ସମ୍ବଲପୁର

ବରଗଡ଼ ଧନୁଯାତ୍ରାରେ ଉଗ୍ରସେନ ଭୂମିକା ନିଭାଇବେ କଳାକାହ୍ନୁ ଚୌହାନ

ବରଗଡ଼ ଧନୁଯାତ୍ରାରେ ଉଗ୍ରସେନ ଭୂମିକା ନିଭାଇବେ କଳାକାହ୍ନୁ ଚୌହାନ


ବରଗଡ଼ ଅଫିସ୍‌,୧୮୭।୧୨-
ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସଙ୍କ ପରେ ଏବେ ଉଗ୍ରସେନ ଅଭିନେତା ବଦଳିଛନ୍ତି । ୨୦୦୯ ମସିହାରୁ ଏହି ଭୂମିକାରେ ଅଭିନୟ କରିଆସୁଥିବା ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଡାହାଣ ହାତ ଭାଙ୍ଗି ଯିବା ପରେ ତାଙ୍କ ସ୍ଥାନ କେଉଁ କଳାକାର ନେବେ ତାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ତେବେ ଧନୁଯାତ୍ରା ଚୟନ କମିଟି ଏଥର ଉଗ୍ରସେନ ଭୂମିକା ପାଇଁ ବରଗଡ଼ ଜିଲା ସୋହେଲା ଥାନା ବାଉସେନମୁରା ପଞ୍ଚାୟତ ଅନ୍ତର୍ଗତ କେନ୍ଦବାହାଲ ଗ୍ରାମର କଳାକାର କଳାକାହ୍ନୁ ଚୌହାନ(୫୭)ଙ୍କୁ ମନୋନୀତ କରିଛି । କଳାକାହ୍ନୁଙ୍କ ପେଶା ରାଜମିସ୍ତ୍ରୀ ହୋଇଥିଲେ ମଧ୍ୟ ଅଭିନୟରେ ରାଜା, ମନ୍ତ୍ରୀ ହେବା ତାଙ୍କ ନିଶା ପାଲଟି ଯାଇଛି । ସେ ବିଭିନ୍ନ ସ୍ଥାନରେ କଂସ, ରାବଣ, ଜଳନ୍ଧର, ମହାମନ୍ତ୍ରୀ ଭୂମିକାରେ ଅଭିନୟ କରିଛନ୍ତି । ସେ ଗତ କିଛିଦିନ ତଳେ ବରଗଡ଼ ଧନୁଯାତ୍ରାର କଂସ ଚୟନ ପ୍ରକ୍ରିୟାରେ ଭାଗ ନେଇଥିଲେ । ଉଗ୍ରସେନ ଭୂମିକାରେ ଅଭିନୟ ତାଙ୍କ ପାଇଁ ସେଭଳି କଠିନ ହେବ ନାହିଁ । ବରଂ ହରିବଂଶ ଆଧାରିତ ବରଗଡ଼ ଧନୁଯାତ୍ରାରେ ଅଭିନୟର ଚମତ୍କାରିତା ଦେଖାଇ ସମଗ୍ର ମଥୁରାବାସୀ ତଥା ବିଶ୍ୱବାସୀଙ୍କୁ ସେ ନିଶ୍ଚିତ ଭାବେ ଖୁସି କରାଇବାରେ ସଫଳ ହେବେ ବୋଲି କଳାକାହ୍ନୁ କହିଛନ୍ତି ।

All Right Reserved By

Model This Week

Model This Week

ସମ୍ବଲପୁର

ବନ୍ଧୁକ ଦେଖାଇ ନେଇଗଲେ ୭ ଲକ୍ଷ ୮୦ ହଜାର ଟଙ୍କା

ବନ୍ଧୁକ ଦେଖାଇ ନେଇଗଲେ ୭ ଲକ୍ଷ ୮୦ ହଜାର ଟଙ୍କା

ସୁନ୍ଦରଗଡ, ୨୫।୪(ଡି.ଏନ.ଏ.)- ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ଥାନା ଅଧୀନ ଲିପ୍‌ଲୋଇ ପାଖ ବିଜୁ ଏକ୍ସପ୍ରେସ ଓ୍ବେର ଟୋଲପ୍ଲାଜା ନିକଟରେ ଡକାୟତି ଘଟିଛି। ଟୋଲ ପ୍ଲାଜାର ୭ ଲକ୍ଷ ୮୦ ହଜାର ଟଙ୍କାକୁ ଏକ ବ୍ୟାଗରେ ଏଚଡିଏଫସିର ଜଣେ ଏଜେଣ୍ଟ ଏକୁଟିଆ ବାଇକରେ ନେଇ ବ୍ୟାଙ୍କକୁ ଜମା କରିବାକୁ ଯାଉଥିଲେ।

ଦେଢ଼ ବର୍ଷ ହେଲା ସରୁନି ସରଡା ଜୋର ଶ୍ମଶାନ ଘାଟ ନିର୍ମାଣ

ଦେଢ଼ ବର୍ଷ ହେଲା ସରୁନି ସରଡା ଜୋର ଶ୍ମଶାନ ଘାଟ ନିର୍ମାଣ

ଧମା, ୨୫।୪ (ଡି.ଏନ.ଏ)- ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ବତେମୁରା ପଞ୍ଚାୟତର ସରଡା ଜୋର ଖଣ୍ଡିରେ ନିର୍ମାଣାଧୀନ ଶ୍ମଶାନ ଘାଟ ଦେଢ଼ ବର୍ଷ ହେଲା ଆରମ୍ଭ ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇ ନ ଥିବାରୁ ବିଭାଗୀୟ ଉଦାସୀନତାକୁ ନେଇ ଗ୍ରାମବାସୀ ଉଦବେଗ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ସମସ୍ତ ପଞ୍ଚାୟତରେ ଅଢ଼େଇ ଲକ୍ଷ ଟଙ୍କା ଅନୁଦାନରେ ମୃତ୍ୟୁ ପରେ ଦାହ ସଂସ୍କାର ପାଇଁ ଶ୍ମଶାନ ଘାଟ ନିର୍ମାଣର ଯୋଜନା ରହିଛି । ସେହି ଅନୁସାରେ ବତେମୁରାର ସରଡାଜୋର ଖଣ୍ଡିରେ ଅନୁରୂପ ଅନୁଦାନ ରାଶିରେ ଦେଢ଼ ବର୍ଷ ପୂର୍ବେ ଶ୍ମଶାନ ଘାଟ ନିର୍ମାଣ ଆରମ୍ଭ କରାଯାଇଥିଲା । ମାତ୍ର ତାହା କେବଳ ଅଧାପନ୍ତରିଆ କାମ କରିଦେଇ ବର୍ତ୍ତମାନ ଏକ ବର୍ଷ ହେଲା ପଡି ରହିଛି ।

ଜିଲା ରେଡକ୍ରସ ଆନୁକୂଲ୍ୟରେ ତର୍କ ପ୍ରତିଯୋଗିତା

ଜିଲା ରେଡକ୍ରସ ଆନୁକୂଲ୍ୟରେ ତର୍କ ପ୍ରତିଯୋଗିତା

ଧମା, ୨୫।୪ (ଡି.ଏନ.ଏ)- ସମ୍ବଲପୁର ଜିଲା ରେଡକ୍ରସ ଓ ସାହାସପୁର ଉଚ୍ଚ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଇଂରାଜୀ ଓ ଓଡିଆ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରେଡକ୍ରସ ଦିବସ ଅବସରରେ ଆୟୋଜିତ ଏହି ପ୍ରତିଯୋଗିତାର ବିଷୟ ବସ୍ତୁଥିଲା ‘ରେଡକ୍ରସର ଇତିହାସ ଓ ମୌଳିକ ନୀତି ’। ଏଥିରେ ମାନେଶ୍ୱର ପଞ୍ଚାୟତ ସମିତିର ୭ଟି ବିଦ୍ୟାଳୟର ଛାତ୍ରୀଛାତ୍ର ଯୋଗଦେଇଥିବା ବେଳେ ବିଚାରକ ଭାବେ ଶିକ୍ଷକ ଘନଶ୍ୟାମ ପାଣ୍ଡେ, ଲଳିତ ମୋହନ ଶତପଥୀ, ଚିତ୍ତରଞ୍ଜନ ପଧାନ ଓ ଦିଲୀପ ପୋଢ଼ ଯୋଗ ଦେଇଥିଲେ ।

ପୁଣି ଚକଡା ରୋଗରେ କବଳିତ ମାନେଶ୍ୱର ବ୍ଲକ ଚାଷୀ

ପୁଣି ଚକଡା ରୋଗରେ କବଳିତ ମାନେଶ୍ୱର ବ୍ଲକ ଚାଷୀ

ଧମା, ୨୫ । ୪ (ଡି.ଏନ.ଏ)-‘ଚାଷ କାମ ଯାହାର, କେଡେ ସୁଖ ତାହାର’। ମାତ୍ର ବର୍ତ୍ତମାନ ଯୁଗରେ ଉକ୍ତ ପ୍ରବାଦଟି ବିଭିନ୍ନ କାରଣରୁ ଓଲଟି ଯାଇ ‘ଚାଷ କାମ ଯାହାର କେଡେ ଦୁଃଖ ତାହାର’ ହୋଇଯାଇଛି । କାରଣ ସର୍ବ ପ୍ରଥମ ଗୋଟିଏ ଚାଷୀ ଚାଷ କାର୍ଯ୍ୟରେ ନିୟୋଜିତ ଅର୍ଥ ଅନୁପାତରେ ଅମଳ କରିଥିବା ଫସଲର ପ୍ରାପ୍ୟ ପାଇପାରୁନାହିଁ । ଦ୍ୱିତୀୟତଃ ବର୍ତ୍ତମାନ ବିଗତ ଖରିଫ ଋତୁଠାରୁ ସବୁଠାରୁ ବଡ ସମସ୍ୟା ଓ କ୍ଷତିର କାରଣ ପାଇଲଟିଛି ଚକଡା ପୋକ ।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଅଟକ ୬ ଜଣଙ୍କୁ ଛାଡ଼ିଲା କ୍ରାଇମ୍‌ବ୍ରାଞ୍ଚ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଅଟକ ୬ ଜଣଙ୍କୁ ଛାଡ଼ିଲା କ୍ରାଇମ୍‌ବ୍ରାଞ୍ଚ

ବଲାଙ୍ଗୀର ଅଫିସ,୨୫।୪: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଅଟକ ଥିବା ୭ ସନ୍ଦିଗ୍ଧଙ୍କ ମଧ୍ୟରୁ ବୁଧବାର ମଧ୍ୟାହ୍ନ ୧୨ଟା ୨୦ମିନିଟ୍‌ ସୁଦ୍ଧା ୬ ଜଣଙ୍କୁ କ୍ରାଇମ୍‌ବ୍ରାଞ୍ଚ ଛାଡ଼ିଦେଇଛି।

ଦୁର୍ଘଟଣାରେ ସାଇକେଲ ଆରୋହୀ ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଦୁର୍ଘଟଣାରେ ସାଇକେଲ ଆରୋହୀ ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ବିଜେପୁର,୨୫।୪(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ପହଣ୍ଡି ଗ୍ରାମ ନିକଟରେ ବୁଧବାର ଭୋର ସମୟରେ ଏକ କ୍ୟାଣ୍ଟର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପଡ଼ା ଗ୍ରାମର ମନ୍ଦିର ପୂଜକ ଥବିର ତ୍ରିପାଠୀ(୫୨)।

ପ୍ରବେଶିକା ପରୀକ୍ଷାରୁ ଛାତ୍ରୀଛାତ୍ର ବଞ୍ଚିତ ଘଟଣା:ଡିଇଓଙ୍କୁ ମିଳିନି ରିପୋର୍ଟ, କାର୍ଯ୍ୟାନୁଷ୍ଠାନ ବିଳମ୍ବ

ପ୍ରବେଶିକା ପରୀକ୍ଷାରୁ ଛାତ୍ରୀଛାତ୍ର ବଞ୍ଚିତ ଘଟଣା:ଡିଇଓଙ୍କୁ ମିଳିନି ରିପୋର୍ଟ, କାର୍ଯ୍ୟାନୁଷ୍ଠାନ ବିଳମ୍ବ

ବରଗଡ଼ ଅଫିସ୍‌,୨୫।୪:ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ଲୁହାଖଣ୍ଡି, ଅରେଇଗୁଡ଼ି ଏବଂ ରେଶମ ସ୍କୁଲରେ ୮ଜଣ ଛାତ୍ରୀଛାତ୍ର ବିଭାଗୀୟ ଶିକ୍ଷା ଅଧିକାରୀଙ୍କ ଅବହେଳା ଯୋଗୁ ଆଦର୍ଶ ବିଦ୍ୟାଳୟ ପରୀକ୍ଷାରୁ ବଞ୍ଚିତ ହେବା ଘଟଣାକୁ ଜିଲା ଶିକ୍ଷା ବିଭାଗ ଗୁରୁତ୍ୱର ସହିତ ନେଇଛି । ଜିଲା ଶିକ୍ଷା ଅଧିକାରୀ(ଡିଇଓ) ପ୍ରକାଶ କୁମାର ଯୋଶୀ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ କଳ୍ପନା ନାଏକଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ନାଏକ ଶନିବାର ଭେଡ଼େନ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଏହାର ତଦନ୍ତ କରିଥିଲେ ।

ହାଇଦ୍ରାବାଦରେ ଦାଦନ ଶ୍ରମିକଙ୍କୁ ନିର୍ଯାତନା

ହାଇଦ୍ରାବାଦରେ ଦାଦନ ଶ୍ରମିକଙ୍କୁ ନିର୍ଯାତନା

ବରଗଡ଼ ଅଫିସ୍‌,୨୫।୪:ବରଗଡ଼ ଜିଲାରେ ଦାଦନ ସମସ୍ୟା ବଢ଼ି ଚାଲିଛି । ଜିଲାର ଅଣଜଳସେଚିତ ତଥା ଚିର ମରୁଡ଼ି ପ୍ରପୀଡ଼ିତ ପଦ୍ମପୁର ଉପଖଣ୍ଡରେ ଏହି ସମସ୍ୟା ଅଧିକ ରହିଛି । କର୍ମ ଅନ୍ବେଷଣରେ ଜିଲା ତଥା ରାଜ୍ୟ ବାହାରକୁ ଅନେକ ଶ୍ରମିକ କାମ କରିବାକୁ ଯାଉଛନ୍ତି । ସେଠାକୁ ଯାଇ କିଏ ନିର୍ଯାତିତ ହେଉଛି ତ ସେଠାରୁ ଆଉ କାହାର ଶବ ଘରକୁ ଫେରୁଛି । ସେହିପରି କେତେକ ଗୋଡ଼, ହାତ ହରାଇ ଭିନ୍ନକ୍ଷମ ପାଲଟି ଯାଉଛନ୍ତି । ତଥାପି ପଦ୍ମପୁର ଉପଖଣ୍ଡରୁ ଦାଦନ ଚାଲାଣ ବନ୍ଦ ହୋଇ ପାରିନାହିଁ । ଅନ୍ୟପଟେ ସମ୍ପୃକ୍ତ ଅଞ୍ଚଳରେ ଦାଦନ ଦୁଃଖ ବୃଦ୍ଧି ପାଇବାରେ ଲାଗିଛି। ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅଞ୍ଚଳରୁ ହାଇଦ୍ରାବାଦର ଏକ ଇଟାଭାଟିକୁ ଦାଦନ ଖଟିବାକୁ ଯାଇ ସେଠାରେ ୧୭ଜଣ ନିର୍ଯାତିତ ହେଉଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ସେଠାରେ ଶାଳୀ ବଦଳରେ ତାଙ୍କ ଭିଣୋଇ ବନ୍ଧା ପଡ଼ିଛନ୍ତି।

ଘରୋଇ ଇସ୍‌କୁଲେ ପିଲାକର ସମସିଆ: ପଢ଼ାବହି ଲାଗି ଯିବାକେ ପଡ଼ୁଛେ ସମ୍ବଲପୁର

ରେଢ଼ାଖୋଲ,୨୫।୪(ଡିଏନଏ) : ରେଢ଼ାଖୋଲ ଶିକ୍ଷାଜିଲା ଅଧିନ୍‌ରେ ଥିବାର ଘରୋଇ ଶିକ୍ଷାନୁଷ୍‌ଠାନ୍‌ରେ ପର୍‌ଥମ୍‌ରୁ ଅଷ୍‌ଟମ୍‌ ଶ୍ରେଣୀ ତକ୍‌ ଛାତ୍ରୀଛାତ୍ରକୁଁ ସରକାରକଁର ତରଫୁ ପଢ଼ାବହି ନାଇଁ ଯୁଗେଇ ଦିଆଯାଇ। ଇ ଶିକ୍ଷାଜିଲା ଅଧିନ୍‌ରେ ଥିବାର ଘରୋଇ ଶିକ୍ଷାନୁଷ୍‌ଠାନ୍‌ର ଚାତ୍ରୀଛାତ୍ରକଁର ଲାଗି ଚଲ୍‌ତି ବଛର ୨୦୧୮-୧୯ ଲାଗି ସମ୍ବଲପୁରର ଆଶାପାଲି ନୋଡାଲ ଉ.ପ୍ରା.ସ୍କୁଲ ଆର୍‌ ବିଆରସି କାର୍ଯ୍ୟାଳୟରେ ୨୦.୪.୨୦୧୮ରୁ ପଢ଼ାବହି ମିଲ୍‌ବା। ଇ ବାବ୍‌ଦେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଓଡ଼ିଶା ସରକାରକଁର ତର୍‌ଫୁ ଗୁଟେ ବିଜ୍ଞପ୍ତି ଭିଲ୍‌ ପର୍‌କାଶ ପାଇଥିଲା। ହେଲେ ରେଢ଼ାଖୋଲ ଅଂଚଲକେ ଇଥ୍‌ରୁ ବାଦ୍‌ ଦିଆଯାଇଛେ।

ଅଜଣା ଗାଡ଼ି ଧକ୍କାରେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ

ରେଢ଼ାଖୋଲ,୨୫।୪(ଡି.ଏନ.ଏ.) ୫୫ ନଂ ଜାତୀୟ ରାଜପଥର ବୈଷ୍ଣବଝୁଲି ଗ୍ରାମ ନିକଟରେ ଥିବା ଏକ ଢାବା ସମ୍ମୁଖରେ ସୋମବାର ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଟ୍ରକ୍‌ ଡ୍ରାଇଭର ହେଲେ କେନ୍ଦୁଝର ଜିଲା ହରିଚନ୍ଦନପୁରର ଦେବାନନ୍ଦ ନାଏକ (୩୦)। ପୋଲିସ ସୂତ୍ରରୁ ପ୍ରକାଶ ଯେ ଓଡି ୦୪ ଜେ ୬୫୮୮ ନଂ ଟ୍ରକଟି ଝାରସୁଗୁଡାରୁ କେନ୍ଦ୍ରାପଡା ଅଭିମୁଖେ ଯାଉଥିଲା।

ଅବକାରୀ ଚଢାଉ: ଜଣେ ମହିଳାଙ୍କ ସମେତ ୩ ଗିରଫ

ରେଢ଼ାଖୋଲ,୨୫।୪(ଡି.ଏନ.ଏ.) ରେଢ଼ାଖୋଲ ଅବକାରୀ ବିଭାଗ ପକ୍ଷରୁ ନାକ୍ଟିଦେଉଳ ଥାନା ଜାମଜୁରୀ ଓ ବୁଢାକଟା ଗ୍ରାମରେ ଚଢାଉ କରାଯାଇଛି। ବେଆଇନ ମଦ ଓ ତାଡି ବିକ୍ରି କରୁଥିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଜାମଜୁରୀ ଗ୍ରାମର ପଦ୍ମାବତୀ ବେହେରା (୬୦), ଶେଷଦେବ ବେହେରା (୪୭) ଓ ବୁଢାକାଟା ଗ୍ରାମର ପହଲି ମାଟିଆରି(୨୭)।

ମୋବାଇଲ ମରାମତି ଦୋକାନରୁ ଚୋରି କରି ଦୁଇ ଯୁବକ ଗିରଫ

ରେଙ୍ଗାଲି, ୨୫।୪ (ଡି.ଏନ.ଏ)- ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଲଇଡା ସାପ୍ତାହିକ ବଜାରଠାରେ ଥିବା ଏକ ମୋବାଇଲ ମରାମତି ଦୋକାନରୁ ଚୋରି କରି ଦୁଇ ଜଣ ଚୋର ଗିରଫ ହୋଇଛନ୍ତି।