ସମ୍ବଲପୁର

୨ ସପ୍ତାହରେ ୨ ହତ୍ୟାକାଣ୍ଡ ଘଟଣା: ପୋଲିସ ପାଉନି ଅପରାଧୀଙ୍କ ସୁରାକ

୨ ସପ୍ତାହରେ ୨ ହତ୍ୟାକାଣ୍ଡ ଘଟଣା: ପୋଲିସ ପାଉନି ଅପରାଧୀଙ୍କ ସୁରାକ



ବୀରମହାରାଜପୁର, ୧୮।୧୨ (ଡି.ଏନ.ଏ.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅଞ୍ଚଳରେ ଗତ ନଭେମ୍ବର ଶେଷାର୍ଦ୍ଧରେ ସଂଘଟିତ ଦୁଇଟି ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଥିବା ବେଳେ ଅଦ୍ୟାବଧି ପୋଲିସ ଗୋଟିଏବି ଘଟଣାର ପର୍ଦ୍ଦାଫାଶ କରି ପାରୁନାହିଁ । ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଯୋର ଧରିଛି। ଅନ୍ୟପକ୍ଷରେ ଏହାକୁ ନେଇ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୧୫ ତାରିଖରେ ଘଟିଥିଲା ପ୍ରଥମ ଘଟଣା। ବୀରମହାରାଜପୁର ବସ୍ତିର ଚମ୍ପାପୁରସ୍ଥିତ ଜଣେ ସ୍ବାମୀ ପରିତ୍ୟକ୍ତ ମହିଳାଙ୍କ ବାସଗୃହ ବାରଣ୍ଡାରେ ରାମକୃଷ୍ଣ ଶତପଥୀ (୩୬) ନାମକ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ରାମକୃଷ୍ଣ ଉଲୁଣ୍ଡା ବ୍ଲକ କଳାପଥର ପଞ୍ଚାୟତ ଅନ୍ତର୍ଗତ ଜମ୍ଭାଲିପାଲି ଗ୍ରାମର ବାସିନ୍ଦା ହୋଇଥିବା ବେଳେ ସେ ତାଙ୍କର ୨ ଛୁଆ ଓ ସ୍ତ୍ରୀଙ୍କ ସହ ସୋନପୁର ସହରରେ ରହି ଛୋଟ ଦୋକାନ କରିଥିଲେ । ପୂର୍ବ ସନ୍ଧ୍ୟାରେ ସେ ୨ ଜଣ ସାଥିଙ୍କ ସହ ଏକ ବାଇକ ଯୋଗେ ଆସି ବୀରମହାରାଜପୁର ନନ୍ଦିଘୋଷ ଛକରେ ଓହ୍ଲାଇଥିଲେ।
ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ସେ ବଜାରରୁ ମାଂସ କିଣି ଚମ୍ପିପୁର ଯାଇଥିବା ସ୍ଥାନୀୟ ବାସିନ୍ଦାଙ୍କଠାରୁ ଜଣାଯାଇଛି।
ଯେଉଁ ଘର ବାରଣ୍ଡାରୁ ରାମକୃଷ୍ଣ ମରିପଡିଥିବା ଦେଖିବାକୁ ମିଳିଥିଲା ତାହା ବସନ୍ତ ମଞ୍ଜରୀ ମିଶ୍ରଙ୍କ ଭଡାଘର । ସେ ତେନ୍ତୁଲିମହଦା ଗ୍ରାମର ଅଙ୍ଗନୱାଡି କର୍ମୀ ହୋଇ ସୁଦ୍ଧା ଏଠାରେ ଘରଭଡା ନେଇ ରହିଥିବା ଜଣାପଡିଛି । ତେବେ କେଉଁ ପରିସ୍ଥିତିରେ ଏହି ଘରେ ରାମକୃଷ୍ଣର ମୃତଦେହ ମିଳିଲା ତାହା ସମସ୍ତଙ୍କୁ ବିସ୍ମିତ କରିଛି ଏବଂ ସମ୍ପୂର୍ଣ୍ଣ ଘଟଣାକ୍ରମ ରହସ୍ୟଜନକ ମନେ ହେଉଛି । ଏହାଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ମୃତକଙ୍କ ବଡଭାଇ ଶିବଶଙ୍କର ଶତପଥୀ ବୀରମହାରାଜପୁର ଥାନାରେ ଲିଖିତ ରିପୋର୍ଟ ଦାଏର କରିଥିଲେ ହେଁ, ଘଟଣାଟି ଏକ ଅପମୃତ୍ୟୁ ମାମଲା (ନଂ.୩/୧୭) ଭାବେ ପୋଲିସ ପଞ୍ଜୀକୃତ କରି ତଦନ୍ତ ଚଳାଇଛି । ଦୀର୍ଘ ଏକ ମାସ ବିତିଯାଇଥିଲେ ସୁଦ୍ଧା ଘଟଣାର ରହସ୍ୟ ଉନ୍ମୋଚନ କରିବାରେ ପୋଲିସ ବିଫଳ ହୋଇଛି । ଇତି ମଧ୍ୟରେ ଶବ ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହେବା ସହ ହିସରାକୁ ପରବର୍ତ୍ତି ପରୀକ୍ଷଣ ସକାଶେ ସଂରକ୍ଷିତ ରଖାଯାଇଥିବା କୁହାଯାଉଛି । ପୋଲିସ ତଦନ୍ତରେ ଶିଥିଳତା ଓ ନିରୁପେକ୍ଷଣ ଉପରେ ଅସନ୍ତୋଷ ବ୍ୟକ୍ତକରି ମୃତକ ରାମକୃଷ୍ଣଙ୍କ ପରିବାର ପକ୍ଷରୁ ଅନଶନ ପାଇଁ ଧମକ ଦିଆଯାଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ରାମକୃଷ୍ଣଙ୍କ ବଡଭାଇ ଶିବଶଙ୍କର ଶତପଥୀ କହିଛନ୍ତି ଯେ,
ଆସନ୍ତା ୧୯ ତାରିଖରେ ସେମାନେ ପୋଲିସ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ ସ୍ବରୂପ ସୋନପୁର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ । ଏଣେ ତଦନ୍ତକାରୀ ଅଫିସର ତଥା ବୀରମହାରାଜପୁର ଥାନା ଆଇଆଇସି ହେମନ୍ତ ରାଓ ସୁବଳୟା ଥାନାକୁ ବଦଳି ହୋଇଯାଇ ସାରିଛନ୍ତି । ୨ୟ ଘଟଣା ନଭେମ୍ବର ୩୦ ତାରିଖରେ ଘଟିଥିଲା । ବୀରମହାରାଜପୁର ଥାନା ମଧ୍ୟରୁ ପ୍ରାୟ ୬/୭ କି.ମି. ଦୂର ଉଲୁଣ୍ଡା ବ୍ଲକ କଳାପଥର ପଞ୍ଚାୟତର ନନ୍ଦିଘୋଷପାଲି (ପଧାନପାଲି) ଗାଁର ଅନତିଦୂର ଏକ ବିଲ ମଧ୍ୟରୁ ଜଣେ ଅପରିଚିତା ମହିଳା (୩୫)ଙ୍କ ଶବ ମିଳିଥିଲା । ମହିଳାଙ୍କ ବେକରେ ଗଭୀର କ୍ଷତ ଚିହ୍ନ ଥିବାବେଳେ ପାଖରେ ଏକ ରକ୍ତାକ୍ତ ଛୁରୀ ପଡିଥିବାରୁ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଇଥିଲା । ମହିଳାଙ୍କ ବେଶଭୁଷାରୁ ସେ ବିବାହିତା ଅନୁମାନ କରାଯାଇଥିବା ବେଳେ ପୋଲିସ ମୃତଦେହ ନିକଟରେ ପଡିଥିବା ଭ୍ୟାନଟି ବ୍ୟାଗ, ୨/୩ ଖଣ୍ଡ ଶାଢ଼ୀ, ବ୍ଲାଉଜ୍‌ ଓ ଅନ୍ତଃବସ୍ତ୍ର ସହ ପ୍ରଶାଧନ ସାମଗ୍ରୀ ଜବତ କରିଥିଲା । ସମ୍ପକ୍ତ ଜମିର ମାଲିକ ଗୁପ୍ତେଶ୍ୱର ପ୍ରଧାନଙ୍କ ଏତଲା କ୍ରମେ ବୀରମହାରାଜପୁର ଥାନାରେ ଏ ନେଇ ୩୦୨ ଓ ୨୦୧ ଦଫାରେ ହତ୍ୟା ମାମଲା (ନଂ.୧୧୫/୧୭) ରୁଜୁ ହୋଇଛି । ଥାନାରେ ମହିଳା ସବ୍‌ଇନ୍ସପେକ୍ଟର କିରଟି ଚୌଧୁରୀ ଉକ୍ତ ରହସ୍ୟଜନକ କେସର ତଦନ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । କିନ୍ତୁ ୧୭ ଦିନ ପରେ ବି ଘଟଣା ପଛରେ କିଛିବି ରହସ୍ୟ ଜଣାପଡି ନାହିଁ । ତେଣେ ମୃତ ମହିଳାଙ୍କ ପରିଚୟ ଜଣା ନ ପଡିବାରୁ ଶବ ବ୍ୟବଚ୍ଛେଦର ୭୨ ଘଣ୍ଟା ପରେ ସଂସ୍କାର କରି ଦିଆଯାଇଥିଲା । ପ୍ରଥମ ଘଟଣା ପଛରେ ଅନୈତିକ ପ୍ରେମ ସମ୍ପର୍କ ଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଦ୍ୱିତୀୟ ଘଟଣାର ପ୍ରେମ ପ୍ରତାରଣାର କୁପରିଣତି ରହିଥିବା ସନ୍ଦେହ କରାଯାଉଛି । ତେବେ ପୋଲିସର ତଦନ୍ତ ବାଟବଣା ହୋଇଥିବାର ଅନୁମାନ କରାଯାଉଥିବାରୁ ଏହାର ପର୍ଦ୍ଦାଫାଶ ହେବା ନେଇ ସାଧାରଣରେ ସନ୍ଦେହ ପ୍ରକଟ କରାଯାଉଛି ।

All Right Reserved By

Model This Week

ନିକିତା

ସମ୍ବଲପୁର

ସମଲେଶ୍ୱରୀ ଏକ୍ସପ୍ରେସ ଏସି ବଗିରେ ଧୂଆଁ

ସମଲେଶ୍ୱରୀ ଏକ୍ସପ୍ରେସ ଏସି ବଗିରେ ଧୂଆଁ

ସମ୍ବଳପୁର, ୨୦।୪ (ବ୍ୟୁରୋ)-ଝାରସୁଗୁଡା ରେଳ ଷ୍ଟେଶନ ନିକଟରେ ଶୁକ୍ରବାର ସମଲେଶ୍ୱରୀ ଏକ୍ସପ୍ରେସର ଥାର୍ଡ ଏସି ବଗିରୁ ଶର୍ଟ ସର୍କିଟ ହୋଇ ହଠାତ୍‌ ଧୂଆଁ ବାରିଛି। ଏହା ଦେଖି ବଗି ଭିତରେ ଥିବା ଯାତ୍ରୀ ଭୟଭୀତ ହୋଇ ପଡିଥିଲେ।

ବଳାତ୍କାର ପଡିତାଙ୍କ ପରିବାରକୁ ନ୍ୟାୟ ଦେବାକୁ ଆପ୍‌ର ଦାବି

ବଳାତ୍କାର ପଡିତାଙ୍କ ପରିବାରକୁ ନ୍ୟାୟ ଦେବାକୁ ଆପ୍‌ର ଦାବି

ଭବାନୀପାଟଣା, ୨୦ା୪ (ଡି.ଏନ.ଏ,)- ଦେଶ ଓ ରାଜ୍ୟରେ ବଳାତ୍କାର ବଢୁଛି। ଛୋଟ ଛୋଟ ପିଲାଙ୍କୁ ବଳାତ୍କାର ପରେ ହତ୍ୟା କରିବାକୁ ଅଭିଯୁକ୍ତ ପଛାଉ ନାହାନ୍ତି। ଉତ୍ତରପ୍ରଦେଶ ଉନ୍ନାଓ ଏବଂ କାଶ୍ମୀର କାଠୁଆରେ ନାବାଳିକାଙ୍କୁ ବଳାତ୍କାର ଘଟଣା ଦେଶରେ ଚର୍ଚ୍ଚା ଓ ଲଜିତ ହୋଇଛି। ତେବେ ଏହି ଘଟଣାରେ ପ୍ରତିବାଦ କରି ଶୁକ୍ରବାର ଭବାନୀପାଟଣାରେ ଆମ୍‌ ଆଦମି ପାର୍ଟି (ଆପ୍‌) ପକ୍ଷରୁ ଶୋଭାଯାତ୍ରା ଆୟାଜିତ ହୋଇଥିଲା।

ପଦ୍ମପୁର ସହରରେ ପାନୀୟ ଜଳ ସମସ୍ୟା ଉତ୍କଟ

ପଦ୍ମପୁର ସହରରେ ପାନୀୟ ଜଳ ସମସ୍ୟା ଉତ୍କଟ

ପଦ୍ମପୁର, ୨୦। ୪ (ଡି.ଏନ.ଏ,)-ବରଗଡ ଜିଲା ପଦ୍ମପୁର ସହରରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ଏହା ସାଙ୍ଗକୁ କୂଅ ପୋଖରୀ ମଧ୍ୟ ଶୁଖିବାକୁ ଲାଗିଲାଣି । ନଳକୂପରେ ଠିକ୍‌ ଭାବରେ ପାଣି ବାହାରୁ ନାହିଁ । ତାପମାତ୍ରା ବୃଦ୍ଧି ପାଇବା ଆହୁରି ସମୟ ବାକିଥିବା ବେଳେ ଏବେଠାରୁ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି ।

କେବେ ହଠିବ ବିଦେଶୀ ମଦ କୋଦାନ

କେବେ ହଠିବ ବିଦେଶୀ ମଦ କୋଦାନ

ରେଙ୍ଗାଲି, ୨୦।୪ (ଡି.ଏନ.ଏ)- ସମ୍ବଲପୁର ଜିଲା ରେଙ୍ଗାଲିସ୍ଥିତ ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବି ଏବେ ଯୋର ଧରିଛି । ବାରମ୍ବାର ଦାବି କରିବା ସତ୍ତ୍ବେ ଉକ୍ତ ମଦ ଦୋକାନଟି ସ୍ଥାନାନ୍ତର ହେଉନାହିଁ । ରେଙ୍ଗାଲି ଅଞ୍ଚଳରେ ଥିବା ବିଭିନ୍ନ ମହିଳା ସଂଗଠନ, ବିଭିନ୍ନ ଏନଜିଓ ବାରମ୍ବାର ଜିଲା ପ୍ରଶାସନକୁ ବିଦେଶୀ ମଦ ଦୋକାନର ସ୍ଥାନାନ୍ତର ପାଇଁ ଦାବି କରି ଚିଠି ଦେଲେ ମଧ୍ୟ ପ୍ରଶାସନ ଚୁପ୍‌ ହୋଇ ବସି ରହୁଛି । ଲୋକଙ୍କ ଦାବିକୁ କର୍ଣ୍ଣପାତ କରୁନାହିଁ । ଏହି ବିଦେଶୀ ମଦ ଦୋକାନଟି ଏକ ସମ୍ବେଦନଶୀଳ ସ୍ଥାନରେ ରହିଛି। ରେଙ୍ଗାଲି ହାଇସ୍କୁଲ ଛକଠାରେ ଉକ୍ତ ମଦ ଦୋକାନଟି ରହିଛି । ମଦ ଦୋକାନଟିକୁ ଲାଗି ଏକ ଫେମିଲି ରେଷ୍ଟୁରେଣ୍ଟ ରହିଛି ।

ସ୍ତ୍ରୀକୁ ଯୌତୁକ ନିର୍ଯାତନା: ସମାଧାନ ପାଇଁ ଆସିଥିବା ଶାଶୁ, ଶ୍ୱଶୁରଙ୍କୁ ଜ୍ୱାଇର ମାଡ

ସ୍ତ୍ରୀକୁ ଯୌତୁକ ନିର୍ଯାତନା: ସମାଧାନ ପାଇଁ ଆସିଥିବା ଶାଶୁ, ଶ୍ୱଶୁରଙ୍କୁ ଜ୍ୱାଇର ମାଡ

ବଡଗାଁ, ୨୦।୪ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ବଡଗାଁର ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କୁ ମାଡ ମାରି ଯୌତୁକ ନିର୍ଯାତନା ଦେଇଛନ୍ତି। ତେବେ ଏହି ଘଟଣାର ସମାଧାନ ପାଇଁ ଆସିଥିବା ଶାଶୁ, ଶ୍ୱଶୁରଙ୍କୁ ମଧ୍ୟ ସେ ଛାଡି ନାହାନ୍ତି। ସେମାନଙ୍କ ମାଡ ମାରିଛନ୍ତି। ଅଭିଯୋଗ ପରେ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ହେଲେ ବଡଗାଁର ବିନୁ ରୋହିଦାସ (୨୬)।

୨୨ରେ ଓଡିଆ ନଦୀ ସମ୍ମିଳନୀ

ସମ୍ବଲପୁର, ୨୦।୪ (ବ୍ୟୁରୋ)- ଓଡିଶା ୱାଟର୍‌ ଇନିସିଏଟିଭ ଓ ମହାନଦୀ ରିଭର ୱାଟର କିପର୍ସ ପକ୍ଷରୁ ଆସନ୍ତା ୨୨ ଓ ୨୩ ଦୁଇ ଦିନିଆ ଓଡିଶା ନଦୀ ସମ୍ମିଳନୀ ଆୟୋଜିତ ହେବ । ସମ୍ବଲପୁରରେ ହେବାକୁ ଥିବା ଏହି ସମ୍ମିଳନୀରେ ଦେଶର ବିଭିନ୍ନ ଅଞ୍ଚଳରୁ ନଦୀ ଅବବାହିକାର ଚାଷୀ, ମତ୍ସ୍ୟଜିବୀ, ନଦୀ ଓ ଜଳ ଉପରେ ଗବେଷଣା କରୁଥିବା ବୁଦ୍ଧିଜୀବି ଏବଂ ସ୍ବଚ୍ଛାସେବୀ ସଂଗଠନର ସାମାଜିକ କର୍ମୀମାନେ ସାମିଲ ହେବେ । ଏହି ସମ୍ମିଳନୀରେ ୬ଟି ବୈଷୟିକ, ୨ଟି ସାଧାରଣ ଅଧିବେଶନ ଓ ଗୋଷ୍ଠିଗତ ଆଲୋଚନା କରାଯିବ ।

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ୨ ଦିନ ଧରି ବଳାତ୍କାର ଅଭିଯୋଗ

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ୨ ଦିନ ଧରି ବଳାତ୍କାର ଅଭିଯୋଗ

ଭବାନୀପାଟଣା, ୨୦।୪ (ଡି.ଏନ୍‌.ଏ.)- ହଜି ଯାଉଛି ମାନବିକତା, ବଢ଼ି ଚାାଲିଛି ବର୍ବରତା। ଦିନକୁ ଦିନ ସମଗ୍ର ଦେଶରେ ବଳାତ୍କାର ବୃଦ୍ଧି ପାଉଛି। କନ୍ୟାସନ୍ତାନର ସୁରକ୍ଷା ଏବେ ପ୍ରଶ୍ନ ସୃଷ୍ଟି କରିଛି। କଳାହାଣ୍ଡି ଜିଲା ଥୁ.ରାମପୁର ଥାନା ଅଧୀନ ଏକ ଗାଁରେ ଏମିତି ଘଟଣା ଘଟିଛି। ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ତାଙ୍କ ବଡବାପା ଘରକୁ ଏକୋଇଶିଆ ଭୋଜିରେ ଯୋଗ ଦେବାକୁ ଯାଉଥିବା ବେଳେ ବଳାତ୍କାରର ଶିକାର ହୋଇଛନ୍ତି। ଜଣେ ଯୁବକ ରାସ୍ତାରୁ ଉଠାଇ ନେଇ ଦୁଇଦିନ ଧରି ବଳାତ୍କାର କରିବା ପରେ ଛାଡି ଦେଇଛନ୍ତି।

 ଓସିଏଲ୍‌ ସିମେଣ୍ଟ କାରଖାନାର କନ୍‌ଭେୟର ବେଲ୍ଟ ପୋଡି ଘଟଣାରେ ଜଣେ ଗିରଫ

ଓସିଏଲ୍‌ ସିମେଣ୍ଟ କାରଖାନାର କନ୍‌ଭେୟର ବେଲ୍ଟ ପୋଡି ଘଟଣାରେ ଜଣେ ଗିରଫ

ରାଜଗାଙ୍ଗପୁର,୨୦।୪(ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଅଧୀନ ବାବୁଡିହି ଗ୍ରାମ ଓସିଏଲ୍‌ ସିମେଣ୍ଟ କାରଖାନାର କନ୍‌ଭେୟର ବେଲ୍ଟ ପୋଡି ଘଟଣାରେ ରାଜଗାଙ୍ଗପୁର ଥାନା ପୋଲିସ କେସରାମାଲ ପଞ୍ଚାୟତର ରୁମାବାହାଲ ସିୟାରଟୋଲି ଗ୍ରାମର ଉଦିତ ଲାକ୍ରା(୨୮) ନାମକ ଜଣେ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି।

ପିସିସି ପରିବର୍ତ୍ତନକୁ ବ୍ଲକ କଂଗ୍ରେସର ସ୍ବାଗତ

ନାକଟିଦେଉଳ, ୨୦।୪ (ଡି.ଏନ.ଏ)- ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦ ପରିବର୍ତ୍ତନ ହୋଇଛି । ବରିଷ୍ଠ କେଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ଏହି ପଦର ଗୁରୁଦାୟିତ୍ୱ ଦିଆଯାଇଛି । ଏଥି ସହ ନବକିଶୋର ଦାସ, ଚିରଞ୍ଜୀବ ବିଶ୍ୱାଳ ଓ ପ୍ରଦୀପ ମାଝିଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ମନୋନୀତ କରାଯାଇଛି ।

ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ: ଜଗତସିଂହପୁର ବିଜୟୀ

ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ: ଜଗତସିଂହପୁର ବିଜୟୀ

ସମ୍ବଲପୁର, ୨୦। ୪ (ବ୍ୟୁରୋ)- ୭୫ତମ ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌-୨୦୧୮ ଶୁକ୍ରବାର ସମ୍ବଲପୁର ରିଜର୍ଭ ପୋଲିସ ପଡିଆଠାରେ ଉଦ୍‌ଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚ ସମ୍ବଲପୁର ବନାମ ଜଗତସିଂପୁର ମଧ୍ୟରେ ହୋଇଥିଲା । ଏଥିରେ ଜଗତସିଂହପୁର ୨୫-୧୫ ଓ ୨୫-୨୧ ପଏଣ୍ଟରେ ବିଜୟୀ ହୋଇ ପରବର୍ତ୍ତି ପର୍ଯ୍ୟାୟକୁ ଉନ୍ନିତ ହୋଇଛି । ଆନ୍ତଃଜାତୀୟ ରେଫରି ଅଭ୍ରାଂଶୁ ମହାନ୍ତି ଓ ସିସି ଚାନ୍ଦ ମ୍ୟାଚ ପରିଚାଳନା କରିଥିଲେ । ଜେକେ ରାଓ ମ୍ୟାଚ କମିଶନର ଦାୟିତ୍ୱ ତୁଲାଇଥିଲେ । କ୍ରୀଡା ଅଧିକାରୀ ବିଭୁତିଭୂଷଣ ପରିଡାଙ୍କ ପରିଚାଳନାରେ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । ଉତ୍ତରାଞ୍ଚଳ ପୋଲିସ ଡିଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଚାମ୍ପିୟନଶିପ୍‌ ଉଦ୍‌ଘାଟନ କରିଥିଲେ । ସମ୍ବଲପୁର ଏସ୍‌ପି ସଞ୍ଜିବ ଅରୋରା, ଜିଲାପାଳ ସମର୍ଥ ବର୍ମା, ଡିଏଫଓ ସଞ୍ଜିତ କୁମାର, ଜିଲା କ୍ରୀଡାଧିକାରୀ ଉପେନ୍ଦ୍ର ଶତପଥୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଚାମ୍ପିୟନଶିପ୍‌ରେ ରାଜ୍ୟର ବିଭିନ୍ନ ଜିଲାରୁ ୩୬ଟି ଦଳ ଭାଗ ନେଇଛନ୍ତି ।

ଏତଲା ପ୍ରତ୍ୟାହାର କରିବାକୁ ଧମକ

ଏତଲା ପ୍ରତ୍ୟାହାର କରିବାକୁ ଧମକ

ଅତାବିରା, ୨୦।୪: ଦୀର୍ଘ ୧୦ ଦିନ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଜଣେ ଯୁବତୀ ଘରକୁ ଫେରିଛନ୍ତି। ସେ କରିଥିବା ଅଭିଯୋଗକୁ ପ୍ରତ୍ୟାହାର କରିବା ପାଇଁ ତାଙ୍କୁ ଧମକ ଦିଆଯାଉଥିବା ପରିବାର ପକ୍ଷରୁ ଶୁକ୍ରବାର ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଣ୍ଡା ଫାଣ୍ଡିରେ ଅଭିଯୋଗ ହୋଇଛି।

ଜମି ବ୍ୟବସାୟୀଙ୍କ ଦାଦାଗିରି

ନୂଆଗାଁ,୨୦ ।୪(ଡି.ଏନ.ଏ)-ସୁନ୍ଦରଗଡ଼ ଜିଲା ଆଦିବାସୀ ବହୁଳ ନୂଆଗାଁ ବ୍ଲକକୁ ସିଧାସଳଖ ରାଉରକେଲା ସହ ସଂଯୋଗ କରିବାରେ ବାଧକ ସାଜିଥିବା ଟିରିପାଣୀ- ମିଟକୁନ୍ଦୁରୀ ସ୍ଥିତ କେଏଲ ନଦୀରେ ସେତୁ ନିର୍ମାଣ ପରେ ବର୍ତ୍ତମାନ ନୂଆଗାଁ ବ୍ଲକର ୧୦ଟି ପଞ୍ଚାୟତବାସୀ ଗମନାଗମନ କ୍ଷେତ୍ରରେ ସୁବିଧା ପାଇପାରିଛନ୍ତି। ଖାସ କରି ଛାତ୍ରୀଛାତ୍ରମାନଙ୍କୁ ଯିବା ଆସିବାରେ ସୁବିଧା ହୋଇଛି। ବିଶେଷକରି ଚାଷୀମାନେ ଉତ୍ପାଦିତ ଶସ୍ୟ ଏବଂ ପନିପରିବାକୁ ଅବାଧରେ ଝିରିପାଣି, ରାଉରକେଲାର ବିଭିନ୍ନ ବଜାରକୁ ଆଣି ବିକ୍ରି କରି ସମୟ ଅନୁସାରେ ଘରକୁ ଫେରି ପାରୁଛନ୍ତି। ପୂର୍ବଭଳି ଡଙ୍ଗା କିମ୍ବା ବାଉଁଶ ପୋଲ ଉପରେ ଆଉ ନିର୍ଭର କରିବାକୁ ପଡୁନାହିଁ ।