ବାଲେଶ୍ୱର

ନଦୀ ମଝିରେ ଡ଼ଙ୍ଗା ଦଉଡ଼ି ଛିଣ୍ଡିଲା: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନଦୀ ମଝିରେ ଡ଼ଙ୍ଗା ଦଉଡ଼ି ଛିଣ୍ଡିଲା: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ରୂପ୍‌ସା, ୧୮।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ସୋଲପଟାସ୍ଥିତ ପଞ୍ଚୁପଡ଼ା ନଦୀରେ ସୋମବାର ଏକ ଦୁର୍ଘଟଣା ଘଟିଛି। ନୌକାରେ ଯାତ୍ରୀମାନେ ବାଇକ୍‌ ନେଇ ନଦୀ ପାରି ହେଉଥିବା ବେଳେ ଦଉଡ଼ି ଛିଣ୍ଡିଯିବାରୁ ନୌକା ନଦୀସ୍ରୋତରେ ଭାସିଯାଇ ପୂର୍ବରୁ ନିର୍ମିତ ହୋଇଥିବା ପୋଲ ପାଇଁ ଏକ ଭଙ୍ଗା ପିଲର ଦେହରେ ବାଡ଼େଇ ଯାଇଥିଲା। କିନ୍ତୁ ନୌକା ବୁଡ଼ି ନ ଯାଇ ପାଣିରେ ଭାସି ରହିଥିବାରୁ ଯାତ୍ରୀମାନେ ଆସନ୍ନ ବିପଦରୁ ବର୍ତ୍ତି ଯାଇଥିଲେ। ସ୍ଥାନୀୟ ଲୋକେ ସଂଗେ ସଂଗେ ପହଞ୍ଚତ୍ ଅନ୍ୟ ନୌକା ଦ୍ୱାରା ଯାତ୍ରୀମାନଙ୍କୁ ନଦୀରୁ ଉଦ୍ଧାର କରିଥିଲେ। ବାଇକ୍‌ଗୁଡ଼ିକୁ ମଧ୍ୟ ନୌକାରେ ଆଣି ନଦୀ ଘାଟରେ ପହଞ୍ଚାଇଥିଲେ। ପ୍ରକାଶ ଯେ, ନଦୀର ଉତ୍ତରଘାଟରୁ ଦକ୍ଷିଣଘାଟ ପର୍ଯ୍ୟନ୍ତ ନୌକା ଚଳାଚଳ ପାଇଁ ଦୀର୍ଘଦିନରୁ ଏକ ଦଉଡ଼ି ବନ୍ଧା ଯାଇଥିଲା। ଅଚାନକ ଦଉଡ଼ି ଛିଣ୍ଡିଯିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକେ ବସିଛନ୍ତି। ପଞ୍ଚୁପଡ଼ା ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନ ଥିବାରୁ ଏବେ ବି ନଦୀ ପାରି ହେବା ପାଇଁ ଯାତ୍ରୀମାନେ ନୌକା ଉପରେ ନିର୍ଭର କରୁଛନ୍ତି।
All Right Reserved By

ବାଲେଶ୍ୱର

୪ ଶିଶୁଙ୍କୁ ଜନ୍ମ ଦେଲେ ମହିଳା

୪ ଶିଶୁଙ୍କୁ ଜନ୍ମ ଦେଲେ ମହିଳା

ବାରିପଦା ଅଫିସ,୨୩।୧୦- ବାରିପଦା ପିଆରଏମ ମେଡିକାଲ କଲେଜରେ ମଙ୍ଗଳବାର ଜଣେ ଗର୍ଭବତୀ ମହିଳା ୪ ଜଣ ଶିଶୁଙ୍କୁ ଜନ୍ମ ଦେଇଛନ୍ତି।  ଏହି ଶିଶୁ ମାନଙ୍କ ମଧ୍ୟରେ ୩ ଜଣ ଝିଅ ଥିବା ବେଳେ ଜଣେ ପୁଅ ଅଛନ୍ତି।

ଅସହାୟ ମହିଳା ଗଲେ ସୁଧାର ଗୃହ

ଅସହାୟ ମହିଳା ଗଲେ ସୁଧାର ଗୃହ

ବାଲେଶ୍ୱର ଅଫିସ,୨୩।୧୦-ବାଲେଶ୍ୱର ସଦର ଥାନା ଅଧୀନ ଗେଙ୍ଗୁଟି ଗ୍ରାମପଞ୍ଚାୟତର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ଘରେ ଜଣେ ଅସହାୟ ମହିଳା ସୋମବାର ବିଳମ୍ବିତ ରାତିରେ ପ୍ରବେଶ କରିବା ଜାଣିପାରି ତାଙ୍କ ପୁଅ ଗୋପୀନାଥ ମାନବାଧିକାର କର୍ମୀ ସୁଧାକର ସେଠୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଶ୍ୱଶୁର ଘରେ ଜ୍ୱାଇଁଙ୍କ ଆତ୍ମହତ୍ୟା

ଶ୍ୱଶୁର ଘରେ ଜ୍ୱାଇଁଙ୍କ ଆତ୍ମହତ୍ୟା

ଜଳେଶ୍ୱର, ୨୩ା୧୦(ଡି.ଏନ.ଏ.)-ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଧୀନ ଉପରତୋଟା ଗ୍ରାମର ରାମଚନ୍ଦ୍ର ମୁର୍ମୁଙ୍କ ଜ୍ୱାଇଁ ଦିଲୀପ ସିଂ (୪୦)  ସୋମବାର ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି। 

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଧାମନଗର,୨୩।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ମୁନିସିପାଟଣା ଗ୍ରାମର  ତପିନା ମଲିକ(୨୨)ଙ୍କ ଝୁଲନ୍ତା ମୃତଦେହ ତାଙ୍କ ପାଇଖାନାରୁ   ମଙ୍ଗଳବାର ସକାଳେ ପୋଲିସ ଉଦ୍ଧାର କରିଛି। 

ଭ୍ରାମଣ କାହାଣୀ ଓଡ଼ିଆ ସହିତ୍ୟକୁ ସମୃଦ୍ଧ କରିଛି

ଭ୍ରାମଣ କାହାଣୀ ଓଡ଼ିଆ ସହିତ୍ୟକୁ ସମୃଦ୍ଧ କରିଛି

ବାଲିଆପାଳ, ୨୩।୧୦(ସ୍ବ.ପ୍ର.)-ଓଡ଼ିଆ ସାହିତ୍ୟରେ କବିତା, ପ୍ରବନ୍ଧ, ଉପନ୍ୟାସ  ଓ ପରିଭ୍ରମଣ କାହାଣୀ ଆମ ସାହିତ୍ୟକୁ ସମୃଦ୍ଧ କରିବାରେ ସହାୟକ ହୋଇପାରିଛି ବୋଲି ବିଶିଷ୍ଟ ଶିକ୍ଷକନେତା ନାରାୟଣ ପ୍ରସାଦ ସାହୁଙ୍କ ରଚିତ ‘ପରିବ୍ରାଜକର ଡାଏରୀ’ ପୁସ୍ତକ ଲୋକାର୍ପଣ ଉତ୍ସବରେ ବକ୍ତାମାନେ ମତ ଦେଇଛନ୍ତି। 

ଏଟିଏମ୍‌ରୁ ଟଙ୍କା ଠକେଇ: ଯୁବକ ଗିରଫ

ଏଟିଏମ୍‌ରୁ ଟଙ୍କା ଠକେଇ: ଯୁବକ ଗିରଫ

ବାସୁଦେବପୁର,୨୩।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କିଆପଡ଼ା ଗ୍ରାମର ଗୋବିନ୍ଦ ମହାରଣାଙ୍କ ଏଟିଏମ୍‌ କାର୍ଡ ଚୋରି କରି ନେଇ ଟଙ୍କା ଉଠାଣ କରିବା ଅଭିଯୋଗରେ ପୋଲିସ ମଧୁସୂଦନପୁର ଗ୍ରାମର ଦୀନବନ୍ଧୁ ପାଣିଗ୍ରାହୀଙ୍କୁ ମଙ୍ଗଳବାର ଗିରଫ କରିଛି। 

ଚୋରା ବେପାରୀଙ୍କୁ ଅନୁକମ୍ପା

ଚୋରା ବେପାରୀଙ୍କୁ ଅନୁକମ୍ପା

ନୀଳଗିରି, ୨୩।୧୦(ଡି.ଏନ.ଏ.)-ନୀଳଗିରି ତହସିଲ ପକ୍ଷରୁ ଜବତ ଚୋରା ମୋରମ ବୋଝେଇ ଡମ୍ପର ମାଲିକଙ୍କୁ ଅନୁକମ୍ପା ଦେଖାଇ ଜରିମାନା ହ୍ରାସ କରାଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହି ଡମ୍ପରରୁ ୧ଲକ୍ଷ ୫୭୬ ଟଙ୍କା ଜରିମାନା ହୋଇଥିବାର ସହକାରୀ ଜିଲାପାଳ ତଥା ଅତିରିକ୍ତ ତହସିଲଦାର ଦାୟିତ୍ୱରେ ଥିବା ରାଜେନ୍ଦ୍ର କୁମାର ପଣ୍ଡା ଗଣମାଧ୍ୟମକୁ ଜଣାଇଥିଲେ। ହେଲେ ଏହାର ୬ ଦିନ ପରେ ଜରିମାନା ଅର୍ଥ ହ୍ରାସ ପାଇ ୭୦ ହଜାର ୫୭୬ ଆଦାୟ କରାଯାଇଥିବା ଜଣାପଡିଛି।

ଇଞ୍ଜିନିୟରିଂ ଛାତ୍ରୀଙ୍କ ଅସ୍ବାଭାବିକ ମୃତ୍ୟୁ:  ଘଟଣା ଏବେ ବି  ରହସ୍ୟ ଘେରରେ

ଇଞ୍ଜିନିୟରିଂ ଛାତ୍ରୀଙ୍କ ଅସ୍ବାଭାବିକ ମୃତ୍ୟୁ: ଘଟଣା ଏବେ ବି ରହସ୍ୟ ଘେରରେ

ବାରିପଦା ଅଫିସ,୨୩।୧୦- ବାରିପଦା ସହରର ଏକ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ୁଥିବା ଜଣେ ୨ୟ ବର୍ଷ ଛାତ୍ରୀଙ୍କ ଅସ୍ବାଭାବିକ ମୃତ୍ୟୁ ଘଟଣା ଏବେବି ରହସ୍ୟ ଘେରରେ ରହିଛି। ଘଟଣାକୁ ମାସାଧିକ କାଳ ବିତିଥିଲେ ବି ଶବ ବ୍ୟବଚ୍ଛେଦ ରିପୋର୍ଟ ଏଯାଏ ଆସି ନାହିଁ ା ଛାତ୍ରୀଙ୍କ ପରିବାର ଏନେଇ ମୁହଁ ଖୋଲୁୁ ନ ଥିବା ବେଳେ କେତେକ  ସାମଜିକ କର୍ମୀ ଏହାକୁ ସୁପରିକଳ୍ପିତ ହତ୍ୟା ବୋଲି ଦର୍ଶାଇ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି। ପ୍ରେମ ସମ୍ପର୍କ ଛାତ୍ରୀଙ୍କ ମୃତ୍ୟୁର କାରଣ ଏବଂ ଏହା ପଛରେ ଅନେକ ରହସ୍ୟ ଲୁଚି ରହିଛି ବୋଲି  ସେ ଘରୋଇମେସ୍‌ର କର୍ମଚାରୀ ଓ କେତେକ ସହପରଠିପାଠିନୀ  କହୁଛନ୍ତି।

ରାଶନକାର୍ଡରୁ ବଞ୍ଚିତ ହିତାଧିକାରୀ: ବିଧାୟକଙ୍କ ତଦନ୍ତ ନିର୍ଦ୍ଦେଶ

ରାଶନକାର୍ଡରୁ ବଞ୍ଚିତ ହିତାଧିକାରୀ: ବିଧାୟକଙ୍କ ତଦନ୍ତ ନିର୍ଦ୍ଦେଶ

ତିହିଡ଼ି,୨୩।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆବିନ୍ଧା ପଞ୍ଚାୟତ ପାଳିଆ ଗ୍ରାମର ଏକ ଭିନ୍ନକ୍ଷମ ପରିବାରକୁ ରାଶନକାର୍ଡ଼ରୁ ବାଦ୍‌ ଦିଆଯାଇଥିବା ଅଭିଯୋଗ ହୋଇଛି। ହିତାଧିକାରୀ ଜୟନ ବିବି ଏ ସମ୍ପର୍କରେ ଧାମନଗର ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏହାର ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ମତଦାନ କେନ୍ଦ୍ର ସ୍ଥାନାନ୍ତର ନ ହେଲେ ଭୋଟ ବର୍ଜନ ଚେତାବନୀ

ମତଦାନ କେନ୍ଦ୍ର ସ୍ଥାନାନ୍ତର ନ ହେଲେ ଭୋଟ ବର୍ଜନ ଚେତାବନୀ

ରୂପ୍‌ସା, ୨୩।୧୦(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ପଞ୍ଚାୟତ ସୀମାରେ ରହିଛି ମୟୂରଭଞ୍ଜ ବେତନଟୀ ବ୍ଲକର ଆମ୍ବଗଡ଼ିଆ ପଞ୍ଚାୟତ। ଏହି ପଞ୍ଚାୟତର ଭଗବାନପୁର, ଅଙ୍ଗାରଗଡ଼ିଆ, ଚୁରମରା, ଟିକିରାସାହି ଓ ବଙ୍ଗାଳିଡ଼ାହି ଗ୍ରାମର ଗ୍ରାମବାସୀ ମତଦାନ କେନ୍ଦ୍ର ସ୍ଥାନାନ୍ତର ପାଇଁ ଦାବି କରିଛନ୍ତି। ଦୀର୍ଘଦିନ ଧରି ଏହି ୫ଟି ଗ୍ରାମର ୫୬୧ଜଣ ଭୋଟର ଜଙ୍ଗଲ ଓ ରେଳଧାରଣା ପାର ହୋଇ ବିପଦଜନକ ଭାବେ ୯କି.ମି. ଦୂର ଆମ୍ବଗଡ଼ିଆ ୟୁପି ସ୍କୁଲ (ବୁଥ୍‌ ନଂ-୧୨୬)କୁ ଭୋଟ୍‌ ଦେବା ପାଇଁ ଯାଇଥାନ୍ତି। ହେଲେ ଶତ ପ୍ରତିଶତ ଭୋଟରଙ୍କ ଅନିଚ୍ଛା ଯୋଗୁ ଶତକଡ଼ା ୩୦ଭାଗ ମତଦାନ ଦେଇଥାନ୍ତି। ଏହି ମତଦାନ କେନ୍ଦ୍ରକୁ ସ୍ଥାନୀୟ ଭଗବାନପୁର ନୂତନ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର ପାଇଁ ଗ୍ରାମବାସୀ ଦାବି କରିଛନ୍ତି। 

ସୌଭାଗ୍ୟ ଯୋଜନା ବାଟବଣା: ବିଦ୍ୟୁତ୍‌ ସଂଯୋଗ ନ କରି ବିଲ୍‌ ଉଠାଣ ଅଭିଯୋଗ

ସୌଭାଗ୍ୟ ଯୋଜନା ବାଟବଣା: ବିଦ୍ୟୁତ୍‌ ସଂଯୋଗ ନ କରି ବିଲ୍‌ ଉଠାଣ ଅଭିଯୋଗ

ବାଲେଶ୍ୱର ଅଫିସ, ୨୩।୧୦-ବାଲେଶ୍ୱର ଜିଲା ରେମୁଣା ବ୍ଲକ କୁଳିଗାଁ ପଞ୍ଚାୟତ ରେହେଙ୍ଗା ଗ୍ରାମର ସୌଭାଗ୍ୟ ଯୋଜନାରେ ହିତାଧିକାରୀଙ୍କ ଘରେ ବିଦ୍ୟୁତ୍‌ ସଂଯୋଗ ନ କରି ଠିକାଦାର ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଉକ୍ତ ଗ୍ରାମର ଅଧିବାସୀ  ସୋମବାର ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଠାରେ ଅଭିଯୋଗ କରିଛନ୍ତି। ଗ୍ରାମରେ ସୌଭାଗ୍ୟ ଯୋଜନାରେ ସର୍ଭେ କରାଯାଇ ବିଦ୍ୟୁତ୍‌ ସଂଯୋଗ ଯୋଗାଇ ଦେବା ପରେ ଠିକାଦାରଙ୍କୁ ବିଲ୍‌ ମିଳିବା କଥା। 

ତେଲ ବୋଝେଇ ପିକ୍‌ଅପ୍‌ ଜବତ

ତେଲ ବୋଝେଇ ପିକ୍‌ଅପ୍‌ ଜବତ

ବାସୁଦେବପୁର, ୨୩।୧୦(ଡି.ଏନ.ଏ.): ବାସୁଦେବପୁର-ଜାମୁଝାଡି ରାସ୍ତାର ମାତାଜି ମଠ ନିକଟରୁ ପୋଲିସ ସୋମବାର ରାତିରେ ଏକ ତେଲ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରିଛି।