ଜୀବନଚର୍ଯ୍ୟା |

ସହଜ ହେବ କ୍ୟାନ୍‌ସର ଚିକିତ୍ସା ପ୍ରଣାଳୀ

ସହଜ ହେବ କ୍ୟାନ୍‌ସର ଚିକିତ୍ସା ପ୍ରଣାଳୀ
କ୍ୟାନ୍‌ସର ଏଭଳି ଏକ ରୋଗ, ଯଦ୍ଦ୍ବାରା ଆକ୍ରାନ୍ତ ବ୍ୟକ୍ତି ସେଥିରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିବା ଆଶା ବହୁତ କମ୍‌। ପ୍ରାରମ୍ଭିକ ଅବସ୍ଥାରେ ଏହାକୁ ଚିହ୍ନଟ କରାଯାଇପାରିଲେ ବ୍ରେଷ୍ଟ କ୍ୟାନ୍‌ସର ପରି କେତେକ କ୍ୟାନ୍‌ସରରୁ ଆରୋଗ୍ୟ ମିଳିପାରୁଛି। କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ନୂତନ ଆଶାର କିରଣ ସୃଷ୍ଟି କରିଛନ୍ତି ଲଣ୍ଡନ ୟୁନିଭର୍ସିଟିର କ୍ୟାନ୍‌ସର ବିଜ୍ଞାନୀମାନେ। ‘ମଲିକୁଲାର ମେକାଲିଜିମ୍‌’କୁ ଆଧାର କରି ଲିଭର କ୍ୟାନ୍‌ସରର ଚିକିତ୍ସା ଆହୁରି ସହଜ ହୋଇପାରିବ ବୋଲି ସେମାନେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଗବେଷଣା ସମୟରେ କ୍ୟାନ୍‌ସର ବିଜ୍ଞାନୀ ମଲିକୁଲାର ମେକାଲିଜିମ ଉପରେ ଉଜ୍ଜ୍ୱଳ ଆଲୋକ ପକାଇ ସେଥିରୁ କ୍ଷରଣ ହେଉଥିବା ଏଞ୍ଜାଇମ୍‌କୁ ଅନୁଧ୍ୟାନ କରିଥିଲେ। ଏହାଦ୍ୱାରା ଲିଭର କ୍ୟାନ୍‌ସରରୁ ଜଣେ କିପରି ଶୀଘ୍ର ଉପଶମ ଲାଭ କରିପାରିବ, ସେ ସମ୍ପର୍କରେ କେତେକ ତଥ୍ୟ ମଧ୍ୟ ଜାଣିବାକୁ ପାଇଥିଲେ। ଏ ବିଷୟରେ ଅଧିକ ତଥ୍ୟ ଉନ୍ମୋଚନ କରିବା ପାଇଁ ଆଉ କିଛି ମାସ ସମୟ ଲାଗିବ ବୋଲି ରିପୋର୍ଟରୁ ଜଣାପଡିଛି।
All Right Reserved By

ଜୀବନଚର୍ଯ୍ୟା |

ଘାସ ଉପରେ ଖାଲି ପାଦରେ ଚାଲିଲେ ମିଳିବ ଅନେକ ଫାଇଦା

ଘାସ ଉପରେ ଖାଲି ପାଦରେ ଚାଲିଲେ ମିଳିବ ଅନେକ ଫାଇଦା

ଶରୀରକୁ ସୁସ୍ଥ ରଖିବାକୁ କିଏ କେତେ ଉପାୟ ଆପଣାଉଛନ୍ତି। କିଏ ଓ୍ବର୍କ ଆଉଟ୍‌ କରୁଛି ତ ପୁଣି କିଏ ଡାଏଟିଂ। ହେଲେ ସକାଳୁ ଖାଲି ପାଦରେ ଯେଉଁମାନେ ସବୁଜ ଘାସ ଉପରେ ଚାଲୁଛନ୍ତି ସେମାନେ ନିଜକୁ ଅନ୍ୟମାନଙ୍କଠାରୁ ଅଧିକ ସୁସ୍ଥ ରଖିପାରୁଛନ୍ତି। କାରଣ ସକାଳୁ ଖାଲି ପାଦରେ ଘାସରେ ଚାଲିବା ସମୟରେ ଦେହରେ ପଡୁଥିବା ସୂର୍ଯ୍ୟକିରଣ ମଧ୍ୟ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। 

ଆଖି ରୋଗରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଆଖି ରୋଗରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ବାୟୁ ପ୍ରଦୂଷଣ ଯୋଗୁ ବିଭିନ୍ନ ପ୍ରକାର ଆଖି ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ କେତେକ ସହଜ ଘରୋଇ ପରାମର୍ଶ ସମ୍ପର୍କରେ ଉଲ୍ଲେଖ ଅଛି। 

କଞ୍ଚା ପନିର୍‌ ବି ଦୂରକରେ ଡାଇବେଟିସ୍‌...

କଞ୍ଚା ପନିର୍‌ ବି ଦୂରକରେ ଡାଇବେଟିସ୍‌...

କଞ୍ଚା ପନିର୍‌ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ।  ପ୍ରତିଦିନ କଞ୍ଚା ପନିର ଖାଇବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହା ଡାଇବେଟିସରୁ ଦୂରେଇ ରଖେ। 

ତ୍ୱଚାର ଘରୋଇ ଉପଚାର

ତ୍ୱଚାର ଘରୋଇ ଉପଚାର

ବିଶେଷତଃ ମହିଳାମାନେ ନିଜର ସୌନ୍ଦର୍ଯ୍ୟକୁ ନେଇ ବେଶ ସଚେତନ। ଏପରିକି ଅନେକ କୃତ୍ରିମ ଉପାୟ ଅବଲମ୍ବନ ମଧ୍ୟ କରିଥାନ୍ତି। ତେବେ ରାସାୟନିକ ପଦାର୍ଥ ମିଶ୍ରଣରେ ଉତ୍ପାଦ ଗୁଡ଼ିକ ନିର୍ମିତ ହୋଇଥିବାରୁ ଏହା ତ୍ୱଚା ପାଇଁ କ୍ଷତିକାରକ ସାବ୍ୟସ୍ତ ହେବା ସହ ପ୍ରତିକ୍ରିୟା କରିଥାଏ। 

ମେଦବହୁଳତା ଦୂରେଇବାର ସହଜ ଉପାୟ...

ମେଦବହୁଳତା ଦୂରେଇବାର ସହଜ ଉପାୟ...

ପରିବର୍ତ୍ତିତ ଜୀବନଶୈଳୀଯୋଗୁ ଖାଦ୍ୟପେୟରେ ଅନିୟମିତତା ଯୋଗୁ ମେଦବହୁଳତା ସୃଷ୍ଟି ହୋଇଥାଏ। ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ସହଜ ଉପଚାର ସମ୍ପର୍କରେ ଉଲ୍ଲେଖ ରହିଛି। 

ଟ୍ରାଡିଶନାଲ ଲୁକ୍‌

ଟ୍ରାଡିଶନାଲ ଲୁକ୍‌

ଏଥର ପୂଜାରେ ଟ୍ରାଡିଶନାଲ ସହ mଟ୍ରେଣ୍ଡି ଲୁକ୍‌ ପାଇବାକୁ ଚାହୁଁଥିଲେ ଆପଣାଇ ପାରିବେ ନିମ୍ନୋକ୍ତ ଟିପ୍ସ...

ସକାଳେ ଗ୍ଲାସେ ଉଷୁମ ପାଣି...

ସକାଳେ ଗ୍ଲାସେ ଉଷୁମ ପାଣି...

ଉଷୁମ ପାଣି ପିଇବା ଦ୍ୱାରା ଶରୀରର ଅନେକ ପ୍ରକାର ରୋଗ ଦୂର ହୋଇଥାଏ। ସକାଳେ ନଖ ଉଷୁମ ପାଣି ଗ୍ଲାସେ ପିଇଲେ ସୁଫଳ ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି। 

ଜାଣନ୍ତୁ ମଧୁମେହ ରୋଗୀ  ସାଗୁ ଖାଇବା କେତେଦୂର ଠିକ୍‌

ଜାଣନ୍ତୁ ମଧୁମେହ ରୋଗୀ ସାଗୁ ଖାଇବା କେତେଦୂର ଠିକ୍‌

ମଧୁମେହ ଏକ ଗମ୍ଭୀର ରୋଗ। ଯେଉଁ ରୋଗରେ ଖାଦ୍ୟପେୟ ଜନିତ   ଅନେକ କଟକଣା କରାଯାଇଥାଏ। କାରଣ ଏହି ରୋଗୀଙ୍କ ଖାଦ୍ୟପେୟରେ ହେଉଥିବା ଛୋଟ ପରିବର୍ତ୍ତନ ସେମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ। 
ତେବେ ଆପଣ ଯଦି ମଧୁମେହ ରୋଗୀ ହୋଇଥାନ୍ତି ଏକ୍ସରସାଇଜ କରିବା ସହ ମେଡିଶିନ ଖାଇ ବ୍ଲଡ୍‌ ସୁଗାର ମାତ୍ରା କମାଇପାରିବେ।

ଡେଙ୍ଗୁର ଘରୋଇ ଉପଚାର

ଡେଙ୍ଗୁର ଘରୋଇ ଉପଚାର

ଡେଙ୍ଗୁ ସାଧାରଣତଃ ବର୍ଷାଦିନେ ହୋଇଥାଏ। ଅନ୍ୟପକ୍ଷରେ ଅପରିଷ୍କାର ସ୍ଥାନରେ ଡେଙ୍ଗୁର ବାହକ ଏଡିସ୍‌ ମଶା ବଂଶ ବିସ୍ତାର କରିଥାଏ। ତେଣୁ ନିଜ ଘର ଚତୁଃପାର୍ଶ୍ୱ ଯେପରି ପରିଷ୍କାର ପରିଚ୍ଛନ୍ନ ରହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଘର ଚାରିପଟେ ଅଳିଆ ଆବର୍ଜନା ଜମା ହେବାକୁ ଦିଅନ୍ତୁ ନାହିଁ। 

ଅଲ୍‌ରାଉଣ୍ଡର ରୋବୋ

ଅଲ୍‌ରାଉଣ୍ଡର ରୋବୋ

ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷଭାବରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାର ଉପଯୋଗ ଚିକିତ୍ସା ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।

ଖାଇବା ଶୈଳୀରୁ ଜଣାପଡ଼ିବ ବ୍ୟକ୍ତିତ୍ୱ

ଖାଇବା ଶୈଳୀରୁ ଜଣାପଡ଼ିବ ବ୍ୟକ୍ତିତ୍ୱ

ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ତାଙ୍କର ଖାଇବା ଶୈଳୀରୁ ଜଣାପଡିବ-ଏଭଳି ଏକ ମଜାଦାର ତଥ୍ୟ ସଦ୍ୟତମ ଗବେଷଣାରୁ ଜଣାପଡିଛି। ଏପରି ବିଷୟବସ୍ତୁକୁ ନେଇ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ।

ସ୍ମରଣ ଶକ୍ତି ବୃଦ୍ଧି କରିବାର ନୂଆ ଉପାୟ

ସ୍ମରଣ ଶକ୍ତି ବୃଦ୍ଧି କରିବାର ନୂଆ ଉପାୟ

ବେଳେବେଳେ କେତେକ କଥା ଆମ ହାତ ପାଆନ୍ତାରେ ଥାଏ, ହେଲେ ଆମେ ତାକୁ ସହଜରେ ଜାଣି ପାରି ନ ଥାଉ। କୌଣସି ସୂତ୍ରରୁ ସୂଚନା ପାଇବା ମାତ୍ରେ ତାକୁ ଉପଯୋଗ କରି ତାହାର ସୁଫଳ ପାଉ।