ବାଲେଶ୍ୱର

ହରିଚନ୍ଦନପୁରରୁ ଚନ୍ଦନ ଗଛ ଚୋରି

ହରିଚନ୍ଦନପୁରରୁ ଚନ୍ଦନ ଗଛ ଚୋରି
ହରିଚନ୍ଦନପୁର,୧୮।୧୨(ଡି.ଏନ୍‌.ଏ.)-ସ୍ବାମ ପାଟଣା, କେନ୍ଦୁଝର ପରେ ଏବେ ହରିଚନ୍ଦନପୁର ବ୍ଲକ ମନୋହରପୁର ପଞ୍ଚାୟତ ଲକ୍ଷ୍ମୀପୁର ଗ୍ରାମର ଅରଜ୍ୟୋତି ସାଧନା କେନ୍ଦ୍ର ପରିସରରେ ଥିବା ୨ଟି ଚନ୍ଦନ ଗଛ ଚୋରି ହୋଇଛି। ରବିବାର ରାତିରେ ସାଧନ କେନ୍ଦ୍ରରୁ ଗୋଟିଏ ଗଛକୁ କେହି ଦୁର୍ବୃତ୍ତ ଲୁଟ କରିନେଇଛନ୍ତି। ଅନ୍ୟ ଗୋଟିଏ ଗଛ ଅଧା କାଟି ଛାଡି ପଳାଇଥିବା ଥାନାରେ ଅଭିଯୋଗ ହୋଇଛି। ସାଧନା କେନ୍ଦ୍ରର ବିନୋଦ ବିହାରୀ ବଳ କହିଛନ୍ତି ଯେ, ରାତି ପ୍ରାୟ ୧୨ଟା ୩୦ ମିନିଟରେ ଦୁର୍ବୃତ୍ତମାନେ ଗଛକୁ କାଟୁଥିବା ସମୟରେ ସେ ବାହାରକୁ ଉଠିଥିଲେ। ଫଳରେ ୪ ଜଣ ଚୋର ଦୌଡି ପଳାଇଥିଲେ। ଚନ୍ଦନ ଗଛ ଚୋରି କରି ଦୁର୍ବୃତ୍ତମାନେ ପ୍ରଶାସନକୁ ଖୋଲାଖୋଲି ଚ୍ୟାଲେଞ୍ଚ ଦେଉଥିବା ଚର୍ଚ୍ଚା ହେଉଛି ।
All Right Reserved By

ବାଲେଶ୍ୱର

  ଭଲିବଲ ଚାମ୍ପିୟନଶିପ :ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ବିଜୟୀ

ଭଲିବଲ ଚାମ୍ପିୟନଶିପ :ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ବିଜୟୀ

ବାରିପଦା ଅଫିସ,୧୦।୧୨-ସପ୍ତମ ରାଜ୍ୟସ୍ତରୀୟ ପୁରୁଷ ଦିବାରାତ୍ର ଭଲିବଲ କ୍ଲବ ଚାମ୍ପିୟନଶିପ୍‌ର ଫାଇନାଲ ମ୍ୟାଚ ରବିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ହୋଇଯାଇଛି। 

ଜଳନ୍ତା ଧାନଗଦାରୁ  ମୃତଦେହ ଉଦ୍ଧାର

ଜଳନ୍ତା ଧାନଗଦାରୁ ମୃତଦେହ ଉଦ୍ଧାର

ବାରିପଦା ଅଫିସ/ରାଇରଙ୍ଗପୁର(ଡି.ଏନ.ଏ.),୧୦।୧୨- ଜଳନ୍ତା ଧାନଗଦାରୁ ଉଦ୍ଧାର ହୋଇଛି ଅର୍ଦ୍ଧଦଗ୍ଧ ମୃତଦେହ।  ମୃତଦେହର ପରିଚୟ ମିଳି ପାରି ନ ଥିବା ବେଳେ ତାହା ମହିଳା କି ପୁରୁଷ ବି ଜଣାପଡି ନାହିଁ। 

ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତା: ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟ ଛାତ୍ର ପ୍ରଥମ

ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତା: ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟ ଛାତ୍ର ପ୍ରଥମ

ବାଲେଶ୍ୱର ଅଫିସ, ୧୦।୧୨-ବାଲେଶ୍ୱର ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟର ଯୁକ୍ତ ୨ ଦ୍ୱିତୀୟବର୍ଷ ବିଜ୍ଞାନ ଛାତ୍ର ଶିବମ୍‌ ପାଢ଼ୀ ଓ ଦିବ୍ୟ ମାନସ ଜେନା ଭୁବନେଶ୍ୱରସ୍ଥିତ ସୃଷ୍ଟି ଏକାଡ଼େମୀ ଅଫ୍‌ ମ୍ୟାନେଜମେଣ୍ଟ ପରିସରରେ ଗତ ଡିସେମ୍ବର ୯ତାରିଖରେ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଚାମ୍ପିୟନ ହୋଇଛନ୍ତି।

ସୁନା ଅଳଙ୍କାର, ଟଙ୍କା ଚୋରି

ସୁନା ଅଳଙ୍କାର, ଟଙ୍କା ଚୋରି

ପଦ୍ମପୁର, ୧୦।୧୨ (ଡି.ଏନ.ଏ.) - ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ମିଶ୍ରପୁର ଗ୍ରାମର ଶ୍ୟାମସୁନ୍ଦର ଦତ୍ତଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଛି। ଏନେଇ ନାୟକାଣିଡିହୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି। 

ଟିଲୋରେ ଖୋଲିଲା ଧାନମଣ୍ଡି

ଟିଲୋରେ ଖୋଲିଲା ଧାନମଣ୍ଡି

ବନ୍ତ, ୧୦।୧୨ (ଡି.ଏନ.ଏ.) - ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ବନ୍ତ ଶାଖା ଅଧୀନ ଟିଲୋ ସେବା ସମବାୟ ସମିତିରେ ସୋମବାର ଜିଲାପାଳ ଜ୍ଞାନରଞ୍ଜନ ଦାଶଙ୍କ ଦ୍ୱାରା ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି।

୭ ଚୋରା ମଦ ବେପାରୀ ଗିରଫ

୭ ଚୋରା ମଦ ବେପାରୀ ଗିରଫ

ନୀଳଗିରି, ୧୦ା୧୨(ଡି.ଏନ.ଏ.)-ନୀଳଗିରି  ଅବକାରୀ ବିଭାଗ ପକ୍ଷରୁ ଥାନାର ବିଭିନ୍ନ ଗାଁରେ ସୋମବାର ଚଢାଉ କରାଯାଇ ୭ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ସମୁଦାୟ ୪୪ଲିଟର ଦେଶୀ ମହୁଲି ମଦ ଜବତ ହୋଇଛି। 

କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ: ଏ-୧ ଟିମ୍‌ ଚାମ୍ପିୟନ

କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ: ଏ-୧ ଟିମ୍‌ ଚାମ୍ପିୟନ

ତିହିଡ଼ି, ୧୦।୧୨ (ଡି.ଏନ.ଏ.) - ତିହିଡ଼ି ବ୍ଲକ ବିଜୁ ଯୁବବାହିନୀ ପକ୍ଷରୁ ଚାଲିଥିବା ବ୍ଲକସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଏ-୪ ଟିମ୍‌କୁ ୨ ଉଇକେଟରେ ହରାଇ ଏ-୧ ଚାମ୍ପିୟନ ହୋଇଛି। ଭାଟପଡ଼ା, ମୁକୁନ୍ଦପୁର, ସୟା ଓ ବାହାବଳପୁର ପଞ୍ଚାୟତର ୧୧ ଖେଳାଳିଙ୍କୁ ନେଇ ଗଠିତ ଏ-୪ ଟିମ୍‌ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। 

ଖାନ୍‌କାହାଠାରେ ଫାତେହା ସମାରୋହ

ଖାନ୍‌କାହାଠାରେ ଫାତେହା ସମାରୋହ

ଭଦ୍ରକ ଅଫିସ, ୧୦।୧୨ - ଭଦ୍ରକ ବାଇପାସ୍‌ ରୋଡସ୍ଥିତ ଗୁଲସନେ ଗୌସପାକ, ଖାନ୍‌କାହା ପରିସର ଓ ବାହାରେ ଫାତେହା ସମାରୋହ ଅନୁଷ୍ଠିତ ହୋଇଯାଇଛି।   ଏନ୍‌ପିଜି ତରଫରୁ ପୃଥିବୀ ପ୍ରସିଦ୍ଧ ବଡ଼ ପୀରବାବା (ଗୌସପାକ)ର:ଅଙ୍କ ଚନ୍ଦ୍ର ଗଣନା ଅନୁଯାୟୀ ଏଗାରୁଇଁ ମାସର ଚନ୍ଦ୍ରର ପ୍ରଥମ ଦିନରେ ଫାତେହା ପ୍ରସାଦ (ଲଙ୍ଗର)ର ଆୟୋଜନ କରାଯାଇଥିଲା। 

ଅଗ୍ନି ୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଅଗ୍ନି ୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ/ବାଲେଶ୍ୱର ଅଫିସ,୧୦।୧୨: ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଅଗ୍ନି ୫ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଓଡ଼ିଶାର ଚାନ୍ଦିପୁରଠାରେ ଥିବା ଡ. ଅବଦୁଲ କଲାମ କ୍ଷେପଣାସ୍ତ୍ର ଘାଟିରୁ ଏହାକୁ ସୋମବାର ଦିନ ପ୍ରାୟ ୧ଟା ୩୦ ମିନିଟରେ ପରୀକ୍ଷଣ କରାଯାଇଛି।

 ଜାତୀୟ ମାନବାଧିକାର  ଦିବସ

ଜାତୀୟ ମାନବାଧିକାର ଦିବସ

ଭଦ୍ରକ ଅଫିସ,୧୦।୧୨:  ଭଦ୍ରକ ଜିଲା ଆଇନ ସେବା ପ୍ରାଧିକରଣ  ପକ୍ଷରୁ ଜାତୀୟ ମାନବାଧିକାର ଦିବସ ସୋମବାର ପାଳିତ ହୋଇଯାଇଛି l

ଭାଜପା ମହିଳା ମୋର୍ଚ୍ଚା  ପକ୍ଷରୁ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଇସ୍ତଫା  ଦାବି

ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଇସ୍ତଫା ଦାବି

ଭଦ୍ରକ ଅଫିସ,୧୦।୧୨: ଭଦ୍ରକ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ସୋମବାର ପ୍ରତିବାଦ ସଭା ଆୟୋଜନ କରାଯାଇଛି।

ଅତିରିକ୍ତ ଜିଲାପାଳଙ୍କ  ଅଭିଯୋଗ ଶୁଣାଣି

ଅତିରିକ୍ତ ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ଭଦ୍ରକ ଅଫିସ,୧୦।୧୨:  ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଅତିରିକ୍ତ ଜିଲାପାଳଙ୍କ  ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।