Dharitri News
ସମ୍ବଲପୁର

ପିଲା ଖାଉଛନ୍ତି ମାଟିକନ୍ଦା

ପିଲା ଖାଉଛନ୍ତି ମାଟିକନ୍ଦା ନୂଆପଡା ଅଫିସ,୧୮।୧୨ (ଘନଶ୍ୟାମ ଭୋଇ)-ସରକାର ଶିଶୁ ଏବଂ ମା’ର ସ୍ବାସ୍ଥ୍ୟବସ୍ଥା ପ୍ରତି ଦୃଷ୍ଟି ଦେବାକୁ ସାମାଜିକ ସୁରକ୍ଷା ଯୋଜନାକୁ ସୁଦୃଢ କରୁଥିବା କୁହାଯାଉଥିବାବେଳେ ନୂଆପଡା ଜିଲାରେ ସରକାରୀ ଅଧିକାରୀମାନଙ୍କ ଉଦାସୀନତା ଯୋଗୁ ଏହି ଯୋଜନା ଭଣ୍ଡୁର ହେବାକୁ ବସିଛି। ଜିଲା ସଦର ବ୍ଲକର ଆଦିବାସୀ ବହୁଳ ମାରାଗୁଡା ଗାଁରେ ଅଙ୍ଗନୱାଡି କେନ୍ଦ୍ର ନ ଥିବାରୁ ୨୦ରୁ ଊର୍ଦ୍ଧ୍ୱ ଶିଶୁ ପୌଷ୍ଟିକ ଆହାର ପାଇବାରୁ ବଞ୍ଚିତ ହେଉଛନ୍ତି । ସେମାନେ ମାଟି କନ୍ଦା ସଂଗ୍ରହ କରି ଖାଉଥିବା ଦେଖିବାକୁ ମିଳିଛି । ଜିଲା ସଦର ମହକୁମାଠାରୁ ୨୦କିିମି ଦୂର କେରମେଲି ଗ୍ରାମପଞ୍ଚାୟତରେ ରହିଛି ମାରାଗୁଡା ଗାଁ । ଦୀର୍ଘ ୧୫ କିମି ଦୂର ଜଙ୍ଗଲ ପାହାଡ ରାସ୍ତା ଅତିକ୍ରମ କରି ଏହି ଗାଁକୁ ଯିବାକୁ ହୋଇଥାଏ । ମୋଟ ୨୨ଟି ପରିବାର ରହୁଥିବା ଗାଁର ତିନି କଡକୁ ଜଙ୍ଗଲ ଓ ଅନ୍ୟପଟକୁ ବିସ୍ତୀର୍ଣ୍ଣ ପତୋରା ଡ୍ୟାମ୍‌ର ପାଣି ଘେରି ରହିଛି । ପାହାଡରୁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ସହ ଡ୍ୟାମ୍‌ରୁ ମାଛ ମାଛ ମାରି ଏଠାକାର ଲୋକେ ପେଟ ପୋଷିଥାନ୍ତି । ଗାଁରେ ସ୍କୁଲ ସୁବିଧା ନ ଥିବାରୁ ପିଲାମାନେ ୭ କିମି ଦୂର ଜଙ୍ଗଲ, ନାଳ ଅତିକ୍ରମ କରି ପେଠିଆପାଲି, ଗୋଲାବନ୍ଧ ସ୍କୁଲକୁ ଚାଲି ଚାଲି ଯାଇଥାନ୍ତି । ସେହିପରି ବହୁ ବର୍ଷ ଧରି ଗ୍ରାମବାସୀ ଦାବି କରିଆସୁଥିଲେ ମଧ୍ୟ ଏଠାରେ ଅଙ୍ଗନ ୱାଡି କେନ୍ଦ୍ରଟିଏ ହୋଇ ପାରୁନାହିଁ ବୋଲି ବୟୋବୃଦ୍ଧ ଜଗଦୀଶ ଶବର କୁହନ୍ତି । ଫଳରେ ଗାଁରେ ୨୦ରୁ ଊର୍ଦ୍ଧ୍ୱ ଶିଶୁ ଏବଂ ପ୍ରତିବର୍ଷ ୩/୪ଜଣ ଗର୍ଭବତୀ ମହିଳା କୌଣସି ପ୍ରକାର ସରକାରୀ ସୁବିଧା ପାଇପାରୁନାହାନ୍ତି ବୋଲି ଗ୍ରାମର ସନ୍ତରା ରାଉତ କହିଛନ୍ତି । ଏପରିକି ମା’ମାନେ ଟୀକାକରଣ ଏବଂ ଶିଶୁମାନେ ଶିଶୁ ଖାଦ୍ୟ ପାଇବାରୁ ବଞ୍ଚିତ ରହୁଛନ୍ତି। ବର୍ଷଯାକ ର ଭାତ, ଡାଲିର ସଂସାରରେ ଲୋକେ ଚଳିଥାନ୍ତି । ଶିଶୁମାନଙ୍କର ସ୍ବାସ୍ଥ୍ୟ ପ୍ରତି କାହାରି ନଜର ନାହିଁ। ବାଧ୍ୟ ହୋଇ ଜଙ୍ଗଲର ଝରଣା ନିକଟରୁ ଛେଲି ଢେଣ୍ଟି, ଝିନି କନ୍ଦା, ଭେସ କନ୍ଦା ସଂଗ୍ରହ କରି ତାକୁ ଶିଶୁ ଖାଦ୍ୟ ଭାବେ ବ୍ୟବହାର କରୁଥିବା ଗ୍ରାମବାସୀ କହିଛନ୍ତି। ଶିଶୁ ବିକାଶ ପାଇଁ ଗ୍ରାମବାସୀ କୌଣସି ସୁବିଧା ଆଜିଯାଏଁ ପାଇପାରି ନ ଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତିି । ଏହା ଉପରେ ଜିଲାପାଳ ହସ୍ତକ୍ଷେପ କରିବାକୁ ଦାବି ହେଉଛି ।

ସମ୍ବଲପୁର

ମରଣାନ୍ତକ ଆକ୍ରମଣ ଦୁଇ ଭାଇ ଆହତ

ମରଣାନ୍ତକ ଆକ୍ରମଣ ଦୁଇ ଭାଇ ଆହତ

ବଲାଙ୍ଗୀର ଅଫିସ,୧୮।୧- ବଲାଙ୍ଗୀର ସହରର ମୁଖ୍ୟ ବଜାରଠାରେ ବୁଧବାର ରାତିରେ ୨୦ରୁ ୨୫ ଜଣ ଯୁବକ ଖଣ୍ଡା, ମାରଣାସ୍ତ୍ର ଧରି ଦୁଇ ବ୍ୟବସାୟୀ ଭାଇଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଉକ୍ତ ଘଟଣା ସହରରେ ଆତଙ୍କ ଖେଳାଇ ଦେଇଥିଲା।

ସନ୍ଦେହରେ ପକ୍ଷୀ ଗଣନା ରିପୋର୍ଟ

ସମ୍ବଲପୁର, ୧୮ ।୧ (ବ୍ୟୁରୋ) ହୀରାକୁଦ ଡ୍ୟାମ୍‌ରେ ୨୦୧୮ ମସିହା ପାଇଁ ମଙ୍ଗଳବାର ବିଦେଶୀ ପକ୍ଷୀ ଗଣନା କରାଯାଇଛି। ଏହାର ରିପୋର୍ଟ ବୁଧବାର ପ୍ରକାଶ ପାଇଛି । ହୀରାକୁଦ ବନ୍ୟପ୍ରାଣୀ ଡିଏଫଓ ଅଫିସ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଏଥର ଡ୍ୟାମ୍‌କୁ ୮୨ ପ୍ରଜାତିର ୧ ଲକ୍ଷ ୩୨ ହଜାର ୮୩୫ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ଏହି ରିପୋର୍ଟରେ ସୂଚନା ରହିଛି ।

ଜୋତା ପଲିସ୍‌ କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଜୋତା ପଲିସ୍‌ କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ସମ୍ବଲପୁର,୧୭। ୧ (ବ୍ୟୁରୋ) ସମ୍ବଲପୁରରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ବିଭିନ୍ନ ଉପାୟରେ ଆନ୍ଦୋଳନ ଚଳାଇଛନ୍ତି। ପ୍ରଥମେ ସମଲେଇ ମନ୍ଦିରରେ ଭିକ ମାଗିବା ପରେ ମୁହଁରେ କଳା କନା ଦେଇ ପ୍ରତିବାଦ ଜଣାଇଥିଲେ।

କଦର୍ଯ୍ୟ ରାସ୍ତା ନେଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ

କଦର୍ଯ୍ୟ ରାସ୍ତା ନେଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ

ଜମନକିରା, ୧୭।୧ (ଡି.ଏନ୍‌.ଏ.)-ସମ୍ବଲପୁର ଜିଲା ଜମନକିରା ଥାନା ଟିକିଲିପଡ଼ା ନିକଟରେ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅନିରୁଦ୍ଧ ନାଏକ (୬୬)। ତେବେ କଦର୍ଯ୍ୟ ରାସ୍ତା ଯୋଗୁ ସେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଗାଡି ସହ ଓଲଟି ପଡିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସର ସୂଚନା ଅନୁସାରେ, ସେ ଜମନକିରା ଅଞ୍ଚଳର ଗଣ୍ଡ ସମାଜର ସଭାପତି ଥିଲେ। ଏକ ସାମାଜିକ ସଭା ସାରି ପାଟବନ୍ଧା ଗଁ।ରୁ ନିଜ ମୋପେଡରେ ଫେରଥିଲେ।

ଦେବଗଡ ମସଜିଦ୍‌ ବନ୍ଦ ହେବା ଘଟଣା: ମିଳାମିଶା ପାଇଁ ୧୫ ଦିନ ସମୟ

ଦେବଗଡ ମସଜିଦ୍‌ ବନ୍ଦ ହେବା ଘଟଣା: ମିଳାମିଶା ପାଇଁ ୧୫ ଦିନ ସମୟ

ଦେବଗଡ,୧୭।୧ (ସ୍ବ.ପ୍ର)-ଦୀର୍ଘ ୯ ବର୍ଷରୁ ଊର୍ଦ୍ଧ୍ୱ ହେଲା ଦେବଗଡସ୍ଥିତ ଏକମାତ୍ର ମସଜିଦ୍‌ରେ ୱାହାବୀ ଏବଂ ସୁନ୍ନୀ ବରେଲି ଗୋଷ୍ଠୀର ମୁସଲମାନ୍‌ମାନଙ୍କ ମଧ୍ୟରେ ନମାଜ୍‌ ପାଠ ଓ ନୁତନ ମୌଲବୀ ମନୋନୟନ ଇସହ ମସଜିଦ୍‌ ପରିଚାଳନା କମିଟି ନିର୍ବାଚନ ପାଇଁ ବିବାଦ ଜାରି ରହଛି । ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହାର ଏକ ନିଷ୍କର୍ଷ ସମାଧାନ ପାଇଁ ଦୁଇ ଗୋଷ୍ଠୀଙ୍କୁ ମିଶାଇବାପାଇଁ ଦ୍ୱିତୀୟ ବାର ମଙ୍ଗଳବାର ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଭିତରେ ଏକ ବୈଠକ ବସିଥିଲା । ଏହି ପରିପ୍ରେକ୍ଷୀରେ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ୱାକଫ୍‌ ବୋର୍ଡ୍‌ର ପ୍ରତିନିଧି ଭାବେ ଆସିଥିବା ଶେଖ୍‌ ସଲାଉଦ୍ଦିନ୍‌ ,ସୟେଦ୍‌ ଅସଦକ ଅଲ୍ଲୀ ଏବଂ ଦେବଗଡର ଏସଡିପିଓ ସୁଲେମାନ ଏକ୍କାଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ ।

କଷ୍ଟମ ଚାଉଳ ସଂଗ୍ରହ ମନ୍ଥର

କଷ୍ଟମ ଚାଉଳ ସଂଗ୍ରହ ମନ୍ଥର

ବରଗଡ଼ ଅଫିସ୍‌,୧୭। ୧ ବରଗଡ଼ ଜିଲାରେ ମିଲର୍ସଙ୍କଠାରୁ କଷ୍ଟମ ଚାଉଳ ସଂଗ୍ରହରେ ମନ୍ଥରତା ଦେଖାଦେଇଛି। ଯୋଗାଣ ନିଗମଠାରେ ଏହି ଚାଉଲ ଜମା ଦେବାର ଅବଧି ଆଉ ମାତ୍ର ସାଢ଼େ ୩ମାସ ବାକି ରହିଛି। ମାତ୍ର ଏପର୍ଯ୍ୟନ୍ତ ମିଲର୍ସମାନଙ୍କଠାରୁ ୫୦ ପ୍ରତିଶତ ଚାଉଳ ଅସୁଲ କରାଯାଇ ପାରିନାହିଁ । ଏହା ରାଜ୍ୟ ଯୋଗାଣ ନିଗମର ଦୃଷ୍ଟିକୁ ଆସିବା ପରେ ଏ ନେଇ ତ୍ୱରିତ ପଦକ୍ଷେପ ନେବା ପାଇଁ ମଙ୍ଗଳବାର ରାଜ୍ୟ ଯୋଗାଣ ନିଗମର ଜେନେରାଲ ମ୍ୟାନେଜର ପ୍ରଦୀପ କୁମାର ଗର୍ଡ଼ିଆ ବରଗଡ଼ ଜିଲା ଯୋଗାଣ ଅଧିକାରୀ ଶ୍ରୀକର ମାଝିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରେଲଓ୍ବେ ବଜେଟ ପାଇଁ ରାଉରକେଲାରୁ ପ୍ରସ୍ତାବ

ରାଉରକେଲା ଅଫିସ,୧୭।୧-ଆସନ୍ତା ଫେବୃୟାରୀରେ କେନ୍ଦ୍ରୀୟ ରେଲଓ୍ବେ ବଜେଟ। ଏ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ସେମାନଙ୍କ ରାଜ୍ୟରେ ଥିବା ରେଳ ସମସ୍ୟା ଓ ଆବଶ୍ୟକ ସୁବିଧା ସମ୍ପର୍କରେ ତଥ୍ୟ ମାଗି ସାରିଲେଣି। ଏହି ପରିପ୍ରେକ୍ଷୀରେ ରାଉରକେଲାର ରେଳ ବିକାଶ ସମ୍ପର୍କରେ କେତେକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ରେଳ ଓ ସଡ଼କ ଉପଯୋଗକାରୀ ସଂଘ ପକ୍ଷରୁ ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ ରହିଛି, ଦୀର୍ଘଦିନ ହେବ ରାଉରକେଲାରେ ଏକ ରେଳ ଡିଭିଜନ ପାଇଁ ପ୍ରସ୍ତାବ ରହିଥିଲା। କିନ୍ତୁ ତାହା ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନାହିଁ।

ଦୁର୍ଦ୍ଦଶା ଭୋଗୁଛନ୍ତି ବୀମାଭୁକ୍ତ କର୍ମଚାରୀ

ରାଉରକେଲା ଅଫିସ,୧୭।୧-ସ୍ଥାନୀୟ ଏକମାତ୍ର ଇଏସ୍‌ଆଇ ମଡେଲ ହସ୍ପିଟାଲ ଅବସ୍ଥା ଏବେ ଦୟନୀୟ। ଏହାର ଉନ୍ନତୀକରଣ ପରିବର୍ତ୍ତେ ଦୁରବସ୍ଥା ମଧ୍ୟକୁ ଠେଲି ଦିଆଯାଉଛି ବୋଲି ହିନ୍ଦ୍‌ ମଜଦୁର ସଭା ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ଇଏସ୍‌ଆଇସି ସଦସ୍ୟ ବିଦ୍ୟାଧର ବାରିକ ଅଭିଯୋଗ କରିଛନ୍ତି। ସେ ପ୍ରତିକ୍ରିୟାରେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଉଦାସୀନତା ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ। ସମଗ୍ର ଦେଶରେ ୩୪ ମଡେଲ ହସ୍ପିଟାଲ ରହିଛି।

ପାରିବାରିକ କଳହ: ସ୍ତ୍ରୀଙ୍କୁ ହତ୍ୟାପରେ ସ୍ବାମୀଙ୍କ ଆତ୍ମହତ୍ୟା

ପାରିବାରିକ କଳହ: ସ୍ତ୍ରୀଙ୍କୁ ହତ୍ୟାପରେ ସ୍ବାମୀଙ୍କ ଆତ୍ମହତ୍ୟା

କୁଆଁରମୁଣ୍ଡା,୧୭।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ବୀରମିତ୍ରପୁର ଥାନା ଅଧୀନ ଅନ୍ଧାରୀ ଗ୍ରାମରେ ପାରିବାରିକ କଳହର ଭୟଙ୍କର ପରିଣତି ଦେଖିବାକୁ ମିଳିଛି। ଗ୍ରାମର ଶୈଳେଶ(୪୫) ନାମକ ଜଣେ ବ୍ୟକ୍ତି ତାଙ୍କର ସ୍ତ୍ରୀ ପ୍ୟାରୀ(୪୨)ଙ୍କୁ ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ଟାଙ୍ଗିଆରେ ହାଣି ହତ୍ୟା କରିବାପରେ ନିଜେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି।

ମଦ୍ୟପ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ, ସ୍ତ୍ରୀଙ୍କୁ ଟାଙ୍ଗିଆ ବେଣ୍ଟରେ ମାଡ଼

ମଦ୍ୟପ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ, ସ୍ତ୍ରୀଙ୍କୁ ଟାଙ୍ଗିଆ ବେଣ୍ଟରେ ମାଡ଼

ଲାଞ୍ଜିଗଡ,୧୬।୧(ଡି.ଏନ୍‌.ଏ): ମଦ୍ୟପାନ କରି ସ୍ତ୍ରୀକୁ ଟାଙ୍ଗିଆ ବେଣ୍ଟରେ ମାଡ ମାରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହା ଘଟିଛି ବିଶ୍ୱନାଥପୁର ଥାନା ଅର୍ନ୍ତଗତ ବକଟପୁର ଗାଁରେ। ବକଟପୁରସ୍ଥିତ ମା’ ତାରିଣୀ ସ୍ବଂୟ ସହାୟକ ଗୋଷ୍ଠୀର ଉଦ୍ୟମ କ୍ରମେ ଘଟଣାଟି ସାମ୍ନାକୁ ଆସିଛି।

ମାଓବାଦୀ ରାମ୍‌ସାଇଙ୍କ ଆତ୍ମସମର୍ପଣ

ମାଓବାଦୀ ରାମ୍‌ସାଇଙ୍କ ଆତ୍ମସମର୍ପଣ

ରାଉରକେଲା ଅଫିସ,୧୬।୧-ସୁନ୍ଦରଗଡ଼-ଦେବଗଡ଼-ସମ୍ବଲପୁର ଡିଭିଜନ୍‌ର କ୍ୟାଡର ମାଓବାଦୀ ରାମସାଇ ମୁଣ୍ଡା (୨୦) ମଙ୍ଗଳବାର ରାଉରକେଲା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ପୁତୁରା ଟାଙ୍ଗିଆ ଚୋଟରେ କକା ମୃତ

ପୁତୁରା ଟାଙ୍ଗିଆ ଚୋଟରେ କକା ମୃତ

ବଙ୍ଗୋମୁଣ୍ଡା/ମୁରିବାହାଲ,୧୬।୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଦନ୍ଦରା ଗ୍ରାମରେ ସୋମବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ପୁତୁରାର ଟାଙ୍ଗିଆ ଚୋଟରେ କକାଙ୍କ ଜୀବନ ଯାଇଛି। ମୃତକ ହେଲେ ରମେଶ ପାଢୀ (୬୫)। ଅଭିଯୁକ୍ତ ପୁତୁରା ଅଶ୍ୱିନୀ ପାଢୀ(୪୬)ଙ୍କୁ ପୋଲିସ ଗିରଫ କରିଛି।