ବାଲେଶ୍ୱର

ବିବାହ ପାଇଁ ପ୍ରେମିକା ମନା କରିବାରୁ ବିଷ ପିଇଲେ ପ୍ରେମିକ

ବିବାହ ପାଇଁ ପ୍ରେମିକା ମନା କରିବାରୁ ବିଷ ପିଇଲେ ପ୍ରେମିକ

ବାଲେଶ୍ୱର ଅଫିସ,୧୮।୧୨-ପ୍ରେମିକା ବିବାହ କରିବାକୁ ମନା କରିବାରୁ ସୋମବାର ବାଲେଶ୍ୱର କଚେରୀ ପରିସରରେ ପ୍ରେମିକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ନିକଟରେ ଏବେ ପ୍ରେମିକା ଥିବା ଜଣାପଡିଛି। ପୋଲିସ ପକ୍ଷରୁ ଉଭୟଙ୍କ ପରିବାରକୁ ଖବର ଦିଆଯାଇଛି।
ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଯାଜପୁର ଜିଲା ତାରାକୋଟ୍‌ ଗ୍ରାମର ସୁଜିତ୍‌ କୁମାର ସାହୁ (୩୦) ନାମକ ଜଣେ ଯୁବକ ମୟୂରଭଞ୍ଜ ଜିଲା ବାରିପଦା ବାଘରାସାହିର ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ବାଲେଶ୍ୱର କଚେରୀରେ ପହଞ୍ଚିଥିଲେ। ହଠାତ୍‌ ଯୁବତୀଜଣକ ବାହା ହେବା ପାଇଁ ମନା କରିବାରୁ ସୁଜିତ୍‌ ବିଷ ପିଇ ଦେଇଥିଲେ। ଏହା ଜାଣି ପାରି ମନୋଜ କୁମାର ନାୟକ ନାମକ ଆଇନଜୀବୀ ସହଦେବଖୁଣ୍ଟା ଥାନା ଆଇଆଇସି ପରେଶ ରାଉତଙ୍କୁ ଫୋନ୍‌ ଯୋଗେ ଜଣାଇଥିଲେ। ପୋଲିସ ପହଞ୍ଚତ୍ ଉଭୟଙ୍କୁ ଉଦ୍ଧାର କରିଥିଲା। ସୁଜିତ୍‌ ବିଷ ପିଇ ଦେଇଥିବା କହିବାରୁ ତାଙ୍କୁ ନେଇ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୁଜିତ୍‌‌ଙ୍କ କହିବା ଅନୁସାରେ ବର୍ଷେ ହେଲା ପରସ୍ପର ମଧ୍ୟରେ ପ୍ରେମ ସମ୍ପର୍କ ରହି ଆସିଛି। କିଛିଦିନ ହେଲା ଯୁବତୀ ତାଙ୍କଠାରୁ ଦୂରେଇ ଯିବାକୁ ଚେଷ୍ଟା କରୁଥିବା ସେ ଅନୁଭବ କରିଥିଲେ। ଏହାର କାରଣ ଖୋଜିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଏବଂ ଗଣ୍ଡଗୋଳ ଲାଗିଥିଲା। ଗତ ରବିବାର ଯୁବତୀଜଣକ ତାଙ୍କୁ ଫୋନ୍‌ ଯୋଗେ ବିବାହ ହେବାର ପ୍ରତିଶ୍ରୁତି ଦେଇ ବାଲେଶ୍ୱର ଡାକିଥିଲେ। ସେଠାରେ ଯୁବତୀଜଣକ ଅନ୍ୟ ଜଣେ ପୁଅକୁ ପ୍ରେମ କରୁଥିବା କହି ସୁଜିତଙ୍କୁ ବାହା ନ ହେବା ପାଇଁ ମନା କରିଥିଲେ। ହେଲେ ଏଥିରେ ସୁଜିତ୍‌ ଉତ୍ତ୍ୟକ୍ତ ହୋଇ ଆମତ୍ହତ୍ୟା କରିବାକୁ ଚେତାବନୀ ଦେବା ସହ ପାଖରେ ଥିବା ବିଷ ପିଇ ଦେଇଥିଲେ। ସେଠାରେ ଓକିଲମାନେ ଏକାଠି ହୋଇ ପୋଲିସକୁ ଖବର ଦେଇଥିଲେ।

All Right Reserved By

Model This Week

Model This Week

ବାଲେଶ୍ୱର

କାର୍‌ ଦୁର୍ଘଟଣା: ସ୍ବାମୀ-ସ୍ତ୍ରୀ ମୃତ, ପୁଅ ଗୁରୁତର

କାର୍‌ ଦୁର୍ଘଟଣା: ସ୍ବାମୀ-ସ୍ତ୍ରୀ ମୃତ, ପୁଅ ଗୁରୁତର

ଠାକୁରମୁଣ୍ଡା,୨୫।୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଠାକୁରମୁଣ୍ଡାଠାରୁ ୨୧ କି.ମି. ଦୂର ସାତକୋଶିଆ ନିକଟରେ ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ଦନ୍ତା ଆକ୍ରମଣରେ ବୃଦ୍ଧା ମୃତ

ଦନ୍ତା ଆକ୍ରମଣରେ ବୃଦ୍ଧା ମୃତ

ବାରିପଦା ଅଫିସ,୨୫।୪: ମୟୂରଭଞ୍ଜ ଜିଲା ପିଠାବଟା ରେଞ୍ଜ ଅନ୍ତର୍ଗତ ଆହାରି ଗ୍ରାମର ବିମଳା ମହାନ୍ତ(୬୫) ନାମକ ଜଣେ ବୃଦ୍ଧାଙ୍କ ମୃତଦେହ ନିକଟସ୍ଥ ଜଙ୍ଗଲରୁ ବୁଧବାର ଉଦ୍ଧାର କରାଯାଇଛି। ସେ ମଙ୍ଗଳବାର ସକାଳେ ଜାଳେଣିକାଠ ସଂଗ୍ରହ କରିବା ପାଇଁ ଜଙ୍ଗଲକୁ ଯାଇ ଆଉ ଫେରି ନ ଥିଲେ।

ସଡ଼କ ସୁରକ୍ଷା ସପ୍ତାହ ଅବସରରେ ପ୍ରତିଯୋଗିତା

ସଡ଼କ ସୁରକ୍ଷା ସପ୍ତାହ ଅବସରରେ ପ୍ରତିଯୋଗିତା

ଭଦ୍ରକ ଅଫିସ,୨୫।୪: ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଭଦ୍ରକ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପରିବହନ ବିଭାଗ ଓ ସଞ୍ଜୀବ ହିରୋର ମିଳିତ ସହଯୋଗରେ ବୁଧବାର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

୭ମାସ ଶିଶୁପୁତ୍ରର ମୃତଦେହ ଉଦ୍ଧାର

୭ମାସ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ଯୋଡା,୨୫।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ସହରର ରମଜାନ ହଟିଂଠାରେ ବୁଧବାର ଏକ ଶିଶୁପୁତ୍ରର ମୃତଦେହକୁ ଉଦ୍ଧାର କରାଯାଇଛି। ମୃତ ଶିଶୁର ବୟସ ୭ ମାସ ହେବ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ବାଇପାସ୍‌ ଦାବିରେ ଚାଷୀଙ୍କ ରାସ୍ତା ଅବରୋଧ

ବାଇପାସ୍‌ ଦାବିରେ ଚାଷୀଙ୍କ ରାସ୍ତା ଅବରୋଧ

ଭୋଗରାଇ,୨୫।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ବାଟଗ୍ରାମ ନିକଟରେ ଏକ ବାଇପାସ୍‌ ରାସ୍ତା ଦାବି କରି ଶତାଧିକ ଚାଷୀ ବୁଧବାର ସାଢେ ୪ ଘଣ୍ଟା ରାସ୍ତା ଅବରୋଧ କରିଥିଲେ। ଧାନ ଅମଳକରି ଖଳାରେ ପହଞ୍ଚାଇବା ପାଇଁ ରାସ୍ତା ନ ଥିବାରୁ ଧୋୟା ଅଞ୍ଚଳର ଚାଷୀ ଏହି ଆନ୍ଦୋଳନ କରିଥିଲେ।

ଅଂଶୁଘାତରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ଅଂଶୁଘାତରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ବାହାନଗା,୨୫।୪(ଡି.ଏନ୍‌.ଏ.)ବାଲେଶ୍ବର ଜିଲା ବାହାନଗା ବ୍ଲକର କୋଚିଆକୁଇଲି ଗ୍ରାମ ୪ନମ୍ବର ୱାର୍ଡ ବେହେରା ସାହିରେ ଜଣେ ବିପିଏଲ୍‌ ପରିବାରର ଭାଗଚାଷୀଙ୍କ ବୁଧବାର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେ ହେଲେ ଜିତେନ୍ଦ୍ର ପୃଷ୍ଟି(୫୨)।

ସାବାସ୍‌ ଆଜମୀରା

ଭୋଗରାଇ, ୨୫।୪(ଡି.ଏନ.ଏ.)-ଶୁକ୍ରବାର ରାତି ୮ଟା। ବାଲେଶ୍ୱର ଜିଲା ଭୋଗରାଇ ହାଟ ନିକଟରେ ୧୪ ବର୍ଷର ଝିଅଟିଏ ଅସହାୟ ଅବସ୍ଥାରେ ଏକୁଟିଆ ଏକ ବ୍ୟାଗ ଧରି କାନ୍ଦି କାନ୍ଦି ଯାଉଥିବା ଦେଖିବାକୁ ମିଳିଥିଲା। ପାରିବାରିକ ହିଂସାର ଶିକାର ହୋଇ ଘର ଛାଡି ଚାଲି ଆସିଥିବା ଏହି ନାବାଳିକା କୌଣସି ଆଶ୍ରୟ ଓ ସାହାରା ନ ପାଇ ହତାଶ ହୋଇପଡିଥିଲେ। ତାଙ୍କ ଉପରେ ସ୍ଥାନୀୟ ଦୋକାନୀ ଆଜିମୁଦ୍ଦିନଙ୍କ ନଜର ପଡିବା ପରେ ସେ ନିଜ ଘରକୁ ଫୋନ କରି ତାଙ୍କ ଝିଅ ଆଜମିରା ବିବି (୨୬)ଙ୍କୁ ଡକାଇଥିଲେ। ସେ ପହଞ୍ଚି ଏହି ଅସହାୟ ନାବାଳିକାଙ୍କୁ ଆଶ୍ୱାସନା ଦେଇଥିଲେ। ପରିଚୟ ପଚାରିବାରୁ ତାଙ୍କ ଘର ପଶ୍ଚିମବଙ୍ଗର ମେଦିନୀପୁର ଜିଲା କାନ୍ଥି ନିକଟବର୍ତ୍ତୀ ମହିଷାମୋଟ ଗ୍ରାମରେ ବୋଲି ଜଣାପଡିଥିଲା। ସାବତ ମା’ ଦ୍ୱାରା ନିର୍ଯାତନାର ଶିକାର ହୋଇ ସେ ଘର ଛାଡି ହାଓ୍ବଡ଼ା-ଭୋଗରାଇ ବସ୍‌ ଧରି ଏଠାକୁ ଚାଲି ଆସିଥିବା ନାବାଳିକା ପ୍ରକାଶ କରିଥିଲା

ଏଟିଏମ୍‌ରେ ଟଙ୍କା ଅଭାବ:ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏମ୍‌ପି

ବାଲେଶ୍ୱର ଅଫିସ,୨୫।୪-ବାଲେଶ୍ୱର ଜିଲାର ବିଭିନ୍ନ ଏଟିଏମ୍‌ରେ କିଛି ଦିନ ହେଲା ଟଙ୍କାର ଅଭାବ ଦେଖାଦେଇଛି। ବିଶେଷ କରି ଗ୍ରାମାଞ୍ଚଳର ଲୋକେ ଟଙ୍କାର ଅଭାବ ଯୋଗୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ନେଇ ବାଲେଶ୍ୱର ଏମ୍‌ପି ଇଂ. ରବୀନ୍ଦ୍ର କୁମାର ଜେନା ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କୁ ଚିଠି ଲେଖି ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

 ‘୧୫ ଦିନ ମଧ୍ୟରେ ଜବରଦଖଲ ହଟାଅ’-୭୩୫ ପରିବାରଙ୍କୁ ନୋଟିସ ଜାରି କଲା ରେଳବାଇ

‘୧୫ ଦିନ ମଧ୍ୟରେ ଜବରଦଖଲ ହଟାଅ’-୭୩୫ ପରିବାରଙ୍କୁ ନୋଟିସ ଜାରି କଲା ରେଳବାଇ

ବାଲେଶ୍ୱର ଅଫିସ,୨୪।୪-ବାଲେଶ୍ୱର ରେଳ ଷ୍ଟେଶନକୁ ଅତ୍ୟାଧୁନିକ ଏବଂ ସମ୍ପ୍ରସାରଣ କରିବା ପାଇଁ ଦୀର୍ଘଦିନରୁ ବାଲେଶ୍ୱରର ବିଭିନ୍ନ ଗଣସଙ୍ଗଠନ ପକ୍ଷରୁ ଦାବି ହୋଇଆସୁଥିଲା। ଏବେ ରେଳବାଇ ଏହାର କାର୍ଯ୍ୟ ଆରମ୍ଭ କରିଛି। ବାଲେଶ୍ୱର ଷ୍ଟେଶନକୁ ଲାଗି ରହିଥିବା ରେଳବାଇ ଜମିରେ ବହୁ ପରିବାର ବେଆଇନ ଭାବେ ବସବାସ କରିଆସୁଛନ୍ତି। ସେମାନଙ୍କୁ ଉଚ୍ଛେଦ କରିବା ପାଇଁ ରେଳବାଇ ତରଫରୁ ୧୫ଦିନିଆ ନୋଟିସ୍‌ ଜାରିି କରାଯାଇଛି। ମୁଖ୍ୟତଃ ଗୋଧିବସା ଅଞ୍ଚଳର ୭୩୫ ପରିବାରକୁ ଏହି ନୋଟିସ୍‌ ଜାରି କରାଯାଇଛି।

ପ୍ରଚଣ୍ଡ ସ୍ବାଭିମାନୀ  ଥିଲେ ଭକ୍ତକବି ଦୀନକୃଷ୍ଣ

ପ୍ରଚଣ୍ଡ ସ୍ବାଭିମାନୀ ଥିଲେ ଭକ୍ତକବି ଦୀନକୃଷ୍ଣ

ଜଳେଶ୍ୱର, ୨୫।୪ (ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଖୁଦିଆ ମାଝିସାହି ପଞ୍ଚାୟତ ଅନ୍ତର୍ଗତ ମୁଣୁତୁଣିଆ ଗ୍ରାମରେ ଅବସ୍ଥିତ ଭକ୍ତକବି ଦୀନକୃଷ୍ଣଙ୍କ ଜନ୍ମପୀଠରେ ମଙ୍ଗବଳାର କବି ଦୀନକୃଷ୍ଣଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଦୀନକୃଷ୍ଣ ସ୍ମୃତି ପରିଷଦ ତରଫରୁ ଅନୁଷ୍ଠିତ ସଭାରେ ପରିଷଦର ପ୍ରତିଷ୍ଠାତା ତଥା ସମ୍ପାଦକ ବିପିନବିହାରୀ ବିଶ୍ୱାଳ ସଭାପତିତ୍ୱ କରିଥିଳେ। ଉଦ୍‌ଘାଟନ ଭାବେ ଜିଲାପାଳ ରମେଶଚନ୍ଦ୍ର ରାଉତ, ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଡ. ମଧୁମିତା ଦାସ, ମୁଖ୍ୟବକ୍ତା ଭାବେ ପୂର୍ବତନ ଜିଲାପାଳ ତଥା ବିଶିଷ୍ଟ ଲେଖକ ଡ. ଅଲେଖଚନ୍ଦ୍ର ପଢ଼ିଆରୀ, ସମ୍ମାନିତ ଅତିଥି ଭାବେ ଗାନ୍ଧୀବାଦୀ ନେତା ତଥା ସାମାଜିକ କର୍ମୀ ଆଦିତ୍ୟ କୁମାର ପଟ୍ଟନାୟକ, କବି ସୁନୀଲ ମାଝି, ଡ. ହରିଶଚନ୍ଦ୍ର ବେହେରା, ଡ. ବିଜୟ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଭକ୍ତକବିଙ୍କୁ ପ୍ରଚଣ୍ଡ ସ୍ବାଭିମାନୀ ଓ ଅନନ୍ୟ ପ୍ରତିଭାର ଅଧିକାରୀ ଥିଲେ ବୋଲି କହିଥିଲେ।

ପୀଡିତାଙ୍କୁ ନ୍ୟାୟ ପାଇଁ ଆଦିବାସୀଙ୍କ ପ୍ରଜାମେଳି:୨୬ରେ ରାସ୍ତାରୋକୋ

ପୀଡିତାଙ୍କୁ ନ୍ୟାୟ ପାଇଁ ଆଦିବାସୀଙ୍କ ପ୍ରଜାମେଳି:୨୬ରେ ରାସ୍ତାରୋକୋ

ସଜନାଗଡ଼, ୨୫।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ତେଣ୍ଡା ଗ୍ରାମର ଜଣେ ମହିଳା ଗତ ୨୦ ତାରିଖରେ ଫସଲ ଜଗିବାକୁ ଯାଇ ମଞ୍ଚା ଉପରେ ଶୋଇଥିବା ବେଳେ ୪ଜଣ କର୍ମଚାରୀ ମଞ୍ଚା ଉପରକୁ ଚଢ଼ି ଅସଦାଚରଣ କରିଥିବା ନୀଳଗିରି ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ବନବିଭାଗ ପକ୍ଷରୁ ଖଣ୍ଡନ କରାଯାଇଥିଲେ ମଧ୍ୟ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଉକ୍ତ ଅଞ୍ଚଳର ଆଦିବାସୀମାନେ ମଙ୍ଗଳବାର ପ୍ରଜାମେଳି କରିଥିଲେ। ସେମାନେ ଦୋଷୀଙ୍କୁ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ଉକ୍ତ ପ୍ରଜାମେଳିରେ ପାଖାପାଖି ୯୦୦ରୁ ଊର୍ଦ୍ଧ୍ୱ ଆଦିବାସୀ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ସିପିଏମ ନେତା ଉପେନ୍ଦ୍ର ଦାସ, ରଥ ସିଂ, ଉପେନ୍ଦ୍ର ନାୟକ, ସୁନିତୀ ସିଂ, ପତିତପାବନ ସିଂ, ଚନ୍ଦ୍ରମୋହନ ସିଂ, ମାନସ ମହାଳିକ, ବିଜୟ ପାତ୍ର ପ୍ରମୁଖ ନେତୃତ୍ୱରେ ପ୍ରଜାମେଳିରେ ବନବିଭାଗର ମନମୁଖୀ କାର୍ଯ୍ୟ ବିରୋଧରେ ଏବଂ ନିର୍ଯାତିତ ମହିଳାଙ୍କୁ ଉଚିତ ନ୍ୟାୟ ପ୍ରଦାନ ଦାବିରେ ଆସନ୍ତା ୨୬ ତାରିଖରେ ସଜନାଗଡ଼ ଛକରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତାରୋକୋ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟ ଦକ୍ଷତା ପ୍ରତିଯୋଗିତାରେ ମୟୂରଭଞ୍ଜରୁ ୫

ରାଜ୍ୟ ଦକ୍ଷତା ପ୍ରତିଯୋଗିତାରେ ମୟୂରଭଞ୍ଜରୁ ୫

ବାରିପଦା ଅଫିସ,୨୫।୪- ଆସନ୍ତା ୨୯ ଓ ୩୦ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଓଡିଶା ଦକ୍ଷତା-୨୦୧୮ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲାରୁ ୫ ପ୍ରତିଯୋଗୀ ସାମିଲ ହେବେ। ସେମାନେ ହେଲେ ସୁନାରାମ ସିଂ, ଗଣେଶ୍ୱର ସିଂ, ସାଗରାମ ହାଁସଦା, ପଙ୍କଜିନି ବେହେରା ଓ ସ୍ବିକୃତି ବେହେରା। ଏହି ପ୍ରତିଯୋଗିତା ବିଶ୍ୱ ଦକ୍ଷତା ପ୍ରତିଯୋଗିତାର ଏକ ଅଂଶବିଶେଷ ବୋଲି ମଙ୍ଗଳବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନିରେ ପିଡି ତୁଷାରକାନ୍ତ ମହାନ୍ତି ସୂଚନା ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଜିଲା ନିୟୋଜନ ଅଧିକାରୀ ରଞ୍ଜନ କୁମାର ମିଶ୍ର, ତକତପୁର ଟିଟିଆଇର ପ୍ରିନ୍ସିପାଲ ଡ ଶୁଭଙ୍କର କିଶୋର ଦାସ, ପିସି ଆଇଟିଆଇର ପ୍ରିନ୍ସିପାଲ କାନ୍ଦନ ମାଝୀ, ପଳିଟେକନିକ କଲେଜର ପ୍ରିନ୍ସିପାଲ ଚିନ୍ମୟ ମହାପାତ୍ର, ଓରମାସର କେସବ ଝା ପ୍ରମୁଖ ଉପସ୍ଥିତ ଥିଲେ।