟା ବିଶିଷ୍ଟ ଛାତ୍ରବାସରୁ ଗତ ୧୨ ତାରିଖରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ର ନିଖୋଜ ଘଟଣାରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଛନ୍ତି। 

ଜନ ଅଭିଯୋଗ ଶୁଣାଣି ପ୍ରହସନ:  ନିରାଶ ଗ୍ରାମବାସୀ

ଜନ ଅଭିଯୋଗ ଶୁଣାଣି ପ୍ରହସନ: ନିରାଶ ଗ୍ରାମବାସୀ

ଝୁମ୍ପୁରା, ୨୫।୯(ଡି.ଏନ.ଏ.): ଝୁମ୍ପୁରା ବ୍ଲକରେ ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣି ହୋଇଯାଇଛି। ପୂର୍ବ ପ୍ରସ୍ତୁତି ଅନୁସାରେ ଜିଲାସ୍ତରୀୟ ଏବଂ ବ୍ଲକସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ। 

ଖୁଦୁରୁକୁଣୀ ଭସାଣି ବେଳେ ଗଣ୍ଡଗୋଳ: ୩ ଆହତ

ଖୁଦୁରୁକୁଣୀ ଭସାଣି ବେଳେ ଗଣ୍ଡଗୋଳ: ୩ ଆହତ

ଭଣ୍ଡାରିପୋଖରୀ,୨୫।୯(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମାଳଦାଠାରେ ସୋମବାର ଅପରାହ୍ନରେ ଖୁଦୁରୁକୁଣୀ ଭସାଣି ଚାଲିଥିବା ବେଳେ ଗଣ୍ଡଗୋଳ ଘଟିଛି। ମାଳଦା ଜେନା ସାହି ଓ ଚତୁର୍ଭୁଜପୁର କୈବର୍ତ୍ତସାହିର ଖୁଦୁରୁକୁଣୀ ମେଢ଼ ମାଳଦା ବଜାରରେ ଅତିକ୍ରମ କରୁଥିବା ବେଳେ ଗଣ୍ଡଗୋଳ ହୋଇ ଢେଲାମାଡ଼ ହୋଇଥିଲା। 

‘ଭାରି ଯାନ ଚଳାଚଳ ବନ୍ଦ କରାଯାଉ’

‘ଭାରି ଯାନ ଚଳାଚଳ ବନ୍ଦ କରାଯାଉ’

ବନ୍ତ,୨୫।୯(ଡି.ଏନ.ଏ.)-ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ଗଣିଜାଙ୍ଗଠାରୁ ବନ୍ତ ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ନ ସରିବା ଯାଏ ଭାରିଯାନ ଚଳାଚଳ ବନ୍ଦ ରଖାଯିବାକୁ ବନ୍ତ-ଭଣ୍ଡାରିପୋଖରୀ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି। 

ଗଣ ବଳାକତ୍ାର ଘଟଣା: ୨ ଗିରଫ

ବେତନଟୀ,୨୫।୯ (ଡ଼ି.ଏନ.ଏ)-ବୈଶିଙ୍ଗା ଥାନା  ଅଞ୍ଚଳରେ ଗତ ସେପ୍ଟେମ୍ବର ୮ ତାରିଖରେ ହୋଇଥିବା ଗଣବଳାତ୍କାର ଘଟଣାର ଫେରାର ୨ ଅଭିଯୁକ୍ତଙ୍କୁ ବୈଶିଙ୍ଗା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।

୨ ମହିଳାଙ୍କ ବେକରୁ ସୁନା ଚେନ ଲୁଟ

ମୋରଡା,୨୫।୯- ମୋରଡା ଓ ରାସଗୋବିନ୍ଦପୁର ଥାନା ଅଧୀନ ୨ଟି ସ୍ଥାନରୁ ସୋମବାର ୨ ମହିଳାଙ୍କ ବେକରୁ ସୁନା ହାର ଲୁଟ୍‌ ହୋଇଛି। ଏଥିଯୋଗୁ ଦୁର୍ବୃତ୍ତଙ୍କ  ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। 

ଗୋଖର ସାପ ଉଦ୍ଧାର

ଗୋଖର ସାପ ଉଦ୍ଧାର

ବିଶୋଇ,୨୫।୯  : ବିଶୋଇ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସ୍ଥାନୀୟ ମାଖନା ଗ୍ରାମର ସାନ ଭୈରବ ନାୟକଙ୍କ ଘରୁ ସୋମବାର ଏକ ଗୋଖର ସାପ ଉଦ୍ଧାର ହୋଇଛି । ଉଦ୍ଧାର ସାପର ଲମ୍ବ ୬ ଫୁଟ  ହୋଇଥିବା ବେଳେ ଓଜନ ସାଡ଼େ ୪ କେଜି  । ଭୈରବ  ସକାଳେ  ଘରେ ଦେଖି  ବିଶୋଇ ବନ ବିଭାଗକୁ ଜଣାଇଥିଲେ।   ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି ଖଡମବେଡା ସଂରକ୍ଷଣ ଜଙ୍ଗଲରେ ଛାଡି ଦେଇଥିଲେ।     

ଭୌତିକ କାଣ୍ଡ ସନ୍ଦେହ: ୮ମାସ ହେଲା ପାଠରେ ଡୋରି

ଭୌତିକ କାଣ୍ଡ ସନ୍ଦେହ: ୮ମାସ ହେଲା ପାଠରେ ଡୋରି

ବାରିପଦା ଅଫିସ,୨୫।୯- ଅନ୍ଧବିଶ୍ୱାସ କବଳରୁ ମୁକୁଳିପାରୁନି ମୟୂରଭଞ୍ଜ ଜିଲା। ଖାସ୍‌ ଏଇଥିଯୋଗୁ ବହୁ  ଲୋମହର୍ଷଣକାରୀ ଘଟଣା ଘଟୁଥିବା  ନଜିର ରହିଛି। 

ପ୍ରଧାନମନ୍ତ୍ରୀ ଆବାସ ଯୋଗାଣରେ ଅନିୟମିତତା

ପ୍ରଧାନମନ୍ତ୍ରୀ ଆବାସ ଯୋଗାଣରେ ଅନିୟମିତତା

ବାଲେଶ୍ୱର ଅଫିସ, ୨୫।୯-ବାଲେଶ୍ୱର ସଦର ବ୍ଲକ ଅଧୀନ ବୁଆଁଳ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏହି ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଅଣଦେଖା କରାଯାଉଛି। ଏହାର ପ୍ରତିବାଦରେ ହିତାଧିକାରୀମାନେ ସୋମବାର ପୂର୍ବାହ୍ନରେ ସଦର ବିଡ଼ିଓ ଶଙ୍କର୍ଷଣ ବେହେରାଙ୍କ ଅଫିସ୍‌ ସମ୍ମୁଖରେ ଧାରଣା ଦେଇଥିଲେ। ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ କୌଣସି ଅଧିକାରୀ ହିତାଧିକାରୀଙ୍କ ନିକଟରେ ପହଞ୍ଚତ୍ ନ ଥିବା ଜଣାପଡିଛି। 

ଅଲଚିକି ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଦାବି ତେଜିଲା

ଅଲଚିକି ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଦାବି ତେଜିଲା

ଜଳେଶ୍ୱର, ୨୫ା୯(ଡି.ଏନ.ଏ.)-ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟରେ ଅଲିଚିକି ଭାଷାକୁ ସାମ୍ବିଧାନିକ ସ୍ବୀକୃତି ପ୍ରଦାନ ଦାବି ଦିନକୁ ଦିନ ତେଜିବାରେ ଲାଗିଛି। 

୩ ବର୍ଷ ଷ୍ଟାଇପେଣ୍ଡ ମିଳୁନି, ଜିଲା ପ୍ରଶାସନଠାରେ ଅଭିଯୋଗ କଲେ ଛାତ୍ରୀଛାତ୍ର

୩ ବର୍ଷ ଷ୍ଟାଇପେଣ୍ଡ ମିଳୁନି, ଜିଲା ପ୍ରଶାସନଠାରେ ଅଭିଯୋଗ କଲେ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ, ୨୫।୯-ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତର ମାଣ୍ଡରକୁଲା ଗାନ୍ଧିଜୀ ହାଇସ୍କୁଲର ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରୀଛାତ୍ରଙ୍କୁ ୩ ବର୍ଷ ହେଲା ଷ୍ଟାଇପେଣ୍ଡ ମିଳିନି। ସୋମବାର ସେମାନେ ଅତିରିକ୍ତ ଜିଲାପାଳ ମାନସ ରଞ୍ଜନ ପାଢ଼ୀଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। 

ନିଶା ନିବାରଣ ଆଇନ କାର୍ଯ୍ୟକାରିତା ପାଇଁ ଦାବିପତ୍ର

ନିଶା ନିବାରଣ ଆଇନ କାର୍ଯ୍ୟକାରିତା ପାଇଁ ଦାବିପତ୍ର

ଭଦ୍ରକ ଅଫିସ,୨୪।୯-ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଭଦ୍ରକ ଜିଲା ଶାଖା ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶର ପ୍ରଚାର ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସାଙ୍ଗକୁ ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଛି।