ମେଟ୍ରୋ |

କମିଶନରେଟ ପୋଲିସ ଇଲାକାରେ ଆଡ୍ଡା: ଅପମିଶ୍ରଣ, ନକଲି ପ୍ରସ୍ତୁତକାରୀଙ୍କୁ ସହଯୋଗ

କମିଶନରେଟ ପୋଲିସ ଇଲାକାରେ ଆଡ୍ଡା: ଅପମିଶ୍ରଣ, ନକଲି ପ୍ରସ୍ତୁତକାରୀଙ୍କୁ ସହଯୋଗ
-ଧରାପଡ଼ୁନାହାନ୍ତି ମାଷ୍ଟର ମାଇଣ୍ଡ୍‌ -ଶ୍ରମିକଙ୍କୁ ଧରି ଚୁପ୍‌ ବସୁଛି ପୋଲିସ -ନିଜ ଆଡୁ ହେଉନି ଖୋଳତାଡ଼ ଭୁବନେଶ୍ୱର,୧୮।୧୨(ବ୍ୟୁରୋ)- ଏବେ ରାଜଧାନୀ ବଜାରରେ ବିକ୍ରି ହେଉଛି ବିଭିନ୍ନ ଅପମିଶ୍ରଣ ଓ ନକଲି ସାମଗ୍ରୀ। ଖୋଦ୍‌ କମିଶନରେଟ ପୋଲିସ ଇଲାକାରେ ଚାଲୁଛି ଏସବୁ ସାମଗ୍ରୀର ପ୍ରସ୍ତୁତି। ଏହିଠାରୁ ହିଁ ରାଜ୍ୟର ଅନ୍ୟ ଅଞ୍ଚଳକୁ ପଠାଯାଉଛି। ପୋଲିସର ନିରବତା ପରୋକ୍ଷ ସହଯୋଗ ଦେଉଥିବାରୁ ଦିନକୁ ଦିନ ଏଠାରେ ନକଲି କାରଖାନା ଗଢ଼ି ଉଠୁଛି। ମାଫିଆମାନେ ଯୋଜନାବଦ୍ଧ ଭାବେ ଏସବୁ କାରବାର କରୁଛନ୍ତି। ନଜର ଏଡାଇବା ଠାରୁ ଆରମ୍ଭ କରି ସୁରକ୍ଷା କ୍ଷେତ୍ରରେ ସ୍ଥାନୀୟ ପୋଲିସ କର୍ମଚାରୀଙ୍କ ସହ ଭିତିରି ସମ୍ପର୍କ ରଖୁଛନ୍ତି। ଅଭିଯୋଗ ପରେ ପୋଲିସ ଚଢ଼ାଉ ପ୍ରହସନ କରୁଛି। ଏଥିରେ ନିୟୋଜିତ ଶ୍ରମିକଙ୍କୁ ଧରି ବାହାବାଃ ନେବା ବ୍ୟତୀତ ଏଯାଏ କୌଣସି ଘଟଣାର ମାଷ୍ଟରମାଇଣ୍ଡ୍‌ଙ୍କୁ ଗିରଫ କରିନି। ନକଲି ଘିଅ, ଜର୍ଦ୍ଦା ପାନ ମସଲା, ନକଲି ଗୁଟ୍‌ଖା ଓ ଇଞ୍ଜିନ୍‌ ଅଏଲ ତିଆରି କାରଖାନା ଉପରେ ପୋଲିସ ଚଢ଼ାଉ ଘଟଣାରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି। ଏପରିକି ପୋଲିସର ପରୋକ୍ଷ ସହଯୋଗରେ ଏସବୁ ବେଆଇନ କାରବାର ଚାଲିଥିବା ଅଭିଯୋଗ ଉଠୁଛି। ଏବେବି ରାଜଧାନୀ ଉପକଣ୍ଠ ଓ ବସ୍ତି ଅଞ୍ଚଳରେ ବହୁ ସ୍ଥାନରେ ମେଶିନ ବସାଇ ନକଲି ସାମଗ୍ରୀ ତିଆରି ଚାଲିଛି। ବିଶେଷକରି କରି ଅପମିଶ୍ରିତ ଲଙ୍କା ଗୁଣ୍ଡ, ହଳଦୀ ଓ ବିଭିନ୍ନ ମସଲା ନାମୀଦାମୀ କମ୍ପାନୀ ପ୍ୟାକେଟରେ ବଜାରକୁ ଛଡ଼ାଯାଉଛି। ଗ୍ରାହକମାନେ ଶସ୍ତାରେ କିଣି ଘରକୁ ରୋଗ ନେଉଛନ୍ତି। ସେହିପରି ବଜାରରେ ବିକ୍ରି ହେଉଥିବା ବିଭିନ୍ନ ଦାମୀ କମ୍ପାନୀର ଲୋଗୋଥିବା ଖାଦ୍ୟ ସାମଗ୍ରୀ ମଧ୍ୟ ନକଲି ବୋଲି ଅଭିଯୋଗ ହେଉଛି। ତେବେ ପୋଲିସ ଏସବୁର ପ୍ରସ୍ତୁତି ସ୍ଥାନ ଓ କାରବାରକୁ ଅଧିକ ନଜର ଦେଉନି। ସବୁଠୁ ବଡ଼କଥା ହେଲା, ପୋଲିସ ଜାଣିଥିଲେ ମଧ୍ୟ ଏହିସବୁ ନକଲି ସାମଗ୍ରୀ ପ୍ରସ୍ତୁତକାରୀ ସଂସ୍ଥା ଉପରେ ପଦକ୍ଷେପ ନେବାକୁ ସେତେଟା ଆଗଭର ହେଉନି। ଏହି ର଼୍ୟାକେଟ ପଛରେ ପ୍ରଭାବଶାଳୀ, ଅସାମାଜିକଙ୍କ ସମ୍ପୃକ୍ତି ରହୁଥିବାରୁ ଭୟ କରୁଥିବା କୁହାଯାଉଛି। ନାଲିଆଖି ଆଗରେ ପୋଲିସ ହାତଗୁଞ୍ଜା ନେଇ ଚୁପ୍‌ ବସିବାକୁ ଉଚିତ୍‌ ମଣୁଛି। ଅଭିଯୋଗ ହେଲେ ଚଢ଼ାଉ କରୁଛି, ହେଲେ ଏହାପୂର୍ବରୁ ସୂଚନା ପାଇ ମୁଖ୍ୟ କାର୍ପଟଦାର ଖସି ଯାଉଛନ୍ତି। କିଛିଦିନ ବନ୍ଦ ପରେ ପୁଣି ରାଜଧାନୀରେ ନକଲି ପେଡି ଖୋଲନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ୨୦୧୫ରେ ଖାରବେଳନଗର ଥାନା ପୋଲିସ ମାଲିସାହି ନିକଟରେ ଚଢଉ କରି ନକଲି ଗୁଟୁଖା ପ୍ରସ୍ତୁତ କାରଖାନା ଠାବ କରିଥିଲା। ପୋଲିସ ସେଠାରୁ ୫ଜଣ ଶ୍ରିମକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏଥିସହ ଏଥିରେ ବ୍ୟବହୃତ ମେଶିନକୁ ମଧ୍ୟ ଜବତ କରିଥିଲା। ହେଲେ ପୋଲିସ ଏଯାଏ ଏହି ରାକେଟ୍‌ ଚଳାଉଥିବା ମାଷ୍ଟରମାଇଣ୍ଡ୍‌କୁ ଧରିପାରିନି। ଫଳରେ ସେମାନେ ରାଜଧାନୀର ବିଭିନ୍ନ ସ୍ଥାନରେ ନକଲି କାରଖାନା ଚଳାଉଥିବା ଚର୍ଚ୍ଚା ହେଉଛି। ୨୦୧୬ରେ ଲକ୍ଷ୍ମୀସାଗର ତଳସାହିରେ ପୋଲିସ ଚଢଉ କରି ନକଲି ଜର୍ଦ୍ଦା କାରଖାନାକୁ ଠାବ କରିବା ସହ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଏହି ରାକେଟର ମାଷ୍ଟରମାଇଣ୍ଡକୁ ପୋଲିସ ଗିରଫ କଲାନାହିଁ। ୨୦୧୭ ନଭେମ୍ବରରେ ଳକ୍ଷ୍ମୀସାଗର ଥାନା ପୋଲିସ ପୁରୁଣାଷ୍ଟେଶନ ନିକଟରେ ଚଢଉ କରି ନକଲି ଘିଅ ପ୍ରସ୍ତୁତ କରାଖାନା ଠାବ କରିଥିଲା। ନିୟୋଜିତ ୩ଜଣ ଶ୍ରମିକଙ୍କୁ ପୋଲିସ ଗିରଫ କରିଥିଲା। ସେହିଭଳି ଗତ ଦୁଇଦିନ ତଳେ ମଞ୍ଚେଶ୍ୱର ସମେଇଗାଡିଆ ଅଞ୍ଚଳରେ କମିଶନରେଟ ପୋଲିସର କୁଇକ୍‌ ଆକ୍ସନ ଟିମ୍‌ (କ୍ୟୁଏଟି) ଏକ ନକଲି ଇଞ୍ଜିନ୍‌ ଅଏଲ ପ୍ରସ୍ତୁତ କାରଖାନାକୁ ଠାବ କରିବା ସହ ବିପୁଳ ନକଲି ଇଞ୍ଜିନ୍‌ ଅଏଲ, ବିଭିନ୍ନ କମ୍ପାନୀର ଷ୍ଟିକର ଓ କିଛି କଞ୍ଚାମାଲକୁ ପୋଲିସ ଜବତ କରିଥିଲା। ଏଥିରେ ସମ୍ପୃକ୍ତ ବାବାଜୀ ନାମକ ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରିଥିଲା। ହେଲେ ଏହି ର଼୍ୟାକେଟ ପଛରେ କିଏ ରହିଛନ୍ତି ତାହା ଖୋଜିବାକୁ ପୋଲିସ ଚେଷ୍ଟା କରୁନି। ଫଳରେ ରାଜଧାନୀ ଦିନକୁ ଦିନ ନକଲି ସାମଗ୍ରୀ ପ୍ରସ୍ତୁତକାରୀଙ୍କ ଆଡ୍ଡାସ୍ଥଳ ପାଲଟିବାରେ ଲାଗିଛି। ଏହା ଉପରେ ରୋକ୍‌ ଲଗାଇବା ପାଇଁ କମିଶନ୍‌ରେଟ୍‌ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବା ଜରୁରୀ ହୋଇପଡିଛି। ଏ ସମ୍ପର୍କରେ ଭୁବନେଶ୍ୱର ଡିସିପିଙ୍କୁ ପଚାରିବାରୁ ସେ କହିଲେ, ଏଠାରେ ନକଲି ସାମଗ୍ରୀ ପ୍ରସ୍ତୁତ ହେଉଥିବା ନେଇ ଉକ୍ତ କମ୍ପାନୀ ଅଭିଯୋଗ କଲେ ଆମେ ଜାଣିବୁ। ଅଭିଯୋଗ ଆଧାରରେ ମଧ୍ୟ ବିଭିନ୍ନ ସ୍ଥାନରେ ଚଢଉ କରି ଏହି ନକଲି କାରଖାନା ଠାବ କରୁଛୁ। ଏଥିସହ ସରକାରଙ୍କ ଯୋଗାଣ ବିଭାଗ ପକ୍ଷରୁ ମଧ୍ୟ ଏହା ଉପରେ ନଜର ରଖାଯାଉଛି। ଯଦି ଆମେ କୌଣସି ସୂତ୍ରରୁ ଆଗୁଆ ଖବର ପାଉଛୁ ତେବେ ଆମେ ଚଢଉ କରୁଛୁ ଓ ବିଭାଗକୁ ମଧ୍ୟ ଅବଗତ କରୁଛୁ।
All Right Reserved By

ମେଟ୍ରୋ |

ଫେକ୍‌ ଆଇଡିରେ ଅଶ୍ଳୀଳ ଭିଡିଓ ସେୟାର କରି ଯୁବକ ଗିରଫ

ଫେକ୍‌ ଆଇଡିରେ ଅଶ୍ଳୀଳ ଭିଡିଓ ସେୟାର କରି ଯୁବକ ଗିରଫ

କଟକ ଅଫିସ,୧୮।୧୦- ହାଟ୍ସଆପରେ ଫେକ ଆଇଡି ବନାଇ ଅଶ୍ଲୀଳ ଭିଡିଓ ସେୟାର କରିଥିବାରୁ ଗୁରୁବାର ଓଡ଼ିଶା କ୍ରାଇମବାଞ୍ଚ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଜଟଣୀ ଅଞ୍ଚଳର ପଓ୍ବନ ଅଗ୍ରଓ୍ବାଲ । 

ପ୍ରଶାସନ ଶୁଣିଲାନି , ନର୍ଦ୍ଦମା ସଫାକଲେ ଯୁବକ

ପ୍ରଶାସନ ଶୁଣିଲାନି , ନର୍ଦ୍ଦମା ସଫାକଲେ ଯୁବକ

ଏରସମା, ୧୮।୧୦(ଡି.ଏନ୍‌.ଏ.)- ଏରସମା ବ୍ଲକ ସଦର ମହକୁମାଠାର ମାତ୍ର କିଛି ବାଟ ଦୂରରେ ଥିବା ଏକ ଢଳାଇ ରାସ୍ତା ଉପରେ ଥିବା ଡ୍ରେନ୍‌ ପାଣି ଯୋଗୁ ସ୍ଥାନୀୟ ବାସୀନ୍ଦା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ।

କଟକ ମେଢ଼ ଦର୍ଶନ କଲେ ରାଜ୍ୟପାଳ

କଟକ ମେଢ଼ ଦର୍ଶନ କଲେ ରାଜ୍ୟପାଳ

କଟକ ଅଫିସ,୧୮।୧୦- ଦୁର୍ଗାପୂଜାର ଗୁରୁବାର ମହାନବମୀ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କଟକ ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲି ମା’ ଦୁର୍ଗାଙ୍କୁ ଦର୍ଶନ କରିଛନ୍ତି । 

ବିଧାୟକଙ୍କ କୁଶପୁତ୍ତଳିକା ଦାହ

ବିଧାୟକଙ୍କ କୁଶପୁତ୍ତଳିକା ଦାହ

ବାରଙ୍ଗ,୧୮।୧୦(ଡି.ଏନ୍‌.ଏ.)- ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ବାରଙ୍ଗ କଲେଜ ଛକଠାରେ ଗୁରୁବାର ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। 

ରେଳଧାରଣାରେ ଯୁବକଙ୍କ ଆତ୍ମହତ୍ୟା

ରେଳଧାରଣାରେ ଯୁବକଙ୍କ ଆତ୍ମହତ୍ୟା

ସାକ୍ଷୀଗୋପାଳ,୧୮।୧୦(ଡି.ଏନ୍‌.ଏ.)- ସାକ୍ଷୀଗୋପାଳ ରେଳ ଷ୍ଟେଶନ ୩ନମ୍ବର ରେଳଧାରଣାରେ ଜଣେ ଯୁବକଙ୍କ ଗୁରୁବାର ଆତ୍ମହତ୍ୟା କରିଥିବା ଜଣାପଡିଛି।  ସେ ହେଲେ ସ୍ଥାନୀୟ ଅଞ୍ଚଳର ମନମୋହନ ଜେନା(୨୩)। ସତ୍ୟବାଦୀ ଥାନା ଜୟପୁର ଗ୍ରାମର ମନମୋହନ ଓରଫ କାଳିଆଙ୍କ ଖଣ୍ଡ ବିଖଣ୍ଡିତ ଶରୀର ରେଳବାଇ ପୋଲିସ ଜବତ କରିଛନ୍ତି । 

ଇଣ୍ଡିଆ ଗେଟ୍‌ ବୁଲିଲା ଜଗା

ଇଣ୍ଡିଆ ଗେଟ୍‌ ବୁଲିଲା ଜଗା

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ): ଦିଲ୍ଲୀ ଏମ୍ସରୁ ବାହାରି ଇଣ୍ଡିଆ ଗେଟ୍‌ ବିଲୁଛି ଜଗା। ମା’ଙ୍କ ହାତଧରି ଜଗା ଚାଲୁଥିବା ଦେଖିବାକୁ ମିଳିଛି। ବଳିଆର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲଖିତ ହୋଇଛି। 

ବନ୍ୟା କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ବନ୍ୟା କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୧୮।୧୦- ସମ୍ଭାବ୍ୟ ତିିତ୍‌ଲି ପରବର୍ତ୍ତୀ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ଅଞ୍ଚଳଗୁଡିକ ମଧ୍ୟରୁ ଗୁରୁବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଆସିକା ଅଞ୍ଚଳକୁ ଯାଇ ପୀଡିତ ପରିବାରଙ୍କୁ ଭେଟିଛନ୍ତି ।

ବଙ୍ଗୀୟ ଯୁବତୀ ଉଦ୍ଧାର ଘଟଣା: ଭାଜପା ମହିଳା ପକ୍ଷରୁ ଥାନା ଘେରାଉ

ବଙ୍ଗୀୟ ଯୁବତୀ ଉଦ୍ଧାର ଘଟଣା: ଭାଜପା ମହିଳା ପକ୍ଷରୁ ଥାନା ଘେରାଉ

କୋଣାର୍କ,୧୮।୧୦(ଡି.ଏନ୍‌.ଏ.)- କୋଣାର୍କର ମାର୍କେଟ କମ୍ପ୍ଲେକ୍ସ ପରିସର ଏକ ବନ୍ଦ କୋଠରିରୁ ବଙ୍ଗୀୟ ଯୁବତୀ ଉଦ୍ଧାର ଘଟଣାରେ ଗୁରୁବାର ରାଜ୍ୟ ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ର୍ରୀ ପ୍ରଭାତି ପରିଡ଼ାଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଥାନା ଘେରାଉ କରିଥିଲେ। 

ନିର୍ବାଚନ ପୂର୍ବରୁ ବେଗୁନିଆ ବିଜେଡିରେ ଗୋଷ୍ଠୀ କନ୍ଦଳ

ନିର୍ବାଚନ ପୂର୍ବରୁ ବେଗୁନିଆ ବିଜେଡିରେ ଗୋଷ୍ଠୀ କନ୍ଦଳ

ଖୋର୍ଦ୍ଧା ଅଫିସ,୧୮।୧୦: ନିର୍ବାଚନ ପୂର୍ବରୁ ବେଗୁନିଆ ନିର୍ବାଚନମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ ତେଜିବାରେ ଲାଗିଲା । ଏହି ଗୋଷ୍ଠୀ କନ୍ଦଳ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ପୂର୍ବତନ ବିଧାୟକ ତଥା ରାଜ୍ୟ ସଭା ସଦସ୍ୟ ପ୍ରଶାନ୍ତ ନନ୍ଦଙ୍କ ଗୋଷ୍ଠୀଙ୍କ ମଧ୍ୟରେ ତ୍ୱରାନ୍ବିତ ହୋଇଛି । 

ପିକଅପ ଭ୍ୟାନରୁ ୧୦ ଗୋରୁ ଉଦ୍ଧାର,ଗୋଶାଳା ପଠାଇଲା ପୋଲିସ

ପିକଅପ ଭ୍ୟାନରୁ ୧୦ ଗୋରୁ ଉଦ୍ଧାର,ଗୋଶାଳା ପଠାଇଲା ପୋଲିସ

କଣ୍ଟାପଡା,୧୮।୧୦(ଡି.ଏନ୍‌.ଏ.)- ଦୟନୀୟ ଅବସ୍ଥାରେ ଏକ ପିକଅପ ଭ୍ୟାନରେ ନିଆଯାଉଥିବା ୧୦ଟି ଗୋରୁଙ୍କୁ ଓଲଟପୁର ପୋଲିସ ଉଦ୍ଧାର କରି ଗୋଶାଳାକୁ ପଠାଇଥିବା ଜଣାପଡିଛି। ଗୋଚାଲାଣରେ ବ୍ୟବହୃତ ଓଆର ୦୨ ଏଏନ୍‌ ୨୬୯୭ ପିକଅପ ଭ୍ୟାନକୁ ପୋଲିସ ଜବତ କରିଥିବାବେଳେ ଏହାର ଡ୍ରାଇଭର ଓ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। 

ଭଗବତୀ ପୀଠର ଶୌଚାଳୟ: ୫ବର୍ଷ ହେଲା ଝୁଲୁଛି ତାଲା

ଭଗବତୀ ପୀଠର ଶୌଚାଳୟ: ୫ବର୍ଷ ହେଲା ଝୁଲୁଛି ତାଲା

ଖୋର୍ଦ୍ଧା ଅଫିସ,୧୮।୧୦: ବାଣପୁରର ଶକ୍ତିପୀଠ ଭାବେ ପ୍ରସିଦ୍ଧ ମା’ ଭଗବତୀଙ୍କ ପୀଠରେ ପର୍ଯ୍ୟଟକଙ୍କ ସୁବିଧା ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ଶୌଚାଳୟରେ ୫ବର୍ଷ ହେଲା ତାଲା ଝୁୁଲୁଛି । 

ଦଶହରାରେ ୫୦ଫୁଟର ରାବଣ ପୋଡ଼ି

ଦଶହରାରେ ୫୦ଫୁଟର ରାବଣ ପୋଡ଼ି

ଖୋର୍ଦ୍ଧା ଅଫିସ,୧୮ା୧୦: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଦଶହରାରେ ୫୦ଫୁଟର  ରାବଣ ପୋଡ଼ି ଉତ୍ସବ ଖୋର୍ଦ୍ଧା ବିଜେବି ହାଇସ୍କୁଲରେ ଅନୁଷ୍ଠିତ ହେବ। ଏହାର ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବ ଆକର୍ଷଣୀୟ ଦର୍ଶନ ରହିଥିବା ଜଣାପଡିଛି। ଏହି ଉତ୍ସବକୁ ଖୋର୍ଦ୍ଧାର ବଡିଜୋନ ଅନୁଷ୍ଠାନ ପକ୍ଷରୁ ୨୦୦୬ରେ ଆରମ୍ଭ ହୋଇଥିଲା। ରାବଣ ପୋଡି ପାଇଁ ପ୍ରାୟ ୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରହିଛି ।