ଖେଳ |

ବାର୍ସିଲୋନାର ବୃହତ୍‌ ବିଜୟ

ବାର୍ସିଲୋନାର ବୃହତ୍‌ ବିଜୟ

ମାଡ୍ରିଡ୍‌, ୧୮।୧୨- ଚଳିତ ଲା’ ଲିଗା ଲିଗ୍‌ରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ବାର୍ସିଲୋନା କ୍ଲବକୁ ବୃହତ୍‌ ବିଜୟ ମିଳିଛି। ଏଠାରେ ଅନୁଷ୍ଠିତ ମୁକାବିଲାରେ ଡିପୋର୍ଟିଭୋ ଲା କୋରୁନାକୁ ୦-୪ ବ୍ୟବଧାନରେ ବାର୍ସିଲୋନା ହରାଇଛି। ବିଜୟ ଦଳ ପାଇଁ ଲୁଇସ୍‌ ସୁଆରେଜ (୨୯ ଓ ୪୭ତମ) ଓ ପୌଲିନୋ (୪୧ ଓ ୭୫ତମ) ୨ଟି ଲେଖାଏ ଗୋଲ ଦେଇଥିଲେ। ବାର୍ସିଲୋନାର ଷ୍ଟାର ଖେଳାଳି ଲିଓନାଲ ମେସି ଏକ ପେନାଲ୍ଟିକୁ ଗୋଲ୍‌ରେ ପରିବର୍ତ୍ତନ କରିବାରେ ବିଫଳ ହୋଇଥିଲେ। ନଚେତ୍‌ ଏହି ବିଜୟ ଆହୁରି ବୃହତ୍‌ ହୋଇପାରିଥାନ୍ତା। ବିଜୟ ଯୋଗୁ ବାର୍ସିଲୋନା କ୍ଲବ ଚଳିତ ଲିଗ୍‌ ପଏଣ୍ଟ ଟେବୁଲ ଶୀର୍ଷରେ ନିଜ ସ୍ଥାନକୁ ଦୃଢ଼ୀଭୂତ କରିଛି। ବାର୍ସିଲୋନା ସର୍ବାଧିକ ୪୨ ପଏଣ୍ଟ ସହ ଶୀର୍ଷରେ ଥିବାବେଳେ ଆଟଲେଟିକୋ ମାଡ୍ରିଡ୍‌ ୩୬ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛି। ଡିଫେଣ୍ଡିଂ ଚାମ୍ପିୟନ୍‌ ରିୟଲ ମାଡ୍ରିଡ୍‌ ଦଳ ୩୧ ପଏଣ୍ଟ ସହ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ଅବଶ୍ୟ ମାଡ୍ରିଡ୍‌ କ୍ଲବ ଅନ୍ୟ କ୍ଲବ ଅପେକ୍ଷା ଗୋଟିଏ ମ୍ୟାଚ୍‌ କମ୍‌ ଖେଳିଛି

All Right Reserved By

ଖେଳ |

ୟୁଥ୍‌ ଟେଷ୍ଟ: ଶୂନରେ ଆଉଟ୍‌ ହେଲେ ତେନ୍ଦୁଲକର

ୟୁଥ୍‌ ଟେଷ୍ଟ: ଶୂନରେ ଆଉଟ୍‌ ହେଲେ ତେନ୍ଦୁଲକର

କଲେମ୍ବୋ, ୧୯।୭- କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକର ତାଙ୍କ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ରେ ଖାତା ଖୋଲିବାରେ ବିଫଳ ହୋଇଛନ୍ତି। ଘରୋଇ ଶ୍ରୀଲଙ୍କା ୧୯ ବର୍ଷରୁ କମ୍‌ ଦଳ ବିପକ୍ଷରେ ଏଠାରେ ଚାଲିଥିବା ପ୍ରଥମ ୟୁଥ୍‌ ଟେଷ୍ଟ ମ୍ୟାଚରେ ଭାରତର ପ୍ରଥମ ଇନିଂସରେ ନବମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅର୍ଜୁନ ୧୧ଟି ବଲର ସମ୍ମୁଖୀନ ହୋଇଥିଲେ ମଧ୍ୟ ଖାତା ଖୋଲିପାରି ନ ଥିଲେ।

ସଙ୍କଟରେ ଶାହଙ୍କ କ୍ୟାରିୟର

ସଙ୍କଟରେ ଶାହଙ୍କ କ୍ୟାରିୟର

କୋଲକାତା, ୧୯।୭(ପି.ଟି.)- ଇଂଲଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ ଲାଗି ଘୋଷିତ ଭାରତୀୟ ଦଳରୁ ନିୟମିତ ଉଇକେଟ୍‌କିପର ରିଦ୍ଧିମାନ ଶାହଙ୍କୁ ବାଦ୍‌ ଦିଆଯାଇଛି। ଆଙ୍ଗୁଠିଜନିତ ଆଘାତ ସମସ୍ୟା ଲାଗି ଶାହଙ୍କୁ ବାଦ୍‌ ଦିଆଯାଉଥିବା କୁହାଯାଉଥିଲେ ମଧ୍ୟ ପ୍ରକୃତରେ ତାଙ୍କ କାନ୍ଧରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏଥିସକାଶେ ଅପରେଶନ ଲାଗି ଶାହ ଆସନ୍ତା ମାସରେ ବ୍ରିଟେନ ଯିବେ ବୋଲି ଜଣାପଡ଼ିଛି।

ବୋଲିଂ କୋଚ୍‌ଙ୍କୁ ଦେଖାଇବାକୁ ବଲ୍‌ ଆଣିଥିଲେ ଧୋନୀ: ଶାସ୍ତ୍ରୀ

ବୋଲିଂ କୋଚ୍‌ଙ୍କୁ ଦେଖାଇବାକୁ ବଲ୍‌ ଆଣିଥିଲେ ଧୋନୀ: ଶାସ୍ତ୍ରୀ

ନୂଆଦିଲ୍ଲୀ, ୧୯।୭- ଭାରତୀୟ କ୍ରିକେଟର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ସୋସିଆଲ ମିଡିଆ ଓ ବିଭିନ୍ନ ଗଣମାଧ୍ୟରେ ଚାଲିଥିବା ଚର୍ଚ୍ଚାରେ ଭାରତୀୟ ଦଳର କୋଚ୍‌ ରବି ଶାସ୍ତ୍ରୀ ପୂର୍ଣ୍ଣଛେଦ ଟାଣିଛନ୍ତି।

ଆଲିସନଙ୍କୁ ରେକର୍ଡ ମୂଲ୍ୟରେ ନେଇପାରେ ଲିଭରପୁଲ

ଆଲିସନଙ୍କୁ ରେକର୍ଡ ମୂଲ୍ୟରେ ନେଇପାରେ ଲିଭରପୁଲ

ଲଣ୍ଡନ, ୧୯।୭(ଏଏଫ୍‌ପି)- ଇଂଲିଶ ପ୍ରିମିୟର ଲିଗ୍‌ର ପ୍ରମୁଖ କ୍ଲବ ଲିଭରପୁଲ୍‌ ବ୍ରାଜିଲ ଗୋଲକିପର ଆଲିସନ ବେକରଙ୍କ ସହ ରେକର୍ଡ ୭୫ ମିଲିୟନ ୟୁରୋ ମୂଲ୍ୟରେ ଆଗାମୀ ୫ ବର୍ଷ ଲାଗି ଚୁକ୍ତି କରିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ଆଜାରେଙ୍କା ୟୁଏସ୍‌ ଓପନ୍‌କୁ ସିଧାସଳଖ ପ୍ରବେଶରୁ ବଞ୍ଚିତ

ଆଜାରେଙ୍କା ୟୁଏସ୍‌ ଓପନ୍‌କୁ ସିଧାସଳଖ ପ୍ରବେଶରୁ ବଞ୍ଚିତ

ନ୍ୟୁୟର୍କ, ୧୯।୭(ଏପି)- ବର୍ଷର ଅନ୍ତିମ ତଥା ୪ର୍ଥ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ ଅଗଷ୍ଟ ୨୭ରୁ ଆରମ୍ଭ ହେବ। ତେବେ ଦୁଇଥର ୟୁଏସ୍‌ ଓପନ୍‌ ଉପବିଜୟିନୀ ଭିକ୍ଟୋରିଆ ଆଜାରେଙ୍କା ଏହି ସମ୍ମାନଜନକ ପ୍ରତିଯୋଗିତାକୁ ସିଧାସଳଖ ପ୍ରବେଶ କରିବାରୁ ବଞ୍ଚତ୍ତ ହୋଇଛନ୍ତି। ୟୁଏସ୍‌ ଓପନ୍‌କୁ ପ୍ରବେଶ ଲାଗି ପ୍ରକାଶ ପାଇଥିବା କଟ୍‌ ଅଫ୍‌ ର଼୍ୟାଙ୍କିଙ୍ଗ୍‌ ବାହାରେ ୩୧ ବର୍ଷୀୟା ଆଜାରେଙ୍କା ରହୁଥିବାରୁ ସିଧାସଳଖ ମୁଖ୍ୟ ପର୍ଯ୍ୟାୟକୁ ପ୍ରବେଶ କରିପାରି ନାହାନ୍ତି।

ବଲ୍‌ ଟ୍ୟାମ୍ପରିଂ ନେଇ ସ୍ପଷ୍ଟ ନୀତି ଚାହୁଁଛି ଶ୍ରୀଲଙ୍କା

ବଲ୍‌ ଟ୍ୟାମ୍ପରିଂ ନେଇ ସ୍ପଷ୍ଟ ନୀତି ଚାହୁଁଛି ଶ୍ରୀଲଙ୍କା

କଲମ୍ବୋ, ୧୯।୭(ଏଏଫପି)- କ୍ରିକେଟରେ ବଲ୍‌ ଟ୍ୟାମ୍ପରିଂ ନେଇ ସ୍ପଷ୍ଟ ତଥା ସରଳ ନୀତି ଆପଣେଇବା ଆବଶ୍ୟକ ବୋଲି ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ଫୈଜର ମୁସ୍ତାଫା କହିଛନ୍ତି। ସେ ଏନେଇ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ନିକଟରେ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏସିଆନ ଜୁନିୟର ରେସଲିଂ: ଭୀରେଶ ଜିତିଲେ ବ୍ରୋଞ୍ଜ

ଏସିଆନ ଜୁନିୟର ରେସଲିଂ: ଭୀରେଶ ଜିତିଲେ ବ୍ରୋଞ୍ଜ

ନୂଆଦିଲ୍ଲୀ, ୧୯।୭(ପି.ଟି.)- ଏଠାରେ ଚାଲିଥିବା ଏସିଆନ ଜୁନିୟର ରେସଲିଂ ଚାମ୍ପିୟନଶିପ୍‌ର ୨ୟ ଦିବସରେ ବୁଧବାର ଭୀରେଶ କୁଣ୍ଡୁ ବ୍ରୋଞ୍ଜ ପଦକ ଜିତି ଭାରତର ସମ୍ମାନ ରଖିଛନ୍ତି। ଦିବସରେ ଭାରତର ପଦକ ଆଶା ମଉଳି ଯାଉଥିବାବେଳେ ୯୭ କିଗ୍ରା ବର୍ଗର ଏକ

ଯୁବ ପ୍ରତିଭାଙ୍କୁ ପ୍ରଶିକ୍ଷଣ ଦେବ ତେନ୍ଦୁଲକର ମିଡିଲସେକ୍ସ ଗ୍ଲୋବାଲ ଏକାଡେମୀ

ଯୁବ ପ୍ରତିଭାଙ୍କୁ ପ୍ରଶିକ୍ଷଣ ଦେବ ତେନ୍ଦୁଲକର ମିଡିଲସେକ୍ସ ଗ୍ଲୋବାଲ ଏକାଡେମୀ

ମୁମ୍ବାଇ, ୧୯।୭(ପି.ଟି.)- କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଯୁବ କ୍ରିକେଟରଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ଏକ ନୂତନ କ୍ରିକେଟ ଏକାଡେମୀ ଖୋଲିଛନ୍ତି। ଏହି କ୍ରିକେଟ ଏକାଡେମୀର ନାମ ‘ତେନ୍ଦୁଲକର ମିଡିଲସେକ୍ସ ଗ୍ଲୋବାଲ ଏକାଡେମୀ’ (ଟିଏମ୍‌ଜିଏ)ରଖାଯାଇଛି।

ପ୍ରଥମ ମ୍ୟାଚରେ ଭାରତ ପରାସ୍ତ

ପ୍ରଥମ ମ୍ୟାଚରେ ଭାରତ ପରାସ୍ତ

ନୂଆଦିଲ୍ଲୀ, ୧୯।୭- ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହୋଇଥିବା ୧୭ ବର୍ଷରୁ କମ୍‌ ମହିଳା ବ୍ରିକ୍ସ ଫୁଟବଲ ଟୁର୍ନାମେଣ୍ଟରେ ଭାରତ ବୁଧବାର ଏହାର ପ୍ରଥମ ମ୍ୟାଚରେ ହାରି ଯାଇଛି। ଦ୍ୱିତୀୟାର୍ଦ୍ଧରେ ୪ ଗୋଲ ସହାୟତାରେ ଘରୋଇ ଦକ୍ଷିଣ ଆଫ୍ରିକା ୫-୧ ଗୋଲରେ ଭାରତକୁ ପରାସ୍ତ କରିଛି।

ପୁନମଙ୍କ ଅଲରାଉଣ୍ଡର ପ୍ରଦର୍ଶନ, ପୂର୍ବାଞ୍ଚଳ ବିଜୟୀ

ପୁନମଙ୍କ ଅଲରାଉଣ୍ଡର ପ୍ରଦର୍ଶନ, ପୂର୍ବାଞ୍ଚଳ ବିଜୟୀ

କଟକ ଅଫିସ,୧୯ା୭- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓ ତାମିଲନାଡୁ କ୍ରିକେଟ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଚେନ୍ନାଇରେ ଚାଲିଥିବା ୧୯ବର୍ଷରୁ କମ୍‌ ବାଳିକା ଆନ୍ତଃ ଜୋନାଲ ଏକ ଦିବସୀୟ କ୍ରିକେଟ ଟୁର୍ନାମେଣ୍ଟର ବୁଧବାର ଏକ ମ୍ୟାଚ୍‌ରେ ପୂର୍ବାଞ୍ଚଳ ୭ ଉଇକେଟରେ ଦକ୍ଷିଣାଞ୍ଚଳକୁ ପରାସ୍ତ କରିଛି ।

ଏସିଆନ ଗେମ୍ସ ପାଇଁ ଭରତ, ମୌବମ, ଶ୍ରେୟା ମନୋନୀତ

ଏସିଆନ ଗେମ୍ସ ପାଇଁ ଭରତ, ମୌବମ, ଶ୍ରେୟା ମନୋନୀତ

ଭୁବନେଶ୍ୱର, ୧୯।୭(କ୍ରୀଡ଼ା ପ୍ରତିନିଧି)- ଆସନ୍ତା ଏସିଆନ୍‌ ଗେମ୍ସକୁ ଦୃଷ୍ଟିରେ ରଖି କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟ କ୍ଲାଇମ୍ବିଂ କମ୍ପ୍ଲେକ୍ସରେ ୩ ସପ୍ତାହଧରି ଚାଲିଥିବା ଭାରତୀୟ ଦଳର ଚୂଡ଼ାନ୍ତ ପ୍ରଶିକ୍ଷଣ ଶିବିର ବୁଧବାର ଶେଷ ହୋଇଛି।

ୟୁଥ୍‌ ଟେଷ୍ଟ: ତାଇଡେ, ବଦୋନିଙ୍କ ଶତକ: ଦୃଢ଼ ସ୍ଥିତିରେ ଭାରତ

ୟୁଥ୍‌ ଟେଷ୍ଟ: ତାଇଡେ, ବଦୋନିଙ୍କ ଶତକ: ଦୃଢ଼ ସ୍ଥିତିରେ ଭାରତ

କଲମ୍ବୋ, ୧୮।୭(ପି.ଟି.)- ଶ୍ରୀଲଙ୍କା ବିପକ୍ଷରେ ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ ୟୁଥ୍‌ ଟେଷ୍ଟ କ୍ରିକେଟରେ (୪ ଦିବସୀୟ) ଆଥରଓ୍ବା ତାଇଡେ ଓ ଆୟୂଷ ବଦୋନିଙ୍କ ଶତକ ବଳରେ ଭାରତୀୟ କ୍ରିକେଟ ଦଳ ଡ୍ରାଇଭର ସିଟ୍‌ରେ ରହିଛି।

Model This Week

ରୂପେଶ