ଖେଳ |

ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌:୫ମ ସ୍ଥାନରେ ରୋହିତ

ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌:୫ମ ସ୍ଥାନରେ ରୋହିତ
ଦୁବାଇ, ୧୮।୧୨(ପି.ଟି.)- ଭାରତୀୟ ଓପନର ରୋହିତ ଶର୍ମାଙ୍କ ୩ୟ ଦ୍ୱିଶତକୀୟ ପାଳି ଯୋଗୁ ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗ୍‌ରେ ତାଙ୍କ ମାନ୍ୟତାରେ ଉନ୍ନତି ଘଟିଛି। ସେ ପୂର୍ବ ଅପେକ୍ଷା ୨ଟି ସୋପାନ ଉପରକୁ ଉଠି ୫ମ ସ୍ଥାନ ଅଧିକାର କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ଉନ୍ନତ ପ୍ରଦର୍ଶନ କାରଣରୁ ତାଙ୍କ ପଏଣ୍ଟ ସଂଖ୍ୟା ପ୍ରଥମ ଥର ପାଇଁ ୮୦୦ ଅତିକ୍ରମ କରିଛି। ବର୍ତ୍ତମାନ ତାଙ୍କ ନିକଟରେ ୮୧୬ ପଏଣ୍ଟ ରହିଛି। ତାଙ୍କ ଓପନିଂ ଯୋଡ଼ିଦାର ଶିଖର ଧାଓ୍ବନଙ୍କ ର଼୍ୟାଙ୍କିଙ୍ଗରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ସେ ୩ଟି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ମୋଟ ୧୬୮ ରନ୍‌ କରିଥିଲେ। ଏଥିରେ ତାଙ୍କର ଅପରାଜିତ ଶତକ ସହ ଏକ ଅର୍ଦ୍ଧଶତକୀୟ ପାଳି ମଧ୍ୟ ରହିଛି। ଏଭଳି ପ୍ରଦର୍ଶନ ପାଇଁ ସେ ୧୪ତମ ସ୍ଥାନକୁ ଉଠିଛନ୍ତି। ଅନ୍ୟପକ୍ଷରେ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ଖେଳିନଥିବା ବିରାଟ କୋହଲି ପୂର୍ବଭଳି ତାଲିକା ଶୀର୍ଷରେ ରହିଛନ୍ତି। ତାଙ୍କ ନିକଟରେ ସର୍ବାଧିକ ୮୭୬ ପଏଣ୍ଟ ରହିଛି। ତାଙ୍କ ପଛକୁ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ (୮୭୨) ୨ୟ ସ୍ଥାନରେ ରହିଛନ୍ତି। ଭାରତୀୟ ବୋଲରଙ୍କ ମଧ୍ୟରେ ୟୁଜବେନ୍ଦ୍ର ଚହଲ ୨୩ତମ ସ୍ଥାନକୁ ଉଠିଥିବା ବେଳେ ୫୬ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି କୁଳଦୀପ ଯାଦବ। ହାର୍ଦ୍ଦିକ ପାଣ୍ଡ୍ୟା ନିଜ କ୍ୟାରିୟରରେ ଶ୍ରେଷ୍ଠ ୪୫ତମ ମାନ୍ୟତା ହାସଲ କରିଛନ୍ତି। ଏହାବାଦ୍‌ ଦଳଗତ ର଼୍ୟାଙ୍କିଙ୍ଗରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ଦକ୍ଷିଣ ଆଫ୍ରିକା ୧୨୧ ପଏଣ୍ଟରେ ଶୀର୍ଷରେ ରହିଥିବାବେଳେ ଭାରତ ୧୧୯ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛି।
All Right Reserved By

ଖେଳ |

ଭିନୁ ମଙ୍କଡ ଟ୍ରଫି: ମେଘାଳୟର ବୃହତ ବିଜୟ

ଭିନୁ ମଙ୍କଡ ଟ୍ରଫି: ମେଘାଳୟର ବୃହତ ବିଜୟ

ଭୁବନେଶ୍ୱର, ୨୦।୧୦(ସ୍ପୋଟର୍‌ସ ବ୍ୟୁରୋ)- ଭୁବନେଶ୍ୱରର ବିଭିନ୍ନ ଗ୍ରାଉଣ୍ଡରେ ବିସିସିଆଇ ଆନୁକୂଲ୍ୟରେ ଚାଲିଥିବା ୧୯ ବର୍ଷରୁ  କମ୍‌ ଭିନୁ ମଙ୍କଡ ଟ୍ରଫି କ୍ରିକେଟ ପ୍ରତିଯୋଗିତାରେ ଶନିବାର ୩ଟି ମ୍ୟାଚ୍‌ ଖେଳାଯାଇଛି। କିଟ୍‌ ଗ୍ରାଉଣ୍ଡରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ମେଘାଳୟ ୧୯୮ ରନର ବୃହତ ବ୍ୟବଧାନରେ ସିକିମକୁ ପରାସ୍ତ କରିଛି। 

ଇଂଲଣ୍ଡ ସିରିଜ ବିଜୟୀ

ଇଂଲଣ୍ଡ ସିରିଜ ବିଜୟୀ

କାଣ୍ଡି (ଶ୍ରୀଲଙ୍କା), ୨୦।୧୦(ଏଏଫ୍‌ପି)- ଘରୋଇ ଶ୍ରୀଲଙ୍କା ବିପକ୍ଷରେ ଶନିବାର ଏଠାରେ ଅନୁଷ୍ଠିତ ୪ର୍ଥ ଦିନିକିଆ କ୍ରିକେଟ ମ୍ୟାଚ୍‌କୁ ଇଂଲଣ୍ଡ ଡିଏଲ୍‌ଏସ୍‌ ପଦ୍ଧତିରେ ୧୮ ରନରେ ଜିତି ନେଇଛି। 

ମୁମ୍ବାଇ ଜିତିଲା ବିଜୟ ହଜାରେ ଟ୍ରଫି

ମୁମ୍ବାଇ ଜିତିଲା ବିଜୟ ହଜାରେ ଟ୍ରଫି

ବେଙ୍ଗାଲୁରୁ,୨୦।୧୦- ଚଳିତ ବିଜୟ ହଜାରେ ଟ୍ରଫି ଦିନିକଆ ଟୁର୍ନାମେଣ୍ଟରେ ମୁମ୍ବାଇ ଦଳ ଚାମ୍ପିୟନ ହୋଇଛି। ମୋଟ ଉପରେ ୩ୟ ଥର ପାଇଁ ମୁମ୍ବାଇ ଦଳ ଏହ ସଫଳତା ପାଇଛି।

‘ରାୟୁଡୁ ୪ର୍ଥ କ୍ରମରେ ବ୍ୟାଟିଂ କଲେ ମଧ୍ୟକ୍ରମର ଅବସ୍ଥା ସୁଧିରିପାରିବ’

‘ରାୟୁଡୁ ୪ର୍ଥ କ୍ରମରେ ବ୍ୟାଟିଂ କଲେ ମଧ୍ୟକ୍ରମର ଅବସ୍ଥା ସୁଧିରିପାରିବ’

ଗୁଆହାଟି,୨୦।୧୦- ବରିଷ୍ଠ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ଦଳର ୪ର୍ଥ କ୍ରମରେ ସ୍ଥାନ ପକ୍କା କଲେ ମଧ୍ୟକ୍ରମର ଅବସ୍ଥା ସୁଧିରି ପାରିବ ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି ଶନିବାର କହିଛନ୍ତି। 

ଦିନିକିଆରେ ପଦାର୍ପଣ କରିବେ ପନ୍ତ

ଦିନିକିଆରେ ପଦାର୍ପଣ କରିବେ ପନ୍ତ

ଗୁଆହାଟି,୨୦।୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଦିନିକିଆ ଲାଗି ଶନିବାର ୧୨ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ୨୦ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଶଭ ପନ୍ତ ଏଥିରେ ସ୍ଥାନ ମିଳିଛି। 

ମହିଳା କରନୀ ସେନା ମୁଖ୍ୟ ଜାଡେଜାଙ୍କ ପତ୍ନୀ

ମହିଳା କରନୀ ସେନା ମୁଖ୍ୟ ଜାଡେଜାଙ୍କ ପତ୍ନୀ

ରାଜକୋଟ,୨୦।୧୦- କ୍ଷେତ୍ରୀୟ ରାଜପୁତ ସମୁଦାୟ କରନୀ ସେନା ନୀର୍ଦ୍ଧଷ୍ଟ ଭାବେ ଗୁଜରାଟ ଓ ରାଜସ୍ଥାନରେ ସକ୍ରିୟ ଅଛନ୍ତି। ଏହି ଗ୍ରୁପ ଗତବର୍ଷ ରିଲିଜ୍‌ ହୋଇଥିବା ଫିଲ୍ମ ‘ପଦ୍ମାବତ’କୁ ସର୍ବଭାରତୀୟ ସ୍ତରରେ କଡ଼ା ବିରୋଧ କରିଥିଲେ। 

ଡେନମାର୍କ ଓପନ: ସେମିରେ ସାଇନା, କିଡାମ୍ବି

ଡେନମାର୍କ ଓପନ: ସେମିରେ ସାଇନା, କିଡାମ୍ବି

ଓଡେନ୍‌ସେ(ଡେନମାର୍କ),୨୦।୧୦(ପି.ଟି.)- ଭାରତୀୟ ଷ୍ଟାର ଶଟଲର ସାଇନା ନେହ୍ବାଲ ଓ କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଡେନମାର୍କ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ସେମିଫାଇନାଲରେ ପ୍ରବେଶ କରିଛନ୍ତି। 

ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍‌

ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍‌

ମୁମ୍ବାଇ,୨୦।୧୦- ଦକ୍ଷିଣ ଆଫ୍ରିକା ଉଇକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକ୍‌ ନିଲାମ ପ୍ରକ୍ରିୟା ପୂର୍ବରୁ ପ୍ରଥମ ଖେଳାଳି ଭାବେ ଦଳ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଡି କକ୍‌ଙ୍କୁ ଗତ ଅକଶନରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର (ଆର୍‌ସିବି) ଦଳ ୨.୮ କୋଟି ଟଙ୍କାର କିଣିଥିଲା।

ପ୍ରବୀଣ କୁମାରଙ୍କ ଅବସର

ପ୍ରବୀଣ କୁମାରଙ୍କ ଅବସର

ଲକ୍ଷ୍ନୌ,୨୦।୧୦- ଭେଟେରାନ ପେସର ପ୍ରବୀଣ କୁମାର ଶନିବାର ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବାର ଦୀର୍ଘ ୧୧ ବର୍ଷ ପରେ ସେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। 

ଆବୁଧାବି ଟେଷ୍ଟ ଜିତିଲା ପାକିସ୍ତାନ

ଆବୁଧାବି ଟେଷ୍ଟ ଜିତିଲା ପାକିସ୍ତାନ

ଆବୁଧାବି,୧୯।୧୦- ପେସର ମହମ୍ମଦ ଆବାସଙ୍କ ଘାତକ ବୋଲିଂ ଆଗରେ ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନ୍‌ ଅଫ୍‌ ଛତ୍ରଭଙ୍ଗ ଦେଇଛି। ଆବାସ ଏହି ମ୍ୟାଚ୍‌ର ଉଭୟ ଇନିଂସ୍‌ରେ ୫ ଉଇକେଟ ପାଇଛନ୍ତି। 

ସଚିନଙ୍କୁ ଚକିତ କଲେ ଲାରା

ସଚିନଙ୍କୁ ଚକିତ କଲେ ଲାରା

ମୁମ୍ବାଇ,୧୯।୧୦- କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଓ୍ବେଷ୍ଟଇଣ୍ଡିଜ୍‌ ପୂର୍ବତନ ଅଧିନାୟକ ବ୍ରାୟନ ଲାରା ଚକିତ କରି ଦେଇଛନ୍ତି। ଲାରା ଶୁକ୍ରବାର ହଠାତ ମୁମ୍ବାଇ ଗସ୍ତ କରିବା ସହ ସଚିନଙ୍କୁ ଭେଟିଛନ୍ତି। 

ଅନ୍ତର୍ଜାତୀୟ କ୍ରିକେଟର ବୁକି ପ୍ରାୟତଃ ଭାରତୀୟ

ଅନ୍ତର୍ଜାତୀୟ କ୍ରିକେଟର ବୁକି ପ୍ରାୟତଃ ଭାରତୀୟ

ନୂଆଦିଲ୍ଲୀ,୧୯।୧୦- ଅନ୍ତର୍ଜାତୀୟ କ୍ରିକେଟର ବୁକିମାନେ ପ୍ରାୟତଃ ଭାରତୀୟ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି)ର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି।