ବାଣିଜ୍ୟ |

କମିବ ମୋବାଇଲ ନମ୍ବର ପୋର୍ଟେବିଲିଟି ଚାର୍ଜ

କମିବ ମୋବାଇଲ ନମ୍ବର ପୋର୍ଟେବିଲିଟି ଚାର୍ଜ


ନୂଆଦିଲ୍ଲୀ,୧୮-୧୨(ପି.ଟି)- ଆଗାମୀ ଦିନରେ ମୋବାଇଲ ନମ୍ବର ପୋର୍ଟେବିଲିଟି ଲାଗି ଧାର୍ଯ୍ୟ ଚାର୍ଜ ହ୍ରାସ ଘଟିବ। ବର୍ତ୍ତମାନ ପୋର୍ଟେବିଲିଟି ଲାଗି ୧୯ ଟଙ୍କା ଲାଗୁଛି। ଏହାକୁ ୪ ଟଙ୍କାକୁ ହ୍ରାସ କରିବାକୁ ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)ଯୋଜନା କରୁଛି। ଏ ନେଇ ଟ୍ରାଇ ପରାମର୍ଶ ଧାରା ସୋମବାର ଆରମ୍ଭ କରିଛି। ୩ ଜୁଲାଇ ୨୦୧୫ ପର ଠାରୁ ମୋବାଇଲ ନମ୍ବର ପୋର୍ଟେବିଲିଟି ଲାଗି ଆସୁଥିବା ଅନୁରୋଧରେ ବୃଦ୍ଧି ଘଟିଛି। କମ୍ପାନୀଗୁଡିକ ମୋବାଇଲ ନମ୍ବର ପୋର୍ଟେବିଲିଟି ଲାଗି ବର୍ତ୍ତମାନ ୧୯ ଟଙ୍କା ସୀମା ଧାର୍ଯ୍ୟ କରିଛନ୍ତି।
ନେଣଦେଣ ଲାଗି ମୂଲ୍ୟ ତଥା ପରିମାଣକୁ ବିଚାର କରିଲେ ଧାର୍ଯ୍ୟ ଦେୟ ସୀମା ଅଧିକ ରହିଥିବା ଟ୍ରାଇ ଅନୁଭବ କରିଛି। କମ୍ପାନୀଗୁଡିକ ଲାଗି ଏଥି ପାଇଁ ଖର୍ଚ୍ଚ ହେଉଥିବା ମୂଲ୍ୟରେ ହ୍ରାସ ହୋଇଥିବା ଯୋଗୁ ଏମଏନପି ଟ୍ରାଞ୍ଜାକଶନ ଚାର୍ଜ ହ୍ରାସ ଲାଗି ଟ୍ରାଇ ନିଷ୍ପତ୍ତି ହୋଇଥିବା ଟ୍ରାଇ ପ୍ରକାଶ କରିଛି। ଏଥି ଲାଗି ସଂଶୋଧନ ପ୍ରସ୍ତାବ ମଧ୍ୟ ଡ୍ରାଫ୍ଟ ହୋଇ ସାରିଛି। ଏହା କାର୍ଯ୍ୟକାରୀ ହେଲେ ଏମଏନପି ଲାଗି ଚାର୍ଜ ୪ ଟଙ୍କାକୁ ହ୍ରାସ ଘଟିବ ବୋଲି ଜଣାଯାଇଛି। ଏ ନେଇ ଜାରି ହୋଇଥିବା ପରାମର୍ଶ ଉପରେ ଲୋକଙ୍କ ଠାରୁ ମତାମତ ଲୋଡାଯାଇଛି। ପରାମର୍ଶ ଗ୍ରହଣ କରିବାର ଶେଷ ତାରିଖ ଡିସେମ୍ବର ୨୯ ରହିଛି।

All Right Reserved By

ବାଣିଜ୍ୟ |

ସିଙ୍ଗାପୁର ସ୍ଥାୟୀ ବାସିନ୍ଦା ହୋଇଥାଆନ୍ତେ ନୀରବ ମୋଦି

ନୂଆଦିଲ୍ଲୀ,୧୯-୬ ଗହଣା ଡିଜାଇନର ନୀରବ ମୋଦି ଭାରତ ଛାଡି ଅନ୍ୟତ୍ର ପଳାୟନ କରିବା ପୂର୍ବରୁ ସିଙ୍ଗାପୁରର ସ୍ଥାୟୀ ବାସିନ୍ଦା ହେବା ପାଇଁ ଚେଷ୍ଟା କରୁଥିଲେ। ଏଥିପାଇଁ ନୀରବ ସିଙ୍ଗାପୁର କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ ମଧ୍ୟ କରିଥିଲେ।

ରଦ୍ଦ ହୋଇଛି ନୀରବଙ୍କ ପାସ୍‌ପୋର୍ଟ:ଅନାୟାସରେ ବୁଲୁଛନ୍ତି ଏଦେଶରୁ ସେ ଦେଶ

ନୂଆଦିଲ୍ଲୀ, ୧୯-୬(ପି.ଟି.) ନୀରବ ମୋଦିଙ୍କ ପାସ୍‌ପୋର୍ଟକୁ ଭାରତ ସରକାର ରଦ୍ଦ କରିଥିଲେ ମଧ୍ୟ ସେ ଅତି ସହଜରେ ଏ ଦେଶରୁ ସେ ଦେଶ ବୁଲୁଛନ୍ତି। ଅନ୍ୟପକ୍ଷରେ ବହିଃବ୍ୟାପାର ମନ୍ତ୍ରଣାଳୟ ନୀରବଙ୍କ ପାସ୍‌ପୋର୍ଟ ରଦ୍ଦ କରିବା ଖବର ଇଣ୍ଟରପୋଲକୁ ଚଳିତ ବର୍ଷ ଫେବୃୟାରୀ ୨୪ରୁ ପ୍ରଦାନ କରାଯାଇଛି।

ଭୁବନେଶ୍ୱର ରେଳ ଷ୍ଟେଶନ:୧୫୦ ଦିନରେ ଶେଷ ହେଲା ତୃତୀୟ ଫୁଟ୍‌ ଓଭର ବ୍ରିଜ୍‌

ଭୁବନେଶ୍ୱର ରେଳ ଷ୍ଟେଶନ:୧୫୦ ଦିନରେ ଶେଷ ହେଲା ତୃତୀୟ ଫୁଟ୍‌ ଓଭର ବ୍ରିଜ୍‌

ଭୁବନେଶ୍ୱର, ୧୯-୬ ଭୁବନେଶ୍ୱର ରେଳ ଷ୍ଟେଶନରେ ତୃତୀୟ ଫୁଟ୍‌ ଓଭର ବ୍ରିଜ୍‌ କାର୍ଯ୍ୟ ୧୫୦ ଦିନ ମଧ୍ୟରେ ଶେଷ ହୋଇଛି। ୬ ମିଟର ଚଉଡା ବିଶିଷ୍ଟ ଏହି ଫୁଟ୍‌ ଓଭର ବ୍ରିଜ୍‌ ନିର୍ମାଣ ପାଇଁ ୪ କୋଟି ଟଙ୍କା ଅର୍ଥ ବ୍ୟୟ କରାଯାଇଛି।

ଆର୍ଥିକ ଠକେଇକୁ ସ୍ବାଗତ କରୁଛନ୍ତି ଭାରତୀୟ

ନୂଆଦିଲ୍ଲୀ,୧୯-୬ ବିମୁଦ୍ରୀକରଣ ପରେ ଦେଶରେ କ୍ୟାଶ୍‌ଲେସ୍‌ କାରବାର ବୃଦ୍ଧି ପାଇଛି। ଲୋକମାନେ ପିଓଏସ୍‌ ମେଶନ୍‌, ମୋବାଇଲ୍‌ ଓ୍ବାଲେଟ୍‌ ଆଦି ଡିଜିଟାଲ୍‌ ପ୍ଲାଟ୍‌ଫର୍ମକୁ ଅର୍ଥ କାରବାର ପାଇଁ ବହୁଳ ମାତ୍ରାରେ ଗ୍ରହଣ କରିଛନ୍ତି। କିନ୍ତୁ ଏବେ ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି ଯାହାକି ଲୋକମାନଙ୍କ ସଚେତନତାକୁ ନେଇ ପ୍ରଶ୍ନ ଉଠାଇଛି।

ଟ୍ରେନ୍‌ ବିଳମ୍ବ ହେଲେ ମିଳିବ ମାଗଣା ଖାଦ୍ୟ

ଟ୍ରେନ୍‌ ବିଳମ୍ବ ହେଲେ ମିଳିବ ମାଗଣା ଖାଦ୍ୟ

ନୂଆଦିଲ୍ଲୀ, ୧୯-୬(ପି.ଟି.) ଯଦି ଆପଣ ରବିବାର ରେଳ ଯାତ୍ରା କରୁଛନ୍ତି ତା’ହେଲେ ହଇରାଣ ହୋଇ ପାରନ୍ତି। ହୁଏତ ନିର୍ଦ୍ଧାରିତ ସମୟ ଠାରୁ ଆପଣଙ୍କ ଟ୍ରେନ୍‌ ବିଳମ୍ବରେ ଚାଲିପାରେ।

ଜେଟ୍‌ଲୀଙ୍କ ସଙ୍କେତ:ତୈଳ ଉପରେ ଉତ୍ପାଦନ ଶୁଳ୍କ କମିବନି

ନୂଆଦିଲ୍ଲୀ,୧୯-୬ ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ କମି ନ ପାରେ। ଏ ନେଇ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟ୍‌ଲୀ ସଙ୍କେତ ଦେଇଛନ୍ତି।

ମାଲ୍ୟାଙ୍କ ବିରୋଧରେ ସାନି ଚାର୍ଜଶିଟ୍‌

ମାଲ୍ୟାଙ୍କ ବିରୋଧରେ ସାନି ଚାର୍ଜଶିଟ୍‌

ବମ୍ବେ,୧୯-୬(ପି.ଟି.) ଏସ୍‌ବିଆଇ ନେତୃତ୍ୱରେ ଗଠିତ ବ୍ୟାଙ୍କ କନ୍‌ସୋର୍ଟିୟମ୍‌ ସହ ୯,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଋଣ ଖିଲାପ କରି ଦେଶରୁ ଫେରାର ଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପାଇଁ ଅଡୁଆ ଦିନକୁ ଦିନ ବଢ଼ୁଛି। ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମାଲ୍ୟାଙ୍କ ବିରୋଧରେ ସାନି ଚାର୍ଜଶିଟ୍‌ ଦାଖଲ କରିଛି।

ସନ୍ଦୀପ ବକ୍ସି ହେଲେ ଆଇସିଆଇସିଆଇ ବ୍ୟାଙ୍କ ସିଓଓ

ସନ୍ଦୀପ ବକ୍ସି ହେଲେ ଆଇସିଆଇସିଆଇ ବ୍ୟାଙ୍କ ସିଓଓ

ନୂଆଦିଲ୍ଲୀ,୧୯-୬(ପି.ଟି.) ଭିଡିଓକନ୍‌ ଋଣ ମାମଲାର ଆଭ୍ୟନ୍ତରୀଣ ଯାଞ୍ଚ ଶେଷ ନ ହେବା ପର୍ଯ୍ୟନ୍ତ ଆଇସିଆଇସିଆଇ ବ୍ୟାଙ୍କ ସିଇଓ ଚନ୍ଦା କୋଚ୍ଚର ଛୁଟିରେ ରହିବେ। ତାଙ୍କ ଦାୟିତ୍ୱ ସମ୍ଭାଳିବେ ଆଇସିଆଇସିଆଇ ପ୍ରୁଡେନ୍‌ସିଆଲ୍‌ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ଏମ୍‌ଡି ତଥା ସିଇଓ ସନ୍ଦୀପ ବକ୍ସି।

ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ ନେଇ ପ୍ରତିଶ୍ରୁତିବଦ୍ଧ:ଅର୍ଥମନ୍ତ୍ରୀ

ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ ନେଇ ପ୍ରତିଶ୍ରୁତିବଦ୍ଧ:ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୯-୬(ପି.ଟି.) ଚଳିତ ଆର୍ଥିକବର୍ଷ ସରକାର ନିର୍ଦ୍ଧାରିତ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଅନ୍ତରୀଣ ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଏହା କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ଆର୍ଥିକବର୍ଷ ୩.୩% ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ପେଟ୍ରୋଲ, ଡିଜେଲ କାର ଉପରେ ଆଗୁଆ କଟକଣା ଲଗାଇବ ଲଣ୍ଡନ

ବ୍ରିଟେନ୍‌,୧୯-୬ ଲଣ୍ଡନ ଏବଂ ବ୍ରିଟେନ୍‌ର ଅନ୍ୟାନ୍ୟ ସହରଗୁଡିକ ଆଗୁଆ ପେଟ୍ରୋଲ ଏବଂ ଡିଜେଲ କାର ବିକ୍ରି ଉପରେ କଟକଣା ଲଗାଇବେ। ଏ ନେଇ ଲଣ୍ଡନ ମେୟର ସାଦିକ୍‌ ଖାନ୍‌ ଏବଂ ବ୍ରିଟେନ୍‌ର ଅନ୍ୟାନ୍ୟ ସହରର ଲିଡର୍‌ମାନେ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଛନ୍ତି।

ତୈଳ ଦର ନିୟନ୍ତ୍ରଣ:ଓପେକ୍‌ ଉପରେ ଚାପ ପକାଇବ ଭାରତ

ତୈଳ ଦର ନିୟନ୍ତ୍ରଣ:ଓପେକ୍‌ ଉପରେ ଚାପ ପକାଇବ ଭାରତ

ନୂଆଦିଲ୍ଲୀ,୧୯-୬ ଉଚ୍ଚ ତୈଳ ଦରକୁ ନେଇ ବର୍ତ୍ତମାନ ସାଧାରଣ ଖାଉଟି ଚିନ୍ତା ମଧ୍ୟରେ ଥିବାବେଳେ ଏହାର ସମାଧାନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଅଶୋଧିତ ତୈଳ ଦର ନିୟନ୍ତ୍ରଣ ଲାଗି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସଂଘ ଓପେକ୍‌ ଉପରେ ଚାପ ପକାଇବେ।

ଏୟାର୍‌ ଇଣ୍ଡିଆର ଭବିଷ୍ୟତ ନେଇ ଆଲୋଚନା

ଏୟାର୍‌ ଇଣ୍ଡିଆର ଭବିଷ୍ୟତ ନେଇ ଆଲୋଚନା

ନୂଆଦିଲ୍ଲୀ,୧୯-୬(ପି.ଟି.) ଋଣ ବୋଝରେ ବୁଡି ରହିଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର୍‌ ଇଣ୍ଡିଆ ପାଇଁ ଭବିଷ୍ୟତ କାର୍ଯ୍ୟବିଧି କ’ଣ ରହିବ ତାହା ଉପରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀସମୂହ ସୋମବାର ଆଲୋଚନା କରିଛନ୍ତି।

Model This Week

ପ୍ରଭାତ