ମେଟ୍ରୋ |

ସ୍ବତନ୍ତ୍ର ମୋବାଇଲ ବ୍ୟବସ୍ଥାକୁ ବିରୋଧ

ସ୍ବତନ୍ତ୍ର ମୋବାଇଲ ବ୍ୟବସ୍ଥାକୁ ବିରୋଧ

ପୁରୀ ଅଫିସ,୧୮।୧୨: ଶ୍ରୀମନ୍ଦିର ସେବାୟତଙ୍କୁ ସ୍ବତନ୍ତ୍ର ମୋବାଇଲ (କ୍ୟାମେରା ଏବଂ ଇଣ୍ଟରନେଟ୍‌ ସୁବିଧା ନ ଥିବା) ଫୋନ ଯୋଗାଇଦେବା ଲାଗି ସୋମବାରଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ୨ଟି ସଂସ୍ଥା ପକ୍ଷରୁ କାଉଣ୍ଟର ଖୋଲାଯାଇଛି। ଏହି ଦୁଇ ସଂସ୍ଥାକୁ ମୋବାଇଲ ଫୋନ ଯୋଗାଇଦେବା ଲାଗି ଦାୟିତ୍ୱ ଦିଆଯାଇଛି। ଯେଉଁମାନେ ମୋବାଇଲ ନେବା ଲାଗି ଅଧିକୃତ କାଉଣ୍ଟରରେ ସେମାନଙ୍କ ନାମ ପଞ୍ଜୀକରଣ କରାଯାଉଛି। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏ ସମ୍ପର୍କରେ ବିଭିନ୍ନ ସେବାୟତ ନିଯୋଗଙ୍କୁ ଅବଗତ କରିଛି। ୧୮ରୁ ୩୦ ତାରିଖ ମଧ୍ୟରେ ଶ୍ରୀମନ୍ଦିର କାର୍ଯ୍ୟାଳୟର ସେବାୟତ କଲ୍ୟାଣ ପ୍ରଶିକ୍ଷଣ କେନ୍ଦ୍ରରୁ ନିଜ ପରିଚୟପତ୍ର ଏବଂ ଆବଶ୍ୟକ ଅର୍ଥରାଶି ଦେଇ ସମ୍ପୃକ୍ତ ସଂସ୍ଥାଠାରୁ ମୋବାଇଲ ଫୋନ ନେଇପାରିବେ। ଅପରପକ୍ଷେ ଏହି ମୋବାଇଲ ଯୋଗାଣ ବ୍ୟବସ୍ଥାକୁ ବିରୋଧ କରିଛନ୍ତି ବରିଷ୍ଠ ସେବାୟତ ତଥା ସୁଆର ମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆର।
ପ୍ରଥମ ଦିନରେ ଗୋଟିଏ ସଂସ୍ଥା ନିକଟରେ ମାତ୍ର ୩ ଜଣ ନାମ ପଞ୍ଜୀକୃତ କରିଛନ୍ତି। ପଞ୍ଜୀକୃତ ନାମ ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ କୁମାର ଦାଶଙ୍କ ପାଖକୁ ପଠାଯିବ। ନୀତି ପ୍ରଶାସକ ଯେଉଁ ନାମରେ ମୋହର ମାରିବେ ସେ ପଞ୍ଜୀକୃତ କରିଥିବା ସଂସ୍ଥାକୁ ଆବଶ୍ୟକ ଅର୍ଥରାଶି ଦେଇ ମୋବାଇଲ ଫୋନ ନେଇପାରିବେ। ଗୋଟିଏ ସଂସ୍ଥା ହ୍ୟାଣ୍ଡସେଟ୍‌ ଦାମ୍‌ ୧୦୦୦ ଟଙ୍କା (ସିଙ୍ଗଲ ସିମ୍‌) ଓ ୧୨୦୦ ଟଙ୍କା (ଡବଲ ସିମ୍‌) ରଖିଥିବା ବେଳେ ଅନ୍ୟ ସଂସ୍ଥା ତା ହ୍ୟାଣ୍ଡସେଟ୍‌ର ଦାମ୍‌ ୭୦୦ ଟଙ୍କା ରଖିଛି। ଏହାବାଦ୍‌ ସିମ୍‌, କ୍ଲୋଜ ୟୁଜର୍ସ ଗ୍ରୁପ୍‌ (ସିୟୁଜି) ଏବଂ ବର୍ଷକୁ ଅନ୍‌ଲିମିଟେଡ କଲ୍‌ ପାଇଁ ଉଭୟେ ୧୨୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି। ଏଥିସହ ଅନ୍ୟାନ୍ୟ ସୁବିଧା ଦେବାକୁ ଦୁଇସଂସ୍ଥା ପକ୍ଷରୁ ସୂଚନା ରହିଛି। ଏହି ହ୍ୟାଣ୍ଡସେଟ୍‌ ପଛରେ ଶ୍ରୀମନ୍ଦିର ନୀଳଚକ୍ରର ଲୋଗୋ ରହିଛି।
ତେବେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଦିଆଯିବାକୁ ଥିବା ମୋବାଇଲ ଫୋନକୁ ଗ୍ରହଣ ନ କରିବା ପାଇଁ ଦାମୋଦର ସେବାୟତମାନଙ୍କୁ ପରାମର୍ଶ ଦେଇଛନ୍ତି। ଯଦି ଏହି ଫୋନ ବ୍ୟବହାର କରନ୍ତି ତେବେ ବ୍ୟବହାରକାରୀଙ୍କ ସମସ୍ତ ଗୋପନୀୟତା ପଦାରେ ପଡିଯିବ। ଶ୍ରୀମନ୍ଦିର ସୁରକ୍ଷାକୁ ଅକ୍ଷୁଣ୍ଣ ରଖିବା ପାଇଁ ନିଜସ୍ବ ଅର୍ଥ ବିନିଯୋଗରେ ବିନା କ୍ୟାମେରା ମୋବାଇଲ ଫୋନ ବ୍ୟବହାର କରିବାକୁ ଦାମ ଅନୁରୋଧ କରିଛନ୍ତି। ଏନେଇ ସେ ଶ୍ରୀମନ୍ଦିର ବେଢ଼ା ପରିସରରେ ପୋଷ୍ଟର ମାରିଛନ୍ତି।
ଏତଦ୍‌ବ୍ୟତୀତ ସେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, କର୍ମଚାରୀ, ମନ୍ତ୍ରୀ, ଯନ୍ତ୍ରୀଙ୍କୁ ମଧ୍ୟ କ୍ୟାମେରାଯୁକ୍ତ ମୋବାଇଲ ଫୋନ ନେଇ ମନ୍ଦିର ଭିତରକୁ ନ ଯିବା ଲାଗି ମଧ୍ୟ ଅନୁରୋଧ କରିଛନ୍ତି। ସାଧାରଣ ଭକ୍ତଙ୍କ ସପକ୍ଷରେ ମଧ୍ୟ ଯୁକ୍ତି ରଖିଛନ୍ତି ଦାମ। ସେ କହିଛନ୍ତି ଜଣେ ଭକ୍ତ ମନ୍ଦିରକୁ ପ୍ରବେଶ କରି ବିଭିନ୍ନ ଦେବୀଦେବ ଏବଂ ମହାପ୍ରଭୁଙ୍କୁ ଦର୍ଶନ କରିସାରି ଅବଢ଼ା ପାଇ ଫେରିବା ପାଇଁ ଅତି କମ୍‌ରେ ୨ ଘଣ୍ଟା ସମୟ ଲାଗିବ। ଯଦି କୌଣସି ଦିନ ନୀତି ବିଳମ୍ବ କିମ୍ବା ମହାପ୍ରସାଦ ବାହାରିବାରେ ବିଳମ୍ବ ହୁଏ ଭକ୍ତଙ୍କୁ ଅଧିକ ସମୟ ଅପେକ୍ଷା କରି ମନ୍ଦିରରେ ରହିବାକୁ ପଡିବ। ସେହି ସମୟରେ ଯଦି ତାଙ୍କ ପରିବାରର କୌଣସି ଅଘଟଣ ଘଟେ ତେବେ ମୋବାଇଲ ଫୋନ ପାଖରେ ନ ଥିଲେ ସେ ଜାଣିପାରିବେ ନାହିଁ। ତେଣୁ ଆଇନ ସମସ୍ତଙ୍କ ପାଇଁ ସମାନ ନ୍ୟାୟରେ ଭକ୍ତମାନେ ମଧ୍ୟ ବିନା କ୍ୟାମେରା ଫୋନ ନେଇ ମନ୍ଦିରକୁ ଯିବା ଲାଗି ଅନୁମତି ଦିଆଯାଉ।
ଏ ସମ୍ପର୍କରେ ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲ କହିଛନ୍ତି, ଛତିଶା ନିଯୋଗ ବୈଠକ ନିଷ୍ପତ୍ତି ଅନୁଯାୟୀ ପଦକ୍ଷେପ ନିଆଯାଇଛି। କିଏ କ’ଣ କହିବେ ସେଥିରେ ଆମର କିଛି ଯାଏଆସେ ନାହିଁ।

All Right Reserved By

ମେଟ୍ରୋ |

ଚିନାବାଦାମ ବିକ୍ରିକୁ ନେଇ ଚାଷୀ ଅସନ୍ତୋଷ: ରାସ୍ତାରୋକୋ

କୃଷ୍ଣପ୍ରସାଦ, ୧୮।୭(ଡି.ଏନ୍‌.ଏ.): ଚିନାବାଦାମ ବିକ୍ରିକୁ ନେଇ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଚାଷୀମାନେ ଚଢେୟା ଛକରେ ଚିନାବାଦାମ ରଖି ବୁଧବାର ରାସ୍ତାରୋକୋ କରିଛନ୍ତି। ଫଳରେ ପୁରୀ-କୃଷ୍ଣପ୍ରସାଦ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ବଜ୍ରପାତରେ ଜଳିଗଲା ସର୍ଭର ରୁମ୍‌: ୨ ଦିନ ହେଲା ବ୍ୟାଙ୍କ ଅଚଳ

କଣ୍ଟାପଡା, ୧୮।୭(ଡି.ଏନ୍‌.ଏ.): ବଜ୍ରପାତ ଘଟି କଣ୍ଟାପଡା ବ୍ଲକସ୍ଥିତ ଓଲଟପୁର ଇଣ୍ଡିଆନ୍‌ ବ୍ୟାଙ୍କର ସର୍ଭର ରୁମ ଜଳିଯିବା ଫଳରେ ଗତ ୨ଦିନ ହେଲା ବ୍ୟାଙ୍କ ସେବା ବନ୍ଦ ରହିଛି। ଫଳରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ବ୍ୟାଙ୍କସେବା ପାଇବାରୁ ବଞ୍ଚିତ ହୋଇଛନ୍ତି।

ବିଧାନ ପରିଷଦ ପ୍ରସଙ୍ଗ: ଅନୁଧ୍ୟାନ କରି ଫେରିଲା କମିଟି

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ବିଧାନ ପରିଷଦ ଗଠନ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ବିହାର ଏବଂ ତେଲେଙ୍ଗାନା ଗସ୍ତ କରିଥିବା କମିଟି ଇତି ମଧ୍ୟରେ ଓଡ଼ିଶା ଫେରିଛି।

ଛେରାପହଁରାକୁ ଝାଡୁଦାର କହି ଅଡ଼ୁଆରେ କେନ୍ଦ୍ରମନ୍ତ୍ରୀ: ସିଂହଦ୍ୱାରରେ ସେବାୟତଙ୍କ ପ୍ରତିବାଦ

ଛେରାପହଁରାକୁ ଝାଡୁଦାର କହି ଅଡ଼ୁଆରେ କେନ୍ଦ୍ରମନ୍ତ୍ରୀ: ସିଂହଦ୍ୱାରରେ ସେବାୟତଙ୍କ ପ୍ରତିବାଦ

ପୁରୀ ଅଫିସ, ୧୮।୭: ରଥରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରାପହଁରାକୁ ଝାଡୁଦାର କହି ଅଡ଼ୁଆରେ ପଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଅଳଗୁମ ଗ୍ରାମରୁ ହରିଣ ଉଦ୍ଧାର

ଅଳଗୁମ ଗ୍ରାମରୁ ହରିଣ ଉଦ୍ଧାର

ସାକ୍ଷୀଗୋପାଳ, ୧୮।୭ (ଡି.ଏନ୍‌.ଏ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅଳଗୁମ ଗ୍ରାମରୁ ଏକ ଅଣ୍ଡିରା ହରିଣ ବୁଧବାର ଗ୍ରାମବାସୀ ଉଦ୍ଧାର କରିଛନ୍ତି। ଭୋର ସମୟରେ ହରିଣ ଜାଗୁଳେଇ ଠାକୁରାଣୀଙ୍କ ସୁରାଲାଗି ବରଗଛ ମୂଳରେ ବୁଲୁଥିବା ବ୍ରହ୍ମଚାରୀ ପ୍ରଧାନ ଦେଖିଥିଲେ।

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ

କଟକ ଅଫିସ, ୧୮।୭: ସିଏମ୍‌ସି ସ୍ବାସ୍ଥ୍ୟକର୍ମୀ ସୁନୀଲ କୁମାର ଦାସଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଥିବା ସୁନୀଲଙ୍କ ଘର ଓ ସିଏମ୍‌ସି ଅଫିସରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଚାଲିଛି।

‘ରଥଯାତ୍ରାର ବୈଦିକ ବିଧି ବ୍ୟବସ୍ଥାକୁ ଶ୍ରୀମନ୍ଦିର ପ୍ରଶାସନ ଉଲ୍ଲଂଘନ କରୁଛି’

‘ରଥଯାତ୍ରାର ବୈଦିକ ବିଧି ବ୍ୟବସ୍ଥାକୁ ଶ୍ରୀମନ୍ଦିର ପ୍ରଶାସନ ଉଲ୍ଲଂଘନ କରୁଛି’

ପୁରୀ ଅଫିସ, ୧୮ା୭: ରଥଯାତ୍ରାର ବୈଦିକ ବିଧି ବ୍ୟବସ୍ଥାକୁ ଶ୍ରୀମନ୍ଦିର ପ୍ରଶାସନ ଉଲ୍ଲଂଘନ କରୁଛି। ଗୋଟିଏ ଦିନରେ ତିନିରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲାଗିବା ଶାସ୍ତ୍ରରେ ଉଲ୍ଲେଖ ରହିଛି। ସେହିଦିନ ହିଁ ଠାକୁର ଆଡ଼ପ ମଣ୍ଡପ ବିଜେ କରିବା ବିଧି ରହିଛି। କିନ୍ତୁ ଏ ସବୁକୁ ଶ୍ରୀମନ୍ଦିର ପ୍ରଶାସନ ଉଲ୍ଲଂଘନ କରୁଥିଲେ ହେଁ ସେବାୟତମାନେ ନୀରବ ରହୁଛନ୍ତି। ଶ୍ରୀମନ୍ଦିର ପ୍ରତି ବିପଦ ଆଶଙ୍କ କରି ଗଜପତି ପତିତପାବନଙ୍କୁ ପ୍ରତିଷ୍ଠା କରାଇଥିଲେ।

ଓଡ଼ିଶା ହେଉଛି ସଂସ୍କୃତିର ମାଟି: ରାଜ୍ୟପାଳ

ଓଡ଼ିଶା ହେଉଛି ସଂସ୍କୃତିର ମାଟି: ରାଜ୍ୟପାଳ

ପୁରୀ ଅଫିସ,୧୮ା୭: ଓଡ଼ିଶାର କଳା ଓ ସଂସ୍କୃତି ବିଶ୍ୱରେ ଉତ୍କର୍ଷତା ଲାଭ କରିଛି। ଏ ମାଟି ହେଉଛି ସଂସ୍କୃତିର ମାଟି। ନିକଟରେ ରାଷ୍ଟ୍ରପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏବଂ ସୋନାଲ ମାନସିଂଙ୍କୁ ରାଜ୍ୟ ସଭା ସଦସ୍ୟ ଭାବେ ମନୋନୀତ କରି ଓଡ଼ିଶାର କଳା ସ୍ଥାପତ୍ୟକୁ ସମ୍ମାନ ଜଣାଇଛନ୍ତି। ଜୟଦେବଙ୍କ ଗୀତଗୋବିନ୍ଦ ସାରା ବିଶ୍ୱରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ବଡ଼ଶଙ୍ଖ ଯୁବ ସାଂସ୍କୃତିକ ପରିଷଦ ପକ୍ଷରୁ ମଙ୍ଗଳବାର ବଡ଼ଶଙ୍ଖଠାରେ ଆୟୋଜିତ ୨୭ତମ ରଥଯାତ୍ରା ଲୋକନୃତ୍ୟ ମହୋତ୍ସବକୁ ଉଦ୍‌ଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ।

ଶ୍ରୀଜଗନ୍ନାଥ ପଞ୍ଚରାତ୍ର ଉଦ୍‌ଘାଟିତ: ଶ୍ରୀକୃଷ୍ଣଙ୍କ ଶଙ୍ଖ ଧ୍ୱନି ଧୃତରାଷ୍ଟ୍ରଙ୍କ ହୃଦୟକୁ ଥରାଇ ଦେଇଥିଲା

ଶ୍ରୀଜଗନ୍ନାଥ ପଞ୍ଚରାତ୍ର ଉଦ୍‌ଘାଟିତ: ଶ୍ରୀକୃଷ୍ଣଙ୍କ ଶଙ୍ଖ ଧ୍ୱନି ଧୃତରାଷ୍ଟ୍ରଙ୍କ ହୃଦୟକୁ ଥରାଇ ଦେଇଥିଲା

ପୁରୀ ଅଫିସ, ୧୮ା୭: ରାଧାବଲ୍ଲଭ ମଠ ଆନୁକୂଲ୍ୟ ଶରଧାବାଲି ସ୍ଥିତ ରାଧାବଲ୍ଲଭ ସତ୍‌ସଙ୍ଗ ଭବନରେ ଉଦ୍‌ଘାଟିତ ହୋଇଛି ଶ୍ରୀଜଗନ୍ନାଥ ପଞ୍ଚରାତ୍ର କାର୍ଯ୍ୟକ୍ରମ। ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶଙ୍କରାଚାର୍ଯ୍ୟ ଆଶୀର୍ବଚନ ପ୍ରଦାନ କରି କହିଥିଲେ, ମଠ ମନ୍ଦିରର ଜମିକୁ ଶ୍ରୀମନ୍ଦିର ପ୍ରଶାସନ ନିଜ ହାତକୁ ନେଇ ଉପଭୋକ୍ତା ସାଜୁଛି।

ଆଜି ହେରା ପଞ୍ଚମୀ: ମହାପ୍ରଭୁଙ୍କ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ଆଜି ହେରା ପଞ୍ଚମୀ: ମହାପ୍ରଭୁଙ୍କ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ପୁରୀ ଅଫିସ, ୧୮ା୭: ବୁଧବାର ପାଳିତ ହେବ ହେରାପଞ୍ଚମୀ ନୀତି। ଶ୍ରୀମନ୍ଦିରରୁ ଶ୍ରୀଦେବୀ (ମା’ ଲକ୍ଷ୍ମୀ ଠାକୁରାଣୀ) ଆସିବେ ଗୁଣ୍ଡିଚା ମନ୍ଦିର। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିନିର୍ଘଣ୍ଟ ହୋଇଛି।

ଭକ୍ତ ପାଇଲେ ଆଡ଼ପ ଦର୍ଶନ: ମିଳିଲା ଆଡ଼ପ ଅବଢ଼ା, ମହାପ୍ରଭୁଙ୍କର ହେଲା ବନକ ଲାଗି

ଭକ୍ତ ପାଇଲେ ଆଡ଼ପ ଦର୍ଶନ: ମିଳିଲା ଆଡ଼ପ ଅବଢ଼ା, ମହାପ୍ରଭୁଙ୍କର ହେଲା ବନକ ଲାଗି

ପୁରୀ ଅଫିସ, ୧୮ା୭: ଘୋଷଯାତ୍ରାରେ ବାହାରି ମହାପ୍ରଭୁ ଏବେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅବସ୍ଥାନ କରିଛନ୍ତି। ମଙ୍ଗଳବାର ଲକ୍ଷାଧିକ ଶ୍ରଦ୍ଧାଳୁ ଚତୁର୍ଦ୍ଧା ବିଗ୍ରହଙ୍କ ଆଡ଼ପ ଦର୍ଶନ ପାଇଛନ୍ତି। ଏଥିସହ ମହାପ୍ରଭୁଙ୍କୁ ଲାଗି ହୋଇଛି ଅନ୍ନ ପ୍ରସାଦ। ଦୁଇଦିନ ଧରି ଅବଢ଼ା ପାଇ ନ ଥିବା ଶ୍ରଦ୍ଧାଳୁ ପାଇଛନ୍ତି ଆଡ଼ପ ଅବଢ଼ା। ଅନ୍ୟପକ୍ଷରେ ମଧ୍ୟାହ୍ନ ଧୂପ ପରେ ଠାକୁରଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇଛି। ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିଛନ୍ତି। ବୁଧବାର ହେରାପଞ୍ଚମୀ। ଏହି ନୀତିକୁ ସୁରୁଖୁରୁରେ ସମ୍ପନ୍ନ ଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଯାତ୍ରୀଙ୍କୁ ଟ୍ରାଫିକ ପୋଲିସ ମାଡ଼ ମାରିବା ଘଟଣା: ନ୍ୟାୟ ପାଇଁ ଡିସିପିଙ୍କ ଦ୍ୱାରସ୍ଥ ହେଲେ ଲୋକନାଥ

ଯାତ୍ରୀଙ୍କୁ ଟ୍ରାଫିକ ପୋଲିସ ମାଡ଼ ମାରିବା ଘଟଣା: ନ୍ୟାୟ ପାଇଁ ଡିସିପିଙ୍କ ଦ୍ୱାରସ୍ଥ ହେଲେ ଲୋକନାଥ

ଭୁବନେଶ୍ୱର,୧୮ା୭(ବ୍ୟୁରୋ)- ଜୟଦେବ ବିହାର ପାଲହାଇଟ ଛକରେ ରବିବାର ସକାଳେ ବିବାହ କାର୍ଯ୍ୟରେ ଯୋଗଦେବାକୁ କାରରେ ଯାଉଥିବା ଲୋକନାଥ ପଟ୍ଟନାୟକ ଓ ତାଙ୍କ ପରିବାର ଲୋକଙ୍କୁ ଟ୍ରାଫିକ୍‌ ପୋଲିସ ମାଡ଼ ମାରିଥିଲା। ୫ଜଣ ପୋଲିସ କର୍ମଚାରୀ ସେମାନଙ୍କୁ ତଳେ ପକାଇ ଗୋଇଠା ବିଧା ମାରିଥିଲେ। ଏ ନେଇ ଲୋକନାଥ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।

Model This Week

ରୂପେଶ