Dharitri News
ସମ୍ବଲପୁର

ରାଜ୍ୟସ୍ତରୀୟ ଜୟରାମ ସାହୁ ମେମୋରିଆଲ ବ୍ୟାଡମିଣ୍ଟନ ଉଦ୍‌ଘାଟିତ

ରାଜ୍ୟସ୍ତରୀୟ ଜୟରାମ ସାହୁ ମେମୋରିଆଲ ବ୍ୟାଡମିଣ୍ଟନ ଉଦ୍‌ଘାଟିତ ଜୁନାଗଡ଼, ୧୮।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ସ୍ଥିତ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ସୋମବାର ସକାଳେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ଜୁନାଗଡ ନ୍ୟୁ ରେଡଷ୍ଟାର ସ୍ପୋଟର୍‌ସ କ୍ଲବ ଓ ଜୁନାଗଡ଼ ବ୍ୟାଡମିଣ୍ଟନ ଆସୋସିଏଶନ ଆନୁକୂଲ୍ୟରେ ଜୟରାମ ସାହୁ ମେମୋରିଆଲ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ବିଭିନ୍ନ ଜିଲାରୁ ୫୬ ଦଳ ଓ ୧୦ ଭ୍ୟାଟେରାନ ଦଳ ଭାଗ ନେଇଛନ୍ତି। ମୁଖ୍ୟ ଅତିଥିଭାବେ ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ବିଜୟ ଲକ୍ଷ୍ମୀ ବନ୍ଧପାନ, ସମ୍ମାନୀତ ଅତିଥିଭାବେ ବିଡିଓ ପରମବ୍ରହ୍ମ ଯୋଷୀ, କାର୍ଯ୍ୟନିର୍ବାହି ଅଧିକାରୀ ଈଶ୍ୱର ପୁଝାରୀ, ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ, କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଏଶନ ସଭାପତି ମନୋରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ‘ବାଜ’ର ସଂପାଦକ ସୁଜିତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନ୍ୟୁ ରେଡଷ୍ଟାର ସ୍ପୋଟର୍‌ସ କ୍ଲବର ସଭାପତି ହିମାଂଶୁ ବରାଡ ସଭାପତିତ୍ୱ କରିଥିଲେ।

Model This Week

ସୁରଶ୍ରୀ
Pilanka Dharitri

ସମ୍ବଲପୁର

 ହାର୍‌ ମାନିଛେ ଭିନ୍ନକ୍ଷମତା

ହାର୍‌ ମାନିଛେ ଭିନ୍ନକ୍ଷମତା

ବରଗଡ଼ ଅଫିସ୍‌,୧୬।୧: ନଁ। ତଁ।କର ସୁରଜ ପ୍ରଧାନ। ବରଗଡ଼ ସହର ପାଖର୍‌ ବରଡ଼ୋଲରେ ତଁ।କର ଘର। ମା’ ବାସନ୍ତୀ ଆର୍‌ ବାପ୍‌ ଅଞ୍ଚାନନକଁର ୩ ଝି ପୁଓ ଭିତ୍‌ରୁ ସେ ହେଉଛନ୍‌ ବଡ଼ଖା ପୁଓ। ବହେନ୍‌ ସୋନାଲୀ ଯୁକ୍ତଦୁଇ ପହେଲା ବଛର୍‌ ଛାତ୍ରୀ ଥିଲାବେଲ୍‌କେ ସାନଭାଇ ପ୍ରାଞ୍ଜଳକେ ଅଢ଼େ ବଛର ହେଉଛେ।

 ନୃତ୍ୟ, ଗୀତ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ନୃତ୍ୟ, ଗୀତ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ଭବାନୀପାଟଣା, ୧୬।୧ (ଡି.ଏନ୍‌.ଏ.): ରବିବାରଠାରୁ ଆରମ୍ଭ ହୋଇଥିବା ୨୨ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରାର ସୋମବାର ଦ୍ୱିତୀୟ ସନ୍ଧ୍ୟା ଦର୍ଶକମାନଙ୍କୁ ମୁଗ୍ଧ କରିଦେଇଛି। ନୃତ୍ୟ, ଗୀତରେ ଦର୍ଶକ ଝୁମିଉଠିଥିଲେ।

ଜିଲା କିନ୍ନର ସଂଘ ଜିଲାପାଳଙ୍କଠାରେ ଫେରାଦ

ଜିଲା କିନ୍ନର ସଂଘ ଜିଲାପାଳଙ୍କଠାରେ ଫେରାଦ

ନୂଆପଡା ଅଫିସ,୧୬।୧ : ଭଗବାନ ଆମକୁ କିନ୍ନର ଭାବରେ ଜନ୍ମ ଦେଲେ ବୋଲି ଆମେ କ’ଣ ପାପୀ ହେଲୁ। ଆମକୁ ସମାଜରେ ସମୁଚିତ ମର୍ଯ୍ୟାଦା ମିଳୁନାହିଁ କି ସରକାର ମଧ୍ୟ ଆମକୁ ମୌଳିକ ସୁବିଧା ଯୋଗାଇ ଦେବାରେ ହେଳା କରୁଛନ୍ତି। ଜିଲାପାଳଙ୍କୁ ଦେଖା କରିବାକୁ ଆସିଥିବା ଜିଲା କିନ୍ନର ସଙ୍ଗଠନ ତରଫରୁ କର୍ମକର୍ତ୍ତାମାନେ ଏହା କହିଛନ୍ତି। ସେମାନେ ଜିଲାପାଳଙ୍କୁ ଦେଖା କରି ସେମାନଙ୍କ ବିଭିନ୍ନ ସମସ୍ୟା ଉପରେ ଅବଗତ କରିଛନ୍ତି।

କେରଳରେ ଦାଦନ ତ୍ରିଲୋଚନ ସୁନାନୀଙ୍କ ମୃତ୍ୟୁ ଘଟଣା : ମାନବାଧିକାର କମିଶନଙ୍କ ହସ୍ତକ୍ଷେପ

ଭବାନୀପାଟଣା,୧୫।୧(ଡି.ଏନ୍‌.ଏ.)- କେରଳ ରାଜ୍ୟ ପାଲ୍ଲକଡ ଜିଲା ତଳକାସେରିଠାରେ ଶ୍ରମିକ ଭାବରେ କାମ କରୁଥିବା ଭବାନୀପାଟଣା ସଦର ବ୍ଲକ ବିଜେପୁର ଗ୍ରାମର ତ୍ରିଲୋଚନ ସୁନାନୀଙ୍କ ୨୦୧୭ ନଭ୍ଟେମ୍ବର ୧ ତାରିଖରେ ମାଟି ଅତଡ଼ା ଧସି ମୃତ୍ୟୁ ଘଟିଥିଲା।

କାଶୀବାହାଲରେ କିଡ୍‌ନୀ ରୋଗ : ସ୍ଥିତି ଅନୁଧ୍ୟାନ କରିବେ ବିଶେଷଞ ଦଳ

ଭବାନୀପାଟଣା,୧୫।୧( ଡିଏନ୍‌ଏ)- କଳାହାଣ୍ଡି ଜିଲା କୋକସରା ବ୍ଲକ କାଶୀବାହାଲ ଗାଁରେ କିଡନୀ ରୋଗ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଏକ ବିଶେଷଜ୍ଞ ଦଳ ସେଠାକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବାକୁ ଡାକ୍ତରୀ ଶିକ୍ଷା ଓ ତାଲିମ ବିଭାଗକୁ ଓଡିଶା ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି କରାଯାଇଛି।

ମକରଧ୍ୱଜ ପାହାଡ ଉପରେ ଉଡିଲା ଧ୍ୱଜା

ମକରଧ୍ୱଜ ପାହାଡ ଉପରେ ଉଡିଲା ଧ୍ୱଜା

ଦେବଗଡ଼,୧୫।୧(ସ୍ବ.ପ୍ର.)- ପ୍ରତିବର୍ଷ ଭଳି ଚଳିତବର୍ଷ ଦେବଗଡ ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ରୀତିନୀତି ଅନୁଯାୟୀ ମକର ସଂକ୍ରାନ୍ତି ପାଳିତ ହୋଇଛି।

ମହିଳା, ପୁରୁଷ ଦିବାରାତ୍ର କବାଡି ଚାମ୍ପିୟନଶିପ୍‌ : ମହିଳାରେ ଭୁବନେଶ୍ୱର, ପୁରୁଷରେ ଓଡିଶା ପୋଲିସ ଚାମ୍ପିୟନ

ଦେବଗଡ଼,୧୫ା୧(ସ୍ବ.ପ୍ର.)- ସ୍ଥାନୀୟ ଗୋପାଳଜୀ ମନ୍ଦିର ପଡ଼ିଆଠାରେ ଦେବଗଡ଼ କବାଡି କମିଟି ତରଫରୁ ଗତ ୧୨ ତାରିଖରୁ ୩ ଧରି ଚାଲିଥିବା ୭ମ ରାଜ୍ୟସ୍ତରୀୟ ମହିଳା ଓ ପୁରୁଷ ଦିବାରାତ୍ର କବାଡି ଚାମ୍ପିୟନଶିପ୍‌ ରବିବାର ସନ୍ଧ୍ୟାରେ ଆତସବାଜି ମଧ୍ୟରେ ଉଦ୍‌ଯାପିତ ହୋଇଛି।

ଏକତରଫା ପ୍ରେମ: ଯୁବତୀଙ୍କୁ ଏସିଡ୍‌ ମାଡ଼

ଏକତରଫା ପ୍ରେମ: ଯୁବତୀଙ୍କୁ ଏସିଡ୍‌ ମାଡ଼

କଲମପୁର, ୧୫।୧(ଡି.ଏନ୍‌.ଏ.): କଲାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ କଲମପୁର ବ୍ଲକର ବଙ୍କାପଲା ନିକଟ ଖଣ୍ଡିଡଙ୍ଗରିଗୁଡା ଗାଁର ଦେବନ୍ତି ବିହାରୀ(୨୨)ଙ୍କୁ ସୋମବାର ସକାଳେ ଜଣେ ଯୁବକ ଏସିଡ୍‌ ମାଡ଼ କରିଛନ୍ତି।

ବୌଦ୍ଧ ସହରକୁ ପଶିଆସିଲେ ୩ ହାତୀ

ବୌଦ୍ଧ ସହରକୁ ପଶିଆସିଲେ ୩ ହାତୀ

ବୌଦ୍ଧ,୧୫।୧(ଡି.ଏନ୍‌.ଏ.): ରବିବାର ବିଳମ୍ବିତ ରାତିରେ ୩ ହାତୀ ବୌଦ୍ଧ ସହର ମଧ୍ୟକୁ ପଶିଆସିଛନ୍ତି। ବୁଟୁପାଲିସ୍ଥିତ ରାମଜାଙ୍ଗି ନାଳ ନିକଟରେ ସେମାନେ ରହିଛନ୍ତି।

ବାପ୍‌ ଦିବ୍ୟାଙ୍ଗ: ୨ ପୁଓ ଯାଇଛନ୍‌ ଦାଦନ

ବାପ୍‌ ଦିବ୍ୟାଙ୍ଗ: ୨ ପୁଓ ଯାଇଛନ୍‌ ଦାଦନ

ବିଜେପୁର, ୧୪।୧ (ଡି.ଏନ.ଏ.): ଗରିବ ଦୁଖି, ବିଧବା, ଦିବ୍ୟାଙ୍ଗମାନକର୍‌ ଲାଗି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରହିଛେ। ଇ ଯୋଜନାରେ କୋଟି କୋଟି ଟଁକା ପାଏନ୍‌ ବାଗିର୍‌ ଖରଚ୍‌ ହେଉଛେ। ହେଲେ ପର୍‌କୁତ ହିତାଧିକାରୀର୍‌ ପାଖ୍‌କେ ଯୋଜନାର ସୁଫଲଟା ପୁହୁଁଚି ନାଇଁ ପାରୁଥିବାର ଅଭିଯୋଗ ହେଉଛେ। ବରଗଡ଼ ଜିଲା ବିଜେପୁର ବ୍ଲକ୍‌ ଲାଉମୁଣ୍ଡା ଗଁାର ଦିବ୍ୟାଙ୍ଗ ରଘୁବୀର ପଟେଲ(୫୫) ଇତାର୍‌ ଗୁଟେ ଉଦାହରନ୍‌ ଆନ୍‌। ଗଁ।ରେ ଲୁକ୍‌କର ଭୁତିବର୍ତନ କରି ରଘୁବୀରକଁର ସଂସାର ଚଲି ଯାଉଥିଲା।

ଜିଏମୟୁରେ କାଇଟ୍‌ ଫେଷ୍ଟିଭାଲ୍‌: ନୀଳ ଆକାଶରେ ଉଡିଲା ୨ଶହ ଗୁଡି

ଜିଏମୟୁରେ କାଇଟ୍‌ ଫେଷ୍ଟିଭାଲ୍‌: ନୀଳ ଆକାଶରେ ଉଡିଲା ୨ଶହ ଗୁଡି

ସମ୍ବଲପୁର, ୧୪।୧ (ବ୍ୟୁରୋ) ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମୟୁ) ପରିସରରେ ରବିବାର କାଇଟ୍‌ ଫେଷ୍ଟିଭାଲ୍‌ ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ୟୁଥ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଅଞ୍ଚଳରୁ ୨ଶହରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ । ନୀଳ ଆକାଶରେ ରଙ୍ଗବେରଙ୍ଗର ୨ଶହରୁ ଉର୍ଦ୍ଧ୍ୱ ଗୁଡି ଉଡିଥିଲା। କ୍ରିଏଟିଭ୍‌ କାଇଟ୍‌ ବର୍ଗରେ ଏସ୍‌. ପ୍ରଜ୍ଞା ପ୍ରଥମ, ସ୍ମୃତିସୁଦ୍ଧା ପଟେଲ ଦ୍ୱିତୀୟ ଓ ଦଶରଥ ମେହେର ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ବୁଢ଼ାରଜା ଗଲର୍‌ସ ହାଇସ୍କୁଲ ଛାତ୍ରୀଙ୍କ କୃତିତ୍ୱ

ବୁଢ଼ାରଜା ଗଲର୍‌ସ ହାଇସ୍କୁଲ ଛାତ୍ରୀଙ୍କ କୃତିତ୍ୱ

ସମ୍ବଲପୁର, ୧୪।୧ (ବ୍ୟୁରୋ)-ଦେହେରୀପାଲିସ୍ଥିତ ବୁଢ଼ାରଜା ଗଲର୍‌ସ ହାଇସ୍କୁଲର ଛାତ୍ରୀ ବର୍ଷା ଜେନା ଜାତୀୟସ୍ତରରେ ସଫଳତା ହାସଲ କରିଛନ୍ତି। ଦିଲୀରେ ଆୟୋଜିତ ଟାଟା ବିଲ୍ଡିଂ ଇଣ୍ଡିଆ ଡିଜିଟାଲ ଟେକ୍‌ନୋଲୋଜିରେ ବର୍ଷା ଭାଗ ନେଇ ସେକେଣ୍ଡ ରନର୍ସ ଅଫ୍‌ ଟ୍ରଫି ହାସଲ କରିଛନ୍ତି ।