ସମ୍ବଲପୁର

ଇସ୍ପାତ୍‌ ଟ୍ରେନ୍‌ରେ ୨ ଗୋଡ କଟି ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ

ଇସ୍ପାତ୍‌ ଟ୍ରେନ୍‌ରେ ୨ ଗୋଡ କଟି ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ
ବଲାଙ୍ଗୀର ଅଫିସ, ୧୮।୧୨-ବଲାଙ୍ଗୀର ରେଳ ଷ୍ଟେଶନ୍‌ରେ ରବିବାର ସନ୍ଧ୍ୟାରେ ହାୱଡା-ଟିଟିଲାଗଡ ଇସ୍ପାତ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ବଲାଙ୍ଗୀର ସହରର ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଜୁଲକର ନୈନ ମିଅଁ। (୭୦)ଙ୍କ ଦୁଇଗୋଡ କଟି ଯାଇଛି । ଇସ୍ପାତ୍‌ ଟ୍ରେନ୍‌ରୁ ଓହ୍ଲାଇଲା ବେଳେ ମିଅଁ। ଭାରସାମ୍ୟ ହରାଇ ପଡିଯାଇଥିଲେ, ଫଳରେ ତାଙ୍କ ଉପର ଦେଇ ଟ୍ରେନ୍‌ ଚାଲିଯାଇଥିଲା। ମିଅଁ।ଙ୍କ ଡାହାଣ ଗୋଡ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିବାବେଳେ ବାମ ଗୋଡଟି ସାମାନ୍ୟ ଝୁଲି ରହିଥିଲା। ଷ୍ଟେଶନ୍‌ରୁ ସାମାଜିକ କର୍ମୀ ଲଳିତ କୁମାର ନାୟକ ଓ ଅନ୍ୟମାନେ ମିଅଁ।ଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଡାକ୍ତରଖାନାରେ ଭତ୍ତି କରିଥିଲେ। ତେବେ ମିଅଁ।ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଡାକ୍ତର ତୁରନ୍ତ ବୁର୍ଲା ମେଡିକାଲକୁ ନେଇଯିବାକୁ ପରାମର୍ଶ ଦେଇଥିଲେ । ରାତିରେ ଗୁରୁତର ମିଅଁ।ଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି।
All Right Reserved By

ସମ୍ବଲପୁର

ଖଳାରେ ଧାନ ଜଗି ଥିବାବେଳେ ସମିତିସଭ୍ୟଙ୍କୁ ହାତୀ ଦଳିଦେଲା

ଖଳାରେ ଧାନ ଜଗି ଥିବାବେଳେ ସମିତିସଭ୍ୟଙ୍କୁ ହାତୀ ଦଳିଦେଲା

ବରଗଡ଼ ଅଫିସ/ଝାରବନ୍ଧ,୨୩।୧୦-
ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବଣ୍ଡାମୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣକର ଜୀବନ ଯାଇଛି। ମୃତକ ହେଲେ ଏହି ଗ୍ରାମର ଚାଷୀ ତଥା କନ୍ଦାଡଙ୍ଗର ପଞ୍ଚାୟତର ସମିତିସଭ୍ୟ ଧୁବାରାମ ନାଗ(୫୫) । ନିଜ ଖଳାରେ ଅମଳ ଧାନକୁ ଜଗିଥିବାବେଳେ ସେ ହାତୀ ଆକ୍ରମଣର ସମ୍ମୁଖୀନ ହୋଇ ପ୍ରାଣ ହରାଇଛନ୍ତି। ତେବେ ତାଙ୍କ ସହିତ ରହିଥିବା ଆଉଜଣେ ଶ୍ରମିକ ହାତୀ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ।

ଗଜଲକ୍ଷ୍ମୀ ପୂଜା ପାଇଁ ଶାନ୍ତି କମିଟି ବୈଠକ: ଚାନ୍ଦା ଆଦାୟ ମନା, ବାଜିବନି ଡିଜେ

ଗଜଲକ୍ଷ୍ମୀ ପୂଜା ପାଇଁ ଶାନ୍ତି କମିଟି ବୈଠକ: ଚାନ୍ଦା ଆଦାୟ ମନା, ବାଜିବନି ଡିଜେ

ରେଢ଼ାଖୋଲ,୨୩।୧୦(ଡି.ଏନ.ଏ.)
ରେଢ଼ାଖୋଲରେ ଗଜଲକ୍ଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବ। ଏଥିପାଇଁ  ଥାନା ପରିସରରେ ଏକ ଶାନ୍ତିକମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ ଏଥିରେ ସଭାପତିତ୍ୱ କରିଥିଲେ। 

କନ୍ୟା ସନ୍ତାନ କୌଣସି ଗୁଣରେ ନ୍ୟୁନ ନୁହନ୍ତି

କନ୍ୟା ସନ୍ତାନ କୌଣସି ଗୁଣରେ ନ୍ୟୁନ ନୁହନ୍ତି

ସୋନପୁର,୨୩।୧୦(ନି.ପ୍ର.)କୈଶୋର ସ୍ବାସ୍ଥ୍ୟର ସୁରକ୍ଷା ତଥା ବାଲ୍ୟ ବିବାହ ଓ ତାର ପ୍ରତିକାର ସମ୍ପର୍କିତ ଜିଲାସ୍ତରୀୟ କର୍ମଶାଳା ସୁବର୍ଣ୍ଣପୁର ଡିଆରଡିଏ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ୟା ସନ୍ତାନମାନେ କେବେ ବି କୌଣସି ଗୁଣରେ ନ୍ୟୁନ ନୁହନ୍ତି। 

ଦାଦନ ଚାଲାଣରୁ ଡକାୟତି, ୭ ଆନ୍ତଃ ରାଜ୍ୟ ଡକାୟତ ଗିରଫ

ଦାଦନ ଚାଲାଣରୁ ଡକାୟତି, ୭ ଆନ୍ତଃ ରାଜ୍ୟ ଡକାୟତ ଗିରଫ

ବଲାଙ୍ଗୀର ଅଫିସ,୨୨।୧୦-ବଲାଙ୍ଗୀର ଜିଲା ଦେଓଗାଁଠାରେ ଡକାୟତି ଉଦ୍ୟମ କରୁଥିବା ୭ ଆନ୍ତଃ ରାଜ୍ୟ ଡକାୟତଙ୍କୁ ତୁଷରା ପୋଲିସ ରବିବାର ରାତିରେ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମୁରିବାହାଲ ଥାନା ବଡ଼ସାଇମରା ଗାଁର ତନୁ ଓରଫ ତନୁରାଜ ମହାନନ୍ଦ, ବନମାଳୀ ଓରଫ ସାହିଲ ତାଣ୍ଡି, କଣ୍ଟାବାଞ୍ଜିର ପ୍ରଦ୍ୟୁମ୍ନ 

ଫୁଟବଲ ଟୁର୍ନାମେଣ୍ଟ: ଗୋଲାମୁଣ୍ଡା ଚାମ୍ପିୟନ

ଫୁଟବଲ ଟୁର୍ନାମେଣ୍ଟ: ଗୋଲାମୁଣ୍ଡା ଚାମ୍ପିୟନ

ଜୁନାଗଡ,୨୨।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଦୁନ୍ଦେଲମାଲ ପଞ୍ଚାୟତ କଟିଙ୍ଗପଦରଠାରେ ୨ଦିନ ଧରି ଚାଲିଥିବା ଫୁଟବଲ ଟୁର୍ନାମେଣ୍ଟ ରବିବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି। 

ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ରିଷିଡ଼ା ଦଳ ବିଜୟୀ

ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ରିଷିଡ଼ା ଦଳ ବିଜୟୀ

ରିଷିଡ଼ା,୨୨।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମଠାରେ ରବିବାର ଅପରାହ୍ନରେ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି ।

ଇଂରାଜୀ ସହାୟକ କର୍ମଶାଳା ଉଦ୍‌ଯାପିତ

ଇଂରାଜୀ ସହାୟକ କର୍ମଶାଳା ଉଦ୍‌ଯାପିତ

ଧର୍ମଗଡ,୨୨।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ ମାଧ୍ୟମିକ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ଗତ ଏକ ସପ୍ତାହ ଧରି ଚାଲିଥିବା ଇଂରାଜୀ ସହାୟକ କର୍ମଶାଳା ସୋମବାର ଉଦ୍‌ଯାପିତ ହୋଇଯାଇଛି ।

ନକଲି ମାଓବାଦୀ ସାଜି ଜେଲଗଲେ ଯୁବକ

ନକଲି ମାଓବାଦୀ ସାଜି ଜେଲଗଲେ ଯୁବକ

ବେଲପଡା, ୨୨ା୧୦(ଡି.ଏନ.ଏ.): ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କୁ ଟଙ୍କା ମାଗିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ବଲାଙ୍ଗୀର ଜିଲା ବେଲପଡା ଥାନା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। 

ବ୍ୟାଡମିଣ୍ଟନ ଖେଲାଳିଙ୍କୁ ସମ୍ବର୍ଦ୍ଧନା

ବ୍ୟାଡମିଣ୍ଟନ ଖେଲାଳିଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର,୨୨।୧୦(ବ୍ୟୁରୋ) ସମ୍ବଲପୁର ଫ୍ରେଜର କ୍ଳବରେ ଦିବ୍ୟାଙ୍ଗ ବ୍ୟାଡ଼ମିଣ୍ଟନ   ଖେଲାଳି ପ୍ରମୋଦ  ଭଗତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କ୍ଳବ ସଭାପତି ଶେଷଦେବ ମିଶ୍ରଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ମୁଖ୍ୟ ଅତିଥି, ପ୍ରୟାସ ପରିବର୍ତ୍ତନ ଅନୁଷ୍ଠାନର ମୁଖ୍ୟ ଲଲାଟେନ୍ଦୁ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ରଘୁନାଥପାଲିରେ ବଏଲଯାତ୍ରା

ରଘୁନାଥପାଲିରେ ବଏଲଯାତ୍ରା

କୋଲାବିରା,୨୨।୧୦(ଡି.ଏନ.ଏ.) 
ଝାରସୁଗଡ଼ା ଜିଲା କୋଲାବିରାର ରଘୁନାଥପାଲଠାରେ ମା’ ସମଲେଶ୍ୱରୀଙ୍କ ଦ୍ୱାଦଶୀ ବଏଲଯାତ୍ରା ପାରମ୍ପରିକ ରୀତନୀତି ଅନୁସାରେ ପାଳିତ ହୋଇଛି। ଗତ ମଙ୍ଗଳବାରରୁ ଆରମ୍ଭ ହୋଇଥିବା ଏହି ଆଦ୍ୟପର୍ବ ସୋମବାର ଦେବୀଙ୍କ ପୀଠରେ ସମାପନ ହୋଇଛି। ଅଶ୍ୱିନୀ କୃଷ୍ଣପକ୍ଷ ପ୍ରତିପଦାଠାରୁ ୯ ଦିନ ବ୍ୟାପୀ ସମଲେଇ ମନ୍ଦିରରେ ଅଖଣ୍ଡଦୀପ ପ୍ରଜ୍ଜ୍ୱଳନ, ସପ୍ତମୀ ତିଥିରେ ପାଟଖଣ୍ଡା ସ୍ଥାପନ, ନିଶାପୂଜା, ଅଷ୍ଟମୀ ତିଥିରେ ଷୋହଳ ଖଣ୍ଡା ସ୍ଥାପନ ଏବଂ  ବଏଲଯାତ୍ରା ଅନୁଷ୍ଠିତ ହୋଇଥିଲା। ରବିବାର ରାତିରେ ଗଣ୍ଡ ସମ୍ପ୍ରଦାୟର ଲୋକଙ୍କ ମୁଣ୍ଡରେ ଦେବୀଙ୍କ ପୂଜକମାନେ ଫୁଲର ଚୂଳ ବାନ୍ଧି ମୁହଁରେ ସିନ୍ଦୁର ବୋଳି ପୂଜା ଉପଚାର କରିଥିଲେ। ବରୁଆଙ୍କ ଦେହରେ ଦୈବୀ ଶକ୍ତି ସଞ୍ଚାର କରିବା ପାଇଁ ଯଥାବିଧି ମନ୍ତ୍ରତନ୍ତ୍ର  ଉଚ୍ଚାରଣ ସହ ତାଙ୍କ କପାଳରେ ଦେବୀଙ୍କ ଛଡା ସିନ୍ଦୁର, ଫୁଲ, ଅରୁଆ ଚାଉଳ ଆଦି ଚଢ଼ାଯାଇଥିଲା। 

ଜୀବନ ହାରିଲେ ଭାଗଚାଷୀ

ଜୀବନ ହାରିଲେ ଭାଗଚାଷୀ

ସୁନ୍ଦରଗଡ଼,୨୨।୧୦(ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ବ୍ଲକ୍‌ ନିଆଲିପାଲି ଗ୍ରାମରେ ଜଣେ ଭାଗ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପୁରୁଷୋତ୍ତମ ସେଠ (୫୧)। ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଭଷ୍ମା ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପେରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ହେମଗିର ବ୍ଲକ୍‌କୁ ମରୁଡ଼ି ଅଞ୍ଚଳ ଘୋଷଣା ଦାବି

ହେମଗିର ବ୍ଲକ୍‌କୁ ମରୁଡ଼ି ଅଞ୍ଚଳ ଘୋଷଣା ଦାବି

ହେମଗିର,୨୨।୧୦(ଡି.ଏନ.ଏ.)- 
ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକ୍‌ର ୧୯ ପଞ୍ଚାୟତର ସମସ୍ତ ଗ୍ରାମରେ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଏ ସଂକ୍ରାନ୍ତରେ ସୋମବାର ପଞ୍ଚାୟତ ସିମିତି ସଭା କକ୍ଷରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଧାରାଣୀ ରାଉତିଆଙ୍କ ସଭାପତିତ୍ୱରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ, ସମିତି ସଭ୍ୟା ଓ ସଭ୍ୟମାନେ ଏଥିରେ ଉପସ୍ଥିତ ରହିଥିଲେ। ଦୀର୍ଘ ୨ ମାସରୁ ଊର୍ଦ୍ଧ୍ୱ ହେବ ବର୍ଷା ଅଭାବରୁ ଚାଷଜମି ବେହାଲ ହୋଇପଡ଼ିଥିବା ଉପାଧ୍ୟକ୍ଷ ସୁରଥ ପ୍ରଧାନ ପ୍ରକାଶ କରିଥିଲେ। ମୋଟ ୧୯୩୨୪ ହେକ୍ଟର ଜମିରେ ଚଳିତବର୍ଷ ଖରିଫ୍‌ ଫସଲ କରାଯାଇଥିଲା। ସେଥିରୁ ୧୨୮୯୮ ହେକ୍ଟରରେ କେବଳ ଧାନ ଚାଷ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା।