ସମ୍ପାଦକୀୟ |

ଅମାନବୀୟ ଆଉଟ୍‌ସୋର୍ସିଂ

ଅମାନବୀୟ ଆଉଟ୍‌ସୋର୍ସିଂ
ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶୀ ବିଦେଶୀ ପୁଞ୍ଜିର ସ୍ବାର୍ଥରେ ଆମ ଦେଶରେ ୧୯୯୧ ମସିହାରେ ବିଶ୍ୱବ୍ୟାଙ୍କ୍‌ ଓ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ନିର୍ଦ୍ଦେଶରେ ନୂତନ ଅର୍ଥନୀତି ପ୍ରଣୟନ ହେବା ପରଠାରୁ ଇତିମଧ୍ୟରେ ୨୯ ବର୍ଷ ପୂର୍ଣ୍ଣ ହୋଇଛି। ଏହି ଅବଧି ମଧ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟରେ କ୍ଷମତାସୀନ ସବୁ ସରକାର ଉକ୍ତ ଜନବିରୋଧୀ ଆର୍ଥିକ ନୀତିର ଅଂଶବିଶେଷ ଭାବେ ଜଗତୀକରଣ, ଉଦାରୀକରଣ ଓ ଘରୋଇକରଣ ନୀତିକୁ ହିଁ ଆନ୍ତରିକତାର ସହ ଲାଗୁ କରି ଆସିଛନ୍ତି। ତେବେ ସରକାରଙ୍କ ଉପରୋକ୍ତ ନୀତିର ଲାଭଟି ଦେଶୀ ବିଦେଶୀ ପୁଞ୍ଜିପତିଙ୍କ ସମେତ ସମାଜର ଏକ କ୍ଷୁଦ୍ର ଭାଗକୁ ମିଳିଥିବା ବେଳେ ଦେଶର କୋଟି କୋଟି ଶ୍ରମିକ ଓ କର୍ମଚାରୀଙ୍କ ସମେତ ସାଧାରଣ ଜନତା ତା’ର ନିର୍ମମ ଶିକାର ହୋଇଛନ୍ତି। ଉଦାରୀକରଣ ନୀତି ଅନ୍ତର୍ଗତ ଦେଶରେ ବିଶ୍ୱବ୍ୟାଙ୍କ୍‌ର ତଥାକଥିତ ଢାଞ୍ଚାଗତ ସମଯୋଜନ କାର୍ଯ୍ୟକ୍ରମକୁ ଲାଗୁ କରିବାକୁ ଯାଇ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରମାନେ ଖର୍ଚ୍ଚକାଟ ନାଁରେ ନିଯୁକ୍ତି ସଂକୋଚନ ନୀତି ଗ୍ରହଣ କରିବା ଫଳରେ ଗତ ଦୁଇ ଦଶନ୍ଧି ମଧ୍ୟରେ ବିଭିନ୍ନ ସରକାରୀ ବିଭାଗରେ ପୂର୍ବରୁ ଥିବା ଅନେକ ପଦବୀକୁ ଉଚ୍ଛେଦ କରାଯାଇସାରିଛି। ଏହା ଫଳରେ ଦେଶର ଲକ୍ଷ ଲକ୍ଷ ଯୁବତୀଯୁବକ ସରକାରୀ କାମରେ ନିଯୁକ୍ତି ପାଇବାରୁ ବଞ୍ଚିିତ ହୋଇଛନ୍ତି। ସରକାରୀ ବିଭାଗ ଓ ସଂସ୍ଥାରେ ଲକ୍ଷ ଲକ୍ଷ ଖାଲି ପଦବୀ ବର୍ଷ ବର୍ଷ ଧରି ପୂରଣ ନ ହେବା ଫଳରେ ସେସବୁ ବିଭାଗରେ କାର୍ଯ୍ୟରତ ଅନ୍ୟ କର୍ମଚାରୀଙ୍କ ଉପରେ କାମର ବୋଝ ବଢ଼ିବା ସହିତ ସରକାରୀ ସେବାରେ ମଧ୍ୟ ତା’ର ପ୍ରଭାବ ପଡି଼ଛି। ସରକାର ନିଜର ଆବଶ୍ୟକତା ପୂରଣ ପାଇଁ ଯେଉଁଠି ବା ସାମାନ୍ୟ କିଛି ନିଯୁକ୍ତି ଦେଇଛନ୍ତି ତାହା ବି ନିୟମିତ ବା ସ୍ଥାୟୀ ବଦଳରେ ଠିକା ବା ଚୁକ୍ତିଭିତ୍ତିକ ନିଯୁକ୍ତି । ସରକାରଙ୍କ ଏହି ନୀତିର ପରିଣାମ ସ୍ବରୂପ ଆଜି ଦେଶରେ ପ୍ରତିବର୍ଷ ଠିକା କର୍ମଚାରୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ନିୟମିତ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ସର୍ବେକ୍ଷଣ ଅନୁଯାୟୀ ଦେଶର ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ମୋଟ ଶ୍ରମିକ ଓ କର୍ମଚାରୀଙ୍କ ମଧ୍ୟରେ ଠିକା କର୍ମଚାରୀଙ୍କ ସଂଖ୍ୟା ୧୯୯୧ରେ ୧୧% ଥିବାବେଳେ ୨୦୦୩ରେ ୨୩%, ୨୦୦୯ରେ ୩୯% ଏବଂ ୨୦୧୪ ସୁଦ୍ଧା ତାହା ୪୭%କୁ ବୃଦ୍ଧି ପାଇଛି। ଏପରିକି ଗତ କିଛିବର୍ଷ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା କେତେକ ବିଭାଗ ଓ ସଂସ୍ଥାରେ ଠିକା ଓ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ସଂଖ୍ୟା ସ୍ଥାୟୀ କର୍ମଚାରୀଙ୍କଠାରୁ ବି ଅଧିକ ହୋଇଯାଇଛି। ବର୍ତ୍ତମାନ ଦେଶର ସରକାରୀ ବିଭାଗମାନଙ୍କରେ କାର୍ଯ୍ୟରତ ଅଧିକାଂଶ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଠିକା ବା ଚୁକ୍ତିଭିତ୍ତିକ ବା ଆଉଟସୋର୍ସିଂରେ ନିଯୁକ୍ତ। ବର୍ଷ ବର୍ଷ ଧରି ନିୟମିତ ଭାବେ ସରକାରୀ କାମ କରୁଥିଲେ ମଧ୍ୟ ସେମାନଙ୍କ ନିଯୁକ୍ତିକୁ ନିୟମିତ କରାଯାଉନି। ଫଳରେ ସେମାନେ ସରକାରୀ କର୍ମଚାରୀଙ୍କ ଭଳି ଦରମା, ମହଙ୍ଗା ଭତ୍ତା, ପେନ୍‌ସନ୍‌ ଆଦି ସୁବିଧାରୁ ବଞ୍ଚିତ ହେବା ସହିତ ଚାକିରିର ଅନିଶ୍ଚିତତା ମଧ୍ୟରେ କାମ କରିବାକୁ ବାଧ୍ୟ ହେଉଛନ୍ତି। ତେବେ ସରକାରଙ୍କ ଦ୍ୱାରା ନିଯୁକ୍ତ ଠିକା କର୍ମଚାରୀଙ୍କଠାରୁ ବି ଆହୁରି ଶୋଷଣ ଓ ପ୍ରବଞ୍ଚନାର ଶିକାର ଆଉଟସୋର୍ସିଂ କର୍ମଚାରୀଗଣ। ଏମାନେ ଯଦିଓ ଆଇନଗତ ଭାବେ ଠିକା କର୍ମଚାରୀ କିନ୍ତୁ ସରକାରୀ ଠିକା କର୍ମଚାରୀଙ୍କ ପରି ସରକାରଙ୍କ ଦ୍ୱାରା ସିଧାସଳଖ ନିଯୁକ୍ତ ନ ହୋଇ ସରକାରୀ ଖର୍ଚ୍ଚରେ ବିଭିନ୍ନ ଘରୋଇ ଠିକା ସଂସ୍ଥା ବା ଆଉଟ୍‌ସୋର୍ସିଂ ଏଜେନ୍ସି ଜରିଆରେ ନିୟୋଜିତ ହୋଇଥାନ୍ତି। ଏହାଦ୍ୱାରା ସେହି କର୍ମଚାରୀଙ୍କ ପାଇଁ ସରକାର ନିଜେ କୌଣସି ଦାୟିତ୍ୱ ନେବା ଦରକାର ପଡ଼େନି ବରଂ ବହୁତ କମ୍‌ ଖର୍ଚ୍ଚରେ ନିୟମିତ କର୍ମଚାରୀଙ୍କଠାରୁ ବି ଅଧିକ କାମ ଆଦାୟ ହୁଏ। ଏମାନେ ସରକାରଙ୍କ ଦ୍ୱାରା ସିଧାସଳଖ ନିଯୁକ୍ତି ପାଇ ନ ଥିବାରୁ ସେମାନଙ୍କୁ ସରକାର Hire and Fire Policy ପରି ଯେବେ ଚାହିଁବେ କାମରେ ଲଗାଇ ପାରିବେ ପୁଣି ଯେବେ ଚାହିଁବେ କାମରୁ ବାହାର କରିପାରିବେ। ଆଜି ଦେଶରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଅଧୀନରେ ଲକ୍ଷ ଲକ୍ଷ କର୍ମଚାରୀ ଠିକା ଓ ଆଉଟ୍‌ସୋର୍ସିଂରେ କାମ କରୁଛନ୍ତି। ଆମ ଓଡ଼ିଶାରେ ମଧ୍ୟ ଶିକ୍ଷା ବିଭାଗ, ମେଡ଼ିକାଲଠାରୁ ଆରମ୍ଭକରି ବିଦ୍ୟୁତ୍‌, ଗ୍ରାମ୍ୟ ପରିମଳ, ମନ୍‌ରେଗା, ଆଇସିଡିଏସ୍‌ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ତଥା ସେବାରେ ୧.୭ ଲକ୍ଷରୁ ଅଧିକ କର୍ମଚାରୀ ଅନେକ ବର୍ଷ ଧରି ଆଉଟ୍‌ସୋର୍ସିଂରେ କାମ କରୁଛନ୍ତି। ଯଦି ପୌରପାଳିକା ତଥା ବିଭିନ୍ନ ଅର୍ଦ୍ଧସରକାରୀ ସଂସ୍ଥା ଏବଂ ବିଭିନ୍ନ ସରକାରୀ ସେବାରେ ନିଯୁକ୍ତ ଆଉଟ୍‌ସୋର୍ସିଂ ସିକ୍ୟୁରିଟି କର୍ମଚାରୀମାନଙ୍କୁ ହିସାବକୁ ନିଆଯିବ ତା’ହେଲେ ଏହି ସଂଖ୍ୟା ତିନି ଲକ୍ଷରୁ ବେଶି ହେବ। ବିଭିନ୍ନ ଘରୋଇ ଆଉଟ୍‌ସୋର୍ସିଂ ଏଜେନ୍ସିମାନଙ୍କ ଦ୍ୱାରା ନିଯୁକ୍ତ କର୍ମଚାରୀମାନଙ୍କୁ ସରକାରୀ ଠିକା କର୍ମଚାରୀଙ୍କ ପରି ପ୍ରତି ମାସରେ ନିୟମିତ ଦରମା ତ ମିଳେନି ବରଂ ଚାକିରିଟି ଠିକା ଏଜେନ୍ସି ଦୟାରେ ଝୁଲି ରହିଥାଏ। ଅନେକ ଆଉଟ୍‌ସୋର୍ସିଂ କର୍ମଚାରୀ ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ମଜୁରି ପାଇବାରୁ ବି ବଞ୍ଚିତ ହେଉଛନ୍ତି। ଅତି କମ୍‌ ଦରମା (ମାସିକ ୩ରୁ ୧୦ ହଜାର ଟଙ୍କା)ରେ ସେମାନଙ୍କୁ ବର୍ଷ ବର୍ଷ ଧରି ଖଟାଯାଉଛି। ସରକାର ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ପାଇଁ ଦେଉଥିବା ଏହି ସାମାନ୍ୟତମ ଦରମା ବି ସେମାନଙ୍କୁ ସିଧାସଳଖ ନ ଦେଇ ଏଜେନ୍ସି ଜରିଆରେ ଦେଉଥିବାରୁ ତାହା ସେମାନଙ୍କ ପାଖକୁ ଆସିଲା ବେଳକୁ ଅଧା ବା ତା’ଠାରୁ ବି କମ୍‌ ହୋଇଯାଉଛି। ଏଜେନ୍ସିମାନଙ୍କ ସର୍ଭିସ୍‌ ଚାର୍ଜ ବ୍ୟତୀତ ସରକାର ଦେଉଥିବା ଏହି ଦରମାର ଏକ ବଡ଼ ଭାଗ ସେବା କର ନାଁରେ ଅନ୍ୟାୟପୂର୍ଣ୍ଣ ଭାବେ ଏଜେନ୍ସି ନିଜେ ନେଇଯାଉଛନ୍ତି। ବର୍ତ୍ତମାନ ଜିଏସ୍‌୍‌ଟି ଲାଗୁ ହେବା ପରେ ଏହି ଟିକସର ପରିମାଣ ୧୮%କୁ ବୃଦ୍ଧି ପାଇବା ଫଳରେ କର୍ମଚାରୀଙ୍କ ପାଇଁ ସରକାର ଦେଉଥିବା ପ୍ରାପ୍ୟର ପ୍ରାୟ ଏକ ପଞ୍ଚମାଂଶ ସର୍ଭିସ୍‌ ଟିକସ ବାବଦରେ ପୁନଶ୍ଚ ସରକାରଙ୍କ ପାଖକୁ ଚାଲିଯାଉଛି। ସରକାରୀ ଆଉଟ୍‌ସୋର୍ସିଂ କର୍ମଚାରୀମାନଙ୍କୁ ଅତ୍ୟନ୍ତ କମ୍‌ ବେତନ ମିଳିବା ଏବଂ ତାହା ବି ମାସ ମାସ ଧରି ନ ମିଳିବା, ଇଏସ୍‌ଆଇ, ପିଏଫ୍‌ ନାଁରେ ସେମାନଙ୍କ ପ୍ରାପ୍ୟ ଟଙ୍କା ହଡ଼ପ ହେବା, ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ଭତ୍ତା ଓ ଛୁଟିର ସୁବିଧା ନ ମିଳିବା ଆଦି ସାଧାରଣ କଥାରେ ପରିଣତ ହୋଇଯାଇଛି। ସରକାରୀ କର୍ମଚାରୀଙ୍କ ପରି ସେମାନଙ୍କୁ ନିୟମିତ ଛୁଟିର ବ୍ୟବସ୍ଥା ତ ଦୂରର କଥା ଅନେକ କର୍ମଚାରୀଙ୍କୁ ସାପ୍ତାହିକ ଛୁଟି କିମ୍ବା ବିଭିନ୍ନ ଜାତୀୟ ଦିବସରେ ସବୈତନିକ ଛୁଟି ବି ଦିଆଯାଉନି। ଯଦି କେବେ ଛୁଟି ନିଆଯାଏ ତା’ହେଲେ ସେ ଦିନର ବେତନ କାଟି ଦିଆଯାଉଛି। ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଥିବା ହସ୍‌ପିଟାଲମାନଙ୍କରେ କାର୍ଯ୍ୟରତ ଆଉଟ୍‌ସୋର୍ସିଂ କର୍ମଚାରୀମାନେ ମାସକୁ ଚାରୋଟି ଛୁଟି ଦିନ ପାଇଁ ୨୬ ଦିନର ହିଁ ଦରମା ପାଉଛନ୍ତି। ଏଭଳି ସ୍ଥିତିରେ ନିଜର କମ୍‌ ଦରମା ଓ ବର୍ଦ୍ଧିତ ଖର୍ଚ୍ଚଭାର ଲାଗି ଅଧିକାଂଶ ଠିକା ଓ ଆଉଟ୍‌ସୋର୍ସିଂ କର୍ମଚାରୀ ବିଭିନ୍ନ ସ୍ଥାନରେ ଦୁଇ ଦୁଇଟି କାମରେ ବା ଦୁଇଟି ଲେଖାଏଁ ସିଫ୍ଟରେ କାମ କରିବାକୁ ବାଧ୍ୟ ହେଉଛନ୍ତି।ରାଜ୍ୟର ବିଭିନ୍ନ ସେବାରେ ବର୍ଷ ବର୍ଷ ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ନା ସେମାନଙ୍କୁ ନିୟମିତ ଦରମା ମିଳୁଛି ନା ଦରମା ବଢ଼ୁଛି ନା ପିଏଫ୍‌ ଟଙ୍କା ସେମାନଙ୍କ ଖାତାରେ ଜମା ହେଉଛି। ତେବେ ସରକାରୀ ଅଧିକାରୀ ଏବଂ ଏଜେନ୍ସିଙ୍କ ସଲାସୁତୁରାରେ ଏହି ଶୋଷଣ ଚାଲିଥିବାରୁ ସେମାନେ ଜାଣିଲେ ମଧ୍ୟ ଏଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ଯଦି କେହି ଏ ସମ୍ପର୍କରେ କେବେ ପଚାରିବାକୁ ଯାଉଛି ତାକୁ ଚାକିରିରୁ ବାହାର କରିଦେବାକୁ ଧମକ ଦିଆଯାଉଛି। ଦେଶରେ ଠିକା ଶ୍ରମିକ ଉନ୍ମୁଳନ ଆଇନ- ୧୯୭୧ର ଧାରା ୧୦ ଅନୁଯାୟୀ କୌଣସି କର୍ମଚାରୀକୁ ୧୨ ମାସରୁ ଅଧିକ ସମୟ ଧରି ଠିକାରେ ନିଯୁକ୍ତ କରିବାକୁ ବେଆଇନ କରାଯାଇଛି। ନିକଟରେ ସୁପ୍ରିମକୋର୍ଟ ବି ଏ ସଂକ୍ରାନ୍ତରେ ରାୟ ଦେଇ ନିୟମିତ କାମରେ ନିଯୁକ୍ତ ଶ୍ରମିକ ଓ କର୍ମଚାରୀଙ୍କୁ ନିୟମିତ କର୍ମଚାରୀଙ୍କ ସହ ସମାନ ଦରମା, ଭତ୍ତା ତଥା ଅନ୍ୟାନ୍ୟ ସୁବିଧା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରମାନେ ତାକୁ ମାନିବା ତ ଦୂରର କଥା, ସେଦିଗରେ ଚିନ୍ତା କରିବାକୁ ବି ପ୍ରସ୍ତୁତ ନୁହନ୍ତି। ମୋ -୯୪୩୭୧୬୬୩୯୧
All Right Reserved By

ସମ୍ପାଦକୀୟ |

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

୨୦୧୮ ଜୁଲାଇ ଓ ଅଗଷ୍ଟ ମାସର ଭୂକମ୍ପ ପରେ ସେପ୍ଟେମ୍ବର ୨୮ ତାରିଖର ଭୂକମ୍ପ ଥିଲା ଇଣ୍ଡୋନେସିଆରେ ଏ ବର୍ଷର ତୃତୀୟ ତଥା ଶକ୍ତିଶାଳୀ। ଇଣ୍ଡୋନେସିଆରେ ଛୋଟ-ବଡ଼ ଭୂକମ୍ପ ସାଧାରଣ କଥା।

ସମ୍ଭ୍ରାନ୍ତ ଠାଣି

ସମ୍ଭ୍ରାନ୍ତ ଠାଣି

ଅକ୍ଟୋବର ୧୩ ଅପରାହ୍ଣ ୪ଟା ୪୫ ମିନିଟ୍‌ରେ ଦିଲ୍ଲୀ ନିକଟସ୍ଥ ଗୁଡ୍‌ଗାଓଁର ଜିଲା କୋର୍ଟ ଭିତରେ ଅତିରିକ୍ତ ଦୌରା ଜଜ୍‌ କ୍ରିଷ୍ଣକାନ୍ତ ଶର୍ମା ଅନ୍ୟ ଜଣେ ବିଚାରପତିଙ୍କ ସହ କଥା ହେଉଥିବା ବେଳେ ତାଙ୍କ ମୋବାଇଲ୍‌ ଫୋନ୍‌କୁ ଏକ କଲ୍‌ ଆସିଲା। ଫୋନ୍‌ କରିଥିବା ବ୍ୟକ୍ତି ଥିଲେ କ୍ରିଷ୍ଣକାନ୍ତଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମହିପାଲ ସିଂ।

 ବିବାଦରେ ଆକବର

ବିବାଦରେ ଆକବର

ଆକାର ପଟେଲ

ପ୍ରାୟ ୨୫ ବର୍ଷ ତଳେ ମୁଁ କାର୍ଯ୍ୟ ଅନ୍ବେଷଣରେ ସୁରତରୁ ବମ୍ବେ (ସେତେବେଳେ ମୁମ୍ବାଇ ନାଁ ହୋଇ ନ ଥିଲା) ଆସିଲି। ଆମ ପାରିବାରିକ ବ୍ୟବସାୟ ‘ପଲିଷ୍ଟର ପୋଷାକ ତିଆରି’ ଆଉ ଚାଲିଲା ନାହିଁ। ମୁଁ ଟେକ୍ସଟାଇଲ ବିଦ୍ୟାରେ ଡିପ୍ଲୋମା କରିଥିଲି। ବିଦ୍ୟାଳୟ ଶିକ୍ଷା ପରେ ଏହି ଡିପ୍ଲୋମା କରିବାରେ ମୋର ଦୁଇବର୍ଷ ଚାଲିଗଲା। ସୁତରାଂ କୌଣସି ଅଫିସ ଚାକିରି ପାଇଁ ମୋର ଶିକ୍ଷାଗତ ଯୋଗ୍ୟତା ନ ଥିଲା। ଜଣେ ...

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ପ୍ରକାଶ ତ୍ରିପାଠୀ

ଶୁଣିଥିବା ଏକ ପୌରାଣିକ କଥାବସ୍ତୁରୁ ଆଲେଖ୍ୟଟିକୁ ଆରମ୍ଭ କରୁଛୁ। ଋଷି ଉଦ୍ଦାଳକ ଓ ତାଙ୍କ ପୁତ୍ର ଶ୍ୱେତକେତୁ ନିଜ ଆଶ୍ରମ ସନ୍ନିକଟରେ ବସି କୌଣସି ଏକ କାର୍ଯ୍ୟ ସମ୍ପାଦନ କରୁଥିଲେ। ଆଶ୍ରମରେ ସେତେବେଳେ ଉଦ୍ଦାଳକଙ୍କ ପତ୍ନୀ ଏକୁଟିଆ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆଶ୍ରମ ଭିତରକୁ ପ୍ରବେଶ କରି ଉଦ୍ଦାଳକଙ୍କ ପତ୍ନୀଙ୍କୁ ଧରି ପଳାୟନ କଲେ। ଉଭୟ ପିତା ଓ ପୁତ୍ରଙ୍କ ଆଖି ସାମ୍ନାରେ ଘଟଣାଟି ...

ମୁଖ୍ୟ ଅର୍ଥନୀତିଜ୍ଞ

ମୁଖ୍ୟ ଅର୍ଥନୀତିଜ୍ଞ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ବିଶ୍ୱର ୧୮୯ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ବୃଦ୍ଧି, ବାଣିଜ୍ୟକୁ ସୁଗମ କରିବା, ଉଚ୍ଚ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିଶ୍ୱରୁ ଦାରିଦ୍ର୍ୟ ହ୍ରାସ ଦିଗରେ କାର୍ଯ୍ୟ କରିବା ହେଉଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ମୁଖ୍ୟ ଉଦ୍ଦେଶ୍ୟ। ୧୯୪୫ରେ ଗଠିତ ଏହି ବିଶ୍ୱ ସଂସ୍ଥାର ମୁଖ୍ୟାଳୟ ଆମେରିକା ରାଜଧାନୀ ଓ୍ବାଶିଂଟନ ଡି.ସି.ରେ ଅବସ୍ଥିତ। ଅନ୍ତର୍ଜାତୀୟ ସ୍ତରରେ ...

ଏଇ ଭାରତରେ

ଏଇ ଭାରତରେ

କେତେକ ବ୍ୟକ୍ତି ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇଥିଲେ ବି ସେମାନଙ୍କ ମନକୁ ଅହଂକାର ଛୁଇଁ ନ ଥାଏ। ସେମାନେ ସମାଜ ପାଇଁ କିଛି ନୂଆ ବାର୍ତ୍ତା ଦେବାକୁ ପ୍ରୟାସ କରିଥାଆନ୍ତି। ଏପରି ଏକ ଘଟଣାକ୍ରମରେ ମହାରାଷ୍ଟ୍ର ନାସିକ ଅଞ୍ଚଳର ଡାକ୍ତର ଦୁଇଭାଇ ଆସନ୍ତା ମାସରେ ଶ୍ରୀନଗରରୁ କନ୍ୟାକୁମାରୀ ଯାତ୍ରା କରି ‘ସୁସ୍ଥ ଜୀବନଶୈଳୀ’ର ବାର୍ତ୍ତା ପ୍ରଚାର କରିବେ। ସେମାନେ ହେଉଛନ୍ତି ଡା. ମହେନ୍ଦ୍ର ମହାଜନ ...

ସୁରକ୍ଷା ରଣନୀତି

ସୁରକ୍ଷା ରଣନୀତି


ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଜାତୀୟ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଚେଷ୍ଟା କରିଛନ୍ତି। ଗତ କିଛିମାସ ଭିତରେ ସରକାର ପ୍ରତିରକ୍ଷା ଯୋଜନା କମିଟି (ଡିପିସି) ଗଠନ କରିଛନ୍ତି, ଜାତୀୟ ସୁରକ୍ଷା କାଉନ୍‌ସିଲ ସେକ୍ରେଟାରିଏଟ୍‌ ପାଇଁ ବଜେଟ୍‌ ବୃଦ୍ଧି କରିଛନ୍ତି ଏବଂ ଜାତୀୟ ସୁରକ୍ଷା ପରିଷଦକୁ ସହାୟତା କରିବା ପାଇଁ ଷ୍ଟ୍ରାଟେଜିକ୍‌ ପଲିସି ଗ୍ରୁପ୍‌ (ଏସ୍‌ପିଜି)ର ପୁନର୍ଗଠନ କ...

ସର୍ବୋଚ୍ଚ ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ସର୍ବୋଚ୍ଚ ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ମନ-ମାନଚିତ୍ର/ ଡ. ନରହରି ବେହେରା

ଆମ ଦେଶରେ ସର୍ବୋଚ୍ଚ ନ୍ୟାୟାଳୟର ସ୍ଥାନ କୌଣସି ପବିତ୍ର ଦେବାଳୟଠାରୁ କମ୍‌ ନୁହେଁ। ଯେକୌଣସି ବିବଦମାନ ବିଷୟରେ ନ୍ୟାୟାଳୟର ନିର୍ଣ୍ଣାୟକ ମନ୍ତବ୍ୟକୁ ଉକତ୍ଣ୍ଠାର ସହିତ ଅପେକ୍ଷା କରିଥାନ୍ତି ଜନସାଧାରଣ। ଏବେ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ କେତୋଟି ରାୟ ଶୁଣାଇଛନ୍ତି, ସେଗୁଡ଼ିକ ରାଜନୀତିକ, ସାମାଜିକ ଏବଂ ପାରମ୍ପରିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି ରାୟ ଉପରେ ବିତର୍କ ହେବା ସ୍ବାଭାବିକ।...

ସରଳତାର ସଂଜ୍ଞା

ସରଳତାର ସଂଜ୍ଞା

ସୁଧିରାଜ ରାଉତ

ବନ୍ଧୁ ଆଉ ମୁଁ ଫେରୁଥାଉ ମାଲକାନଗିରିରୁ। ସର୍ପିଳ ରାସ୍ତା, ଅଙ୍କାବଙ୍କା ନଈ, ଶାଳ, ପିଆଶାଳର ମାଇଲ ମାଇଲ ସାମ୍ରାଜ୍ୟ। ବନ୍ଧୁ କହିଲେ- ଏହି ଘଞ୍ଚ ବନାନୀ, ଦୁର୍ଗମ ପାହାଡ଼ ଓ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ କିଛି ଧୂର୍ତ୍ତ ସେମାନଙ୍କୁ ଧରାଇ ଦେଇଛନ୍ତି ବନ୍ଧୁକ, ସଜାଇ ଦେଇଛନ୍ତି ମାଓବାଦୀ। ମୁଁ ଝରକା ଆଉ ଝରଣା ଆଡୁ ମୁହଁ ଫେରାଇ ବନ୍ଧୁଙ୍କୁ କହିଲି- ସରଳତା ଶବ୍ଦଟିକୁ ଆମେ ଯତ୍ରତତ୍ର ବ୍ୟବହାର କରୁଛୁ। ଆଦିବାସୀଙ୍କ ଶିକ୍ଷାର ଅଭାବ, ଅଜ୍ଞାନତା, ମାନସିକ ଅନଗ୍ରସରତାର ସୁଯୋଗ ନେଉଛନ୍ତି ଅନ୍ୟମାନେ। ଅଜ୍ଞାନତା କ’ଣ ସରଳତା? ଜଣେ ମାଓ କିଏ ଚିହ୍ନିନାହିଁ, ଅଥଚ ମାଓବାଦୀ ହୋଇଯାଉଛି- ଏହା ଅଜ୍ଞାନତା, ମୋଟେ ସ...

ଏଇ ଭାରତରେ

ଏଇ ଭାରତରେ

କୋଲକାତା ଦୁର୍ଗାପୂଜାର ପ୍ରସିଦ୍ଧି ବିଷୟରେ ସମସ୍ତେ ଅବଗତ। କିନ୍ତୁ ଉତ୍ତର କୋଲକାତାରେ ରାସ୍ତାକଡର ପିଲାଙ୍କ ଦ୍ୱାରା ନୂଆକରି ଏକ ଦୁର୍ଗାପୂଜା ଆରମ୍ଭ ହୋଇଛି। ଏହାକୁ ‘ଫୁଟ୍‌ପାଥ୍‌ ଦୁର୍ଗାପୂଜା’ କୁହାଯାଉଛି। ରାସ୍ତାକଡ ଝୁମ୍ପୁଡ଼ିରେ ବାସ କରୁଥିବା ପିଲାମାନେ ପ୍ରତିବର୍ଷ ଜନଗହଳିପୂର୍ଣ୍ଣ ଦୁର୍ଗାପୂଜା ଦେଖିବାକୁ ଯାଆନ୍ତି। କିନ୍ତୁ କେବେ ମା’ ଦୁର୍ଗାଙ୍କୁ ପୂଜା କରିବାର ଅବସର ପାଇ ନ ଥିଲେ। ଅପରିଚ୍ଛନ୍ନ ପୋଷା ...

 ଆଜିର ଅର୍ଥନୀତି/ ଜନସ୍ବାର୍ଥବିରୋଧୀ

ଆଜିର ଅର୍ଥନୀତି/ ଜନସ୍ବାର୍ଥବିରୋଧୀ

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଏଟିଏମ୍‌ରୁ ଦୈନିକ ଉଠାଣ ସୀମା ୪୦,୦୦୦ ଟଙ୍କାରୁ ୨୦,୦୦୦ ଟଙ୍କାକୁ ହ୍ରାସ କରିଛନ୍ତି। ଭାରତୀୟ ବ୍ୟାଙ୍କିଙ୍ଗ୍‌ କୋଡ୍‌ ଓ ମାନକ ପରିଷଦ (ବିସିଏସ୍‌ବିଆଇ)ର ନିୟମ ଅନୁସାରେ ବ୍ୟାଙ୍କର କୌଣସି ବି ସର୍ତ୍ତାବଳିରେ ପରିବର୍ତ୍ତନ କରାଯିବାର ଅନ୍ତତଃ ୩୦ ଦିନ ପୂର୍ବରୁ ଗ୍ରାହକମାନଙ୍କୁ ବିଜ୍ଞପ୍ତି ଜରିଆରେ ଅବଗତ କରାଇବା ଦରକାର। ତେଣୁ ଉକ୍ତ ହ୍ରାସପ୍ରାପ୍ତ ଉଠାଣ ସୀମା ଅକ୍ଟୋବର ୩୧ରୁ କାର୍ଯ୍ୟକାରୀ ହେବ। ନୂଆ ନିୟମ କାର୍ଯ୍ୟକାରୀ ହେବା ପୂର୍ବରୁ ବ୍ୟାଙ୍କ ତା’ର ଶାଖାଗୁଡ଼ିକୁ ଏ ବାବଦରେ ନୋଟି...

ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ

ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ 

ଗତ ତା୨୭ା୯ା୨୦୧୮ରିଖର ଏକ ଐତିହାସିକ ସିଦ୍ଧାନ୍ତରେ ସର୍ବୋଚ୍ଚ ନ୍ୟାୟାଳୟ ଦାମ୍ପତ୍ୟ ଜୀବନରେ ପରକୀୟା ପ୍ରୀତିଙ୍କୁ ଆଇନସିଦ୍ଧ ଘୋଷଣା କରିଛନ୍ତି। ଫଳରେ ସମାଜ ଜୀବନରେ ଅଭୂତପୂର୍ବ ନୈତିକ ବିଶୃଙ୍ଖଳା ଘଟିବାର ଆଶଙ୍କା ସୃଷ୍ଟି ହୋଇଛି। ଏହାଦ୍ୱାରା କାଳେ ଦେଶର ନାରୀ ସମାଜ ସ୍ବାମୀ ଏବଂ ସଂସାରର ପରାଧୀନତା ଶୃଙ୍ଖଳରୁ ମୁକ୍ତ ହୋଇ ପରପୁରୁଷ ସହିତ ଅବାଧ ଯୌନ ଉପଭୋଗର ଆନନ୍ଦ ନେଇ ପାରିବେ- ଯଦିଓ ଭାରତୀୟ ନାରୀମାନେ କେବେ ବି ସ୍ବାମୀ ଏବଂ ସଂସାରର ସ୍ନେହପ୍ରୀତି ଏବଂ ନୈତିକତାର ବନ୍ଧନକୁ ପରାଧୀନତା ମନେକରିବା ଶୁଣାଯାଇ ନାହିଁ। ସମାଜ ଜୀବନକୁ ଶୃଙ୍ଖଳିତ କରିବା ପାଇଁ କେଉଁ ଆବହମାନ କାଳରୁ ଆରମ୍ଭ ହୋଇଛି ନରନାରୀଙ୍କ ମଧ୍ୟ...