ଖେଳ |

ଭାରତକୁ ୬ ସ୍ବର୍ଣ୍ଣ ପଦକ

ଭାରତକୁ ୬ ସ୍ବର୍ଣ୍ଣ ପଦକ

ନୂଆଦିଲ୍ଲୀ, ୧୮।୧୨
ଭାରତୀୟ ଜୁନିୟର ବକ୍ସରମାନେ ଜର୍ମାନୀର ସ୍କଓ୍ବେରିନଠାରେ ଅନୁଷ୍ଠିତ ୫ମ ଅନ୍ତର୍ଜାତୀୟ ଭେନ ଲାଙ୍ଗେ ସ୍ମାରକୀ ଟୁର୍ନାମେଣ୍ଟରେ ୬ଟି ସ୍ବର୍ଣ୍ଣ ପଦକ ସମେତ ୧୧ଟି ପଦକ ଜିତିଛନ୍ତି। ପଦକ ତାଲିକାରେ ରହିଛି ୪ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ। ଏଥିସହ ୫୨ କିଗ୍ରା ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଭାବେଶ କାଟ୍ଟାମାନିଙ୍କୁ ମିଳିଛି ଶ୍ରେଷ୍ଠ ବକ୍ସର ଟ୍ରଫି। ତାଙ୍କ ବ୍ୟତୀତ ବିଭିନ୍ନ ବର୍ଗରେ ପୋଡିୟମ୍‌ରେ ଶୀର୍ଷ ସ୍ଥାନ ପାଇଥିବା ବକ୍ସରମାନେ ହେଲେ ବିଜୟଦୀପ (୬୩ କିଗ୍ରା), ଅକ୍ଷୟ (୬୦ କିଗ୍ରା), ଇଶ ପାନ୍ନୁ (୭୦ କିଗ୍ରା), ଲକ୍ଷ୍ୟ ଚାହର (୮୦ କିଗ୍ରା) ଓ ଭିନିତ (୭୫ କିଗ୍ରା)। ସେହିଭଳି ୪୮ କିଗ୍ରା ବର୍ଗରେ ଅନିଲ, ୫୦ କିଗ୍ରା ବର୍ଗରେ ସ୍ବପ୍ନିଳ ସିନ୍ଦେ, ୫୪ କିଗ୍ରା ବର୍ଗରେ ଅମନ ଓ ସତେନ୍ଦର ରୌପ୍ୟ ପଦକ ଜିତିଛନ୍ତି।

All Right Reserved By

ଖେଳ |

ଫାରୁକ ଅବଦୁଲାଙ୍କ ଫ୍ରଡ ମାମଲା: ଚାର୍ଜସିଟ୍‌ ଦାଖଲା କଲା ସିବିଆଇ

ଫାରୁକ ଅବଦୁଲାଙ୍କ ଫ୍ରଡ ମାମଲା: ଚାର୍ଜସିଟ୍‌ ଦାଖଲା କଲା ସିବିଆଇ

ନୂଆଦିଲ୍ଲୀ,୧୭।୭- ଜମ୍ମୁ ଓ କଶ୍ମୀର କ୍ରିକେଟ ଆସୋସିଏଶନ(ଜେକେସିଏ)ରୁ ୨୦୦୨ରୁ ୨୦୧୨ ମଧ୍ୟରେ ୪୩ କୋଟି ଟଙ୍କାର ଫ୍ରଡ ଘଟଣାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲା ଓ ଅନ୍ୟ ତିନିଜଣଙ୍କ ନାମରେ କେନ୍ଦୀୟ କ୍ରାଇମ ବ୍ରାଞ୍ଚ (ସିବିଆଇ) ଚାର୍ଜସିଟ ଦାଖଲ କରିଛି।

ଅନ୍ତିମ ଦିନିକିଆ: ପ୍ରଥମେ ବ୍ୟାଟିଂ କରିବ ଭାରତ

ଲିଡ୍ସ,୧୭।୭- ଇଂଲଣ୍ଡ ବିପକ୍ଷରେ ଚାଲିଥିବା ୩ଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଇଂଲଣ୍ଡ ଅଧିନାୟକ ଇୟାନ ମୋର୍ଗାନ ଟସ୍‌ ଜିଣି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି।

ବାର୍ସିଲୋନା କ୍ଲବର ରେକର୍ଡ ଆୟ

ବାର୍ସିଲୋନା କ୍ଲବର ରେକର୍ଡ ଆୟ

ବାର୍ସିଲୋନା,୧୭।୭- ବିଶ୍ୱର ଅନ୍ୟତମ ଲୋକପ୍ରିୟ ଫୁଟ୍‌ବଲ କ୍ଲବ ଏଫ୍‌ସି ବାର୍ସିଲୋନା ୨୦୧୭-୧୮ ସିଜନରେ ୯୧୪ ନିୟୁତ ୟୁରୋ ଆୟ କରିଛି। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୬,୨୫୧ କୋଟିରୁ ଊର୍ଦ୍ଧ୍ୱ।

ଏଫ୍‌ଆଇଏଚ୍‌ ର଼୍ୟାଙ୍କିଙ୍ଗ: ୫ମକୁ ଉଠିଲା ଭାରତ

ଏଫ୍‌ଆଇଏଚ୍‌ ର଼୍ୟାଙ୍କିଙ୍ଗ: ୫ମକୁ ଉଠିଲା ଭାରତ

ନୂଆଦିଲ୍ଲୀ,୧୭।୭(ପି.ଟି.)- ପୁରୁଷ ହକି ଓ୍ବାଲର୍‌ଡ ର଼୍ୟାଙ୍କିଙ୍ଗ୍‌ (ଏଫ୍‌ଆଇଏଚ୍‌)ରେ ଭାରତ ଗୋଟିଏ ସ୍ଥାନ ଉପରକୁ ଉଠିଛି। ଫଳରେ ସଦ୍ୟ ପ୍ରକାଶିତ ଏଫ୍‌ଆଇଏଚ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଦଳ ୫ମ ସ୍ଥାନ ଅଧିକାର କରିଛି।

ଫିଫା ବିଶ୍ୱକପ୍‌ ଫାଇନାଲ:  ଗ୍ରାଉଣ୍ଡ ମଧ୍ୟରେ ପ୍ରବେଶକାରୀଙ୍କୁ ୧୫ ଦିନ ଜେଲ

ଫିଫା ବିଶ୍ୱକପ୍‌ ଫାଇନାଲ: ଗ୍ରାଉଣ୍ଡ ମଧ୍ୟରେ ପ୍ରବେଶକାରୀଙ୍କୁ ୧୫ ଦିନ ଜେଲ

ମସ୍କୋ,୧୭।୭- ରବିବାର ଫିଫା ବିଶ୍ୱକପ୍‌ ଫାଇନାଲବେଳେ ଗ୍ରାଉଣ୍ଡରେ ପ୍ରବେଶ କରିଥିବା ୪ ଜଣଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ୧୫ ଦିନ ଲାଗି ଜେଲ ପଠାଇଛନ୍ତି ମସ୍କୋ କୋର୍ଟ। ଉକ୍ତ ମହିଳା ନକଲି ପୋଲିସ ପୋଷାକ ପିନ୍ଧି ଗ୍ରାଉଣ୍ଡ ମଧ୍ୟକୁ ପ୍ରବେଶ କରିଥିଲେ।

ଅଷ୍ଟ୍ରେଲିଆ ଫୁଟ୍‌ବଲର କାହିଲଙ୍କ ଅବସର

ଅଷ୍ଟ୍ରେଲିଆ ଫୁଟ୍‌ବଲର କାହିଲଙ୍କ ଅବସର

ସିଡ୍‌ନୀ,୧୭।୭(ଏଏଫ୍‌ପି)- ଅଷ୍ଟ୍ରେଲିଆ ଦଳର ସର୍ବକାଳୀନ ଗୋଲ ସ୍କୋରର ଟିମ୍‌ କାହିଲ ଅନ୍ତର୍ଜାତୀୟ ଫୁଟ୍‌ବଲରୁ ମଙ୍ଗଳବାର ଅବସର ନେଇଛନ୍ତି। ସର୍ବାଧିକ ୪ଟି ବିଶ୍ୱକପ୍‌ ଖେଳିଥିବା କାହିଲ ମୋଟ ଉପରେ ୧୦୭ ଥର ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ସେ ୫୦ଟି ଅନ୍ତର୍ଜାତୀୟ ଗୋଲ କରିଛନ୍ତି।

ସ୍ବଦେଶ ଫେରିଲେ ଶାମସି

ସ୍ବଦେଶ ଫେରିଲେ ଶାମସି

କଲମ୍ବୋ,୧୭।୭- ଶ୍ରୀଲଙ୍କା ଗସ୍ତରେ ଥିବା ଦକ୍ଷିଣ ଆଫ୍ରିକା ଦଳର ସ୍ପିନର ତାବ୍ରିଜ ଶାମସି ଟେଷ୍ଟ ସିରିଜ୍‌ ମଧ୍ୟରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପାରିବାରିକ କାରଣ ଦର୍ଶାଇ ସେ ଦ. ଆଫ୍ରିକା ଗସ୍ତ କରିଛନ୍ତି।

ଇଣ୍ଡିଜ୍‌ ଦିନିକିଆ ଦଳକୁ ଫେରିଲେ ରସେଲ

ଇଣ୍ଡିଜ୍‌ ଦିନିକିଆ ଦଳକୁ ଫେରିଲେ ରସେଲ

କିଙ୍ଗ୍‌ଷ୍ଟନ,୧୭।୭- ବାଂଲାଦେଶ ବିପକ୍ଷ ୩ଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଲାଗି ଇଣ୍ଡିଜ୍‌ ଦଳ ଘୋଷଣା ହୋଇଯାଇଛି। ଏହି ଦଳରେ ଅଲରାଉଣ୍ଡର ଆଣ୍ଡ୍ରେ ରସେଲ ସ୍ଥାନ ପାଇଛନ୍ତି। ସେ ପ୍ରାୟ ୩ ବର୍ଷର ବ୍ୟବଧାନ ପରେ ଜାତୀୟ ଦିନିକିଆ ଦଳକୁ ଫେରିଛନ୍ତି।

ଇଂଲଣ୍ଡ ଦିନିକିଆ ଦଳରେ ସାମ ବିଲିଙ୍ଗ୍‌ସ

ଇଂଲଣ୍ଡ ଦିନିକିଆ ଦଳରେ ସାମ ବିଲିଙ୍ଗ୍‌ସ

ଲଣ୍ଡନ,୧୭।୭- ଇଂଲଣ୍ଡ ଓପନର ଜାସନ ରୟ ଆହତ ହେବା ପରେ ଇଂଲଣ୍ଡ ଦଳରେ ପରିିବର୍ତ୍ତନ ଦେଖାଦେଇଛି। ପ୍ରଥମେ ତାଙ୍କ ବଦଳରେ ଜେମ୍ସ ଭିନ୍ସିଙ୍କୁ ଦଳରେ ସ୍ଥାନ ମିଳିବା ପରେ ଏବେ ଅତିରିକ୍ତ ବ୍ୟାଟ୍ସମ୍ୟାନ ଭବେ ସାମ ବିଲିଙ୍ଗ୍‌ସଙ୍କୁ ସୋମବାର ଦଳରେ ସାମିଲ କରାଯାଇଛି।

ଦେଶ ପାଇଁ ଗୌରବ ଆଣିଲେ ବବୁଲୁ

ଦେଶ ପାଇଁ ଗୌରବ ଆଣିଲେ ବବୁଲୁ

ଯୋଡ଼ା,୧୭।୭(ଡି.ଏନ.ଏ.): ବ୍ରାଜିଲଠାରେ ଅନୁଷ୍ଠିତ ବିଶ୍ୱ ଉସୁ ଚାମ୍ପିୟନସିପରେ ଓଡ଼ିଆ ବାଳକ ବବୁଲୁ ମୁଣ୍ଡା ରୌପ୍ୟ ପଦକ ଜିଣି ଦେଶ ପାଇଁ ଗୌରବ ଆଣିଛନ୍ତି। ବ୍ରାଜିଲର ବ୍ରାସିଲିଆଠାରେ ଜୁଲାଇ ୧୦ରୁ ୧୬ ମଧ୍ୟରେ ଅନୁଷ୍ଠିତ ବିଶ୍ୱ ଉସୁ ଚାମ୍ପିୟନସିପରେ ୪୨ ବର୍ଷ ସବ ଜୁନିୟର ବିଭାଗରେ ସେ ଉକ୍ତ ପଦକ ପାଇଛନ୍ତି।

କୁକ୍‌ଙ୍କ ଅପରାଜିତ ଶତକ

କୁକ୍‌ଙ୍କ ଅପରାଜିତ ଶତକ

ଓ୍ବସେଷ୍ଟର, ୧୭।୭(ପି.ଟି.)- ଆସନ୍ତା ମାସରୁ ଭାରତ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ଅଭିଜ୍ଞ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଆଲ୍‌ଷ୍ଟର କୁକ୍‌ ଶତକ ହାସଲ କରି ଫର୍ମରେ ଥିବାର ସୂଚନା ଦେଇଛନ୍ତି।

ଜମାନଙ୍କ ଶତକ: ପାକିସ୍ତାନ ବିଜୟୀ

ଜମାନଙ୍କ ଶତକ: ପାକିସ୍ତାନ ବିଜୟୀ

ବୁଲାଓ୍ବାୟୋ, ୧୭।୭(ଏଏଫ୍‌ପି)- ଘରୋଇ ଜିମ୍ବାଓ୍ବେ ବିପକ୍ଷରେ ସୋମବାର ଏଠାରେ ଖେଳାଯାଇଥିବା ୨ୟ ଦିନିକିଆ ମ୍ୟାଚ୍‌କୁ ପାକିସ୍ତାନ ୯ ଉଇକେଟ୍‌ରେ ଜିତିନେଇଛି। ପାକିସ୍ତାନ ଓପନର୍‌ ଫାଖର ଜମାନଙ୍କ ଅପରାଜିତ ଶତକ ମ୍ୟାଚ୍‌ର ଉଲ୍ଲେଖନୀୟ ଘଟଣା ରହିଥିଲା।

Model This Week

ରୂପେଶ