Dharitri News
ବାଣିଜ୍ୟ |

୫ ଲକ୍ଷ ଅତି ଧନୀ ବ୍ୟକ୍ତିଙ୍କୁ ଆୟକର ବିଭାଗର ନୋଟିସ୍‌

୫ ଲକ୍ଷ ଅତି ଧନୀ ବ୍ୟକ୍ତିଙ୍କୁ ଆୟକର ବିଭାଗର ନୋଟିସ୍‌ ନୂଆଦିଲ୍ଲୀ, ୧୮-୧୨(ପି.ଟି.) ଦେଶରେ ପ୍ରାୟ ୪ରୁ ୫ ଲକ୍ଷ ଅତି ଧନୀକ ଶ୍ରେଣୀର ବ୍ୟକ୍ତିଙ୍କୁ ଆୟକର ବିଭାଗ ନୋଟିସ୍‌ ଜାରି କରିଛି। ଏହି ବ୍ୟକ୍ତିମାନେ ବିଟ୍‌ କଏନ୍‌ ଭଳି ବେଆଇନ୍‌ ଭର୍ଚୁଆଲ୍‌ କରେନ୍ସିରେ ନିବେଶ ଏବଂ କାରବାର କରୁଥିବାରୁ ସେମାନଙ୍କ ପାଖକୁ ଆୟକର ବିଭାଗ ନୋଟିସ୍‌ ଜାରି କରିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଗତ ସପ୍ତାହରେ ଆୟକର ବିଭାଗ ଦେଶର ବିଭିନ୍ନ ସ୍ଥାନରେ ତଦନ୍ତ କରିବା ସହ ୯ଟି ଏଭଳି ଘଟଣା ସମ୍ପର୍କରେ ସୁରାକ ପାଇଛି। ଏହି ସଂସ୍ଥାଗୁଡିକ ବିଟ୍‌ କଏନ୍‌ରେ ନିବେଶ କରି ଟିକସ ଫାଙ୍କୁଥିବା ନେଇ ଆୟକର ବିଭାଗ ସନ୍ଦେହ ପ୍ରକଟ କରିଛି ବୋଲି ଅଧିକାରୀ ଜଣକ କହିଛନ୍ତି। ଦେଶରେ ପାଖାପାଖି ୨୦ ଲକ୍ଷ ସଂସ୍ଥା ବିଟ୍‌ କଏନ୍‌ କାରବାରରେ ପଞ୍ଜୀକୃତ ହୋଇଥିବା ବେଳେ ସେଥି ମଧ୍ୟରୁ ୪ ରୁ ୫ ଲକ୍ଷ ସଂସ୍ଥା ନିବେଶ ଓ କାରବାରେ ଜଡିତ ଅଛନ୍ତି। ବାଙ୍ଗାଲୋର ସ୍ଥିତ ଆୟକର ବିଭାଗର ତଦନ୍ତ ଶାଖା ଏହି ସର୍ଭେ କରିଥିବା ବେଳେ ହାସଲ କରିଥିବା ତଥ୍ୟକୁ ଦେଶର ଅନ୍ୟ ୮ଟି ଶାଖାକୁ ଅଧିକ ତଦନ୍ତ ପାଇଁ ପଠାଇଛି। ଯେଉଁ ବ୍ୟକ୍ତି ଏବଂ ସଂସ୍ଥାଗୁଡିକର ତଥ୍ୟ ଆୟକର ବିଭାଗ ସଂଗ୍ରହ କରିଛି ସେମାନେ ଟିକସ ଫାଙ୍କୁଛନ୍ତି କି ନାହିଁ ତାହା ତଦନ୍ତ କରାଯିବ। ଉକ୍ତ ସଂସ୍ଥାଗୁଡିକ ବିଟ୍‌ କଏନ୍‌ ନିବେଶ ଏବଂ କାରବାର କରି ଯେଉଁ ପୁଞ୍ଜି ହାସଲ କରିଛନ୍ତି ତା’ ଉପରେ ଟିକସ ପୈଠ କରିବା ପାଇଁ ସେମାନଙ୍କୁ ନୋଟିସ୍‌ ଜାରି କରାଯାଇଛି। ସେହିପରି ଉକ୍ତ ୪ ରୁ ୫ ଲକ୍ଷ ଅତି ଧନୀକ ଶ୍ରେଣୀର ବ୍ୟକ୍ତି ଏବଂ ସେମାନଙ୍କ ବ୍ୟବସାୟ ସଂସ୍ଥା ସମ୍ପର୍କରେ ବିଭିନ୍ନ ଆର୍ଥିକ କାରବାର ସଂକ୍ରାନ୍ତୀୟ ତଥ୍ୟ ମଗାଯାଇଛି। ଯେହେତୁ ବର୍ତ୍ତମାନ ସୁଦ୍ଧା ଭାରତରେ ବିଟ୍‌ କଏନ୍‌ କାରବାର ଓ ନିବେଶକୁ ବୈଧ ଏବଂ ଆଇନ୍‌ସମ୍ମତ କରାଯାଇ ନାହିଁ ସେହି କାରଣରୁ ଆୟକର ବିଭାଗ ଏଭଳି ପଦକ୍ଷେପ ଗ୍ରହଣ କିରିଛି ବୋଲି ଅଧିକାରୀ ଜଣକ କହିଛନ୍ତି। ଆୟକର ଅଧିନିୟମ ୧୩୩-ଏ ଅନୁସାରେ ଏହି ସର୍ଭେ କରାଯାଇ ସଂସ୍ଥାଗୁଡିକ ବାବଦରେ ତଥ୍ୟ ସଂଗ୍ରହ କରାଯାଇଛି। ଉକ୍ତ ସଂସ୍ଥାଗୁଡିକ କାହା ସହିତ କାରବାର କରିଛନ୍ତି, କେଉଁ ବ୍ୟାଙ୍କ ଆକାଉଣ୍ଟ ଏଥିରେ ବ୍ୟବହାର କରାଯାଇଛି ଏବଂ ଅନ୍ୟାନ୍ୟ ଆର୍ଥିକ ନଥିପତ୍ର ସଂଗ୍ରହ କରାଯାଇଛି। ଅନ୍ୟପକ୍ଷରେ ବିମୁଦ୍ରୀକରଣ ପରେ ଏହି ବିଟ୍‌ କଏନ୍‌ ବ୍ୟବସାୟ ମାଧ୍ୟମରେ କଳାଧନକୁ ଧଳା କରିବା ପାଇଁ ପ୍ରୟାସ କରାଯାଇଛି କି ନାହିଁ ତାହାକୁ ମଧ୍ୟ ଆୟକର ବିଭାଗ ନଜରରେ ରଖିଛି। ସୂଚନାଯୋଗ୍ୟ ଭାରତରେ ଏ ପର୍ଯ୍ୟନ୍ତ ଏଭଳି ଭର୍ଚୁଆଲ୍‌ କରେନ୍ସିକୁ ଏକ ଲିଗାଲ୍‌ ଟେଣ୍ଡର ଭାବେ ଆଇନ୍‌ଗତ ସ୍ବୀକୃତି ପ୍ରଦାନ କରାଯାଇ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ବିଟ୍‌ କଏନ୍‌ ବ୍ୟବହାରକାରୀ, ବ୍ୟବସାୟୀଙ୍କ ଉଦ୍ଦେଶ୍ୟରେ ସତର୍କତା ଜାରି କରିଛି। ସେହିପରି ଚଳିତ ବର୍ଷ ମାର୍ଚ୍ଚ ମାସରେ ଅର୍ଥ ମନ୍ତ୍ରଣାଳୟ ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ ସୃଙ୍ଖଳା କମିଟି ଗଠନ କରି ବିଟ୍‌ କଏନ୍‌ର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏହି କମିଟି ଏହାର ରିପୋର୍ଟ ମଧ୍ୟ ଦାଖଲ କରିଛି।

Model This Week

ସୁରଶ୍ରୀ
Pilanka Dharitri

ବାଣିଜ୍ୟ |

ଟେଲିକମ୍‌ ଶିଳ୍ପରେ ହେବ ବଡ ଛଟେଇ

ଟେଲିକମ୍‌ ଶିଳ୍ପରେ ହେବ ବଡ ଛଟେଇ

ବମ୍ବେ,୧୫-୧(ପି.ଟି.) ଏକଦା ଅନ୍ୟତମ ଦୀପ୍ତିମାନ ଶିଳ୍ପ ଭାବେ ପ୍ରତିପାଦିତ ହେଉଥିଲା ଦେଶର ଟେଲିକମ୍‌ ଶିଳ୍ପ। ନମ୍ବର ୧ ନିଯୁକ୍ତି ପ୍ରଦାନକାରୀ ଭାବେ ଏହା ପରିଗଣିତ ହେଉଥିଲା। କିନ୍ତୁ ଏବେ ଏହି ଶିଳ୍ପ ନିଜର ଚମକ ହରାଇଛି। ଅନିଶ୍ଚିତତା ମଧ୍ୟ ଦେଇ ଏହା ଗତି କରୁଛି।

ସର୍ବନିମ୍ନ ବିକଳ୍ପ ଟିକସ ହ୍ରାସ କରି ପାରେ ଅର୍ଥ ମନ୍ତ୍ରଣାଳୟ

ସର୍ବନିମ୍ନ ବିକଳ୍ପ ଟିକସ ହ୍ରାସ କରି ପାରେ ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୫-୧ ଆଗାମୀ ବଜେଟରେ ଅର୍ଥ ମନ୍ତ୍ରଣାଳୟ ସର୍ବନିମ୍ନ ବିକଳ୍ପ ଟିକସ(ମ୍ୟାଟ୍‌) ହ୍ରାସ କରିପାରେ। ଆମେରିକାର ଟିକସ ସଂସ୍କାର ଯୋଗୁ ବଜାର ଉପରେ ପଡୁଥିବା ପ୍ରଭାବକୁ ନଜରରେ ରଖି ସରକାର ଏହି ଭଳି ନିଷ୍ପତ୍ତି ନେଇ ପାରନ୍ତି ବୋଲି ବଜାର ବିଶେଷଜ୍ଞ ମାନେ ପୂର୍ବାନୁମାନ କରିଛନ୍ତି।

ରିୟଲ ଇଷ୍ଟେଟକୁ ମିଳୁ ଶିଳ୍ପ ମାନ୍ୟତା

ରିୟଲ ଇଷ୍ଟେଟକୁ ମିଳୁ ଶିଳ୍ପ ମାନ୍ୟତା

ନୂଆଦିଲ୍ଲୀ,୧୫-୧ ବଜେଟରେ ସରକାର ରିଲୟ ଇଷ୍ଟେଟକୁ ସରକାର ଶିଳ୍ପ ମାନ୍ୟତା ପ୍ରଦାନ କରିବା ଉଚିତ। ଏହା ସହ ଉକ୍ତ କ୍ଷେତ୍ରରେ ଚାଲୁ ରହିଥିବା ପ୍ରକଳ୍ପ ଉପରୁ ଜିଏସଟି ହ୍ରାସ, ସିଙ୍ଗିଲ ଓ୍ବିଣ୍ଡୋ ମଞ୍ଜୁରୀ ବ୍ୟବସ୍ଥା ପ୍ରଦାନ ଲାଗି ବ୍ୟବସ୍ଥା ମାନ କରନ୍ତୁ ବୋଲି ପ୍ରପର୍ଟି କନସଲଟାଣ୍ଟ ଆନାରକ୍‌ ପ୍ରସ୍ତାବ ଦେଇଛି।

ସୁନା ଉପରୁ ଆମଦାନୀ ଶୁଳ୍କ ହ୍ରାସ ହୋଇପାରେ

ସୁନା ଉପରୁ ଆମଦାନୀ ଶୁଳ୍କ ହ୍ରାସ ହୋଇପାରେ

ନୂଆଦିଲ୍ଲୀ,୧୫-୧ ବଜେଟରେ ସୁନା ଉପରେ ଲାଗୁ ହେଉଥିବା ଆମଦାନୀ ଶୁଳ୍କ ହ୍ରାସ ସପକ୍ଷରେ ବାଣିଜ୍ୟ ମନ୍ତ୍ରଣାଳୟ ରହିଛି। ଆମଦାନୀ ଟିକସ ହ୍ରାସ ଦ୍ୱାରା ସୁନା ଗହଣା ରପ୍ତାନିକୁ ପ୍ରୋତ୍ସାହିତ କରାଯିବାକୁ ଯୋଜନା ରହିଥିବା ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁନା ଉପରେ ୧୦% ଆମଦାନୀ ଟିକସ ଲାଗୁ ହେଉଛି।

ଫେବୃୟାରୀ ୯ରୁ ୧୪ତମ ଅଟୋ ଏକ୍ସପୋ

ଫେବୃୟାରୀ ୯ରୁ ୧୪ତମ ଅଟୋ ଏକ୍ସପୋ

ବମ୍ବେ,୧୫-୧ ଆସନ୍ତା ମାସ ୯ରୁ ୧୪ ତମ ଅଟୋ ଏକ୍ସପୋ ଅନୁଷ୍ଠିତ ହେବ। ଏହା ଫେବୃୟାରୀ ୧୪ ଯାଏ ଚାଲିବାକୁ ଥିବା ବେଳେ ଏଥିରେ ୨୪ଟି ନୂଆ ମଡେଲ ବଜାରକୁ ଆସିବ ବୋଲି ଆଶା କରାଯାଉଛି।

ଓଏଲଏମ୍‌ ପକ୍ଷରୁ ମହିଳାଙ୍କ ଆର୍ଥତ୍କ ବିକାଶ ସମ୍ପର୍କିତ କର୍ମଶାଳା

ଓଏଲଏମ୍‌ ପକ୍ଷରୁ ମହିଳାଙ୍କ ଆର୍ଥତ୍କ ବିକାଶ ସମ୍ପର୍କିତ କର୍ମଶାଳା

ଭୁବନେଶ୍ୱର,୧୫-୧ ଓଡିଶା ଜୀବିକା ମିଶନ (ଓଏଲ୍‌ଏମ୍‌) ପକ୍ଷରୁ ମହିଳାଙ୍କ ଆର୍ଥତ୍କ ବିକାଶ ସଂକ୍ରାନ୍ତ କର୍ମଶାଳା ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମହିଳାଙ୍କ ବିକାଶ ଲାଗି ଜୀବିକା ମାଧ୍ୟମରେ ବିଭିନ୍ନ କଲ୍ୟାଣ ମୂଳକ ଯୋଜନାର ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲା।

ଟାଟା ମୋଟର୍ସର ନୂଆ ଟିଆଗୋ ଏଏମ୍‌ଟି ବଜାରରେ

ଟାଟା ମୋଟର୍ସର ନୂଆ ଟିଆଗୋ ଏଏମ୍‌ଟି ବଜାରରେ

ଢାକା,୧୫-୧ ପ୍ରମୁଖ ଚାରି ଚକିଆ ଯାନ ନିର୍ମାତା ଟାଟା ମୋଟର୍ସ ପକ୍ଷରୁ ଏହାର ପ୍ରମୁଖ ମଡେଲ ଟିଆଗୋର ଏଏମ୍‌ଟି ଭାରିଆଣ୍ଟ ବଜାରକୁ ଆସିଛି। ନୂଆ ମଡେଲଟିରେ ଗ୍ରାହକମାନେ ଆକର୍ଷକ ଡିଜାଇନ୍‌, ଅତ୍ୟାଧୁନିକ ଟେକ୍ନୋଲୋଜି, ଡ୍ରାଇଭିଂ ଡାଇନାମିକ୍ସ, ଉନ୍ନତ ଡ୍ରାଇଭିଂ ଅଭିଜ୍ଞତା ଲାଭ କରିବାକୁ ସକ୍ଷମ ହୋଇପାରିବେ।

ଉଦ୍‌ଘାଟନ ହେଲା ଲାବନ୍ୟ ଜୁଏଲର୍ସ

ଉଦ୍‌ଘାଟନ ହେଲା ଲାବନ୍ୟ ଜୁଏଲର୍ସ

ଭୁବନେଶ୍ୱର, ୧୫-୧ ୯୧୬ ଇପାରି ଜୁଏଲର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଏହାର ଶୋ’ରୁମ୍‌କୁ ନବୀକରଣ କରି ଲାବନ୍ୟ ବ୍ରାଣ୍ଡ୍‌ ନାମରେ ସୋମବାର ଉଦ୍‌ଘାଟନ କରିଛି। ଖାରବେଳ ନଗରସ୍ଥିତ ଏହି ଶୋ’ରୁମ୍‌କୁ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରଉତଲା ଏବଂ ଲାବନ୍ୟର ବ୍ରାଣ୍ଡ୍‌ ଆମ୍ବାସାଡର ଓଡିଆ ଅଭିନେତ୍ରୀ ଭୂମିକା ଦାଶ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି।

ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରୀ ପୁଞ୍ଜି ବିନିଯୋଗ ବୃଦ୍ଧି ଆଶା

ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରୀ ପୁଞ୍ଜି ବିନିଯୋଗ ବୃଦ୍ଧି ଆଶା

ବମ୍ବେ,୧୫-୧(ପିଟି) ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ରିପୋର୍ଟ ଅନୁସାରେ ଭାରତରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଯେତେ ପରିମାଣର ପୁଞ୍ଜି ନିବେଶ ହେଉଛି ସେଥିରେ ସରକାରୀ ଅଂଶ ମାତ୍ର ୩୦% ମଧ୍ୟରେ ସୀମିତ। ଏହାକୁ ବୃଦ୍ଧି କରିବା ପାଇଁ ୨୦୧୮-୧୯ ସାଧାରଣ ବଜେଟ୍‌ରେ ପ୍ରାଧାନ୍ୟ ଦିଆଯାଇ ପାରେ। ହସ୍ପିଟାଲ ବିଲ୍ଡିଂ ନିର୍ମାଣ, ଭିତ୍ତିଭୂମି ରକ୍ଷଣାବେକ୍ଷଣ ଆଦି କ୍ଷେତ୍ରରେ ସରକାରୀ ସୂତ୍ରରୁ ଅଧିକ ପୁଞ୍ଜି ବିନିଯୋଗ ପାଇଁ ବ୍ୟବସ୍ଥା ଆଶା କରାଯାଉଛି।

ରେକର୍ଡ ସ୍ତରରେ ତୈଳ ଦର

ରେକର୍ଡ ସ୍ତରରେ ତୈଳ ଦର

ନୂଆଦିଲ୍ଲୀ, ୧୫-୧ ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ବୃଦ୍ଧି ପାଇବାରେ ଲାଗିଛି। ନୂଆଦିଲ୍ଲୀରେ ଡିଜେଲ ଲିଟର ପିଛା ଦର ୬୧.୭୪ ଟଙ୍କାକୁ ବୃୃଦ୍ଧି ପାଇଥିବା ବେଳେ ପେଟ୍ରୋଲ ଦର ୭୧.୧୮ ଟଙ୍କାକୁ ବୃଦ୍ଧି ପାଇଛି।

୧୭ରେ ହେବ ନାବାର୍ଡର ବାର୍ଷିକ ଋଣ ସମ୍ମିଳନୀ

୧୭ରେ ହେବ ନାବାର୍ଡର ବାର୍ଷିକ ଋଣ ସମ୍ମିଳନୀ

ଭୁବନେଶ୍ୱର,୧୫-୧ ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ(ନାବାର୍ଡ)ର ‘ବାର୍ଷିକ ରାଜ୍ୟ ଋଣ ସମ୍ମିଳନୀ ୨୦୧୮-୧୯’ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିବେ।

ଡିସେମ୍ବରରେ ସୁନା ଆମଦାନୀ ୭୨% ବୃଦ୍ଧି

ଡିସେମ୍ବରରେ ସୁନା ଆମଦାନୀ ୭୨% ବୃଦ୍ଧି

ନୂଆଦିଲ୍ଲୀ,୧୫-୧(ପି.ଟି.) ୨୦୧୭ ଡିସେମ୍ବରରେ ଦେଶର ସୁନା ଆମଦାନୀ ୭୧.୫୨% ବୃଦ୍ଧି ପାଇଛି। ବିଶ୍ୱ ବଜାରରେ ଦର ହ୍ରାସ କାରଣରୁ ଏହି ସମୟରେ ୩.୩୯ ବିଲିୟନ ଡଲାର ମୂଲ୍ୟର ସୁନା ଆମଦାନୀ ହୋଇଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ।