ମେଟ୍ରୋ |

ଆକର୍ଷଣ ସାଜିଲା ମଣିପୁରର ଥାଙ୍ଗ୍‌ ଟା

ଆକର୍ଷଣ ସାଜିଲା ମଣିପୁରର ଥାଙ୍ଗ୍‌ ଟା
ପୁରୀ ଅଫିସ,୧୮।୧୨: ଶରଧାବାଲିସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ଶ୍ରୀକ୍ଷେତ୍ର ମହୋତ୍ସବର ସୋମବାର ତୃତୀୟ ସନ୍ଧ୍ୟାରେ ଆକର୍ଷଣ ସାଜିଥିଲା ମଣିପୁରର ଥାଙ୍ଗ୍‌ ଟା ସମରକଳା। କଳାକାରମାନେ ମଞ୍ଚରେ ଏହି ଦୁଃସାହସିକ ସମରକଳା ପ୍ରଦର୍ଶନ କରିଥିଲେ। ଖଣ୍ଡା, ବର୍ଚ୍ଛା ଆଦିର ଚାଳନା କରି ଦର୍ଶକଙ୍କ ମନରେ ଭୟ ସଞ୍ଚାରି ଦେଇଥିଲେ। ପରେ କଳାହାଣ୍ଡିର ବଜାଶାଳ, ପୁରୀର ନବପ୍ରତିଭା, କଲିକତାର ରାଇବେନ୍‌ସ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସେହିପରି ପିପିଲିର ଲୋକନୃତ୍ୟ ଏବଂ ଶ୍ରୀକ୍ଷେତ୍ର କୁଣ୍ଢେଇବେଣ୍ଟ ଏବଂ ମାର୍କଣ୍ଡେଶ୍ୱର ସାହିର ସାହିଯାତ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ବିବିଧ ନୃତ୍ୟ, ସମରକଳା ଓ ଲୋକନୃତ୍ୟ ବେଶ୍‌ ମନୋମୁଗ୍ଧକର ହୋଇଥିଲା। ଢେର ସମୟ ପର୍ଯ୍ୟନ୍ତ ବସି ଦର୍ଶକ ଏହାର ମଜା ନେଇଥିଲେ। କୁଣ୍ଢେଇବେଣ୍ଟ ସାହି ପଥର ଆଖଡ଼ା ପକ୍ଷରୁ ସାହି ନାୟକ ଶିବ ପ୍ରସାଦ ମହାପାତ୍ର ନୃସିଂହ ମେଢ, ସୁନ୍ଦର ଜାଗାର ରାକେଶ ମହାରଣା ସପ୍ତଶିରା, ହରିହର ନାୟକ ଦୁର୍ଗାମେଢ, ମଲ୍ଲିଗଡ଼ ଜାଗାର ବାଟା ଖୁଣ୍ଟିଆ ନାଗା ବେଶ ବନ୍ଧାଇଥିଲେ। ମାର୍କଣ୍ଡେଶ୍ୱର ସାହି ସାତବଖରା ଜାଗା ପକ୍ଷରୁ ଧୀରେନ୍ଦ୍ର କୁମାର ସାହୁ ସପ୍ତଶିରା ଏବଂ ଆଶୁତୋଷ ପ୍ରଧାନ ମେଢ ନୃତ୍ୟ କରିଥିଲେ। ସନ୍ଧ୍ୟାର ଅତିଥି ଭାବେ ଯୋଗଦେଇ ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର କହିଥିଲେ, ଅତୀତରେ ପୁରୀବାସୀ ଜଗନ୍ନାଥ ମନ୍ଦିରକୁ ସୁରକ୍ଷା ଦେଇଛନ୍ତି। କିନ୍ତୁ ଏବେ ପୁରୀ ସହର ବଦ୍‌ନାମ ହେବାକୁ ଯାଉଥିବା ବେଳେ ସେବକମାନଙ୍କ ସମ୍ମାନ ଦିନକୁ ଦିନ କ୍ଷୁଣ୍ଣ ହେଉଛି। ତେଣୁ ଆମକୁ ଏଥିପ୍ରତି ସଚେତନ ହେବାକୁ ହେବ। ଜଗନ୍ନାଥ ସଂସ୍କୃତିର ଉନ୍ନତି ଦିଗରେ ସମସ୍ତଙ୍କୁ କାମ କରିବାକୁ ପଡିବ। ଅନ୍ୟମାନଙ୍କ ମଧ୍ୟରେ ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଶ୍ରୀକ୍ଷେତ୍ର ମହୋତ୍ସବ ପରିଚାଳନା କମିଟି ସଭାପତି ସାଗର ଦୀନବନ୍ଧୁ ପ୍ରତିହାରୀ, ସଙ୍ଗଠନ ସମ୍ପାଦକ କୋଠାରୀ ନାରାୟଣ ମେକାପ, କାର୍ଯ୍ୟକାରୀ ସମ୍ପାଦକ ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଯୁଗ୍ମ ସମ୍ପାଦକ ଚକ୍ରଧର ମହାପାତ୍ର, କୋଷାଧ୍ୟକ୍ଷ ଡ. ଶ୍ରୀନିବାସ ଆଚାର୍ଯ୍ୟ, ମାର୍କଣ୍ଡେଶ୍ୱର ସାହି ସମ୍ପାଦକ ଭାଗୀରଥି ଖୁଣ୍ଟିଆ ଓ ସହସମ୍ପାଦକ ସନ୍ତୋଷ ବେହେରା, କୁଣ୍ଢେଇବେଣ୍ଟ ସାହି ସଭାପତି ସାହି ନାୟକ ନାରାୟଣ ମହାପାତ୍ର ଓ ସମ୍ପାଦକ ଜଗନ୍ନାଥ ମହାପାତ୍ର, ବାଲିସାହି ଆଖଡା ସମ୍ପାଦକ ନରେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ କଳାକାରମାନଙ୍କୁ ପୁରସ୍କୃତ କରାଯାଇଥିଲା।
All Right Reserved By

ମେଟ୍ରୋ |

ଖୋର୍ଦ୍ଧାରେ ପାର୍ବଣର ମହକ: ଶୋଭା ପାଉଛି ୯ ମେଢ

ଖୋର୍ଦ୍ଧାରେ ପାର୍ବଣର ମହକ: ଶୋଭା ପାଉଛି ୯ ମେଢ

ଖୋର୍ଦ୍ଧା ଅଫିସ,୧୬।୧୦: ପାର୍ବଣର ମହକରେ ମହକି ଉଠିଛି ଖୋର୍ଦ୍ଧା ସହର। ସହରର କଣ୍ଟାବଜାର ଦୁର୍ଗା ପୂଜା କମିଟି, ଦୁର୍ଗାମାଧବ ପୂଜା କମିଟି, ପୁରୁଣା ଫାୟାର ଷ୍ଟେଶନ, ଇଗଲ କ୍ଲବ ପୂଜା କମିଟି, ଗୁରୁଜଙ୍ଗ  ଦୁର୍ଗାପୂଜା କମିଟି ପକ୍ଷରୁ ମା’ ଦୁର୍ଗାଙ୍କୁ ପୂଜା କରାଯାଉଛି। ସହରର ବାକି ୪ ଟି ମଣ୍ଡପ ଖୋର୍ଦ୍ଧା ଦୁଲଣାଛକ, ମାଛ ମାର୍କେଟ, ଟାଉନ ହଲ ନିକଟ ଓ ରାଜସ୍ବ ଡାକ ବଙ୍ଗଳା ରାସ୍ତାର ୪୦୭ ଟ୍ରକ ପାର୍କିଂ ଛକରେ ହର ପାର୍ବତୀଙ୍କ ପୂଜା ଅନୁଷ୍ଠିତ ହେଉଛି। 

କଣ୍ଟାପଡାର ୩୧ ମଣ୍ଡପରେ ପୂଜା ପାଉଛନ୍ତି ହରପାର୍ବତୀ, ମା’ଦୁର୍ଗା

କଣ୍ଟାପଡାର ୩୧ ମଣ୍ଡପରେ ପୂଜା ପାଉଛନ୍ତି ହରପାର୍ବତୀ, ମା’ଦୁର୍ଗା

କଣ୍ଟାପଡା,୧୬।୧୦(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡା ବ୍ଲକରେ ଚଳିତ ଶାରଦୀୟ ଦୁର୍ଗାପୂଜା ଅବସରରେ ୩୧ ମଣ୍ଡପରେ ହରପାର୍ବତୀ ଓ ମା’ଦୁର୍ଗାଙ୍କ ମୃଣୟୀ ମୂର୍ତ୍ତି ପୂଜା ପାଉଛନ୍ତି। 

ମା’ ମଙ୍ଗଳାଙ୍କ ମନ୍ଦିରରେ ମହାଷ୍ଟମୀ ପୂଜା ପାଳିତ

ମା’ ମଙ୍ଗଳାଙ୍କ ମନ୍ଦିରରେ ମହାଷ୍ଟମୀ ପୂଜା ପାଳିତ

କାକଟପୁର, ୧୬।୧୦(ଡି.ଏନ.ଏ.): ଶାରଦୀୟ ପାର୍ବଣ ପୂଜା ପାଇଁ କାକଟପୁରର ମା’ ମଙ୍ଗଳାଙ୍କ ମନ୍ଦିର ଉତ୍ସବମୁଖର ହୋଇପଡିଛି। 

ଆଜି ମହାମାୟାଙ୍କ ମହାସପ୍ତମୀ

ଆଜି ମହାମାୟାଙ୍କ ମହାସପ୍ତମୀ

ଭୁବନେଶ୍ୱର,୧୬ା୯(ବ୍ୟୁରୋ): ସମସ୍ତ ପ୍ରତୀକ୍ଷାର ଅନ୍ତଘଟାଇ ଧରାବତରଣ କରିଛନ୍ତି ମା’ ମହିଷାମର୍ଦ୍ଦିନୀ। ନବରାତ୍ରୀ ପୂଜା ସବୁଠାରେ ଆରମ୍ଭ ହୋଇସାରିଛି। ରୀତି ମୁତାବକ ମଙ୍ଗଳବାର ପୀଠରେ ଦେବୀ ଦୁର୍ଗାଙ୍କ ଅଷ୍ଟମୀ ପୂଜା ହେଉଥିବା ବେଳେ ମଣ୍ଡପରେ ସପ୍ତମୀ ପୂଜା ପାଳନ କରାଯାଉଛି। 

୭୩ ବର୍ଷରେ ନବୀନ ପଟ୍ଟନାୟକ

୭୩ ବର୍ଷରେ ନବୀନ ପଟ୍ଟନାୟକ

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମଙ୍ଗଳବାର ୭୩ତମ ଜନ୍ମଦିନ। ହେଲେ ବାତ୍ୟା ତିତ୍‌ଲି ଓ ଏହା ପରେ ହୋଇଥିବା ବନ୍ୟାରେ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ନବୀନ ଜନ୍ମଦିନ ପାଳିବେ ନାହିଁ ବୋଲି ଜଣାପଡ଼ିଛି। 

ଚଢାଉ ବେଳେ ପୋଲିସ-ଜୁଆଡି ଧସ୍ତାଧସ୍ତି, ୧୮ ଗିରଫ:୫୦ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଓ ତାସ ଜବତ

ଚଢାଉ ବେଳେ ପୋଲିସ-ଜୁଆଡି ଧସ୍ତାଧସ୍ତି, ୧୮ ଗିରଫ:୫୦ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଓ ତାସ ଜବତ

ଭୁବନେଶ୍ୱର,୧୬-୧୦(ବ୍ୟୁରୋ)- କ୍ୟାପିଟଲ ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ଜୁଆ ଆଡ୍ଡା ଉପରେ ସୋମବାର ଚଢାଉବେଳେ ପୋଲିସ ଓ ଜୁଆଡିଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଘଟଣାସ୍ଥଳରୁ ୧୮ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିବାବେଳେ  ସେମାନଙ୍କ ନିକଟରୁ ୫୧ ହଜାର ୬୩୦ଟଙ୍କା, ୩ ସେଟ୍‌ ତାସ ଓ କାଲକୁଲେଟର ଜବତ କରାଯାଇଛି। 

ମରଣଜନ୍ତା ପାଲଟିଛି ରାଜଧାନୀ ରାସ୍ତା:ଖାଲ ପାଇଁ ଗଲା ୨ ଜୀବନ, ୩ ଆହତ

ମରଣଜନ୍ତା ପାଲଟିଛି ରାଜଧାନୀ ରାସ୍ତା:ଖାଲ ପାଇଁ ଗଲା ୨ ଜୀବନ, ୩ ଆହତ

ଭୁବନେଶ୍ୱର,୧୬-୧୦(ବ୍ୟୁରୋ)- ଭୁବନେଶ୍ୱରରେ ଏବେ ଅଣ୍ଡରଗ୍ରାଉଣ୍ଡ୍‌ କେବୁଲ ବିଛା ଚାଲିଛି। ଏଥିପାଇଁ ରାଜଧାନୀର ବିଭିନ୍ନ ରାସ୍ତାକୁ ଖୋଲି ଦିଆଯିବା ପରେ ଭଲ ଭାବେ ପୋତା ଯାଉନି। କାମ ସରିଯିବା ପରେ ଠିକାଦାର ମରାମତିର ନାଁ ଗନ୍ଧ ଧରୁନି। ଫଳରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। 

ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ସେବା

ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ସେବା

ଭୁବନେଶ୍ୱର, ୧୬-୧୦(ବ୍ୟୁରୋ)- ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଧାସଳଖ ଦୁବାଇକୁ ବିମାନ ସେବା ଆରମ୍ଭ ହେବ। ବିମାନ ଉଡ଼ାଣକାରୀ ସଂସ୍ଥା ଇଣ୍ଡିଗୋ ପକ୍ଷରୁ ଏହି ସେବା ପ୍ରଦାନ କରାଯିବ। ଆସନ୍ତା ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ାଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି।

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ)- କିନ୍ନରଙ୍କୁ ସମାଜରେ ଅଧିକ ଗ୍ରହଣୀୟ କରାଇବା ଏବଂ ସମାଜସେବାରେ ସେମାନଙ୍କୁ ସାମିଲ କରାଇବା ପାଇଁ କିସ୍‌, ଅଜିମ୍‌ ପ୍ରେମଜୀ ଫିଲାନ୍‌ଥ୍ରୋପିକ ଇନିସିଏଟିଭ୍‌ ଓ ସଖା ମିଳିତ ଭାବେ ପ୍ରୟାସ ଆରମ୍ଭ କରିଛି। 

ଭିଡ଼ ଅସମ୍ଭାଳ ଷଷ୍ଠୀରୁ ପରିସ୍ଥିତି ଅଣାୟତ୍ତ

ଭିଡ଼ ଅସମ୍ଭାଳ ଷଷ୍ଠୀରୁ ପରିସ୍ଥିତି ଅଣାୟତ୍ତ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-
ରାଜଧାନୀରେ ଅସମ୍ଭାଳ ହୋଇପଡ଼ିଛି ଟ୍ରାଫିକ୍‌ ଜାମ୍‌। ପୂଜା ଆରମ୍ଭରୁ  ଭୁବନେଶ୍ୱରରେ ରାସ୍ତା ଜାମ୍‌ ମୁଣ୍ଡବ୍ୟଥା ସୃଷ୍ଟି କରିଛି। ୫ ମିନିଟ୍‌ର ରାସ୍ତା ଅତିକ୍ରମ କରିବାକୁ ଲାଗିଯାଉଛି ଅଧଘଣ୍ଟା। ସୋମବାର ମହାଷଷ୍ଠୀରୁ ପରିସ୍ଥିତି ସମ୍ପୂର୍ଣ୍ଣ ଅଣାୟତ୍ତ ହୋଇପଡ଼ିଛି। 

ସରିଲା ଷଷ୍ଠୀ ପୂଜା ଆଜିଠୁ ମଣ୍ଡପରେ ମା’ଙ୍କ ଦର୍ଶନ

ସରିଲା ଷଷ୍ଠୀ ପୂଜା ଆଜିଠୁ ମଣ୍ଡପରେ ମା’ଙ୍କ ଦର୍ଶନ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-
ଧରାବତରଣ କରିଛନ୍ତି ମା’ ମହିଷମର୍ଦ୍ଦିନୀ। ସମସ୍ତ ମଣ୍ଡପରେ ଆରମ୍ଭ ହୋଇଯାଇଛି ମା’ଙ୍କ ପୂଜା। ସୋମବାର ରୀତିନୀତିରେ ଷଷ୍ଠୀ ପୂଜା ସମ୍ପନ୍ନ ହୋଇଥିବା ବେଳେ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା ବିଲ୍ବାଧିବାସ। ଅପରାହ୍ନରେ ଷଷ୍ଠାଦି କର୍ମ କରାଯାଇଥିଲା।

ଓଡ଼ିଶାରେ ଚଳଚ୍ଚିତ୍ର ଅଭିଲେଖାଗାର ପାଇଁ ପ୍ରସ୍ତାବ - ସଂରକ୍ଷଣ ହୋଇପାରୁନି ୯୦ ପ୍ରତିଶତ ଫିଲ୍ମ

ଓଡ଼ିଶାରେ ଚଳଚ୍ଚିତ୍ର ଅଭିଲେଖାଗାର ପାଇଁ ପ୍ରସ୍ତାବ - ସଂରକ୍ଷଣ ହୋଇପାରୁନି ୯୦ ପ୍ରତିଶତ ଫିଲ୍ମ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-
ଭାରତରେ ଫିଲ୍ମକୁ ଏକ କଳା ଭାବେ ପରିଗଣିତ କରାଯାଉନି। ଫିଲ୍ମ କହିଲେ ଲୋକେ କେବଳ ବଲିଉଡ୍‌କୁ ବୁଝୁଛନ୍ତି। ଦେଶରେ ୧୦ ବଡ଼ ବଡ଼ ଫିଲ୍ମ ଇଣ୍ଡଷ୍ଟ୍ରି ରହିଛି ଓ ବର୍ଷକୁ ହଜାର ହଜାର ଫିଲ୍ମ ତିଆରି ହେଉଛି।