ସମ୍ବଲପୁର

କାମ ପଛେ ଯାହା ହେଉ, ଠିକାଦାରଙ୍କୁ ପୋଷୁଛନ୍ତି ସରକାର

କାମ ପଛେ ଯାହା ହେଉ, ଠିକାଦାରଙ୍କୁ ପୋଷୁଛନ୍ତି ସରକାର


ନୂଆଁଗା,୧୮। ୧୨(ଡି.ଏନ.ଏ.)-ଗରିବଙ୍କୁ ଘର ଖଣ୍ଡେ ଯୋଗାଇଦେବା, ପ୍ରତ୍ୟେକ ଘରେ ଶୌଚାଳୟ ନିର୍ମାଣ, ଗ୍ରାମାଞ୍ଚଳଗୁଡ଼ିକରେ ହାଇମାକ୍ସ ଲାଇଟ୍‌ (ଷ୍ଟ୍ରିଟ୍‌ଲାଇଟ) ଭଳି ବ୍ୟବସ୍ଥା କରାଯିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ଏଭଳି ଯୋଜନାରେ ବିଶେଷ କରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକେ ଅଧିକ ଉପକୃତ ହୋଇପାରିବେ ବୋଲି ପ୍ରଶାସନଠାରୁ ଆରମ୍ଭ କରି ସରକାର ଡିଣ୍ଡିମ ପିଟି ଚାଲିଛନ୍ତି। ଦୁର୍ଭାଗ୍ୟର ବିଷୟ ପ୍ରକୃତ ହିତାଧିକାରୀମାନେ ଯୋଜନାର ସୁଫଳ ପାଇପାରୁନାହାନ୍ତି। ଏହାର ଅନେକ ନଜିର ରହିଛି। ସ୍ବଚ୍ଛ ଭାରତ ଅଭିଯାନର ଲକ୍ଷ୍ୟ ମୁତାବକ ଗାଁ ଗାଁରେ ନିର୍ମାଣ ହୋଇଥିବା ନିମ୍ନମାନର ଶୌଚାଳୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା ଏହାର ଜ୍ୱଳନ୍ତ ଉଦାହରଣ। ସୁନ୍ଦରଗଡ଼ ଜିଲା ଆଦିବାସୀ ବହୁଳ ନୂଆଗଁା ବ୍ଲକ ଚିତାପେଡ଼ି, ଖୁଣ୍ଟଗାଁ ଭଳି ଅନେକ ପଞ୍ଚାୟତରେ ନିମ୍ନମାନର ଶୌଚାଳୟ ନିର୍ମାଣ ହୋଇଥିବା ଗୁରୁତର ଅଭିଯୋଗ ହୋଇଆସୁଛି। ଶୌଚାଳୟ ନିର୍ମାଣ ଲାଗି ୧୨ହଜାର ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ କେତେକ ଠିକାଦାର ୭ରୁ ୮ ହଜାର ଟଙ୍କା ମଧ୍ୟରେ ଯେଣତେଣ ଉପାୟରେ ନିମ୍ନମାନର ଶୌଚାଳୟ ତିଆରି କରି ନିଶରେ ଘିଅ ମାରି ବୁଲୁଛନ୍ତି। ଏଭଳି ନିମ୍ନମାନର ଶୌଚାଳୟ ନିର୍ମାଣ ଜାରି ରହିଲେ ଆଗାମୀଦିନରେ ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନ ବାଟବଣା ହୋଇପଡ଼ିବ ସ୍ପଷ୍ଟ ହୋଇଛି। ନିମ୍ନମାନର ହେଉଥିବା ଶୌଚାଳୟ ଆଉ କିଛି ମାସ ପରେ ଭାଙ୍ଗି ଯାଇ ମାଟିରେ ଯେ ମିଶିଯିବ ଜଳ ଜଳ ଦିଶିଲାଣି। ସେହିପରି ୨୦୧୬-୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷରେ ନୂଆଗାଁ ବ୍ଲକ ୨୦ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ କୁଟୀର ଯୋଜନାରେ ଏସ୍‌ଇସିସି ତାଲିକା ଅନୁଯାୟୀ ଉପଭୋକ୍ତାମାନଙ୍କୁ ଘର ଯୋଗାଇ ଦିଆଯାଇଛି। ହେଲେ କେତେକ ପଞ୍ଚାୟତରେ ଉକ୍ତ ତାଲିକାରୁ ଉପଭୋକ୍ତାମାନଙ୍କ ନାମ ବିଭିନ୍ନ ଆଳ ଦେଖାଇ ତଳ ଉପର କରାଯାଇଥିବା ଓ ଗରିବ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରାଯାଇ ନଥିବା ଜଣାପଡ଼ିଛି। ସେହିପରି ଯେଉଁମାନେ ଘରଡିହ ପାଇଛନ୍ତି। ସେମାନଙ୍କୁ ଦଲାଲମାନେ ଶୋଷଣ କରିଚାଲିଛନ୍ତି। ତିଆରି କରିଦେବ କହି କାର୍ଯ୍ୟାଦେଶଠାରୁ ଆରମ୍ଭ କରି ହିତାଧିକାରୀଙ୍କ ବ୍ୟାଙ୍କ୍‌ ପାସ୍‌ବୁକ୍‌କୁ ନେଇ ଯାଉଛନ୍ତି। ଘର ତିଆରି ଆଳରେ ପର୍ଯ୍ୟାୟ କ୍ରମେ ହିତାଧିକାରୀଙ୍କ ଆଙ୍ଗୁଠି ଚିହ୍ନ ଅଥବା ଦସ୍ତଖତ ନେଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସୁଥିବା ଯୋଜନା ଟଙ୍କା ଉଠାଇ ନେଉଛନ୍ତି। ବର୍ତ୍ତମାନ ନୂଆଗାଁ ବ୍ଲକର ଅଧିକାଂଶ ପଞ୍ଚାୟତରେ ଏଭଳି କେଳେଙ୍କାରୀ ଚାଲିଛି। ଫଳରେ ହିତାଧିକାରୀ ନିଜ ଘର ପାଇଁ କେତେ ଟଙ୍କା ସରକାରଙ୍କ ଠାରୁ ପାଇଲା ଜାଣିପାରୁନାହିଁ। ଆଉ ଦଲାଲଙ୍କ ଚକ୍ରାନ୍ତରେ ଘରଟି ମଧ୍ୟ ଅତ୍ୟନ୍ତ ନିମ୍ନମାନର ହୋଇପଡ଼ୁଛି। ପଞ୍ଚାୟତଗୁଡ଼ିକରେ ବିଲ୍‌ କରିବାଠାରୁ ଆରମ୍ଭ କରି ବିଭିନ୍ନ ଆଳ ଦେଖାଇ ହଇରାଣ କରାଯାଉଥିବା କେତେକ ହିତାଧିକାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ଗୋଟିଏ ଗୋଟିଏ ଘର ନିର୍ମାଣରେ ୨୦ରୁ ୨୫ ହଜାର ଟଙ୍କା ଦଲାଲମାନେ ଲାଭ କରୁଥିବା ସୂଚନା ମିଳିଛି। ଘର ନିର୍ମାଣ ପିଛା ସରକାର ୧ଲକ୍ଷ ୩୦ହଜାର ଟଙ୍କା ଯୋଗାଇ ଦେଉଛନ୍ତି। ଏପରି କି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଘର ତିଆରି ଶେଷ ହେଲେ ଅଧିକ ୨୦ହଜାର ଟଙ୍କା ପୁରସ୍କାର ସ୍ବରୂପ ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି । ହେଲେ ପ୍ରଶାସନର ନାକ ତଳେ ଚାଲିଥିବା ଦଲାଲ୍‌ରାଜ୍‌ ସରକାର ଯୋଜନାକୁ ଅଳିଆ କରିଚାଲିଛି। ବିଭିନ୍ନ ପଞ୍ଚାୟତ ରାସ୍ତାକଡ଼ରେ ହାଇମାକ୍ସ ଲାଇଟ ଯୋଗାଣରେ ବ୍ୟାପକ ଅନିୟମିତତା ଓ ପ୍ରିୟାପ୍ରୀତି ପୋଷଣ ଜାରି ରହିଛି। ଠିକାଦାରମାନେ ଯୋଜନା କାର୍ଯ୍ୟରେ ପୋଷି ହୋଇଚାଲିଛନ୍ତି। କେତେକ ଦୁର୍ନିତୀଖୋର ଅଧିକାରୀ, ଠିକାଦାର ଓ ଦଲାଲଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ପରିସ୍ଥିତି ନେଡ଼ି ଗୁଡ଼ କହୁଣୀକୁ ବୋହିଯିବା ଭଳି ହୋଇଛି।

All Right Reserved By

ସମ୍ବଲପୁର

ମୁହାଣ ନାଳରେ ଭାସିଗଲେ ଯୁବକ: ବର୍ଷା ଯୋଗୁ ରେଢ଼ାଖୋଲ-ବିରମହାରାଜପୁର ବିଛିନ୍ନ

ରେଢ଼ାଖୋଲ,୨୨।୭(ଡି.ଏନ.ଏ.) ରେଢ଼ାଖୋଲ ଅଞ୍ଚଳରେ ଶନିବାର ଦିନ ତମାମ ପ୍ରବଳ ବର୍ଷା ଲାଗିରହିଛି। ବର୍ଷା ଯୋଗୁ ଛୋଟବଡ ନଇ ନାଳରେ ବନ୍ୟାପାଣି ପ୍ରବାହିତ ହେଉଛି। ରେଢ଼ାଖୋଲ-ବୀରମହାରାଜପୁର ରାସ୍ତାର ପିତାମହୁଲ ନିକଟରେ ଥିବା ପୋଲ ଉପରେ ପ୍ରାୟ ୫ଫୁଟ ବନ୍ୟାପାଣି ପ୍ରବାହିତ ହେଉଥିବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବଂଶାଜାଲ ପଞ୍ଚାୟତର କୁଇଲିପଦର ଗାଁ ନିକଟରେ ଥିବା ମୁହାଣ ନାଳରେ ବନ୍ୟା ଜଳ ଯୋଗୁ କୁଇଲିପଦର ଗ୍ରାମର ସୁରେଶ କରଣ (୨୫) ନାମକ ଜଣେ ଯୁବକ ଭାସି ଯାଇଛନ୍ତି।

ଡ଼ମ୍ପର-କାର ଧକ୍କା: ଖବରଦାତା ମୃତ, ଝିଅ ଗୁରୁତର

ଡ଼ମ୍ପର-କାର ଧକ୍କା: ଖବରଦାତା ମୃତ, ଝିଅ ଗୁରୁତର

କୁଆଁରମୁଣ୍ଡା, ୨୨।୭(ଡି.ଏନ.ଏ.)-ରବିବାର ସକାଳ ପ୍ରାୟ ୯ଟା ୧୦ରେ ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ୧୪୩ ନଂ. ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କାର ସହିତ ଡମ୍ପରର ମୁହାଁମୁହିଁ ଧକ୍କା ହୋଇଥିଲା। କାରରେ ଯାଉଥିବା ସ୍ଥାନୀୟ ଅଞ୍ଚଳର ଜଣେ ଖବରଦାତା ସଞ୍ଜୟ କୁମାର ରାଉଳ (୪୪)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ତାଙ୍କ ଝିଅ ଗୁରୁତର ହୋଇଛନ୍ତି।

ଦୁର୍ବୃତ୍ତଙ୍କ ଭୁଜାଲି ମାଡରେ ଜଣେ ମୃତ

ଦୁର୍ବୃତ୍ତଙ୍କ ଭୁଜାଲି ମାଡରେ ଜଣେ ମୃତ

ଲହୁଣୀପଡ଼ା,୨୨।୭ (ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅଧୀନ କୁଡେଇକଳା ଗଣିଘଷା ଗ୍ରାମରେ ଏକ ଅଘଟଣ ଘଟିଛି। କେହି ଜଣେ ଦୁର୍ବୃତ୍ତ ସମ୍ଭାରୁ ମୁଣ୍ଡା (୫୦) ନାମକ ଜଣେ ବ୍ୟକ୍ତିଙ୍କୁ ଭୁଜାଲିରେ ହାଣି ହତ୍ୟା କରିଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, କୁଡେଇକଳା ପଞ୍ଚାୟତ କୁଡେଇକଳା- ହଳଦୀକାଞ୍ଚି ରାସ୍ତାରେ ଶନିବାର ସମ୍ଭାରୁ ମୁଣ୍ଡାଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।

୯.୪ ଟନ୍‌ ଚୋରା ଲୁହା ସ୍କ୍ରାପ ଜବତ, ଟ୍ରକ୍‌ ଚାଳକ ଗିରଫ

କୁଆଁରମୁଣ୍ଡା,୨୨।୭(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ସରକାରୀ ଡାଏରୀ ଫାର୍ମ ସମ୍ମୁଖ ୧୪୩ ନମ୍ବର ଜାତୀୟ ରାଜପଥରେ ଶନିବାର ମଧ୍ୟାହ୍ନରେ ରାଉରକେଲାରୁ କୁଆଁରମୁଣ୍ଡା ଚୋରା ଲୁହା ସ୍କ୍ରାପ ଚାଲାଣ ହେଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଛି। ଚୋରା ଲୁହା ସ୍କ୍ରାପ ବୋଝେଇ ଟ୍ରକ(ନଂ.ଓଆର୧୬ଏ୨୭୯୮)କୁ ପୋଲିସ ଜବତ କରିଥିବା ବେଳେ ଟ୍ରକ୍‌ କକଚାଳକ ବଲଣ୍ଡା ଅଞ୍ଚଳର ଅର୍ଜୁନଶେଖର ଦେବ(୪୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ବାର୍ଦ୍ଧକ୍ୟରେ ବିଦ୍ୟାଙ୍ଗ ପୁଅର ବୋଝ: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ କଲାବତୀ

ବାର୍ଦ୍ଧକ୍ୟରେ ବିଦ୍ୟାଙ୍ଗ ପୁଅର ବୋଝ: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ କଲାବତୀ

ସୁନ୍ଦରଗଡ଼,୨୨।୭(ଡି.ଏନ୍‌.ଏ.) ବୃଦ୍ଧା, ବୃଦ୍ଧଙ୍କ ନିମନ୍ତେ ସରକାର ବାର୍ଦ୍ଧକ୍ୟ ଭତ୍ତା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଏବେ ମଧ୍ୟ ଗ୍ରାମାଞ୍ଚଳରେ ଅନେକ ବୃଦ୍ଧା, ବୃଦ୍ଧ ସରକାରଙ୍କ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି। କଳାବତୀ ଦୀପ ବୟସ ୭୬ ହେବ। ବୟସର ସାୟାନ୍ନରେ ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ତାଙ୍କ ପାଇଁ ସାତସପନ ପାଲଟିଛି । ଭତ୍ତା ପାଇବା ପାଇଁ ପଞ୍ଚାୟତ ଅଫିସରୁ ଆରମ୍ଭ କରି ବ୍ଲକ ଅଫିସ ପର୍ଯ୍ୟନ୍ତ ଦୌଡି ନିରାଶ ହେବା ପରେ ଶେଷରେ ଶନିବାର ଜିଲାପାଳଙ୍କ ଅଫିସରେ ପହଞ୍ଚି ଭତ୍ତା ମଞ୍ଜୁର ପାଇଁ ଜିଲାପାଳଙ୍କୁ ଗୁହାରି କରିଛନ୍ତି।

ସିଆରସିସି, ଏବିଇଓଙ୍କୁ ଶିକ୍ଷକଙ୍କ ହତ୍ୟା ଧମକ

କୁଆଁରମୁଣ୍ଡା,୨୨।୭(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନ ମଝାପଡ଼ା ଶିକ୍ଷା କ୍ଲଷ୍ଟର କେନ୍ଦୁମୁଣ୍ଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଜନୈକ ସହକାରୀ ଶିକ୍ଷକ ବିଳମ୍ବରେ ସ୍କୁଲ ଆସୁଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ସ୍ଥାନୀୟ ସିଆରସିସି ନବୀନ ଲାକ୍ରା ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରି ଜାଗିଦ୍‌ କରିଥିଲେ। ହେଲେ ସହକାରୀ ଶିକ୍ଷକ ଜଣକ କଥାକୁ ଭ୍ରୁକ୍ଷେପ ନ କରି ବାରମ୍ବାର ସ୍କୁଲ ବଳମ୍ବରେ ଆସୁଥିଲେ।

ପ୍ରଶାସନ-ସ୍ଥାନୀୟ ପ୍ରତିନିଧିଙ୍କ ଆଲୋଚନା: ବଢେଇମୁଣ୍ଡା ରାସ୍ତାରେ ପାଉଁଶ ଗାଡି ଚଳାଚଳ ବନ୍ଦ

ଝାରସୁଗୁଡା ଅଫିସ,୨୨।୭- ଭାରିଯାନ ଚଳାଚଳକୁ ବିରୋଧ କରି ବଢେଇମୁଣ୍ଡା ଠାରେ ରାସ୍ତା ଅବରୋଧ ପରେ ଶୁକ୍ରବାର ସମାଧାନ ପାଇଁ ପ୍ରଶାସନିକ ବୈଠକ ଡକାଯାଇଛି। ସାଧାରଣ ଲୋକ ଏବଂ ଛାତ୍ରୀଛାତ୍ରଙ୍କ ଯାତାୟତ ଯୋଗୁ ସକାଳ ୬ଟାରୁ ୧୦ଟା ଯାଏଁ ଦେବାଡିହି, ବଢେଇମୁଣ୍ଡା ଆରଡି ରୋଡରେ ଭାରିଯାନ ଚଳାଚଳ ବନ୍ଦ ରହିବ। ସେହିପରି ଏହି ରାସ୍ତାରେ ପାଉଁଶ ବୋଝେଇ ଭାରିଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବାକୁ ସ୍ଥର କରାଯାଇଛି।

ଆନ୍ଦୋଳନ ଠାରୁ ଦୂରରେ ନେତା: ଭାଜପା, କଂଗ୍ରେସର ଟାଉନ ସଙ୍ଗଠନ ଦୁର୍ବଳ

ଝାରସୁଗୁଡା ଅଫିସ,୨୨।୭- ସହରାଞ୍ଚଳରେ ଅନେକ ସମସ୍ୟା। ରାସ୍ତା, ଡ୍ରେନ୍‌, ପାନୀୟଜଳ, ଆଲୋକ ବ୍ୟବସ୍ଥା, ଆବର୍ଜନା, ଜବରଦଖଲ, ବସ୍ତି, ଭେଣ୍ଡିଂଜୋନ, କଂସେଇଖାନା, କାଞ୍ଚିଆ ହାଉସ୍‌ ଭଳି ଗଣ୍ଡା ଗଣ୍ଡା ସମସ୍ୟ। ସେସବୁର ସମାଧାନ କରିବା ପ୍ରଶାସନିକ କାମ। ନ ହେଲେ ରାଜନୈତିକ ହସ୍ତକ୍ଷେପ। ଧାରଣା, ବିକ୍ଷୋଭ, ଆନ୍ଦୋଳନ, ଅନଶନ ଭଳି କଠୋର ପଦକ୍ଷେପ ଆବଶ୍ୟକ।

ଖୁଣ୍ଟି-ଚକୁଲି ସ୍କୁଲରେ ପରିବେଶ ସଚେତନତା ରାଲି: ଅତିଥିଙ୍କୁ ସ୍ବାଗତ କରିବା ପାଇଁ ଝୋଟି

ଖୁଣ୍ଟି-ଚକୁଲି ସ୍କୁଲରେ ପରିବେଶ ସଚେତନତା ରାଲି: ଅତିଥିଙ୍କୁ ସ୍ବାଗତ କରିବା ପାଇଁ ଝୋଟି

ସମ୍ବଲପୁର,୨୨।୭(ବ୍ୟୁରୋ) ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଖୁଣ୍ଟି-ଚକୁଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ସ୍କୁଲରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା ଚାନ୍ଦଙ୍କ ଅଧ୍ୟକ୍ଷତାରେ ବନମହୋତ୍ସବ ସଭା ହୋଇଥିଲା। ମାନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ ସଦାନନ୍ଦ ବିଶ୍ୱାଳ ମୁଖ୍ୟ ଅତିଥି, ଅତିରିକ୍ତ କ୍ଲବ ଶିକ୍ଷା ଅଧିକାରୀ ନାରାୟଣ ରାଉତ, ସିଆରସିସି ଧବଳେଶ୍ୱର ସାହୁ, ସ୍କୁଲ ଉପଦେଷ୍ଟା ହେମନ୍ତ ଶେଖର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଠକ କମ୍ପାନୀ ଉପରେ ଚଢ଼ାଉ, ୪ କର୍ମଚାରୀ ଗିରଫ

ଠକ କମ୍ପାନୀ ଉପରେ ଚଢ଼ାଉ, ୪ କର୍ମଚାରୀ ଗିରଫ

ସମ୍ବଲପୁର,୨୨।୭(ବ୍ୟୁରୋ) ଚାକିରି ଦେବା ନଁ।ରେ ଜାଲ୍‌ ନିଯୁକ୍ତି ପତ୍ର ଦେଇ ଯୁବକଙ୍କୁ ଠକିଥିବା ଠକ କମ୍ପାନୀ ଉପରେ ଚଢାଉ ହୋଇଛି। ଭୁବନେଶ୍ୱରସ୍ଥିତ ନୟାପଲ୍ଲୀ ଥାନା ଜୟଦେବ ବିହାର ଅଞ୍ଚଳରେ ଥିବା ସଂକଳ୍ପ ଟ୍ରଷ୍ଟ ନାମକ ଏହି କମ୍ପାନୀର ୪ କର୍ମଚାରୀଙ୍କୁ ସମ୍ବଲପୁର ଜିଲା ଶାସନ ଥାନା ପୋଲିସ ଗିରଫ କରିଛି। ଏକ ଖବରଦାତା ସମ୍ମିଳନୀରେ ସମ୍ବଲପୁର ଏସ୍‌ପି ସଞ୍ଜୀବ ଅରୋରା ଏହା ଜଣାଇଛନ୍ତି।

ମହାନଦୀରେ ଡଙ୍ଗାବୁଡି ମତ୍ସ୍ୟଜୀବୀ ମୃତ: ୨ ଦିନ ପରେ ମୃତଦେହ ଉଦ୍ଧାର

ଲଖନପୁର,୨୨।୭(ଡି.ଏନ୍‌.ଏ)-ଝାରସୁଗୁଡା ଜିଲା ରେଙ୍ଗାଲି ଥାନା ଅଧିନ ୧୯ଖଣ୍ଡ ମୌଜା ଧୁଲୁଣ୍ଡା ଗ୍ରାମ ନିକଟ ମହାନଦୀରୁ ଶନିବାର ସ୍ଥାନୀୟ ପୋଲିସ୍‌ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରିଛି । ମୃତ ମତ୍ସ୍ୟଜୀବୀ ଜଣକ ହେଲେ ସେମିଲିଆ ଗ୍ରାମର ରଘୁବୀର ମଝିଆଁ(୪୭) । କଣ୍ଢେଇକେଲା ଫାଣ୍ଡି ପୋଲିସ୍‌ ମୃତଦେହକୁ ଜବତକରି ଝାରସୁଗୁଡାରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ହୀରାକୁଦ ଡ୍ୟାମ ଜଳସ୍ତର ୬୧୦.୭୧ ଛୁଇଁଲା

ହୀରାକୁଦ ଡ୍ୟାମ ଜଳସ୍ତର ୬୧୦.୭୧ ଛୁଇଁଲା

ସମ୍ବଲପୁର,୨୨।୭(ବ୍ୟୁରୋ)-ହୀରାକୁଦ ଜଳଭଣ୍ଡାର ଜଳସ୍ତର ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ୬୧୦.୭୧ ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧,୮୩,୦୦୦ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ସେହିପରି ବରଗଡ଼, ଶାସନ, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରୀ, ପାୱାର ଚାନେଲ୍‌ ମାଧ୍ୟମରେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୧୫ହଜାର କ୍ୟୁସେକ୍‌ ଜଳ ନିଷ୍କାସନ କରାଯାଉଛି।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ