ବାଲେଶ୍ୱର

ନକଲି ମହିଳା ଜିଆର୍‌ପି ପୋଲିସ ଗିରଫ

ନକଲି ମହିଳା ଜିଆର୍‌ପି ପୋଲିସ ଗିରଫ

ବାଲେଶ୍ୱର ଅଫିସ,୧୮।୧୨-ଜିଆର୍‌ପି ପୋଲିସ୍‌ ପରିଚୟ ଦେଇ ଜଣେ ମହିଳା ବାଲେଶ୍ୱର ଦ୍ୱିତୀୟ ଶ୍ରେଣୀ ବିଶ୍ରାମାଗାରରେ ଯାତ୍ରୀମାନଙ୍କୁ ଧମକଚମକ ଦେଇ ଟଙ୍କା ଆଦାୟ କରୁଥିବା ବେଳେ ବାଲେଶ୍ୱର ରେଳବାଇ ପୋଲିସ ହାତରେ ଧରାପଡିଛନ୍ତି। ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗତ ରବିବାର ରାତି ପ୍ରାୟ ସାଢେ ୨ଟାରେ ଉକ୍ତ ମହିଳା ବାଲେଶ୍ୱର ରେଳ ଷ୍ଟେଶନ୍‌ର ଦ୍ୱିତୀୟଶ୍ରେଣୀ ବିଶ୍ରାମାଗାରରେ ଜିଆର୍‌ପି ପୋଲିସ ପରିଚୟ ଦେଇ ଯାତ୍ରୀମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ବାଲେଶ୍ୱର ରେଳବାଇ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ନକଲି ମହିଳା ପୋଲିସକୁ ପଚରାଉଚରା କରିବାରୁ ସେ ପ୍ରଥମେ ତାଙ୍କ ନାମ ସୁଧା ପଣ୍ଡା, ଖଡ଼ଗପୁର ରେଲୱେ କନଷ୍ଟେବଳ ବୋଲି ପରିଚୟ ଦେଇଥିଲେ। ପିନ୍ଧିଥିବା ଡ୍ରେସ୍‌, ବେଲ୍ଟ କନଷ୍ଟେବଳର ଥିବାବେଳେ ହୁଇସିଲ୍‌ କୋର୍ଡ଼ ଏବଂ ଟୋପି ଅଫିସରଙ୍କ ଥିଲା। ଏହାକୁ ଦେଖି ରେଳବାଇ ପୋଲିସ ତାଙ୍କୁ ଥାନାକୁ ନେଇଥିଲେ। ତଦନ୍ତ କରିବା ପରେ ସେ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର ଥାନା ସଇବପୁର ଗ୍ରାମର ନମିତା ରାଉତ (୨୨) ବୋଲି ଜଣାପଡିଥିଲା। ଏ ନେଇ ରେଳବାଇ ଥାନାରେ କେସ୍‌ ନଂ. ୪୬/୨୦୧୭ ମାମଲା ରୁଜୁ କରାଯାଇ ୪୧୯, ୪୨୦, ୩୮୫ ଆଇପିସି ଦଫା ଲଗାଇ ସୋମବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ରେଳବାଇ ଥାନାଧିକାରୀ ପ୍ରତାପ ଚନ୍ଦ୍ର ବେହେରାଙ୍କ କହିବାନୁସାରେ ନମିତା ଖଡ଼ଗପୁର, ବାଲେଶ୍ୱର, କଟକ, ଭୁବନେଶ୍ୱର ଅଞ୍ଚଳରେ ନିଜକୁ ଜିଆର୍‌ପି ପୋଲିସ, ରେଲୱେ ପ୍ରୋଟେକ୍ସନ୍‌ ଅଫିସର, ରେଲ୍‌ୱେ କନଷ୍ଟେବଳ ଭାବେ ପରିଚୟ ଦେଇ ଯାତ୍ରୀଙ୍କୁ ଧମକଚମକ ଦେଇ ଟଙ୍କା ଆଦାୟ କରିଆସୁଥିଲେ। ତାଙ୍କ ନିକଟରୁ ୩ ମୋବାଇଲ୍‌, ୨୨୦ ଟଙ୍କା, ନକଲି ପୋଲିସ ଡ୍ରେସ୍‌, ଅଫିସରଙ୍କ କଳା ଟୋପି, ଜବତ କରାଯାଇଛି।

All Right Reserved By

ବାଲେଶ୍ୱର

ବିଜେଡିର ପରବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

କେନ୍ଦୁଝର, ୨୨ା୭ (ସ୍ବ.ପ୍ର.)- କେନ୍ଦୁଝର ଜିଲା ବିଜେଡିର ପରବର୍ଦ୍ଧିତ କାଯର୍‌ୟକାରିଣୀ ବୈଠକ ଶନିବାର ନଗରଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ, ରାଜ୍ୟ ସାଧାରଣ ସମ୍ପାଦକ ବିଧାୟକ ଦେବାଶିଷ ସାମନ୍ତରାୟ ଏଥିରେ ଯୋଗ ଦେଇଥିଲେ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ପାଟଣା ବିଧାୟକ ହୃଷିକେଶ ନାଏକ, ତେଲକୋଇ ବିଧାୟକ ବେଦବ୍ୟାସ ନାଏକ, ଆନନ୍ଦପୁର ବିଧାୟକ ମାୟାଧର ଜେନା, ସଦର ବିଧାୟକ ଅଭିରାମ ନାଏକ, ଜିଲା ପର୍ଯ୍ୟବେକ୍ଷକ ବିମ୍ବାଧର କୁଅଁର, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରାମରାୟ ମୁନ୍ଦୁୟା, ଉପାଧ୍ୟକ୍ଷା ମୀନା ମାଝୀ, ଜିଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇ ଥିଲେ ା

ଝରକା ତାଡ଼ି ଲକ୍ଷାଧିକ ଟଙ୍କା ଚୋରି: ୫ ଗିରଫ

ରାଇସୁଆଁ,୨୨।୭(ଡି.ଏନ.ଏ.)- କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଯୋଗୀମଠ ଗ୍ରାମରୁ ମଙ୍ଗଳବାର ରାତିରେ ଲକ୍ଷୀଧର ଶତପଥୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ଟଙ୍କା ଚୋରି ହେବା ଘଟଣାରେ ପୋଲିସ ତଦନ୍ତ କରି ୫ଜଣଙ୍କୁ ଗିରଫ କରିଛି। ସନ୍ଧାନୀ କୁକୁର ଜରିଆରେ ଏହି ଚୋରି ଘଟଣାର ତଦନ୍ତ କରାଯାଇଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ଅନାମ ଚରଣ ଦେହୁରୀ, ବିଜୁ ବେହେରା, ଚୌଧୁରୀ ବେହେରା, ସଦାଶିବ ନାଏକ, ଅଜୟ କୁମାର ବେହେରା। ପୋଲିସ ଏ ନେଇ ଏକ ମାମଲା (ନଂ.୧୭୫/୧୮)ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

ହୋଇପାରୁନି ବର୍ଷାଜଳ ନିଷ୍କାସନ, ଦୋବଲ ବେହାଲ

ଧାମନଗର,୨୨।୭(ଡି.ଏନ.ଏ.)-ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ବଜାର ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି। ଜିଲାର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ଏହି ବଜାର ପରିଚିତ। ହେଲେ ଏଠାରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ସାମାନ୍ୟ ବର୍ଷା ହେଲେ ମଧ୍ୟ କୃତ୍ରିମ ବନ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଏହି ବଜାରର ଠିକ୍‌ ମଧ୍ୟସ୍ଥଳ ଦେଇ ଧାମନଗରରୁ ଯାଜପୁର ଜିଲାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଯାଇଛି। ଏହି ରାସ୍ତା ଏବେ ସମ୍ପୂର୍ଣ୍ଣ ଭାବେ ଢଳେଇ ହୋଇଥିବା ବେଳେ ଏହାର ଉଭୟପାର୍ଶ୍ୱରେ ଜବରଦଖଲ କରାଯାଇ ଦୋକାନ ଗୃହ କରାଯାଇଛି।

ରାଣୀତାଲ ବଜାର ବନ୍ଦ, ସମୂହ ଶୋକସଭା

ରାଣୀତାଲ ବଜାର ବନ୍ଦ, ସମୂହ ଶୋକସଭା

ଭଦ୍ରକ ଅଫିସ,୨୨।୭-ଭଦ୍ରକ ସହର ଉପକଣ୍ଠ ରାହାଞ୍ଜ ନିକଟରେ ୩ ଦିନ ପୂର୍ବେ ଘଟିଯାଇଥିବା ମର୍ମନ୍ତୁଦ ଦୁର୍ଘଟଣା ଦେଇଛି ଅସରନ୍ତି ଦୁଃଖ। ଟ୍ରକ୍‌ ଚକ ତଳେ ୫ ଛାତ୍ରୀଛାତ୍ରଙ୍କ ଜୀବନ ଦୀପ ଲିଭି ଯାଇଛି, ଯାହାକୁ ନେଇ ସାରା ଜିଲାରେ ଖେଳି ଯାଇଛି ଶୋକର ଛାୟା । ଜିଲାବ୍ୟାପୀ ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନରେ ମୃତ ଛାତ୍ରୀଛାତ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କେଉଁଠି ସମୂହ ଦୀପଦାନ କରାଯାଉଛି ତ ଆଉ କେଉଁଠି ବଜାର ବନ୍ଦ ରଖାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଉଛି।

ଆରଡ଼ିରେ ଭିନ୍ନ ଆକର୍ଷଣ ଶ୍ରାବଣୀ ଉତ୍ସବ

ଆରଡ଼ିରେ ଭିନ୍ନ ଆକର୍ଷଣ ଶ୍ରାବଣୀ ଉତ୍ସବ

ଆରଡି,୨୨।୭(ଡି.ଏନ.ଏ.)-ଦିନକ ପରେ ଶ୍ରାବଣ ମାସର ପ୍ରଥମ ସୋମବାର। ଶ୍ରାବଣୀ ଉତ୍ସବ ପାଇଁ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡି ହୋଇଉଠିଛି ଚଳଚଞ୍ଚଳ। ଆରଡିରେ ଏହି ଶ୍ରାବଣୀ ଉତ୍ସବ ଏକ ନିଆରା ପରମ୍ପରା ସୃଷ୍ଟି କରିିଛି। ବିଗତ ୫ବର୍ଷ ଧରି ବହୁ ଦୂରଦୂରାନ୍ତରୁ ଅସଂଖ୍ୟ ଭକ୍ତ ପୀଠକୁ ଛୁଟି ଆସୁଛନ୍ତି। ଶ୍ରାବଣ ମାସ ସୋମବାରରେ ପୀଠାରେ କଡ଼ ଫେରାଇବା ସମ୍ଭବ ହୁଏ ନାହିଁ। ବୋଲ ବମ୍‌, ହରହର ବମ୍‌ ଧ୍ୱନିରେ ଉଛୁଳି ପଡ଼େ ଆରଡ଼ି ଧାମ। ଅନ୍ୟବର୍ଷ ଭଳି ଏଥର ଶହ ଶହ ଭକ୍ତ ଜଳଭାର ଧରି ପୀଠକୁ ଆସି ମହାପ୍ରଭୁ ଆଖଣ୍ଡଳମଣିଙ୍କୁ ଜଳଲାଗି କରିବେ। ଏଥିଲାଗି ପୀଠରେ ଶୃଙ୍ଖଳିତ ଦର୍ଶନ ସାଙ୍ଗକୁ ଜଳଲାଗି କରିବା ସକାଶେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ଲାଗି ପ୍ରଶାସନ ତତ୍ପର ହୋଇଉଠିଛି।

ବୈତରଣୀରେ ବଢୁଛି ଜଳସ୍ତର

ଭଣ୍ଡାରିପୋଖରୀ,୨୨।୭(ଡି.ଏନ.ଏ.)-ଦୁଇଦିନ ଧରି ଲଗାଣ ବର୍ଷା ଜାରି ରହିବା ଯୋଗୁ ବୈତରଣୀ ନଦୀରେ ବନ୍ୟାଜଳ ବୃଦ୍ଧି ପାଇଛି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ଆନିକଟଠାରେ ଶନିବାର ସକାଳ ୬ଟାରେ ବନ୍ୟାଜଳ ୧୭.୭ ମିଟର ହୋଇ କ୍ରମଶଃ ୮ଟା ପର୍ଯ୍ୟନ୍ତ କମିବା ଆରମ୍ଭ କରି ୧୭.୩ ମିଟରକୁ ଖସି ଆସିଥିଲା। ୯ଟା ଠାରୁ ନଦୀରେ ବନ୍ୟାଜଳ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ବନ୍ୟା ଜଳ ବୃଦ୍ଧି ପାଇ ମଧ୍ୟାହ୍ନ ୨ଟାରେ ୧୭.୦୯ ମିଟରରେ ପ୍ରବାହିତ ହେଉଛି। ଉପରମୁଣ୍ଡରେ ହୋଇଥିବା ବର୍ଷା ରେକର୍ଡ ଅନୁଯାୟୀ, ଏହି ବନ୍ୟାଜଳ ଆଉ କିଛି ବୃଦ୍ଧି ପାଇ କମିବ। ଆଖୁଆପଦାରେ ୯୨.୮ ମିମି, ଆନନ୍ଦପୁରରେ ୩୮.୬ ମିମି, କେନ୍ଦୁଝରରେ ୧୪.୨ ମିମି, ଚମ୍ପୁଆରେ ୧୧.୨ ମିମି, ଠାକୁରମୁଣ୍ଡାରେ ୧୪.୮ ମିମି, ସୋମପାଟଣାରେ ୩.୨ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଉପରମୁଣ୍ଡରେ ହୋଇଥିବା ବର୍ଷା ରେକର୍ଡ ଅନୁସାରେ ଏହି ବନ୍ୟାଜଳ ବୃଦ୍ଧି ପାଇ ବିପଦସଙ୍କେତ ତଳେ ରହିବ। ଉପରମୁଣ୍ଡରେ ବର୍ଷା ଲାଗି ରହିଲେ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ଦେଖାଯିବ ବୋଲି ଆନିକଟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

ରାସ୍ତା ମରାମତି ନଁାରେ ଅର୍ଥ ହଡ଼ପ ଉଦ୍ୟମ

ତିହିଡ଼ି,୨୨।୭(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କୋହ୍ଲ ପଞ୍ଚାୟତ ସଦରବଳିଆ ମୌଜାରେ ନିର୍ମାଣ ସରିଥିବା ଏକ ରାସ୍ତାର କିଛି ଅଂଶକୁ ମରାମତି କରି ଅର୍ଥ ହଡ଼ପ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଶନିବାର ଗ୍ରାମବାସୀ ଏ ସମ୍ପର୍କରେ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ, ସଦରବଳିଆ ମୌଜାର ଗୁଣାଧାର ମାନ୍ନା ଘରଠାରୁ ବରେନ ମାନ୍ନା ଘର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୨.୫ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। ସେଠାରେ ପୂର୍ବରୁ କଂକ୍ରିଟ ରାସ୍ତା ହୋଇ ସାରିଥିଲା। ନିର୍ମାଣ ଦାୟିତ୍ୱ ନେଇଥିବା ଠିକାଦାର ରାସ୍ତାର ମାତ୍ର ୬୬ଫୁଟ୍‌ ମରାମତି କରି ଅର୍ଥ ହଡ଼ପ ପାଇଁ ଉଦ୍ୟମ ଚଳାଇଥିବା ବିଚିତ୍ର ବାରିକ, ବାପୁଜୀ ଗୋଚ୍ଛାୟତ, ଅମୂଲ୍ୟ ଦାସ, ଧନେଶ୍ୱର ମଳିକ, ମକରା ଦାସ, ସରଳା ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓଙ୍କୁ ପଚାରିବାରୁ ଅଭିଯୋଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ବାସୁଦେବପୁର,୨୨।୭(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସୁଗୋ ପଞ୍ଚାୟତ କୁସୁନିବିନ୍ଧା ଗ୍ରାମର ନବବିବାହିତା ସଞ୍ଜିତା ମଳିକ(୨୨)ଙ୍କ ଶନିବାର ପୂର୍ବାହ୍ନରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ସଞ୍ଜିତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ତାଙ୍କ ଭାଇ ମାନସ ମଳିକ ସନ୍ଧ୍ୟାରେ ବାସୁଦେବପୁର ଥାନାରେ ଅଭିଯୋଗ କରିଛନ୍ତି। ଏଥିସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ତାଙ୍କ ସପରିବାର ଥାନା ଆଗରେ ଧାରଣାରେ ବସିରହିଥିଲେ। ପୋଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଠାକୁରଙ୍କ କାଞ୍ଚି ଅଭିଯାନ ବେଶ

ଠାକୁରଙ୍କ କାଞ୍ଚି ଅଭିଯାନ ବେଶ

ବାରିପଦା,୨୨।୭- ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ମାଉସୀ ମା’ ମନ୍ଦିରରେ ଠାକୁରମାନେ ଶନିବାର କାଞ୍ଚି ଅଭିଯାନ ବେଶରେ ସନ୍ଧ୍ୟା ୭ ଟା ରୁ ରାତି ୧୧ ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି। ଏଥିପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ରବିବାର ପୂର୍ବାହ୍ନ ୯ ଟାରୁ ୧୧ ଟା ପର୍ଯ୍ୟନ୍ତ ମାଉସୀ ମା’ ମନ୍ଦିରରେ ଠାକୁରମାନେ ଶ୍ରଦ୍ଧାଳୁଙ୍କୁ ସୁନା ବେଶରେ ଦର୍ଶନ ଦେବେ। ମଧ୍ୟାହ୍ନ ୧୨ଟା ରୁ ଗୋଟାଏ ପର୍ଯ୍ୟନ୍ତ ପ୍ରସାଦ ବଣ୍ଟନ କରାଯିବ। ଅପରାହ୍ନ ଅଢେଇଟାରୁ ସାଡେ ୩ଟା ମଧ୍ୟରେ ଚକାଛଡା ପରେ ଅପରାହ୍ନ ୫ଟାରୁ ରାତ୍ର ୮ ଟା ପର୍ଯ୍ୟନ୍ତ ଠାକୁରମାନଙ୍କୁ ବାହୁଡା ପହଣ୍ଡି କରାଯାଇ ରଥାରୁଢ଼ କରାଯିବ। ପରେ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଅପରାହ୍ନ ୨ ଟା ୩୦ ରୁ ୫ ଟା ୩୦ ପର୍ଯ୍ୟନ୍ତ ରଥଟଣା ହେବ। ମଙ୍ଗଳବାର ସନ୍ଧ୍ୟା ୬ଟା୩୦ରୁ ୭ଟା୩୦ ମଧ୍ୟରେ ଲକ୍ଷ୍ମୀଭେଟ ପରେ ରାତି ୧୦ ଟା ୩୦ରେ ଠାକୁରମାନଙ୍କୁ ପହଣ୍ଡି କରାଯାଇ ମନ୍ଦିରକୁ ନିଆଯିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଦେବୋତ୍ତର ବିଭାଗ ସମସ୍ତ ପ୍ରସ୍ତୁତି କରିସାରିଛି।

ମୟୂରଭଞ୍ଜରେ ୮୩୮.୯୪ ମି.ମି. ବର୍ଷା ରେକର୍ଡ

ବାରିପଦା ଅଫିସ,୨୨ା୭- ସମଗ୍ର ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଜୁଲାଇ ପହିଲାରୁ ୨୦ ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲାରେ ୩୯୩୨.୮ ମି.ମି. ବର୍ଷା ରେକର୍ଡ କରାଯାଇଛି। କେବଳ ଶନିବାର ଜିଲାରେ ୮୩୮.୯୪ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି। କପ୍ତିପଦା ବ୍ଳକରେ ସବୁଠୁ ଅଧିକା ୭୮ ମି.ମି. ବର୍ଷା ହୋଇଥିବା ବେଳେ ରରୁଆଁ ବ୍ଳକରେ ସର୍ବନିମ୍ନ ୨ ମି.ମି. ବର୍ଷା ହୋଇଥିବା ରେକର୍ଡରୁ ଜଣାପଡେ। ଜିିଲାରେ ବର୍ଷା ଲାଗିରହିଥିବା ବେଳେ ସମସ୍ତ ବ୍ଳକର ତହସିଲଦାର ଓ ବିଡିଓ ଏବଂ ଅନ୍ୟ୍ୟ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି। ଯେ କୌଣସି ସମୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ଏହାକୁ ମୁକାବିଲା କରିବାକୁ ଜିଲା ପ୍ରଶାସନ ପ୍ରସ୍ତୁତ ଥିବା ଜିଲା ଜରୁରି ଅଧିକାରୀ ଡ.ପରିଡା କହିଛନ୍ତି।

ଯୁବତୀଙ୍କୁ ଦୁର୍ବ୍ୟବହାର  ଭିଡିଓ ଭାଇରାଲ

ଯୁବତୀଙ୍କୁ ଦୁର୍ବ୍ୟବହାର ଭିଡିଓ ଭାଇରାଲ

ବାରିପଦା ଅଫିସ,୨୨ା୭- ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଯାତ୍ରାରେ ହେଉଥିବା ଗହଳିରେ ଅସାମାଜିକ ଯୁବକଙ୍କ ଉତ୍ପାତ ବଢିବାରେ ଲାଗୁଛି। ମେଳା ବୁଲିବାକୁ ଆସୁଥିବା ମହିଳା ଓ ଯୁବତୀ ଶ୍ରଦ୍ଧାଳୁ ସେମାନଙ୍କ ଦୁର୍ବ୍ୟବହାରର ଶିକାର ହେଉଥିଲେ ବି ଅଭିଯୋଗ କରିବାକୁ ଉଚିତ ମଣୁ ନାହାନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଛି।

ବାଇକ୍‌ ସହ ଗୋମାଂସ ଜବତ

ବାଇକ୍‌ ସହ ଗୋମାଂସ ଜବତ

ବିଶୋଇ,୨୨।୭ : ବିଶୋଇ ସାପ୍ତାହିକ ହାଟକୁ ଶନିବାର ଏକ ବାଇକ୍‌ରେ ଗୋମାଂସ ଆସୁଥିବା ଖବର ପାଇ ସ୍ଥାନୀୟ ଲୋକେ ତାହାକୁ ଜବତ କରି ପୋଲିସ ଜିମା ଦେଇଛନ୍ତି। ହେଲେ ଅଭିଯୁକ୍ତଜଣକ ଖସି ପଳାଇଥିବାରୁ ଉତ୍ତେଜନା ଦେଖାଦେଇଛି। ତୁରନ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ସ୍ଥାନୀୟ ଲୋକେ ପୋଲିସ ନିକଟରେ ଦାବି ଜଣାଇଛନ୍ତି।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ