ଖେଳ |

ଭୁବନେଶ୍ୱରରେ ପହଞ୍ଚିଲା ଭାରତ, ଶ୍ରୀଲଙ୍କା ଦଳ

ଭୁବନେଶ୍ୱରରେ ପହଞ୍ଚିଲା ଭାରତ, ଶ୍ରୀଲଙ୍କା ଦଳ

ଭୁବନେଶ୍ୱର, ୧୮।୧୨-
ବାରବାଟୀ ଷ୍ଟାଡିୟମରେ ଟି୨୦ କ୍ରିକେଟ ମ୍ୟାଚ ଖେଳିବା ପାଇଁ ଉଭୟ ଭାରତ ଓ ଶ୍ରୀଲଙ୍କା ଦଳ ସୋମବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିଶାଖାପାଟଣାରେ ରବିବାର ଅନୁଷ୍ଠିତ ଅନ୍ତିମ ତଥା ୩ୟ ଦିନିକିଆ ମ୍ୟାଚ୍‌ ଜିତି ସିରିଜ କବ୍‌ଜା କରିଥିବା ରୋହିତ୍‌ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସୋମବାର ଅପରାହ୍ନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓହ୍ଲାଇବା ପରେ ସିଧାସଳଖ ହୋଟେଲ ମେ ଫେୟାରକୁ ଆସିଥିଲେ। ସେହିପରି ଥିସାରା ପେରେରାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଦଳର ଖେଳାଳିମାନେ ମଧ୍ୟ ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ଉଭୟ ଦଳର ଖେଳାଳିମାନେ ଅପରାହ୍ନ ୨ଟା ୫ରେ ବିମାନ ବନ୍ଦରରେ ପହଞ୍ଚତ୍ବା କାର୍ଯ୍ୟକ୍ରମ ରହିଥିଲା। ମାତ୍ର ବିଶାଖାପାଟଣାରୁ ବାହାରିବାରେ ଡେରି ହେବାରୁ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଉଭୟ ଟିମ୍‌ ବିମାନ ବନ୍ଦରରେ ପହଞ୍ଚତ୍ଥିଲେ। ସେଠାରୁ ଦୁଇ ଦଳର ଖେଳାଳିମାନଙ୍କୁ ସ୍ବତନ୍ତ୍ର ବସ ଯୋଗେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୋଟେଲକୁ ଅଣାଯାଇଥିଲା।
ସିରିଜ ପ୍ରଥମ ମ୍ୟାଚ୍‌କୁ ନେଇ ଦୈତ୍ୟ ନଗରୀର ପ୍ରଶଂସକଙ୍କ ମଧ୍ୟରେ କ୍ରିକେଟ ଫିଭର ଦେଖିବାକୁ ମିଳିଛି। ସୋମବାର ନିଜର ପ୍ରିୟ ଖେଳାଳିଙ୍କୁ ଦେଖିବା ପାଇଁ ବିମାନବନ୍ଦର ଏବଂ ହୋଟେଲ ନିକଟରେ ପ୍ରଶଂସକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।
ପାରମ୍ପରିକ ଶୈଳୀରେ ସମ୍ବର୍ଦ୍ଧନା
ବିମାନବନ୍ଦରରୁ ବାହାରି ଖେଳାଳିମାନେ ୩ଟା ୩୫ରେ ହୋଟେଲରେ ପହଞ୍ଚତ୍ଥିଲେ। ପ୍ରଥମେ ଟିମ୍‌ ଇଣ୍ଡିଆର ବସ୍‌ ହୋଟେଲ ମଧ୍ୟକୁ ପ୍ରବେଶ କରିଥିବାବେଳେ ପଛରେ ଥିଲା ଶ୍ରୀଲଙ୍କା ଖେଳାଳିଙ୍କ ବସ୍‌। ଭାରତୀୟ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ପ୍ରଥମେ ବସ୍‌ରୁ ଓହ୍ଲାଇଥିଲେ। ତାଙ୍କ ପଛକୁ ଅଧିନାୟକ ରୋହିତ ଶର୍ମା, ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ୟେଜୁବେନ୍ଦ୍ର ଚହଲ, ଯଶପ୍ରୀତ୍‌ ବୁମ୍‌ରା, ପ୍ରାକ୍ତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପ୍ରମୁଖ ଜଣଙ୍କ ପରେ ଜଣେ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ହୋଟେଲକୁ ଯାଇଥିଲେ। ସବାଶେଷରେ ସ୍ପିନର କୁଲଦୀପ ଯାଦବ ଓହ୍ଲାଇଥିଲେ। ଏହାପରେ ଶ୍ରୀଲଙ୍କା ଦଳର ଖେଳାଳିମାନେ ଆସିଥିଲେ। ଅଧିନାୟକ ଥିସାରା ପେରେରାଙ୍କ ସମେତ ଷ୍ଟାର ଖେଳାଳି ଆଞ୍ଜେଲୋ ମାଥ୍ୟୁସ୍‌, ଉପୁଲ ଥରଙ୍ଗା, ନିରୋଶାନ ଡିକ୍‌ଓ୍ବେଲା, ଧନଞ୍ଜୟ ଡି ସିଲଭା ପ୍ରମୁଖ ଭ୍ରମଣକାରୀ ଦଳର ମୁଖ୍ୟ ଆକର୍ଷଣରେ ରହିଥିଲେ। ଓଡ଼ିଶାରେ ଅନ୍ତର୍ଜାତୀୟ ମ୍ୟାଚ୍‌ବେଳେ କ୍ରିକେଟରଙ୍କୁ ଯେଉଁଭଳି ସ୍ବାଗତ କରାଯାଏ ଏଥର ମଧ୍ୟ ତାହାର ପୁନରାବୃତ୍ତି ଘଟିଥିଲା। ଗଞ୍ଜାମରୁ ଆସିଥିବା ୧୨ ଜଣିଆ ଯୋଡ଼ି ଶଙ୍ଖବାଦ୍ୟ ଦଳର କାର୍ଯ୍ୟକ୍ରମ ମଧ୍ୟରେ ଖେଳାଳିଙ୍କ ଉପରକୁ ଫୁଲ ପକାଯାଇ ମୁଣ୍ଡରେ ଚନ୍ଦନ ଟିପା ଲଗାଯାଇ ସ୍ବାଗତ କରାଯାଇଥିଲା।
କଡ଼ା ସୁରକ୍ଷା ବଳୟ
ବାରବାଟୀ ଟି୨୦କୁ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଖେଳାଳିମାନଙ୍କୁ ବିମାନବନ୍ଦରରୁ ହୋଟେଲ ପର୍ଯ୍ୟନ୍ତ ଆଣିବା ପାଇଁ ଅଦ୍ଭୁତପୂର୍ବ ସୁରକ୍ଷାର ବନ୍ଦୋବସ୍ତ କରାଯାଇଥିଲା। ବିମାନବନ୍ଦରରୁ ହୋଟେଲ ପର୍ଯ୍ୟନ୍ତ ଆସିବାକୁ ଥିବା ରାସ୍ତାର ଉଭୟ ପାର୍ଶ୍ୱରେ ବ୍ୟାରିକେଡ୍‌ କରାଯାଇଥିଲା। ସୁରକ୍ଷା ଦାୟିତ୍ୱରେ ମୋଟ୍‌ ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିଲେ। ସେହିପରି ସ୍ବତନ୍ତ୍ର ଭାବେ ଏକ ପ୍ଲାଟୁନ୍‌ ଏସ୍‌ଓଜି ଫୋର୍ସର ବନ୍ଦୋବସ୍ତ କରାଯାଇଥିଲା।
ରୋହିତ୍‌ଙ୍କ ଫ୍ୟାନ୍‌
ଦର୍ଶକ ଭିଡ଼ ଭିତରେ ଆକର୍ଷଣର କେନ୍ଦ୍ରରେ ରହିଥିଲେ ରୋହିତ ଶର୍ମାଙ୍କ ଫ୍ୟାନ। ନିଜକୁ ରୋହିତ୍‌ ଶର୍ମାଙ୍କ ପ୍ରଶଂସକ ବୋଲି କହୁଥିବା ପୁରୀର ରାକେଶ କୁମାର ଦାସ ଦେହରେ ତ୍ରିରଙ୍ଗା ଚିତ୍ର ଅଙ୍କନ କରିଥିବାବେଳେ ହାତରେ ଜାତୀୟ ପତାକା ଧରିଥିଲେ। ମ୍ୟାଚ୍‌ ଲାଗି ଟିକେଟ କିଣି ପାରି ନ ଥିବାରୁ ରୋହିତ୍‌ଙ୍କୁ ଦେଖିବାକୁ ଏଠାକୁ ଆସିଥିବା ରାକେଶ କହିଛନ୍ତି। ସେହିଭଳି କେତେକ ପ୍ରଶଂସକ ଖେଳାଳିଙ୍କ ଦର୍ଶନ ପାଇବା ଲାଗି ହୋଟେଲ ସମ୍ମୁଖରେ ଥିବା ଗଛ ଉପରେ ଚଢ଼ିଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ପରେ ପୋଲିସ ଆସିବାରୁ ସେମାନେ ଓହ୍ଲାଇଥିଲେ।

All Right Reserved By

Model This Week

Model This Week

ଖେଳ |

ହରିୟାଣା ସରକାରଙ୍କୁ ରାଜ୍ୟଗୋଷ୍ଠୀ ପଦକ ବିଜେତାଙ୍କ ବିରୋଧ

ହରିୟାଣା ସରକାରଙ୍କୁ ରାଜ୍ୟଗୋଷ୍ଠୀ ପଦକ ବିଜେତାଙ୍କ ବିରୋଧ

ଚଣ୍ଡିଗଡ଼,୨୫।୨- ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପଦକ ବିଜେତାଙ୍କ ସମ୍ବର୍ଦ୍ଧନା ପାଇଁ ହରିୟାଣା ସରକାରଙ୍କ ପକ୍ଷରୁ ଗୁରୁବାର ପଞ୍ଚକୁଲାଠାରେ ଏକ ଉତ୍ସବ ଆୟୋଜନ କରାଯାଉଛି। କିନ୍ତୁ ପଦକ ଜିତିଥିବା ରାଜ୍ୟର ଆଥ୍‌ଲେଟ୍‌ମାନେ ଏଥିରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପଦକ ବିଜେତାଙ୍କ ପୁରସ୍କାର ରାଶିରେ ହ୍ରାସ କରାଯିବା ନେଇ ଯୋଜନା କରାଯାଉଛି।

ଶାକିବଙ୍କୁ ୩୦୦ତମ ଟି୨୦ ଉଇକେଟ୍‌

ଶାକିବଙ୍କୁ ୩୦୦ତମ ଟି୨୦ ଉଇକେଟ୍‌

ଶାକିବଙ୍କୁ ୩୦୦ତମ ଟି୨୦ ଉଇକେଟ୍‌

ଧିରଜଙ୍କୁ ମଦରଓ୍ବେଲ ଏଫ୍‌ସି ପ୍ରସ୍ତାବ

ଧିରଜଙ୍କୁ ମଦରଓ୍ବେଲ ଏଫ୍‌ସି ପ୍ରସ୍ତାବ

ନୂଆଦିଲ୍ଲୀ,୨୫।୪- ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ରେ ପ୍ରତିନିଧିତ୍ୱ କରିଥିବା ଭାରତୀୟ ଦଳର ଗୋଲକିପର ଧିରଜ ସିଂ ମୌରାଙ୍ଗଥେମଙ୍କୁ ସ୍କଟ୍ଟିଶ ପ୍ରିମିୟର ଲିଗ୍‌ ଦଳ ମଦରଓ୍ବେଲ ଏଫ୍‌ସି ପକ୍ଷରୁ ୩ ବର୍ଷୀୟ ଚୁକ୍ତି ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ଦଳ ସହ ସେ ଗତ ଦୁଇ ମାସ ହେଲା ଅଭ୍ୟାସ କରୁଛନ୍ତି। ସ୍କଟଲାଣ୍ଡଠାରେ ଅଭ୍ୟାସ ସେସନରେ ସେ ମଦରଓ୍ବେଲ ଏଫ୍‌ସି କୋଚ୍‌ଙ୍କୁ ଆକର୍ଷିତ କରିପାରିଛନ୍ତି।

ଷ୍ଟୁଟ୍ଟଗାର୍ଟ ଗ୍ରାଁ ପ୍ରି:  ପ୍ରଥମ ରାଉଣ୍ଡରୁ ଶାରାପୋଭା ବାଦ୍‌

ଷ୍ଟୁଟ୍ଟଗାର୍ଟ ଗ୍ରାଁ ପ୍ରି: ପ୍ରଥମ ରାଉଣ୍ଡରୁ ଶାରାପୋଭା ବାଦ୍‌

ଷ୍ଟୁଟ୍ଟଗାର୍ଟ (ଜର୍ମାନୀ),୨୫।୪(ଏଏଫ୍‌ପି) - ପାଞ୍ଚ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ୍‌ ମାରିଆ ଶାରାପୋଭା ଚଳିତଷ୍ଟୁଟ୍ଟଗାର୍ଟ ଗ୍ରାଁ ପ୍ରି ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରୁ ବିଦା ହୋଇଛନ୍ତି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ୪୧ତମ ର଼୍ୟାଙ୍କଧାରୀ ଖେଳାଳିଙ୍କୁ ୬-୩, ୬-୭(୬/୮), ୪-୬ ସେଟ୍‌ରେ କାରୋଲିନ ଗାର୍ସିଆ ପରାସ୍ତ କରିଛନ୍ତି।

ଉର୍ମିଳା ଫୁଟବଲ କ୍ଲବର ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର, ୨୫।୪(ସ୍ପୋଟର୍‌ସ ବ୍ୟୁରୋ)-ଉର୍ମିଳା ଫୁଟବଲ କ୍ଲବ ପକ୍ଷରୁ ମହିଳା ମାନଙ୍କ ପାଇଁ ଏକ ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ଚଳିତମାସ ୨୬ ତାରିଖରୁ ଆରମ୍ଭ ହେବ। ୟୁନିଟ-୯ ବାଳିକା ବିଦ୍ୟାଳୟ ପଡ଼ିଆରେ ଏହା ମେ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାମଣି ନନ୍ଦ ପ୍ରକାଶ କରିଛନ୍ତି। ୨୦୦୮ରୁ କ୍ରମାଗତଭାବେ ଏହି କ୍ଲବ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଆସୁଛି। ଏଥର ଶିବିରରେ ଟାଟା ଫୁଟବଲ ଏକାଡେମୀରୁ ତାଲିମପ୍ରାପ୍ତ ତଥା ଭାରତୀୟ ଜୁନିୟର ଫୁଟବଲ ଦଳରେ ଖେଳିଥିବା ପ୍ରସନ୍ନ କୁମାର ଦାସ, ପୂର୍ବତନ ଖେଳାଳି ବରୁଣ ମାଝି, ଟୁନା ଖାଁ ଏବଂ କୃଷ୍ଣ ମହାରଣା ପ୍ରମୁଖ ପ୍ରଶିକ୍ଷଣ ଦେବେ। ଶିବିରରେ ଭାଗ ନେବାକୁ ଚାହୁଁଥିବା ଖେଳାଳିମାନେ ୟୁନିଟ-୯ ବିଦ୍ୟାଳୟ ଖେଳ ଶିକ୍ଷୟିତ୍ରୀ ଉର୍ମିଳା ଦାସଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି।

ଗୁରୁକୂଳ ୫୦କେ ପୁରୁଷ ର଼୍ୟାଙ୍କିଙ୍ଗ ଟେନିସ:ଚିନ୍ମୟ, ଆଶୁତୋଷ କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର,୨୫।୪(କ୍ରୀଡ଼ା ପ୍ରତିନିଧି)-ଅଲଇଣ୍ଡିଆ ଟେନିସ ଆସୋସିଏଶନ(ଏଆଇଟିଏ) ଓ ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ)ର ଅନୁମୋଦନକ୍ରମେ ମେଣ୍ଢାଶାଳସ୍ଥିତ ଗୁରୁକୂଳ ଟେନିସ ରିସର୍ଟରେ ଆରମ୍ଭ ହୋଇଛି ୫୦କେ ପୁରୁଷ ର଼୍ୟାଙ୍କିଙ୍ଗ ଟେନିସ ଟୁର୍ନାମେଣ୍ଟ। ମଙ୍ଗଳବାର ଅନୁଷ୍ଠିତ ପ୍ରି-କ୍ୱାର୍ଟର ଫାଇନାଲରେ ବିଜୟ ହାସଲ କରି ଓଡ଼ିଶାର ଚିନ୍ମୟ ପ୍ରଧାନ ଓ ଆଶୁତୋଷ ଦାସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଟପ୍‌ ସିଡ୍‌ର ମାନ୍ୟତା ପାଇଥିବା ଚିନ୍ମୟ ମହାରାଷ୍ଟ୍ରର ମନଭୀର ସିଂ ରାନ୍ଧଓ୍ବାଙ୍କୁ ୬-୨, ୬-୨ ସେଟ୍‌ରେ ହରାଇ ଆଗକୁ ବଢ଼ିଛନ୍ତି। ସେହିପରି ଆଶୁତୋଷ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମଧ୍ୟପ୍ରଦେଶର ଉତ୍କର୍ଷ ତିଓ୍ବାରୀଙ୍କୁ୬-୭(୫), ୬-୦, ୬-୧ ସେଟ୍‌ରେ ପରାସ୍ତ କରିଛନ୍ତି।

ଜାତୀୟ ଜୁନିୟର ହକି ପାଇଁ ଗାଙ୍ଗପୁର ଦଳ

ଜାତୀୟ ଜୁନିୟର ହକି ପାଇଁ ଗାଙ୍ଗପୁର ଦଳ

ଭୁବନେଶ୍ୱର, ୨୫।୪(କ୍ରୀଡ଼ା ପ୍ରତିନିଧି)-ଭୋପାଳରେ ଚଳିତମାସ ୨୬ରୁ ମେ ୬ ପର୍ଯ୍ୟନ୍ତ ୮ମ ଜାତୀୟ ଜୁନିୟର (ଗ୍ରେଡ୍‌-ଏ) ହକି ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଉଭୟ ମହିଳା ଓ ପୁରୁଷ ହକି ଗାଙ୍ଗପୁର ଦଳ ଘୋଷଣା କରାଯାଇଛି। ହକି ଗାଙ୍ଗପୁର ମହିଳା ଦଳ: ମାଧୁରି କିଣ୍ଡୋ(ଗୋଲକିପର), ଫିଲିସିଆ ଟପ୍ପୋ, ରାହିଲ ତିର୍କୀ, ଲକ୍ଷ୍ମୀ ଏକ୍କା(ଉପଅଧିନାୟିକା), ରିଙ୍କି କୁଜୁର, ସୁଶାନ୍ତି ମିଞ୍ଜ, ରୋଜିତା କୁଜୁର, ପ୍ରେମାଞ୍ଜଳି ଟପ୍ପୋ, ଜାହ୍ନବୀ ପ୍ରଧାନ, ଜିଓ୍ବନ କିଶୋରୀ ଟପ୍ପୋ(ଅଧିନାୟିକା), ନମ୍ରତା ଜସମିନ, ଜ୍ୟୋତି ଛତର, ଆଞ୍ଜେଲା ଟପ୍ପୋ, ସୁନୀତା ଖାଖା, ବିନିତା କୁଜୁର, ସୋନିଆ ଟପ୍ନୋ, ଆଟେନ ଟପ୍ନୋ, ସାଇନାଜ ଖାତୁନ। ମ୍ୟାନେଜର: ସୁରଜ କେର୍କେଟା, କୋଚ୍‌: ଫ୍ଲୋରେନ୍ସିଆ ଏକ୍କା।

ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌:ପଞ୍ଚମ ଦିବସରେ ୧୨ଟି ମ୍ୟାଚ

ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌:ପଞ୍ଚମ ଦିବସରେ ୧୨ଟି ମ୍ୟାଚ

ସମ୍ବଲପୁର, ୨୫।୪(ବ୍ୟୁରୋ)- ସମ୍ବଲପୁର ରିଜର୍ଭ ପୋଲିସ ପଡିଆ ଗ୍ରାଉଣ୍ଡ ରେ ଚାଲିଥିବା ୭୫ତମ ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌- ୨୦୧୮ ମଙ୍ଗଳବାର ଖେଳରେ ୧୨ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩ଟି ମ୍ୟାଚ ୩ ସେଟ ଏବଂ ୯ଟି ମ୍ୟାଚ ୨ସେଟ୍‌ ଖେଳା ଯାଇଥିଲା। ଗ୍ରାଉଣ୍ଡ-୧ରେ ପ୍ରଥମ ମ୍ୟାଚ କେନ୍ଦ୍ରାପଡା ବନାମ କେନ୍ଦୁଝର ଦ୍ୱିତୀୟ ଏସଏସବିଏନ ମଧ୍ୟରେ ହୋଇଥିଲା । ଏଥିରେ କେନ୍ଦୁଝର ଦ୍ୱିତୀୟ ଏସଏସବିଏନ ୨୫-୧୭ ଓ ୨୫-୧୭ ପଏଣ୍ଟରେ ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ କୋରାପୁଟ ପ୍ରଥମ ଆଇଆରବିଏନ୍‌ ୨୫-୧୭ ଓ ୨୫-୧୩ ପଏଣ୍ଟରେ କମିଶନରେଟ ପୋଲିସ (ବି)କୁ ହରାଇଥିଲା ।

ଶ୍ରଦ୍ଧାଞ୍ଜଳି ମା’ଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ୨୫।୪(ସ୍ପୋଟର୍‌ସ ବ୍ୟୁରୋ)- ପୂର୍ବତନ ଭାରତୀୟ ମହିଳା ଫୁଟବଲ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ମା’ ତଥା ରାଜ୍ୟରେ ମହିଳା ଫୁଟବଲର ପ୍ରତିଷ୍ଠା ଓ ପ୍ରଚାର ପ୍ରସାର ପାଇଁ ଅବିଶ୍ରାନ୍ତ ସହଯୋଗ କରି ଆସିଥିବା ସ୍ବର୍ଗତା ରଶ୍ମି ସାମନ୍ତରାୟଙ୍କ ପ୍ରଥମ ବାର୍ଷିକ ସ୍ମୃତିଚାରଣ ଓ ଶ୍ରାଦ୍ଧୋତ୍ସବ ମଙ୍ଗଳବାର ଏଠାରେ ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ ଏକ କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ରାଜ୍ୟ ସଭା ସଦସ୍ୟ ଅଚ୍ୟୁତ ସାମନ୍ତ, ମେୟର ଅନନ୍ତ ନାରାୟଣ ଜେନା, ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତିଙ୍କ ସମେତ ରାଜ୍ୟ କ୍ରୀଡ଼ା ଜଗତର ଅନେକ କ୍ରୀଡ଼ାବିତ୍‌, କୋଚ୍‌ ଏବଂ ଶୁଭେଚ୍ଛୁ ଯୋଗଦେଇ ଓଡ଼ିଶା କ୍ରୀଡ଼ାକୁ ସ୍ବର୍ଗତା ସାମନ୍ତରାୟଙ୍କ ଅବଦାନର ସ୍ମୃତିଚାରଣ କରିଥିଲେ।

ଆନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟବଲ:ଫୁଲବାଣୀ, ବଲାଙ୍ଗୀର, ବାଲେଶ୍ୱର ବିଜୟୀ

ଆନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟବଲ:ଫୁଲବାଣୀ, ବଲାଙ୍ଗୀର, ବାଲେଶ୍ୱର ବିଜୟୀ

ଭୁବନେଶ୍ୱର,୨୫।୪(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଆନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟବଲ ଟୁର୍ନାମେଣ୍ଟର ୪ର୍ଥ ଦିବସରେ ମୋଟ ୪ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ ଫୁଲବାଣୀ, ବଲାଙ୍ଗୀର ଓ ବାଲେଶ୍ୱର କ୍ରୀଡ଼ା ଛାତ୍ରାବାସ ବିଜୟ ହାସଲ କରିଛନ୍ତି। ଫୁଲବାଣୀ ଦଳ ୫-୦ ଗୋଲରେ ମିଳିତ ‘ବି’ ଦଳକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଧନେଶ୍ୱର ବେସ୍ରା ୨ଟି ଏବଂ ଦୁଖିଆ ମାରାଣ୍ଡି, ରବି ମାଢ଼ି ଓ ଝୁନୁ କୁଲଡି ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଅନ୍ୟଏକ ମ୍ୟାଚରେ ବଲାଙ୍ଗୀର ୪-୦ ଗୋଲରେ କେନ୍ଦୁଝର କ୍ରୀଡ଼ା ଛାତ୍ରାବାସକୁ ପରାସ୍ତ କରିଛି। ଜଗନ୍ନାଥ ଟୁଡୁ ୨ଟି ଏବଂ ରାଜନ ମାଝି ଓ ରଘୁ ମାରାଣ୍ଡି ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଦୁଲା ମୁର୍ମୁଙ୍କ ଏକମାତ୍ର ଗୋଲ ବଳରେ ବାଲେଶ୍ୱର କ୍ରୀଡ଼ା ଛାତ୍ରାବାସ ୧-୦ ଗୋଲରେ ସୁନ୍ଦରଗଡ଼କୁ ପରାସ୍ତ କରିଛି। ସମ୍ବଲପୁର ଓ ଭବାନୀପାଟଣା କ୍ରୀଡ଼ା ଛାତ୍ରାବାସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି। ସମ୍ବଲପୁର ପକ୍ଷରୁ ସୁଶାନ୍ତ କୁମାର ନାୟକ ଏବଂ ଭବାନୀପାଟଣା ପକ୍ଷରୁ କର୍ମା ମାହାତୋ ଗୋଟିଏ ଲେଖାଏ ଗୋଲ ଦେଇଥିଲେ।

ଝିଲିଙ୍କୁ ରୌପ୍ୟ ପଦକ

ଝିଲିଙ୍କୁ ରୌପ୍ୟ ପଦକ

ଭୁବନେଶ୍ୱର, ୨୫।୪(କ୍ରୀଡ଼ା ପ୍ରତିନିଧି)-ଉଜବେକିସ୍ତାନରେ ଅନୁଷ୍ଠିତ ଏସିଆନ ଜୁନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଝିଲି ଦଳବେହେରା ରୌପ୍ୟ ପଦକ ହାସଲ କରିଛନ୍ତି। ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ ଝିଲି ମହିଳା ୪୮ କେଜି କାଟେଗୋରି ସ୍ନାଚ୍‌ରେ ୭୩, କ୍ଲିନ ଆଣ୍ଡ ଜର୍କରେ ୯୩ କେଜି ଏହିପରି ମୋଟ ୧୬୬ କେଜି ଭାର ଉଠାଇ ଏହି ସଫଳତା ପାଇଛନ୍ତି। ପ୍ରଦର୍ଶନରେ ସ୍ଥିରତା ରଖିବାରେ ସକ୍ଷମ ହୋଇଥିବା ଝିଲି ଏହା ପୂର୍ବରୁ ଗତ ଫେବୃୟାରୀରେ ବିଶାଖାପାଟଣାରେ ଅନୁଷ୍ଠିତ ଜାତୀୟ ସବ୍‌ଜୁନିୟର ଓ ଜୁନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ହାସଲ କରିଥିଲେ। ଏହା ବ୍ୟତୀତ ସେ ଗତବର୍ଷ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଓ ଓସେନିଆ ଚାମ୍ପିୟନଶିପ୍‌ରେ ୪୮ କେଜି ଜୁନିୟର କାଟେଗୋରିରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

ଡିଜିପିଙ୍କୁ ଭେଟିଲେ ୩ ପୋଲିସ ଖେଳାଳି

କଟକ ଅଫିସ,୨୫।୪- ନୂଆଦିଲ୍ଲୀ ଠାରେ ସମାପ୍ତ ହୋଇଥିବା ସର୍ବଭାରତୀୟ ପୋଲିସ ଜୁଡ଼ୋ କ୍ଲଷ୍ଟର ପ୍ରତିଯୋଗିତାରେ ପଦକ ଜିତିଥିବା ୩ଜଣ ଖେଳାଳି ମଙ୍ଗଳବାର ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିଥିଲେ। ଏହି ୩ ଖେଳାଳି ହେଲେ ବିମଳ ଥାପା, ବର୍ଷା ନାଥ ଓ ପ୍ରତ୍ୟୁଷ କୁମାର କହଁର। ଉଷୁ ବିଭାଗରେ ଏହି ୩ଜଣ ବ୍ରୋଞ୍ଜ ବିଜୟୀ ହୋଇଥିଲେ । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଡ. ଶର୍ମା ଅଭ୍ୟାସ ଜାରି ରଖିବା ସହ ଆଗାମୀ ଦିନରେ ଆହୁରି ପଦକ ଜିତିବାକୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଓଡ଼ିଶା ପୋଲିସର କ୍ରୀଡ଼ା ଅଧିକାରୀ ବିଭୂତି ଭୂଷଣ ପରିଡ଼ା ଉପସ୍ଥିତ ଥିଲେ ।