Dharitri News
ବାଲେଶ୍ୱର

ଦିବ୍ୟ ହେଲେ ଅକ୍ଷୟ ଆଇଡଲ୍‌

ଦିବ୍ୟ ହେଲେ ଅକ୍ଷୟ ଆଇଡଲ୍‌ ବାଲେଶ୍ୱର ଅଫିସ,୧୮।୧୨-‘ସ୍ମୃତିରେ ଆମ ଅକ୍ଷୟ’ର ୧୬ଶ ଅକ୍ଷୟୋତ୍ସବ ଗାନ୍ଧୀ ସ୍ମୃତି ଭବନର ମୁକ୍ତ ପରିବେଶରେ ଗତ ରବିବାର ଅନୁଷ୍ଠିତ ହୋଇଯାଇଛି। ଉତ୍ତରଓଡ଼ିଶା ଅକ୍ଷୟ ଆଇଡଲ ପ୍ରତିଯୋଗିତାକୁ ହେମନ୍ତ ସାହୁ ଓ ଘନଶ୍ୟାମ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ, କଣ୍ଠଶିଳ୍ପୀ ଚିତ୍ରଭାନୁ ମହାନ୍ତି ଓ ଜେନାମଣି ସଞ୍ଜୀବ କୁମାର ଯୋଗଦେଇ ବକ୍ତବ୍ୟ ଦେଇଥିଲେ। ଉପଦେଷ୍ଟା ପ୍ରଶାନ୍ତ ଦାସ ପରିଚାଳନା କରିଥିବା ବେଳେ ସଭାପତି ଶାନ୍ତନୁ ଦାସ, ଉପଦେଷ୍ଟା ସତ୍ୟଶିବ ଦାସ ଓ ଶଶୀ ରଞ୍ଜନ ମଲ୍ଲିକ ବକ୍ତବ୍ୟ ରଖିଥିଲେ। ୧୬ଶ ଅକ୍ଷୟୋତ୍ସବ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ଅତିଥି ଭାବେ ଅତିରିକ୍ତ ଜିଲାପାଳ ମନ୍ମଥ ପାଣି ଯୋଗଦେଇ ଅକ୍ଷୟ ସଂଗୀତ ଚିରକାଳ ଫୁଲର ମହକ ଭଳି ସୁବାସ ବୁଣିବ ଓ ତାର ମହକରେ ମହକିତ ହେବେ ଅଗଣିତ ଅକ୍ଷୟପ୍ରେମୀ, ଶ୍ରୋତା ଓ ଦର୍ଶକ। ଅକ୍ଷୟଙ୍କ ଧର୍ମପନତ୍ୀ ପ୍ରମିଳା ମହାନ୍ତି ମଞ୍ଚାସୀନ ହୋଇ ଅନୁଭବ କଥା ରଖିଥିଲେ। ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ୧୬ଶ ଅକ୍ଷୟ ସମ୍ମାନ ଗ୍ରହଣ କରି ଭାବାବେଗର ସହିତ ଅକ୍ଷୟ ସଙ୍ଗୀତର କଥା ରଖିଥିଲେ ଓ ପ୍ରଥମ ଅକ୍ଷୟ ଝଙ୍କାର ସମ୍ବର୍ଦ୍ଧନା ଯନ୍ତ୍ରଶିଳ୍ପୀ ଆଶିଷ ମହାପାତ୍ର ଗ୍ରହଣ କରିଥିଲେ। ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀ ଚିତ୍ରଭାନୁ ମହାନ୍ତି, ସୌରଭ ନାୟକ, ଶୈଳଭାମା ମହାପାତ୍ର, ମାନସୀ ପାତ୍ର, ଅର୍ପିତା ଚୌଧୁରୀ ଓ ମିତ୍ରଭାନୁ ମହାନ୍ତି ପରିବେଷଣ କରିଥିଲେ। ଅକ୍ଷୟ ଆଇଡଲ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଶିଳ୍ପୀମାନେ ସନ୍ଧ୍ୟାରେ ସଙ୍ଗୀତ ପରିବେଷଣ କରିଥିଲେ। ଅନୁଷ୍ଠାନ ତରଫରୁ ରବୀନ୍ଦ୍ର ମହାନ୍ତି, ଆମତ୍ାରାମ ମହାପାତ୍ର, କାର୍ଯ୍ୟକାରୀ ସଦସ୍ୟ ଦେବେନ୍ଦ୍ର ଖଟୁଆ, ବ୍ରହ୍ମାନନ୍ଦ ସ୍ବାଇଁ, ସନ୍ତୋଷ ଦଳେଇ, ସୁରେଶ ଗିରି, ଶୋଭନ ମିଶ୍ର, ଅଜୟ ଗୁହା, ଅନୁପ ଦାସ, ଅମରଜିିତ୍‌ ଦାସ, ଆଶିଷ ଖଣ୍ଡେଲୱାଲ, ସୁରଜିତ ମହାପାତ୍ର, ଅଭିଜିତ ମହାପାତ୍ର, ନୀଳମଣି ମଣ୍ଡଳ ଓ ସୁକୁମାର ଘୋଷ ପ୍ରମୁଖ ସହଯୋଗ କରିଥିଲେ। ସନ୍ଧ୍ୟା ଉତ୍ସବକୁ କବି ପ୍ରଶାନ୍ତ ଦାସ ପରିଚାଳନା କରିଥିବା ବେଳେ ସଭାପତି ଶାନ୍ତନୁ ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପର୍ଶୁରାମ ପ୍ରଧାନ, ମୁରଲୀଧର ନାୟକ ଓ ପୂର୍ଣ୍ଣଚନ୍ଦ୍ର ମହାନ୍ତି ବକ୍ତବ୍ୟ ରଖିଥିବା ବେଳେ ରାଜେଶ ଗିରି ଧନ୍ୟବାଦ ଦେଇଥିଲେ। ଚଳିତବର୍ଷ ଦିବ୍ୟଜ୍ୟୋତି ମହାନ୍ତିଙ୍କୁ ଅକ୍ଷୟ ଆଇଡଲ୍‌ ଘୋଷଣା କରାଯାଇଥିଲା।

ବାଲେଶ୍ୱର

ଶ୍ମଶାନ ଜମି ଉଦ୍ଧାର ଦାବି ତେଜିଲା

ଶ୍ମଶାନ ଜମି ଉଦ୍ଧାର ଦାବି ତେଜିଲା

ଖଇରା,୨୩।୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ଖଇରା ବ୍ଲକର ୩୭ ପଞ୍ଚାୟତରେ ଅନେକ ଶ୍ମଶାନ କିସମ ଜମି ରହିଛି ା ଶହ ଶହ ବର୍ଷ ଧରି ଏହି ଜାଗାରେ ଗ୍ରାମବାସୀ ଶବଦାହ କାର୍ଯ୍ୟ କରି ଆସୁଥିଲେ ।

୪ ଦିନ ହେଲା ପାନୀୟ ଜଳଯୋଗାଣ ବନ୍ଦ

ବସ୍ତା,୨୩।୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଦର ମହକୁମାର ହସ୍‌ପିଟାଲ ରୋଡରେ ଥିବା ପାଇପ୍‌ ଜଳ ପ୍ରକଳ୍ପରୁ ଆଜକୁ ୪ଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ରହିଛି।

ବାଲେଶ୍ୱରରେ କୁନ୍ଦୁଲି ପୀଡତାଙ୍କ ଆତ୍ମହତ୍ୟା ତାତି

ବାଲେଶ୍ୱରରେ କୁନ୍ଦୁଲି ପୀଡତାଙ୍କ ଆତ୍ମହତ୍ୟା ତାତି

ବାଲେଶ୍ୱର ଅଫିସ,୨୩।୧- କୁନ୍ଦୁଲି ପୀଡତାଙ୍କ ଆତ୍ମହତ୍ୟା ଘଟଣା ନେଇ ବାଲେଶ୍ୱରରେ ଭାଜପା ମହିଳା ମୋର୍ଚ୍ଚା ଏବଂ କଂଗ୍ରେସ ପକ୍ଷରୁ ମଙ୍ଗଳବାର ପୃଥକ୍‌ ପୃଥ୍‌କ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଭଙ୍ଗା ଚାଳିଆରେ ବିତୁଛି ଜୀବନ

ଭଙ୍ଗା ଚାଳିଆରେ ବିତୁଛି ଜୀବନ

ତେଲକୋଇ, ୨୩।୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ତେଲକୋଇ ବ୍ଲକ ମୁଖ୍ୟାଳୟରୁ ମାତ୍ର ୩ କି.ମି. ଦୂର ଗଲେ ପଡ଼େ ଓରିଆ ପଞ୍ଚାୟତର ଯାମୁଦଲକ ସାହି। ଉକ୍ତ ସାହିରେ ୩ ଜୁଆଙ୍ଗ ପରିବାର ରହିଛନ୍ତି। ସ୍ବାଧୀନତାର ୭୦ ବର୍ଷ ପରେ ବି ସମ୍ପୃକ୍ତ ଜୁଆଙ୍ଗ ଜନଜାତିର ଲୋକେ ଦୁର୍ଦ୍ଦିନରେ ଜୀବନ ବଞ୍ଚାଉଥିବା ଦେଖିବାକୁ ମିଳିଛି।

ଧାମନଗରରେ ଉର୍ସ ଆରମ୍ଭ

ଧାମନଗରରେ ଉର୍ସ ଆରମ୍ଭ

ଧାମନଗର,୨୩।୧(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗରସ୍ଥିତ ଖାନକା ଶରିଫର ମୁଜାଦିଦ୍‌ ମିଲତ୍‌ ମୌଲାନା ହବିବୁର ରହେମାନଙ୍କ ୩୮ତମ ଉର୍ସ ଉତ୍ସବ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି।

ଅଗ୍ନି ବିପନ୍ନଙ୍କୁ ସହାୟତା

ଭଦ୍ରକ ଅଫିସ,୨୩।୧- ଧୂଷୁରୀ ଥାନା ଅନ୍ତର୍ଗତ ଖଡ଼ିମାହାରା ଭାରତୀସାହି ଗ୍ରାମରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡରେ ୨୮ ପରିବାରଙ୍କ ଅକଥନୀୟ କ୍ଷୟକ୍ଷତି ଘଟିଛି।

୨୨କୁଇଣ୍ଟାଲ ଚୋରା କୋଇଲା ସହ ପିକ୍‌ଅପ୍‌ ଜବତ

ବାସୁଦେବପୁର,୨୩।୧(ଡି.ଏନ.ଏ.)-ବାସୁଦେବପୁରର ବାଲିମେଦ ପଞ୍ଚାୟତ ଚାରିବାଟିଆ ଘାଟ ନିକଟରୁ ନାୟକାଣିଡିହୀ ପୋଲିସ ୨୨ କୁଇଣ୍ଟାଲ ଚୋରା କୋଇଲା ସହ ଏକ ପିକ୍‌ଅପ୍‌କୁ ଜବତ କରିଛି।

ଭଲିବଲ ଟୁର୍ନାମେଣ୍ଟ: ପଞ୍ଚମ ବାଟାଲିୟନ ବାରିପଦା ଚାମ୍ପିୟନ

ଭଲିବଲ ଟୁର୍ନାମେଣ୍ଟ: ପଞ୍ଚମ ବାଟାଲିୟନ ବାରିପଦା ଚାମ୍ପିୟନ

ବାରିପଦା ଅଫିସ,୨୩।୧-ମୟୂରଭଞ୍ଜ ୟୁନାଇଟେଡ ସ୍ପୋଟର୍ସ କଲଚର ଓ ଆର୍ଟ ଆସୋସିଏଶନ(ମୁସ୍କାନ) ଓ ମୟୂରଭଞ୍ଜ ଆଥଲେଟିକ ଆସୋସିଏଶନ ଆନୁକୂଲ୍ୟରେ ୧୩ତମ ଗ୍ରାମାଞ୍ଚଳ ଭଲିବଲ ପ୍ରତିଯୋଗିତା ସ୍ଥାନୀୟ କଲେଜ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି।

ପାଳବଣି ଗୁଳିକାଣ୍ଡ ଘଟଣା: ଆଜି ବାରିପଦା ବନ୍ଦ

ବାରିପଦା ଅଫିସ,୨୩।୧- ବାରିପଦା ସହର ପାଳବଣି ଗୋଲେଇ ନିକଟରେ ଗୁରୁବାର ରାତିରେ ବାରିପଦା ନହରପଦା ଅଞ୍ଚଳର ପାର୍ଥସାରଥୀ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାକୁ ୫ ଦିନ ବିତିଯାଇଥିଲେ ବି ପୋଲିସ ଅପରାଧିଙ୍କ ସମ୍ପର୍କରେ ଟେର ପାଇପାରି ନାହିଁ।

 ୭୦ ଫୁଟ କାନଭାସରେ ଚିତ୍ରକଳା

୭୦ ଫୁଟ କାନଭାସରେ ଚିତ୍ରକଳା

ବାରିପଦା ଅଫିସ,୨୩।୧- ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ଅବସରରେ ମଙ୍ଗଳବାର ବାରିପଦାର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟସ୍‌ ତରଫରୁ ଏକ ୭୦ ଫୁଟର କାନଭାସରେ ଆତଙ୍କବାଦର ମୁକାବିଲା ଶୀର୍ଷକ ଏକ ମିଳିତ ଚିତ୍ରକଳା ଅଙ୍କନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।

ଆସ୍‌କଟଇଗଲ ବିଜୟୀ

ଆସ୍‌କଟଇଗଲ ବିଜୟୀ

ଝୁମ୍ପୁରା, ୨୩।୧(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଖୁଣ୍ଟାପଡ଼ା ଉଚ୍ଚ ବିଦ୍ୟାଳୟ ପଡ଼ିଆଠାରେ ୬ଦିନ ଧରି ଚାଲିଥିବା ନକଆଉଟ ପର୍ଯ୍ୟାୟ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି।

ଅଗ୍ନିକାଣ୍ଡରେ ୧୧ଗୋରୁ ଜୀବନ୍ତ ଦଗ୍ଧ

ଅଗ୍ନିକାଣ୍ଡରେ ୧୧ଗୋରୁ ଜୀବନ୍ତ ଦଗ୍ଧ

ସିମୁଳିଆ,୨୩।୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମାର୍କୋଣା ବଜାର ସାହିର ଦାମୋଦର ବେହେରାଙ୍କ ପରିବାରରେ ଲଗାତର ଅଘଟଣ ଘଟି ଚାଲିଛି। ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୪ ଗାଈ, ୨ ବଳଦଙ୍କ ସମେତ ୫ଟି ବାଛୁରୀ ମୋଟ ୧୧ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି।